
ବଅଁରପାଳ,୨୫।୧୨(ଡି.ଏନ.ଏ)- ବଅଁରପାଳ ଥାନା ୫୫ ନଂ. ଜାତୀୟ ରାଜପଥର ବଅଁରପାଳ ଟ୍ରାଫିକ ଛକଠାରେ ରବିବାର ରାତିରେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣେ ଆହତ ହୋଇଛନ୍ତି। ଦୁର୍ଘଟଣା ଯୋଗୁ ରାସ୍ତା ଜାମ୍ ହୋଇଥିଲା। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଉଠାଇବାପରେ ଯାତାୟାତ ସ୍ବାଭାବିକ ହୋଇଥିଲା।