ଜାତୀୟ |

୪ବର୍ଷରେ ଆତ୍ମସମର୍ପଣ କରିଛନ୍ତି ୨୩ଶହ ମାଓବାଦୀ

 ୪ବର୍ଷରେ ଆତ୍ମସମର୍ପଣ କରିଛନ୍ତି ୨୩ଶହ ମାଓବାଦୀ

ରାୟପୁର,୨୫।୧୨: ଗତ ୪ବର୍ଷ ମଧ୍ୟରେ ଛତିଶଗଡ଼ରେ ୨୩ଶହ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସରକାର ନୂତନ ଆତ୍ମସମର୍ପଣ ନୀତି ଘୋଷଣା କରିବା ପରେ ଏହା ଅର୍ନ୍ତଗତ ମାଓବାଦୀଙ୍କ ଉପରେ ଥିବା ପୁରସ୍କାର ରାଶି ବୃଦ୍ଧି ପାଇଥିଲା। ଫଳରେ ଅଧିକ ସଂଖ୍ୟକ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡିଛି। ପୂର୍ବରୁ କେନ୍ଦ୍ରୀୟ କମିଟି ସଦସ୍ୟଙ୍କ ଉପରେ ୧୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିବାବେଳେ ଏବେ ଏହା ଏକ କୋଟି ଟଙ୍କାରେ ପହଞ୍ଚିଛି। ସରକାରଙ୍କ ଯୋଜନା ଅନୁସାରେ ୨୦୦୮ରେ ୪ ଓ ୨୦୧୦ରେ ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ପରେ ୨୦୧୪ରେ ସରକାରଙ୍କ ପକ୍ଷରୁ ନୂତନ ଆତ୍ମସମର୍ପଣ ନୀତି ଘୋଷଣା କରାଯାଇଥିଲା। ଫଳରେ ଆତ୍ମସମର୍ପଣ ସଂଖ୍ୟା ବଢ଼ିଥିଲା। ୨୦୧୪ରେ ୪୧୩ ଜଣ ଆତ୍ମସମର୍ପଣ କରିଥିବାବେଳେ ୨୦୧୫ରେ ୩୨୮ ଜଣ, ୨୦୧୬ରେ ୧୨୧୪ ଜଣ ଓ ୨୦୧୭ରେ ୩୫୪ ଜଣ ଆତ୍ମସମର୍ପଣ କରିଛନ୍ତି। ରାଜ୍ୟରେ ମାଓବାଦୀଙ୍କ ୬୮ଟି ବର୍ଗରେ ବର୍ଗୀକୃତ କରାଯାଇଥିବାବେଳେ ପୂର୍ବରୁ ୨୨ ବର୍ଗରେ ବର୍ଗୀକୃତ କରାଯାଇଥିଲା। ପ୍ରତି ବର୍ଗର ସଦସ୍ୟଙ୍କ ଉପରେ ପୁରସ୍କାର ରାଶି ଭିନ୍ନ ଭିନ୍ନ ରହିଛି। ସର୍ବନିମ୍ନ ପୁରସ୍କାର ରାଶି ଏକ ଲକ୍ଷ ଟଙ୍କା ରହିଥିବାବେଳେ ସର୍ବାଧିକ ଏକ କୋଟି ଟଙ୍କା ରହିଛି।

All Right Reserved By

ଜାତୀୟ |

ପ୍ରଧାନମନ୍ତ୍ରୀଙ୍କ ଭାଷଣ ସମୟରେ ଭାଙ୍ଗିଲା ମଞ୍ଚ: ୨୦ ଆହତ

ପ୍ରଧାନମନ୍ତ୍ରୀଙ୍କ ଭାଷଣ ସମୟରେ ଭାଙ୍ଗିଲା ମଞ୍ଚ: ୨୦ ଆହତ

କୋଲକାତା,୧୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଏହି ଅବସରରେ ମେଦିନାପୁରରେ ଆୟୋଜିତ ଏକ କିଷାନ ରାଲିରେ ଉଦ୍‌ବୋଧନ ଦେବା ସମୟରେ ହଠାତ୍‌ ପ୍ରଧାନମନ୍ତ୍ରୀଙ୍କ ମଞ୍ଚ ଭାଙ୍ଗି ପଡିଥିଲା।

ଭାଜପାର ତିନି ତଲାକ୍‌ ଜବାବରେ କଂଗ୍ରେସର ମହିଳା ଆରକ୍ଷଣ କାର୍ଡ

ଭାଜପାର ତିନି ତଲାକ୍‌ ଜବାବରେ କଂଗ୍ରେସର ମହିଳା ଆରକ୍ଷଣ କାର୍ଡ

ନୂଆଦିଲ୍ଲୀ,୧୬।୭: ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ ତିନି ତଲାକ୍‌ ବିଲ୍‌ ଜବାବରେ କଂଗ୍ରେସ ଦଳ ମହିଳା ଆରକ୍ଷଣ କାର୍ଡ ଖେଳିବାର ଯୋଜନା କରିଛି। ଏସମ୍ପର୍କରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଛନ୍ତି ଚିଠି।

ସ୍କୁଲ ପାଠ୍ୟକ୍ରମରେ ନିଶା ବିରୋଧୀ ଅଭିଯାନ ସାମିଲ

ସ୍କୁଲ ପାଠ୍ୟକ୍ରମରେ ନିଶା ବିରୋଧୀ ଅଭିଯାନ ସାମିଲ

ଚଣ୍ଡିଗଡ଼,୧୬।୭: ପଞ୍ଜାବରେ ନିଶାର ଆତଙ୍କରୁ ଲୋକଙ୍କୁ ମୁକ୍ତ କରିବା ଲାଗି ସରକାର ବିଭିନ୍ନ ଅଭିଯାନ ଆରମ୍ଭ କରିଛନ୍ତି। ଏବେ ନିଶା ବିରୋଧୀ ସଚେତନତା ଅଭିଯାନକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିଛନ୍ତି ରାଜ୍ୟ ସରକାର।

ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ

ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ

ବାଲେଶ୍ୱର/ନୂଆଦିଲ୍ଲୀ,୧୬।୭: ଓଡ଼ିଶା ବାଲେଶ୍ୱର ଜିଲାର ଚାନ୍ଦିପୁର ସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ ସୁପରସୋନିକ କ୍ରୁଜ୍‌ କ୍ଷେପଣାସ୍ତ୍ର ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ ସୋମବାର ପୂର୍ବାହ୍ନ ୧୦ଟା ୩୦ରେ ସମ୍ପନ୍ନ ହୋଇଛି।

ନିଟ୍‌ ପ୍ରବେଶିକା ପରୀକ୍ଷାରେ ଶୂନ ରଖି ମେଡ଼ିକାଲ ପଢୁଛନ୍ତି ଛାତ୍ରୀଛାତ୍ର

ନିଟ୍‌ ପ୍ରବେଶିକା ପରୀକ୍ଷାରେ ଶୂନ ରଖି ମେଡ଼ିକାଲ ପଢୁଛନ୍ତି ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୧୬।୭: ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ନିଟ୍‌ରେ ଶୂନ ରଖି ମଧ୍ୟ ଛାତ୍ରୀଛାତ୍ର ମେଡିକାଲ ପଢୁଥିବା ଘଟଣା ସାମନାକୁ ଆସିଛି।

ପତ୍ନୀ ବିଚ୍ଛେଦରୁ ନିଜକୁ ଡିଟୋନେଟର ଲଗାଇ ଉଡାଇ ଦେଲେ ସ୍ବାମୀ

ପତ୍ନୀ ବିଚ୍ଛେଦରୁ ନିଜକୁ ଡିଟୋନେଟର ଲଗାଇ ଉଡାଇ ଦେଲେ ସ୍ବାମୀ

ଉଦୟପୁର,୧୬।୭: ରାଜସ୍ଥାନ ଉଦୟପୁରର ଜଣେ ବ୍ୟକ୍ତିଙ୍କର ପତ୍ନୀ ସହ ଝଗଡା ହୋଇଥିଲା। ଫଳରେ ପତ୍ନୀ ତାଙ୍କୁ ଛାଡି କେଉଁଆଡେ ଚାଲିଗଲେ। ପରେ ସ୍ବାମୀ ପତ୍ନୀଙ୍କ ବିଚ୍ଛେଦ ସହ୍ୟ କରି ନ ପାରି ନିଜ ଦେହରେ ଡିଟୋନେଟର ଲଗାଇ ବିସ୍ଫୋରଣ କରିଥିଲେ।

ଆଣ୍ଟି ଟେରର୍‌ ଡ୍ରିଲ୍‌ରେ ମିଳିତ ଭାବେ ଭାଗନେବେ ଭାରତ-ପାକିସ୍ତାନ

ଆଣ୍ଟି ଟେରର୍‌ ଡ୍ରିଲ୍‌ରେ ମିଳିତ ଭାବେ ଭାଗନେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ/ମସ୍କୋ,୧୬।୭: ରୁଷରେ ଆସନ୍ତା ମାସରେ ସାଙ୍ଘାଇ କୋଅପରେଶନ ଅର୍ଗାନାଇଜେଶନ୍‌(ଏସ୍‌ସିଓ) ଦ୍ୱାରା ଆୟୋଜିତ ଏକ ମେଗା ଆଣ୍ଟି ଟେରର୍‌ ଡ୍ରିଲରେ ମିଳିତ ଭାବେ ଭାରତ ଓ ପାକିସ୍ତାନ ପ୍ରଥମ ଥର ଲାଗି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଶାଶୁ ଘରେ ୩ ଦିନ ରହି ଫେରାର ହୋଇ ଯାଉଥିବା ଲୁଟେରୀ ଦୁହ୍ଲନ ଗିରଫ

ଶାଶୁ ଘରେ ୩ ଦିନ ରହି ଫେରାର ହୋଇ ଯାଉଥିବା ଲୁଟେରୀ ଦୁହ୍ଲନ ଗିରଫ

ରାୟପୁର,୧୬।୭: ବିବାହ ପରେ ଶାଶୁଘରେ ୩ ଦିନ ରହି ସମସ୍ତ ଟଙ୍କା ପଇସା ଓ ଗହଣା ଧରି ଫେରାର ହୋଇ ଯାଉଥିବା ଜଣେ ଲୁଟେରୀ ଦୁହ୍ଲନଙ୍କୁ ଛତିଶଗଡ଼ ବାନ୍ଦା ପୋଲିସ ଗିରଫ କରିଛି।

କୁପଓ୍ବାରାରେ ସୁରକ୍ଷାବଳ-ଆତଙ୍କବାଦୀ ମୁହାଁମୁହିଁ

କୁପଓ୍ବାରାରେ ସୁରକ୍ଷାବଳ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୧୬।୭: ଜମ୍ମୁ-କଶ୍ମୀର କୁପଓ୍ବାରାରେ ସୁରକ୍ଷାବଳ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାବଳଙ୍କ ପକ୍ଷରୁ ସଫାଓ୍ବାଲୀ ଗଲ୍‌ଠାରେ ସର୍ଚ୍ଚ ଅପରେଶନ ଜାରି ରହିଛି।

ଝିଅ ଜନ୍ମ ହେବାରୁ ମହିଳାଙ୍କୁ ତିନି ତଲାକ୍‌

ଝିଅ ଜନ୍ମ ହେବାରୁ ମହିଳାଙ୍କୁ ତିନି ତଲାକ୍‌

ଲକ୍ଷ୍ନୌ,୧୬।୭: ଉତ୍ତରପ୍ରଦେଶ ଶାମଲିରେ ଝିଅ ଜନ୍ମ ହେବାରୁ ଜଣେ ମହିଳାଙ୍କୁ ତିନି ତଲାକ୍‌ ଦିଆଯାଇଛି। ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି।

ଚଳିତ ବର୍ଷ ଶେଷ ସୁଦ୍ଧା ସମରାଭ୍ୟାସ କରିବେ ଭାରତ-ଆମେରିକା ସେନା

ଚଳିତ ବର୍ଷ ଶେଷ ସୁଦ୍ଧା ସମରାଭ୍ୟାସ କରିବେ ଭାରତ-ଆମେରିକା ସେନା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫।୭: ଭାରତ ଓ ଆମେରିକାର ୩ ସେନାଙ୍କ ମଧ୍ୟରେ ଚଳିତ ବର୍ଷ ଶେଷ ସୁଦ୍ଧା ସମରାଭ୍ୟାସ ହେବା ଅନୁମାନ କରାଯାଉଛି। ଏହା ପୂର୍ବରୁ ଯଦିଓ ଆମେରିକା ସେନା ସହ ଭାରତୀୟ ସେନା ସମରାଭ୍ୟାସ କରି ସାରିଛନ୍ତି ତଥାପି ଏକାସାଙ୍ଗରେ ସ୍ଥଳ ସେନା, ବାୟୁ ସେନା ଓ ନୌସେନାଙ୍କର ସମରାଭ୍ୟାସ ଇତିହାସରେ ପ୍ରଥମ ଥର ହେବ।

ବିହାରରେ ମିଳିବ ବିଶ୍ୱର ସବୁଠାରୁ ଶସ୍ତା ପାନୀୟ ଜଳ

ବିହାରରେ ମିଳିବ ବିଶ୍ୱର ସବୁଠାରୁ ଶସ୍ତା ପାନୀୟ ଜଳ

ପାଟନା,୧୫।୭: ବିହାରରେ ଆରମ୍ଭ ହେବାକୁ ଯାଉଥିବା ଏକ ପାନୀୟ ଜଳ ପରିଯୋଜନାରେ ବିଶ୍ୱର ସବୁଠାରୁ ଶସ୍ତା ତଥା ବିଶୁଦ୍ଧ ପାନୀୟ ଜଳ ମିଳିବ ବୋଲି ଜଣାପଡିଛି।

Model This Week

ରୂପେଶ