ଉପକୂଳ ଓଡିଶା

ବାପାଙ୍କୁ କଟୁରିରେ ହାଣି ହତ୍ୟା, ପୁଅ ଗିରଫ

ବାପାଙ୍କୁ କଟୁରିରେ ହାଣି ହତ୍ୟା, ପୁଅ ଗିରଫ
ପଟ୍ଟାମୁଣ୍ଡାଇ, ୨୪।୧୨ (ସ୍ବ.ପ୍ର.)- ଘରୋଇ କଳି ଝଗଡ଼ାକୁ କେନ୍ଦ୍ର କରି ନିଜ ବାପାଙ୍କୁ କଟୁରିରେ ହାଣି ହତ୍ୟା କରିଛି ଜଣେ ନାବାଳକ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଧୀନ ଚାପଡ଼ା ଗ୍ରାମରେ। ଏହି ଘଟଣାରେ ବ୍ୟବହୃତ ମାରଣାସ୍ତ୍ରକୁ ପୋଲିସ ରବିବାର ଜବତ କରିବା ସହ ଅଭିଯୁକ୍ତ ନାବାଳକଙ୍କୁ ଗିରଫ କରିଛି। ଉକ୍ତ ଗ୍ରାମର କରୁଣାକର ନାୟକ(୪୮)ଙ୍କୁ ତାଙ୍କ ପୁଅ ସୌମ୍ୟରଞ୍ଜନ ଓରଫ ବାବୁନା(୧୭) ଶନିବାର ରାତି ପ୍ରାୟ ୧୧ଟା ବେଳେ ଏକ ଧାରୁଆ କଟୁରିରେ ହାଣି ହତ୍ୟା କରିଛନ୍ତି। ତେବେ ହତ୍ୟାକାଣ୍ଡରେ ତାଙ୍କ ସମ୍ପୃକ୍ତି ଥିବା ନେଇ ବାବୁନା ପୋଲିସ ଆଗରେ ସ୍ବୀକାର କରିଛନ୍ତି। କରୁଣାକରଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ଭାଇଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ଥାନାରେ ୩୨୪/୧୭ ନଂ.ରେ ଏକ ମାମଲା ରୁଜୁ ହୋଇଛି। ଘଟଣା ମୁତାବକ, କରୁଣାକରଙ୍କ ଝିଅ ଗତ କିଛି ଦିନ ପୂର୍ବେ ସ୍ଥାନୀୟ ଜଣେ ଯୁବକଙ୍କ ସହ ଘର ଛାଡି ଚାଲି ଯାଇଥିଲେ। ଏ ନେଇ କରୁଣାକର ଶନିବାର ରାତିରେ ନିଜ ମା’ ଗୁରୁବାରୀ(୭୦) ଓ ପୁଅ ବାବୁନାଙ୍କୁ ଦାୟୀ କରି ପାଟିତୁଣ୍ଡ କରିବା ସହ ମାଡ଼ ମାରିଥିଲେ। ଏଥିରେ ବାବୁନା ରାଗି ଯାଇ ଘରେ ଥିବା ଏକ ଧାରୁଆ କଟୁରୀରେ କରୁଣାକରଙ୍କ ବେକକୁ ହାଣି ଦେଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ରବିବାର ସକାଳୁ ତାଙ୍କ ଭାଉଜ ଥାନାରେ ପହଞ୍ଚତ୍ କରୁଣାକର ଆତ୍ମହତ୍ୟା କରିଥିବା କହିଥିଲେ। ଆଇଆଇସି ପ୍ରମୋଦ କୁମାର ମଲିକ, ଏସ୍‌ଡିପିଓ ଉମାଶଙ୍କର ମହାରଣା, ଏଏସ୍‌ଆଇ କୈଳାସ ପରିଡ଼ା ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ। ଏକ କୋଠରୀରେ କରୁଣାକରଙ୍କ ମୃତଦେହ ପଡ଼ି ରହିଥିବା ବେଳେ ତାଙ୍କ ଡାହଣ, ବାମ ଓ ପଛ ପଟ ବେକରେ ଗଭୀର ଆଘାତ ଲାଗିଥିବା ଦେଖାଯାଇଥିଲା। ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟାର କୌଣସି ଲକ୍ଷଣ ଜଣା ନ ପଡିବାରୁ ପୋଲିସ ସନ୍ଦେହରେ ବାବୁନାଙ୍କୁ ଥାନାକୁ ଆଣି ଘଟଣା ସମ୍ପର୍କରେ ପଚରାଉଚୁରା କରିଥିଲା। ଭୟରେ ବାବୁନା ଏକ କଟୁରି ସାହାଯ୍ୟରେ କରୁଣାକରଙ୍କ ହତ୍ୟା କରିଥିବା ସ୍ବୀକାର କରିଥିଲେ।
All Right Reserved By

ଉପକୂଳ ଓଡିଶା

ଭିଭିପ୍ୟାଟ୍‌ ଭୋଟିଂ ସଚେତନତା

ଭିଭିପ୍ୟାଟ୍‌ ଭୋଟିଂ ସଚେତନତା

ଟାଙ୍ଗୀ(ଖୋର୍ଦ୍ଧା),୨୨ା୧(ଡି.ଏନ.ଏ.)-ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗୀ ବ୍ଲକର ୨୬ଟି ପଞ୍ଚାୟତରେ ଚଳିତ ସପ୍ତାହରୁ ଭିଭିପ୍ୟାଟ୍‌ ଭୋଟିଂ ସମ୍ପର୍କରେ ଭୋଟରମାନଙ୍କୁ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି । 

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ :ପ୍ରଧାନ ଶିକ୍ଷକ ଥାନାରେ ଅଟକ

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ :ପ୍ରଧାନ ଶିକ୍ଷକ ଥାନାରେ ଅଟକ

ନୟାଗଡ଼ ଅଫିସ,୨୨ା୧-ନୟାଗଡ଼ ଜିଲା ଶରଣକୁଳ ଥାନା ଅଞ୍ଚଳର ଏକ ବିଦ୍ୟାଳୟର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ  ପ୍ରଧାନ ଶିକ୍ଷକ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି।

 ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରୁ  କାଟି ନେଉଛନ୍ତି ଗଛ:ଜିଲାପାଳଙ୍କଠାରେ ଅଭିଯୋଗ କଲେ  ଗ୍ରାମବାସୀ

ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରୁ କାଟି ନେଉଛନ୍ତି ଗଛ:ଜିଲାପାଳଙ୍କଠାରେ ଅଭିଯୋଗ କଲେ ଗ୍ରାମବାସୀ

ନୟାଗଡ଼ ଅଫିସ,୨୨ା୧-ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରୁ କେତେକ ଲୋକ ଗଛ କାଟି ନେଉଥିବା ଜିଲାପାଳଙ୍କଠାରେ ଡମସାହି ଗ୍ରାମ ତଲାରିବନ୍ଧ ପଡ଼ାର ଲୋକମାନେ ଅଭିଯୋଗ କରିଛନ୍ତି। 

ବିପଜ୍ଜନକ ନୌଯାତ୍ରା, ଲୋକ ଦେଖାଣିଆ ଯାଞ୍ଚ କରି ପ୍ରଶାସନ ନୀରବ

ବିପଜ୍ଜନକ ନୌଯାତ୍ରା, ଲୋକ ଦେଖାଣିଆ ଯାଞ୍ଚ କରି ପ୍ରଶାସନ ନୀରବ

ପାରାଦୀପ,୨୨ା୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ନିପାଣିଆଠାରେ ଗତ ୨ ତାରିଖରେ ଏକ ଡଙ୍ଗା ବୁଡ଼ି ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଅଞ୍ଚଳର ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। 

ପିଠା ଟଙ୍କା ଚୋରି

ପିଠା ଟଙ୍କା ଚୋରି

ରାଜନଗର, ୨୧।୧(ଡି.ଏନ.ଏ):  ରାଜନଗର ବ୍ଲକ ଓସ୍ତିଆ ପଞ୍ଚାୟତ କାର୍ଯ୍ୟାଳୟରୁ ରବିବାର ରାତିରେ ଦୁର୍ବୃତ୍ତ ଗ୍ରିଲ୍‌ ଭାଙ୍ଗି ନଗଦ ପିଠା କାର୍ଯ୍ୟକ୍ରମ ପାଇଁ ଆସିଥିବା ୫୪ ହଜାର ଟଙ୍କା ଓ କଲର ଟିଭି ଚୋରି କରିନେଇଛନ୍ତି। 

ଗୁଳିକାଣ୍ଡରେ ଜଣେ ମୃତ

ଗୁଳିକାଣ୍ଡରେ ଜଣେ ମୃତ

ରାଜନଗର, ୨୧।୧(ଡି.ଏନ.ଏ): ରାଜନଗର ଥାନା ଅନ୍ତର୍ଗତ କଣ୍ଡିରା ଗ୍ରାମରେ ଚିଙ୍ଗୁଡି ଘେରିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ଗୁଳିକାଣ୍ଡ ଘଟି ଜଣଙ୍କ ମୃତ୍ୟୁ ହୋଇଛି।

 ବୋଲେରୋକୁ ଧକ୍କା ଦେଲା ଟ୍ରକ: ୩ ମୃତ, ଜଣେ ଗୁରୁତର

ବୋଲେରୋକୁ ଧକ୍କା ଦେଲା ଟ୍ରକ: ୩ ମୃତ, ଜଣେ ଗୁରୁତର

ଡେରାବିଶ, ୨୧।୧(ସ୍ବ.ପ୍ର): ଡେରାବିଶ ବ୍ଲକ ଅଧିନ କଟକ-ଚାନ୍ଦବାଲି ରାସ୍ତାର କାକତିଆଠାରେ ସୋମବାର ସକାଳେ ଏକ ବୋଲେରୋକୁ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ଠିକାରେ ଚାଲିଛି ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ

ଠିକାରେ ଚାଲିଛି ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୨୧ା୧(ବ୍ୟୁରୋ):ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଓଏସ୍‌ଓୟୁ) ସମ୍ପର୍କିତ ବିଲ୍‌ ବିଧାନସଭାରେ ଗୃହୀତ ହେଲା। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଉକ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଗଲା। ହେଲେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାର ସାଢେ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଏହାର  ନିଜସ୍ବ ଗୃହ, ଲାବୋରେଟୋରି ଏବଂ ସ୍ଥାୟୀ ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତ ହୋଇନାହାନ୍ତି। 

ରଣପୁର ତହସିଲରେ ଜାଲିଆତି: ବିନା ଦଲିଲରେ ମିଳୁଛି ଜମିପଟ୍ଟା, ଦୋଷ ଛଡ଼ାଇଲେ ତହସିଲଦାର

ରଣପୁର ତହସିଲରେ ଜାଲିଆତି: ବିନା ଦଲିଲରେ ମିଳୁଛି ଜମିପଟ୍ଟା, ଦୋଷ ଛଡ଼ାଇଲେ ତହସିଲଦାର

ରଣପୁର,୨୧ା୧ (ସ୍ବ.ପ୍ର.)- ସରକାର ଜମି କିମ୍ବା ଘରବାରି କିଣାବିକାରେ ସ୍ବଚ୍ଛତା ଆଣିବା ପାଇଁ ନୂଆ ନୀତି ଲାଗୁ କରୁଛନ୍ତି। ହେଲେ ବିଭାଗର କେତେକ କର୍ମଚାରୀ ଓ ଅଧିକାରୀଙ୍କ ଅପାରଗତା ଯୋଗୁ ଏହାର ଫାଇଦା ଅସାଧୁ ଲୋକମାନେ ଉଠାଉଛନ୍ତି। 

କ୍ଷୁଦ୍ର ଜଳସେଚନ ବିଭାଗରେ ଦୁର୍ନୀତି: ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ

କ୍ଷୁଦ୍ର ଜଳସେଚନ ବିଭାଗରେ ଦୁର୍ନୀତି: ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ

ନୂଆଗାଁ,୨୧।୧ (ଡି.ଏନ.ଏ.)-କୃଷି ଓ କୃଷକର ବିକାଶ ନିମନ୍ତେ ସରକାର କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ନଦୀଗୁଡିକରେ ଚେକ୍‌ଡ୍ୟାମ୍‌ମାନ ନିର୍ମାଣ କରୁଛନ୍ତି ।

‘ଗ୍ରୀନ ଆର୍ଥ’ ପକ୍ଷରୁ ଘରଚଟିଆ ସଂରକ୍ଷଣ ଅଭିଯାନ

‘ଗ୍ରୀନ ଆର୍ଥ’ ପକ୍ଷରୁ ଘରଚଟିଆ ସଂରକ୍ଷଣ ଅଭିଯାନ

ଖଣ୍ଡପଡ଼ା,୨୧ା୧(ସ୍ବ.ପ୍ର.)-ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଶିଖରପୁର ପଞ୍ଚାୟତସ୍ଥ  ନୂଆସାହିରେ ‘ଗ୍ରୀନ ଆର୍ଥ’ ପକ୍ଷରୁ ରବିବାର ଘରଚଟିଆ ସଂରକ୍ଷଣ ଅଭିଯାନ ଆରମ୍ଭ ହୋଇଯାଇଛି ା  ଅନୁଷ୍ଠାନର ସଭାପତି ଇଂ. ଆଦିତ୍ୟ କୁମାର ଦାଶ ଓ ସମ୍ପାଦିକା ସଂଘମିତ୍ରା ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। 

ଆଜି ଶ୍ରୀନୀଳମାଧବ ଜୀଉଙ୍କ ଦେବାଭିଷେକ: ସୁନାବେଶ ପାଇଁ ନୀତି ନିର୍ଘଷ୍ଟ

ଆଜି ଶ୍ରୀନୀଳମାଧବ ଜୀଉଙ୍କ ଦେବାଭିଷେକ: ସୁନାବେଶ ପାଇଁ ନୀତି ନିର୍ଘଷ୍ଟ

ଖଣ୍ଡପଡ଼ା,୨୧ା୧(ସ୍ବ.ପ୍ର.)- କଣ୍ଟିଲୋ ଶ୍ରୀ ନୀଳମାଧବଜୀଉଙ୍କ ଦେବାଭିଷେକ ତଥା ସୁନାବେଶ ୨୧ ତାରିଖ ପୌଷ ପୂର୍ଣ୍ଣମୀ ତିଥିରେ ପାରମ୍ପରିକ ରୀତିରେ ପାଳିତ ହେବ ା ଏଥିପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଷ୍ଟ ସ୍ଥିର ହୋଇଛି ା