ଉପକୂଳ ଓଡିଶା

ବସ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ବସ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ, ଘଟଣାସ୍ଥଳରେ ଉତ୍ତେଜନା
ଯାଜପୁର ଅଫିସ, ୨୪।୧୨: ପାଣିକୋଇଲି-ରାଜାମୁଣ୍ଡା ୨୧୫ ନଂ ଜାତୀୟ ରାଜପଥର ବ୍ୟାସନଗର ନିକଟସ୍ଥ ପାଟୁଳିଛକଠାରେ ରବିବାର ସକାଳ ୮ଟାରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ପାଟୁଳି ଗ୍ରାମର ଉମାକାନ୍ତ ବାରିକ(୨୩)। ସେ ତାଙ୍କ ବାଇକ୍‌ ଯୋଗେ କଳିଙ୍ଗନଗର ଶିଳ୍ପାଞ୍ଚଳକୁ କାମ କରିବାକୁ ଯାଉଥିଲେ। ଏହି ସମୟରେ ପାଣିକୋଇଲି ପଟୁ ଆସୁଥିବା ସ୍ବସ୍ତିକ ନାମକ ବସ୍‌ (ଓଆର-୦୫ ଏକେ ୦୦୩୦) ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଉମାକାନ୍ତଙ୍କ ମୃତ୍ୟୁ ହୋଇଯାଇଥିଲା। ଉତ୍ତ୍ୟକ୍ତ ଲୋକେ ବସ୍‌କୁ ଭଙ୍ଗାରୁଜା କରିବା ସହ ତାଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରି ରାସ୍ତାରୋକୋ କରିଛନ୍ତି। କୋରେଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
All Right Reserved By

ଉପକୂଳ ଓଡିଶା

କଣ୍ଟିଲୋ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦ୍‌ଘାଟିତ

କଣ୍ଟିଲୋ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦ୍‌ଘାଟିତ

ଖଣ୍ଡପଡା,୧୭ା୮(ସ୍ବ.ପ୍ର.)-ସ୍ବାଧୀନତା ଦିବସ ଅବସରରେ କଣ୍ଟିଲୋ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ନୂତନ)ପରିବର୍ତ୍ତନ କରାଯାଇ ସ୍ବାସ୍ଥ୍ୟ ଓ ଆରୋଗ୍ୟକେନ୍ଦ୍ର ମାନ୍ୟତା ଦିଆଯାଇଛି।

ପିମ୍ପଲ ପଞ୍ଚାୟତ ପରିସରରେ ବୃକ୍ଷରୋପଣ

ପିମ୍ପଲ ପଞ୍ଚାୟତ ପରିସରରେ ବୃକ୍ଷରୋପଣ

ରଣପୁର,୧୭।୮(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ବ୍ଲକ ପିମ୍ପଲ ପଞ୍ଚାୟତ ପରିସରରେ ବୁଧବାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସାନଭାଇ ଦଶାହକୁ ଆସି ବଡ଼ଭାଇଙ୍କ ମୃତ୍ୟୁ

ସାନଭାଇ ଦଶାହକୁ ଆସି ବଡ଼ଭାଇଙ୍କ ମୃତ୍ୟୁ

ଭାପୁର,୧୭ା୮(ଡି.ଏନ୍‌.ଏ.)-ସାନଭାଇଙ୍କ ଦଶାହ କ୍ରିୟାରେ ଯୋଗଦେବାକୁ ଆସିଥିବାବେଳେ ଗୁରୁବାର ବଡଭାଇଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃଖଦ ଘଟଣା ଭାପୁର ବ୍ଲକ ବାଇଗୁଣିଆ ଗ୍ରାମର ଦେଖିବାକୁ ମିଳିଛି। 

ଏରସମାରେ ଡେଙ୍ଗୁ ଆତଙ୍କ : ୩ ଦିନରେ ୨୦ ଚିହ୍ନଟ, ଭୟଭୀତ ନ ହେବାକୁ ଡାକ୍ତରଙ୍କ ପରାମର୍ଶ

ଏରସମାରେ ଡେଙ୍ଗୁ ଆତଙ୍କ : ୩ ଦିନରେ ୨୦ ଚିହ୍ନଟ, ଭୟଭୀତ ନ ହେବାକୁ ଡାକ୍ତରଙ୍କ ପରାମର୍ଶ

ଏରସମା,୧୭ା୮(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ କୁଞ୍ଜକୋଠି ପଞ୍ଚାୟତର କନାଗୁଳି ଗ୍ରାମରେ ଡେଙ୍ଗୁ ଆତଙ୍କ ସୃଷ୍ଟି ହୋଇଛି। ଗତ ୩ ଦିନରେ ଗ୍ରାମର ୩୭ ଜଣ ଜ୍ୱରରେ ପୀଡିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୦ଜଣଙ୍କଠାରେ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଭୟଭୀତ୍ତ ହୋଇପଡିଛନ୍ତି। 

ପୁଣି ଥରେ ପାରାଦୀପରେ ଇଲିଶି ହାଉଯାଉ, ଦର ୧୨୦

ପୁଣି ଥରେ ପାରାଦୀପରେ ଇଲିଶି ହାଉଯାଉ, ଦର ୧୨୦

ପାରାଦୀପ,୧୭ା୮(ସ୍ବ.ପ୍ର.): ସମ୍ପ୍ରତି ଲଘୁଚାପଜନିତ ବର୍ଷା ଯୋଗୁ ସରକାରଙ୍କ ପକ୍ଷରୁ ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। କିନ୍ତୁ ଏହି ଲଘୁଚାପ ପ୍ରଭାବରେ ସମୁଦ୍ର ମୁହାଣ ଅଞ୍ଚଳରେ ପ୍ରଚୁର ଇଲିଶି ମାଛ ଦେଖିବାକୁ ମିଳିଛି।

କୁଜଙ୍ଗ ଜୁଡିସିଆଲ କମ୍ପ୍ଲେକ୍ସକୁ ଅପେକ୍ଷା : ଜମି ପାଇଁ ତହସିଲଦାରଙ୍କୁ ଭେଟିଲା ଓକିଲ ସଂଘ

କୁଜଙ୍ଗ ଜୁଡିସିଆଲ କମ୍ପ୍ଲେକ୍ସକୁ ଅପେକ୍ଷା : ଜମି ପାଇଁ ତହସିଲଦାରଙ୍କୁ ଭେଟିଲା ଓକିଲ ସଂଘ

କୁଜଙ୍ଗ,୧୭ା୮(ସ୍ବ.ପ୍ର.): ଜଗତ୍‌ସିଂହପୁର ପରେ କୁଜଙ୍ଗକୁ ମିଳିଛି ବିଚାର ବିଭାଗ ଜିଲା ମାନ୍ୟତା। କୁଜଙ୍ଗରେ ପ୍ରଥମେ ପ୍ରଥମଶ୍ରେଣୀ ବିଚାର ବିଭାଗ କୋଟ୍‌, ପରେ ସିଭିଲ୍‌ ଜଜ୍‌ ଜୁନିଅର ଓ ସିଭିଲ ଜଜ୍‌ ସିନିୟର ଡିଭିଜନ କୋଟ୍‌ ସ୍ଥାପନ ହୋଇଥିଲା। 

ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଲୋକାର୍ପଣ

ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଲୋକାର୍ପଣ

ନୂଆଗାଁ,୧୬।୮(ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ବ୍ଲକ ମହିପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ବାହାଡାଝୋଲା କଷ୍ଟି ଡାକୁଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ପରିବର୍ତ୍ତନ କରାଯାଇ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଭାବେ ବୁଧବାର ଲୋକାର୍ପଣ କରାଯାଇଛି। 

ବତୀଘର ପଞ୍ଚାୟତରେ ୨୦ ଫୁଟର ଘାଇ

ମହାକାଳପଡା,୧୬।୮(ଡି.ଏନ.ଏ.)-ଲଘୁଚାପ ପ୍ରଭାବରେ ବୁଧବାର ସମୁଦ୍ରରେ ଉଚ୍ଚ ଜୁଆର ଆସିବା ଯୋଗୁ ବତୀଘର ପଞ୍ଚାୟତର ଟୁବିଘାଟ ଠାରୁ ଖୋଳା ପର୍ଯ୍ୟନ୍ତ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାରେ ଘାଇ ସୃଷ୍ଟି ହୋଇଛି ।

୧୫ରୁ ଆରମ୍ଭ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା: ଗରଦପୁରରେ ପ୍ରଶିକ୍ଷଣ ଶିବିର

୧୫ରୁ ଆରମ୍ଭ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା: ଗରଦପୁରରେ ପ୍ରଶିକ୍ଷଣ ଶିବିର

ପାଟକୁରା,୧୬।୮(ଡି.ଏନ୍‌.ଏ.): ଗରଦପୁର ବ୍ଲକ ସଭାଗୃହରେ ଗୁରୁବାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ଉନ୍ନୟନ ଅଧିକାରୀ ଧରଣୀ ଧର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ବ୍ଲକର ୧୭୪ ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀମାନେ ଯୋଗ ଦେଇଥିଲେ।

୧୦ ଶ୍ରେଷ୍ଠ ଚାଷୀଙ୍କୁ ସମ୍ବର୍ଦ୍ଧନା

ଭାପୁର, ୧୫।୮ (ଡି.ଏନ୍‌.ଏ.)-ଭାପୁର ବ୍ଳକ ଭାପୁର ସେବା ସମବାୟ ସମିତି ପକ୍ଷରୁ ସମିତିର ଶ୍ରେଷ୍ଠ ୧୦ ଜଣ ଚାଷୀଙ୍କୁ ସ୍ବାଧୀନତା ଦିବସ ପାଳନ ଅବସରରେ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି। ସମବାୟ ସମିତି ପରିସରରେ ପତାକା ଉତ୍ତେଳନ ପରେ ଅତିଥିମାନେ ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। 

ସ୍ବାଧୀନତା ଦିବସ ଉପଲକ୍ଷେ ବୃକ୍ଷରୋପଣ

ମାର୍ଶାଘାଇ, ୧୫।୮ (ଡି.ଏନ୍‌.ଏ.)- ସ୍ବାଧୀନତା ଦିବସ ଅବସରରେ ବୁଧବାର ମାର୍ଶାଘାଇ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବାବାହିନୀ ପକ୍ଷରୁ ବୃକ୍ଷରୋପଣ କରାଯାଇଛି। 

ରାସ୍ତା ତାଡିଦେଲେ ଦୁର୍ବୃତ୍ତ

ମାର୍ଶାଘାଇ, ୧୫।୮ (ଡି.ଏନ୍‌.ଏ.)- ମାର୍ଶାଘାଇ ବ୍ଲକ କରାଣ୍ଡିଆ ମାଇନର କେନାଲ ମୁଖ୍ୟ ରାସ୍ତାକୁ ଦୁର୍ବୃତ୍ତମାନେ ପୁଣି ତାଡି ଦେଇଛନ୍ତି।