
ରାୟଗଡ଼ା ଅଫିସ୍,୨୪।୧୨
ରାୟଗଡ଼ା ସହରରେ ଥିବା ଓଭରବ୍ରିଜ ଉପରେ ରବିବାର ଭୋର ୪ଟା ସମୟରେ ଜେକେପୁର ଅଭିମୁଖେ ଯାଉଥିବା ଏକ କାଠ ବୋଝେଇ ଟ୍ରକ୍କୁ ପଛପଟୁ ଆସୁଥିବା ଏକ ଟ୍ୟାଙ୍କର ଧକ୍କା ଦେଇଥିଲା। ଫଳରେ ଓଭରବ୍ରିଜ ପାର୍ଶ୍ୱରେ ଥିବା ସୁରକ୍ଷା ପାଚେରୀକୁ ଭାଙ୍ଗି ଗାଡ଼ିର ଆଗ କ୍ୟାବିନ ଝୁଲି ରହିଥିଲା। ଖବରପାଇ ସକାଳେ ଆଇଆଇସି ରବୀନ୍ଦ୍ର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ରିଗନ କିଣ୍ଡୋଙ୍କ ନେତୃତ୍ୱରେଏକ ପୋଲିସ୍ ଟିମ୍ ଏବଂ ଟ୍ରାଫିକ୍ ଇନଚାର୍ଜ ପି.ରାବଣା ଘଟଣାସ୍ଥଳରେ ପହଞ୍ଚତ୍ ଗାଡ଼ିଟିକୁ ରାସ୍ତାରୁ ହଟାଇଥିଲେ। ସକାଳ ୪ଟାରୁ ଦିନ ପ୍ରାୟ ୧୧ଟା ପର୍ଯ୍ୟନ୍ତ ସହରର ମୁଖ୍ୟ ରାସ୍ତାରେ ଯାତାୟତ ଏକ ପ୍ରକାର ବନ୍ଦ ହୋଇଯାଇଥିଲା।