
ନୋଏଡ଼ା,୨୫।୧୨: ଦିଲ୍ଲୀ ମେଟ୍ରୋର ୧୨.୬୪ କିଲୋମିଟର ଲମ୍ବା ମଜେଣ୍ଟା ଲାଇନ୍ର ସୋମବାର ଶୁଭାରମ୍ଭ ହୋଇଛି। ଏହା ଦେଶର ପ୍ରଥମ ସ୍ବୟଂଚାଳିତ ମେଟ୍ରୋ ଟ୍ରେନ୍ର ମାନ୍ୟତା ପାଇଛି। ନୋଏଡ଼ାର ବଟାନିକାଲ ଗାର୍ଡନକୁ ଦକ୍ଷିଣ ଦିଲ୍ଲୀର କାଲକାଜି ମନ୍ଦିର ଷ୍ଟେଶନ ସହ ଯୋଡ଼ିବ ଏହି ମେଟ୍ରୋ ଟ୍ରେନ୍।
ନୋଏଡ଼ା,୨୫।୧୨: ଦିଲ୍ଲୀ ମେଟ୍ରୋର ୧୨.୬୪ କିଲୋମିଟର ଲମ୍ବା ମଜେଣ୍ଟା ଲାଇନ୍ର ସୋମବାର ଶୁଭାରମ୍ଭ ହୋଇଛି। ଏହା ଦେଶର ପ୍ରଥମ ସ୍ବୟଂଚାଳିତ ମେଟ୍ରୋ ଟ୍ରେନ୍ର ମାନ୍ୟତା ପାଇଛି। ନୋଏଡ଼ାର ବଟାନିକାଲ ଗାର୍ଡନକୁ ଦକ୍ଷିଣ ଦିଲ୍ଲୀର କାଲକାଜି ମନ୍ଦିର ଷ୍ଟେଶନ ସହ ଯୋଡ଼ିବ ଏହି ମେଟ୍ରୋ ଟ୍ରେନ୍।
ନୂଆଦିଲ୍ଲୀ, ୨୫।୪ : ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଅମିତା ଉଦ୍ଗାତାଙ୍କ ପରଲୋକ ହୋଇଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ଜି ଟିଭି ଧାରାବାହିକ କୁଛ୍ ରଙ୍ଗ ପ୍ୟାର୍ କିରେ ତାଙ୍କର ଅଭିନୟ ଅତି ଉଚ୍ଚକୋଟୀର ଥିଲା। ଜି ଟିଭିରେ ପ୍ରସାରିତ ହେଉଥିବା ମନ୍ କି ଆଓ୍ବାଜ ପ୍ରତିଜ୍ଞା, ଡୋଲି ଅରମାନ୍ କି, ବାଜିଗର୍ ଆଦି ଧାରାବାହିକରେ ଅଭିନୟ କରିଥିଲେ।
ନୂଆଦିଲ୍ଲୀ, ୨୫।୪ : ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଶାରାମ ବାପୁଙ୍କ ଭକ୍ତ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ରାଜନେତା ଅଛନ୍ତି। ୧୯୯୦ରୁ ୨୦୦୦ ମସିହା ମଧ୍ୟରେ ଅନେକ ରାଜନେତା ଆଶାରାମଙ୍କ ଭକ୍ତ ପାଲଟିଥିଲେ। ସେମାନଙ୍କ ମଧ୍ୟରେ ଭାଜପାର ଅଟଳ ବିହାରୀ ବାଜପେୟୀ, ଲାଲ୍କୃଷ୍ଣ ଆଡଓ୍ବାଣୀ, ମୁରଲୀ ମନୋହର ଯୋଶୀ, ରାଜନାଥ ସିଂ, ବସୁନ୍ଧରା ରାଜେ, ନୀତିନ ଗଡ଼କରୀ, ବରୁଣ ଗାନ୍ଧୀ, ରମଣ ସିଂ ଆଦି ରହିଛନ୍ତି। ସେହିପରି କଂଗ୍ରେସର ଦିଗ୍ବିଜୟ ସିଂ, କମଳନାଥ, ମୋତିଲାଲ ଭୋରା ଆଦି ନେତା ଆଶାରାମଙ୍କ ଭକ୍ତ ତାଲିକାରେ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଯୋଗଗୁରୁ ରାମଦେବ, ଫାରୁକ୍ ଅବଦୁଲ୍ଲା, ଶିବରାଜସିଂ ଚୌହ୍ବାନ ମଧ୍ୟ ଆଶାରାମଙ୍କ ଭକ୍ତ ଅଛନ୍ତି।
ନୂଆଦିଲ୍ଲୀ, ୨୫।୪ : ଦେଶର ବିଭିନ୍ନ ଅଦାଲତରେ ଏକଲକ୍ଷରୁ ଅଧିକ ଶିଶୁ ବଳାତ୍କାର ତଥା ଯୌନଶୋଷଣ ମାମଲା ପଡି ରହିଛି। ସେଥିମଧ୍ୟରୁ ମାତ୍ର ୨୯୯ଟି ମାମଲାରେ ନିମ୍ନ ଅଦାଲତା ଫଇସଲା ଶୁଣାଇଛନ୍ତି। ସରକାରଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୧୬ରେ ଏଭଳି ୧,୦୬,୯୫୮ ମାମଲା ବିଚାର ନ ହୋଇ ପଡି ରହିଛି।
ବାରାଣସୀ, ୨୫।୪ : ଗଙ୍ଗାଘାଟ ପ୍ରଦୂଷିତ ହେଉଥିବାରୁ ଏନେଇ ଗଙ୍ଗା ବିକାଶ ଅନ୍ତର୍ଗତ ଏଠାରେ ଶୌଚ ହେଲେ ଦଣ୍ଡବିଧାନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେହିପରି ଏଠାରେ ମେ’ ୧୫ଠାରୁ ଲୁଗାପଟା ସଫା କାର୍ଯ୍ୟ ବନ୍ଦ କରାଯିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।
ବମ୍ବେ, ୨୫।୪ : ମହାରାଷ୍ଟ୍ର ବମ୍ବେର ନଭି ମୁମ୍ବାଇସ୍ଥିତ ବେଳାପୁରଠାରେ ଏକ ରାସାୟନିକ କାରଖାନାରେ ବୁଧବାର ଅଗ୍ନିକାଣ୍ଡ ଘଟି ଅନେକ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ଏହା ନିକଟରେ ଥିବା କେତେକ କାରଖାନାରେ ମଧ୍ୟ ନିଆଁ ଲାଗିଥିବା କୁହାଯାଉଛି। ଖବର ପାଇ ୧୨ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାର୍ଯ୍ୟ ଜାରି ରଖିଛି।
ନୂଆଦିଲ୍ଲୀ, ୨୫।୪ : ଗତ ମାର୍ଚ୍ଚ ୨୬ ତାରିଖରେ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ପ୍ରଶ୍ନପତ୍ର ଲିକ୍ ସମ୍ପର୍କରେ ଅଭିଯୋଗ ହୋଇଥିଲା। ସିବିଏସ୍ଇର ନିର୍ଦ୍ଦେଶକ୍ରମେ ବୁଧବାର ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ୬ଲକ୍ଷ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର ଅର୍ଥନୀତି ପରୀକ୍ଷା ଦେଇଛନ୍ତି। ପରୀକ୍ଷା ସକାଳ ୧୦ଟା ୩୦ ଆରମ୍ଭ ହୋଇଥିବାବେଳେ ପରୀକ୍ଷାକେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଯୋଧପୁର, ୨୫।୪ : ବଳାତ୍କାର ମାମଲାରେ ଆଶାରାମ ବାପୁଙ୍କ ସମେତ ୫ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହାର ବିଚାର କରି ବୁଧବାର ଯୋଧପୁର କାରାଗାର ପରିସରରେ ବିଚାରପତି ମଧୁସୂଦନ ଶର୍ମା ଏହା ସୂଚିତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆଶାରାମଙ୍କ ସହଯୋଗୀ ଶିଳ୍ପୀ, ଶିବା, ଶରତଚନ୍ଦ୍ର ଓ ପ୍ରକାଶଙ୍କୁ ଯୋଧପୁରକୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଲାଉସାନେ, ୨୫।୪ (ପି.ଟି.)-ଗତବର୍ଷ ଲଣ୍ଡନରେ ହକି ଓ୍ବାଲର୍ଡ ଲିଗ୍ ସେମିଫାଇନାଲ ବେଳେ ଇଂଲିଶ ଲ’ ଏନଫୋର୍ସମେଣ୍ଟ ଅଥରିଟିଜ୍ ବିପକ୍ଷରେ ଟିପ୍ପଣୀ ଦେଇ ଅଡୁଆରେ ପଡ଼ିଛନ୍ତି ଇଣ୍ଟରନ୍ୟାଶନାଲ ହକି ଫେଡେରେଶନ (ଏଫ୍ଆଇଏଚ୍) ସଭାପତି ନରିନ୍ଦର ବାତ୍ରା। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏଫ୍ଆଇଏଚ୍ର ରିପ୍ଲେସମେଣ୍ଟ ଡିସିପ୍ଲିନାରୀ କମିଶନର ବାତ୍ରାଙ୍କୁ ଚେତାବନୀ ଦେବା ସହ ଜରିମାନା କରିଛି। ଏଫ୍ଆଇଏଚ୍ର କହିବା ଅନୁସାରେ ୨୦୧୭ରେ ଲଣ୍ଡନରେ ହିରୋ ହକି ଓ୍ବାଲର୍ଡ ଲିଗ୍ ସେମିଫାଇନାଲ ବେଳେ ଏକ ମାମଲାରେ ଇଂଲିଶ ଲ’ ଏନଫୋର୍ସମେଣ୍ଟ ଅଥରିଟିଜି ଭାରତୀୟ ଖେଳାଳି ସର୍ଦ୍ଦାର ସିଂଙ୍କୁ ଡାକି ତାଙ୍କୁ ଜେରା କରିଥିଲେ। ପୂର୍ବତନ ହକି ଇଣ୍ଡିଆ ସଭାପତି ବାତ୍ରା ତାଙ୍କ ଫେସ୍ବୁକ୍ ଆକାଉଣ୍ଟରେ ଏହି କାର୍ଯ୍ୟକୁ ସମାଲୋଚନା କରିଥିଲେ। ବାତ୍ରା ପରେ ଅବଶ୍ୟ ତାଙ୍କର ଏହି ଭାବପ୍ରବଣ ବକ୍ତବ୍ୟକୁ ନେଇ ଅନୁତାପ କରିବା ସହ ସର୍ବସାଧାଣରେ କ୍ଷମା ପ୍ରାର୍ଥନା କରିଥିଲେ। ବାତ୍ରା ବର୍ତ୍ତମାନ ଆହୁରିମଧ୍ୟ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ)ର ସଭାପତି ଅଛନ୍ତି। ତାଙ୍କୁ ଲିଖିତ ଚେତାବନୀ ଦିଆଯିବା ସହ ଜରିମାନା ଅର୍ଥରାଶିକୁ ଏକ ସ୍ପୋଟର୍ସ ଚ୍ୟାରିଟି ଅନୁଷ୍ଠାନକୁ ଦେବା ଲାଗି ନିର୍ଦ୍ଦେଶ ହୋଇଛି। ହେଲେ ଏହାର ପରିମାଣ କେତେ ତାହା ଗୋପନ ରଖାଯାଇଛି।
ନୂଆଦିଲ୍ଲୀ,୨୫।୪(ପି.ଟି):ବଡଧରଣର ଆର୍ଥତ୍କ ଘୋଟାଲା କରି ଦେଶ ଛାଡି ପଳାୟନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦୃଢ ହେବ । ଏହି ଧାରାକୁ ଦୃଢ କରିବା ଲାଗି ସରକାର ନିକଟରେ ପଳାତକ ଆର୍ଥତ୍କ ଅପରାଧୀ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛନ୍ତି। ବୁଡି ଯାଇଥିବା ବିମାନ କମ୍ପାନୀ ତଥା ମଦ ମାଲିକ ବିଜୟ ମାଲ୍ୟା ଏବଂ ପ୍ରଖ୍ୟାତ ହୀରା ବ୍ୟବସାୟୀ ନୀରବ ମୋଦି ଏହି ଭଳି ବ୍ୟକ୍ତିଙ୍କ ତାଲିକାରେ ରହିଛନ୍ତି। ବିଜୟ ମାଲ୍ୟା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରୁ ୯,୦୦୦ କୋଟି ଟଙ୍କାର ଋଣ ଖିଲାପ କରି ବର୍ତ୍ତମାନ ଲଣ୍ଡନରେ ରହୁଥିବା ବେଳେ ନୀରବ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନବି)ରୁ ୧୩,୦୦୦ କୋଟି ଟଙ୍କାର ଘୋଟାଲା କରି ହଂକଂରେ ରହୁଥିବା ଖବର ଆସିଛି।
ଭୁବନେଶ୍ୱର,୨୫-୪:ପ୍ରମୁଖ ଚାରିଚକିଆ ଯାନ ନିର୍ମାତା ରେନୋ ଦେଶବ୍ୟାପୀ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ କରିଛି। ଦେଶରେ ଥିବା କମ୍ପାନୀର ସମସ୍ତ ଡିଲର୍ସ ପଏଣ୍ଟ୍ରେ ଏପ୍ରିଲ ୨୩ରୁ ରେନୋ ଏହି ସପ୍ତାହ ପାଳନ ଆରମ୍ଭ କରିଥିବା ବେଳେ ବେଳେ ୩୦ରେ ଶେଷ ହେବ। ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ ମାନୁଫ୍ୟାକ୍ଚରର୍ସ-ସୋସାଇଟି ଅଫ୍ ଅଟୋମେଟିଭ୍ ଫିଟ୍ନେସ୍ ଆଣ୍ଡ୍ ଏନ୍ଭାୟର୍ନମେଣ୍ଟ(ଏସ୍ଆଇଏଏମ୍-ଏସ୍ଏଏଫ୍ଇ) ସହ ମିଳିତ ଭାବେ ରେନୋ ଏହା ଆୟୋଜନ କିରଛି। ସଡ଼କ ସୁରକ୍ଷା-ଜୀବନ ରକ୍ଷା ଥିମ୍ ଆଧାରରେ ଏହା ପାଳନ କରାଯାଉଥିବା ବେଳେ କାର୍ ସୁରକ୍ଷା ପାଇଁ ଚେକ୍ଅପ୍ କ୍ୟାମ୍ପ ଆୟୋଜନ କରାଯାଇଛି। ସେହିପରି ବିଭିନ୍ନ ସୁରକ୍ଷାଭିତ୍ତିକ ଆସେସରିଜ୍ ଉପରେ ୧୫% ପର୍ଯ୍ୟନ୍ତ ରିହାତି ଘୋଷଣା କରାଯାଇଛି ବୋଲି ରେନୋ ପ୍ରକାଶ କରିଛି। ଟ୍ରାଫିକ୍ ନିୟମ ପାଳନ, ସିଟ୍ ବେଲ୍ଟ ପରିଧାନ ଠାରୁ ଆରମ୍ଭ କରି ନିର୍ଦ୍ଧାରିତ ଗତିରେ ଗାଡ଼ିଚାଳନା ଉପରେ ଏହି ଅବସରରେ ଗ୍ରାହକ ଓ ଗାଡିଚାଳକଙ୍କୁ ସଚେତନ କରାଯିବ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ।
ବମ୍ବେ,୨୫-୪(ପି.ଟି):ଘରୋଇ ବଜାରରେ ପ୍ରତି ୪ ଜଣରେ ଜଣେ ବେତନଭୋଗୀ କର୍ମଚାରୀ ଟିକସ ସୁବିଧା ସମ୍ପର୍କରେ ଜାଣି ନ ଥିବା ଜଣାଯାଇଛି। ଟିକସ ସୁବିଧା ପାଇବା ଲାଗି କର୍ମଚାରୀଙ୍କୁ ବିଭିନ୍ନ ପ୍ରକାରର ସୁଯୋଗ ପ୍ରଦାନ କରାଯାଉଛି। ମାତ୍ର ଏହାର ଲାଭ ନେବା ପାଇଁ କର୍ମଚାରୀମାନେ ସୁବିଧା ସମ୍ପର୍କରେ ଅବଗତ ନ ଥିବା ନେଲସେନ୍ ଇଣ୍ଡିଆ ସଂସ୍ଥା ପକ୍ଷରୁ ହୋଇଥିବା ଜେଟା କର୍ମଚାରୀ ସୁବିଧା ସଂକ୍ରାନ୍ତ ସର୍ଭେରୁ ଏହି ଭଳି ତଥ୍ୟ ଜଣା ପଡିଛି। ବେତନଭୋଗୀ କର୍ମଚାରୀଙ୍କୁ କମ୍ପାନୀଗୁଡିକ ପକ୍ଷରୁ ଟିକସ ସଞ୍ଚୟ ସୁବିଧା ପ୍ରଦାନ କରାଯାଇଥାଏ। କଷ୍ଟ ଟୁ କମ୍ପାନୀ (ସିଟିସି) ପଦକ୍ଷେପ ଅନ୍ତର୍ଗତ ଏହି ଭଳି ସୁବିଧା ମିଳିଥାଏ। ଏଥିରେ ପେଟ୍ରୋଲ, ଡିଜେଲ, ଟେଲିଫୋନ୍ ଲିଭ୍ ଟ୍ରାଭେଲ ଆଲାଉନ୍ସ, ଗିଫ୍ଟ ଭାଉଚର ଭଳି ଅନ୍ୟ କେତେକ କ୍ଷେତ୍ରରେ ସୁବିଧା ରହିଥାଏ। ଉକ୍ତ ସର୍ଭେରେ ୧୯୪ ପ୍ରମୁଖ କର୍ପୋରେଟର ୧୨୩୩ କର୍ମଚାରୀଙ୍କୁ ସାମିଲ କରାଯାଇଥିଲା।
ନୂଆଦିଲ୍ଲୀ,୨୪।୪-ବ୍ୟାଙ୍କଗୁଡିକ ଏବେ ଚେକ୍ବୁକ୍, ଡେବିଟ୍ କାର୍ଡ, ନିର୍ଦ୍ଦିଷ୍ଟ ଥର ସକାଶେ ଏଟିଏମ୍ରୁ ଟଙ୍କା ଉଠାଣ, ଫୁଏଲ୍ ସର୍ଚାର୍ଜ ରିଫଣ୍ଡ୍ ଆଦି ସେବା ମାଗଣା ଯୋଗାଇ ଆସୁଛନ୍ତି। ଜମାଖାତାରେ ଯଦି ହାରାହାରି ସର୍ବନିମ୍ନ ରାଶି ଜମା ରହିଥାଏ ତେବେ ଗ୍ରାହକ ଏହି ସବୁ ସେବା ମାଗଣାରେ ଉପଲବ୍ଧ କରିପାରୁଛନ୍ତି। କିନ୍ତୁ ଆଗାମୀ ଦିନରେ ଏହି ସେବା ଆଉ ମାଗଣାରେ ମିଳିବ ନାହିଁ। ପ୍ରତ୍ୟେକ ସେବା ଉପଯୋଗ ସକାଶେ ଗ୍ରାହକଙ୍କୁ ଦେୟ ଦେବାକୁ ପଡିବ।