ସମ୍ପାଦକୀୟ |

ଧାର୍ମିକ ଜାତୀୟତାବାଦ

ଧାର୍ମିକ ଜାତୀୟତାବାଦ

ଆକାର ପଟେଲ
ଗୁଜରାଟ ନିର୍ବାଚନରେ ଭାଜପା ସ୍ପଷ୍ଟ ବହୁମତ ପାଇଛି। ଏହାର କାରଣ ବିଷୟରେ ଆମେ ନାନା ଅନୁମାନ ଲଗାଇପାରୁ କିନ୍ତୁ ଫଳାଫଳ ସ୍ପଷ୍ଟ। ତେବେ ଦେଶରେ କଂଗ୍ରେସର ଭୋଟ ଅଂଶ ବୃଦ୍ଧି ପାଇଛି ବୋଲି କହିବା ପୂର୍ବରୁ ଅନ୍ୟ ରାଜ୍ୟଗୁଡ଼ିକରେ ହେବାକୁ ଥିବା ନିର୍ବାଚନର ଫଳାଫଳ ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ। ଗୁଜରାଟରେ ଭାଜପା ବିଜୟଲାଭ କଲା, କିନ୍ତୁ ବହୁ ଲୋକ ଆଶାକରୁଥିଲେ ଯେ କଂଗ୍ରେସ ଖୁବ୍‌ ଭଲ କରିବ ଏବଂ ଭାଜପାର ପରାଜୟ ଘଟିବ। ଏହି ଲୋକମାନେ ବାସ୍ତବରେ ମୋଦିବିରୋଧୀ। ଏକ ପରିବାରତନ୍ତ୍ରର ସପକ୍ଷରେ ମତଦେବା ଭଳି ଲୋକଙ୍କୁ ମୁଁ ପ୍ରାୟ ଦେଖିନାହିଁ। ତେଣୁ ଆମେ ଧରିନେବା ଉଚିତ ଯେ, ଯେଉଁ ଲୋକମାନେ ଏଥର ଭାଜପା ଜିତୁ ବୋଲି ଚାହୁଁ ନ ଥିଲେ, ସେମାନେ ବାସ୍ତବରେ କଂଗ୍ରେସର ପକ୍ଷଧର ନୁହନ୍ତି। ସେମାନେ ଅନ୍ୟ କିଛିକୁ ନେଇ ଚିନ୍ତିତ ଥିଲେ। ତାହା କ’ଣ? ଏହାର ଉତ୍ତର ହେଉଛି ଧାର୍ମିକ ଜାତୀୟତାବାଦ, ଭାଜପା ଯାହାର ପ୍ରସାର କରିବାକୁ ଚାହୁଁଛି। ଜାତୀୟତାବାଦ ଅନେକ ପ୍ରକାରର ହୋଇପାରେ। ସେଥିମଧ୍ୟରୁ ଗୋଟିଏ ହେଉଛି ବିମିଶ୍ର ଜାତୀୟତାବାଦ, ଯେଉଁଥିରେ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସବୁ ଭାରତୀୟ ଅନ୍ତର୍ଭୁକ୍ତ। କିନ୍ତୁ ଭାଜପା ଏଭଳି ଜାତୀୟତାବାଦର ପ୍ରସାର କରୁନାହିଁ। ଜଣେ ନାଗା ବା ମିଜୋ କ’ଣ ଗର୍ବର ସହ ନିଜର ଭାରତୀୟ ପରିଚିତିକୁ ଉଲ୍ଲେଖ କରିପାରିବ? ଭାଜପା ଢଙ୍ଗରେ ସେ ନିଜର ଜାତୀୟତାକୁ ପ୍ରକାଶ କରିବାକୁ ଚାହିଁଲେ ତାକୁ ‘ଭାରତମାତା କୀ ଜୟ’ ସ୍ଲୋଗାନ ଦେବାକୁ ପଡ଼ିବ। ପୁଣି ତାକୁ ତାଙ୍କର ହଜାର ହଜାର ବର୍ଷର ପାରମ୍ପରିକ ଖାଦ୍ୟ ଗୋମାଂସ ଆହାର ଛାଡ଼ିବାକୁ ପଡ଼ିବ। କେରଳର ଜଣେ ମୁସଲମାନ କ’ଣ ନିଜକୁ ଜଣେ ଭାରତୀୟ ବୋଲି ଦୃଢ଼ତାର ସହ କହିପାରିବ? ଯଦି ସେ ତାହା କହିବାକୁ ନିଷ୍ପତ୍ତି ନିଏ, ତେବେ ତାକୁ ଜଣେ ହିନ୍ଦୁ ଝିଅକୁ ପ୍ରେମ କରିବା ଛାଡ଼ିବାକୁ ପଡ଼ିବ। ତେଣୁ ଭାଜପାର ଜାତୀୟତାବାଦ ସବୁ ଭାରତୀୟଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ଏହା ନିର୍ଦ୍ଦିଷ୍ଟ ଗୋଷ୍ଠୀର ଭାରତୀୟଙ୍କ ପାଇଁ ଉଦ୍ଦିଷ୍ଟ। ତେବେ ସେହି ନିର୍ଦ୍ଦିଷ୍ଟ ଗୋଷ୍ଠୀର ଅନେକ ଭାରତୀୟ ବି ତାହା ପସନ୍ଦ କରନ୍ତି ନାହିଁ। ଗୁଜରାଟକୁ ଯଦି ଉତ୍ତରଭାରତର ଅନ୍ତର୍ଭୁକ୍ତ ବୋଲି ଧରାଯାଏ (ତାହା ଏକ ବିତର୍କର ବିଷୟ) ତେବେ ମୁଁ ଜଣେ ଉତ୍ତରଭାରତୀୟ ହିନ୍ଦୁ। ମୁଁ ଏପରି ଜାତୀୟତାବାଦକୁ ପସନ୍ଦ କରେ ନାହିଁ, ଯେଉଁଥିରୁ ଅନ୍ୟ ଭାରତୀୟମାନେ ବାଦ୍‌ ପଡ଼ିଥିବେ। ସବୁ ପ୍ରକାର ଜାତୀୟତାବାଦକୁ ମୁଁ ଘୃଣା କରେ, କାରଣ ଏଥିରେ ଗୋଟିଏ ଗୋଷ୍ଠୀକୁ ଅନ୍ୟ ଗୋଷ୍ଠୀ ବିରୋଧରେ ମତାଯାଏ। ଆମେ ଦେବତା, ସେମାନେ ଅସୁର- ଏହି ଭାବରେ ଚିତ୍ରଣ କରାଯାଏ। ଏଥିରେ ଭିନ୍ନ ଗୋଷ୍ଠୀ ମଧ୍ୟରେ ପ୍ରତିକ୍ରିୟା ଦେଖାଯାଏ। ଆମେ ସେମାନଙ୍କୁ ଘୃଣା କଲେ ସେମାନେ ବି ଆମକୁ ଘୃଣା କରିବାକୁ ଆରମ୍ଭ କରନ୍ତି। ଏହା ହିଂସା ଓ ଦଙ୍ଗା ଆଡ଼କୁ ଗତି କରେ। ତେଣୁ ସବୁ ପ୍ରକାର ଜାତୀୟତାବାଦ କ୍ଷେତ୍ରରେ ସତର୍କତା ଅବଲମ୍ବନୀୟ। ଧର୍ମ, ଜାତି ଓ ସମ୍ପ୍ରଦାୟଭିତ୍ତିକ ଜାତୀୟତାବାଦ ହେଲା ସବୁଠାରୁ ମାରାତ୍ମକ, ଯାହା ଆମ ଦେଶରେ ଦେଖିବାକୁ ମିଳେ। ମୁଁ ପାକିସ୍ତାନର ମୁସଲିମ୍‌ ବା ଚାଇନାର ହାନ୍‌ ଜାତୀୟତାବାଦକୁ ପସନ୍ଦ କରେ ନାହିଁ। ଅନେକ ଭାରତୀୟ ମୋ ପରି ଚିନ୍ତା କରନ୍ତି, ତେଣୁ ସେମାନେ ଭାଜପାକୁ ସତର୍କ ଦୃଷ୍ଟିରେ ଦେଖନ୍ତି। ମୋ ପରି ଆପଣ ନିର୍ଦ୍ଦିଷ୍ଟ ଧର୍ମଭିତ୍ତିକ ଜାତୀୟତାବାଦକୁ ବର୍ଜନ କରିପାରନ୍ତି କିମ୍ବା ବହୁଜନ ସମାଜ ପାର୍ଟିର ଭୋଟର ହୋଇପାରନ୍ତି। ଆପଣ ତୃଣମୂଳ କଂଗ୍ରେସର ଭୋଟର ହୋଇପାରନ୍ତି କିମ୍ବା ଆମ୍‌ ଆଦ୍‌ମୀ ପାର୍ଟି, ଏନ୍‌ସିପି, ଟିଡିପି, ପିଡିପି, ଜେଡିୟୁ ବା ଅନ୍ୟାନ୍ୟ ପାର୍ଟିର ସମର୍ଥକ ହୋଇପାରନ୍ତି। କିନ୍ତୁ ଆପଣ ଯଦି ଧାର୍ମିକ ଜାତୀୟତାବାଦର ଅଙ୍ଗୀଭୂତ ହୁଅନ୍ତି, ତେବେ ନିଶ୍ଚୟ ଭାଜପାକୁ ସମର୍ଥନ କରିବେ। ଏହା ହେଉଛି ଦେଶର ଏକମାତ୍ର ଦଳ, ଯାହା ଜାଣିଶୁଣି ଧାର୍ମିକ ଜାତୀୟତାବାଦକୁ ତା’ର ପ୍ରାଥମିକ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ କରିଛି। ତେଣୁ ଭାଜପାର କାର୍ଯ୍ୟକଳାପକୁ ନେଇ ଯେଉଁମାନେ ଚିନ୍ତିତ, ସେମାନେ ଗୁଜରାଟରେ ଦଳର ପରାଜୟ ଚାହୁଁଥିଲେ, ସେମାନଙ୍କର ରାଜନୈତିକ ସହବନ୍ଧନ ଯାହା ସହ ଥାଉ ନା କାହିଁକି। କେବଳ ଧାର୍ମିକ ଜାତୀୟତାବାଦକୁ ଛାଡ଼ିଦେଲେ ଭାଜପାର ନୀତି ଅନ୍ୟ ଦଳଗୁଡ଼ିକଠାରୁ ଭିନ୍ନ ନୁହେଁ। ତେବେ ମୁଁ କହିବାକୁ ଚାହୁଁନାହିଁ ଯେ, ଏସବୁ ସାଧାରଣ ନୀତି ଭଲ। ପ୍ରକୃତରେ ସେଗୁଡ଼ିକ ଭଲ ହିଁ ନୁହେଁ। ମୁଁ କାର୍ଯ୍ୟ କରୁଥିବା ମାନବାଧିକାର ସଂଗଠନ ଯେଉଁସବୁ ସମସ୍ୟା ଉପରେ କାର୍ଯ୍ୟ କରୁଛି, ସେଗୁଡ଼ିକ କଂଗ୍ରେସ ଶାସନ ଅମଳରେ ହିଁ ସୃଷ୍ଟି ହୋଇଛି। ଉଦାହରଣସ୍ବରୂପ ଆଫ୍‌ସ୍ପା ଆଇନ ଓ ଆଦିବାସୀଙ୍କ ଜମି ହଡ଼ପ କରିବା। ତେବେ ଭାଜପା ଏସବୁ ସମସ୍ୟା ଦୂର କରିବା ବଦଳରେ ସେଥିରେ ସମସ୍ୟା ଯୋଡ଼ୁଛି। ଏହା ଧାର୍ମିକ ଜାତୀୟତାବାଦକୁ ପ୍ରୋତ୍ସାହନ ଦେବା ବିଷୟରେ ପ୍ରତିଦିନ ଖବର ପ୍ରକାଶ ପାଉଛି। ଗୋମାଂସକୁ ନେଇ ହତ୍ୟା ଘଟଣା ଏହାର ଏକ ଉଦାହରଣ। ଧର୍ମ ଭିତ୍ତିରେ ସେମାନେ ଯଦି ଭାରତୀୟମାନଙ୍କୁ ଭାଗ ଭାଗ କରିବାକୁ ଉଦ୍ୟମ ନ କରନ୍ତେ ତେବେ ଏଭଳି ସମସ୍ୟା ଦେଖାଯାନ୍ତା ନାହିଁ। ରାସ୍ତାରେ ଘଟୁଥିବା ହିଂସା ଏବଂ ଗଣମାଧ୍ୟମ ଜରିଆରେ ଘଟୁଥିବା ହିଂସା (କୌଣସି ବ୍ୟକ୍ତିକୁ ପାକିସ୍ତାନର ଦଲାଲ ବୋଲି କହିବା) ଧାର୍ମିକ ଜାତୀୟତାବାଦର ପରିଣତି। ଆମେ ଚାହୁଁଛୁ ଏହାର ଅନ୍ତ ଘଟୁ। ତା’ହେଲେ ଆମ ସରକାର ଦାରିଦ୍ର୍ୟ, ଶିକ୍ଷା, ସ୍ବାସ୍ଥ୍ୟ ଭଳି ବାସ୍ତବ ଜାତୀୟ ସମସ୍ୟାଗୁଡ଼ିକ ଉପରେ ଅଧିକ ଗୁରୁତ୍ୱ ଦେଇପାରିବେ।
Email: aakar.patel@gmail.com

All Right Reserved By

ସମ୍ପାଦକୀୟ |

ନିଷ୍ଫଳ ଅନାସ୍ଥା

ନିଷ୍ଫଳ ଅନାସ୍ଥା

ଆକାର ପଟେଲ ମୋଦିଙ୍କ ବିରୋଧରେ ବିରୋଧୀଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୨୬ ଓ ବିପକ୍ଷରେ ୩୨୫ଟି ଭୋଟ ପଡ଼ିବା ବାସ୍ତବରେ ବିରୋଧୀ ଦଳଗୁଡ଼ିକ ପ୍ରତି ଅନାସ୍ଥା ପ୍ରକଟ କରୁଛି। ଏହି ସଂଖ୍ୟାକୁ ଦେଖିଲେ ଏ ଅନାସ୍ଥା ପ୍ରସ୍ତାବରୁ ବିରୋଧୀଙ୍କୁ କି ଲାଭ ମିଳିଲା ଓ ପ୍ରସଙ୍ଗ କୁଆଡ଼କୁ ଗଲା କିଛି ସ୍ପଷ୍ଟ ହେଉ ନାହିଁ। ଭୋଟ୍‌ର ଫଳାଫଳକୁ ଦେଖି ବାସ୍ତବରେ କେହି ବିସ୍ମିତ ନୁହନ୍ତି। କେବଳ ଶିବସେନାର କାର୍ଯ୍ୟ ବ୍ୟତୀତ (ଏହାର ଉଦ୍ଦେଶ୍ୟ କ’ଣ ପରେ ଆମେ ଆଲୋଚନା କରିବା) ଗୃହରେ ଏପରି କିଛି ଘଟଣା ଘଟିଲା ...

ପର୍ବତ ଗୁମ୍ଫାରେ ସତର ଦିନ

ପର୍ବତ ଗୁମ୍ଫାରେ ସତର ଦିନ

ପ୍ରକାଶ ତ୍ରିପାଠୀ ସମ୍ପ୍ରତି ଥାଇଲାଣ୍ଡର ପ୍ରଖ୍ୟାତ କାର୍ଟୁନିଷ୍ଟ ସିସିଡିଆଙ୍କର ଗୋଟିଏ କାର୍ଟୁନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଦେଖାଯାଇଛି, ୧୨ଟି ବଣୁଆ ବାର୍‌ହା ଛୁଆ, ଗୋଟିଏ ବଡ଼ ବାର୍‌ହା ଓ କିଛି ଅନ୍ୟ ଜୀବଜନ୍ତୁ ଏକ ଜଳଭର୍ତ୍ତି ଅଣଓସାରିଆ ସୁଡ଼ଙ୍ଗ ବାଟ ଦେଇ ପହଁରି ପହଁରି ଯାଉଛନ୍ତି। ସୂଚନାଯୋଗ୍ୟ ଯେ, କାର୍ଟୁନିଷ୍ଟ ସିସିଡିଆ ଏହି କାର୍ଟୁନ ମାଧ୍ୟମରେ ଥାଇଲାଣ୍ଡର ଥାମ୍‌ ଲୁଆଙ୍ଗ ପର୍ବତ ଗୁମ୍ଫାରେ ୧୭ଦିନ ଧରି ଫସି ରହିଥିବା ଥାଇଲାଣ୍ଡର ଏକ ଜୁନିୟର ଫୁଟବଲ ଟିମ୍‌ (ଓ୍ବାଇଲ୍‌ଡ ବୋର୍ସ)ର ୧୨ଜଣ ସ୍କୁଲ ...

ସେଲିବ୍ରିଟି ଉଦ୍ୟୋଗୀ

ସେଲିବ୍ରିଟି ଉଦ୍ୟୋଗୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର ସମୟ ବଦଳିବା ସହ ଯୁବପିଢ଼ିର ରୁଚିରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ପ୍ରଗତିଶୀଳ ଚିନ୍ତାଧାରା ପୋଷଣ କରୁଥିବା କେତେକ ଯୁବତୀଯୁବକ ଚାକିରି ଅପେକ୍ଷା ଉଦ୍ୟୋଗୀ ହେବାକୁ ପସନ୍ଦ କରୁଛନ୍ତି ଓ ସ୍ଥଳବିଶେଷରେ ସଫଳ ହେଉଛନ୍ତି। ପୂର୍ବରୁ ନିର୍ଦ୍ଦିଷ୍ଟ କେତୋଟି କ୍ଷେତ୍ର ଉପରେ ଆଧାରିତ ବ୍ୟବସାୟିକ ଚିନ୍ତାଧାରା ନେଇ ଜଣେ ଉଦ୍ୟୋଗୀ ହେଉଥିଲେ। ଏବେ ଏହାର ପରିସର ...

ଏଇ ଭାରତରେ

ଏଇ ଭାରତରେ

ସ୍କୁଲ୍‌ଛାତ୍ରଙ୍କୁ ସର୍ବସମ୍ମୁଖରେ ଅପମାନଜନକ ଦଣ୍ଡଦେବା ଭଳି ଘଟଣା ଜଣେ ଶିକ୍ଷକଙ୍କ ପାଇଁ ମହଙ୍ଗା ପଡ଼ିଛି। ଫଳ ସ୍ବରୂପ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ପୁଣେସ୍ଥିତ ବିଶ୍ରାନ୍ତଓ୍ବାଡି ପୁଣେ ଇଣ୍ଟରନ୍ୟାଶନାଲ୍‌ ସ୍କୁଲ୍‌ରେ ଜୁଲାଇ ୧୭ରେ ଏପରି ଏକ ଘଟଣା ଘଟିଛି। ଆର୍ଯ୍ୟନ୍‌ ଅମିତ୍‌ ଓ୍ବଘ୍‌ମେୟାର ନାମକ ୧୦ବର୍ଷର ବାଳକ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି। ଶିକ୍ଷକ ଶ୍ୱେତ ଗୁପ୍ତା ଛାତ୍ରମାନଙ୍କ ସମ୍ମୁଖରେ ତାଙ୍କୁ ଦଣ୍ଡଦେଇଥିଲେ। ଛାତ୍ରର ମା’ ଅଦିତିଙ୍କ କହିବାନୁଯାୟୀ, ଶିକ୍ଷକ ଜଣକ ଗୋଟିଏ କଇଁଚି ଧରି ଆର୍ଯ୍ୟନ୍‌ଙ୍କ ମୁଣ୍ଡବାଳ ସମ୍ମୁଖ ଭାଗରୁ କା...

ଅସହଯୋଗର ଦୁଃଖ

ଅସହଯୋଗର ଦୁଃଖ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଦେଶର ସର୍ବୋଚ୍ଚ ଖାଉଟି ସମବାୟ ସଂସ୍ଥା ବୋର୍ଡ ଅଫ୍‌ ନ୍ୟାଶ୍‌ନାଲ କୋଅପରେଟିଭ୍ସ କଞ୍ଜ୍ୟୁମର୍ସ ଫେଡ଼େରେଶନ୍‌ (ଏନ୍‌ସିସିଏଫ୍‌ ବୋର୍ଡ)ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି)ଙ୍କୁ ନିଯୁକ୍ତି ଦେବା କାହାର ଅଧିକାରଭୁକ୍ତ ଏ ନେଇ ଉକ୍ତ ସଂସ୍ଥା ଏବଂ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇଛି। ମନ୍ତ୍ରଣାଳୟ ଜଣେ ଯୁଗ୍ମ ସଚିବ ଅନିଲ ବହୁଗୁଣାଙ୍କୁ ଏମ୍‌ଡି ଭାବେ ନିଯୁକ୍ତି ଦେବାବେଳେ ଏହି ମତଭେଦ ପଦାକୁ ଆସିଛି। ବିଶିଷ୍ଟ ସମବାୟ ନେତା ତଥା ପୂର୍ବତନ ବିଧାୟକ ବିଜେନ୍ଦର ...

ଗୁଜବର ବ୍ୟାପକତା

ଗୁଜବର ବ୍ୟାପକତା

ଶିବରାମ ଶତପଥୀ ପ୍ରାୟ ଷାଠିଏ ବର୍ଷ ପୂର୍ବର କଥା। ଲୋକେ ପଦବ୍ରଜରେ ଯିବା ଆସିବା କରୁଥିଲେ। ଦିନେ ମୁଁ ପଦିଆ ମାମୁଙ୍କୁ ପଚାରିଲି- ତୁମେ ପରା ଆଜି ଅମୁକ ଗାଁକୁ ଯିବାର ଥିଲା, ଯାଉନ। ସେ କହିଲେ ଖଙ୍ଗାର ମାତିଛି ପରା, ଏକୁଟିଆ କେମିତି ଯିବି? ପିଲାଙ୍କୁ ତାଗିଦ କରାଯାଉଥିଲା, ଏକା ଏକା ଦେଖିଲେ ପିଲାଙ୍କୁ ଖଙ୍ଗାର ବସ୍ତାରେ ପୂରାଇ ନେଇଯିବ। ଅମୁକଠାରେ ପୋଲ ତିଆରି ହେଉଛି ତ, ତା ନିଅଁରେ ପକାଇବା ପାଇଁ ପିଲାଙ୍କୁ ଧରି ନିଆଯାଉଛି। ପୋଲର ସ୍ଥାୟିତ୍ୱ ପାଇଁ ନରବଳି ଆବଶ୍ୟକ। ଏହା ଅବଶ୍ୟ ଏକ ଅନ୍ଧବିଶ୍ୱାସ।...

ଭକ୍ତ ଓ ଭଗବାନଙ୍କ ମହାମିଳନ

ଭକ୍ତ ଓ ଭଗବାନଙ୍କ ମହାମିଳନ

ବିମଳ ପ୍ରସନ୍ନ ଦାସ ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଯୁଗେ ଯୁଗେ ଅନୁପମ ଓ ଅଲୌକିକ। ସେଥିପାଇଁ ଦାସିଆ ବାଉରିଙ୍କ ଅଧିକାର ଓ ଅଭିମାନ ଯୁଗ ଯୁଗକୁ ଅତୁଟ ରହିଛି ଓ ରହିଥିବ। କାରଣ ଲୀଳାମୟ, କାଳିଆ ସାଆନ୍ତ, ମହାବାହୁ ରାଜାଧିରାଜ ମଣିଷର ଠାକୁର। ଭକ୍ତର ଭାବରେ ବନ୍ଧା। ତା’ର ଜୀବନ ଧନ-ଅନ୍ଧ ଲଉଡି। କେତେ ବିଶ୍ୱାସ ଓ ନିର୍ଭରତା ଭକ୍ତର। ସାମାନ୍ୟ ଭରତିଆ ପକ୍ଷୀଟିର ଉଦାହରଣ ଯଥେଷ୍ଟ। କୁରୁକ୍ଷେତ୍ର ଯୁଦ୍ଧ ପ୍ରାରମ୍ଭରେ ପକ୍ଷୀଟି ବ୍ୟାକୁଳ ପ୍ରାର୍ଥନା କରିଛି ତା’ର ଅଣ୍ଡା ଦୁଇଟିକୁ ରକ୍ଷା କରିବାକୁ। ଭକ୍ତ ବଳରାମଙ୍କ କାଳଜ...

ଏଇ ଭାରତରେ

ଏଇ ଭାରତରେ

ନୀଚକୁଳରେ ଜନ୍ମ ହୋଇଥିବାରୁ ଜଣେ ମହିଳାଙ୍କ ହାତରନ୍ଧା ଖାଇବାକୁ କେତେକେ ନାକ ଟେକିଛନ୍ତି। ପରିଣାମ ସ୍ବରୂପ ଉକ୍ତ ମହିଳାଙ୍କୁ ସ୍କୁଲ୍‌ରୁ ହଟାଇ ଦେବାପାଇଁ ଉଚ୍ଚଜାତିର ଲୋକମାନେ ଦାବି ଉଠାଇଥିଲେ। ତାମିଲନାଡୁର ଏକ ସ୍କୁଲ୍‌ରେ ମଧ୍ୟାହ୍ନଭୋଜନ ରୋଷେଇ କରିବାରୁ ଉକ୍ତ ଦଳିତ ମହିଳାଙ୍କୁ ବଞ୍ଚତ୍ତ କରାଯାଇଛି। ତିରୁପୁର ଜିଲାର ଓକାମ୍‌ପଲାୟମ୍‌ ଗାଅଁାରେ ପି. ପାପଲ୍‌ ନାମ୍ନୀ ଏହି ମହିଳା ଗତ ୨ବର୍ଷ ହେଲା ମଧ୍ୟାହ୍ନଭୋଜନ ପାଚିକା ଭାବରେ ନିଯୁକ୍ତି ପାଇଥିଲେ। ସପ୍ତାହକ ତଳେ ନିଜ ଅନୁରୋଧ କ୍ରମେ ...

ଆଜିର ଅର୍ଥନୀତି/ ସ୍ବପ୍ନମୁଖା ଏଲ୍‌ଆଇସି

ଆଜିର ଅର୍ଥନୀତି/ ସ୍ବପ୍ନମୁଖା ଏଲ୍‌ଆଇସି

ଗତମାସରେ ବୀମା ନିୟାମକ ଓ ଉନ୍ନୟନ କର୍ତ୍ତୃପକ୍ଷ (ଆଇଆର୍‌ଡିଏ)ଠାରୁ ଅନୁମତି ପାଇବା ପରେ ଜୀବନବୀମା ନିଗମ (ଏଲ୍‌ଆଇସି) ବୋର୍ଡ କ୍ଷତିରେ ଚାଲୁଥିବା ଆଇଡିବିଆଇ ବ୍ୟାଙ୍କରେ ନିଜର ଅଂଶଧନ ୫୧ ପ୍ରତିଶତକୁ ବୃଦ୍ଧି କରିବା ଲାଗି ସରକାରଙ୍କୁ ପ୍ରସ୍ତାବ ଦେଇଛି। ଆଉ କେତେଟା ପ୍ରକ୍ରିୟା ଶେଷହେବା ପରେ ଉକ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏଲ୍‌ଆଇସିର ଅଧୀନ ହୋଇଯିବ। ଆଇଡିବିଆଇ ବ୍ୟାଙ୍କରେ ଜୀବନବୀମା ନିଗମର ବର୍ତ୍ତମାନ ୭.୯୮ ପ୍ରତିଶତ ଅଂଶଧନ ରହିଛି, ଯାହା ମାର୍ଚ୍ଚ ୨୦୧୮ ସୁଦ୍ଧା ୧୦.୮୨ ପ୍ରତିଶତ ଥିଲା। ରୁଗ୍ଣ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସୁସ୍ଥ କରିତୋଳିବା ଦୀର୍ଘଦିନ ହେଲା ସରକାରଙ୍କର ଏକ ନୀତି ...

 ସଙ୍କଟରେ ଭବିଷ୍ୟତ

ସଙ୍କଟରେ ଭବିଷ୍ୟତ

ଉପେନ୍ଦ୍ର ବିଶ୍ୱାଳ ପାଗଳପ୍ରାୟ ଘୂରି ବୁଲୁଥାନ୍ତି ମହାମାନ୍ୟ ମଦନମୋହନ ମାଲବ୍ୟ। ନିଶା ଘାରିଥାଏ ବନାରସରେ ବିଶ୍ୱସ୍ତରୀୟ ହିନ୍ଦୁ ବିଶ୍ୱବିଦ୍ୟାଳୟଟିଏ ପ୍ରତିଷ୍ଠା କରିବାକୁ। ହାତ ପତଉଥାନ୍ତି ସମସ୍ତଙ୍କୁ। ଏପରିକି ମୃତଦେହ ଶୋଭାଯାତ୍ରାରେ ଫିଙ୍ଗାଯାଉଥିବା ପଇସା କଉଡ଼ିକୁ ମଧ୍ୟ ସାଉଁଟି ରଖୁଥାନ୍ତି। ବଡ଼ ଆଶା ନେଇ ପହଞ୍ଚତ୍ଲେ ଦିନେ ଘନଶ୍ୟାମ ଦାସ ବିର୍ଲାଙ୍କ ବାସଭବନରେ। ବୈଠକଖାନାରେ ଟିକିଏ ବସିବାକୁ କହି ଠାକୁର ପୂଜା ପାଇଁ ଗଲେ ସେ। ଦୀପଟି ଜଳାଇଲାବେଳେ ପ୍ରଥମ ପରେ ଦ୍ୱିତୀୟ ଦିଆସିଲିକାଠିଟି ଲିଭିଗଲା। ତୃତୀୟ କାଠିଟି ବି ଲିଭିଗଲା ସାମାନ୍ୟ ଅସାବଧାନତାବଶତଃ। ଗର୍ଜିଉଠି ବର୍ଷିଗଲେ ପୂଜକ ଉପରେ। ଆଚମ୍ବିତ ହେଲେ ...

ପ୍ରାଣବନ୍ତ, ପ୍ରଣବସ୍ବରୂପ

ପ୍ରାଣବନ୍ତ, ପ୍ରଣବସ୍ବରୂପ

ଡା. ଅଂଶୁମାନ୍‌ କର ଗତ ସ୍ନାନପୂର୍ଣ୍ଣିମା ଦିନ ଗଜପତି ମହାରାଜ ପ୍ରଭୁ ଜଗନ୍ନାଥଙ୍କ ଆଳତି କରିବା ସମୟରେ ପ୍ରଭୁଙ୍କ ଶିରରୁ ଫୁଲମାଳ ଖସିବାକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ଆଜିର ସୋସିଆଲ ମିଡିଆ ଯୁଗରେ ଏହି ଘଟଣାର ଭୂରି ଭୂରି ପ୍ରଚାର ଓ ପ୍ରସାର ଚାଲିଛି। ଜଗନ୍ନାଥ ଓ ପୁରୀ ଶ୍ରୀମନ୍ଦିରର ପ୍ରାଣବନ୍ତ ଅସ୍ତିତ୍ୱର ଏହା ଏକ ଦିବ୍ୟ ପ୍ରମାଣ ବୋଲି ଅନେକେ ମତ ବ୍ୟକ୍ତ କରୁଛନ୍ତି। କେତେଜଣ କହୁଛନ୍ତି, ଏହାଦ୍ୱାରା ପ୍ରଭୁ ନିଜ ପ୍ରତ୍ୟକ୍ଷ ଉପସ୍ଥିତିର ପ୍ରମାଣ ଦେଉଛନ୍ତି।...

ଏଇ ଭାରତରେ

ଏଇ ଭାରତରେ

ଜଣେ ନବଜାତ ଶିଶୁ କ୍ଷୀର ପାନ କରିବା ପରେ କୋମା ଅବସ୍ଥାରେ ଥିବା ତା’ ମା’ଙ୍କର ଚେତା ଫେରିଆସିଛି। ଏପରି ଏକ ଘଟଣା କେରଳରେ ଘଟିଛି। ବେଟିନା ନାମ୍ନୀ ଜଣେ ମହିଳା ଶିଶୁପୁତ୍ରର କାନ୍ଦ ଶୁଣି ଧୀରେ ଧୀରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଜୁନ୍‌ ୧୪ରେ ଶିଶୁଟି ଜନ୍ମଗ୍ରହଣ କରିଥିଲା। ଶିଶୁଟି ସ୍ତନ୍ୟପାନ କରିବା ପରେ ମହିଳାଙ୍କର ସ୍ନାୟୁଗତ ସମସ୍ୟା ଧୀରେ ଧୀରେ ସୁଧୁରିବାରେ ଲାଗିଥିଲା ବୋଲି ହସ୍ପିଟାଲ୍‌ର ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ର ମୁଖ୍ୟ ଡକ୍ଟର ଆର. ବିବେକ ପ୍ରକାଶ କରିଛନ୍ତି। ...

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ