Dharitri News
ଅନ୍ତର୍ଜାତୀୟ |

ବଡ଼ଦିନ ଉତ୍ସବ: ରାଓ୍ବଲପିଣ୍ଡିରେ କଡ଼ା ସୁରକ୍ଷା

ବଡ଼ଦିନ ଉତ୍ସବ: ରାଓ୍ବଲପିଣ୍ଡିରେ କଡ଼ା ସୁରକ୍ଷା ରାଓ୍ବଲପିଣ୍ଡି,୨୫।୧୨: ବଡ଼ଦିନ ଉତ୍ସବ ପାଳନ ଅବସରରେ ସୋମବାର ପାକିସ୍ତାନ ରାଓ୍ବଲପିଣ୍ଡିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୩ହଜାରରୁ ଅଧିକ ସୁରକ୍ଷାକର୍ମୀଙ୍କୁ ବିଭିନ୍ନ ଚର୍ଚ୍ଚ ତଥା ସର୍ବସାଧାରଣ ସ୍ଥାନରେ ମୁତୟନ କରାଯାଇଛି। ଗତ ସପ୍ତାହରେ କ୍ୱିଟାର ଏକ ଚର୍ଚ୍ଚ ଉପରେ ହୋଇଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ଅନ୍ତର୍ଜାତୀୟ |

ଫିଲିପାଇନ୍ସର ସର୍ବାଧିକ ସକ୍ରିୟ ଜ୍ୱାଳାମୁଖୀ

ଫିଲିପାଇନ୍ସର ସର୍ବାଧିକ ସକ୍ରିୟ ଜ୍ୱାଳାମୁଖୀ

ମାନିଲା,୨୩।୧: ଫିଲିପାଇନ୍ସର ସବୁଠାରୁ ସକ୍ରିୟ ଜ୍ୱାଳାମୁଖୀ ମାଉଣ୍ଟ ମେୟନ୍‌ ପାହାଡ଼ରେ ସୋମବାର ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଆକାଶକୁ ବହୁ ପରିମାଣର ଧୂଆଁ ଓ ପାଉଁଶ ଉଠୁଥିବା ଦେଖିବାକୁ ମିଳିଥିଲା। ସମୁଦ୍ର ପତ୍ତନଠାରୁ ଏହା ୨୪୬୨ ମିଟର ଉଚ୍ଚରେ ଅବସ୍ଥିତ।

 ଆମେରିକା ଉପରେ ଆଣବିକ ଆକ୍ରମଣ କରିବ ଉତ୍ତରକୋରିଆ: ସିଆଇଏ

ଆମେରିକା ଉପରେ ଆଣବିକ ଆକ୍ରମଣ କରିବ ଉତ୍ତରକୋରିଆ: ସିଆଇଏ

ଓ୍ବାଶିଂଟନ, ୨୩।୧: ଆମେରିକା ଉପରେ ଆଗାମୀ କିଛି ମାସ ମଧ୍ୟରେ ଉତ୍ତରକୋରିଆ ଆଣବିକ ଆକ୍ରମଣ କରିବାର ଆଶଙ୍କା ରହିଛି। ଏ ସମ୍ପର୍କରେ ଆମେରିକା ସେଣ୍ଟ୍ରାଲ ଇଣ୍ଟେଲଜେନ୍ସ ଏଜେନ୍ସି(ସିଆଇଏ) ପକ୍ଷରୁ ସୂଚିତ କରାଯାଇଛି।

 ପାକିସ୍ତାନ ଉପରେ ବଢ଼ିଲା ଆମେରିକା ଚାପ

ପାକିସ୍ତାନ ଉପରେ ବଢ଼ିଲା ଆମେରିକା ଚାପ

ଓ୍ବାଶିଂଟନ, ୨୩।୧: ଆଫଗାନୀସ୍ଥାନ କାବୁଲର ହୋଟେଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ଉପରେ ଆମେରିକାର ଚାପ ବଢ଼ିବାରେ ଲାଗିଛି।

କଲମ୍ବିଆ ଭୂସ୍ଖଳନ: ୧୩ ମୃତ

କଲମ୍ବିଆ ଭୂସ୍ଖଳନ: ୧୩ ମୃତ

ବୋଗୋଟା,୨୨।୧: କଲମ୍ବିଆରେ ହୋଇଥିବା ଭୂସ୍ଖଳନରେ ଏକ ବସ୍‌ ଖାଲ ମଧ୍ୟକୁ ଖସି ପଡିବା ଫଳରେ ଜଣେ ଶିଶୁ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାଟି ତୁକେରେସ୍‌ ସହର ନିକଟ ବାଲେ ଅଞ୍ଚଳରେ ଘଟିଛି।

ଚାଇନା ନୌସେନାରେ ଇଲୋକ୍ଟ୍ରନିକ୍ସ୍‌ ଯୁଦ୍ଧବିମାନ ସାମିଲ

ଚାଇନା ନୌସେନାରେ ଇଲୋକ୍ଟ୍ରନିକ୍ସ୍‌ ଯୁଦ୍ଧବିମାନ ସାମିଲ

ବେଜିଂ, ୨୨।୧: ଚାଇନା ନୌସେନାରେ ଅତ୍ୟାଧୁନିକ ଇଲୋକ୍ଟ୍ରନିକ୍ସ୍‌ ଯୁଦ୍ଧବିମାନକୁ ସାମିଲ୍‌ କରାଯାଇଛି। ଏହାଦ୍ୱାରା ନୌସେନାର ଶକ୍ତି ବୃଦ୍ଧି ପାଇବ ବୋଲି ଚାଇନା ପ୍ରତିରକ୍ଷା ବିଭାଗ ପକ୍ଷରୁ ସୋମବାର ସୂଚିତ କରାଯାଇଛି

ଜାତିସଂଘ ସଦସ୍ୟ ଅପହୃତ

ଜାତିସଂଘ ସଦସ୍ୟ ଅପହୃତ

କାବୁଲ, ୨୨।୧: ଜଣେ ଜାତିସଂଘ ମହିଳା ସଦସ୍ୟ ଏବଂ ତାଙ୍କ ଝିଅଙ୍କୁ ଆଫଗାନୀସ୍ତାନ କାବୁଲର ଖୈର କାହାନ୍‌ଠାରୁ ଅପହରଣ କରି ନିଆଯାଇଛି। ସଦସ୍ୟ ଜଣଙ୍କ ତାଙ୍କ ଝିଅକୁ ସୋମବାର ସ୍କୁଲରେ ଛାଡିବାକୁ ଯାଉଥିବା ବେଳେ ଏପରି ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।

ରୋହିଙ୍ଗ୍ୟାଙ୍କ ସ୍ବଦେଶ ଫେରିବା ବିଳମ୍ବ ହେବ: ବାଂଲାଦେଶ

ରୋହିଙ୍ଗ୍ୟାଙ୍କ ସ୍ବଦେଶ ଫେରିବା ବିଳମ୍ବ ହେବ: ବାଂଲାଦେଶ

ଢ଼ାକା, ୨୨।୧: ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ସ୍ବଦେଶ ଫେରିବା ବିଳମ୍ବ ହେବ ବୋଲି ବଂଲାଦେଶ କହିଛି। ଏହା ଆସନ୍ତା ମଙ୍ଗଳବାରଠାରୁ ଆରମ୍ଭ ହେବାର ସମ୍ଭାବନା ରହିଛି।

ଆଫଗାନୀସ୍ତାନରେ ସୈନ୍ୟ ସଂଖ୍ୟା ବଢ଼ାଇବ ଆମେରିକା

ଆଫଗାନୀସ୍ତାନରେ ସୈନ୍ୟ ସଂଖ୍ୟା ବଢ଼ାଇବ ଆମେରିକା

ଓ୍ବାଶିଂଟନ, ୨୨।୧: ଆଫଗାନୀସ୍ତାନରେ ଆମେରିକା ଆତଙ୍କବାଦୀ ବିରୋଧରେ ସଂଗ୍ରାମ ଜାରି ରଖିଛି। ଏହି ମର୍ମରେ ଅଧିକ ଏକ ହଜାର ସୈନ୍ୟ ସେଠାକୁ ପଠାଇବା ଆମେରିକା ଯୋଜନା କରିଛି ।

ସିଡ୍‌ନୀ ଟ୍ରେନ୍‌ ଦୁର୍ଘଟଣା: ୧୨ ଆହତ

ସିଡ୍‌ନୀ ଟ୍ରେନ୍‌ ଦୁର୍ଘଟଣା: ୧୨ ଆହତ

ସିଡ୍‌ନୀ,୨୨।୧: ଅଷ୍ଟ୍ରେଲିଆ ସିଡ୍‌ନୀର ଉତ୍ତର-ପଶ୍ଚିମ ଅଞ୍ଚଳରେ ଥିବା ରିଚମଣ୍ଡଠାରେ ସୋମବାର ସକାଳେ ଏକ ଟ୍ରେନ୍‌ ଦୁର୍ଘଟଣା ହେବା ଫଳରେ ପାଖାପାଖି ୧୨ ଜଣ ଆହତ ହୋଇଛନ୍ତି।

ଟ୍ରମ୍ପଙ୍କୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ମହିଳା

ଟ୍ରମ୍ପଙ୍କୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ମହିଳା

ନ୍ୟୁୟର୍କ,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହିଳାମାନେ ପୁଣି ଥରେ ସ୍ବର ଉତ୍ତୋଳନ କରିଛନ୍ତି। ଟ୍ରମ୍ପ ପ୍ରଶାସନର ଏକବର୍ଷ ଭିତରେ ମହିଳାମାନଙ୍କର ଏହା ଦ୍ୱିତୀୟ ବିରୋଧ ପ୍ରଦର୍ଶନ।

ସିରିଆ ଉପରେ ତୁର୍କୀର ଆକ୍ରମଣ

ସିରିଆ ଉପରେ ତୁର୍କୀର ଆକ୍ରମଣ

ତୁର୍କୀ.୨୧।୧: ସିରିଆର ଆଫରିନ୍‌ରେ ତୁର୍କୀ ସେନାଙ୍କ ଦ୍ୱାରା ସୈନ୍ୟ ଅଭିଯାନ ସମ୍ପର୍କରେ ତୁର୍କୀ ବିଦେଶ ମନ୍ତ୍ରଣାଳୟ ରୁଷ ଓ ଆମେରିକାକୁ ସୂଚନା ଦେଇଛି।

କାବୁଲରେ ହୋଟେଲ ଆକ୍ରମଣ: ୫ ମୃତ, ଶତାଧିକ ଉଦ୍ଧାର

କାବୁଲରେ ହୋଟେଲ ଆକ୍ରମଣ: ୫ ମୃତ, ଶତାଧିକ ଉଦ୍ଧାର

କାବୁଲ,୨୧।୧: ଆଫଗାନିସ୍ତାନର ରାଜଧାନୀ କାବୁଲ ସ୍ଥିତ ‘କାବୁଲ୍ସ ଇଣ୍ଟରକଣ୍ଟିନେଣ୍ଟାଲ ହୋଟେଲ’ ରେ ଶନିବାର ସନ୍ଧ୍ୟାରେ ବନ୍ଧୁକଧାରୀଙ୍କ ଆକ୍ରମଣ ଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଗୁରୁତର ଆହତ ହୋଇଥିବା ଖବର ମିଳିଛି।