ଅନଗୁଳ-ଢେଙ୍କାନାଳ

କାର ଧକ୍କାରେ ବୃଦ୍ଧ ଗୁରୁତର

କାର ଧକ୍କାରେ ବୃଦ୍ଧ ଗୁରୁତର

ବଅଁରପାଳ, ୨୫।୧୨(ଡି.ଏନ୍‌.ଏ.): ନାଲକୋ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କୁଲାଡ଼ ନିକଟରେ ସୋମବାର ସକାଳେ ଏକ କାର ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ପଦିଆ ଦଳବେହେରା(୬୦)। ପଦିଆ ଧାନ ପେଶାଇବା ପାଇଁ ଯାଉଥିବା ବେଳେ ଢେଙ୍କାନାଳରୁ ଅନୁଗୋଳ ଅଭିମୁଖେ ଯାଉଥିବା ଏକ କାର ପଦିଆଙ୍କୁ ପଛରୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କ ସ୍ଥାନୀୟ ଲୋକେ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ନାଲକୋ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିଛି।

All Right Reserved By

ଅନଗୁଳ-ଢେଙ୍କାନାଳ

ହାତୀ ଆତଙ୍କ: ସତର୍କ ରହିବାକୁ ପରାମର୍ଶ

ଛେଣ୍ଡିପଦା,୨୩।୭(ଡି.ଏନ୍‌.ଏ.): ଅନୁଗୋଳ ବନଖଣ୍ଡ ଛେଣ୍ତିପଦା ବନାଞ୍ଚଳ ଅନ୍ତର୍ଗତ କଙ୍କୁରପାଳ ସଂରକ୍ଷିତ ଜଙ୍ଗଲରେ ସୋମବାର ସକାଳେ ୨ଟି ହାତୀ ଚଳପ୍ରଚଳ କରୁଥିବା ଦେଖାଯାଇଛି। ତେଣୁ ସ୍ଥାନୀୟ ଲୋକଙ୍କୁ ଜଙ୍ଗଲ ମଧ୍ୟକୁ ନ ଯିବା ଲାଗି ବନବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଛେଣ୍ଡିପଦା,୨୩।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ତିପଦା ବନାଞ୍ଚଳରେ ସୋମବାର କଣଲୋଇ ଗ୍ରାମର ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ କନୁ ମାଝୀ(୫୦)। କୌଣସି କାରଣରୁ ସେ ଜଙ୍ଗଲକୁ ଯାଇଥିବାବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ।

କାର୍ଯ୍ୟରତ ଠିକା ଶ୍ରମିକଙ୍କ ଆକସ୍ମିକ ମୃତ୍ୟୁ

ବଅଁରପାଳ,୨୩।୭(ଡି.ଏନ୍‌.ଏ.): ନାଲ୍‌କୋ ସିପିପି ପ୍ଲାଣ୍ଟ ପରିସରରେ ସୋମବାର ସକାଳେ ଜଣେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ସେ ହେଲେ ଶ୍ରୀକାନ୍ତ ସାହୁ(୪୦)।

କାନ୍ଥ ପଡ଼ି ମା’, ୩ ଶିଶୁ ଗୁରୁତର

କାନ୍ଥ ପଡ଼ି ମା’, ୩ ଶିଶୁ ଗୁରୁତର

ପାଲଲହଡା,୨୩।୭(ଡି.ଏନ.ଏ.) ଲଗାଣ ବର୍ଷା ଯୋଗୁ ପାଲଲହଡ଼ା ବ୍ଲକ ମୁଣ୍ଡରିବେଡା ପଞ୍ଚାୟତ ବାଞ୍ଝମୁଣ୍ଡା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ କାନ୍ଥ ଭୁସୁଡ଼ି ଏକ ପରିବାରର ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ଲଗାଣ ବର୍ଷା ପରେ ସମ୍ଭାବ୍ୟ ବନ୍ୟା ଚିନ୍ତା , ହୀରାକୁଦ ଛାଡ଼ିଲେ ଆଠମଲ୍ଲିକରେ ପଶିପାରେ ପାଣି

ଲଗାଣ ବର୍ଷା ପରେ ସମ୍ଭାବ୍ୟ ବନ୍ୟା ଚିନ୍ତା , ହୀରାକୁଦ ଛାଡ଼ିଲେ ଆଠମଲ୍ଲିକରେ ପଶିପାରେ ପାଣି

ଅନୁଗୋଳ ଅଫିସ, ୨୩ା୭ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଅନୁଗୋଳ ଜିଲାର ବିଭିନ୍ନ ଖାଲୁଆ ଅଞ୍ଚଳରେ ପାଣି ଭରିଯାଇଛି। ଜିଲାରେ ସର୍ବାଧିକ ୨୦୫.୮ ମିଲିମିଟର ବର୍ଷା ଆଠମଲ୍ଲିକରେ ରେକର୍ଡ କରାଯାଇଛି।

ଶିକ୍ଷିତ ବୋଲି ବୁଝିଛି ଶିକ୍ଷାର ମୂଲ୍ୟ

ସେତେବେଳେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲି। ଅଧିକ ପଢ଼ିବାର ଇଚ୍ଛା ଥିଲେ ବି ଆର୍ଥତ୍କ ଅନଟନରେ ଥିବା ମା’ ବାପା ଏ ନେଇ ଅକ୍ଷମତା ପ୍ରକାଶ କରିଥିଲେ। ପରେ ରୋଜଗାର ଆଶାରେ ୧୯୮୧ରେ କେରଳରୁ ଚାଲିଆସିଥିଲି କଟକ।

ଭୁବନ ରଥଯାତ୍ରାରେ ଅଘଟଣ , ଅଧାରୁ ଭାଙ୍ଗିଲା ଜଗନ୍ନାଥଙ୍କ ରଥ

ଭୁବନ, ୨୩ା୭ (ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ଭୁବନ ରଥଯାତ୍ରାରେ ଅଭାବନୀୟ ଘଟଣା ଘଟିଛି। ରଥଟଣାବେଳେ ଜଗନ୍ନାଥଙ୍କ ରଥ ବ୍ରାହ୍ମଣୀଦେବୀ ଛକ ନିକଟରେ ଅଧାରୁ ଭାଙ୍ଗିଯାଇଛି। ଫଳରେ ଭଙ୍ଗାରଥରେ ମହାପ୍ରଭୁ ଟଣା ହୋଇ ଆସିଥିଲେ।

ଦୁର୍ଦ୍ଦଶା ବଢ଼ାଇଛି ନର୍ଦ୍ଦମା ପାଣି (ରାଜକୁମାର ପ୍ରଧାନ)

ଭାପୁର, ୨୩ା୭ ରାସ୍ତା କଲେ। ଭୁଲିଗଲେ ଡ୍ରେନ୍‌ ନିର୍ମାଣ। ଏବେ ଏହାର ଫଳ ଭୋଗୁଛନ୍ତି ଢେଙ୍କାନାଳ ସଦର ବ୍ଲକ ବାଲ୍ୟାମ୍ବା ଗ୍ରାମବାସୀ। ସନ୍ତସନ୍ତିଆ ପରିବେଶ ସାଙ୍ଗକୁ ନର୍ଦ୍ଦମା ଜଳ ଲୋକଙ୍କ ଜୀବନକୁ ଦୁର୍ବିଷହ କରି ପକାଇଲାଣି। ବାରମ୍ବାର ଦାବି ସତ୍ତ୍ୱେ ସମସ୍ୟା ସମାଧାନ କରିବାରେ ବିଫଳ ହୋଇଛି ପ୍ରଶାସନ।

ବର୍ଷାଜଳ ପ୍ରବାହରେ ଚେକ୍‌ଡ୍ୟାମ ବାଧକ , ଜଳବନ୍ଦୀ ଆଶଙ୍କାରେ ମୃଦଙ୍ଗାପଲ୍ଲିବାସୀ

ଓଡ଼ାପଡ଼ା, ୨୩।୭(ଡି.ଏନ.ଏ.) ଦୁଇଦିନ ଧରି ଲଗାଣ ବର୍ଷାରେ ଫୁଲିଉଠିଛି ଓଡ଼ାପଡ଼ା ବ୍ଲକ ବଳରାମପ୍ରସାଦ ଦେଇ ପ୍ରବାହିତ ବଡ଼ଯୋର। ବର୍ଷାପାଣି ପ୍ରବାହରେ ବାଧକ ସାଜିଛି ନିର୍ମାଣାଧୀନ ଚେକ୍‌ଡ୍ୟାମ୍‌। ଫଳରେ ନାଳରେ ପ୍ରବାହିତ ବର୍ଷାପାଣି ରବିବାର ମୃଦଙ୍ଗାପଲ୍ଲି ଗଁା ଆଡ଼କୁ ମୁହଁାଇଛି।

ସବର୍ଣ୍ଣ-ଅସବର୍ଣ୍ଣ ବିବାଦ , ଭାରରେ ବୁହାହେଲେ ଚତୁର୍ଦ୍ଧାମୂର୍ତ୍ତି

ଛେଣ୍ଡିପଦା,୨୩।୭ (ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କମ୍ପସଲା ପଞ୍ଚାୟତରେ ବାହୁଡା ଯାତ୍ରା ଅବସରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରଥଟଣାକୁ ନେଇ ସବର୍ଣ୍ଣ-ଅସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଯୋଗୁ ଯାତ୍ରାରେ ବିଭ୍ରାଟ ସୃଷ୍ଟି ହୋଇଥିଲା।

ସରକାରୀ ନିର୍ଦ୍ଦେଶକୁ ଜିଲା ପ୍ରଶାସନର ଅଣଦେଖା : ପୂର୍ବାହ୍ନରେ ଖୋଲା, ମଧ୍ୟାହ୍ନରେ ତାଲା

ସରକାରୀ ନିର୍ଦ୍ଦେଶକୁ ଜିଲା ପ୍ରଶାସନର ଅଣଦେଖା : ପୂର୍ବାହ୍ନରେ ଖୋଲା, ମଧ୍ୟାହ୍ନରେ ତାଲା

ଅନୁଗୋଳ ଅଫିସ,୨୩ା୭ ସାରା ରାଜ୍ୟରେ ଲଗାଣ ବର୍ଷାଜନିତ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଶନିବାର ସଚିବାଳୟରେ ଏକ ଜରୁରୀ ବୈଠକ କରି ରବିବାର ସମସ୍ତ ଅଫିସ ଖୋଲା ରଖିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଶର୍ଟସର୍କିଟରୁ ଜଳିଗଲା ୨ ବଖରା

ଶର୍ଟସର୍କିଟରୁ ଜଳିଗଲା ୨ ବଖରା

ଭୁବନ, ୨୨ା୭(ସ୍ବ.ପ୍ର.)-ଭୁବନ ଏନ୍‌ଏସି ୧୫ନଂ. ଓ୍ବାର୍ଡ ମଠସାହିରେ ଶନିବାର ବିଳମ୍ବିତ ରାତିରେ ବିଦ୍ୟୁତ୍‌ ଶର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ପ୍ରକାଶ ଦାସ ଏବଂ ଗୀତାଞ୍ଜଳି ଦାସଙ୍କ ବଖରାଏ ଲେଖାଏଁ ଜଳିଯାଇଛି। ପରିବାର ଲୋକେ ଶୋଇଥିବାବେଳେ ହଠାତ୍‌ ନିଆଁ ଲାଗି ଚାରିଆଡ଼କୁ ବ୍ୟାପି ଯାଇଥିଲା। ବିଏସ୍‌ଏନ୍‌ଏଲ୍‌ ସେବା ବିଭ୍ରାଟ ଯୋଗୁ ସ୍ଥାନୀୟ ଦମକଳବାହିନୀକୁ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିଲା।

Watch Live Broadcast of Rath Yatra Puri, Odisha Here

Model This Week

ଚିଣ୍ଟୁ