ସମ୍ପାଦକୀୟ |

ବଡ଼ଦିନ: ଅଭ୍ୟୁଦୟର ପ୍ରତୀକ

ବଡ଼ଦିନ: ଅଭ୍ୟୁଦୟର ପ୍ରତୀକ
ଆନନ୍ଦ ଓ ଉଲ୍ଲାସର ପର୍ବ ବଡ଼ଦିନ। ଈଶ୍ୱରଙ୍କ ପାଖରୁ ପୃଥିବୀକୁ ଖୁସିର ସନ୍ଦେଶ ବୋହି ଆଣିବାର ଏକ ଆଧ୍ୟାମତ୍ିକ ଅବସର। ଭୌଗୋଳିକ କାରଣରୁ ଉତ୍ତର ଗୋଲାର୍ଦ୍ଧରେ ଡିସେମ୍ବର ୨୨ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଜୁନ୍‌ ୨୧ ତାରିଖରେ ଦିନ ବଡ଼ହୁଏ ସତ, ହେଲେ ଡିସେମ୍ବର ୨୫ ତାରିଖକୁ ବଡ଼ଦିନ ଭାବରେ ପାଳନ କରେ ସମଗ୍ର ବିଶ୍ୱ। କାରଣ ଡିସେମ୍ବର ୨୫ରେ ପୃଥିବୀରେ ଘୋଷଣା ହୋଇଥିଲା ଏକ ଅତି ଆନନ୍ଦଦାୟକ ସୁସମାଚାର। ଜଣେ ସ୍ବର୍ଗଦୂତ ସେଦିନ କିଛି ମେଷପାଳକଙ୍କ ନିକଟରେ ଉପସ୍ଥିତ ହୋଇ କହିଥିଲେ, ଭୟ କରନାହିଁ, ତୁମ୍ଭର ତ୍ରାଣକର୍ତ୍ତା ଏବେ ବେଥେଲହାମ୍‌ ନଗରରେ ଜନ୍ମଗ୍ରହଣ କରିସାରିଛନ୍ତି ପ୍ରଭୁ ଯିଶୁଖ୍ରୀଷ୍ଟ ଭାବରେ। ମଣିଷକୁ ପାପର ଶୃଙ୍ଖଳରୁ ମୁକ୍ତକରି ସେ ସମସ୍ତଙ୍କ ଭିତରେ ସ୍ଥାପନ କରିବେ ଶାନ୍ତି। ବିତରଣ କରିବେ କ୍ଷମା, କରୁଣା, ତ୍ୟାଗ ଓ ପ୍ରେମର ମନ୍ତ୍ର। ସ୍ବର୍ଗଦୂତଙ୍କ ବାର୍ତ୍ତାକୁ ଈଶ୍ୱରଙ୍କ ଆଦେଶ ମନେକରି ମେଷ ପାଳକମାନେ ବାହାରିଲେ ଯିଶୁଙ୍କ ସନ୍ଧାନରେ। ଯିଶୁଙ୍କ ଇହୁଦୀ ପିତାମାତା ଜୋସେଫ ଓ ମରିୟମ୍‌ ଗାଲିଲିର ନାଜ୍‌ରିଥ୍‌ ସହରରୁ ଜୁଡ଼ିଆର ବେଥେଲହାମ୍‌କୁ ଚାଲିଆସି ଆଶ୍ରୟ ନେଉଥିଲେ ଏକ ପାନ୍ଥଶାଳାରେ। ସେଠାରେ ସ୍ଥାନ ଅଭାବରୁ ମାତା ମେରୀ ନିଜ ପ୍ରଥମ ସନ୍ତାନ ଯିଶୁଙ୍କୁ ଏକ ଗୁହାଳଘରେ ଜନ୍ମଦେବା ସହିତ ସଦ୍ୟଜାତ ଶିଶୁଟିକୁ କନା ଗୁଡ଼େଇ ଶୁଆଇ ଦେଇଥିଲେ ଗୋଟେ ଟୋକେଇ ଭିତରେ। ସ୍ବର୍ଗଦୂତଙ୍କ ସୂଚନାକୁ ଭିତ୍ତିକରି ମେଷ ପାଳକମାନେ ସେଠାରେ ପହଞ୍ଚତ୍ଥିଲେ ଏବଂ ଯିଶୁଙ୍କ ବନ୍ଦନା କରିଥିଲେ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହିତ। ବାଇବେଲ୍‌ ଅନୁସାରେ ଈଶ୍ୱର ନିଜର ହାତଗଢା ପୃଥିବୀକୁ ଏଭଳି ପ୍ରେମ କଲେ ଯେ ନିଜର ଅଦ୍ୱିତୀୟ ପୁତ୍ର ଯିଶୁଙ୍କୁ ପ୍ରେରଣ କରିଥିଲେ ପୃଥିବୀର ପାପଭାରା ଲାଘବ ପାଇଁ। ଈଶ୍ୱରଙ୍କ ନିର୍ଦ୍ଦେଶରେ ଅବତାର ଗ୍ରହଣ କରି ଯିଶୁ ମଧ୍ୟ ବରଣ କରି ନେଇଥିଲେ ଅକଥନୀୟ ଦୁଃଖ ଓ ଯନ୍ତ୍ରଣା। ମଣିଷକୁ ପାପତାପରୁ ପରିତ୍ରାଣ ପାଇଁ ପୃଥିବୀରେ ଜନ୍ମନେଇଥିବା ଯିଶୁଙ୍କୁ ଶେଷରେ କଣ୍ଟା ବାଡ଼େଇ ଝୁଲେଇ ଦିଆଗଲା ଫାଶୀଖୁଣ୍ଟରେ। ମାତ୍ର ଇତିହାସର ସେହି ପୁଣ୍ୟ ପୁରୁଷ ମାନବିକତାର ମହାର୍ଘ ମନ୍ତ୍ର ଉଚ୍ଚାରଣ କରି ଆମତ୍ତ୍ୟାଗର ଏମିତି ନମୁନା ରଖିଗଲେ ଯେ, ତାହା ବିଶ୍ୱ ମାନବକୁ ଉଦ୍‌ବୁଦ୍ଧ କଲା ଏବଂ ବିଶ୍ୱରେ ପ୍ରବର୍ତ୍ତିତ ହେଲା ଖ୍ରୀଷ୍ଟଧର୍ମ। ସେହି ପୁଣ୍ୟାମତ୍ାଙ୍କ ଜନ୍ମ ତିଥିରୁ ଆରମ୍ଭ ହେଲା ଖ୍ରୀଷ୍ଟାବ୍ଦ ଗଣନା। ଧର୍ମମତ ନିିର୍ବିଶେଷରେ ସମସ୍ତଙ୍କୁ ଅନୁପ୍ରାଣିତ କଲା ତାଙ୍କ କାଳଜୟୀ ବାଣୀ ଓ ଆହ୍ବାନ। ବୁଦ୍ଧି ଓ ଯୁକ୍ତି ଆଧାରିତ ଜ୍ଞାନ ଅପେକ୍ଷା ଅନ୍ତର୍ମୁଖୀ ଆଧ୍ୟାମତ୍ିକ ଅନୁଭୂତିର ଜ୍ଞାନକୁ ଉଚ୍ଚତର ମାନ୍ୟତା ଦେଇ ଯିଶୁ କହୁଥିଲେ ସ୍ବର୍ଗର ସାମ୍ରାଜ୍ୟ ମହାଶୂନ୍ୟର କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଅବସ୍ଥିତ ନୁହେଁ, ତାହା କେବଳ ମନର ଏକ ଅବସ୍ଥା। ସେଥିପାଇଁ ଆପଣାକୃତ ପାପ ଓ ଦୃଷ୍କୃତିଗୁଡ଼ିକ ପାଇଁ ଅନୁଶୋଚନା ବିନା ସ୍ବର୍ଗ ରାଜ୍ୟରେ ପ୍ରବେଶ କରିବା ଅସମ୍ଭବ। ଯିଶୁଖ୍ରୀଷ୍ଟଙ୍କୁ ଯେଉଁ ଧର୍ମର ଭିତ୍ତିସ୍ଥାପକ କୁହାଯାଉଛି, ସେ ଧର୍ମରେ ରହିଛି ସମଗ୍ର ମାନବ ଜାତି ପାଇଁ ସଂପ୍ରୀତି ଓ ସଦିଚ୍ଛାର ବାର୍ତ୍ତା। ତେଣୁ ଏ କଥା ବିଶେଷଭାବେ ସ୍ମରଣୀୟ ଯେ କୌଣସି ନୂତନ ଧର୍ମ ପ୍ରବର୍ତ୍ତନ କିମ୍ବା କୌଣସି ମୃତ ବା ସୁପ୍ତ ଧର୍ମକୁ ଉଦ୍ଦୀପ୍ତ କରିବା ଉଦ୍ଦେଶ୍ୟରେ ଯିଶୁଖ୍ରୀଷ୍ଟ ମର୍ତ୍ତ୍ୟକୁ ଆସି ନ ଥିଲେ ବରଂ ଆସିଥିଲେ ଈଶ୍ୱର ଓ ମଣିଷଙ୍କ ଭିତରେ ବିଚ୍ଛିନ୍ନ ହୋଇପଡ଼ିଥିବା ସମ୍ପର୍କର ପୁନଃସ୍ଥାପନ ଉଦ୍ଦେଶ୍ୟରେ। ସେଥିପାଇଁ ତାଙ୍କ କାର୍ଯ୍ୟଶୈଳୀରେ ପ୍ରତିଫଳିତ ହୋଇଛି ଈଶ୍ୱରଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କର ସଙ୍କେତ। ଅତଏବ ଜାତି, ଧର୍ମ, ବର୍ଣ୍ଣ ଓ ଭୌଗୋଳିକ ସୀମା ନିର୍ବିଶେଷରେ ମଣିଷର ଆଧ୍ୟାମତ୍ିକ ଉତ୍ତରଣ ସହିତ ସଂଶ୍ଳିଷ୍ଟ ହୋଇରହିଛି ଯିଶୁଖ୍ରୀଷ୍ଟଙ୍କ ଜନ୍ମ। ବାଇବେଲ ଅନୁସାରେ ସରଳ ଜୀବନ ଓ ଉଚ୍ଚତର ଆଧ୍ୟାମତ୍ିକ ଜୀବନବୋଧର ବାର୍ତ୍ତା ବହନ କରିଥିବା ବଡ଼ଦିନ ପର୍ବ ହେଉଛି ଶାନ୍ତି ଓ ସଂପ୍ରୀତିର ପ୍ରତୀକ। କେବଳ ଡିସେମ୍ବର ୨୫ ନୁହେଁ, ସାରା ଡିସେମ୍ବର ମାସଟାକୁ ଝଲମଲ କରିଦିଏ ଏହି ପର୍ବର ପତିଆରା। ପିଲାମାନଙ୍କ ଦ୍ୱାରା ବୋଲାଯାଉଥିବା ବଡ଼ଦିନ ଗୀତରେ ଝୁମି ଉଠେ ସାରା ମାସର ଉସତ୍ବମୟ ପରିବେଶ। ଏହି ବଡ଼ଦିନ ଗୀତଗୁଡ଼ିକର ଇତିହାସ ହେଉଛି ୟୁରୋପର ଜୀବନବୋଧ ଓ ସଂସ୍କୃତିର ଇତିହାସ। ୟୁରୋପର ଜଣେ ମଧ୍ୟଯୁଗୀୟ ସନ୍ଥ କହିଛନ୍ତି- ଇତିହାସର କୌଣସି ନିର୍ଦ୍ଦିଷ୍ଟ ସମୟରେ ଓ ନିର୍ଦ୍ଦିଷ୍ଟ ପରିବାରରେ ଯିଶୁଖ୍ରୀଷ୍ଟ ଜନ୍ମ ହୋଇ ନ ଥିଲେ, ବରଂ ତାଙ୍କର ଜନ୍ମ ସଂଘଟିତ ହେବାରେ ଲାଗିଛି ପ୍ରତ୍ୟେକ ମୁହୂର୍ତ୍ତରେ ଓ ପ୍ରତ୍ୟେକ ମଣିଷ ଭିତରେ। ବଡ଼ଦିନ ପର୍ବ ହେଉଛି ସେହି ଅଖଣ୍ଡ ଜନ୍ମ ବା ଅଭ୍ୟୁଦୟର ପ୍ରତୀକ ମାତ୍ର। ଏହା କେବଳ ଇତିହାସର ବସ୍ତୁ ନୁହେଁ, ଅନୁଭବର ସମ୍ପଦ। ଏହି ପରିପ୍ରେକ୍ଷୀରେ ଆମେ ମନେରଖିବା ଉଚିତ ଯିଶୁ ଆଉ ଶିଶୁ ହୋଇ ଗୁହାଳ କୁଣ୍ଡରେ ଶୋଇନାହାନ୍ତି। ସେ ଆମ ପାଖେ ପାଖେ ଅଛନ୍ତି, ଆମକୁ ପାପର ବନ୍ଧନରୁ ମୁକ୍ତ କରିବା ପାଇଁ। ତେଣୁ ଆଜି ବଡ଼ଦିନ ପାଳନ ଅବସରରେ ତାଙ୍କୁ ଗୁହାଳ କୁଣ୍ଡରେ ସଜାଇବା କେବଳ ଔପଚାରିକତା ମାତ୍ର। ବାସ୍ତବରେ ସେ ଆମ ଅନ୍ତରାତ୍ମାରେ ଅଧିରୂଢ଼। ତାଙ୍କୁ ହୃଦୟ ମଧ୍ୟକୁ ସ୍ବାଗତ କଲେ ଅନ୍ତର ଭିତରେ ଅନୁରଣିତ ହେବ ଏକ ଉଦାର ମାନବିକତାର ବାଣୀ, ଯେଉଁ ବାଣୀ ଆମକୁ ଶୁଣେଇ ଆସିଛି ଆମ ଗୀତା, ଭାଗବତ ଓ ଉପନିଷଦ। ବିଜୁ ପଟ୍ଟନାୟକ ନଗର, ଭଦ୍ରକ, ମୋ-୯୪୩୮୮୫୫୦୮୮
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ ଉତ୍ତମ ରାୟ

ସମ୍ପାଦକୀୟ/ ଉତ୍ତମ ରାୟ

ଭାରତୀୟ ରାଜନୀତିରେ ଅପରାଧୀକରଣ ପ୍ରସଙ୍ଗ ଦୀର୍ଘ ବର୍ଷ ଧରି ରହିଆସିଛି। ଅତୀତକୁ ଦେଖିଲେ ଉତ୍ତର ଭାରତରେ ରାଜନେତାଙ୍କୁ ଆପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିମାନେ ସମର୍ଥନ କରିଆସୁଥିଲେ। କିନ୍ତୁ  ଏହି ବ୍ୟକ୍ତିମାନେ ଯେତେବେଳେ ସିଧାସଳଖ ରାଜନୀତିକୁ ଆସିବା ପାଇଁ ମନ ବଳାଇଲେ, ସେତେବେଳେ ନେତାମାନେ ସେମାନଙ୍କୁ ଅଟକାଇ ପାରିଲେ ନାହିଁ। ଫଳରେ ଲୋକ ସଭା ଓ ରାଜ୍ୟ ...

ସମ୍ପଦର ଯାତନା

ସମ୍ପଦର ଯାତନା

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ

ବଙ୍କାତେଢ଼ା ଏକ ବାଡ଼ି ସାହାରାରେ ବଡ଼ କଷ୍ଟରେ ଚାଲୁଛନ୍ତି ଅଶୀତିପର ବୃଦ୍ଧ ସୁନା ପ୍ରଧାନ। ଘରେ ତାଙ୍କର ଯୁବତୀ ବୋହୂ ପାଞ୍ଚବର୍ଷରୁ ଅଧିକ କାଳ ହେଲାଣି ସମ୍ପୂର୍ଣ୍ଣ ଶଯ୍ୟାଶାୟୀ। ପାଣି ଗଳୁଥିବା ନୁଆଁଣିଆ ଚାଳଘରଟିରୁ ଦାରିଦ୍ର୍ୟର ଚିତ୍ର ପୂରା ବାରି ହୋଇଯାଉଛି। ସୁନା ପ୍ରଧାନ ବାରମ୍ବାର ଦୌଡ଼ନ୍ତି ପଞ୍ଚାୟତକୁ, ଏପରି କି କେତେଥର ଦୌଡ଼ିଛନ୍ତି ତାଙ୍କ ଗାଁ ତଳକାଇଁସାରିରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ବାଂଶପାଳ ବ୍ଲକ୍‌ ଅଫିସକୁ। କେବଳ ଗୋଟିଏ ଆଶାରେ ଯେ, ବାର୍ଦ୍ଧକ୍ୟ ଭତ୍ତାଟିଏ ପାଇଁ ସେ ହକ୍‌ଦାର ବୋଲି ସରକାର ମାନିବେ।...

ଆମ ପୋଲିସ ଓ ଆମେ

ଆମ ପୋଲିସ ଓ ଆମେ

ରୁଦ୍ର ପ୍ରସନ୍ନ ରଥ

ଓଡ଼ିଆରେ ଗୋଟିଏ ଢଗ ଅଛି- ଚାକିରି କରିବ ପୋଲିସି, ମାଛ ଖାଇବ ଇଲିଶି। ପୋଲିସ ଚାକିରିର ରାଜକୀୟ ଠାଣିକୁ ନେଇ କୁହାଯାଇଥିଲା ଏ କଥା। ଆଉ ସେହି ଧାରାକୁ ଧରି ଆମେ ପୋଲିସ ଚାକିରିକୁ ଅନେକ ଦିନ ଧରି ଶ୍ରେଷ୍ଠ ବୋଲି ମନେ କରିଆସିଥିଲେ। ଅନେକଙ୍କ ପାଇଁ ପୋଲିସ ହେଉଛି କ୍ଷମତାର ପ୍ରତୀକ, ଆଉ ଥୋକେଙ୍କ ପାଇଁ ଏହା ଏକ ବର୍ବର ଏବଂ ବିଫଳ ବ୍ୟବସ୍ଥା। କିନ୍ତୁ ପ୍ରକୃତରେ ଆମ ପୋଲିସକୁ ଆମେ କିପରି ଦେଖିବାକୁ ଚାହଁୁଛେ, ତାହା ଅନେକାଂଶରେ ଆମ ମାନସିକତା ଉପରେ ନିର୍ଭରଶୀଳ।...

ଏଇ ଭାରତରେ

ଏଇ ଭାରତରେ

ଅନେକ ସମୟରେ ଇସ୍ରାଏଲ୍‌ ପୋଲିସ ଅଫିସରମାନେ କେରଳର କନ୍ନୁର ସହରକୁ ବୁଲି ଆସନ୍ତି। ଏହି ସହରର ଏକ ପୋଷାକ ତିଆରି କାରଖାନାରେ ଇସ୍ରାଏଲ୍‌ ପୋଲିସ ନିମନ୍ତେ ହାଲୁକା ନୀଳରଙ୍ଗର ୟୁନିଫର୍ମ ତିଆରି ହୁଏ। ହସ୍ତତନ୍ତର ସୁନ୍ଦର କାରିଗରି ଏବଂ ବସ୍ତ୍ର ...

ସମ୍ପାଦକୀୟ/କୃତ୍ରିମ ଜାତୀୟତା

ସମ୍ପାଦକୀୟ/କୃତ୍ରିମ ଜାତୀୟତା

ଭାରତ ଯୁଦ୍ଧପ୍ରିୟ ଦେଶ ନୁହେଁ। ଅଦ୍ୟାବଧି ବିଶ୍ୱପ୍ରସିଦ୍ଧ ଯୁଦ୍ଧ ଜିତିଥିବାର ଇତିହାସ ମଧ୍ୟ ଏହା ନାମରେ ନାହିଁ। ୧୯୭୧ରେ ବାଂଲାଦେଶକୁ ସ୍ବାଧୀନ କରିବା ଲାଗି ପାକିସ୍ତାନ ବିରୋଧରେ ହୋଇଥିବା ଯୁଦ୍ଧ  ଏବଂ ୧୯୮୮ରେ  ମାଳଦ୍ୱୀପରେ ମୌମୁନ୍‌ ଅବଦୁଲ୍‌ ଗୟୁମ୍‌ଙ୍କୁ ଗାଦିଚ୍ୟୁତ କରିବା ସକାଶେ ଅବଦୁଲା ଲୁଥୁପିଙ୍କ ଦ୍ୱାରା କରାଯାଇଥିବା ସାମରିକ ବିଦ୍ରୋହକୁ ପଣ୍ଡ କରିବାରେ ଭାରତୀୟ ସେନା ସକ୍ଷମ

ଧନୀ ବଢ଼ୁଛନ୍ତି, କମୁନି ଗରିବୀ

ଧନୀ ବଢ଼ୁଛନ୍ତି, କମୁନି ଗରିବୀ

ସହଦେବ ସାହୁ

ବିଶ୍ୱ ଆର୍ଥିକ ମଞ୍ଚ (ୱାଲର୍‌ଡ ଇକୋନୋମିକ୍‌ ଫୋରମ୍‌) ସୁଇଜରଲାଣ୍ଡର ଡାଭୋସ୍‌ଠାରେ ତା’ର ଅଧିବେଶନ ଆରମ୍ଭ କରିବା ପୂର୍ବରୁ ୧୦୩ଟି ଦେଶର ଏକ ଅର୍ଥନୈତିକ ସର୍ଭେ କରି ଯେଉଁ ଇନ୍‌କ୍ଲୁସିଭ୍‌ ଡେଭ୍‌ଲପମେଣ୍ଟ ଇଣ୍ଡେକ୍ସ (ସାର୍ବଜନୀନ ବିକାଶ ସୂଚକାଙ୍କ) ପ୍ରକାଶ କରିଥିଲା ତହିଁରେ ଭାରତର ସ୍ଥାନ ୬୨ତମ। ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି) ୧୮୯ ରାଷ୍ଟ୍ରକୁ ସର୍ଭେ କରି ଏହି ସେପ୍ଟେମ୍ବର ମାସରେ ଯେଉଁ ହ୍ୟୁମାନ୍‌ ଡେଭ୍‌ଲପମେଣ୍ଟ ଇଣ୍ଡେକ୍ସ (ମାନବ ବିକାଶ ସୂଚକାଙ୍କ) ପ୍ରକାଶ କରିଛି ତହିଁରେ ଭାରତର ସ୍ଥାନ ୧୩୦। ଦାରିଦ୍ର୍ୟ ...

ପରମଶାସ୍ତ୍ର ଭାଗବତ

ପରମଶାସ୍ତ୍ର ଭାଗବତ

ଡ. ହେମନ୍ତ କୁମାର ଛୋଟରାୟ

ଅଷ୍ଟାଦଶ ପୁରାଣ ମଧ୍ୟରେ ଶ୍ରୀମଦ୍‌ଭାଗବତ ହେଉଛି ଏକ ପବିତ୍ର ଗ୍ରନ୍ଥ। ବେଦ, ବ୍ରହ୍ମସୂତ୍ର ଓ ଉପନିଷଦାଦି ଗ୍ରନ୍ଥରେ ବିଷ୍ଣୁଙ୍କ ମହିମା ବର୍ଣ୍ଣିତ ହୋଇଥିଲେ ହେଁ ପରଂବ୍ରହ୍ମ ଶ୍ରୀକୃଷ୍ଣଙ୍କ ଚରିତ ଓ ଲୀଳାମାନ ଶ୍ରୀମଦ୍‌ଭାଗବତରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଭଗବାନ ବିଷ୍ଣୁ ବ୍ରହ୍ମାଙ୍କୁ ଭାଗବତ ତତ୍ତ୍ୱ ଶୁଣାଇଥିଲେ। ବ୍ରହ୍ମା ନିଜର ମାନସପୁତ୍ର ନାରଦଙ୍କୁ ଭାଗବତ ତତ୍ତ୍ୱ ଉପଦେଶ ଦିଅନ୍ତେ, ସେ ମହର୍ଷି ବ୍ୟାସଦେବଙ୍କ ଆଗରେ ଭାଗବତର ମହିମା ବ୍ୟାଖ୍ୟାନ କରି ତା’ର ପ୍ରସାର ନିମନ୍ତେ ପରାମର୍ଶ ଦେଇଥିଲେ। ବ୍ୟାସଦେବଙ୍କଠାରୁ ତାଙ୍କ ପୁତ୍ର ଶୁକଦେବ...

ଏଇ ଭାରତରେ

ଏଇ ଭାରତରେ

ଟଙ୍କାର ଲୋଭ ମଣିଷ ମନକୁ ପରିବର୍ତ୍ତନ କରିଦିଏ। ଅଭିଯୋଗ କରୁଥିବା ବ୍ୟକ୍ତି ଲୋଭର ବଶବର୍ତ୍ତୀ ହୋଇ ନିଜେ ଅଭିଯୁକ୍ତ ପାଲଟିଯାଏ। ଜଣେ ବାଳିକାଙ୍କୁ ତାଙ୍କ ପ୍ରଧାନଶିକ୍ଷକ ଯୌନ ଉତ୍ପୀଡନ ଦେଇଥିବା ନେଇ ବାଳିକାଙ୍କ ପିତା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ମାମଲା ପ୍ରତ୍ୟାହାର ପାଇଁ ଉକ୍ତ ଅର୍ଥଲୋଭୀ ପିତା ପ୍ରଧାନଶିକ୍ଷକଙ୍କଠାରୁ ପ୍ରଚୁର ଟଙ୍କା ନେବାକୁ ଚାହିଁଥିଲେ। ଏହି ଘଟଣାରେ ବାଳିକାଙ୍କ ପିତାଙ୍କୁ ...

‘ବନ୍ଦ’ର ବିକଳ୍ପ ଜରୁରୀ

‘ବନ୍ଦ’ର ବିକଳ୍ପ ଜରୁରୀ

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ବିରୋଧରେ ଗତ ୯ ତାରିଖରେ କଂଗ୍ରେସ ଦ୍ୱାରା ବନ୍ଦ ଡାକରା ଦିଆଯାଇଥିଲା। ଗୋଟେ ଛୁଟି ମିଳିଗଲା ସଭିଙ୍କ ପାଇଁ- ମୂଲିଆ ମଜୁରିଆଠୁ ହାକିମଙ୍କ ଯାଏ।

ରାଫାଲ ଧୂଆଁ

ରାଫାଲ ଧୂଆଁ

ଭାରତର ଯୁଦ୍ଧ ସମ୍ପର୍କିତ ପ୍ରସ୍ତୁତି ବିଷୟରେ ଯେତେ ଅଳ୍ପ ଆଲୋଚନା ହେବ ସେତେ ଭଲ। ଏହାର ମୁଖ୍ୟ କାରଣ ହେଲା ଯେଉଁସବୁ ରାଜନୈତିକ ଦଳଗୁଡ଼ିକ ବିଭିନ୍ନ ସମୟରେ କ୍ଷମତା ହାସଲ କରି କେନ୍ଦ୍ରରେ ସରକାର ଗଢ଼ିଛନ୍ତି, ସେମାନେ ସମସ୍ତେ ପ୍ରତିରକ୍ଷାକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିଆସିଛନ୍ତି। 

ମହିଳାଙ୍କ ପ୍ରତିନିଧିତ୍ୱ

ମହିଳାଙ୍କ ପ୍ରତିନିଧିତ୍ୱ

ଆକାର ପଟେଲ

ପ୍ରତିରକ୍ଷା ସମ୍ବନ୍ଧିତ ଦୁଇଟି ବିଷୟରେ ଏବେ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଚାଲିଛି। ଗୋଟିଏ ହେଉଛି ଫ୍ରାନ୍ସଠାରୁ ଭାରତ ରାଫେଲ ଯୁଦ୍ଧବିମାନ କିଣିବା ଏବଂ ଅନ୍ୟଟି ହେଉଛି ଆମେରିକା ସହ ଭାରତର ୨+୨ କଥାବର୍ତ୍ତା। ମୁଁ ଦ୍ୱିତୀୟଟି ଉପରେ ଆଲୋଚନା କରୁଛି। ପ୍ରତିରକ୍ଷା ପ୍ରସଙ୍ଗରେ ସାଧାରଣତଃ ଖୁବ୍‌ କମ୍‌ ଲୋକଙ୍କର ଆଗ୍ରହ ଥାଏ। ବିଶେଷତଃ ଯେଉଁମାନେ ଏହା...

ସ୍କୁଲ ନୁହେଁ ମନ୍ଦିର

ସ୍କୁଲ ନୁହେଁ ମନ୍ଦିର

ପ୍ରକାଶ ତ୍ରିପାଠୀ

ଚଳିତ ମାସ ଦ୍ୱିତୀୟ ଶନିବାର ଦିନ ସକାଳୁ ମନଟା ଚଞ୍ଚଳ ହୋଇ ଉଠୁଥିଲା। ସରକାରୀ ଛୁଟି ସତ୍ତ୍ୱେ  ଅନ୍ୟ ଦିନଗୁଡ଼ିକ ପରି ନିତ୍ୟକର୍ମରେ ମୋର ତତ୍ପରତା ବିସ୍ମୟ ସୃଷ୍ଟି କରୁଥିଲା ଘର ଲୋକଙ୍କ ମନରେ। ମୁଁ କ୍ରମଶଃ ବ୍ୟଗ୍ର ହୋଇପଡୁଥିଲି କେତେ ଶୀଘ୍ର ସେଇ ମନ୍ଦିରରେ ଯାଇ ପହଞ୍ଚତ୍ ପାରିବି। ଏ ସେହି ମନ୍ଦିର, ଯେଉଁଠି ଦୀର୍ଘ ୩୭ ବର୍ଷ ତଳେ ମୋ ଭବିଷ୍ୟତ ପାଇଁ ମୂଳଦୁଆର ଭିତ୍ତିପ୍ରସ୍ତର ପଡ଼ିଥିଲା। ଏ ସେହି ମନ୍ଦିର, ଯାହା ପାଇଁ ଆଜି ମୁଁ ମୋର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏ ସେହି ମନ୍ଦିର, ଯାହାର ଅବଦାନ ମୋର ସ୍ଥିତି, ପ୍ରତିଷ୍ଠା ଓ ବ୍ୟକ୍ତିତ୍ୱର ପ୍ରତିଟି ଅଣୁରେ ଭରିରହିଛି। ଏହି ମନ୍ଦିର ହେଉଛି ମୋ ସ୍କୁଲ, ମୋ ନିଜ ସ୍କୁଲ। ମୋ ସ୍କୁଲର ପୁରାତନ ଛାତ୍ର ଅନୁଜମାନଙ୍କ ...