ଫୁରସତ |

ଓଡ଼ିଶାରେ କଫିଚାଷ

ଓଡ଼ିଶାରେ କଫିଚାଷ
ଓଡ଼ିଶାର ପାରମ୍ପରିକ କୃଷିରେ ଦିନେ ନ ଥିଲା କଫିର ନାମ। କିନ୍ତୁ ଏବେ ଓଡ଼ିଶାର କେତେକ ପାହାଡ଼ିଆ ଅଞ୍ଚଳ, ଯେଉଁଠି ଅନ୍ୟ ଚାଷ ପାଇଁ ସମସ୍ୟା ସେଠାରେ କଫି ଚାଷ ହୋଇଛି ମୁଖ୍ୟ ରୋଜଗାରର ମାଧ୍ୟମ। ପ୍ରଥମେ କୋରାପୁଟରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା କଫିଚାଷ ପରେ ପରେ କେନ୍ଦୁଝର, ଗଜପତି, ରାୟଗଡ଼ାର ବିଭିନ୍ନ ଅଞ୍ଚଳରେ କରାଗଲା। ଏବେ ଅବଶ୍ୟ ଗଜପତିରେ କଫିଚାଷ ପ୍ରାୟ ବନ୍ଦ ହୋଇଗଲାଣି। କିନ୍ତୁ ଅନ୍ୟାନ୍ୟ ଅଞ୍ଚଳରେ କଫି ଏକ ଅର୍ଥକରୀ ଫସଲ। କେବେଠୁ କଫି ଚାଷ -କୋରାପୁଟ ଜିଲାରେ କଫି ପାଇଁ ଉତ୍କୃଷ୍ଟ ଜଳବାୟୁ ରହିଥିବା ଜାଣିବା ପରେ ୧୯୩୦ ମସିହାରେ ଜୟପୁର ମହାରାଜା କୋରାପୁଟ ଜିଲାର ଜୟପୁର ନିକଟସ୍ଥ ବିଚାଲ କୋଟାଠାରେ ପ୍ରଥମେ କଫିଚାଷ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ତଥା ୧୯୫୦ରେ ଜିଲା ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଲମତାପୁଟ ବ୍ଲକର ମାଛକୁଣ୍ଡ ବେସିନ ଅଞ୍ଚଳରେ କଫିଚାଷ କରାଯାଇଥିଲା । ଏହି ବିଭାଗ ଜରିଆରେ ୧୯୮୪-୧୯୯୦ମଧ୍ୟରେ ଜିଲାର ୧୦୯୫.୫୭ ହେକ୍ଟର ଜମିରେ କଫିଚାଷ ଆରମ୍ଭ କରାଯାଇଥିଲା । ପରେ ଜିଲା ଜଳବିଭାଜିକା ମିଶନ, ଜିଲା କଫି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ କଫିଚାଷର ବିକାଶ ନେଇ ବିଭିନ୍ନ ପଦକ୍ଷେପ ଆରମ୍ଭ କରାଯାଇଛି । ଯାହାଫଳରେ ବର୍ତ୍ତମାନ କୋରାପୁଟ ଜିଲାର ପ୍ରାୟ ୩ ହଜାର ହେକ୍ଟର ଜମିରେ କଫିଚାଷ ହେଉଛି । ରାଜ୍ୟରେ କଫିଚାଷ ନିମନ୍ତେ ୩ ଲକ୍ଷ ୪୬ ହଜାର ହେକ୍ଟର ଜମି ରହିଥିବାବେଳେ କୋରାପୁଟ ଜିଲାରେ କଫିଚାଷ ପାଇଁ ସର୍ବୋତ୍କୃଷ୍ଟ ଜଳବାୟୁ ରହିଥିବା ଜଣାଯାଏ । ରାଜ୍ୟର କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ,କଳାହାଣ୍ଡି, କେନ୍ଦୁଝର ଆଦି ୬ଟି ଜିଲାରେ କଫିଚାଷ ପାଇଁ ଜମି ରହିଥିବାବେଳେ ସେଥିମଧ୍ୟରୁ କୋରାପୁଟ ଜିଲାରେ ୧ ଲକ୍ଷ ୪୫ ହଜାର ହେକ୍ଟର ଜମି , ରାୟଗଡା ଜିଲାର ୪୯ ହଜାର ହେକ୍ଟର, କନ୍ଧମାଳ ଜିଲାର ୧ ଲକ୍ଷ ୧୦ ହଜାର, ଗଜପତି ଜିଲାର ୨୦ ହଜାର ହେକ୍ଟର, କେନ୍ଦୁଝର ଜିଲାରେ ୨୦ହଜାର ହେକ୍ଟର ଏବଂ କଳାହାଣ୍ଡି ଜିଲାରେ ମାତ୍ର ୨ ହଜାର ହେକ୍ଟର ଜମି କଫିଚାଷ ପାଇଁ ଅନୁକୂଳ ରହିଥିବା ଜଣାପଡିଛି । ବର୍ତ୍ତମାନ କୋରାପୁଟ ଜିଲାରେ ୨ହଜାର ୮୭୭ ହେକ୍ଟର ଜମିରେ କଫିଚାଷ କରାଯାଉଥିବାବେଳେ ଏଥିରେ ୩ ହଜାର ୨୮୦ଜଣ ଚାଷୀ କଫିଚାଷ କରୁଥିବା ଜଣାଯାଇଛି । କୋରାପୁଟ ଜିଲାର କୋରାପୁଟ, ସେମିଳିଗୁଡ଼ା, ନନ୍ଦପୁର, ପଟ୍ଟାଙ୍ଗି, ଦଶମନ୍ତପୁର, ଲମତାପୁଟ, ଲକ୍ଷ୍ମୀପୁର ଆଦି ୭ ଟି ବ୍ଲକରେ କଫିଚାଷ କରାଯାଉଛି । ଏହି ଅଞ୍ଚଳରୁ ୨୦୧୬ରେ ୬୫୦ ମେଟ୍ରିକ ଟନ କଫି ଉପତ୍।ଦନ ହୋଇଥିବାବେଳେ ଚଳିତ ୨୦୧୭ ବର୍ଷରେ ମଧ୍ୟ ପ୍ରାୟ ୬୫୦ ମେଟ୍ରିକ ଟନରୁ ଊର୍ଦ୍ଧ୍ୱ କଫି ଆଦାୟ ଲକ୍ଷ୍ୟ ରଖାଯାଇଛି । ଆଦିବାସୀଙ୍କ ହିତ ପାଇଁ ଚାଷ -ଦେଶ ସ୍ବାଧୀନତା ପରେ ୧୯୫୬ ମସିହାରେ ମାଛକୁଣ୍ଡ ଅଞ୍ଚଳରେ ମୃତ୍ତିକା ସଂରକ୍ଷଣ ଏବଂ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କଫି, ଗୋଲମରିଚ ଓ ଅଳେଇଚ ଲଗାଯାଇଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁ ଓଡ଼ିଶାରେ ଏହି ଚାଷ ହ୍ରାସ ପାଇଥିବାବେଳେ ମାଛକୁଣ୍ଡ ଜଳଭଣ୍ଡାରର ଆନ୍ଧ୍ରପ୍ରଦେଶ ଜଙ୍ଗଲ ଉନ୍ନୟନ ନିଗମ(ଏପିଏଫ୍‌ଡିସି) ମାଧ୍ୟମରେ କଫି, ଗୋଲମରିଚ ଆଦି ଚାଷ ୪୦ହେକ୍ଟର ଜମିରେ କରାଯାଇଥିବାବେଳେ ବର୍ତ୍ତମାନ ତାହା ୬୦ହଜାର ହେକ୍ଟରରେ ପହଞ୍ଚିଥିବା ଜଣାପଡିଛି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଓଡ଼ିଶାରେ ପ୍ରାୟ ୧ ଲକ୍ଷ ହେକ୍ଟର ଜମିରେ ଏହି ଚାଷ ପାଇଁ ଅନୁକୂଳ ପରିବେଶ ରହିଥିଲେ ମଧ୍ୟ ସରକାରଙ୍କ ଉପଯୁକ୍ତ ଯୋଜନା ପ୍ରଣୟନ ସହ ସ୍ଥାନୀୟ ଜନସାଧାରଣଙ୍କ ଅଜ୍ଞତା ଏହି ଚାଷର ବିକାଶରେ ବାଧକ ସୃଷ୍ଟି ହୋଇଛି । ସୂଚନା ଥାଉକି ଯେ କୋରାପୁଟ ଜିଲା ସମେତ ଓଡ଼ିଶାର ୮ ଟି ଜିଲାରେ କଫିଚାଷ ପାଇଁ ଅନୁକୂଳ ଜଳବାୟୁ ରହିଥିବା ଯୋଗୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯୭୮ରେ କୋରାପୁଟ ସଦର ମହକୁମାରେ କଫିବୋର୍ଡ କାଯର୍‌ୟାଳୟ ସ୍ଥାପନ କରାଯାଇଥିଲା, ଯାହାକି ଗ୍ରାମାଞ୍ଚଳର ଅନୁସୂଚିତ ଜାତି ଓ ଜନଜାତିଙ୍କ ସହିତ ଆର୍ଥିକ ଅନଗ୍ରସର ପରିବାରବର୍ଗଙ୍କ ଆର୍ଥିକମାନଦଣ୍ଡ ସୁଦୃଢ କରିବା ଏହାର ମୂଳ ଲକ୍ଷ୍ୟ ଥିଲା । ସେବେଠାରୁ କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ, ଗଜପତି ଓ କେନ୍ଦୁଝର ଆଦି ଜିଲାରେ ପରୀକ୍ଷାମୂଳକ ଭାବେ ଏହାର ଚାଷ ଆରମ୍ଭ କରାଯାଇଥିଲା । ପ୍ରଥମେ କୋରାପୁଟ କଫିବୋର୍ଡ କାର୍ଯ୍ୟାଳୟ ପରିସରରେ ପରୀକ୍ଷାମୂଳକ ଭାବେ ୨୫ ହେକ୍ଟରରେ କଫିଚାଷ କରାଯାଇ ହେକ୍ଟର ପ୍ରତି ୨ଶହ କେଜି କଫି ମଞ୍ଜି ଆଦାୟ କରିବାରେ ସଫଳ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ବ୍ୟାପକ କରାଯିବ ନେଇ ଚାଷୀମାନଙ୍କୁ ମାଗଣାରେ କଫିଚାରା ଯୋଗାଇ ସରକାରୀ ସ୍ତରରେ ଚାଷ କରାଯିବାର ପ୍ରୟାସ ଜାରି ରଖାଯାଇଛି । ୧୯୫୫ରେ ରାଜ୍ୟର ବିଭିନ୍ନ ସ୍ଥାନରେ ୪ ହଜାର ୬୫ ହେକ୍ଟର ଜମିରେ କଫିଚାଷ ଆରମ୍ଭ କରାଯାଇଥିବାବେଳେ ମୃତ୍ତିକା ସଂରକ୍ଷଣ ବିଭାଗ ଜରିଆରେ ୩୭୪୦ ହିତାଧିକାରୀ, ଘରୋଇ ଭାବେ ୧୩୩ ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ୩ହଜାର ୫୯୧ ଜଣ ଆଦିବାସୀଙ୍କ୨ ହଜାର୫୨ ହେକ୍ଟର ଜମି ଚାଷ ପାଇଁ ଦିଆଯାଇଥିଲା । ସେହିଭଳି ୧୯୫ ହେକ୍ଟର ଜମିରେ ୧୬ଟିସ୍ଥାନରେ ସରକାରଙ୍କ ପକ୍ଷରୁ କଫିଚାଷ କରାଯାଇଥିଲା । ସେଥିମଧ୍ୟରୁ କୋରାପୁଟ ଜିଲାର ୨ ହଜାର ୭୫୦ ହେକ୍ଟର ଜମିରେ କଫିଚାଷ କରାଯାଇଥିବା ଜଣାପଡିଛି । ତେବେ କଫିର ଦୁଇ ପ୍ରକାର କିସମ ଥିବାରୁ ଆରବିକା କଫିଚାଷ ପାଇଁ କୋରାପୁଟ ଜିଲା ଅନୁକୂଳ ଜଳବାୟୁ ହୋଇଥିବାରୁ ଆରବିକାର ଚାହିଦା ବୃଦ୍ଧି ପାଇଥିଲା । ଅନ୍ୟ କିସମଟି ରୋବିଷ୍ଟି ପାଇଁ ଅତ୍ୟଧିକ ଜଳ ଆବଶ୍ୟକ ଥିବାରୁ ତାହା ଚାଷ କରିବା କଷ୍ଟସାଧ୍ୟ। ୧୯୯୮ରେ ଓଡ଼ିଶା କଫି ଉପତ୍।ଦନ ସଂଘର କେତକ ଚାଷୀଙ୍କ ଉସତ୍।ହ ଯୋଗୁ ପ୍ରାୟ ୧ ହଜାର ହେକ୍ଟର ଜମିରେ କଫିଚାଷ କରାଯାଇଥିଲା । ଏହାର ଅଦ୍ଭୁତପୂର୍ବ ସଫଳତା ପାଇଆସୁଥିଲେ ମଧ୍ୟ କଫିର ପ୍ରକ୍ରିୟାକରଣ ଓ ବଜାରୀକରଣରେ ବାଧକ ଉପୁଜିବା ଯୋଗୁ ଯେଉଁ କଫି ମଞ୍ଜି ବାଙ୍ଗାଲୋରରେ କେ.ଜି. ପିଛା ୨ଶହରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହେଉଛି କୋରାପୁଟ ଜିଲାରେ୧୪୦ରୁ ୧୬୦ ଟଙ୍କାରେ ବିକ୍ରି ହୋଉଥିବାରୁ ଚାଷୀଙ୍କ ମଧ୍ୟରେ ଅନାଗ୍ରହ ସୃଷ୍ଟି ହେଉଛି । ଫଳରେ ଏହି ଚାଷ ମାତ୍ର ୪ଶହ ହେକ୍ଟରକୁ ହ୍ରାସ ପାଇଥିବାବେଳେ ମାତ୍ର ୩୦ ଜଣ ଘରୋଇ ଚାଷୀ ଏହି ଚାଷକୁ ବଜାୟ ରଖିଛନ୍ତି । ସେହିପରି ୨୦୧୪ରେ ଜିଲାରେ ହୋଇଥିବା ହୁଡହୁଡ ବାତ୍ୟା ଯୋଗୁ ଜିଲାର ପଟ୍ଟାଙ୍ଗି, ନନ୍ଦପୁର, ପୋଡ଼ାଗଡ଼ ଆଦିରେ ଥିବା ଶତାଧିକ ହେକ୍ଟର କଫି ଚାଷ ନଷ୍ଟ ହୋଇଯାଇଥିଲା। ଜିଲା ସହକାରୀ ନିର୍ଦ୍ଦେଶକ କଫି ଉନ୍ନୟନ ନିଗମ ଡଃ ଦୟାନିଧି ବାଗ କହନ୍ତି, ପୂର୍ବରୁ ଏଠାରେ କଫିଚାଷ ଆଦିବାସୀଙ୍କ ଉନ୍ନତି ନେଇ କରାଯାଉଥିବାବେଳେ ବର୍ତ୍ତମାନ କିନ୍ତୁ ଏହା ଏକ ଅର୍ଥକରୀ ଫସଲ। ଆଉ ଏହି ଚାଷର ଅଗ୍ରଗତି ନେଇ ଜିଲା ପ୍ରଶାସନ ବର୍ତ୍ତମାନ ଏକ ଯୋଜନା କରିଛି ଯଦ୍ଦ୍ବାରା ପ୍ରଥମେ ଜିଲାରେ ଥିବା ବିଭିନ୍ନ ଲଣ୍ଡା ପାହାଡ଼ଗୁଡିକରେ ୨୫ ହଜାର ଛାୟା ବୃକ୍ଷ ଲଗାଯିବ। ପରବର୍ତ୍ତୀ ପଯର୍‌ୟାୟରେ ସେଠାରେ ବିପୁଳ ପରିମାଣରେ କଫି ଲଗାଯାଇ ଏହି ଅଞ୍ଚଳର ଆର୍ଥିକ ପ୍ରଗତିର ଲକ୍ଷ୍ୟ ରଖାଯାଇଛି । ବ୍ୟକ୍ତିଗତ ସ୍ତରରେ ହେଉଛି ଚାଷ କେନ୍ଦୁଝର ଜିଲାର ପାହାଡ଼ିଆ ଗଡ଼ାଣିଆ ଜମି ଓ ଜଳବାୟୁ କଫିଚାଷ ପାଇଁ ଉତ୍କୃଷ୍ଟ । କୋରାପୁଟ ଭଳି ଏହି ଜିଲାର ବାଂଶପାଳ, ତେଲକୋଇ, ହରିଚନ୍ଦନପୁର ଆଦି ବଣପାହାଡ଼ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କଫିଞ୍‌ଚାଷ ଭଲ ହୋଇଥାଏ । ଏଣୁ ପରୀକ୍ଷାମୂଳକ ଭାବରେ ବାଂଶପାଳ ବ୍ଲକର ଉପରକାଇପୁର ଗ୍ରାମରେ ଏକ ଘରୋଇ ଉଦ୍ୟୋଗ ପକ୍ଷରୁ କଫିଚାଷ କରାଯାଇଛି । ଟିଭିରେ କୋରାପୁଟ ଅଞ୍ଚଳର କଫି ଚାଷ ଦେଖିବା ପରେ କେନ୍ଦୁଝର ଜିଲାରେ କଫି ଚାଷ କରିବା ପାଇଁ ଉତ୍ସାହିତ ହୋଇଥିଲେ ଲଳିତ ମୋହନ ରାଠୋର । ପ୍ରାୟ ୧୨ ବର୍ଷ ତଳେ ପରୀକ୍ଷାମୂଳକ ଭାବରେ ୭ ଏକର ପରିମିତ ଜମିରେ କଫିଚାଷ କରିଥିଲେ । ଏହାକୁ ତାଙ୍କ ପୁଅମାନେ ଉତ୍ତମ କୁମାର ରାଠୋର, ପ୍ରିତମ କୁମାର ରାଠୋର ଚଲାଇଆସୁଛନ୍ତି । ବିନା ସରକାରୀ ପ୍ରୋତ୍ସାହନରେ ଏହି ଚାଷ କରିଆସୁଥିବା ଉତ୍ତମ କୁହନ୍ତି, ‘କଫି ଚାଷ ପାଇଁ ବେଶି ଶ୍ରମିକ ଆବଶ୍ୟକତା ନ ଥାଏ । କାରଣ ଥରେ ଗଛ ହୋଇଗଲେ ପ୍ରତିବର୍ଷ ଏହାର ଫୁଲ ଓ ଫଳ ହୋଇଥାଏ । ତେବେ ଫଳ ତୋଳିବା ପାଇଁ ୫ ଜଣ ନିୟୋଜିତ ହୋଇଥିବା ବେଳେ ଏପ୍ରିଲ ମାସରେ ଫୁଲଧରେ ଏବଂ ଡିସେମ୍ବର ମାସରେ ଫଳ ହୋଇ ପାଚେ । ଏହାକୁ ତୋଳିବା ପରେ ଶୁଖାଇ ରଖାଯାଏ । ଏହି ଫଳକୁ ବିକ୍ରି କରାଯାଇଥାଏ । ଚା ଭଳି କଫି ଚାଷ ଥରେ ପରିଶ୍ରମ କରି ଲଗାଯାଏ । ସେତେବେଳେ ବହୁ ସଂଖ୍ୟାରେ ଶ୍ରମିକ ଲାଗିଥାନ୍ତି । ପରେ ଜଗାରଖା କରିବା ସହ ଫଳ ତୋଳିବା ପାଇଁ କିଛି ଶ୍ରମିକ ଆବଶ୍ୟକ ହୋଇଥାଆନ୍ତି ବୋଲି ପ୍ରିତମ କୁହନ୍ତି । ଏହି ଚାଷ ବ୍ୟବସାୟିକ ଭିତ୍ତିରେ କରାଗଲେ ବା ଚାଷ ପାଇଁ ପ୍ରୋତ୍ସାହିତ କରାଗଲେ ଏହା ଅଧିକ ଲାଭଜନକ ଚାଷ ହୋଇପାରିବ । ଏପରିକି ପାହାଡିଆ ଅଞ୍ଚଳରେ ଚାଷୀମାନେ ବେଶ ଉପକୃତ ହୋଇପାରନ୍ତେ । ଗତ ବର୍ଷ ୨ ଟନ ଅର୍ଥାତ ୨୦୦୦ କିଗ୍ରା କଫି ଅମଳ କରିଥିବା ବେଳେ ଏହାକୁ କଫି ବାୟର ଆସୋସିଏଶନ ଜରିଆରେ କଫି ବୋର୍ଡକୁ ବିକ୍ରି କରିଥାନ୍ତି । କିଲୋଗ୍ରାମ ପ୍ରତି ୫୦ ଟଙ୍କାରେ ବିକ୍ରି ହୋଇଥିବା ଜଣାପଡ଼ିଛି । ବିଶେଷ ଲାଭ ହେଉ ନ ଥିଲେ ହେଁ କ୍ଷତି ବି ହୁଏ ନାହିଁ । ପରୀକ୍ଷାମୂଳକ ଭାବରେ ଏହି ଚାଷ କରାଯାଇ ଆଜି ଏହି ସ୍ଥିତିରେ ପହଞ୍ଚିଛୁ । ଏଥିପାଇଁ କାଣସି ସହାୟତା ବା ପ୍ରୋତ୍ସାହନ ସରକାରୀ ସ୍ତରରେ ମିଳିନାହିଁ । ନିଜ ଉଦ୍ୟମରେ କରୁଛୁ ବୋଲି କହିଛନ୍ତି କଫି ଉଦ୍ୟୋଗୀ ପ୍ରିତମ ରାଠୋର । ବଜାର ଅଭାବରୁ ଏଠାରୁ ଉପତ୍।ଦିତ କଫିକୁ ୭୦୦ କିମି ଦୂର କୋରାପୁଟରେ ଥିବା ଓଡ଼ିଶା କଫି ଉପତ୍।ଦକ ସଂଘକୁ ବିକ୍ରି କରାଯାଏ । ଫଳରେ ଘୋଡା ୬ ଟଙ୍କାକୁ ଦାନା୯ ଟଙ୍କା ଭଳି ପରିବହନ ଖର୍ଚ୍ଚ ଅଧିକ ପଡୁଥିବାରୁ ଚାଷୀ ଅନେକ ସମୟରେ ନିରୁତ୍ସାହିତ ହୋଇଥାନ୍ତି । ଫଳରେ ଏହା ଲାଭଜନକ ଚାଷ ହୋଇଥିଲେ ହେଁ ଏହାକୁ ବଢାଇପାରୁନାହାନ୍ତି କିମ୍ବା ଅଧିକ ଉଦ୍ୟୋଗୀ ଏହି ଚାଷ କରିବାକୁ ମନ ବଳାଉନାହାନ୍ତି ବୋଲି କୁହନ୍ତି ପ୍ରିତମ । ଆଗରୁ ୪ / ୫ ଟନ କଫି ଉପତ୍।ଦନ ହେଉଥିଲା କିନ୍ତୁ ଏବେ ପାଖାପାଖି ୨ ଟନ ଉପତ୍।ଦନ ହେଉଛି । ଅଧିକ ଚାଷ ହେଲେ ଅଧିକ ଉପତ୍।ଦନ ହୋଇପାରନ୍ତା । ଫଳରେ ଏଠାରେ ଆପେ ଆପେ ବଜାରର ସୁବିଧା ହୋଇପାରନ୍ତା । ଅର୍ଥାତ ବଡ ବଡ ବ୍ୟବସାୟୀ ବା କମ୍ପାନୀ ସିଧାମ୍‌ସଳଖ ଏଠାରୁ ଫଳ କିଣି ନେଇପାରନ୍ତେ । ସେହିପରି ଏଠାରେ ଫଳରୁ ମଞ୍ଜି ବାହାର କରିବା ପାଇଁ ଏକ ପ୍ଲାଣ୍ଟ ବସିପାରନ୍ତା, ଯାହା ଫଳରେ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଉଦ୍ୟୋଗୀ ଚାଷୀମାନେ ମଧ୍ୟ ଲାଭବାନ ହୋଇପାରନ୍ତେ ବୋଲି ମତ ପ୍ରକାଶ ପାଉଛି । ଏହା ଦ୍ୱାରା ବନବାସୀମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଉଛି । -ଅମିତାଭ ବେହେରା , ନରେଶ ଚନ୍ଦ୍ର ପଟ୍ଟନାୟକ
All Right Reserved By

ଫୁରସତ |

ପୃଥିବୀର ଦ୍ୱିତୀୟ ବୃହତ୍ତମ ପ୍ରାଚୀର ଭାରତରେ

ପୃଥିବୀର ଦ୍ୱିତୀୟ ବୃହତ୍ତମ ପ୍ରାଚୀର ଭାରତରେ

ବିଶ୍ୱରେ ସବୁଠାରୁ ବଡ଼ ପ୍ରାଚୀର ଚାଇନାରେ ରହିଛି  ା ପଞ୍ଚମ ଶତାବ୍ଦୀରେ ନିର୍ମିତ ଏହି ପ୍ରାଚୀର ପୃଥିବୀର ସପ୍ତାଶର୍ଯ୍ୟ ମଧ୍ୟରୁ ଗୋଟିଏ ା ଏହି ପ୍ରାଚୀର ଭଳି ଭାରତରେ ମଧ୍ୟ ନିର୍ମିତ ହୋଇଛି ଏକ ବୃହତ୍‌ ପ୍ରାଚୀର। 

ଅତିଥିଙ୍କୁ ସ୍ବାଗତ କରୁଛି ଡାଇନୋସର

ଅତିଥିଙ୍କୁ ସ୍ବାଗତ କରୁଛି ଡାଇନୋସର

ଜାପାନର ପୂର୍ବ ଟୋକିଓରେ ଥିବା ଏକ ହୋଟେଲକୁ ଆସୁଥିବା ଅତିଥିମାନଙ୍କୁ ସ୍ବାଗତ କରିଥାଏ ଏକ ଡାଇନୋସର । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ତେବେ ଏହା ଅସଲି ନୁହେଁ, ଇଏ ହେଉଛି ଏକ ରୋବଟ୍‌  ଡାଇନୋସର।

ଯେଉଁଠି ୨୦ ଟଙ୍କାରେ ବିକ୍ରି ହୁଅନ୍ତି ଯୁବତୀ

ଯେଉଁଠି ୨୦ ଟଙ୍କାରେ ବିକ୍ରି ହୁଅନ୍ତି ଯୁବତୀ

ମଧ୍ୟପ୍ରଦେଶ ଶିବପୁରୀ ଦେଶର ସବୁଠାରୁ ବଡ଼ ରେଡ ଲାଇଟ୍‌ ଏରିଆ ଭାବେ ପରିଚିତି ହାସଲ କରିଛି। ଏଠାରେ ଘରେ ଘରେ ଯୁବତୀଙ୍କୁ ପରିବାର ଲୋକେ ଦେହବେପାର ପାଇଁ ଶିକ୍ଷା ଦିଅନ୍ତି। 

ପରଫ୍ୟୁମ୍‌ ,ହେୟାର ସ୍ପ୍ରେ କରୁଛି ବାୟୁ ପ୍ରଦୂଷଣ

ପରଫ୍ୟୁମ୍‌ ,ହେୟାର ସ୍ପ୍ରେ କରୁଛି ବାୟୁ ପ୍ରଦୂଷଣ

ବାୟୁ ପ୍ରଦୂଷଣ ପାଇଁ ପରଫ୍ୟୁମ୍‌, ହେୟାର ସ୍ପ୍ରେ ଏବଂ ରିଫ୍ରେସର ଦାୟୀ ବୋଲି ବେଜିଂ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। 

ସର୍ବସ୍ବାନ୍ତ କରିଛି କୋହୀନୂର...

ସର୍ବସ୍ବାନ୍ତ କରିଛି କୋହୀନୂର...

କୋହୀନୂର ହୀରା। ନୀଳ ରଙ୍ଗର ଏହି ହୀରା ସଭିଙ୍କୁ କରେ ଆକର୍ଷିତ। ଉର୍ଦ୍ଦୁ ଭାଷାରେ ଏହାର ଅର୍ଥ ଔଜ୍ଜଲ୍ୟର ପାହାଡ଼। 

ଯେଉଁ ଦ୍ୱୀପ ସେଠାକୁ ଗଲେ କେହି ଫେରନ୍ତି ନାହିଁ...

ଯେଉଁ ଦ୍ୱୀପ ସେଠାକୁ ଗଲେ କେହି ଫେରନ୍ତି ନାହିଁ...

ଇଟାଲୀରେ  ରହିଛି ଏପରି ଏକ ଦ୍ୱୀପ। ଏଠାକୁ ଯାଉଥିବା କୌଣସି ପ୍ରାଣୀ ଫେରି ଆସି ନ ଥାନ୍ତି। ଏହାକୁ ଆଇଲ୍ୟାଣ୍ଡ ଅଫ୍‌ ଡେଡ୍‌ ବା ମୃତ୍ୟୁର ଦ୍ୱୀପ କୁହାଯାଏ । 

ଶ୍ମଶାନ ଚଣ୍ଡୀ ମା’ ନାରାୟଣୀ

ଶ୍ମଶାନ ଚଣ୍ଡୀ ମା’ ନାରାୟଣୀ

କଳା, ସଂସ୍କୃତି ଓ ଭାସ୍କର୍ଯ୍ୟରେ ପୂର୍ଣ୍ଣ ଓଡ଼ିଶାରେ ସର୍ବତ୍ର ଶକ୍ତି ପୀଠମାନ ରହିଛି। ପ୍ରତ୍ୟେକ ଶକ୍ତିପୀଠର ସ୍ବତନ୍ତ୍ରତା ଭିନ୍ନ। ସ୍ବତନ୍ତ୍ର ପ୍ରତିମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଉଛି। ହେଲେ ମା’ ଓ ପୁଅଙ୍କ ପୂଜାର୍ଚ୍ଚନା ଶକ୍ତିପୀଠ ହୁଏତ ବିରଳ। ଗଞ୍ଜାମ ଜିଲା କଙ୍କୋରଡାରେ ରହିଛି ମା’ନାରାୟଣୀ ଶକ୍ତିପୀଠ, ଯେଉଁଠି ମାତା ଅମ୍ବିକା ଏବଂ ପୁତ୍ର ଗଣେଶ ରହିଛନ୍ତି।

ଷ୍ଟଣ୍ଟ୍‌ ଦେବାକୁ ଯାଇ ଶିଡିରୁ ପଡ଼ିଥିଲି: ଭୂମିକା ଦାଶ

ଷ୍ଟଣ୍ଟ୍‌ ଦେବାକୁ ଯାଇ ଶିଡିରୁ ପଡ଼ିଥିଲି: ଭୂମିକା ଦାଶ

ଅଳ୍ପ ବୟସରୁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ଷ୍ଟାଇଲିଷ୍ଟ ଆଉ ଚୁଲ୍‌ବୁଲି ନାୟିକା ଭୂମିକା ଦାଶ। 

ସେହି ମହିଳାଙ୍କ କଥା ସବୁବେଳେ ମନେପଡ଼େ: ଡାକ୍ତର ଶ୍ରୀପ୍ରସାଦ ମହାନ୍ତି

ସେହି ମହିଳାଙ୍କ କଥା ସବୁବେଳେ ମନେପଡ଼େ: ଡାକ୍ତର ଶ୍ରୀପ୍ରସାଦ ମହାନ୍ତି

୧୯୮୮-୮୯ ମସିହା ଘଟଣା। ପିଜି ପ୍ରବେଶିକା ପରୀକ୍ଷା ଦେବା ପାଇଁ ସମ୍ବଲପୁରର ବୁର୍ଲା ମେଡିକାଲ କଲେଜକୁ ଯାଇଥାଏ। ସେଠାରୁ ଫେରିଲା ବେଳକୁ ରାତି ୩ଟା ବାଜିଯାଇଥାଏ। 

ନଭେମ୍ବର ୨୩ରେ ସାଥୀ ତୁ ଫେରିଆ

ନଭେମ୍ବର ୨୩ରେ ସାଥୀ ତୁ ଫେରିଆ

ମନ ପସନ୍ଦର ସାଥୀଟିଏ ମିଳିଗଲେ ତା’ ସହ ସୁଖଦୁଃଖ ଶେୟାର କରିହୁଏ। ବେଳେବେଳେ ଠିକ୍‌ ବାଟରେ ଯିବାକୁ ସାଥୀ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ତେଣୁ ଜୀବନରେ ଭଲ ସାଥୀଟିଏ ନିହାତି ଲୋଡା। 

ପକେଟରେ ରଖନ୍ତୁ ମୟୂର ପର...

ପକେଟରେ ରଖନ୍ତୁ ମୟୂର ପର...

ପକେଟରେ ମୟୂର ପର ରଖିଲେ ଅନେକ ବାଧାବିଘ୍ନ କଟିଯାଇଥାଏ। ଏନେଇ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ମୟୂର ପର ବୁଧ ମହାଗ୍ରହଙ୍କୁ ପ୍ରତିନିଧିତ୍ୱ କରେ। 

ନବରାତ୍ରୀରେ କାହିଁକି ପିଆଜ-ରସୁଣ ମନା...

ନବରାତ୍ରୀରେ କାହିଁକି ପିଆଜ-ରସୁଣ ମନା...

ନବରାତ୍ରୀରେ ଦଶମହାବିଦ୍ୟାଙ୍କ ଉପାସନା କରାଯାଏ। ତେଣୁ ଏହି ସମୟରେ ସାଧକ ପ୍ରାୟତଃ ତାମସିକ ଭୋଜନଠାରୁ ଦୂରେଇ ରୁହନ୍ତି। ପିଆଜ ରସୁଣ ତାମସିକ ଖାଦ୍ୟ।