ରାୟଗଡା

ନିର୍ମାଣ କାର୍ଯ୍ୟ ସରିନି, ଟଙ୍କା ପାଣିରେ ପଡ଼ିଲା

ନିର୍ମାଣ କାର୍ଯ୍ୟ ସରିନି, ଟଙ୍କା ପାଣିରେ ପଡ଼ିଲା
ଜୟପୁର,୨୪।୧୨(ଡି.ଏନ.ଏ)-ସରକାରଙ୍କ ବିଭିନ୍ନ ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ବିଭିନ୍ନ ନିର୍ମାଣ କାର୍ଯ୍ୟ କରାଯାଉଛି । ମାତ୍ର ସରକାରୀ ଅଧିକାରୀମାନଙ୍କ ଅଣଦେଖା ମନୋଭାବ ଯୋଗୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ । ଅର୍ଦ୍ଧନିର୍ମିତ ନିର୍ମାଣ କାର୍ଯ୍ୟ ଅବହେଳିତ ଅବସ୍ଥାରେ ପଡିରହୁଛି। ଏଗୁଡିକ ସମୟକ୍ରମେ ଭାଙ୍ଗିରୁଜି ନଷ୍ଟ ହେଉଛି। ଫଳରେ ସରକାରଙ୍କ ଲକ୍ଷାଧିକ ଟଙ୍କା ପାଣିରେ ପଡୁଛି । ଏପରି ସରକାରଙ୍କ ଟଙ୍କା ଅପବ୍ୟୟ ହୋଇଥିବା କୋରାପୁଟ ଜିଲା ଜୟପୁର ସହରରେ ଦେଖିବାକୁ ମିଳିଛି । ସହରର ରହୁଥିବା ୪୦ ପ୍ରତିଶତ ତେଲୁଗୁ ସମ୍ପ୍ରଦାୟ ଲୋକଙ୍କ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବୈଠକ ଆଦି କାର୍ଯ୍ୟ ପାଇଁ ତେଲୁଗୁ କଳା ନିକେତନ ନାମରେ ଏକ ଭବନ ଲେବର କୋଲନୀ ନିକଟସ୍ଥ ନୀଳକଣ୍ଠ ସାଗର ପାର୍ଶ୍ୱରେ ନିର୍ମାଣ ଲାଗି ନିଷ୍ପତ୍ତି ହୋଇଥିଲା। ୨୦୧୦ ଡିସେମ୍ବର ୧୨ରେ ତତ୍କାଳିନ ବିଧାୟକ ରବି ନାରାୟଣ ନନ୍ଦ, ପୌରାଧ୍ୟକ୍ଷା ଗୀତା ନନ୍ଦ, ଉପାଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରଥ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହା ପୌରାଞ୍ଚଳରେ ରହିଥିଲେ ସୁଦ୍ଧା ଏହାର ନିର୍ମାଣ ଦାୟିତ୍ୱ ଜୟପୁର ବ୍ଲକ କାର୍ଯ୍ୟାଳୟକୁ ପ୍ରଦାନ କରାଯାଇଥିଲା। ଏହାର ନିର୍ମାଣ ନିମନ୍ତେ ବିଧାୟକ ପାଣ୍ଠି ଅର୍ଥରେ ୯ଲକ୍ଷ ୮୫ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ଏହାର ଟେଣ୍ଡର କରା ନ ଯାଇ ବିଭାଗ ପକ୍ଷରୁ ନିଜସ୍ବ କନିଷ୍ଠ ଯନ୍ତ୍ରୀଙ୍କ ତତ୍ୱାଧାନରେ ନିର୍ମାଣ କାର୍ଯ୍ୟ ହୋଇଥିଲାଚାଲିଥିଲା। ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଛାତ ପର୍ଯ୍ୟନ୍ତ ଇଟାରେ ହୋଇ ୭ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । ଏହା ପରେ ଏହାର ନିର୍ମାଣ କାର୍ଯ୍ୟ ଅଟକି ରହିଥିଲା। ଫଳରେ ଦୀର୍ଘ ଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ଏହି ନିର୍ମାଣଧୀନ ଭବନ ପଡିରହିବା ଯୋଗୁ ସ୍ଥାନୀୟ ଅଞ୍ଚଳର ଲୋକମାନେ କାନ୍ଥ ଭାଙ୍ଗି ଇଟା ଏବଂ ପିଲର ଖମ୍ବ ଭାଙ୍ଗି ଗୋଡି ଏବଂ ଲୁହା ଛଡ ନେଇଯାଇଥିଲେ। ଏଥିପ୍ରତି ବିଭାଗ କିମ୍ବା ପୌରସଂସ୍ଥା ଗୁରୁତ୍ୱ ଦେଇ ନ ଥିଲେ। ବର୍ତ୍ତମାନ ଏହାର ନିର୍ମାଣ ସମୟରେ ଥିବା ବିଡିଓ ବଦଳି ହୋଇଯାଇଥିବା ବେଳେ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଅବସର ଗ୍ରହଣ କରିଛନ୍ତି । ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ଏନେଇ ଅସନ୍ତୋଷ ଦେଖାଦେଇଛି । ଓଡିଶା ତେଲୁଗୁ ସମାଜ ପକ୍ଷରୁ ବରିଷ୍ଠ କର୍ମକର୍ତ୍ତା ଭି. ଭାସ୍କର ରାଓ ଏବଂ ଦୁର୍ଗା ପ୍ରସାଦ ଶର୍ମା ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଏହି ଅର୍ଦ୍ଧନିର୍ମିତ ଭବନକୁ ସମ୍ପୂର୍ଣ୍ଣ କରିବାକୁ ଅନୁରୋଧ କରିଛନ୍ତି ।
All Right Reserved By

ରାୟଗଡା

ମଣ୍ଡିରେ ପରିଚାଳନାଗତ ଅବ୍ୟବସ୍ଥା ନେଇ ୨ ଏମ.ଡି. ନିଲମ୍ବିତ

ମାଲକାନଗିରି/କେରୁକୋଣ୍ଡା/କାଲିମେଳା,୨୩ା୧(ଡି.ଏନ.ଏ.)- ମାଲକାନଗିରି ଜିଲା କାଲିମେଳା ଓ କୋରୁକୋଣ୍ଡା ଧାନ ମଣ୍ଡିରେ ପରିଚାଳନାଗତ ତ୍ରୁଟି ଯୋଗୁ ଜିଲାପାଳ ମନୀଷ ଅଗ୍ରୱାଲଙ୍କ ସୁପାରଶକ୍ରମେ ୨ ଜଣ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ(ଏମଡି)ଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ କାଲିମେଳା ଲ୍ୟାମ୍ପସର ଏମଡି ଗୁରୁଚାନ୍ଦ ମଣ୍ଡଳ ଓ କୋରୁକୋଣ୍ଡା ଲ୍ୟାମ୍ପସ  ଏମଡି କାଳୁଚରଣ ପ୍ରଧାନ। 

ମାଓବାଦୀଙ୍କ ନାଁରେ ଚାନ୍ଦା ମାଗୁଥିବା ୪ ଅଭିଯୁକ୍ତ ଗିରଫ

ମାଓବାଦୀଙ୍କ ନାଁରେ ଚାନ୍ଦା ମାଗୁଥିବା ୪ ଅଭିଯୁକ୍ତ ଗିରଫ

ରାୟଗଡା ଅଫିସ୍‌, ୨୩।୧-ମାଓବାଦୀଙ୍କ ନାମରେ ୨ଜଣ ବ୍ୟବସାୟୀଙ୍କୁ ଚିଠି ଦେଇ ଚାନ୍ଦା ମାଗିଥିବା ୪ଜଣଙ୍କୁ ଅଣ୍ଡିରାକଞ୍ଚ ପୋଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ କାଶୀପୁର ବ୍ଲକ ବାମନଗୁଡା ଗ୍ରାମର ବଳରାମ ନାଏକ (୩୦), କଲାକୁରା ଗ୍ରାମର ଭାପ୍ତ ନାଏକ (୨୩), ମାଳିଗଁାର ରମେଶ ନାଏକ (୨୬) ଏବଂ ବାଲେକାଦାସ ନାଏକ (୩୦)। ସେମାନଙ୍କ ନିକଟରୁ ୨ଟି ମାଓବାଦୀ ଲେଟର ପ୍ୟାଡ୍‌, ୪ଟି ପୋଷ୍ଟର, ୧ଲକ୍ଷ ୮୬ହଜାର ଟଙ୍କା, ୩ଟି ବାଇକ୍‌ ଜବତ କରାଯାଇଛି। ବୁଧବାର ରାୟଗଡା ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ରାହୁଲ ପିଆର୍‌ ଏହି ସୂଚନା ଦେଇଛନ୍ତି।

ଟ୍ରେନ  ବଗି ଆକୃତିର  ଅଙ୍ଗନଓ୍ବାଡି କେନ୍ଦ୍ର

ଟ୍ରେନ ବଗି ଆକୃତିର ଅଙ୍ଗନଓ୍ବାଡି କେନ୍ଦ୍ର

ଝରିଗାଁ,୨୩।୧(ସ୍ବ.ପ୍ର) : ଜିଲାରେ ଟ୍ରେନ ଚଳାଚଳ ଦିବା ସ୍ବପ୍ନ ପାଲଟିଛି। ପାଠ୍ୟ ପୁସ୍ତକରେ ରହିଥିବା ଛବି ମାଧ୍ୟମରେ ଛାତ୍ରୀଛାତ୍ର ଟ୍ରେନ ସମ୍ପର୍କରେ ଅବଗତ ହୋଇଥାନ୍ତି। କୁନି କୁନି ପିଲାମାନଙ୍କୁ ଟ୍ରେନ ସମ୍ପର୍କରେ ଜଣାଇବା ପାଇଁ ଏକ ଅଭିନବ ପ୍ରୟାସ କରାଯାଇଛି। ଏକ ଅଙ୍ଗନଓ୍ବାଡି କେନ୍ଦ୍ରର  ଗୃହ ଟ୍ରେନ ବଗି ସଦୃଶ୍ୟ ନିର୍ମାଣ କରାଯାଇଛି। ଯାହା ଦ୍ୱାରା ପିଲାମାନେ ଟ୍ରେନ ସମ୍ପର୍କରେ ଜାଣିପାରିବେ ଏବଂ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସିବା ପାଇଁ ଆଗ୍ରହ ପ୍ରକାଶ କରିବେ। ଏଭଳି ଲକ୍ଷ୍ୟ ରଖି ନବରଙ୍ଗପୁର ଜିଲା  ଝରିଗାଁ ବ୍ଲକର ଡଙ୍ଗରିଗୁଡା ପଞ୍ଚାୟତ ଟୁଟିଗୁଡା ଗ୍ରାମରେ ଟ୍ରେନ୍‌ ବଗି ସଦୃଶ୍ୟ ଅଙ୍ଗନଓ୍ବାଡି କେନ୍ଦ୍ର ଗୃହ ନିର୍ମାଣ ହୋଇଛି। ଏହାର ନାମ ଟୁଟିଗୁଡା ଏକ୍ସପ୍ରେସ୍‌ ଦିଆଯାଇଛି। 

ପଦାରେ ପଡିଲା ଜିଲା ଯୋଗାଣ ବିଭାଗ କାରନାମା:ଚାଉଳରେ ଖୁଦ

ପଦାରେ ପଡିଲା ଜିଲା ଯୋଗାଣ ବିଭାଗ କାରନାମା:ଚାଉଳରେ ଖୁଦ

ରାୟଗଡା ଅଫିସ୍‌, ୨୩।୧:  ରାୟଗଡାରୁ ଚାଉଳ ଓ୍ବେୟାର ହାଉସ ଜରିଆରେ ଗଜପତି ଜିଲାକୁ ଯୋଗାଇ ଦିଆଯାଉଥିବା ବେଳେ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ନଜରକୁ ଆସିଛି। ରାୟଗଡା ଜିଲା ଯୋଗାଣ ବିଭାଗ ଚାଉଳକୁ ଭଲ ବୋଲି ସାର୍ଟିଫିକେଟ୍‌ ଦେଇ ପଠାଉଥିବାବେଳେ ଗଜପତି ଜିଲା ଯୋଗାଣ ବିଭାଗ ଏହାକୁ ଗ୍ରହଣ କରିବାକୁ ରୋକ୍‌ଠୋକ୍‌  ମନା କରିଦେଇଛି। ଏମିତିକି ମିଲରମାନେ ଆଣିଥିବା ୩୦ରୁ ଊର୍ଦ୍ଧ୍ୱ ଚାଉଳ ବୋଝେଇ ଟ୍ରକକୁ  ଟ୍ରକ ମାଲିକମାନେ ଅଟକାଇ ଦେଇଛନ୍ତି।

ଅମ୍ବାଦୋଳାରେ ମାଓବାଦୀ ପୋଷ୍ଟର

ଅମ୍ବାଦୋଳାରେ ମାଓବାଦୀ ପୋଷ୍ଟର

ଅମ୍ବାଦୋଳା,୨୧।୧(ଡି.ଏନ୍‌.ଏ.)- ଅମ୍ବାଦୋଳା ଥାନା ଅନ୍ତର୍ଗତ ଜନବାଲି ଗ୍ରାମ ନିକଟରେ ମାଓବାଦୀ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି ।  ଅମ୍ବାଦୋଳାଠାରୁ କନ୍ଧମାଳ ଜିଲା ବେଲଘର ମୁଖ୍ୟ ରାସ୍ତା ଜନବାଲି ନିକଟରେ ମାଓବାଦୀମାନେ ଗଛକାଟି ରାସ୍ତା ଅବରୋଧ କରି ପୋଷ୍ଟର ମାରିଛନ୍ତିି ।  ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଆସନ୍ତା ୨୫ ଜାନୁୟାରୀଠାରୁ ୩୦ ପର୍ଯ୍ୟନ୍ତ ପ୍ରତିରୋଧ ଦିବସ ଓ ୩୧ ତାରିଖକୁ ଭାରତ ବନ୍ଦ ଡାକରାକୁ ସଫଳ କରିବା ପାଇଁ ଉକ୍ତ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି। 

ପୁଅର କାଠଫାଳିଆ ମାଡରେ ବାପା ମୃତ

ପୁଅର କାଠଫାଳିଆ ମାଡରେ ବାପା ମୃତ

ମାଥିଲି , ୨୨।୧ (ସ୍ବ.ପ୍ର): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ କର୍ତ୍ତନପାଲି ପଞ୍ଚାୟତ କୋପ୍ରା ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି । ପୁଅର କାଠ ଫାଳିଆ ମାଡରେ ବାପାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ସମାରୁ ନାୟକ (୬୨) ।

ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ନିଲମ୍ବିତ

ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ନିଲମ୍ବିତ

ମାଲକାନଗିରି, ୨୨ା୧(ଡି.ଏନ.ଏ)- ମାଲକାନଗିରି ଜିଲାରେ ଛାତ୍ରୀଙ୍କ ପ୍ରତି ଯୌନ ଅସଦାଚରଣ  ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ା ଗତ ୨୦ ତାରିଖରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରାଯିବା ନେଇ ଅଭିଯୋଗ ହେ

ସ୍କୁଲ ମିଶ୍ରଣ ସ୍ଥଗିତ ରଖିବାକୁ ଦାବିପତ୍ର: ଆନ୍ଦୋଳନ ଚେତାବନୀ ଦେଲେ ଅଭିଭାବକ

ସ୍କୁଲ ମିଶ୍ରଣ ସ୍ଥଗିତ ରଖିବାକୁ ଦାବିପତ୍ର: ଆନ୍ଦୋଳନ ଚେତାବନୀ ଦେଲେ ଅଭିଭାବକ

ଦଶମନ୍ତପୁର, ୨୨।୧(ଡି.ଏନ୍‌.ଏ.)-ଦଶମନ୍ତପୁର ବ୍ଲକ ବାଣଗୁଡ଼ାସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଦଶମନ୍ତପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ମିଶ୍ରଣ କରାଯାଇଛି। ଏହାକୁ ନେଇ ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଏବିଡିଓ ରଜନୀକାନ୍ତ ଦାଶ ଓ ବିଇଓ ଅର୍ପିତା ପ୍ରଧାନଙ୍କ ଉଦ୍ଦେଶ୍ୟରେ କିରାଣି ଗୌରୀଶଙ୍କର ଶତପଥୀଙ୍କୁ ଦାବିପତ୍ର ଦେଇଛନ୍ତି।

ଜଳଭଣ୍ଡାର ନିକଟରେ ବେଆଇନ ଇଟାଭାଟି

ଜଳଭଣ୍ଡାର ନିକଟରେ ବେଆଇନ ଇଟାଭାଟି

ନବରଙ୍ଗପୁର,୨୨।୧(ବି.ପ୍ର.): ନବରଙ୍ଗପୁର ଜିଲା ଅଗ୍ନିପୁର ପଞ୍ଚାୟତ ଅଧୀନ କୁସୁମଝର ଜଳଭଣ୍ଡାର ନିକଟରେ ବେଆଇନ ଭାବେ ଗଢିଚାଲିଛି ଇଟାଭାଟି। ଏଥିଯୋଗୁ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି। ଏ ସମ୍ପର୍କରେ ଜିଲାପାଳଙ୍କ ଠାରୁ ଆରମ୍ଭ କରି ରାଜସ୍ବ ଅଧିକାରୀଙ୍କୁ ଅନେକ ଥର ଅଭିଯୋଗ ମଧ୍ୟ ହୋଇଛି।  ଏପରିକି ଜଳଭଣ୍ଡାର ନିକଟରେ ଥିବା କେନ୍ଦ୍ରିୟ ବିଦ୍ୟାଳୟ ପକ୍ଷରୁ ମଧ୍ୟ ଏ ସମ୍ପର୍କରେ  ଦୃଷ୍ଟି ଆକର୍ଷଣ କରାଯାଇଛି। ଥରେ ମାତ୍ର ଚଢାଉ କରି ରାଜସ୍ବ ବିଭାଗ ଚୁପ ହୋଇ ବସିଛି।  ଅନ୍ୟପକ୍ଷରେ  ରାଜସ୍ବ କର୍ମଚାରୀ ଚଢାଉ ଆଳରେ ବ୍ୟବସାୟୀଙ୍କୁ ସୁଯୋଗ ଦେଉଛନ୍ତି ବୋଲି ଅଭିଯୋଗ ହେଉଛି।  କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଦିନକୁ ଦିନ ଏହିଭଳି ବେଆଇନ କାର୍ଯ୍ୟ ବୃଦ୍ଧି ପାଉଛି। 

ନାବାଳିକା ୮ ମାସର ଗର୍ଭବତୀ

ନାବାଳିକା ୮ ମାସର ଗର୍ଭବତୀ

ନବରଙ୍ଗପୁର,୨୨।୧(ବି.ପ୍ର.)-ନାବାଳିକା ଏବେ ୮ ମାସର ଗର୍ଭବତୀ । ନବରଙ୍ଗପୁର ଜିଲା  ଝରିଗାଁ ଥାନାରେ ଏ ସମ୍ପର୍କରେ ନାବାଳିକା ଏତଲା ଦେବା ପରେ ମାମଲା ରୁଜୁ ହେଲା ସତ , କିନ୍ତୁ ଅଭିଯୁକ୍ତଙ୍କୁ ପୋଲିିସ ଗିରଫ ନକରି ନୀରବ ବସିଛି । ନ୍ୟାୟ ମିଳୁନଥିବା ଅଭିଯୋଗରେ ପରିବାର ଲୋକେ ଜିଲାପାଳ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଓ ଅତିରିକ୍ତ ଏସପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

କନିଆକୁପା ଗ୍ରାମକୁ ନାହିଁ ରାସ୍ତା

କନିଆକୁପା ଗ୍ରାମକୁ ନାହିଁ ରାସ୍ତା

ଚନ୍ଦ୍ରପୁର, ୨୧ା୧ (ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ପଞ୍ଚାୟତ କାର୍ଯ୍ୟାଳୟଠାରୁ ମାତ୍ର ଦୁଇ କି.ମି. ଦୂରରେ ରହିଛି ଏକ ଛୋଟିଆ ଗ୍ରାମ କନିଆକୁପା। ଏଠାରେ ରୁହନ୍ତି ମାତ୍ର ୪ ଆଦିବାସୀ ପରିବାର।  ସମସ୍ତେ କୁଲି ମଜୁରି, ଚାଷ କରି ପେଟ ପୋଷିଥାନ୍ତି । ଚନ୍ଦ୍ରପୁର ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଠାରୁ ମାତ୍ର ୧୦୦ ମିଟର ଦୂରରେ ରହିଛି ଏହି ଗ୍ରାମ। ହେଲେ ଗ୍ରାମକୁ ଖଣ୍ଡିଏ ରାସ୍ତା ନାହିଁ ା ଫଳରେ ଲୋକେ ଯିବା ଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । 

କୋରାପୁଟ ଜିଲାରେ ପିଏମ୍‌ଇଜିପି ବାଟବଣା:୫ ବର୍ଷରେ ୧୩୨ ଜଣଙ୍କୁ ମିଳିଛି ଋଣ

ଜୟପୁର,୨୨।୧(ନି.ପ୍ର.): ପ୍ରଧାନମନ୍ତ୍ରୀ ଏମ୍ପ୍ଲୟମେଣ୍ଟ ଜେନେରେଶନ ପ୍ରୋଗ୍ରାମ(ପିଏମ୍‌ଇଜିପି)ରେ ବିଭିନ୍ନ ଉଦ୍ୟୋଗ ପାଇଁ ଆବେଦନ ମଞ୍ଜୁର ପାଇବା ପରେ ବାକି କାମ ବ୍ୟାଙ୍କରେ ଅଟକି ଯାଉଛି। ବ୍ୟାଙ୍କଗୁଡ଼ିକ ବିନା ବନ୍ଧକରେ ଋଣ ଦେବାକୁ ସିଧାସଳଖ ମନାକରି ଦେଉଛନ୍ତି। ବେକାର ଯୁବତୀଯୁବକମାନେ ସ୍ବାବଲମ୍ବନଶୀଳ ହେବା ଲକ୍ଷ୍ୟରେ ଉଦ୍ୟୋଗ ପ୍ରତିଷ୍ଠା କରିବାକୁ ଚେଷ୍ଟା କଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏବଂ ବ୍ୟାଙ୍କଗୁଡ଼ିକ ମଧ୍ୟରେ ସମନ୍ବୟ ଅଭାବରୁ ସେମାନଙ୍କ ଆଶା ଆଶାରେ ରହିଯାଉଛି। ରୋଜଗାର ସୃଷ୍ଟି ନେଇ ପ୍ରଶାସନ ଦ୍ୱାରା ଗଠିତ କମିଟି ନିଷ୍ପତ୍ତି ନେବା ପରେ ଆବେଦନ ପାଇଁ ବିଜ୍ଞାପନ ପ୍ରକାଶପାଏ। ଏହା ପରେ ଇଚ୍ଛୁକ ଯୁବତୀ ଯୁବକ ଆବେଦନ କରିଥା’ନ୍ତି।  ନିର୍ଦ୍ଧାରିତ ପ୍ରକଳ୍ପ ପାଇଁ ଆବେଦନ କଲା ପରେ ବି ବ୍ୟାଙ୍କ ଓ ଜିଲା ଶିଳ୍ପ କେନ୍ଦ୍ର ଭିତରେ ସମନ୍ବୟ ରହୁ ନ ଥିବାରୁ ଋଣ ମିଳିପାରୁ ନାହିଁ ବୋଲି ଅଭିଯୋଗ ହୋଇଛ।