ମେଟ୍ରୋ |

ଡାକ୍ତର ରବୀନ୍ଦ୍ର ଜେନାଙ୍କୁ ଦୁଇଦିନିଆ ରିମାଣ୍ଡ: ବିଦେଶ ଲିଙ୍କ୍‌ର ଖୋଳତାଡ଼ ହେବ

ଡାକ୍ତର ରବୀନ୍ଦ୍ର ଜେନାଙ୍କୁ ଦୁଇଦିନିଆ ରିମାଣ୍ଡ:  ବିଦେଶ ଲିଙ୍କ୍‌ର ଖୋଳତାଡ଼ ହେବ

କଟକ ଅଫିସ, ୨୩।୧୨- ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ୍‌ ଯାଇଥିବା ଏସସିବି ହେମାଟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡା. ରବୀନ୍ଦ୍ର କୁମାର ଜେନାଙ୍କୁ ଦୁଇଦିନିଆ ରିମାଣ୍ଡ ଅନୁମତି ମିଳିଛି। ଡାକ୍ତର ଜେନାଙ୍କୁ ୫ଦିନିଆ ରିମାଣ୍ଡରେ ଆଣିବା ନିମନ୍ତେ ଭିଜିଲାନ୍ସ ସେଲ୍‌ ପକ୍ଷରୁ ସ୍ବତନ୍ତ୍ର କୋର୍ଟରେ ଆବେଦନ କରାଯାଇଥିଲା। ହେଲେ ବିଚାରପତି ଦୁଇଦିନ ପାଇଁ ଅନୁମତି ଦେଇଛନ୍ତି। ଏହି ଅନୁଯାୟୀ, ଆସନ୍ତା ୨୬ ଓ ୨୭ ତାରିଖ ଦୁଇଦିନ ପାଇଁ ଡାକ୍ତର ଜେନାଙ୍କୁ ରିମାଣ୍ଡରେ ଆଣି ଭିଜିଲାନ୍ସ ପଚରାଉଚରା କରିବ। ବିଶେଷକରି ଡାକ୍ତର ଜେନାଙ୍କ ବିଦେଶ ଗସ୍ତ, ଗସ୍ତର କାରଣ, ଏଥିନିମନ୍ତେ କେଉଁଠୁ ଅର୍ଥ ଆସୁଥିଲା ଆଦି ପ୍ରସଙ୍ଗରେ ଭିଜିଲାନ୍ସ ଖୋଳତାଡ଼ କରିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ବିଦେଶୀ ଓଷଧ କମ୍ପାନୀ ସହିତ ବେଆଇନ ଲିଙ୍କ୍‌, ରୋଗୀ କଲ୍ୟାଣ ପାଣ୍ଠିର ଅପବ୍ୟବହାର, ଆପରାଧିକ ଷଡଯନ୍ତ୍ର ଆଦି ମାମଲା ସହିତ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡାକ୍ତର ଜେନାଙ୍କ ବିରୋଧରେ ଭିଜିଲାନ୍ସରେ ଦୁଇଟି ମାମଲା ରୁଜୁ ହୋଇଥିଲା। ଡିସେମ୍ବର ୨୧ ତାରିଖରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା।

All Right Reserved By

ମେଟ୍ରୋ |

ନିମାପଡ଼ା ବିଧାୟକଙ୍କ ଅଶାଳୀନ ମନ୍ତବ୍ୟ ଘଟଣା: କୁଶ ପୁତ୍ତଳିକା ଦାହ କଲା ଭାଜପା ଯୁବମୋର୍ଚ୍ଚା

ନିମାପଡ଼ା ବିଧାୟକଙ୍କ ଅଶାଳୀନ ମନ୍ତବ୍ୟ ଘଟଣା: କୁଶ ପୁତ୍ତଳିକା ଦାହ କଲା ଭାଜପା ଯୁବମୋର୍ଚ୍ଚା

ନିମାପଡ଼ା,୧୭।୭(ଡି.ଏନ୍‌.ଏ.): ଧନୁଆ ନଦୀ ବନ୍ଧ ପାର୍ଶ୍ୱରେ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ସୋମବାର ସାଧାରଣ ଲୋକମାନଙ୍କୁ ଅଶାଳୀନ ମନ୍ତବ୍ୟ ପ୍ରଦାନ ଘଟଣାକୁ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଛି। ମଙ୍ଗଳବାର ନିମାପଡ଼ା ବସ୍‌ଷ୍ଟାଣ୍ଡ ନିକଟରେ ଭାଜପା କର୍ମୀମାନେ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି।

ଅଗଷ୍ଟ ୯ରେ ସିପିଏମ୍‌ର ଜେଲ୍‌ଭରୋ ଆନ୍ଦୋଳନ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରାଯାଉ। ରାଜ୍ୟର ସମସ୍ତ କୃଷି ଋଣ ଛାଡ଼ କରାଯାଉ। ଏହି ମର୍ମରେ ରାଜ୍ୟ ସିପିଏମ୍‌ ପକ୍ଷରୁ ଚଳିତ ଅଗଷ୍ଟ ୯ରେ ଜେଲ୍‌ଭରୋ ଆନ୍ଦୋଳନ କରାଯିବ।

ଧର୍ମେନ୍ଦ୍ରଙ୍କୁ ଦାମଙ୍କ ସମାଲୋଚନା: ଛେରାପହଁରାକୁ ଝାଡ଼ୁ ମାରିବା ସହ ତୁଳନା ନିଚ୍ଛକ ଅହଙ୍କାରର ପ୍ରତିଫଳନ

ଧର୍ମେନ୍ଦ୍ରଙ୍କୁ ଦାମଙ୍କ ସମାଲୋଚନା: ଛେରାପହଁରାକୁ ଝାଡ଼ୁ ମାରିବା ସହ ତୁଳନା ନିଚ୍ଛକ ଅହଙ୍କାରର ପ୍ରତିଫଳନ

ଭୁବନେଶ୍ୱର,୧୭୭।୭(ବ୍ୟୁରୋ): ଓଡ଼ିଆ ଜାତିର ସ୍ପନ୍ଦନ ହେଉଛନ୍ତି ଜଗନ୍ନାଥ। କେବଳ ତାଙ୍କର ନବକଳେବର ହୁଏ। ସେଠି ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନବକଳେବର ହେବ, ତେବେ ଏହା ତାଙ୍କର ଅହଙ୍କାର ବୋଲି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ କହିଛନ୍ତି। ଉକ୍ତ ଅହଂକାରକୁ ପୁରୀବାସୀ ତଥା ଓଡ଼ିଆ ସହ୍ୟ କରିପାରିବେ ନାହିଁ।

କଟକ, ଭୁବନେଶ୍ୱରରୁ ସଂଗୃହୀତ ୨୧ ମାଛରେ ଫର୍ମାଲିନ୍‌ ନାହିଁ

କଟକ, ଭୁବନେଶ୍ୱରରୁ ସଂଗୃହୀତ ୨୧ ମାଛରେ ଫର୍ମାଲିନ୍‌ ନାହିଁ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ଆନ୍ଧ୍ରରୁ ଆସୁଥିବା ମାଛରୁ ଫର୍ମାଲିନ୍‌ ବାହାରିବା ପରେ ଆମିଷ ଭକ୍ଷଣକାରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। ଗତ କିଛି ଦିନ ହେବ ଆନ୍ଧ୍ର ମାଛର ଚାହିଦା ଓଡ଼ିଶା ବଜାରରେ ଖସିଯାଇଛି। ରାଜ୍ୟରେ ଉତ୍ପାଦନ ହେଉଥିବା ଦେଶୀ ମାଛର ଦାମ୍‌ ବହୁତ ବଢ଼ିଯାଇଛି।

ରାଜ୍ୟ ଜନସ୍ବାସ୍ଥ୍ୟ ବିଜ୍ଞାନଗାରର ନବୀକରଣ ହେବ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ଓଡ଼ିଶା ରାଜ୍ୟ ଜନସ୍ବାସ୍ଥ୍ୟ ବିଜ୍ଞାନଗାରର ନବୀକରଣ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଏଥି ସହିତ ଆବଶ୍ୟକ ହେଉଥିବା ଆହୁରି ୯ କୋଟି ଟଙ୍କା ଖାଦ୍ୟ ନମୁନା ପରୀକ୍ଷା ପାଇଁ ଯନ୍ତ୍ରପାତି ସକାଶେ ଯୋଗାଇ ଦେବେ।

ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର

ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର

ପୁରୀ ଅଫିସ,୧୭ା୭ : ପୁରୀ ସମୁଦ୍ର ଗଭୀର ଭିତରେ ଏକ ମାଛଧରା ଟ୍ରଲର ମଙ୍ଗଳବାର ପୂର୍ବାହ୍ନରେ ବୁଡିଯାଇଛି। ଟ୍ରଲରରେ କେହି ନ ଥିବାରୁ ଏକ ବଡଧରଣର ଅଘଟଣରୁ ବର୍ତ୍ତିଯାଇଛି।

୫ ମିନିଟ୍‌ର ଅସ୍ତ୍ରୋପଚାର ଫେରାଇଲା ଶତାୟୁଙ୍କ ଦୃଷ୍ଟିଶକ୍ତି: କ୍ୟାପିଟାଲ ହସ୍ପିଟାଲ୍‌ର ରେକର୍ଡ

୫ ମିନିଟ୍‌ର ଅସ୍ତ୍ରୋପଚାର ଫେରାଇଲା ଶତାୟୁଙ୍କ ଦୃଷ୍ଟିଶକ୍ତି: କ୍ୟାପିଟାଲ ହସ୍ପିଟାଲ୍‌ର ରେକର୍ଡ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଚକ୍ଷୁ ଚିକିତ୍ସା କ୍ଷେତ୍ରରେ କ୍ୟାପିଟାଲ ହସ୍ପିଟାଲ ବିରଳ ରେକର୍ଡ ସୃଷ୍ଟି କରିଛି। ଶହେରୁ ଊର୍ଦ୍ଧ୍ୱ ବୟସ୍କ ଜଣେ ବୃଦ୍ଧଙ୍କ ଚକ୍ଷୁରେ ଡାକ୍ତରମାନଙ୍କ ଦ୍ୱାରା ସଫଳତାର ସହ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୨୧,୯୬୦ ପ୍ରକଳ୍ପ ଲାଗି ୫୪୭କୋଟି ମଞ୍ଜୁର

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୨୧,୯୬୦ ପ୍ରକଳ୍ପ ଲାଗି ୫୪୭କୋଟି ମଞ୍ଜୁର

ଭୁବନେଶ୍ୱର,୧୭।୭(ବ୍ୟୁରୋ): ମାର୍ଚ୍ଚ ୫ ବିଜୁ ଜୟନ୍ତୀରୁ ଆରମ୍ଭ ହୋଇଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ୧୦୧ଟି ବ୍ଲକରେ ପହଞ୍ଚିଛି। ମଙ୍ଗଳବାର ଏହି କାର୍ଯ୍ୟକ୍ରମରେ ୬ଟି ବ୍ଲକ ସାମିଲ ହୋଇଛି। ଉକ୍ତ ବ୍ଲକଗୁଡ଼ିକ ହେଲା ତରଭା, ବସ୍ତା, ବଅଁରପାଳ, ଆଗଲପୁର, ଧରାକୋଟ ଏବଂ ଝରିଗାଁ।

କେଳୁଣୀ ମୁହାଁଣ ଖୋଳିବାକୁ ନିଷ୍ପତ୍ତି ନେଲେ ପଞ୍ଚାୟତବାସୀ

କେଳୁଣୀ ମୁହାଁଣ ଖୋଳିବାକୁ ନିଷ୍ପତ୍ତି ନେଲେ ପଞ୍ଚାୟତବାସୀ

କାକଟପୁର, ୧୭।୭(ଡି.ଏନ୍‌.ଏ.): ପୁରୀ ଜିଲା ଉପକୂଳବର୍ତ୍ତୀ ଅସ୍ତରଙ୍ଗ, କାକଟପୁର ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଫଳରେ ପ୍ରାଚୀ ଓ କାଦୁଆ ନଦୀରେ ବର୍ଷାଜଳ ପୂର୍ଣ୍ଣ ହୋଇଯାଇଛି। କେଳୁଣୀ ମୁହାଁଣ ପୋତି ହୋଇପଡ଼ିଥିବାରୁ ଉଭୟ ନଦୀର ଜଳ ସମୁଦ୍ରକୁ ନିଷ୍କାସିତ ହୋଇପାରୁ ନାହିଁ।

କୂଅରେ ୩୦ରୁ ଊର୍ଦ୍ଧ୍ୱ ନାଗ ଛୁଆ

କୂଅରେ ୩୦ରୁ ଊର୍ଦ୍ଧ୍ୱ ନାଗ ଛୁଆ

ଭୁବନେଶ୍ୱର, ୧୭।୭(ବ୍ୟୁରୋ): ନୟାଗଡ଼ ଜିଲା ଶରଣକୂଳ ଭଞ୍ଜ ସାହିରେ ଥିବା ଏକ କୂଅରେ ୩୩ରୁ ଊର୍ଦ୍ଧ୍ୱ ନାଗ ସାପ ରହିଥିବା ଲୋକେ ଦେଖିବାକୁ ପାଇଥିଲେ। ଏ ନେଇ ସ୍ନେକ୍‌ ହେଲ୍ପଲାଇନକୁ ଖବର ଦିଆଯାଇଥିଲା।

ଭୁବନେଶ୍ୱରରୁ ବ୍ୟାଙ୍କକ ବିମାନ ଉଡ଼ାଣ ସେବା ବନ୍ଦ

ଭୁବନେଶ୍ୱରରୁ ବ୍ୟାଙ୍କକ ବିମାନ ଉଡ଼ାଣ ସେବା ବନ୍ଦ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଭୁବନେଶ୍ୱରରୁ ବ୍ୟାଙ୍କକ ଯାଉଥିବା ଏୟାର ଇଣ୍ଡିଆର ବିମାନ ସେବାକୁ ହଠାତ୍‌ ବନ୍ଦ କରି ଦିଆଯାଇଛି। ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ପରିଚାଳନାଗତ ସମସ୍ୟା ଦେଖାଇ ଭୁବନେଶ୍ୱର-ବ୍ୟାଙ୍କକ ବିମାନ ସେବା ବନ୍ଦ କରିଦେଇଛନ୍ତି।

ଆଡ଼ପ ଦର୍ଶନ ଆରମ୍ଭ

ଆଡ଼ପ ଦର୍ଶନ ଆରମ୍ଭ

ପୁରୀ ଅଫିସ,୧୭।୭: ଆରମ୍ଭ ହେଲା ଆଡ଼ପ ଦର୍ଶନ। ଜନ୍ମବେଦିରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରି କୃତାର୍ଥ ହେଉଛନ୍ତି ଭକ୍ତ। ସୋମବାର ଦାରୁବିଗ୍ରହମାନେ ଗୋଟି ପହଣ୍ଡିରେ ଯାଇ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଥିଲେ। ରାତି ୯ଟା ୫ରେ ପହଣ୍ଡି ଶେଷ ହୋଇଥିଲା। ଏହାପରେ ଅନ୍ୟାନ୍ୟ ନୀତି ବଢ଼ି ରାତି ପ୍ରାୟ ୪ଟାରେ ଠାକୁରଙ୍କ ପହୁଡ଼ ହୋଇଥିଲା।

Model This Week

ରୂପେଶ