ମେଟ୍ରୋ |

ମଦ ଦୋକାନକୁ ଜିଲାପାଳଙ୍କ ଅନୁକମ୍ପା: ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଅଙ୍କୁଶ

ମଦ ଦୋକାନକୁ ଜିଲାପାଳଙ୍କ ଅନୁକମ୍ପା: ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଅଙ୍କୁଶ
କଟକ ଅଫିସ୍‌, ୨୩।୧୨- ଖୋର୍ଦ୍ଧା ଜିଲା ଜଟଣୀ ପୌରପାଳିକା ଓ ତରବୋଇ ପଞ୍ଚାୟତରେ ଦେଶୀ ମଦ ଦୋକାନ ଖୋଲାଯିବା ନେଇ ଜିଲାପାଳ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି। ଜନଶୁଣାଣି ନ କରି ଓ ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ ନ ହୋଇ ମଦଦୋକାନ ଖୋଲିବା ପାଇଁ ପ୍ରକାଶିତ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରାଯାଇ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି। ଏ ସଂକ୍ରାନ୍ତରେ ଆଗତ ମାମଲାର ଶୁକ୍ରବାର ଶୁଣାଣି କରି ହାଇକୋର୍ଟ ପ୍ରକାଶିତ ବିଜ୍ଞପ୍ତି ଉପରେ ଅଙ୍କୁଶ ଲଗାଇଛନ୍ତି। ହାଇକୋର୍ଟଙ୍କ ବିନାନୁମତିରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି ତାଙ୍କ ଆଦେଶରେ ସ୍ପଷ୍ଟ କରି ଦେଇଛନ୍ତି। ମୁଖ୍ୟ ବିଚାରପତି ବୀନିତ ସରନ୍‌ ଓ ବିଚାରପତି ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀଙ୍କୁ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଜବାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତ ଜାନୁୟାରୀ ୮କୁ ଧାର୍ଯ୍ୟ ହୋଇଛି। ସୂଚନାଯୋଗ୍ୟ, ଜଟଣୀ ପୌରପାଳିକା ଅନ୍ତର୍ଗତ ଗଜପତି ନଗର ବାସିନ୍ଦା ମାନସ କୁମାର ଦଳାଇଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ରୁଜୁ କରାଯାଇଛି। ଖୋର୍ଦ୍ଧା ଜିଲାପାଳଙ୍କ ପକ୍ଷରୁ ୨୦୧୭ ମାର୍ଚ୍ଚ ୧୦ରେ ଜଟଣୀ ପୌରପାଳିକା ଓ ତରବୋଇ ପଞ୍ଚାୟତରେ ଦେଶୀ ମଦ ଦୋକାନ ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତିକୁ ବିରୋଧ କରି ଆବେଦନକାରୀ ମାନସ ତାଙ୍କ ପିଟିଶନରେ ଦର୍ଶାଇଛନ୍ତି ଯେ, ମଦ ଦୋକାନଟି ଜଟଣୀ ପୌରପାଳିକା ଅଧୀନରେ ଖୋଲାଯିବାକୁ ହେଲେ ସମ୍ବିଧାନର ଧାରା ୨୪୩(ଜେଡ୍‌ଜି) ଅନୁୟାୟୀ ଜିଲା ପ୍ଲାନିଂ କମିଟିର ଅନୁମୋଦନ ଅଣାଯିବା ଜରୁରୀ। ସେହିପରି ଜଟଣୀ ରେଳବାଇ କଲୋନୀ ବାସିନ୍ଦା ଏହାକୁ ବିରୋଧ କରିବାରୁ ୨୦୧୪-୧୫ରେ ଏଠାରେ ମଦଦୋକାନ ଖୋଲିବା ବନ୍ଦ ରହିଥିଲା । ଓଡ଼ିଶା ଅବକାରୀ ନିୟମ ୨୦୧୭ ଏପ୍ରିଲ ୧ ଠାରୁ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ମଦଦୋକାନ ନିମନ୍ତେ ଧାର୍ଯ୍ୟ ମୂଲ୍ୟ ଓ ଲଟେରି ବ୍ୟବସ୍ଥା ହେବା କଥା, କିନ୍ତୁ ତାହା ନ କରାଯାଇ ପୂର୍ବ ନିୟମ ଅନୁସାରେ ମଦ ଦୋକାନ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହା ଆଇନ୍‌ତଃ ଗ୍ରହଣୀୟ ନୁହେଁ। ମଦ ଦୋକାନ ଖୋଲିବା ନିମନ୍ତେ ନିର୍ଦ୍ଧାରିତ ସ୍ଥାନ ଉଲ୍ଲେଖ କରିବା ବାଧ୍ୟତାମୂଳକ। ସେହିପରି ଏହି ମଦ ଦୋକାନ ଖୋଲିବା ପାଇଁ ଜନଶୁଣାଣି କିମ୍ବା କାହାରିକୁ ପକ୍ଷ ରଖିବା ପାଇଁ ସୁଯୋଗ ଦିଆଯାଇ ନ ଥିଲା। ହାଇକୋର୍ଟ ଏ ସଂକ୍ରାନ୍ତରେ ତଥ୍ୟ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଥିଲେ। ଏହାପରେ ଜିଲାପାଳ ତରବରିଆ ଭାବେ ଉକ୍ତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ସାନି ନୋଟିସ ଜାରି କରିଥିଲେ। ହେଲେ ଜିଲାପାଳ କୌଣସି ସ୍ଥାନରେ ମଦ ଦୋକାନ ଖୋଲିବା ପାଇଁ ନୋଟିସ୍‌ରେ ଉଲ୍ଲେଖ କରି ନ ଥିଲେ। ଏ ସଂକ୍ରାନ୍ତରେ ଆବେଦନକାରୀ ଆଡ୍‌ଭୋକେଟ୍‌ ସୁକାନ୍ତ କୁମାର ଦଳାଇଙ୍କ ଜରିଆରେ କୋର୍ଟଙ୍କୁ ଅବଗତ କରାଇଥିଲେ।
All Right Reserved By

ମେଟ୍ରୋ |

ଆଜିଠାରୁ ବିଧାନସଭା

ଆଜିଠାରୁ ବିଧାନସଭା

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ପଞ୍ଚଦଶ ବିଧାନସଭାର ଶୀତ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଏହା ଆସନ୍ତା ଡିସେମ୍ବର ୧୫ ତାରିଖ ଯାଏ ଚାଲିବ। ଏଥିରେ ମୋଟ ୨୩ଟି କାର୍ଯ୍ୟଦିବସ ରହିଛି। 

ମହାନଦୀ, ପୋଲାଭରମ ପ୍ରସଙ୍ଗକୁ ଢାଲ କରିବ ବିଜେଡି

ମହାନଦୀ, ପୋଲାଭରମ ପ୍ରସଙ୍ଗକୁ ଢାଲ କରିବ ବିଜେଡି

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ପଞ୍ଚଦଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେବ। ଏଥିପାଇଁ ଗୃହକୁ ଯିବା ପୂର୍ବରୁ ଉଭୟ ଶାସକ ଏବଂ ବିରୋଧୀ ନିଜ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହେବ ବୋଲି କୁହାଯାଉଛି। 

ଓଆର୍‌ଏସ୍‌ପି ରୁଲ୍ସ-୨୦୦୮: କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ଓଡ଼ିଶା ରିଭାଇଜ୍‌ଡ ପେ’ ସ୍କେଲ୍‌-୨୦୦୮ରେ କାର୍ଯ୍ୟ କରୁଥିବା ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୧୪୨%ରୁ ୧୪୮% ପ୍ରତିଶତକୁ ବୃଦ୍ଧି ପାଇଛି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଏଣିକି ରାଜ୍ୟ ସରକାରଙ୍କ ଅଧୀନସ୍ଥ କର୍ମଚାରୀ ଓଡ଼ିଶା ରିଭାଇଜ୍‌ଡ ପେ’ ସ୍କେଲ୍‌-୨୦୦୮ ଅନୁସାରେ ସେମାନଙ୍କ ମହଙ୍ଗା ଭତ୍ତା ୬ ପ୍ରତିଶତ ବୃଦ୍ଧି କରାଯାଇଛି। 

ରାଧା ପାଦ ଦର୍ଶନ ପାଇଁ ବ୍ୟବସ୍ଥାବଳୀ ଜାରି

ରାଧା ପାଦ ଦର୍ଶନ ପାଇଁ ବ୍ୟବସ୍ଥାବଳୀ ଜାରି

ପୁରୀ ଅଫିସ,୧୬|୧୧: ଆସନ୍ତା ୧୭ ତାରିଖ ପବିତ୍ର ଅଁଳା ନବମୀରେ ସତ୍ୟବାଦୀ ବ୍ଲକ୍‌ ସାକ୍ଷୀଗୋପାଳସ୍ଥିତ ଗୋପୀନାଥ ଦେବ ମନ୍ଦିରରେ ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ରାଧାରାଣୀ। 

ରୋକାଯିବ ମାତୃ, ଶିଶୁ ମୃତ୍ୟୁ ହାର: ଏସ୍‌ସିବିରେ ‘ଆକ୍ସନ ଟ୍ରାଏଲ୍‌’ ପ୍ରକଳ୍ପ

ରୋକାଯିବ ମାତୃ, ଶିଶୁ ମୃତ୍ୟୁ ହାର: ଏସ୍‌ସିବିରେ ‘ଆକ୍ସନ ଟ୍ରାଏଲ୍‌’ ପ୍ରକଳ୍ପ

କଟକ ଅଫିସ, ୧୬।୧୧- ଭାରତରେ ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଅଣ୍ଟା ଭିଡ଼ିଛି। ଓଡ଼ିଶାର ଏସ୍‌ସିବି ମେଡିକାଲ କଲେଜ ସମେତ ଦେଶର ୪ଟି ମେଡିକାଲ କଲେଜରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ‘ଆକ୍ସନ ଟ୍ରାଏଲ’ ନାମରେ ଏକ ପ୍ରକଳ୍ପ ଆରମ୍ଭ କରିଛି।

ରେଭେନ୍‌ଶାରେ ସ୍ଥାପିତ ହେଲା ବୁଦ୍ଧଙ୍କ ପ୍ରତିମୂର୍ତ୍ତି

ରେଭେନ୍‌ଶାରେ ସ୍ଥାପିତ ହେଲା ବୁଦ୍ଧଙ୍କ ପ୍ରତିମୂର୍ତ୍ତି

କଟକ ଅଫିସ,୧୬|୧୧- ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ୱେଷ୍ଟ ହଷ୍ଟେଲ ସମ୍ମୁଖ ଅଶ୍ୱସ୍ତ ଗଛ ମୂଳରେ ଗୁରୁବାର ପୂର୍ବାହ୍ନରେ ସ୍ଥାପିତ ହୋଇଛି ଗୌତମ ବୁଦ୍ଧଙ୍କର  ସାଢ଼େ ୭ ଫୁଟର ପ୍ରତିମୂର୍ତ୍ତି। 

ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲା ହାଇକୋର୍ଟ

ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲା ହାଇକୋର୍ଟ

କଟକ ଅଫିସ,୧୬|୧୧- ହାଇକୋର୍ଟ ଚାଲୁଥିଲା। ବିଚାରପତିମାନେ ଆସୁଥିଲେ। ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ୭୮ ଦିନ ଧରି କୋର୍ଟ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହୋଇପାରୁ ନ ଥିଲା କିମ୍ବା ମାମଲା ବିଚାର ହୋଇପାରୁ ନ ଥିଲା। ଓକିଲ-ପୋଲିସ ବିବାଦକୁ ନେଇ ଏପରି ଅଚଳାବସ୍ଥା ଲାଗି ରହିଥିଲା।

ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସ୍ମରଣୋତ୍ସବ: ‘ରେଭେନ୍‌ଶା ଛାତ୍ରୀଛାତ୍ର ଭାବେ ଗର୍ବ ଅନୁଭବ କର’

ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସ୍ମରଣୋତ୍ସବ: ‘ରେଭେନ୍‌ଶା ଛାତ୍ରୀଛାତ୍ର ଭାବେ ଗର୍ବ ଅନୁଭବ କର’

କଟକ ଅଫିସ,୧୬|୧୧- ରେଭେନ୍‌ଶାରେ ପଢ଼ିବାକୁ ରାଜ୍ୟର ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କ ଇଚ୍ଛା ଥାଏ।  ଶିକ୍ଷାଦାନର ଏକ ଉତ୍କୃଷ୍ଟ କ୍ଷେତ୍ର କହିଲେ, ରେଭେନ୍‌ଶା ବିଶ୍ୱବିଦ୍ୟାଳୟକୁ ବୁଝାଏ। ରାଜ୍ୟ ତଥା ଦେଶର ବିଭିନ୍ନ କ୍ଷେତ୍ରରେ ରେଭେନ୍‌ଶାର ଛାତ୍ରୀଛାତ୍ର ଭଲ ପ୍ରଦର୍ଶନ କରି ବେଶ୍‌ ପ୍ରତିଷ୍ଠିତ ହୋଇପାରିଛନ୍ତି।  

ପରୀକ୍ଷାରେ ପାସ୍‌ କରାଇଦେବାକୁ ଲାଞ୍ଚ: ଭିଜିଲାନ୍ସ ଜାଲରେ ନିମାପଡ଼ା କଲେଜ ଅଧ୍ୟାପକ

ପରୀକ୍ଷାରେ ପାସ୍‌ କରାଇଦେବାକୁ ଲାଞ୍ଚ: ଭିଜିଲାନ୍ସ ଜାଲରେ ନିମାପଡ଼ା କଲେଜ ଅଧ୍ୟାପକ

କଟକ ଅଫିସ/ ନିମାପଡ଼ା (ଡି.ଏନ୍‌.ଏ.) ୧୬।୧୧- ପରୀକ୍ଷାରେ ପାସ୍‌ କରାଇଦେବା ପାଇଁ ଛାତ୍ରଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ଅଧ୍ୟାପକ।

୩୬ ଘଣ୍ଟିଆ ‘ସ୍ମାର୍ଟ ଓଡ଼ିଶା ହାକାଥନ୍‌’ ଉଦ୍‌ଯାପିତ: ବିଜେତାଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

୩୬ ଘଣ୍ଟିଆ ‘ସ୍ମାର୍ଟ ଓଡ଼ିଶା ହାକାଥନ୍‌’ ଉଦ୍‌ଯାପିତ: ବିଜେତାଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ)- ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌’ ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ସ୍ମାର୍ଟ ଓଡ଼ିଶା ହାକାଥନ୍‌’ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। 

ଜାଗା ମିଶନର ଶୁଭାରମ୍ଭ, ଭୂମିହୀନ ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ

ଜାଗା ମିଶନର ଶୁଭାରମ୍ଭ, ଭୂମିହୀନ ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ

ପୁରୀ ଅଫିସ,୧୬ା୧୧: ସହରାଞ୍ଚଳରେ ବସବାସ କରୁଥିବା ଭୂମିହୀନ ବସ୍ତିବାସିନ୍ଦାଙ୍କ ପାଇଁ ରାଜ୍ୟ ସରକାର ଶ୍ରୀକ୍ଷେତ୍ର ମାଟିରୁ ଶୁଭାରମ୍ଭ କରିଛନ୍ତି ଜାଗା ମିଶନ୍‌। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ଏବଂ ଗୃହ ନିର୍ମାଣ ନିମନ୍ତେ ଅନୁମୋଦନ ପ୍ରମାଣପତ୍ର ପ୍ରଦାନ କରିଛନ୍ତି।

ଘରୋଇ ବିଦ୍ୟାଳୟ ମହାସଂଘ ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ)- ଓଡ଼ିଶା ରାଜ୍ୟ ଘରୋଇ ବିଦ୍ୟାଳୟ ମହାସଂଘର ଏକ ଲୋଗୋ ଗୁରୁବାର ଉନ୍ମୋଚିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏହି ଲୋଗୋକୁ ଉନ୍ମୋଚନ କରିଛନ୍ତି।