Dharitri News
ସମ୍ବଲପୁର

ମହିଳା, ଶିଶୁ ଡେସ୍କ ପ୍ରହସନ : ନ୍ୟାୟ ନ ଦେଇ ମହିଳାକୁ ଭୟଭୀତ କରାଉଛି ପୋଲିସ

ବାମରା, ୨୫। ୧୨ (ସ୍ବ.ପ୍ର.)-ସମ୍ବଲପୁର ଜିଲା ବାମରା ବ୍ଲକ ଉଚ୍ଚକାପାଟ ପଞ୍ଚାୟତ କେଛୁପାଣି- ବାରଗାଡ ଗ୍ରାମର ଜନୈକା ପୀଡିତା ମହିଳାଙ୍କୁ ନ୍ୟାୟ ନ ଦେଇ ବାରମ୍ବାର ଭୟ ଦେଖାଉଥିବା ଅଭିଯୋଗ କରାଯାଇଛି । ନ୍ୟାୟ ନ ପାଇ ମହିଳା ଜଣକ ବର୍ତ୍ତମାନ ସମ୍ପୂର୍ଣ୍ଣ ମର୍ମାହତ ହୋଇ ନିଜ ଅନ୍ତର ବ୍ୟଥା ଓ କଥା ଶୁଣାଇଥିଲେ। ପ୍ରାପ୍ତ ବିବରଣୀ ଅନୁସାରେ, ସୁନ୍ଦରଗଡ ଜିଲା ବଡଗାଁ ଥାନା ରୁନ୍‌ଗା ଗ୍ରାମର ଚନ୍ଦ୍ରିକା ରଣା (୩୭) ଗତ ୨୦୦୨ ମସିହାରେ ଗୋବିନ୍ଦପୁର ଥାନା ଉଚ୍ଚକାପାଟ ପଞ୍ଚାୟତ କେଛୁପାଣି- ବାରଗାଡ ଗ୍ରାମର ଗୁଲବଦନ ରଣାଙ୍କ ପୁଅ ସୁଶିଲ (୪୦)ଙ୍କ ସହିତ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଥିଲା। ବାହାଘରର ମାତ୍ର ୧୫ ଦିନ ପରେ ଆରମ୍ଭ ହୋଇଥିଲା ଘରୋଇ ହିଂସା । କଥା କଥାକେ ସ୍ବାମୀ ସୁଶିଲ ବିଭିନ୍ନ ବାହାନା ଦେଖାଇ ମାଡପିଟ ଓ ଗାଲିଗୁଲଜ କରି ଆସୁଥିଲେ । ଏପରିକି ଗରିବ ବାପା ଘରୁ ଆଣିଥିବା ଫ୍ୟାନ, ସିଲେଇ ମେସିନ୍‌, ସାଇକେଲ, ଟିଭି ଓ ବାସନ କୁସନ ଆଦି ବିକ୍ରି କରି ମଦ ପିଇ ଦେଇଥିବା ଅଭିଯୋଗ କରିଛନ୍ତି ପୀଡିତା ଚନ୍ଦ୍ରିକା ରଣା । କେବଳ ସେତିକି ନୁହେଁ ଘରେ ଅଛନ୍ତି ସମ୍ପୂର୍ଣ୍ଣ ଭିନ୍ନକ୍ଷମ ଶ୍ୱଶୁର ଗୁଲବଦନ (୭୦) ଓ ଜଣେ ପିଉସୀ ଶାଶୁ (୬୫) । ସେମାନଙ୍କ ସେବା ଶୁଶ୍ରୁଷା କରିବା ବ୍ୟତିତ ଘର କାମ କରିବା ପରେ ମଧ୍ୟ ସ୍ବାମୀଙ୍କ ଠାରୁ ପ୍ରାୟ ପ୍ରତିଦିନ ମାଡ ଖାଇଥାନ୍ତି । ଗତ ୩ ରୁ ୪ ଦିନ ତଳେ ସୁଶିଲ ଘର ରଖାଯାଇଥିବା ପିଡିଏସ ଚାଉଳକୁ ବିକ୍ରି କରି ଦେବାରୁ ଗଣ୍ଡଗୋଳ ହୋଇଥିଲା। ଏଥିରେ ସୁଶିଲ ନିଜ ସ୍ତ୍ରୀକୁ ପ୍ରବଳ ମାଡ ମାରିଥିଲେ । ଏହାକୁ ନେଇ ଗତ ବୁଧବାର ଚନ୍ଦ୍ରିକା ଅଭିଯୋଗ କରିବା ପାଇଁ ପହଞ୍ଚତ୍ଥିଲେ ଗୋବିନ୍ଦପୁର ଥାନାକୁ । ଥାନାରେ ଥିବା କେତେକ ପୋଲିସ ଅଧିକାରୀ ନାମ ଓ ଠିକଣା ଲେଖି ତାଙ୍କୁ ଫେରାଇ ଦେଇଥିଲେ। ଏହାର ୨ରୁ୩ ଦିନ ପରେ ପୁଣି ତାଙ୍କ ଉପରେ ଅତ୍ୟାଚାର ହେବା ପରେ ଶନିବାର ପୂନର୍ବାର ଥାନାକୁ ଆସି ଗୁହାରି କରିଥିଲେ । ହେଲେ ଯଥା ପୂର୍ବ ତଥା ପରଂ ନ୍ୟାୟରେ ଥାନାରେ କେହି ହେଲେ ସାହାଯ୍ୟ ସହଯୋଗ ନ କରି ଓଲଟା ଭୟଭୀତ କରିଥିବା ଅଭିଯୋଗ କରାଯାଇଛି। ମହିଳା ଜଣକ ନିଜ ସ୍ବାମୀଙ୍କ ନାମରେ ଅଭିଯୋଗ କରି ଦଣ୍ଡ ଦିଆଯାଉ ବୋଲି କହିବାରୁ, ତୋ ସ୍ବାମୀକୁ ଗିରଫ କରି ଜେଲ ପଠାଇଦେଲେ ତୋର କଣ ଲାଭ ହେବ, ଓଲଟିଆ ସେ ଜେଲରୁ ବାହାରିଲେ ତତେ ଜୀବନରେ ମାରି ଦେବ ବୋଲି ଜନୈକ ପୋଲିସ ଅଫିସର ଧମକ ଦେଇଥିଲେ ବୋଲି ପ୍ରକାଶ କରିଛନ୍ତି । ଏହା ଶୁଣି ହତାଶ ହୋଇ ସେ ଚାଲିଚାଲି ଏକୁଟିଆ ନିଜ ଘରକୁ ଫେରି ଯାଇଥିଲେ । ଆମ ପ୍ରତିନିଧି ତାଙ୍କ ଘରକୁ ଯାଇ ବୁଝାସୁଝା କରିବାରୁ, ମୋ ପ୍ରତି ଅନ୍ୟାୟ ଅତ୍ୟାଚାର ହେଉଥିଲେ ମଧ୍ୟ ଗାଁ ଲୋକେ କି ପୋଲିସ କେହି ମତେ ସାହାଯ୍ୟ କଲେ ନାହିଁ । ମୁଁ ମଲା ପରେ ମୋର ଅତ୍ୟାଚାରୀ ସ୍ବାମୀକୁ ପୋଲିସ ଗିରଫ କରିବ ବୋଲି କହି କାନ୍ଦି ପକାଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ମହିଳା ଓ ଶିଶୁଙ୍କୁ ପ୍ରକୃତ ନ୍ୟାୟ ଉଦ୍ଦେଶ୍ୟରେ ସ୍ବତନ୍ତ୍ର ଡେସ୍କ ଖୋଲାଯାଇଥିଲେ ମଧ୍ୟ ଗୋବିନ୍ଦପୁର ଥାନାରେ ଏହା ଏକ ପ୍ରହସନ ପାଲଟିଥିବା ମନେ ହେଉଛି । ଏହିଭଳି ହେଲେ ପୋଲିସ ପ୍ରଶାସନ ଉପରୁ ଭରସା ଉଠିଯିବା ସ୍ବାଭାବିକ ବୋଲି ବୁଦ୍ଧିଜିବୀ ମହଳରେ ଚର୍ଚ୍ଚା ହୋଇଛି । ଏ ସମ୍ପର୍କରେ ଭାରପ୍ରାପ୍ତ ଥାନା ଅଧିକାରୀ ପ୍ରାଣନାଥ ନାୟକଙ୍କୁ ପଚାରିବାରୁ ଘଟଣା ବିଷୟରେ କିଛି କହିପାରିବି ନାହିଁ ବୋଲି କହିଥିଲେ ।

ସମ୍ବଲପୁର

ଦେବଗଡ ମସଜିଦ୍‌ ବନ୍ଦ ହେବା ଘଟଣା: ମିଳାମିଶା ପାଇଁ ୧୫ ଦିନ ସମୟ

ଦେବଗଡ ମସଜିଦ୍‌ ବନ୍ଦ ହେବା ଘଟଣା: ମିଳାମିଶା ପାଇଁ ୧୫ ଦିନ ସମୟ

ଦେବଗଡ,୧୭।୧ (ସ୍ବ.ପ୍ର)-ଦୀର୍ଘ ୯ ବର୍ଷରୁ ଊର୍ଦ୍ଧ୍ୱ ହେଲା ଦେବଗଡସ୍ଥିତ ଏକମାତ୍ର ମସଜିଦ୍‌ରେ ୱାହାବୀ ଏବଂ ସୁନ୍ନୀ ବରେଲି ଗୋଷ୍ଠୀର ମୁସଲମାନ୍‌ମାନଙ୍କ ମଧ୍ୟରେ ନମାଜ୍‌ ପାଠ ଓ ନୁତନ ମୌଲବୀ ମନୋନୟନ ଇସହ ମସଜିଦ୍‌ ପରିଚାଳନା କମିଟି ନିର୍ବାଚନ ପାଇଁ ବିବାଦ ଜାରି ରହଛି । ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହାର ଏକ ନିଷ୍କର୍ଷ ସମାଧାନ ପାଇଁ ଦୁଇ ଗୋଷ୍ଠୀଙ୍କୁ ମିଶାଇବାପାଇଁ ଦ୍ୱିତୀୟ ବାର ମଙ୍ଗଳବାର ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଭିତରେ ଏକ ବୈଠକ ବସିଥିଲା । ଏହି ପରିପ୍ରେକ୍ଷୀରେ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ୱାକଫ୍‌ ବୋର୍ଡ୍‌ର ପ୍ରତିନିଧି ଭାବେ ଆସିଥିବା ଶେଖ୍‌ ସଲାଉଦ୍ଦିନ୍‌ ,ସୟେଦ୍‌ ଅସଦକ ଅଲ୍ଲୀ ଏବଂ ଦେବଗଡର ଏସଡିପିଓ ସୁଲେମାନ ଏକ୍କାଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ ।

କଷ୍ଟମ ଚାଉଳ ସଂଗ୍ରହ ମନ୍ଥର

କଷ୍ଟମ ଚାଉଳ ସଂଗ୍ରହ ମନ୍ଥର

ବରଗଡ଼ ଅଫିସ୍‌,୧୭। ୧ ବରଗଡ଼ ଜିଲାରେ ମିଲର୍ସଙ୍କଠାରୁ କଷ୍ଟମ ଚାଉଳ ସଂଗ୍ରହରେ ମନ୍ଥରତା ଦେଖାଦେଇଛି। ଯୋଗାଣ ନିଗମଠାରେ ଏହି ଚାଉଲ ଜମା ଦେବାର ଅବଧି ଆଉ ମାତ୍ର ସାଢ଼େ ୩ମାସ ବାକି ରହିଛି। ମାତ୍ର ଏପର୍ଯ୍ୟନ୍ତ ମିଲର୍ସମାନଙ୍କଠାରୁ ୫୦ ପ୍ରତିଶତ ଚାଉଳ ଅସୁଲ କରାଯାଇ ପାରିନାହିଁ । ଏହା ରାଜ୍ୟ ଯୋଗାଣ ନିଗମର ଦୃଷ୍ଟିକୁ ଆସିବା ପରେ ଏ ନେଇ ତ୍ୱରିତ ପଦକ୍ଷେପ ନେବା ପାଇଁ ମଙ୍ଗଳବାର ରାଜ୍ୟ ଯୋଗାଣ ନିଗମର ଜେନେରାଲ ମ୍ୟାନେଜର ପ୍ରଦୀପ କୁମାର ଗର୍ଡ଼ିଆ ବରଗଡ଼ ଜିଲା ଯୋଗାଣ ଅଧିକାରୀ ଶ୍ରୀକର ମାଝିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରେଲଓ୍ବେ ବଜେଟ ପାଇଁ ରାଉରକେଲାରୁ ପ୍ରସ୍ତାବ

ରାଉରକେଲା ଅଫିସ,୧୭।୧-ଆସନ୍ତା ଫେବୃୟାରୀରେ କେନ୍ଦ୍ରୀୟ ରେଲଓ୍ବେ ବଜେଟ। ଏ ନେଇ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ସେମାନଙ୍କ ରାଜ୍ୟରେ ଥିବା ରେଳ ସମସ୍ୟା ଓ ଆବଶ୍ୟକ ସୁବିଧା ସମ୍ପର୍କରେ ତଥ୍ୟ ମାଗି ସାରିଲେଣି। ଏହି ପରିପ୍ରେକ୍ଷୀରେ ରାଉରକେଲାର ରେଳ ବିକାଶ ସମ୍ପର୍କରେ କେତେକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ରେଳ ଓ ସଡ଼କ ଉପଯୋଗକାରୀ ସଂଘ ପକ୍ଷରୁ ପ୍ରଦାନ କରାଯାଇଛି। ଏଥିରେ ଉଲ୍ଲେଖ ରହିଛି, ଦୀର୍ଘଦିନ ହେବ ରାଉରକେଲାରେ ଏକ ରେଳ ଡିଭିଜନ ପାଇଁ ପ୍ରସ୍ତାବ ରହିଥିଲା। କିନ୍ତୁ ତାହା ଆଜିପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିନାହିଁ।

ଦୁର୍ଦ୍ଦଶା ଭୋଗୁଛନ୍ତି ବୀମାଭୁକ୍ତ କର୍ମଚାରୀ

ରାଉରକେଲା ଅଫିସ,୧୭।୧-ସ୍ଥାନୀୟ ଏକମାତ୍ର ଇଏସ୍‌ଆଇ ମଡେଲ ହସ୍ପିଟାଲ ଅବସ୍ଥା ଏବେ ଦୟନୀୟ। ଏହାର ଉନ୍ନତୀକରଣ ପରିବର୍ତ୍ତେ ଦୁରବସ୍ଥା ମଧ୍ୟକୁ ଠେଲି ଦିଆଯାଉଛି ବୋଲି ହିନ୍ଦ୍‌ ମଜଦୁର ସଭା ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ଇଏସ୍‌ଆଇସି ସଦସ୍ୟ ବିଦ୍ୟାଧର ବାରିକ ଅଭିଯୋଗ କରିଛନ୍ତି। ସେ ପ୍ରତିକ୍ରିୟାରେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଉଦାସୀନତା ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ। ସମଗ୍ର ଦେଶରେ ୩୪ ମଡେଲ ହସ୍ପିଟାଲ ରହିଛି।

ପାରିବାରିକ କଳହ: ସ୍ତ୍ରୀଙ୍କୁ ହତ୍ୟାପରେ ସ୍ବାମୀଙ୍କ ଆତ୍ମହତ୍ୟା

ପାରିବାରିକ କଳହ: ସ୍ତ୍ରୀଙ୍କୁ ହତ୍ୟାପରେ ସ୍ବାମୀଙ୍କ ଆତ୍ମହତ୍ୟା

କୁଆଁରମୁଣ୍ଡା,୧୭।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ବୀରମିତ୍ରପୁର ଥାନା ଅଧୀନ ଅନ୍ଧାରୀ ଗ୍ରାମରେ ପାରିବାରିକ କଳହର ଭୟଙ୍କର ପରିଣତି ଦେଖିବାକୁ ମିଳିଛି। ଗ୍ରାମର ଶୈଳେଶ(୪୫) ନାମକ ଜଣେ ବ୍ୟକ୍ତି ତାଙ୍କର ସ୍ତ୍ରୀ ପ୍ୟାରୀ(୪୨)ଙ୍କୁ ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ଟାଙ୍ଗିଆରେ ହାଣି ହତ୍ୟା କରିବାପରେ ନିଜେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି।

ମଦ୍ୟପ ସ୍ବାମୀଙ୍କ ଉନ୍ମତ୍ତ କାଣ୍ଡ, ସ୍ତ୍ରୀଙ୍କୁ ଟାଙ୍ଗିଆ ବେଣ୍ଟରେ ମାଡ଼

ମଦ୍ୟପ ସ୍ବାମୀଙ୍କ ଉନ୍ମତ୍ତ କାଣ୍ଡ, ସ୍ତ୍ରୀଙ୍କୁ ଟାଙ୍ଗିଆ ବେଣ୍ଟରେ ମାଡ଼

ଲାଞ୍ଜିଗଡ,୧୬।୧(ଡି.ଏନ୍‌.ଏ): ମଦ୍ୟପାନ କରି ସ୍ତ୍ରୀକୁ ଟାଙ୍ଗିଆ ବେଣ୍ଟରେ ମାଡ ମାରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହା ଘଟିଛି ବିଶ୍ୱନାଥପୁର ଥାନା ଅର୍ନ୍ତଗତ ବକଟପୁର ଗାଁରେ। ବକଟପୁରସ୍ଥିତ ମା’ ତାରିଣୀ ସ୍ବଂୟ ସହାୟକ ଗୋଷ୍ଠୀର ଉଦ୍ୟମ କ୍ରମେ ଘଟଣାଟି ସାମ୍ନାକୁ ଆସିଛି।

ମାଓବାଦୀ ରାମ୍‌ସାଇଙ୍କ ଆତ୍ମସମର୍ପଣ

ମାଓବାଦୀ ରାମ୍‌ସାଇଙ୍କ ଆତ୍ମସମର୍ପଣ

ରାଉରକେଲା ଅଫିସ,୧୬।୧-ସୁନ୍ଦରଗଡ଼-ଦେବଗଡ଼-ସମ୍ବଲପୁର ଡିଭିଜନ୍‌ର କ୍ୟାଡର ମାଓବାଦୀ ରାମସାଇ ମୁଣ୍ଡା (୨୦) ମଙ୍ଗଳବାର ରାଉରକେଲା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ପୁତୁରା ଟାଙ୍ଗିଆ ଚୋଟରେ କକା ମୃତ

ପୁତୁରା ଟାଙ୍ଗିଆ ଚୋଟରେ କକା ମୃତ

ବଙ୍ଗୋମୁଣ୍ଡା/ମୁରିବାହାଲ,୧୬।୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଦନ୍ଦରା ଗ୍ରାମରେ ସୋମବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ପୁତୁରାର ଟାଙ୍ଗିଆ ଚୋଟରେ କକାଙ୍କ ଜୀବନ ଯାଇଛି। ମୃତକ ହେଲେ ରମେଶ ପାଢୀ (୬୫)। ଅଭିଯୁକ୍ତ ପୁତୁରା ଅଶ୍ୱିନୀ ପାଢୀ(୪୬)ଙ୍କୁ ପୋଲିସ ଗିରଫ କରିଛି।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି: ରାସ୍ତାକୁ ଓହ୍ଲାଇଲା ବିଜେଡି

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି: ରାସ୍ତାକୁ ଓହ୍ଲାଇଲା ବିଜେଡି

ଲାଞ୍ଜିଗଡ,୧୬।୧(ଡି.ଏନ୍‌.ଏ): ବର୍ଷ ସାରା ଖଟି ଫସଲ ଉପତ୍।ଦନ କରୁଛି ଚାଷୀ । ସେଇଠି ପୁଣି ବର୍ଷସାରା ଧୋଇ,ମରୁଡିର ସମ୍ମୁଖୀନ ହେଉଥିବା ଚାଷ ବଳକିଲେ ରୋଗ ପୋକର ଦାଉ ସହିବାକୁ ପଡେ। ଏହାପରେ ଉପତ୍।ଦିତ ଫସଲକୁ ମଣ୍ଡିରେ ବିକ୍ରି କରିବାକୁ ନେଲେ ସେଠାରେ ମିଲର୍ସ-ଦଲାଲଙ୍କ ଦ୍ୱାରା ଶୋଷିତ ହେଉଛି।

 ପୁରୁଷ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ସଂଘ ପକ୍ଷରୁ ଦାବିପତ୍ର

ପୁରୁଷ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ସଂଘ ପକ୍ଷରୁ ଦାବିପତ୍ର

ଜୁନାଗଡ଼ ,୧୬।୧(ଡି.ଏନ୍‌.ଏ):ଓଡିଶା ରାଜ୍ୟ ପୁରୁଷ ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ ସଂଘ କଳାହାଣ୍ଡି ଶାଖା ପକ୍ଷରୁ ରବିବାର ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବଙ୍କ ଉଦ୍ଦେଶ୍ୟରେ ଏକ ୫ ଦଫା ଦାବିପତ୍ର ଜିଲା ସ୍ବାସ୍ଥ୍ୟ ଅଧିକାରୀ ଡାଃ ସରୋଜ କୁମାର ତିଆଡିଙ୍କୁ ପ୍ରଦାନ କରାଯାଇଥିଲା।

 ହାର୍‌ ମାନିଛେ ଭିନ୍ନକ୍ଷମତା

ହାର୍‌ ମାନିଛେ ଭିନ୍ନକ୍ଷମତା

ବରଗଡ଼ ଅଫିସ୍‌,୧୬।୧: ନଁ। ତଁ।କର ସୁରଜ ପ୍ରଧାନ। ବରଗଡ଼ ସହର ପାଖର୍‌ ବରଡ଼ୋଲରେ ତଁ।କର ଘର। ମା’ ବାସନ୍ତୀ ଆର୍‌ ବାପ୍‌ ଅଞ୍ଚାନନକଁର ୩ ଝି ପୁଓ ଭିତ୍‌ରୁ ସେ ହେଉଛନ୍‌ ବଡ଼ଖା ପୁଓ। ବହେନ୍‌ ସୋନାଲୀ ଯୁକ୍ତଦୁଇ ପହେଲା ବଛର୍‌ ଛାତ୍ରୀ ଥିଲାବେଲ୍‌କେ ସାନଭାଇ ପ୍ରାଞ୍ଜଳକେ ଅଢ଼େ ବଛର ହେଉଛେ।

 ନୃତ୍ୟ, ଗୀତ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ନୃତ୍ୟ, ଗୀତ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ଭବାନୀପାଟଣା, ୧୬।୧ (ଡି.ଏନ୍‌.ଏ.): ରବିବାରଠାରୁ ଆରମ୍ଭ ହୋଇଥିବା ୨୨ତମ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରାର ସୋମବାର ଦ୍ୱିତୀୟ ସନ୍ଧ୍ୟା ଦର୍ଶକମାନଙ୍କୁ ମୁଗ୍ଧ କରିଦେଇଛି। ନୃତ୍ୟ, ଗୀତରେ ଦର୍ଶକ ଝୁମିଉଠିଥିଲେ।