ବ୍ରହ୍ମପୁର

ଗଳିତ ମୃତଦେହ କୂଅରୁ ଉଦ୍ଧାର, ହତ୍ୟା ସନ୍ଦେହ

ଗଳିତ  ମୃତଦେହ କୂଅରୁ ଉଦ୍ଧାର, ହତ୍ୟା ସନ୍ଦେହ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୩।୧୨ ( ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗଁା ଥାନା ଅଞ୍ଚଳରେ ଶନିବାର ଅପରାହ୍ନରେ ଏକ ଗଳିତ ମୃତଦେହ କୂଅରୁ ସ୍ଥାନୀୟ ପୋଲିସ ଉଦ୍ଧାର କରିଛି। ମୃତକ ଜଣକ ହେଲେ ସେହି ଅଞ୍ଚଳର ଅଲାଞ୍ଜୁରୀ ଗ୍ରାମ ବଡ଼ସାହିର ଆକାଶ ସିଂ ବୋଲି ଜଣାପଡ଼ିଛି। ମୃତ ଆକାଶଙ୍କ ମା’ ଓ ବାପା ବାହାରକୁ ଯାଇଥିବାରୁ ପୋଲିସ ତାଙ୍କ ଅନ୍ୟ ସମ୍ପର୍କୀୟଙ୍କୁ ଡାକି ମୃତଦେହ ଚିହ୍ନଟ କରିବା ପରେ ବ୍ୟବଚ୍ଛେଦ ପାଇଁ ବ୍ରାହ୍ମଣୀଗଁା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରଖିଛି। ରବିବାର ବ୍ୟବଚ୍ଛେଦ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ପ୍ରମୋଦ କୁମାର ଦୀପ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଅପରାହ୍ନ ପ୍ରାୟ ୩ଟାରେ ଜଣକ ମୃତଦେହ ପୂର୍ତ୍ତ ବିଭାଗ ପରିସରରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରେ ପଡ଼ିଥିବା କେତେକ ଲୋକ ଦେଖି ଥାନାକୁ ଖବର ଦେଇଥିଲେ। ଉକ୍ତ କୂଅ ନିକଟରେ ଏକ ବାଇକ୍‌ (ନଂ.ଓଡି ୩୩କେ୧୬୦୭) ମଧ୍ୟ ରହିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ସେଠାରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ଯୁବକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିବା ପରେ ପୋଲିସ ମୃତଦେହ ଜବତ କରିଥିଲା। ଏଥି ସହ ନିକଟରେ ଥିବା ବାଇକ୍‌କୁ ମଧ୍ୟ ପୋଲିସ ଜବତ କରିଛି। ଥାନାରେ ଅଭିଯୋଗ ହୋଇ ନ ଥିବାରୁ ମାମଲା ରୁଜୁ ହୋଇନାହିଁ। ସେପଟେ ତାଙ୍କ ବାପା ମା’ଙ୍କୁ ଖବର ଦିଆଯାଇଥିବା ପୋଲିସ କହିଛି। ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକ ସନ୍ଦେହ କରିଛନ୍ତି। ଘଟଣାର ପୋଲିସ ତଦନ୍ତ ଚଳାଇଥିବା ତଦନ୍ତକାରୀ ଅଧିକାରୀ ପ୍ରମୋଦ କୁମାର ଦୀପ୍‌ କହିଛନ୍ତି।

All Right Reserved By

ବ୍ରହ୍ମପୁର

ଜିଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର

ଜିଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର

ବ୍ରହ୍ମପୁର ଅଫିସ,୨୩।୭: ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଛି।

ଟ୍ରାକ୍ଟର-ବାଇକ୍‌ ଧକ୍କା: ୪ ଗୁରୁତର

ଟ୍ରାକ୍ଟର-ବାଇକ୍‌ ଧକ୍କା: ୪ ଗୁରୁତର

ଶେରଗଡ଼,୨୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଧବଳପୁର ଛକରେ ଏକ ଟ୍ରାକ୍ଟର ଓ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଫଳରେ ବାଇକ୍‌ରେ ବସିଥିବା ୪ଜଣ ଗୁରୁତର ହୋଇଛନ୍ତି।

ବ୍ୟବସାୟୀଙ୍କ ଘରୁ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ

ବ୍ୟବସାୟୀଙ୍କ ଘରୁ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ

ସୋରଡା,୨୩ା୭(ଡି.ଏନ୍‌.ଏ.)- ଜନୈକ ଦମ୍ପତିଙ୍କୁ ସାହାଯ୍ୟ କରି ଲୁଟ୍‌ର ଶିକାର ହୋଇଥିବା ସୋରଡା ଅଞ୍ଚଳର ଜଣେ ମହିଳା ବ୍ୟବସାୟୀଙ୍କୁ ରବିବାର ଆଶ୍ୱସ୍ଥି ମିଳିଛି। ସୋରଡା ପୋଲିସ ମୋବାଇଲ୍‌ ଫୋନ୍‌ ଟ୍ରାକିଂ କରି ଲୁଟ୍‌ କରିଥିବା ଦମ୍ପତିଙ୍କୁ କଟକ ଚାଉଳିଆଗଞ୍ଜ ଥାନା ନଦୀକୂଳ ସାହିରୁ ଶନିବାର ଗିରଫ କରିବା ସହ ସେମାନଙ୍କ ଠାରୁ ଲୁଟ୍‌ ଅଳଙ୍କାର ଜବତ କରିଛନ୍ତି। ସେମାନେ ହେଲେ ଦିଲୀପ ସାହୁ ଓ ସ୍ତ୍ରୀ ଭଗବତୀ।

ଶ୍ୱଶୁରଙ୍କୁ ଗୁଳିକରି ହତ୍ୟା ଘଟଣା, ଜ୍ୱାଇଁ ଗିରଫ

ଶ୍ୱଶୁରଙ୍କୁ ଗୁଳିକରି ହତ୍ୟା ଘଟଣା, ଜ୍ୱାଇଁ ଗିରଫ

ଆର.ଉଦୟଗିରି,୨୩ା୭(ଡି.ଏନ.ଏ.)- ଗଜପତି ଜିଲା ଆର.ଉଦୟଗିରି ଥାନା ଶିଆଳିଲଟି ପଞ୍ଚାୟତ ଲାଞ୍ଜା ଗ୍ରାମରେ ୧୯ ତାରିଖରେ ଉକ୍ତ ଗ୍ରାମର ନୂଆପାଇକ ବଡ଼ରଇତଙ୍କୁ ତାଙ୍କ ଜ୍ୱାଇଁଙ୍କ ବଡଭାଇ ସାମାନ୍ୟ କଥାକୁ ନେଇ ଗୁଳି କରି ହତ୍ୟା କରିଥିଲେ।

ଜିଡିସିଏ ସାଧାରଣ ପରିଷଦ ବୈଠକ, ବିବାଦ ଭିତରେ ସରିଲା ନିର୍ବାଚନ

ଜିଡିସିଏ ସାଧାରଣ ପରିଷଦ ବୈଠକ, ବିବାଦ ଭିତରେ ସରିଲା ନିର୍ବାଚନ

ବ୍ରହ୍ମପୁର ଅଫିସ୍‌,୨୩ା୭- ବହୁ ବିବାଦ ଭିତରେ ଗଞ୍ଜାମ ଜିଲା କ୍ରିକେଟ ସଂଘ(ଜିଡିସିଏ) ନିର୍ବାଚନ ବିଧିବଦ୍ଧ ଭାବେ ରବିବାର ଶେଷ ହୋଇଛି, କିନ୍ତୁ ଫଳାଫଳ ଘୋଷଣା କରାଯାଇନାହିଁ। ଜିଲା ଜଜ୍‌ଙ୍କ କୋର୍ଟରେ ଫଳାଫଳ ଘୋଷଣା କରାଯିବ।

ସାହି ରାସ୍ତା ଖୋଳି ଛାଡ଼ି ଦେଇଛିି ଠିକା ସଂସ୍ଥା

ବ୍ରହ୍ମପୁର ଅଫିସ ୨୩।୭- ବ୍ରହ୍ମପୁର ସହରର ଦୀର୍ଘଦିନର ପାଣି ସମସ୍ୟାକୁ ଦୂରେଇବା ପାଇଁ ଜାନିବିଲି ପ୍ରକଳ୍ପ କାର୍ଯ୍ୟ ବର୍ତ୍ତମାନ ବ୍ରହ୍ମପୁର ସହରରେ ଦ୍ରୁତ ଗତିରେ ଚାଲିଛି । ତେବେ ଏନେଇ ଏକ ଘରୋଇ ଠିକା ସଂସ୍ଥାକୁ ଏହାର ଦାୟିତ୍ୱ ଦିଆଯାଇ ଥିବାରୁ ଉକ୍ତ ସଂସ୍ଥା ଏହି କାର୍ଯ୍ୟ ତଦାରଖ କରୁଛି ।

ବଡ଼ ମେଡିକାଲରେ ଚଳିତ ବର୍ଷର ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୨୩।୭-ସ୍ଥାନୀୟ ବଡ ମେଡିକାଲରେ ରବିବାର ଜଣେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ନାବାଳିକାଙ୍କ ମୃତ୍ୟୁ ଘଟିଛି। ତେବେ ଏ ନେଇ ବଡ ମେଡିକାଲ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇ ନ ଥିଲେ ମଧ୍ୟ ମୃତ ନାବାଳିକାଙ୍କ ପିତାଙ୍କଠାରୁ ଏହି ସୂଚନା ମିଳିଛି।

ଡକାୟତି ଯୋଜନା ପଣ୍ଡ: ୩ ଗିରଫ, ମାରଣାସ୍ତ୍ର ଜବତ

ଆସିକା,୨୩।୭(ଡି.ଏନ୍‌.ଏ.): ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ସାପୁଆପଲ୍ଲୀ ରେଷ୍ଟ ସେଡରେ ଡକାୟତି ଯୋଜନା କରୁଥିବା ୩ ଅଭିଯୁକ୍ତଙ୍କୁ ଶନିବାର ବିଳମ୍ବିତ ରାତିରେ ପୋଲିସ ଗିରଫ କରିଛି । ସେମାନେ ହେଲେ ଆସିକା ଥାନା ଢୁଙ୍କୁଣି ଗ୍ରାମର ସୁରେଶ ପ୍ରଧାନ, ଏ. ସୋନୁ ଓ କରାତଳି ଗ୍ରାମର ଡି. ବାଲାଜୀ ।

କେ.ବରିଡ଼ା ମୁଖ୍ୟ ରାସ୍ତା କଲଭର୍ଟ ଭୁଶୁଡ଼ିଲା

କେ.ବରିଡ଼ା ମୁଖ୍ୟ ରାସ୍ତା କଲଭର୍ଟ ଭୁଶୁଡ଼ିଲା

ବେଗୁନିଆପଡ଼ା,୨୩ା୭(ଡି.ଏନ.ଏ.) ବେଗୁନିଆପଡ଼ା ବ୍ଲ୍ଳକ କେ.ବରିଡ଼ା ମୁଖ୍ୟ ରାସ୍ତାରେ ଥିବା କଲଭର୍ଟ ଭୁଶୁଡ଼ି ଯିବା ଫଳରେ ଯାତାୟାତରେ ଅସୁବିଧା ସୃଷ୍ଟି ହୋଇଛି। ପିଡବ୍ଲ୍ୟୁଡି ରାସ୍ତାରୁ କେ.ବରିଡ଼ା ଗ୍ରାମକୁ ପ୍ରବେଶ କରିବା ମୁଖ୍ୟ ରାସ୍ତା ଅମରେଶ୍ୱରଙ୍କ ଗେଟ ନିକଟରେ ଥିବା କଲଭର୍ଟର ଛାତ ପ୍ରାୟ ୫ମାସ ତଳେ ଭୁଶୁଡ଼ି ପଡ଼ିଥିଲା।

ବସ୍‌ ଯିବାବେଳେ ଧସିଲା ଡାଇଭର୍ସନ୍‌ ରୋଡ

ବସ୍‌ ଯିବାବେଳେ ଧସିଲା ଡାଇଭର୍ସନ୍‌ ରୋଡ

ଜଗନ୍ନାଥପ୍ରସାଦ,୨୩ା୭- ଭଞ୍ଜନଗରରୁ ନୟାଗଡ଼ ଦେଇ ଯାଇଥିବା ୨୧ନଂ ରାଜ୍ୟ ରାଜପଥର ଭୂଷଣ୍ଡପାଳ ଛକଠାରେ ନିର୍ମାଣାଧୀନ ସେତୁର ଡାଇଭର୍ସନ୍‌ ରୋଡ ଧସିଯାଇଛି। ଶନିବାର ମଧ୍ୟରାତିରେ ଏକ ବସ ଯିବାବେଳେ ଡାଇଭର୍ସନ୍‌ ରୋଡଟି ଧୋଇଯାଇଥିଲେ ମଧ୍ୟ ଯାତ୍ରୀମାନେ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି।

ଆସିକା : ବିପଦ ସଙ୍କେତ ଉପରେ ବଡ଼ନଦୀ

ଆସିକା : ବିପଦ ସଙ୍କେତ ଉପରେ ବଡ଼ନଦୀ

ଆସିକା,୨୨ା୭ (ଡି.ଏନ୍‌.ଏ.): ଆସିକା ଅଞ୍ଚଳରେ ଗୁରୁବାର ରାତିରୁ ଲଗାଣ ବର୍ଷା ହେଉଥିଲା। ରବିବାର ବର୍ଷା କମିଛି। ଉପରମୁଣ୍ଡରେ ବର୍ଷା ଯୋଗୁ ଋଷିକୁଲ୍ୟା, ବଡ଼ନଦୀ ଓ ବାଘୁଆରେ ବନ୍ୟାଜଳ ପ୍ରବେଶ କରିଛି । ରବିବାର ସକାଳେ ଆସିକାଠାରେ ବଡ଼ନଦୀରେ ବନ୍ୟାଜଳ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଋଷିକୁଲ୍ୟା ଓ ବାଘୁଆ ନଦୀରେ ବିପଦ ସଙ୍କେତଠାରୁ ବହୁ ତଳକୁ ରହିଥିଲା। ଆସିକାଠାରେ ବଡ଼ନଦୀର ବିପଦ ସଙ୍କେତ ୧୧ ଫୁଟ ରହିଥିବା ବେଳେ ରବିବାର ୧୧.୫ରେ ଜଳ ପ୍ରବାହିତ ହେଉଥିଲା ।

ସ୍ବଚ୍ଛ ଭାରତ ମିଶନ ପକ୍ଷରୁ ମାନବ ଶୃଙ୍ଖଳ

ସ୍ବଚ୍ଛ ଭାରତ ମିଶନ ପକ୍ଷରୁ ମାନବ ଶୃଙ୍ଖଳ

ରାଇକିଆ,୨୨ା୭(ଡ଼ି.ଏନ.ଏ)-କନ୍ଧମାଳ ଜିଲା ରାଇକିଆ ବ୍ଲକ ସ୍ବଚ୍ଛ ଭାରତ ମିଶନ ପକ୍ଷରୁ ରବିବାର ମାନବ ଶୃଙ୍ଖଳ କରାଯାଇଛି। ରାଇକିଆ ବ୍ଲକ ସଂପୂର୍ଣ୍ଣ ବାହ୍ୟ ମଳମୁକ୍ତ ଭାବେ ଘୋଷଣା ହେବା ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାଇଖାନାର ବ୍ୟବହାର ଓ ନିଜ ଅଞ୍ଚଳକୁ ଆବର୍ଜନାମୁକ୍ତ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା।

Watch Live Broadcast of Rath Yatra Puri, Odisha Here

Model This Week

ଚିଣ୍ଟୁ