ସମ୍ପାଦକୀୟ |

କୃତ୍ରିମ ବୁଦ୍ଧିମତ୍ତା ଓ ଭବିଷ୍ୟତ

କୃତ୍ରିମ ବୁଦ୍ଧିମତ୍ତା ଓ ଭବିଷ୍ୟତ
ପ୍ରକାଶ ତ୍ରିପାଠୀ ୧୯୮୬ରେ ମୁକ୍ତିଲାଭ କରିଥିବା ହଲିଉଡ୍‌ ସିନେମା ‘ଶର୍ଟ ସର୍କିଟ୍‌’ ଓ ୧୯୮୮ରେ ଏହାର ସିକ୍ୱେଲ୍‌ ‘ଶର୍ଟ ସର୍କିଟ୍‌-୨’ ଯେଉଁମାନେ ଦେଖିଥିବେ ସେମାନଙ୍କ ପାଇଁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ ବା କୃତ୍ରିମ ବୁଦ୍ଧିମତ୍ତାସମ୍ପନ୍ନ ମାନବୀୟ ରୋବୋଟ୍‌ ସମ୍ପର୍କରେ ଅଧିକ କିଛି କହିବାର ଆବଶ୍ୟକ ନାହିଁ। ଗତ ୩୦ବର୍ଷ ତଳେ ଏହି କୌତୁକପୂର୍ଣ୍ଣ ତଥା ବିଜ୍ଞାନଭିତ୍ତିକ ସିନେମାର ଲେଖକ ଏସ୍‌. ଓ୍ବିଲସନ୍‌ ଓ ବ୍ରେଣ୍ଟ ମେଡକ୍‌ କେବେ ବି ଭାବି ନ ଥିବେ ଯେ ସେମାନଙ୍କର କାଳ୍ପନିକ ଚରିତ୍ର ‘ଜନି-୫’ ରୋବୋଟ୍‌ଟି ଦିନେ ବାସ୍ତବ ରୂପରେଖ ନେବ। ମଣିଷଙ୍କ ଭଳି ସମସ୍ତ ବୁଦ୍ଧି, ଜ୍ଞାନ ଓ ମଣିଷସୁଲଭ ଆଚରଣ ରଖୁଥିବା ମଣିଷ ସଦୃଶ ଯନ୍ତ୍ରଟିଏ ଦିନେ ମଣିଷର ସମକକ୍ଷ ଓ ତା’ଠାରୁ ଅଧିକ ଶକ୍ତିଶାଳୀ ସାବ୍ୟସ୍ତ ହେବ। ବିଜ୍ଞାନକୁ ଆୟୁଧ କରି ମଣିଷ ଆଜି ସବୁ ଅସମ୍ଭବକୁ ସମ୍ଭବ କରିବାରେ ଲାଗିଛି। ଗବେଷଣାମନସ୍କ ମଣିଷ ଆସନ୍ତାକାଲି ଥକିଯିବା ପୂର୍ବରୁ ତା’ ଗବେଷଣାର ମୁଖ୍ୟ ପୁରୋଧା ଭାବେ ଉଦ୍ଭାବନ କରିଛି କୃତ୍ରିମ ବୁଦ୍ଧିମତ୍ତାସମ୍ପନ୍ନ ମାନବୀୟ ରୋବୋଟ୍‌। ଏହି ରୋବୋଟ୍‌ଟି ଆପଣଙ୍କୁ ପ୍ରତି କ୍ଷେତ୍ରରେ ସହଯୋଗର ହାତ ବଢ଼ାଇବାକୁ ପ୍ରସ୍ତୁତ। ବିଭିନ୍ନ ପ୍ରସଙ୍ଗରେ ସେ ଆପଣଙ୍କ ସହ ଆଲୋଚନା କରିପାରେ, ମତାମତ ଦେଇପାରେ। ବିଷାଦ ସମୟରେ ସେ ଆପଣଙ୍କୁ ପ୍ରବୋଧନା ଦେଇପାରେ। ଆପଣଙ୍କ ମନଖୁସି କରାଇବା ପାଇଁ ଆପଣଙ୍କ ମନପସନ୍ଦର ଗୀତ ଗାଇପାରେ। ଆପଣଙ୍କ ପାଇଁ ସୁସ୍ବାଦୁ ବ୍ୟଞ୍ଜନ ବି ପ୍ରସ୍ତୁତ କରିପାରେ। ସେ ଆପଣଙ୍କୁ ଭଲ ପାଇପାରେ, ଘୃଣା କରିପାରେ, ଅଭିମାନ ବି କରିପାରେ। ମୋଟ ଉପରେ କହିବାକୁ ଗଲେ ଏହି ମାନବୀୟ ରୋବୋଟ୍‌ଟି ମଣିଷର ଜଣେ ସର୍ବଶ୍ରେଷ୍ଠ ସହାୟକ ଭାବେ ନିଜକୁ ସାବ୍ୟସ୍ତ କରିପାରିବ। ଏ ପ୍ରସଙ୍ଗରେ ନିକଟରେ ସୌଦି ଆରବରେ ନାଗରିକତ୍ୱ ହାସଲ କରିଥିବା ପ୍ରଥମ ମାନବୀୟ ରୋବୋଟ୍‌ ସୋଫିଆ ସମ୍ପର୍କରେ ସମ୍ୟକ୍‌ ସୂଚନା ଦେବା ସମୀଚୀନ ହେବ। ସିବିଏସ୍‌ ନ୍ୟୁଜ୍‌ ଚ୍ୟାନେଲ୍‌ର ରିପୋର୍ଟରଙ୍କ ସହ ଦୀର୍ଘ ଏକ ଘଣ୍ଟାର ସାକ୍ଷାତ୍‌କାରରେ ସୋଫିଆ ସମସ୍ତ ପ୍ରଶ୍ନର ଠିକ୍‌ ଉତ୍ତର ଦେଇ ସମଗ୍ର ବିଜ୍ଞାନ ଜଗତକୁ ସ୍ତମ୍ଭୀଭୂତ କରିଦେଇଛିି। ରିୟାଦରେ ଅନୁଷ୍ଠିତ ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ୬ ଜଣ ପ୍ରଖ୍ୟାତ ବୈଜ୍ଞାନିକଙ୍କ ସହ ସୋଫିଆ ରୋବୋଟ୍‌ ମଧ୍ୟ ସାମିଲ ହୋଇ ଭାଷଣ ପ୍ରଦାନ କରିଥିଲା। ସେହିପରି ମିଳିତ ଜାତିସଂଘ ଆନୁକୂଲ୍ୟରେ ଆୟୋଜିତ ଏକ ଅନ୍ତର୍ଜାତୀୟ ବିଜ୍ଞାନ ସେମିନାର୍‌ରେ ଭାଗନେଇ ସୋଫିଆ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସନର ପ୍ରଭାବ ସମ୍ପର୍କରେ ନିଜର ଗୁରୁତ୍ୱପୂର୍ଣ୍ଣ ମତ ରଖିଥିଲା। କଥାବାର୍ତ୍ତା ସମୟରେ ଆଖିକୁ ଆଖି ମିଶାଇ କଥା ହେବା ସହ ସମସ୍ତ ମାନବୀୟ ଆବେଗ ପ୍ରଦର୍ଶନ କରିପାରୁଛି ମାନବୀୟ ରୋବୋଟ୍‌ ସୋଫିଆ। ସୋଫିଆକୁ ସୌଦି ଆରବ ନାଗରିକତ୍ୱ ପ୍ରଦାନ କରିବା ପରେ ଏହାର ସକାରାତ୍ମକ ଓ ନକାରାତ୍ମକ ଦିଗକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ବିତର୍କ ସୃଷ୍ଟି ହୋଇଛି। ରୋବୋଟ୍‌ ଉପରେ ସମ୍ପୂର୍ଣ୍ଣ ଭରସା କରିବାର ସମୟ ଏବେ ପହଞ୍ଚି ନାହିଁ। କାରଣ ଗୋଟିଏ କୃତ୍ରିମ ବୁଦ୍ଧିମତ୍ତାସମ୍ପନ୍ନ ରୋବୋଟ୍‌ ନୈତିକତା ଆଧାରରେ କାର୍ଯ୍ୟ କରିବ ଓ ମାନବୀୟ ମୂଲ୍ୟବୋଧକୁ ସମ୍ମାନ ଦେଇ କୌଣସି ଭୁଲ୍‌ ବା ତ୍ରୁଟି କରିବ ନାହିଁ ବୋଲି କହିବା ମଧ୍ୟ ଠିକ୍‌ ହେବନାହିଁ। କାରଣ ଏକ ସାକ୍ଷାତ୍‌କାରରେ ସୋଫିଆ ରୋବୋଟ୍‌କୁ ପଚରା ଯାଇଥିଲା ଯେ ରୋବୋଟ୍‌ ଦିନେ ଏହାର ସ୍ରଷ୍ଟା ମାନବସମାଜକୁ ଧ୍ୱଂସ କରିଦେବ କି? ଏହାର ଉତ୍ତରରେ ସାମାନ୍ୟ ହସି ସୋଫିଆ ଉତ୍ତର ଦେଇଥିଲା ଯେ, ଆପଣ ମୋ ପ୍ରତି ଭଲ ହେଲେ ମୁଁ ଆପଣଙ୍କ ପ୍ରତି ନିଶ୍ଚିତ ଭଲ ହେବି। ତେବେ ସୋଫିଆ ପ୍ରତି ଖରାପ ଆଚରଣର ପ୍ରତିବଦଳରେ ସେ ଖରାପ ଆଚରଣ ପ୍ରଦର୍ଶନ କରିବାର ସମ୍ଭାବନାକୁ ଏଡାଇ ଦେଇହେବ ନାହିଁ। ସୋଫିଆ ରୋବୋଟ୍‌ର ପ୍ରସ୍ତୁତକର୍ତ୍ତା ତଥା ହାନ୍‌ସନ୍‌ ରୋବୋଟିକ୍‌ସର ପ୍ରତିଷ୍ଠାତା ଡ. ଡାଭିଡ୍‌ ହାନସନ୍‌ ଓ ଅନ୍ୟତମ ବିଜ୍ଞାନୀ ବେନ୍‌ ଗୋର୍‌ଜେଲ୍‌ଙ୍କ ମତରେ କୃତ୍ରିମ ବୁଦ୍ଧିମତ୍ତାସମ୍ପନ୍ନ ରୋବୋଟ୍‌ ଦିନେ ମାନବ ବୁଦ୍ଧିମତ୍ତାକୁ ଅତିକ୍ରମ କରିଯିବ ଓ ଯାବତୀୟ ଶାରୀରିକ କର୍ମ ଓ ମାନସିକ ଚିନ୍ତାରୁ ମଣିଷକୁ ମୁକ୍ତି ପ୍ରଦାନ କରିବ। କ୍ଷୁଧା, ଦାରିଦ୍ର୍ୟ ଓ ରୋଗରୁ ମଣିଷକୁ ରକ୍ଷା କରିବା ସହ ମଣିଷଠାରୁ ଶହେ କୋଟି ଗୁଣରେ ଅଧିକ ଚତୁର ରୋବୋଟ୍‌ ବିଶ୍ୱର ସମସ୍ତ ସମସ୍ୟାର ସମାଧାନରେ ମଣିଷକୁ ସହାୟତା ପ୍ରଦାନ କରିବ, ଯଦ୍ଦ୍ବାରା ମଣିଷର ସ୍ଥିତି ଅଧିକ ଅର୍ଥପୂର୍ଣ୍ଣ ଓ ମର୍ଯ୍ୟାଦାସମ୍ପନ୍ନ ହୋଇପାରିବ। ଆଗାମୀ ଦିନରେ କୃତ୍ରିମ ବୁଦ୍ଧିମତ୍ତାସମ୍ପନ୍ନ ରୋବୋଟ୍‌କୁ ଅଧିକ ଆବେଗପୂର୍ଣ୍ଣ ଓ ତର୍କସଙ୍ଗତ ତଥା ଅଧିକ ବୁଦ୍ଧିମତ୍ତାପୂର୍ଣ୍ଣ କରାଯିବ, ଯାହାକି ମାନବ କଲ୍ୟାଣ ଦିଗରେ ସହାୟକ ହେବ। ଏଠାରେ ପ୍ରଶ୍ନ ଉଠେ, ଯଦି ଯନ୍ତ୍ରମାନବଟିଏ ମଣିଷର ସବୁ କାମ ସହଜରେ କରିଦେଇପାରିବ, ତେବେ ମଣିଷ କରିବ କ’ଣ? ଏହା ମଣିଷକୁ ନିଜ ବୁଦ୍ଧି ଉପଯୋଗରୁ ବଞ୍ଚତ୍ତ କରିଦେବନି ତ? କ୍ରମଶଃ ଯନ୍ତ୍ରମାନବ ଉପରେ ନିର୍ଭର କରୁ କରୁ ମଣିଷ ଏହାର ଅଧୀନ ହୋଇଯିବନି ତ? କୃତ୍ରିମ ବୁଦ୍ଧିମତ୍ତା ଉପରେ ଗବେଷଣା କରୁଥିବା ବୈଜ୍ଞାନିକ ଏଲନ୍‌ ମସ୍କ ଓ ଷ୍ଟିଫେନ୍‌ ହକିଙ୍ଗ୍‌ସ ଆଶଙ୍କାପ୍ରକଟ କଲେଣି ଯେ, ଯେପରି ଭାବେ ସମସ୍ତ ମାନବୀୟ ଗୁଣ ଓ ବୁଦ୍ଧିକୁ ବିଜ୍ଞାନୀମାନେ ରୋବୋଟ୍‌ରେ ସ୍ଥାନିତ କରୁଛନ୍ତି, କାଳକ୍ରମେ ଏହି ରୋବୋଟ୍‌ ମାନବର ସ୍ଥାନ ଦଖଲ କରି ସମଗ୍ର ମାନବଜାତିର ଧ୍ୱଂସର କାରଣ ହେବ। ଯନ୍ତ୍ରମାନବ ଯନ୍ତ୍ର ହୋଇ ରହୁ, ମାନବର ବିକଳ୍ପ ନ ହେଉ। କୃତ୍ରିମ ବୁଦ୍ଧିମତ୍ତା ପ୍ରଦାନର ଗୋଟିଏ ସୀମା ରହିବା ଉଚିତ। ଯଦି ସ୍ବୟଂଚାଳିତ ଭାବେ କାର୍ଯ୍ୟ କରିବାର ସକ୍ଷମ ରଖୁଥିବା କୃତ୍ରିମ ବୁଦ୍ଧିମତ୍ତାସମ୍ପନ୍ନ ରୋବୋଟ୍‌ଟିଏ ପ୍ରସ୍ତୁତ ହୁଏ ଓ ଏହି ରୋବୋଟ୍‌ ଆପେ ଆପେ କିଛି ଉନ୍ନତ ଜ୍ଞାନସମ୍ପନ୍ନ କାମ କରିବସିବ ଯାହାକୁ କି ବୁଝିବାକୁ ବା ନିୟନ୍ତ୍ରଣ କରିବାକୁ ମଣିଷ ପାଖରେ ବୁଦ୍ଧି ନ ଥିବ, ତେବେ ପରିସ୍ଥିତି କ’ଣ ହେବ ବୋଲି ଉଭୟ ବୈଜ୍ଞାନିକ ବିଶ୍ୱବାସୀଙ୍କୁ ସତର୍କ କରାଇ ଦେଇଛନ୍ତି। ଏଭଳି ଆଶଙ୍କାକୁ କେବେହେଲେ ଅମୂଳକ ଭାବିବା ଠିକ୍‌ ନୁହେଁ। କାରଣ ଯଦି ବିଜ୍ଞାନକୁ ମଣିଷ ବିଧ୍ୱଂସକାରୀ ଦିଗରେ ବିନିଯୋଗ କରିପାରୁଛି, ତେବେ କୃତ୍ରିମ କୁବୁଦ୍ଧିସମ୍ପନ୍ନ ରୋବୋଟ୍‌ଟିଏ କାହିଁକି ପ୍ରସ୍ତୁତ ନ ହେବ? ଏହି କୁବୁଦ୍ଧିସମ୍ପନ୍ନ ରୋବୋଟ୍‌ ମାଧ୍ୟମରେ ମଣିଷ ସମାଜକୁ ଧ୍ୱଂସ କରିଦେବାକୁ ଉଦ୍ୟମ ନ ହେବ କାହିଁକି? ଏହା ନିଃସନ୍ଦେହ ଯେ, ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ ଓ ଏହି ଶ୍ରେଣୀରେ ଆସୁଥିବା ଅଟୋମେଶନ ଓ ରୋବୋଟିକ୍‌ସର ଅଳ୍ପ ବହୁତ ପ୍ରଭାବ ଆମେ ଏବେ ଅନୁଭବ କଲୁଣି। ଏହାର ଗୋଟିଏ ପଟେ ସୁଖ-ସ୍ବାଚ୍ଛନ୍ଦ୍ୟ ଥିବା ବେଳେ ଅନ୍ୟପଟଟି ସମସ୍ୟା ହିଁ ସମସ୍ୟା। ରୋଗ ଚିହ୍ନିବାରେ ଓ ଅପରେଶନ୍‌ କରିବାରେ ରୋବୋଟ୍‌କୁ ନିଯୁକ୍ତି ଦିଆଗଲାଣି। ରେସ୍ତୋରଁାରେ ଖାଦ୍ୟ ପ୍ରସ୍ତୁତି ସହ ପରିବେଷଣ କରୁଛି ରୋବୋଟ୍‌। ସପିଙ୍ଗ ମଲ୍‌ରେ ସାମଗ୍ରୀ ବିକୁଛି। ଲାଭକ୍ଷତିର ହିସାବ ରଖୁଛି। ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ସହ ତାଲିମ ପ୍ରଦାନ କରୁଛି। ଯାନବାହନ ଡ୍ରାଇଭିଂ କରି ଗନ୍ତବ୍ୟ ସ୍ଥାନରେ ନିରାପଦରେ ପହଞ୍ଚାଇ ଦେଉଛି। ଗାଡ଼ିମୋଟରଠାରୁ ରକେଟ୍‌ ଓ ଉପଗ୍ରହ ପର୍ଯ୍ୟନ୍ତ ନିର୍ମାଣ ଓ ମରାମତି କରିପାରୁଛି। ଏହାଦ୍ୱାରା ମାନବସମ୍ବଳ ଉପେକ୍ଷିତ ହେବା ସହ ଆଗାମୀ ଦିନରେ ଏହା ବହୁ ମଣିଷକୁ ଅଦରକାରୀ ଓ ଅନାବଶ୍ୟକ କରିଦେବ। ଆଧୁନିକ ମଣିଷ ହିଂସ୍ରଜନ୍ତୁ ବାଘ ବା ସିଂହକୁ ନିଜ ଅଧୀନ ବା ନିୟନ୍ତ୍ରଣ କରିପାରୁଛି। କେବଳ ଅତି ଚତୁର ବୋଲି ସେ ଏହା କରିପାରୁଛି। ଯଦି ଆଉ କେହି ମଣିଷଠାରୁ ଅଧିକ ଚତୁର ହୋଇଯାଏ ତେବେ ମଣିଷର ସ୍ଥିତି କ’ଣ ହେବ? ସେୟା ହେବ ଯାହା ହଲିଉଡ୍‌ ସିନେମା ‘ଶର୍ଟ ସର୍କିଟ୍‌’ରେ ସୈନ୍ୟବାହିନୀ ଦ୍ୱାରା ବ୍ୟବହୃତ ହୋଇଥିବା କୃତ୍ରିମ ବୁଦ୍ଧିମତ୍ତାସମ୍ପନ୍ନ ରୋବୋଟ୍‌ ‘ଜନି-୫’ କରିଥିଲା। ଏହା ନ ହେଉ କି ଆଗାମୀ ଦିନରେ ଏହି ରୋବୋଟ୍‌ ମଣିଷର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେଉ। ଏହାବି ନ ହେଉ କି ରୋବୋଟ୍‌ଟି ଅଧିକ କ୍ଷମତାଶାଳୀ, ଶକ୍ତିଶାଳୀ ଓ ଉନ୍ନତ ଜ୍ଞାନକୌଶଳଯୁକ୍ତ ହେଉ ଓ ମଣିଷ ତା’ ପାଖରେ ଏକ ପୋଷାଜୀବ ଭଳି ବଞ୍ଚିରହୁ। ମୋ: ୯୪୩୭୨୩୨୪୬୩, prakastripathy09@gmail.com
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ ଚୋକ୍‌ସିଙ୍କ ପଥ

ସମ୍ପାଦକୀୟ/ ଚୋକ୍‌ସିଙ୍କ ପଥ

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ସ୍କାମ୍‌ ପ୍ରାୟ ବର୍ଷେ ପୂରଣ କରିବାକୁ ଯାଉଛି। ଇତିମଧ୍ୟରେ ଏହାର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକ୍‌ସିଙ୍କୁ ଭାରତ ପ୍ରତ୍ୟର୍ପଣ କରାଯାଇପାରିଲା ନାହିଁ। ଚୋକ୍‌ସି ଆଣ୍ଟିଗୁଆ ନାଗରିକତ୍ୱ ଗ୍ରହଣ କରିସାରିଥିବାରୁ ୨୦୧୯ ଜାନୁୟାରୀ ୨୧ରେ ଭାରତୀୟ ପାସ୍‌ପୋର୍ଟ ସମର୍ପଣ କରିଦେଇଛନ୍ତି। ଭାରତୀୟ ବୈଦେଶିକ ନୀତି ଅନୁଯାୟୀ, ଯେତେବେଳେ ଜଣେ ନାଗରିକ ଅନ୍ୟ ଦେଶର ..

ଆଚାରରେ ସକାରାତ୍ମକତା ପ୍ରକାଶର ସୁଯୋଗ

ଆଚାରରେ ସକାରାତ୍ମକତା ପ୍ରକାଶର ସୁଯୋଗ

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ

୨୦୧୯ ବର୍ଷର ଶେଷ ‘ମନ୍‌ କି ବାତ୍‌’ରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ନକାରାତ୍ମକତାର ପ୍ରସାର କରିବା ଅତି ସହଜ କିନ୍ତୁ ଲୋକେ ସକାରାତ୍ମକତାର ପ୍ରସାର ପାଇଁ ଆଗେଇ ଆସିବା ଦରକାର। ପ୍ରଧାନମନ୍ତ୍ରୀଙ୍କ ଭଳି ନେତୃସ୍ଥାନୀୟ ବ୍ୟକ୍ତି ଏଭଳି ସକାରାତ୍ମକତାର ବିଚାର ଦେବା ଅନେକ ଆଶା ଉଦ୍ରେକ କରାଏ। ଏହି ନିର୍ବାଚନୀ ଋତୁରେ ପ୍ରଧାନମନ୍ତ୍ରୀ ‘ମନ୍‌ କି ବାତ୍‌’ରେ ରଖିଥିବା ବିଚାରକୁ ନିଜ ଆଚାରରେ ପରିଣତ କରିପାରିଲେ ତାହା ସକାରାତ୍ମକତାର ଉଦାହରଣ ସୃଷ୍ଟିକରିବ। ନିଜ ବିଚାରକୁ ଆଚାରରେ ପରିଣତ କରି ବିରୋଧୀଙ୍କୁ ଟାହିଟାପରା କରିବାର ପ୍ରବୃତ୍ତିରୁ ନିଜକୁ ଦୂରେଇ ବା ବିରୋ..

ସଶସ୍ତ୍ର ମୁକ୍ତି ସଂଗ୍ରାମର ମହାନାୟକ

ସଶସ୍ତ୍ର ମୁକ୍ତି ସଂଗ୍ରାମର ମହାନାୟକ

ଡ. ପ୍ରଫୁଲ୍ଲ କୁମାର ସାହୁ

ଉଚ୍ଚଶିକ୍ଷିତ ଭାରତୀୟଙ୍କ ପକ୍ଷରେ ଯେତେବେଳେ ଆଇସିଏସ୍‌ ଚାକିରି ଥିଲା ଶ୍ରେଷ୍ଠ ସଫଳତା, ସେତେବେଳେ ସୁଭାଷ ବୋଷ ଥିଲେ ପ୍ରଥମ ଭାରତୀୟ, ଯିଏ ଆଇସିଏସ୍‌ ପରୀକ୍ଷାରେ ସଫଳତା ଅର୍ଜନ କରି ମଧ୍ୟ ତାହାକୁ ପାଦରେ ଏଡ଼େଇ ଦେଇ କେମ୍ବ୍ରିଜ୍‌ରୁ ସ୍ବଦେଶ ଫେରି ଆସିଥିଲେ ଦେଶମାତୃକାକୁ ସ୍ବାଧୀନ କରିବାର ଦୃଢ଼ ସଂକଳ୍ପ ନେଇ। ସିଧାସଳଖ ବମ୍ବେରେ ମହାମତ୍ା ଗାନ୍ଧୀଙ୍କୁ ସାକ୍ଷାତ କରି (୨୦ଜୁଲାଇ ୧୯୨୧) ସେ କଂଗ୍ରେସରେ ଯୋଗଦେଲେ ଏବଂ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିଭିନ୍ନ ରାଜ୍ୟରେ ବିବାହକୁ ନେଇ ରହିଛି ଭିନ୍ନ ଭିନ୍ନ ପରମ୍ପରା। ବିବାହ ବେଳେ କନ୍ୟା ଓ ବର ଅଗ୍ନିକୁ ସାକ୍ଷୀ ରଖି ସାରା ଜୀବନ ଲାଗି ସାଥୀ ହୋଇଥାଆନ୍ତି। ତେବେ ରାଜସ୍ଥାନର ଶ୍ରୀମାଲୀ ସମ୍ପ୍ରଦାୟରେ ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳେ। ବିଭାଘର ବେଳେ ବର କନ୍ୟାକୁ କୋଳରେ ଧରି ଅଗ୍ନି ଚାରିପାଖରେ ସାତଥର ପ୍ରଦକ୍ଷିଣ କରିଥାଆନ୍ତି। ପୁରାଣରେ ଉଲ୍ଲେଖ ରହିଛି ପ୍ରଭୁ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ବିବାହ କରିବା ସମୟରେ ବିଘ୍ନ ..

ସମ୍ପାଦକୀୟ/କୃଷି ଆଗ

ସମ୍ପାଦକୀୟ/କୃଷି ଆଗ

ଆଜିର ସ୍ଥିତି ଦେଖିଲେ ୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଦୌ ପୂରଣ କରିନାହାନ୍ତି। ଉଚ୍ଚାଙ୍ଗ ସ୍ବରରେ ‘ସମସ୍ତଙ୍କୁ ସାଙ୍ଗରେ ନେଇ ବିକାଶ’ କଥା କହୁଥିଲେ ମଧ୍ୟ ତା’ର ଫଳ ଶୂନ ହୋଇଛି। ବିଶେଷକରି ସାମାଜିକ ଓ ଅର୍ଥନୈତିକ ଦିଗରୁ ତାଙ୍କ ଶାସନ ସମୟରେ ଦେଶର ଅଧିକ କ୍ଷତି ଘଟିଛି। ଅସହିଷ୍ଣୁତା, ମିଛିମିଛିକା ଦେଶପ୍ରେମ ଓ ବିଭାଜନ ରାଜନୀତି ସାମାଜିକ ବାତାବରଣକୁ ଘୋର ପ୍ରଭାବିତ କରିଛି। ଏକ ଉତ୍ତମ ଶାସନ ଜରିଆରେ ଭାରତୀୟ ଅର୍ଥନୀତିକୁ ନୂଆ ଦିଗ ଦେଖାଇଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ତା’ର ସୁଫଳ ଲୋକେ ପାଇପାରିନାହାନ୍ତି। ଏହା ଜଣାଶୁଣା ଯେ, ମୋଦିଙ୍କ ଶାସନ ସମୟରେ କର୍ପୋରେଟ ପ୍ରୀତି ବଢ଼ିଛି..

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

ସହଦେବ ସାହୁ

ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା (ଏଫ୍‌ଏଓ) ସହିତ କାର୍ଯ୍ୟ କରୁଥିବା କ୍ଷୁଧା ଓ କୁପୁଷ୍ଟି ବିରୋଧୀ ଅନ୍ତର୍ଜାତୀୟ ସଂଗୋଷ୍ଠୀ (ଇଣ୍ଟରନ୍ୟାଶନାଲ ଆଲାଏନ୍ସ ଏଗେଁଷ୍ଟ ହଙ୍ଗର ଆଣ୍ଡ ମାଲନ୍ୟୁଟ୍ରିଶନ୍‌) କୃଷି କ୍ଷେତ୍ରରେ ଭାରତର ଅଭୂତପୂର୍ବ ବିକାଶକୁ ପ୍ରଶଂସା କରିଛି। ୧୯୫୦-୫୧ରେ ଭାରତରେ ଖାଦ୍ୟଶସ୍ୟ ଉପତ୍ାଦନ ପରିମାଣ ୫ କୋଟି ଟନ୍‌ ଥିବାବେଳେ ୨୦୧୬-୧୭ରେ ୨୭ କୋଟି ୨୦ ଲକ୍ଷ ଟନ୍‌ ହୋଇଛି, ପ୍ରାୟ ୫ଗୁଣ। ଲୋକସଂଖ୍ୟା ବଢ଼ିଛି ୪ ଗୁଣ। ତେଣୁ ଖାଦ୍ୟ-ଅଭାବୀ ପରିସ୍ଥିତିକୁ ପଛରେ ପକାଇ ଭାରତ ଏକ ଖାଦ୍ୟ ରପ୍ତାନିକାରୀ ରାଷ୍ଟ୍ର ହୋଇଗଲାଣି। ତଥାପି ଭାରତରେ କ୍ଷୁଧା ଓ କୁପୁଷ୍ଟି କାରଣରୁ ଏକଚତୁର୍ଥାଂଶ ଲୋକ କାର୍ଯ୍ୟକ୍ଷମ ହୋଇପାରୁ ନାହା..

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ବ୍ରହ୍ମାନନ୍ଦ ପଣ୍ଡା

ଆଜିକାଲି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏଭଳି ଅଧୋଗତି ହୋଇଛି ଯେ, ପ୍ରାୟ ୬୦% ମାଧ୍ୟମିକ ଛାତ୍ରୀଛାତ୍ର ଦରଖାସ୍ତଟିଏ ଲେଖିବାକୁ ବା ସାଧାରଣ ହିସାବଟିଏ କରିବାକୁ ଅସମର୍ଥ। ଭାରତର ୭୫% ଯାନ୍ତ୍ରିକ ଓ କାରିଗରି ଶିକ୍ଷାପ୍ରାପ୍ତ ସ୍ନାତକ ଚାକିରି ପାଇବାକୁ ଅଯୋଗ୍ୟ ବୋଲି ନିକଟ ଅତୀତରେ ପ୍ରକାଶ ପାଇଥିବା ତଥ୍ୟ ସାରା ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା। ଖାଲି ସେତିକି ନୁହେଁ ଛାତ୍ରସମାଜର ଆଜି ନୈତିକ ସ୍ଖଳନ ଘଟିଛି। ଭାରତୀୟ ସଂସ୍କୃତିର ଅବକ୍ଷୟ ହେଉଛି। ମାନବିକ ମୂଲ୍ୟବୋଧ ଲୋପ ପାଉଛି। ଆଜିର ଶିକ୍ଷା ବ୍ୟୟବହୁଳ ଏବଂ ଚାକିରିସର୍ବସ୍ବ ହୋଇଛି। ଜ୍ଞାନ ଓ ଗବେଷଣା ଅର୍ଥସର୍ବସ୍ବ ହୋଇଛି। ସମାଜସେବା ପ୍ରଚାରସର୍ବସ୍ବ ହୋଇଛି। ଯଦି ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ର ପିଅନ ..

ଏଇ ଭାରତରେ

ଏଇ ଭାରତରେ

କାହିଁ କେଉଁ ଆଦିମ କାଳରୁ କୁକୁର ହେଉଛି ମଣିଷର ସାଥୀ। ଏହି ପ୍ରାଣୀ ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ଭୃତ୍ୟ ଭାବରେ କାର୍ଯ୍ୟ କରେ। ଏପରି କି ମାଲିକର ଲୁଣ ଖାଇବାରୁ ତା’ର ଗୁଣ ଗାଏ। ମାଲିକର ଜୀବନ ବଞ୍ଚାଇବାକୁ ଯାଇ ଦରକାର ପଡ଼ିଲେ ନିଜ ଜୀବନ ହାରିଦିଏ। ଏପରି ଏକ ଘଟଣା ଘଟିଛି ଜୟପୁରରେ। ରାଜସ୍ଥାନର ଜୟପୁରରେ ବାସ କରୁଥିବା ପୂର୍ବତନ ରଣଜୀ ଖେଳାଳି ସଞ୍ଜୀବ ଓହଲାନ୍‌ଙ୍କ ବାସଭବନରେ ନିଆଁ ଲାଗିଯାଇଥିଲା। ତଳ ମହଲାରେ ତାଙ୍କ ସ୍ତ୍ରୀ, ପୁଅ ଓ ଚାକରକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ନିଆଁ ଲାଗିବା ଯୋଗୁ ସଞ୍ଜୀବ..

ମୋଦି: ସବୁଥିରେ ଆଙ୍ଗୁଠି

ମୋଦି: ସବୁଥିରେ ଆଙ୍ଗୁଠି

ସ।ଧାରଣ ନିର୍ବାଚନ ଯେତେ ନିକଟତର ହେଉଛି, ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଲାଣି। ଜାନୁୟାରୀ ୧୯ରେ କୋଲକାତାରେ  ବିରୋଧୀଙ୍କ ରାଲିର କଳେବର ଦେଖିଲେ ମହାଗଠବନ୍ଧନ ଶକ୍ତିଶାଳୀ ହେଉଥିବା ମନେହେଉଛି। 

ସବୁଜ ପରିବହନ ବ୍ୟବସ୍ଥା

ସବୁଜ ପରିବହନ ବ୍ୟବସ୍ଥା

 ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଏକ ରିପୋର୍ଟରୁ ଜଣାଯାଏ ଯେ, ଭାରତରେ ଅଧିକାଂଶ ସହର ବାୟୁ ପ୍ରଦୂଷଣ ଦ୍ୱାରା ଆକ୍ରାନ୍ତ। ଏପରି କି ପୃଥିବୀର ସବୁଠାରୁ ଅଧିକ ପନ୍ଦରଟି ସହର ମଧ୍ୟରେ ଭାରତର ଚଉଦଟି ସହର ଅଛି। ସବୁଠାରୁ ପ୍ରଦୂଷିତ ସହର ହେଉଛି କାନପୁର। 

ବାସିପାଣିରେ ପଚରା

ବାସିପାଣିରେ ପଚରା

ହଇରେ ମୋତେ କ’ଣ ଆଉ ବାସିପାଣିରେ ପଚାରୁନୁ? ଚିହ୍ନା ଲୋକଟିଏ, ଆପଣାର ମଣିଷଟିଏ ଆମକୁ ପୂର୍ବାପେକ୍ଷା ହତାଦର କରିବାର ଅନୁଭବ କଲେ ଆମେ ଏ ରୂଢିଟିର ପ୍ରୟୋଗ କରିଥାଉ! ଏଠାରେ ବାସିପାଣିକୁ ନିକୃଷ୍ଟ ଅର୍ଥରେ ବ୍ୟବହାର କରାଯାଇଛି। ନଚେତ୍‌ ଆମେ କହୁଥାନ୍ତେ- ହଇରେ ମୋତେ କ’ଣ ଆଉ ସଜପାଣିରେ ପଚାରୁନୁ? ନଚେତ୍‌ କହିଥାନ୍ତେ- କିରେ ମୋତେ କ’ଣ ଆଉ ମଦପାଣିରେ ପଚାରୁନୁ? ମାନେ ବାସିପାଣିଟି ପଚାରିବା ବା ବନ୍ଧୁ ଚର୍ଚ୍ଚା କରିବା ଯୋଗ୍ୟ ନୁହେଁ।

ଏଇ ଭାରତରେ

ଏଇ ଭାରତରେ

ଭଲ ପାଇବାର ହୃଦୟଟିଏ ଥିଲେ କେତେକ ପୁରୁଷ ଓ ମହିଳା ଅତିକ୍ରାନ୍ତ ବୟସରେ ବି ଭଲପାଇ ବସନ୍ତି। ତେବେ ଭଲ ପାଇବା ପାଇଁ ଜଣେ ବିବାହିତା ମହିଳା ଏକ ଅଭିନବ ପନ୍ଥା ଆପଣାଇଥିଲେ।