ବାଲେଶ୍ୱର

ଉଧଉନି ହଳଦୀ ଚାଷୀ

ଉଧଉନି ହଳଦୀ ଚାଷୀ

କେନ୍ଦୁଝର ୨୪ା୧୨ (ସ୍ବ.ପ୍ର.)-କେନ୍ଦୁଝର ଜିଲାରୁ ଉତ୍ପାଦନ ହେଉଥିବା ହଳଦୀର ରଙ୍ଗ, ଗୁଣ, ମାନ ନିଆରା। କନ୍ଧମାଳ ଜିଲା ଭଳି ଏହି ଜିଲାର ଜଳବାୟୁ ଓ ମୃତ୍ତିକା ହଳଦୀ ଚାଷ ପାଇଁ ଉପଯୋଗୀ। ା କିନ୍ତୁ ଆବଶ୍ୟକ ପ୍ରାତ୍ସାହନ, ଭିତ୍ତିଭୂମି ଓ ବଜାର ସବୁଧା ଅଭାବ ଆଦି କାରଣରୁ ଜିଲାରେ ହଳଦୀ ଚାଷ ସେଭଳି ଲାଭଜନକ ହୋଇ ପାରୁନାହିଁ । ଏହି ଜିଲାର ବାଂଶପାଳ ବ୍ଲକ କାଇପାଣି, ବାୟାପଣ୍ଡାଧାର, ବାୟାକୁମୁଟିଆ ଆଦି ଅଞ୍ଚଳରେ ଆଦିବାସୀ ମହିଳା ଚାଷୀ ହଳଦୀ ଚାଷ କରି ଜୀବିକା ନିର୍ବାହ କରୁଥିବା ଦେଖାଯାଏ । ସେମାନେ ଉତ୍ପାଦନ କରୁଥିବା ହଳଦୀକୁ ବୋଝ, ବସ୍ତାରେ ରଖି ଜିଲା ମୁଖ୍ୟାଳୟକୁ ବିକିବାକୁ ଆସିଥାନ୍ତି ା ଏଠାରେ କେତେକ ମହିଳା ଚାଷୀ କହିଛନ୍ତି, ଆମେ ବାହାରକୁ କାମଧନ୍ଦା କରିବାକୁ ନ ଯାଇ ଘରେ ରହି ହଳଦୀ ଚାଷ କରୁଛୁ। ହଳଦୀ ଉତ୍ପାଦନ ହେଲେ ଏହାକୁ ଆଖପାଖରେ ବିକି ନ ପାରି ବାଧ୍ୟ ହୋଇ ୨୦ କି.ମି .ଦୂର ଚାଲି ଜିଲା ମୁଖ୍ୟାଳୟକୁ ଆସୁଛୁ ା ଆମେ ଜାତୀୟ ରାଜପଥ କଡ, ହାଟବଜାର ରାସ୍ତା ଆଦି ସ୍ଥାନରେ ହଳଦୀ ବିକି ଯାହା ପାଉ ସେଥିରେ ତେଲଲୁଣ କିଣି ଘରକୁ ଫେରିଥାଉ। ଆମେ ପ୍ରତିବର୍ଷ ହଳଦୀ ଚାଷ କରୁଥିଲେ ବି ଆମକୁୁ ବିହନ, ସାର ମିଳୁ ନାହିଁ। ନୂଆ ଚାଷ ପ୍ରଣାଳୀ ସମ୍ପର୍କରେ କେହି କିଛି ସୂଚନା ଦେଉନାହାନ୍ତି । ନିଜ ଉଦ୍ୟମରେ ଆମେ ଚାଷ କରି ପରିବାରର ଗୁଜୁରାଣ ମେଣ୍ଟାଉଛୁ ବୋଲି ସେମାନେ କହିଥିଲେ।
ବାୟାକୁମୁଟିଆ ଗ୍ରାମ କନ୍ତଲି ଠାକୁର ଜଣେ ମହିଳା ହଳଦୀ ଚାଷୀ। ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ମୂଲ ମଜୁରି ଲାଗି ଚଳୁଛନ୍ତି। ଏଥିସହିତ ବାଡିରେ ହଳଦୀ ଚାଷ କରି ପରିବାରରେ ୪ ଜଣ ଛୋଟ ପୁଅ ଝିଅଙ୍କୁ ଚଳାଉଛନ୍ତି ା ତାଙ୍କ ଗ୍ରାମରେ ଗୋଲାପ ନାଏକ, ବାହାନୀ ସନଗୀ, ମାଳତୀ ଠାକୁରଙ୍କ ଭଳି ପ୍ରାୟ ୩୦ ପରିବାରର ମହିଳାମାନେ ନିଜ ବାଡିରେ ହଳଦୀ ଚାଷ କରୁଛନ୍ତି । ଦୁର୍ଗମ ଇଲାକା ହୋଇଥିବାରୁ ସରକାରୀ ସୁବିଧା ଅପହଞ୍ଚ ା କାମଧନ୍ଦା ମିଳୁ ନ ଥିବାରୁ ପେଟ ପୋଷିବା ଲାଗି ଅନେକ ବାହାରକୁ ଚାଲିଯାଉଛନ୍ତି। ତେବେ ବହୁ ମହିଳା ଘରେ ରହି ବାଡିବଗିଚାରେ ଚାଷ କାର୍ଯ୍ୟ କରି ପେଟ ପୋଷୁଛନ୍ତି। ଏଠାରେ ଉଲ୍ଲେଖନୀୟ ଯେ ହଳଦୀ ଚାଷ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡେନି କି ସମୟ ଦେବାକୁ ପଡି ନ ଥାଏ। ହାତୀ ଓ ଅନ୍ୟ ଗୃହପାଳିତ ପଶୁ ଏହାକୁ ନଷ୍ଟ କରି ନ ଥାନ୍ତି। ଏହି ଚାଷର ସୁରକ୍ଷା ଲାଗି ବାଡ ଦେବାକୁ ପଡେ ନାହିଁ ା ସେହିପରି ଅଧିକ ଜଳର ଆବଶ୍ୟକତା ନ ଥାଏ। କେନ୍ଦୁଝର ଭଳି ଜିଲାରେ ଏହି ଚାଷ ବେଶ ଲାଭଜନକ ହେବ ବୋଲି କୁହାଯାଉଥିବା ବେଳେ ଗ୍ରାମୀଣ ଚାଷୀଙ୍କ ପାଖରେ ଯୋଜନାର ସୁଫଳ ପହଞ୍ଚି ପାରୁ ନାହିଁ ା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ସୁଜିତ ନାଥ କହନ୍ତି, କେନ୍ଦୁଝରର ଜଳବାୟୁ ଓ ମାଟି ହଳଦୀ ଚାଷ ଲାଗି ଉତ୍କୃଷ୍ଟ । ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ମହାପାତ୍ର କହନ୍ତି, ଜିଲାର ଅନ୍ୟ ଅଞ୍ଚଳ ତୁଳନାରେ ବାଂଶପାଳ ବ୍ଲକର ଜଙ୍ଗଲ ପରିବେଶ ଓ ମାଟି ହଳଦୀ ଚାଷ ପାଇଁ ଉପଯୋଗୀ ା ଏଣ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି ା ସ୍ବେଚ୍ଛାସେବୀ ସଂଗଠନ ଜରିଆରେ ଏହାକୁ ପ୍ରୋତ୍ସାହିତ କରିବା ଲାଗି ଜିଲା ଖଣିଜ ପାଣ୍ଠିରୁ ପ୍ରଥମେ ୧୦୦ ଆଦିବାସୀ ଚାଷୀଙ୍କୁ ସ୍ବାବଲମ୍ବୀ କରିବା ଲାଗି ଉଦ୍ୟମ କରୁଛୁ ା ଏହାଦ୍ୱାରା ଆଦିବାସୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସି ପାରିବ ା ଅବସରପ୍ରାପ୍ତ କେନ୍ଦ୍ର ସରକାର ଅଧିକାରୀ ଅଲେଖ ଚନ୍ଦ୍ର ପାତ୍ର କହିଛନ୍ତି, ହଦଳୀ ଏକ ଲାଭଜନକ ଚାଷ ା ଏହାକୁ ପ୍ରକ୍ରିୟାକରଣ କରି ହଳଦୀ ଗୁଣ୍ଡକୁ ପ୍ୟାକେଟ କରି ବଜାରକୁ ଛଡା ଯାଇପାରିବ ା ହଳଦୀ ଚାଷର ବିକାଶ ଘଟାଇ ପ୍ରକ୍ରିୟା କରଣ ଶିଳ୍ପ କରାଗଲେ ବହୁ ଲୋକ କାମଧନ୍ଦା ପାଇବେ। ସ୍ବୟଂ ସହାୟିକା ଗୋଷ୍ଠୀମାନେ ଅଧିକ ସ୍ବାବଲମ୍ବୀ ହୋଇ ପାରିବେ ବୋଲି ସେ କହିଛନ୍ତି।
ଫଟୋ-୨

All Right Reserved By

Model This Week

ନିକିତା

ବାଲେଶ୍ୱର

ବିକାଶରେ ଅନ୍ତରାୟ ସାଜିଛି ଘୋଷରା

ବିକାଶରେ ଅନ୍ତରାୟ ସାଜିଛି ଘୋଷରା

ଧାମନଗର,୨୧।୪(ଡି.ଏନ.ଏ.)-ଭଦ୍ରକ ଜିଲାର ନଈନାଳ ଘେରା ଧାମନଗର ବ୍ଲକ ସମ୍ପୂର୍ଣ୍ଣ ବନ୍ୟା ପ୍ରଭାବିତ ଅଞ୍ଚଳ । ରାସ୍ତା ଘାଟ ସମସ୍ୟା ବିକାଶରେ ସବୁବେଳେ ଅନ୍ତରାୟ ହୋଇ ରହିଆସିଛି। ବ୍ଲକରେ ଥିବା ବିଭିନ୍ନ ମୁଖ୍ୟ ରାସ୍ତାରେ ବନ୍ୟାଜଳ ନିଷ୍କାସନ ପାଇଁ ଅନେକ ଘୋଷରା (ଖାଲୁଆ ରାସ୍ତା) ରହିଛି। ଧୂଷୁରୀ-ହସନାବାଦ ମୁଖ୍ୟ ରାସ୍ତାରେ ହରିହଂସଠାରୁ ପଙ୍ଗଟା ମଧ୍ୟରେ ୩ଟି, ମିର୍ଘାହାଟକୂଳ ଭଟ୍ଟସାହି ମଧ୍ୟରେ ଗୋଟିଏ, ସଇଜାଫର ଫଳପୁର ମୁଖ୍ୟ ସଡକର ବୟାଙ୍ଗଡିହି ସ୍କୁଲଠାରୁ ଛନ୍ଦାସାହି ମଧ୍ୟରେ ୨ଟି ଘୋଷରା ବର୍ଷାଦିନେ ଗମନାଗମନରେ ବାଧକ ସାଜୁଛି। ଫଳପୁର-ଧାମନଗର ରାସ୍ତାରେ ୨ଟି, ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମିତ ପତ୍ରୀସାହି-ପଛାଲୋ ରାସ୍ତାର ପତ୍ରୀସାହି-ଜେନାସାହି ନିକଟ ଓ ପଛାଲୋ ନିକଟରେ ଅନ୍ୟ ୨ଟି ଘୋଷରା ରହିଛି।

ତହସିଲରୁ ରିପୋର୍ଟ ମିଳିବାରେ ବିଳମ୍ବ

ଚାନ୍ଦବାଲି,୨୧।୪(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ତହସିଲରୁ ରିପୋର୍ଟ ମିଳିବାରେ ଅହେତୁକ ବିଳମ୍ବ ହେଉଥିବାରୁ ରେବତୀ ରାଉତ(୫୮) ନାମ୍ନୀ ଜଣେ ମହିଳା ଏଯାଏ ନ୍ୟାୟ ପାଇ ପାରି ନ ଥିବା ଅଭିଯୋଗ କରିଛନ୍ତି। ପୈତୃକ ସମ୍ପତ୍ତି ଅଧିକାରରରୁ ବଞ୍ଚିତ ହେବା ପରେ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରାୟ ୪ମାସ ତଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ମହିଳାଙ୍କ ପିତାଙ୍କ ପରିଚୟ ସମ୍ପର୍କରେ ତହସିଲକୁ ରିପୋର୍ଟ ମଗାଯାଇଥିଲା। ବର୍ତ୍ତମାନ ସୁଦ୍ଧା ରିପୋର୍ଟ ଦିଆଯାଇ ନାହିଁ । ଏ ସମ୍ପର୍କରେ ତହସିଲଦାର ପ୍ରେମାଂଶୁ ଚାନ୍ଦଙ୍କୁ ପଚାରିବାରୁ ତଦନ୍ତ ଓ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ନିକଟରୁ ତଥ୍ୟ ମିଳିବାରେ ବିଳମ୍ବ ହୋଇଥିବା ସେ ପ୍ରକାଶ କରିଛନ୍ତି। ଉକ୍ତ ତହସିଲ ଅଧୀନ ଖେରଙ୍ଗ ପଞ୍ଚାୟତ ନୂଆଗଁ। ଗ୍ରାମରେ ଏହି ମହିଳାଙ୍କ ପୈତୃକ ସମ୍ପତ୍ତିକୁ ନେଇ ବିବାଦୀୟ ଅବସ୍ଥା ସୃଷ୍ଟି ହୋଇଛି। ସେ ପରିବାରର ଏକମାତ୍ର ଉତ୍ତରାଧିକାରିଣୀ ସତ୍ତ୍ୱେ ତାଙ୍କ ଜମି ବିକ୍ରିବଟା କରାଯିବାରୁ ଏ ନେଇ କୋର୍ଟରେ ମାମଲା ଚାଲିଥିବା ସେ ଦର୍ଶାଇଛନ୍ତି।

ଜବରଦଖଲକାରୀଙ୍କ କବ୍‌ଜାରେ କୋଷ୍ଟ କେନାଲ

ଜବରଦଖଲକାରୀଙ୍କ କବ୍‌ଜାରେ କୋଷ୍ଟ କେନାଲ

ଭଦ୍ରକ ଅଫିସ,୨୧।୪- ବ୍ରିଟିଶ ଅମଳରେ ନିର୍ମିତ କୋଷ୍ଟ କେନାଲର ଭାଗ୍ୟ ଏବେ ଫାଇଲରେ ବନ୍ଧା ହୋଇପଡିଛି। ଏହାର ପୁନରୁଦ୍ଧାର ଯୋଜନା କାମ ଆରମ୍ଭ ହେଉ ନ ଥିବାରୁ ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳରେ କେନାଲ ପାର୍ଶ୍ୱବର୍ତ୍ତୀ ହଜାର ହଜାର ଏକର ଚାଷ ଜମି ଜଳସେଚନ ସୁବିଧାରୁ ବଞ୍ଚିତ ହେଉଛି। ବାରମ୍ବାର ଦାବି ସତ୍ତ୍ୱେ ଜଳସେଚନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଚିଙ୍ଗୁଡି ଚାଷୀ ଏହି କେନାଲକୁ ଜବରଦଖଲ କରି ନେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏକଦା ପଶ୍ଚିମବଙ୍ଗର ଗେଓନଗାଲି, ହୁଗୁଳି ନଦୀଠାରୁ ଭଦ୍ରକ ଜିଲାରେ ବାସୁଦେବପୁର ବ୍ଲକର ବାଲିମେଦ ପଞ୍ଚାୟତର ଚାରିବାଟିଆ ଘାଟଯାଏ ପ୍ରଶସ୍ତ କୋଷ୍ଟ କେନାଲ ପରିବ୍ୟାପ୍ତ ଥିଲା। ଏହି ଜଳପଥ ଦେଇ ଓଡ଼ିଶାରୁ ଧାନ, ଲୁଣ, କାଠ, ବାଉଁଶ, ଘର ତିଆରି ପାଇଁ ବ୍ୟବହୃତ ସାମଗ୍ରୀ ପରିବହନ କରାଯାଉଥିଲା ।

ଜିଲା ରାଜସ୍ବ ସମୀକ୍ଷା ବୈଠକ:୫ ତହସିଲଦାର ପୁରସ୍କୃତ

ଜିଲା ରାଜସ୍ବ ସମୀକ୍ଷା ବୈଠକ:୫ ତହସିଲଦାର ପୁରସ୍କୃତ

ବାଲେଶ୍ୱର ଅଫିସ, ୨୧।୪- ବାଲେଶ୍ୱର ଜିଲା ରାଜସ୍ବ ସମୀକ୍ଷା ବୈଠକ ଶୁକ୍ରବାର ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ରମେଶ ଚନ୍ଦ୍ର ରାଉତ ବୈଠକରେ ଅଧ୍ୟକ୍ଷତା କରି ରାଜସ୍ବ ଆଦାୟରେ ଉଲ୍ଲେଖନୀୟ ସଫଳତା ଲାଗି ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇବା ସହ ୫ଜଣ ତହସିଲଦାରଙ୍କୁ ପୁରସ୍କୃତ କରିଥିଲେ। ବାଲେଶ୍ୱର ଜିଲା ଚଳିତ ଆର୍ଥିକ ବର୍ଷରେ ୪୨କୋଟି ୮୪ଲକ୍ଷ ୧୪ହଜାର ୩୫୨ ଟଙ୍କା ରାଜସ୍ବ ଆଦାୟ କରିବାରେ ସଫଳ ହୋଇଛି, ଯାହା ଧାର୍ଯ୍ୟଲକ୍ଷ୍ୟର ୩୧୦ ପ୍ରତିଶତ । ସଫଳତା ପାଇଁ ବାଲେଶ୍ୱର ସଦର, ଜଳେଶ୍ୱର, ଖଇରା, ନୀଳଗିରି, ବସ୍ତା ତହସିଲକୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା ।

ବିଜେଡିର ମିଶ୍ରଣ ପର୍ବ:ସାମିଲ ହେଲେ ଏକାଧିକ ନେତା, କର୍ମୀ

ବିଜେଡିର ମିଶ୍ରଣ ପର୍ବ:ସାମିଲ ହେଲେ ଏକାଧିକ ନେତା, କର୍ମୀ

ବାଲେଶ୍ୱର ଅଫିସ୍‌,୨୧।୪-ବାଲେଶ୍ୱର ଗାନ୍ଧୀସ୍ମୃତି ଭବନଠାରେ ଆୟୋଜିତ ରେମୁଣା ନିର୍ବାଚନ ମଣ୍ଡଳୀର ବିଜେଡିର ମିଶ୍ର୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ରାଜନୈତିକ ଦଳରୁ ଏକାଧିକ ନେତା ଓ କର୍ମୀ ଯୋଗ ଦେଇଥିଲେ। ରେମୁଣା ନିର୍ବାଚନମଣ୍ଡଳୀ ସଭାପତି ନଳିନୀ ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଏମ୍‌ପି ରବୀନ୍ଦ୍ର ଜେନା ଯୋଗ ଦେଇଥିଲା ବେଳେ ରାଜ୍ୟ ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଉପସ୍ଥିତ ଥିଲେ। କିଛିଦିନ ପୂର୍ବରୁ ଭାଜପା ଛାଡିଥିବା ଯୁବନେତା ଦୀପକ ମଲ୍ଲିକ, ବ୍ୟବସାୟୀ ସୁଧାଂଶୁ ଶେଖର ପରିଡା, ରସାଳପୁର ସରପଞ୍ଚ ଜୟନ୍ତୀ ଦାସ, ବହୁ ସମିତିସଭ୍ୟ, ୱାର୍ଡମେମ୍ବର ନିଜର ସମର୍ଥକଙ୍କ ସହ ଯୋଗ ଦେଇଥିଲେ।

ବଢିଚାଲିଛି ସରକାରୀ ଜମି ହଡପ:ପ୍ରଶାସନ ନୀରବଦ୍ରଷ୍ଟା,ଅଭିଯୋଗ ସତ୍ତ୍ୱେ ହେଉନି କାର୍ଯ୍ୟାନୁଷ୍ଠାନ

ବାଲେଶ୍ୱର ଅଫିସ, ୨୧।୪(ମାନସ ବିଶ୍ୱାଳ)-ବାଲେଶ୍ୱର ତହସିଲ ଅଧୀନ ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ସରକାରୀ ଜମି ଜବରଦଖଲ ଘଟଣା ବଢିଚାଲିଛି। ପ୍ରଭାବଶାଳୀ ଲୋକେ ବିଭାଗୀୟ କର୍ମଚାରୀଙ୍କୁ ହାତ କରି ବିଭିନ୍ନ ମୌଜାରେ ଥିବା ଅନାବାଦି, ଗୋଚର, ନାଳ କିସମର ଜମିକୁ ହାତେଇ ନେଉଛନ୍ତି। ସେମାନେ ପ୍ରଥମେ ଜମି ଜବରଦଖଲ କରି ପରେ ଏହାର ବ୍ୟକ୍ତିଗତ ମାଲିକାନା ହାସଲ କରି ନେଉଥିବା ଅଭିଯୋଗ ହେଉଛି। ଏପରିକି ନେତା, ପ୍ରଶାସକ, ବ୍ୟବସାୟୀ, ବିଶିଷ୍ଟ ବ୍ୟକ୍ତିବିଶେଷ ସରକାରୀ ଜମି ହଡପ ମାମଲାରେ ସମ୍ପୃକ୍ତ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ଲିଜଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଲିଜଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ବଡସାହି,୨୧|୪ (ସ୍ବ.ପ୍ର)- ବଡ଼ସାହି ତହସିଲ ଅଧୀନ ବୁଢାବଳଙ୍ଗ ନଦୀ ଆରପଟା ବାଲି ସୈରାତରୁ ବେଆଇନ ବାଲି ଉତ୍ତୋଳନକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ଦୃଢ ପଦକ୍ଷେପ ଗ୍ରହଣ କରାଯାଇଛି | ଦିନରାତି ମେଶିନ ଯୋଗେ ବାଲି ଲୋଡିଙ୍ଗ, ନଦୀରେ ଅସ୍ଥାୟୀ ପୋଲ ନିର୍ମାଣ କରି ବାଲି ଉତ୍ତୋଳନ ଓ ପରମିଟର ଅପବ୍ୟବହାରକୁ ନେଇ ଗୁରୁବାର ସନ୍ଧ୍ୟାରେ ସଦର ଉପଜିଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି | ବେଆଇନ ଉତ୍ତୋଳନ ନେଇ ଧରପଗଡ ହେବା ପରେ ନିଲାମଧାରୀଙ୍କୁ ୨ଲକ୍ଷ ଟଙ୍କା ଜରିମନା କରାଯାଇଛି | ତାସହିତ ଭବିଷ୍ୟତରେ ଏପରି ବେଆଇନ କାରବାର କରିବେ ନାହିଁ ବୋଲି ଲିଜଧାରୀ ଏକ ସ୍ବୀକାରୋକ୍ତି ପ୍ରଦାନ କରିଛନ୍ତି | ଉପଜିଲାପାଳ ଅବଦୂଲ ମହମ୍ମଦ ଅଖତରଙ୍କ କହିବାନୁଯାୟୀ ନିଲାମଧାରୀଙ୍କ ଏହା ପ୍ରଥମ ବେଆଇନ କାଯର୍‌ୟ ହୋଇଥିବାରୁ ତାଙ୍କ ଲିଜ ରଦ୍ଦ କରା ନ ଯାଇ ଉପରୋକ୍ତ କାଯର୍‌ଯାନୁଷ୍ଠାନ ଗ୍ରହଣ କରାଯାଇଛି |

‘କ୍ଲିନ୍‌  ଷ୍ଟାଚ୍ୟୁ, କ୍ଲିନ୍‌ ସିଟି’ କାର୍ଯ୍ୟକ୍ରମ

‘କ୍ଲିନ୍‌ ଷ୍ଟାଚ୍ୟୁ, କ୍ଲିନ୍‌ ସିଟି’ କାର୍ଯ୍ୟକ୍ରମ

ବାରିପଦା ଅଫିସ,୨୧।୪ - ମୟୂରଭଞ୍ଜ ଜିଲାର ‘ଆମେ ମୟୂରଭଞ୍ଜିଆ’ ସଙ୍ଗଠନ ପକ୍ଷରୁ ଶୁକ୍ରବାର ‘କ୍ଲିନ ଷ୍ଟାଚ୍ୟୁ, କ୍ଲିନ ସିଟି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିରେ ବରପୁତ୍ରଙ୍କୁ ସମ୍ମାନ ଜଣାଇବା ପାଇଁ ବାରିପଦା ସହରରେ ଥିବା ପ୍ରତିମୂର୍ତ୍ତିଗୁଡିକୁ ସଫେଇ କରାଯାଇଛି । ବରପୁତ୍ରମାନଙ୍କୁ ବର୍ଷରେ କେବଳ ଥରେ ମନେ ପକାଇ ଲୋକେ ନିଜ କାମ ସାରିଦେଉଥିବା ପରେ ସେହି ପ୍ରତିମୂର୍ତ୍ତିଗୁଡିକ ଅପରିଷ୍କାର ଅପରିଛନ୍ନ ହୋଇ ପଡିଥାନ୍ତି ।

ମିଳୁନି ବିଦ୍ୟୁତ୍‌ ସଂଯୋଗ:ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ମିଳୁନି ବିଦ୍ୟୁତ୍‌ ସଂଯୋଗ:ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଉଦଳା, ୨୧।୪ (ଡି.ଏନ.ଏ.)- ଗ୍ରାମରେ ବିଦ୍ୟୁତ୍‌ ଖୁଣ୍ଟ ଅଛି, ତାର ମଧ୍ୟ ଟଣାଯାଇଛି। ବିଦ୍ୟୁତ୍‌ ସଂଯୋଗ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ବର୍ଷେ ପୂର୍ବରୁ ସରିଛି। ହେଲେ ହୋଇପାରୁନି ବିଦ୍ୟୁତ୍‌ ସଂଯୋଗ। ଦୀର୍ଘ ବର୍ଷେ ହେବ ଉଦଳା ବ୍ଲକ ଅଧୀନ ନାବରା ଗ୍ରାମବାସୀଙ୍କ ବାରମ୍ବାର ଦାବି ସତ୍ତ୍ୱେ ନିଆଯାଇନି ପଦକ୍ଷେପ। ଶେଷରେ ଗ୍ରାମର ମହିଳାମାନେ ଉତ୍ତ୍ୟକ୍ତ ହୋଇ ଶୁକ୍ରବାର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଲେ । ତେବେ ଆଇଏଏସ୍‌ ବିଶାଲ ସିଂ, ଉପଜିଲାପାଳ ପ୍ରଭାତ କୁମାର ମହାପାତ୍ର, ବିଭାଗୀୟ ସହକାରୀ ଯନ୍ତ୍ରୀ ଦୀପକ କୁମାର ଦାସଙ୍କ ସହିତ ଗ୍ରାମବାସୀ ଆଲୋଚନା କରିବା ପରେ ୧୦ ଦିନ ମଧ୍ୟରେ ଗ୍ରାମରେ ବିଦ୍ୟୁତ୍‌ ଚାର୍ଜ କରାଯିବ ବୋଲି ପ୍ରଶାସନିକ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ଶାନ୍ତ ପଡିଥିଲେ ।

ଦୃଷ୍ଟି ଯୋଜନାରେ ଅନିୟମିତତା ଘଟଣା:ତଦନ୍ତକୁ ଚପାଇ ଦିଆଯାଉଥିବା ଅଭିଯୋଗ

କପ୍ତିପଦା,୨୧।୪ (ଡି.ଏନ୍‌.ଏ.)-ଦୃଷ୍ଟି ଯୋଜନାରେ ବିଭିନ୍ନ ପ୍ରକାର ଅନିୟମିତତା ଓ ନିମ୍ନମାନର ଚଷମା ଯୋଗାଣକୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନଁ। ଧରୁନି । କପ୍ତିପଦା ଭିନ୍ନକ୍ଷମ ମଞ୍ଚ ୧୫ ଡିସେମ୍ବର ୨୦୧୭ରେ ଏ ନେଇ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, ଭୁବନେଶ୍ୱର ଓ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲା। ଏଥିନିମନ୍ତେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ସତ୍ତ୍ୱେ ଏହାକୁ ପ୍ରଶାସନିକ ସ୍ତରରେ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହେଉଛି । ତେଣୁ ଭିନ୍ନକ୍ଷମ ବିଭାଗ ଏସସିଡିପିଙ୍କୁ (ଷ୍ଟେଟ କମିଶନ ଫର ପର୍ସନ ଓ୍ବିଥ ଡିଜାବିଲିଟି) ପୁନଃ ରିମାଇଣ୍ଡର ଦେଇଛି ।

ଝରାଡ଼ିହି ସିଏଚ୍‌ସିରେ ଜଳାଭାବ:ରୋଗୀ ସମେତ କର୍ମଚାରୀ ହନ୍ତସନ୍ତ

ଝରାଡ଼ିହି ସିଏଚ୍‌ସିରେ ଜଳାଭାବ:ରୋଗୀ ସମେତ କର୍ମଚାରୀ ହନ୍ତସନ୍ତ

ବହଳଦା,୨୧।୪ (ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବହଳଦା ବ୍ଲକର ଝରାଡିହିଠାରେ ୧୯୫୯ ମସିହାରେ ପ୍ରତିଷ୍ଠିତ ସ୍ବାସ୍ଥ୍ୟକେନ୍ଦ୍ରକୁ ପରବର୍ତ୍ତୀ ସମୟରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ଦିଆଯାଇଥିଲା । ମାତ୍ର ଆଜି ପର୍ଯ୍ୟନ୍ତ ଡାକ୍ତରଖାନାର ଆବଶ୍ୟକ ଭିତ୍ତିଭୂମିର ବିକାଶ ହୋଇପାରିଲା ନାହିଁ । ଏଠାରେ ଶୌଚାଳୟ ନ ଥିବାବେଳେ ପିଇବା ପାଣି ଅଭାବ ଲାଗି ରହିଛି। ଏଠାରେ ରହୁଥିବା ଡାକ୍ତରଙ୍କ ପତ୍ନୀ ସମେତ ଅନ୍ୟ ମହିଳା ଏଠୁସେଠୁ ବାଲଟିଏ ବା ଦୁଇ ବାଲଟି ପାଣି ସଂଗ୍ରହ କରୁଥିବା ଦେଖାଯାଉଛି । କର୍ମଚାରୀଙ୍କ ପାଇଁ ଥିବା ଅଧିକାଂଶ କ୍ୱାର୍ଟର୍ସରେ ଶୌଚାଳୟ ନ ଥିବାରୁ ରୋଗୀ ସମେତ କର୍ମଚାରୀମାନେ ମଧ୍ୟ ହଇରାଣ ହେଉଛନ୍ତି ।

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ :ସ୍ନାତ୍ତକୋତ୍ତର ଓଡ଼ିଆ ପଢ଼ିବାରୁ ବଞ୍ଚତ୍ତ ହେବେ ଛାତ୍ରୀଛାତ୍ର

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ :ସ୍ନାତ୍ତକୋତ୍ତର ଓଡ଼ିଆ ପଢ଼ିବାରୁ ବଞ୍ଚତ୍ତ ହେବେ ଛାତ୍ରୀଛାତ୍ର

ବାରିପଦା ଅଫିସ,୨୧।୪ - ମୟୂରଭଞ୍ଜ ଜିଲା ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସିଂ ବ୍ୟବସ୍ଥାରେ ଓଡ଼ିଆ ପାଠ୍ୟକ୍ରମରେ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟରେ ଓଡ଼ିଆ ପାଠ୍ୟକ୍ରମ ପ୍ରଚଳନ ଲାଗି ନିର୍ଦ୍ଦେଶ ଦେଇଥିବା ବେଳେ ଏଠାକାର ବିଶ୍ୱବିଦ୍ୟାଳୟରେ ଏନେଇ ଏକ ବିବଦମାନ ସ୍ଥିତି ସୃଷ୍ଟି ହୋଇଛି। ୨୦୧୭ ମସିହାରେ କେନ୍ଦୁଝର ଜିଲାରେ ହୋଇଥିବା ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ନିୟମିତ ଓଡ଼ିଆ ପାଠ୍ୟକ୍ରମ ପ୍ରଚଳିତ ଥିବା ବେଳେ ବାରିପଦା କ୍ୟାମ୍ପସରେ ଏଭଳି ବ୍ୟବସ୍ଥା ଏଯାଏ ହୋଇନାହିଁ। ଛାତ୍ରୀଛାତ୍ରଙ୍କ ବାରମ୍ବାର ଦାବି ସତ୍ତ୍ୱେ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଜସ୍ବ ଓଡିଆ ବିଭାଗ ଖୋଲା ଯାଉ ନାହିିଁ। ସେଲ୍ଫ ଫାଇନାନ୍ସିଂ ବ୍ୟବସ୍ଥା ଯୋଗୁ ଏଠାରେ ନିୟମିତ ଓଡ଼ିଆ ବିଭାଗ ଖୋଲାଯିବା ସମ୍ଭାବନା କ୍ଷୀଣ ବୋଲି କୁଳପତି ପ୍ରଫେସର ଚାନ୍ଦ କହିଛନ୍ତି।