ମେଟ୍ରୋ |

ପୂର୍ବତନ କାଉନ୍‌ସିଲରଙ୍କ ମୃତଦେହ ଉଦ୍ଧାର

ପୂର୍ବତନ କାଉନ୍‌ସିଲରଙ୍କ ମୃତଦେହ ଉଦ୍ଧାର
ଖୋର୍ଦ୍ଧା ଅଫିସ, ୨୫।୧୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଭାଲିଆବାଡ଼ିର ପୂର୍ବତନ କାଉନ୍‌ସିଲର ଦାମୋଦର ପ୍ରଧାନ ନିଜ ଜମିରେ ଥିବା ଏକ ଓଉ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସୋମବାର ସକାଳେ ଝୁଲୁଥିବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଛି। ଖବର ପାଇ ଖୋର୍ଦ୍ଧା ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ତାଙ୍କ ପ୍ୟାଣ୍ଟ ପକେଟ୍‌ରୁ ଏକ ସୁସାଇଡ୍‌ ନୋଟ୍‌ ଜବତ ହୋଇଛି। ମୋ ମୃତ୍ୟୁ ପାଇଁ କେହି ଦାୟି ନୁହନ୍ତି ବୋଲି ଏଥିରେ ଲେଖାଯାଇଛି। ଦାମୋଦର ଖୋର୍ଦ୍ଧା ପୌରାଞ୍ଚଳରେ ୨ ଥର କାଉନସିଲର ଥିଲେ।
All Right Reserved By

ମେଟ୍ରୋ |

ହେମାନନ୍ଦଙ୍କୁ କାହ୍ନୁଙ୍କ ପ୍ରଶ୍ନ: ‘ଶୃଙ୍ଖଳା କମିଟି ଅଧ୍ୟକ୍ଷ ଗଣମାଧ୍ୟମରେ ମତାମତ ଦେବା ବିଶୃଙ୍ଖଳା ନୁହେଁ କି’

ହେମାନନ୍ଦଙ୍କୁ କାହ୍ନୁଙ୍କ ପ୍ରଶ୍ନ: ‘ଶୃଙ୍ଖଳା କମିଟି ଅଧ୍ୟକ୍ଷ ଗଣମାଧ୍ୟମରେ ମତାମତ ଦେବା ବିଶୃଙ୍ଖଳା ନୁହେଁ କି’

ଭୁବନେଶ୍ୱର,୧୩।୧୨(ବ୍ୟୁରୋ)- ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଦଳରୁ ହଟାଇବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚାହଁୁଛନ୍ତି। ଏଥିପାଇଁ ବୁଧବାର ଶୃଙ୍ଖଳା କମିଟି ବସାଇ କାର୍ଯ୍ୟାନୁଷ୍ଠାନ ସୁପାରିଶ୍‌ ପାଇଁ ଏଆଇସିସିକୁ କୁହାଯାଇଛି। ଖୋଦ୍‌ ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ ଗଣମାଧ୍ୟମକୁ ଏହା କହିଥିଲେ। ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଶ୍ରୀକାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିଶ କରାଯାଇଥିବା ପ୍ରକାଶ ପାଇଛି। 

ହକି ମ୍ୟାଚ୍‌ ଦେଖିଲେ ମୁଖ୍ୟସ୍ରୋତକୁ ଫେରିଥିବା ମାଓବାଦୀ

ହକି ମ୍ୟାଚ୍‌ ଦେଖିଲେ ମୁଖ୍ୟସ୍ରୋତକୁ ଫେରିଥିବା ମାଓବାଦୀ

ଭୁବନେଶ୍ୱର, ୧୩ା୧୨(ବ୍ୟୁରୋ)- ମାଲକାନଗିରି ପୋଲିସ ନିକଟରେ ଆତ୍ମସର୍ମପଣ କରି ମୁଖ୍ୟସ୍ରୋତକୁ ଫେରିଥିବା ୩୦ ମାଓବାଦୀ ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ହକି ମ୍ୟାଚ୍‌ ଦେଖିଛନ୍ତି। ସନ୍ଧ୍ୟାରେ ଭାରତ ଏବଂ ନେଦରଲାଣ୍ଡ୍‌ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌କୁ ସେମାନେ ଉପଭୋଗ କରିଥିଲେ। ସେମାନଙ୍କ ମଧ୍ୟରେ ୧୬ ମହିଳା ଏବଂ ୧୪ ପୁରୁଷ ଥିଲେ। ଖେଳ ଦେଖିବା ପୂର୍ବରୁ ଅପରାହ୍ନ ପ୍ରାୟ ୫ଟାରେ ସେମାନେ ପୋଲିସ ଫ୍ୟାନ୍‌ ଭିଲେଜ ବୁଲିବା ସହିତ ଶରୀରରେ ରଙ୍ଗିନ ଟାଟୁ କରିଥିଲେ।

ଚିଟ୍‌ଫଣ୍ଡ ସ୍ବତନ୍ତ୍ର କୋର୍ଟଙ୍କ ବଡ଼ ଆଦେଶ: ୨ ଲକ୍ଷ ୩୮ହଜାର ୪୭୭ କ୍ଷୁଦ୍ର ଜମାକାରୀ ଫେରିପାଇବେ ଟଙ୍କା

ଚିଟ୍‌ଫଣ୍ଡ ସ୍ବତନ୍ତ୍ର କୋର୍ଟଙ୍କ ବଡ଼ ଆଦେଶ: ୨ ଲକ୍ଷ ୩୮ହଜାର ୪୭୭ କ୍ଷୁଦ୍ର ଜମାକାରୀ ଫେରିପାଇବେ ଟଙ୍କା

କଟକ ଅଫିସ, ୧୩।୧୨- ରୋଜ୍‌ଭ୍ୟାଲି ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ରେ ଟଙ୍କା ଜମା କରିଥିବା କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀମାନେ ଟଙ୍କା ଫେରସ୍ତ ପାଇବେ। ଓଡ଼ିଶା ପ୍ରୋଟେକ୍ସନ ଅଫ୍‌ ଇଣ୍ଟେରେଷ୍ଟ ଅଫ୍‌ ଡିପୋଜିଟର୍ସ ଆଇନ ଅନୁଯାୟୀ ସ୍ବତନ୍ତ୍ର କୋର୍ଟ ରାଜ୍ୟ ସରକାରଙ୍କୁ ଏହି ଆଦେଶ ଦେଇଛନ୍ତି। ଏହି ଅନୁଯାୟୀ ରୋଜଭ୍ୟାଲି ସଂସ୍ଥାରେ ଟଙ୍କା ଜମା ରଖିଥିବା ୨ ଲକ୍ଷ ୩୮ହଜାର ୪୭୭ ଜଣ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ ୯୨ କୋଟି ୮ ଲକ୍ଷ ୯୬ହଜାର ୯୮୨ ଟଙ୍କା ଫେରସ୍ତ ପାଇବେ।

ହକିକୁ ନେଇ ଅଣ୍ଡର ୱାଟର ଭିଡିଓ ସଙ୍ଗ୍‌: ୟୁଟୁବ୍‌ରେ ରିଲିଜ୍‌ ହେଲା ଓଲି ଆୟାରେ...

କଟକ ଅଫିସ,୧୩।୧୨- ଓଡିଶାରେ ହକି ବିଶ୍ୱକପ୍‌କୁ ପ୍ରମୋଟ କରିବା ପାଇଁ ପାଣି ଭିତରେ ପ୍ରସ୍ତୁତ ହେଲା ଭିଡିଓ ସଙ୍ଗ। ଅର୍ନ୍ତଜାତୀୟ ଖ୍ୟାତି ସମ୍ପନ୍ନ ସ୍କୁବା ଡାଇଭର ସବୀର ବକ୍ସ ଏବଂ ତାଙ୍କ ଟିମ୍‌ ୨୦ ଦିନ ମଧ୍ୟରେ ଏଭଳି ଏକ ଭିଡିଓ ସଙ୍ଗ ପ୍ରସ୍ତୁତ କରିଛନ୍ତି। ଗୁରୁବାର ୟୁଟ୍ୟୁବ୍‌ରେ ରିଲିଜ ହୋଇଥିବା ଏହି ଭିଡିଓ ସଙ୍ଗ୍‌ ଆରମ୍ଭରୁ ଭଲ ଲାଇକ୍‌ ସାଉଣ୍ଟିଛି। 

ଭାରତ ବୁଲି ହେଲ୍‌ମେଟ ବ୍ୟବହାର ପାଇଁ ସଚେତନ କରୁଛନ୍ତି ପୂଜା

ଭାରତ ବୁଲି ହେଲ୍‌ମେଟ ବ୍ୟବହାର ପାଇଁ ସଚେତନ କରୁଛନ୍ତି ପୂଜା

କଟକ ଅଫିସ,୧୩।୧୨- ବିନା ହେଲ୍‌ମେଟରେ ଯାତ୍ରା ବିପଜ୍ଜନକ। ନିୟମକୁ କଡାକଡି ପାଳନ କରାଯାଉ ନ ଥିବାରୁ ଦୁର୍ଘଟଣାରେ ଅନେକ ଜୀବନ ଯାଉଛି। କର୍ମକ୍ଷେତ୍ରକୁ ଗାଡ଼ିରେ ବିନା ହେଲମେଟ୍‌ରେ ଯାଉଥିବା ମହିଳାଙ୍କୁ ପୋଲିସ ରାସ୍ତାରେ ଅଟକାଇଲେ ସୁଦ୍ଧା  ବେଳେବେଳେ ସେମାନଙ୍କ ପ୍ରତି କୋହଳ ମନୋଭାବ ଦେଖାଉଛି।

ଟ୍ରକ୍‌କୁ ପଛରୁ ପିଟିଲା ଅଟୋ: ଜଣେ ମୃତ, ୫ ଗୁରୁତର

ଟ୍ରକ୍‌କୁ ପଛରୁ ପିଟିଲା ଅଟୋ: ଜଣେ ମୃତ, ୫ ଗୁରୁତର

କଟକରୋଡ଼, ୧୩ା୧୨(ଡି.ଏନ୍‌.ଏ.): ଲକ୍ଷ୍ମୀସାଗର ଥାନା ଅଧୀନ ବୁଦ୍ଧେଶ୍ୱରୀ ମନ୍ଦିର ସମ୍ମୁଖରେ ବୁଧବାର ବିଳମ୍ବିତ ରାତିରେ ଟ୍ରକ୍‌କୁ ଏକ ଯାତ୍ରୀବାହୀ ଅଟୋ ପଛକୁ ଧକ୍କା ଦେଇଛି। ଏଥିରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଗୁରୁତର ଆହତ ହୋଇଛନ୍ତି। 

ପୁରୀରେ ଏନ୍‌ସିପିସିଆର୍‌ କେନ୍ଦ୍ରୀୟ ଟିମ୍‌, ଜିଲାର ସମସ୍ତ ଶିଶୁ ଯତ୍ନ ୟୁନିଟ୍‌ କରିବେ ଯାଞ୍ଚ

ପୁରୀରେ ଏନ୍‌ସିପିସିଆର୍‌ କେନ୍ଦ୍ରୀୟ ଟିମ୍‌, ଜିଲାର ସମସ୍ତ ଶିଶୁ ଯତ୍ନ ୟୁନିଟ୍‌ କରିବେ ଯାଞ୍ଚ

ପୁରୀ ଅଫିସ,୧୩।୧୨: ଢେଙ୍କାନାଳ ଜିଲା ବେଲଟିକିରିସ୍ଥିତ ଗୁଡ ନ୍ୟୁଜ ଇଣ୍ଡିଆ ଡ୍ରିମ୍‌ ସେଣ୍ଟର ଶିଶୁଗୃହରେ ଯୌନଶୋଷଣ ଅଭିଯୋଗ ରାଜ୍ୟ ବ୍ୟାପି ଆଲୋଡ଼ନ ସୃଷ୍ଟି କରିଥିଲା। ଏହାର କିଛି ଦିନ ପରେ ପୁରୀ ଜିଲା ସତ୍ୟବାଦୀ ସ୍ଥିତ ଆଚାର୍ଯ୍ୟ ହରିହର ଶିଶୁ ସଦନରେ ଘଟିଥିବା ଅଭାବନୀୟ ଘଟଣା ପଦାକୁ ଆସିଥିଲା।

କାମରେ ଲାଗିଲାନି ଡ୍ରେନ୍‌, ମାଟି ପକାଇ ପୋତିଦେଲେ

କାମରେ ଲାଗିଲାନି ଡ୍ରେନ୍‌, ମାଟି ପକାଇ ପୋତିଦେଲେ

ଖୋର୍ଦ୍ଧା ଅଫିସ,୧୩।୧୨: ଖୋର୍ଦ୍ଧା ମୁଖ୍ୟରାସ୍ତାର ଖୋର୍ଦ୍ଧା ଆରଆଇ ଅଫିସଠାରୁ ଟେଲିଫୋନ ଏକ୍ସଚେଞ୍ଜ ପର୍ଯ୍ୟନ୍ତ ଡ୍ରେନ୍‌ ଗୋଟିଏ ପାର୍ଶ୍ୱରେ ନିର୍ମାଣ ହୋଇଛି। ହେଲେ ଏହା ଅଧାପନ୍ତରିଆ ହୋଇ ପଡିରହିଛି। ଏଭଳିସ୍ଥଳେ ଡ୍ରେନ୍‌ ଉପରେ କିଛି ସ୍ଥାନରେ ମାଟି ପକାଇ ପୋତା ଯାଇଛି। ଆଉ କିଛି ସ୍ଥାନରେ ଡ୍ରେନ୍‌ ପୋତି ହୋଇ ଗଲାଣି।

ମହାପ୍ରଭୁଙ୍କ ଘୋଡ଼ ଲାଗି ବେଶ ଆରମ୍ଭ

ମହାପ୍ରଭୁଙ୍କ ଘୋଡ଼ ଲାଗି ବେଶ ଆରମ୍ଭ

ପୁରୀ ଅଫିସ,୧୩।୧୨: ଶ୍ରୀମନ୍ଦିରରେ ଗୁରୁବାର ମହାପ୍ରଭୁଙ୍କ ଘୋଡ଼ ଲାଗି ବେଶ ଅନୁଷ୍ଠିତ ହୋଇଛି। ସକାଳ ଧୂପ ବଢିବା ପରେ ଠାକୁରଙ୍କ ମଇଲମ କରାଯାଇଥିଲା। ଭୋଗମଣ୍ଡପ ଘରେ ବୁଧବାର ରାତିରେ ଅଧିବାସ ହୋଇଥିବା ଘୋଡ ବସ୍ତ୍ରଗୁଡ଼ିକୁ ପଟୁଆରରେ ଶ୍ରୀମନ୍ଦିରକୁ ସାଢ଼େ ତିନି ଘେରା ଏବଂ ରତ୍ନ ସିଂହାସନକୁ ସାଢେ ତିନି ଘେରା ପ୍ରଦକ୍ଷିଣ କରାଇ ରତ୍ନ ସିଂହାସନରେ ବିଜେ କରାଯାଇଥିଲା।

ରାଜ୍ୟରେ ସମ୍ଭାବ୍ୟ ବର୍ଷାକୁ ନେଇ ସତର୍କ ରୁହନ୍ତୁ ଚାଷୀ, ଆପଦକାଳୀନ ଫସଲ ଯୋଜନା ଗ୍ରହଣ କରିବାକୁ ପରାମର୍ଶ

ରାଜ୍ୟରେ ସମ୍ଭାବ୍ୟ ବର୍ଷାକୁ ନେଇ ସତର୍କ ରୁହନ୍ତୁ ଚାଷୀ, ଆପଦକାଳୀନ ଫସଲ ଯୋଜନା ଗ୍ରହଣ କରିବାକୁ ପରାମର୍ଶ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବୁଧବାର ଡିପ୍ରେସନରେ ପରିଣତ ହୋଇଛି। ଏହା ଆଗାମୀ ୨୪ଘଣ୍ଟାରେ ଡିପ୍‌ ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି।

ପେଟ୍ରୋଲିୟମ ବିଭାଗର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଲେ ଧର୍ମେନ୍ଦ୍ର

ପେଟ୍ରୋଲିୟମ ବିଭାଗର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ରାଜ୍ୟରେ ପ୍ରସ୍ତାବିତ କେନ୍ଦ୍ର ପେଟ୍ରୋଲିୟମ ବିଭାଗର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟର ଯୁବପିଢ଼ୀଙ୍କ ଲାଗି ଚାକିରୀ ଓ ରୋଜଗାର ସମ୍ଭାବନା ସୃଷ୍ଟି ହେବ। ଏଥିସହ ଓଡ଼ିଶା ଦେଶର ଗ୍ୟାସ୍‌ ଓ ପେଟ୍ରୋକେମିକାଲ୍ସ ଶିଳ୍ପର ପେଣ୍ଠସ୍ଥଳୀ ଭାବେ ପରିଚିତ ହେବାର ସମ୍ଭାବନା ରହିଛି। 

ବିଦ୍ୟାଳୟ ଅଫିସ ତାଲାଭାଙ୍ଗି ଚୋରି

ବିଦ୍ୟାଳୟ ଅଫିସ ତାଲାଭାଙ୍ଗି ଚୋରି

କଣ୍ଟାପଡା, ୧୩।୧୨(ଡି.ଏନ୍‌.ଏ.): କଣ୍ଟାପଡା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣସାଇଲୋ ଗ୍ରାମପଞ୍ଚାୟତର ଉରୁଜଙ୍ଗ ଭଗବତୀ ବିଦ୍ୟାମନ୍ଦିର ଅଫିସ ଘର ତାଲାଭାଙ୍ଗି ବୁଧବାର ରାତିରେ କେହି ଦୁର୍ବୃତ୍ତ ଅଲମିରାରେ ଥିବା ୫ ହଜାର ଟଙ୍କା ଚୋରି କରିନେଇଥିବା ଗୁରୁବାର ସକାଳେ ଗୋବିନ୍ଦପୁର ଥାନାରେ ଅଭିଯୋଗ ହୋଇଛି।