ସମ୍ବଲପୁର

ଟ୍ରାକ୍ଟର ଓଲଟି ୨ ମୃତ, ୪ ଆହତ

ଟ୍ରାକ୍ଟର ଓଲଟି ୨ ମୃତ, ୪ ଆହତ


ଧର୍ମଗଡ, ୨୫।୧୨ (ଡି.ଏନ.ଏ)-କଳାହାଣ୍ଡି ଜିଲା ଦଣ୍ଡପାଟ ଅଞ୍ଚଳର ଭାଲୁଚୁଅଁ।ରେ ସୋମବାର ଏକ ଟ୍ରାକ୍ଟର ଓଲଟି ପଡିଛି। ଫଲରେ ଟ୍ରାକ୍ଟର ତଳେ ଚାପି ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ଧର୍ମଗଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ଭାଲୁଚୁଅଁ।ରୁ ଆମ୍ବଗୁଡାକୁ ମେଟାଲ ଆଣିବାକୁ ଯାଉଥିବାବେଳେ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ମହିଳା ଶ୍ରମିକ ଚନ୍ଦ୍ରିକା ଧରୁଆ (୧୮)ଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ମହିଳା ଶ୍ରମିକ ଲବଣୀ ମାଝି। ଧର୍ମଗଡ ମେଡିକାଲରେ ସେ ଆଖି ବୁଜିଥିଲେ। ତେବେ ୪ ଗୁରୁତର ହେଉଛନ୍ତି ସିନ୍ଦୁକା ମାଝି (୧୯), ତିଳୋତ୍ତମା ପଟୋଲ (୧୮), ଚିନ୍ତା ମାଝି (୨୨) ଓ ଶରତ ମାଝି (୧୫)।

All Right Reserved By

Model This Week

ନିକିତା

ସମ୍ବଲପୁର

ୟୁନିକ ଡ୍ୟାନ୍ସ ଏଣ୍ଡ ମ୍ୟୁଜିକ୍‌ ଏକାଡେମୀର ବାର୍ଷିକ ଉତ୍ସବ: ଜୟ ହୋ..ନୃତ୍ୟରେ ଝୁମିଲେ ଦର୍ଶକ

ୟୁନିକ ଡ୍ୟାନ୍ସ ଏଣ୍ଡ ମ୍ୟୁଜିକ୍‌ ଏକାଡେମୀର ବାର୍ଷିକ ଉତ୍ସବ: ଜୟ ହୋ..ନୃତ୍ୟରେ ଝୁମିଲେ ଦର୍ଶକ

କୁଆଁରମୁଣ୍ଡା, ୨୩।୪(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ରାହାସ ପଡିଆରେ ସ୍ଥାନୀୟ ୟୁନିକ ଡ଼୍ୟାନ୍ସ ଏଣ୍ଡ ମ୍ୟୁଜିକ୍‌ ଏକାଡ଼େମୀର ୭ମ ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛ। ସଙ୍ଗୀତ ଓ ନୃତ୍ୟ ମଣିଷ ମନକୁ ସଦାସର୍ବଦା ପ୍ରଫୁଲିତ ରଖିଥାଏ। ଏପରିକି ଜଣେ ରୋଗୀ ଯଦି ପ୍ରତ୍ୟେହ ସୁନ୍ଦର ସୁନ୍ଦର ଗୀତ ଶୁଣେ, ତାହା ହେଲେ ତା’ର ମନ ପ୍ରଫୁଲ୍ଲିତ ରହିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ।

୩ ପିସିଆର୍‌ ଭ୍ୟାନ୍‌ ଉଦ୍‌ଘାଟିତ

୩ ପିସିଆର୍‌ ଭ୍ୟାନ୍‌ ଉଦ୍‌ଘାଟିତ

ଝାରସୁଗୁଡ଼ା ଅଫିସ,୨୩।୪: ଝାରସୁଗୁଡା ଜିଲା ମୁଖ୍ୟାଳୟ ପରିସରରେ ସୋମବାର ୩ଟି ପାଟ୍ରୋଲିଂ ପିସିଆର୍‌ ଭ୍ୟାନ୍‌ ଉଦ୍‌ଘାଟିତ ହୋଇଛି। ଜିଲାପାଳ ବିଭୂତି ଭୂଷଣ ପଟ୍ଟନାୟକ ଓ ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତି ଏହାକୁ ଉଦ୍‌ଘାଟନ କରିଥିଲେ।

ପଶ୍ଚିମବଙ୍ଗ ଗଲା ଝାରସୁଗୁଡ଼ା ଜିଆର୍‌ପି

ପଶ୍ଚିମବଙ୍ଗ ଗଲା ଝାରସୁଗୁଡ଼ା ଜିଆର୍‌ପି

ଝାରସଗୁଡ଼ା ଅଫିସ,୨୩।୪: ଆଜାଦ ହିନ୍ଦ ଟ୍ରେନରୁ ଡାଇନାମାଇଟ୍‌ ଉଦ୍ଧାର ଘଟଣାର ତଦନ୍ତ ପାଇଁ ଝାରସୁଗୁଡ଼ା ଜିଆରପି ପୋଲିସ ପଶ୍ଚିମବଙ୍ଗ ଯାଇଛି। ରବିବାର ରାତିରେ ଜିଆରପିର ୨ ଜଣ ଅଧିକାରୀ ପଶ୍ଚିମବଙ୍ଗ ଅଭିମୁଖେ ଗସ୍ତ କରିଛନ୍ତି।

ଅଦାଲତ ଭିତରେ ସ୍ବାମୀଙ୍କ ଖଣ୍ଡା ଆକ୍ରମଣରେ ସ୍ତ୍ରୀ ମୃତ, ୨ ଗୁରୁତର, ଅଭିଯୁକ୍ତ ଗିରଫ

ଅଦାଲତ ଭିତରେ ସ୍ବାମୀଙ୍କ ଖଣ୍ଡା ଆକ୍ରମଣରେ ସ୍ତ୍ରୀ ମୃତ, ୨ ଗୁରୁତର, ଅଭିଯୁକ୍ତ ଗିରଫ

ସମ୍ବଲପୁର,୨୩।୪(ବ୍ୟୁରୋ)-ସମ୍ବଲପୁର ଜିଲା ଫେମିଲି କୋର୍ଟ (ପାରିବାରିକ ଅଦାଲତ)ରେ ସୋମବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ସମସ୍ୟାର ଆଲୋଚନା ପାଇଁ ଉପସ୍ଥିତ ଥିବାବେଳେ ସିନ୍ଦୁରପଙ୍କ ଗ୍ରାମର ରାଜ କୁମ୍ବାରଙ୍କ ଖଣ୍ଡା ଆକ୍ରମଣରେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ମହିଳା, ଜଣେ ଶିଶୁ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ସଙ୍ଗୀତା ଚୌଧୁରୀ (୧୮)। ଗୁରୁତର ହେଲେ ସଙ୍ଗୀତାଙ୍କ ମା’ ଲଲିତା ଚୌଧୁରୀ (୩୭), ସଙ୍ଗୀତାଙ୍କ ବଡ ଭଉଣୀ ଝିଅ ଶିବାନୀ (୪)। ଅନ୍ୟ ପଟେ ଟାଉନ ଥାନା ପୋଲିସ ଅଭିଯୁକ୍ତ ରାଜ କୁମ୍ବାରଙ୍କୁ ଗିରଫ କରିବା ସହ ବ୍ୟବହୃତ ଖଣ୍ଡା ଜବତ କରିଛି। ଖଣ୍ଡା ଆକ୍ରମଣ ଫଳରେ କୋର୍ଟ ପରିସର ରକ୍ତାକ୍ତ ହୋଇଥିଲା। ସଙ୍ଗୀତା ଓ ଲଲିତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ଭୀମସାର ସ୍ଥାନାନ୍ତରଣ କରାଯାଇଥିବାବେଳେ ମଧ୍ୟାହ୍ନରେ ସଙ୍ଗୀତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଟ୍ରାନ୍ସଫର୍ମର ପୋଡ଼ି, ୨ମାସ ହେଲା ଗ୍ରାମ ଅନ୍ଧାର: ଜିଲାପାଳଙ୍କୁ ଫେରାଦ ହେଲେ ମହିଳା

ଟ୍ରାନ୍ସଫର୍ମର ପୋଡ଼ି, ୨ମାସ ହେଲା ଗ୍ରାମ ଅନ୍ଧାର: ଜିଲାପାଳଙ୍କୁ ଫେରାଦ ହେଲେ ମହିଳା

ବରଗଡ଼ ଅଫିସ୍‌,୨୩।୪- ବରଗଡ଼ ସହର ଉପକଣ୍ଠସ୍ଥ ପାତିକାରପଡ଼ା ଓ ସହରାପଡ଼ା ପାଇଁ ସ୍ଥାପିତ ବିଦ୍ୟୁତ ଟ୍ରାନ୍ସଫର୍ମର ଦୁଇମାସ ତଳୁ ପୋଡ଼ି ଖରାପ ହୋଇଯାଇଛି। ମାତ୍ର ଏପର୍ଯ୍ୟନ୍ତ ଏହାର ମରାମତି କରାଯାଇ ନାହିଁ। ତୁରନ୍ତ ଟ୍ରାନ୍ସଫର୍ମର ମରାମତି କରିବା ଦାବି ନେଇ ସୋମବାର ଉଭୟ ପଡ଼ାର ମହିଳାମାନେ ବରଗଡ଼ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ସେମାନଙ୍କ ପଡ଼ା ପାଇଁ ଏକ ନୂତନ ଟ୍ରାନ୍ସଫର୍ମର ସ୍ଥାପନ କରିବାକୁ ସେମାନେ ନିବେଦନ କରିଛନ୍ତି। ଗ୍ରାମର ସ୍ବେଚ୍ଛାସେବୀ ବିକାଶ ଅଗ୍ରୱାଲ ଓ ଅଶ୍ୱିନୀ ମେହେରଙ୍କ ନେତୃତ୍ୱରେ ପଡ଼ାର ମହିଳାମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ।

ଅଟୋ -ଟ୍ୟାଙ୍କର ଧକ୍କା: ୬ ଆହତ, ୨ଗୁରୁତର

ଅଟୋ -ଟ୍ୟାଙ୍କର ଧକ୍କା: ୬ ଆହତ, ୨ଗୁରୁତର

ଜୁନାଗଡ଼,୨୩।୪ (ଡି.ଏନ.ଏ.)-କଳାହାଣ୍ଡି ଜିଲା ଜୁନାଗଡ଼ ସହରର ଗୋବିନ୍ଦ ଢାବା ନିକଟରେ ୨୬ନଂ ଜାତୀୟ ରାଜପଥ ଉପରେ ସୋମବାର ମଧ୍ୟାହ୍ନରେ ଅଟୋ (ଟେମ୍ପୋ) ଓ ଟ୍ୟାଙ୍କର ମଧ୍ୟରେ ଧକ୍କା ହୋଇଛି। ଫଳରେ ଅଟୋରେ ବସିଥିବା ୮ଜଣଙ୍କ ମଧ୍ୟରୁ ୬ଜଣ ଆହତ ଓ ୨ଜଣ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୁରୁତରମାନଙ୍କୁ ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ରାଉରକେଲାରେ ଗଡ଼ିଲା ସଡ଼କ ସୁରକ୍ଷା ରଥ

ରାଉରକେଲାରେ ଗଡ଼ିଲା ସଡ଼କ ସୁରକ୍ଷା ରଥ

ରାଉରକେଲା ଅଫିସ, ୨୩।୪-ସୋମବାର ସଡ଼କ ସୁରକ୍ଷା ସପ୍ତାହ ପାଳନ ସେକ୍ଟର-୨୧ ଟ୍ରାଫିକ ଆଉଟ୍‌ ପୋଷ୍ଟ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଏକ ସଡ଼କ ସୁରକ୍ଷା ରଥ ଗଡିଥିଲା। ଏହାକୁ ପତାକା ଦେଖାଇ ଆରଏମ୍‌ସି କମିଶନର ରଶ୍ମିତା ପଣ୍ଡା, ଏସ୍‌ପି ଡା. ଉମାଶଙ୍କର ଦାଶ ଏବଂ ଏଡିଏମ୍‌ ମନୀଷା ବାନାର୍ଜୀ ଶୁଭାରମ୍ଭ କରିଥିଲେ।

ଜିଲାସ୍ତରୀୟ ଜାତୀୟ ସଡକସୁରକ୍ଷା ସପ୍ତାହ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ

ଜିଲାସ୍ତରୀୟ ଜାତୀୟ ସଡକସୁରକ୍ଷା ସପ୍ତାହ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ

ସୁନ୍ଦରଗଡ, ୨୩।୪ (ଡି.ଏନ୍‌.ଏ) -୨୯ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ୨୩ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ପାଳନ ଅବସରରେ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ଏକ ସଚେତନତା ରଥ ଓ ଶୋଭାଯାତ୍ରାକୁ ଜିଲାପାଳ ବିନୀତ ଭରଦ୍ୱାଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ରାମନିବାସ ସିରିକାଙ୍କ ସମେତ ଜିଲାର ଅନ୍ୟାନ୍ୟ ପଦାଧିକାରୀମାନେ ଏହି ସମାରୋହରେ ଉପସ୍ଥିତ ଥିଲେ।

ଭକ୍ତଙ୍କ ଶିରିଡିରୁ କଣ୍ଟାବାଞ୍ଜି ଯାତ୍ରା

ଭକ୍ତଙ୍କ ଶିରିଡିରୁ କଣ୍ଟାବାଞ୍ଜି ଯାତ୍ରା

ନୂଆପଡ଼ା ଅଫିସ,୨୩।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରେ ଏକ ସାଇ ମନ୍ଦିର ପ୍ରତିଷ୍ଠା ଉଦ୍ଦେଶ୍ୟରେ ନଟବର ସୋନି ନାମକ ଜଣେ ଯୁବକ ଶିରିଡିରୁ ପଦଯାତ୍ରାରେ କଣ୍ଟାବାଞ୍ଜି ଅଭିମୁଖେ ଯାଉଛନ୍ତି।

ଖୁଡ଼ୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଖୁଡ଼ୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଝାରସୁଗୁଡ଼ା ଅଫିସ, ୨୩।୪: ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକ ଓଡ଼ିଆପଲ୍ଲୀରେ ଖୁଡ଼ୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲାର ବିଚାର ସୋମବାର ହୋଇଛି। ଏହି ଘଟଣାରେ ପୁତୁରା ସୁରଥ ଖଣ୍ଡା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଝାରସୁଗୁଡା ଅତିରିକ୍ତ ଜିଲା ଓ ଦୌରାଜଜ ସୌମେନ୍ଦ୍ର କୁମାର ରାଜଗୁରୁ ମାମଲାର ବିଚାର କରି ସୁରଥଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି।

ଜାଗା ଉଚ୍ଛେଦ ନେଇ ହାଟପଦାରେ ଅସନ୍ତୋଷ: ପରିବା ବିକାଳୀ ଜିଲାପାଳଙ୍କୁ ଭେଟିଲେ

ଜାଗା ଉଚ୍ଛେଦ ନେଇ ହାଟପଦାରେ ଅସନ୍ତୋଷ: ପରିବା ବିକାଳୀ ଜିଲାପାଳଙ୍କୁ ଭେଟିଲେ

ବରଗଡ଼ ଅଫିସ୍‌,୨୩।୪- ବରଗଡ଼ ସହରର ପେଣ୍ଠସ୍ଥଳୀ କୁହାଯାଉଥିବା ହାଟପଦାରେ ଜାଗା ଉଚ୍ଛେଦ ନେଇ ଅସନ୍ତୋଷ ତେଜି ଉଠିଛି। ଏହି ପରିପ୍ରେକ୍ଷୀରେ ସୋମବାର ହାଟପଦାର ପରିବା ବିକାଳୀମାନେ ବଜାର କାମ ବନ୍ଦ କରି ଜିଲାପାଳଙ୍କୁ ଫେରାଦ ହୋଇଛନ୍ତି। ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ସେମାନେ ଏକ ସ୍ମାରକପତ୍ର ପ୍ରଦାନ କରି ପୂର୍ବଭଳି ହାଟପଦାରେ ସେମାନଙ୍କ ପରିବା ପସରା ବସାଇବା ପାଇଁ ଜାଗା ପ୍ରଦାନ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ନିବେଦନ କରିଛନ୍ତି।

ବଡ଼ଗାଁ ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ବଡ଼ଗାଁ ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ବଡ଼ଗାଁ, ୨୩।୪ (ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ପୋଲିସ ପକ୍ଷରୁ ସୋମବାର ପୂର୍ବାହ୍ନରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବଡ଼ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବଡ଼ଗାଁ ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ରୀଛାତ୍ରମାନେ ଯୋଗଦେଇଥିଲେ। ବଡ଼ଗାଁ ଥାନା ଅଧିକାରୀ ଠାକୁର ଦାସ ମୁର୍ମୁ, ଏସଆଇ ଲକ୍ଷ୍ମୀକାନ୍ତ ପ୍ରଧାନ, ଜେ ପୋଇ, ଶିକ୍ଷାନୁଷ୍ଠାନର ଶିକ୍ଷୟିତ୍ରୀ, ଶିକ୍ଷକ ଉପସ୍ଥିତ ଥିଲେ।