ରାଜ୍ୟ |

ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବନାହିଁ :ମୁଖ୍ୟମନ୍ତ୍ରୀ

ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବନାହିଁ :ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ରାଜ୍ୟ ମନ୍ତ୍ରିମଣ୍ଡଳରେ ଏବେ ସଂପ୍ରସାରଣ କରିବାର ଆବଶ୍ୟକତା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସ୍ପଷ୍ଟ କରିଛନ୍ତି। ଶୁକ୍ରବାର ଦାମୋଦର ରାଉତଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିବାପରେ ଶୂନ୍ୟ ହୋଇଥିବା ସ୍ଥାନ ପୂରଣ ପାଇଁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇପାରେ ବୋଲି ର୍ଚ୍ଚା ହୋଇଥିଲା। ମାତ୍ର ସମସ୍ତ ଆଲୋଚନାରେ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ମନ୍ତ୍ରିମଣ୍ଡଳ ଅଦଳବଦଳର ଯୋଜନା ନାହିଁ। ଦାମୋଦରଙ୍କ ପାଖରେ ଥିବା କୃଷି,ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଦିଆଯାଇଛି। ସେହିପରି ସାଧାରଣ ଉଦ୍ୟୋଗ ବିଭାଗଟି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ପ୍ରଦାନ କରାଯାଇଛି। କେତେକ ମନ୍ତ୍ରୀଙ୍କ ପାଖରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଥିବାରୁ ବିଭାଗ ଅଦଳବଦଳ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି।

All Right Reserved By

Model This Week

ନିକିତା

ରାଜ୍ୟ |

ଦେବଗଡ଼କୁ ଅଣଦେଖା: ଏମ୍‌ପି ପାଣ୍ଠି ବଣ୍ଟନରେ ପାତରଅନ୍ତର

ଦେବଗଡ,୨୧।୪(ସ୍ବ.ପ୍ର) :ଦେବଗଡ ବିଧାନସଭା ନିର୍ବାଚନମଣ୍ଡଳୀକୁ ଏମ୍‌ପି ପାଣ୍ଠି ବଣ୍ଟନରେ ପାତରଅନ୍ତର କରାଯାଉଛି। ସମ୍ବଲପୁର ଲୋକସଭା ଅଧୀନ ଏହି ନିର୍ବାଚନମଣ୍ଡଳୀକୁ ଏମ୍‌ପି ନଗେନ୍ଦ୍ର ପ୍ରଧାନ ଅଣଦେଖା କରୁଥିବା ଖୋଦ୍‌ ଦେବଗଡ ଜିଲା ବିଜେଡି ସଭାପତି ସୁଧୀର କପରଦାର ସ୍ବୀକାର କରିଛନ୍ତି। ଏହା ଦେବଗଡ ପ୍ରତି ଏମ୍‌ପିଙ୍କ ବୈମାତୃକ ମନୋଭାବର ପରିଚୟ ବୋଲି ସେ କହିଛନ୍ତି।

ଆଧାର ଆଣିଛି ବୋଝ: ସଂଶୋଧନ ଆଳରେ ଶୋଷଣ

ଆଧାର ଆଣିଛି ବୋଝ: ସଂଶୋଧନ ଆଳରେ ଶୋଷଣ

ବଡଗାଁ,୨୧।୪ (ଡି.ଏନ୍‌.ଏ.)-କେନ୍ଦ୍ର ସରକାର ଆଧାର ବ୍ୟବସ୍ଥା କଲାପରେ ଲୋକେ ସ୍ବଳ୍ପ ମୂଲ୍ୟ ଓ ସୁବିଧାରେ ଆଧାର କାର୍ଡ ତିଆରି କରିବା ଓ ତ୍ରୁଟି ସଂଶୋଧନ ପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯିବ ଆଶା କରାଯାଉଥିଲା। ହେଲେ ସେପରି କରାଗଲା ନାହିଁ। ଫଳସ୍ବରୂପ ଏହି ଆଧାର ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ବୋଝ ସାଜିଛି। ବିଶେଷକରି ଗରିବ ପରିବାରର ଲୋକେ ଆଧାର କାର୍ଡ଼ରେ ହୋଇଥିବା ତ୍ରୁଟି ସଂଶୋଧନ ପାଇଁ ୧୧ଶହରୁ ୧୬ଶହ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଥିବାରୁ ଏହା ସେମାନଙ୍କୁ ପରୋକ୍ଷରେ ଶୋଷଣ କରାଯାଉଛି। ସରକାରଙ୍କ ଦ୍ୱାରା ଆଧାର ଉପରେ ଦିଆଯାଉଥିବା ବିଜ୍ଞାପନର ବାସ୍ତବତା ଗ୍ରାମାଞ୍ଚଳରେ ଦେଖାଯାଉନାହିଁ। ଆଧାରକୁ ବାଧ୍ୟତାମୂଳକ ବୋଲି ସରକାର ଘୋଷଣା କଲା ପରେ ଲୋକେ ଆଧାର ପାଇଁ ଫଟୋ ଉଠାଇ ଆବଶ୍ୟକ ତଥ୍ୟ ଦେଲେ।

ଅସହ୍ୟ ହେଲା ପୁଅବୋହୁଙ୍କ ନିର୍ଯାତନା:କାଲିମେଳା ବସ୍‌ଷ୍ଟାଣ୍ଡ ପାଲଟିଛି ବୃଦ୍ଧଙ୍କ ଆଶ୍ରୟସ୍ଥଳ

ଅସହ୍ୟ ହେଲା ପୁଅବୋହୁଙ୍କ ନିର୍ଯାତନା:କାଲିମେଳା ବସ୍‌ଷ୍ଟାଣ୍ଡ ପାଲଟିଛି ବୃଦ୍ଧଙ୍କ ଆଶ୍ରୟସ୍ଥଳ

କାଲିମେଳା,୨୧।୪(ଡି.ଏନ.ଏ)-ମଣିଷ କେତେ ଅବିବେକି ହୋଇପାରେ ତାର ଏକ ନଜିର ଦେଖିବାକୁ ମିଳିଛି ମାଲକାନଗିରି ଜିଲା କାଲିମେଳା ଅଞ୍ଚଳରେ। ନିଜ ଜନ୍ମ କଲା ବାପକୁ ଦିନଦିନ ଧରି ଖାଇବାକୁ ନଦେଇ ମାଡ଼ମାରି ବଡପୁଅ ବୋହୁ ଲହୁଲୁହାଣ କରିବା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଶେଷରେ ଅସହାୟ ବାପ ସାନପୁଅକୁ ଧରି ଘରୁ ଚାଲି ଆସିଛନ୍ତି। ଏପରି ଘଟଣା ଘଟିଛି କାଲିମେଳା ଥାନା ଅନ୍ତର୍ଗତ ବେଜାଙ୍ଗିବାଡା ପଞ୍ଚାୟତର ଏମପିଭି-୩୯ ଗ୍ରାମରେ। ଏହି ଗ୍ରାମର ଜଣେ ୭୦ ବର୍ଷୀୟ ବ୍ୟକ୍ତି ଏବଂ ତାଙ୍କ ସାନ ପୁଅ (୨୩)ଙ୍କୁ ବଡପୁଅ ବୋହୁ ନିର୍ଯାତନା ଦେଇ ମାଡ଼ ମାରୁଥିବା ଏହି ବାପ ପୁଅ ଅଭିଯୋଗ କରିଛନ୍ତି। ମାଡ଼ ଭୟରେ ଉଭୟେ ଘରୁ ପଳେଇଆସି କାଲିମେଳା ବସଷ୍ଟାଣ୍ଡରେ ଜୀବନ ବିତାଉଛନ୍ତି।

ଗୁଣପୁରରେ ପାନୀୟ ଜଳଯୋଗାଣ ଦିଗହରା

ଗୁଣପୁରରେ ପାନୀୟ ଜଳଯୋଗାଣ ଦିଗହରା

ଗୁଣପୁର, ୨୧।୪(ଡି.ଏନ.ଏ)- ରାୟଗଡା ଜିଲା ଗୁଣପୁର ସହରରେ କେତେକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଗୁରୁତର ହୋଇଛି । ଆଗକୁ ପୁଣି ଖରା ଅଧିକ ବଢିବ । ଏହି ସମସ୍ୟା ଆହୁରି ଉତ୍କଟ ହେବ । ଗ୍ରାମଞ୍ଚଳଠାରୁ ସହରରେ ପାନୀୟ ଜଳଯୋଗାଣ ସମସ୍ୟା ବଳି ଯାଇଛି । ସହରର ଯଦି ଏପରି ଅବସ୍ଥା ସୃଷ୍ଟି ହୋଇଛି ତେବେ ଗ୍ରାମାଞ୍ଚଳରେ ସ୍ଥିତି କିପରି ଥିବ ତାହା ସହଜରେ ଅନୁମେୟ । ସହରର ଉଚ୍ଚା ଅଞ୍ଚଳରେ କୁଅଗଡିକ ଶୁଖି ଗଲାଣି । ପାନୀୟ ଜଳଯୋଗାଣ ଠିକ ଭାବେ ହୋଇପାରୁ ନାହିଁ । ଏଥିପ୍ରତି କାହାର ନଜର ପଡ଼ୁନାହିଁ । ଗୁଣପୁର ମ୍ୟୁନିସିପାଲିଟିରେ ନୂତନ ଭାବେ ସାମିଲ ହୋଇଥିବା ଅସ୍ଥାୟୀ କଲୋନି, ଗୋପାଳନଗର, ଶେଖର ନଗର, ରାମେଶ୍ୱର ନଗର, ମରାଠିଗୁଡା, ହାଉସିଂବୋର୍ଡ ଭଳି ଅନେକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଉଗ୍ରରୁପ ନେଇଛି ।

ବିପଦସଙ୍କୁଳ ଅବସ୍ଥାରେ ମାଲ ପରିବହନ

ବିପଦସଙ୍କୁଳ ଅବସ୍ଥାରେ ମାଲ ପରିବହନ

ପାରଳାଖେମୁଣ୍ଡି, ୨୧।୪(ସ୍ବ.ପ୍ର.)-ଗଜପତି ଜିଲାରେ ଟ୍ରକ, ମିନିଟ୍ରକ ଓ ଟ୍ରାକ୍ଟର ଆଦି ଯାନବାହନ ଦ୍ୱାରା ବିଭିନ୍ନ ସ୍ଥାନକୁ ମାଲ ପରିବହନ କରାଯାଉଛି। ତେବେ ଏହିସବୁ ଯାନବାହନରେ ଓଭରଲୋଡିଂ କରି ଅର୍ଥାତ ଧାର୍ଯ୍ୟ କ୍ଷମତାଠାରୁ ବହୁ ଅଧିକ ପରିମାଣର ଜିନିଷପତ୍ର ଲଦି ନିଆଯାଉଛି। ଏଭଳି ବିପଦସଙ୍କୁଳ ଅବସ୍ଥାରେ ମାଲ ପରିବହନ ଯୋଗୁ ଅନେକ ସମୟରେ ଡ୍ରାଇଭର ନିୟନ୍ତ୍ରଣ ହରାଉଛନ୍ତି ଏବଂ ଦୁର୍ଘଟଣା ଘଟୁଛି। ବିଶେଷକରି ଅତି ଗଡାଣି ଓ ଘାଟିରାସ୍ତାରେ ଗାଡ଼ି ଓଲଟି ପଡ଼ିବାର ଆଶଙ୍କା ରହୁଛି। ଏହାସତ୍ତ୍ୱେ ଅଧିକ ରୋଜଗାର ତଥା ଅର୍ଥ ଲୋଭରେ ଟ୍ରକ, ମିନିଟ୍ରକ ଓ ଟ୍ରାକ୍ଟର ଆଦି ଗାଡ଼ିର ଦୁଇପାର୍ଶ୍ୱ ସମେତ ପଛପଟ ଓ ଡାଲାରେ ବହୁ ଜିନିଷପତ୍ର ବୁହାଯାଉଛି।

ଅପରିବର୍ତ୍ତିତ ରହିଛି ଶୌଚାଳୟ, ପାଣି ସମସ୍ୟା

ଯାଜପୁର ଅଫିସ,୨୧।୪:ଛାତ୍ରୀଛାତ୍ରଙ୍କ ଗୁଣାମତ୍କ ବିକାଶ, ଶିକ୍ଷାନୁଷ୍ଠାନର ଉନ୍ନତି ଏବଂ ସର୍ବୋପରି ଶିକ୍ଷା ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି। ଶିକ୍ଷକଙ୍କ ଅଭାବ ସହିତ ଛାତ୍ରୀଛାତ୍ରଙ୍କ ପାଇଁ ସ୍କୁଲରେ ଶୌଚାଳୟ, ପାଣି ଓ ଆବଶ୍ୟକ ବିଲଡିଂର ଅଭାବ ଯୋଗୁ ଯାଜପୁର ଜିଲାରେ ଅବ୍ୟବସ୍ଥା ରେକର୍ଡ ସୃଷ୍ଟି କରିଛି । ଏହାର ପ୍ରତିକାର ପାଇଁ ୨୦୧୬ରେ ରାଜ୍ୟ ମାନବାଧିକାର କମିଶନ (ଏସ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି ।

ଲିଜଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଲିଜଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ବଡସାହି,୨୧|୪ (ସ୍ବ.ପ୍ର)- ବଡ଼ସାହି ତହସିଲ ଅଧୀନ ବୁଢାବଳଙ୍ଗ ନଦୀ ଆରପଟା ବାଲି ସୈରାତରୁ ବେଆଇନ ବାଲି ଉତ୍ତୋଳନକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ଦୃଢ ପଦକ୍ଷେପ ଗ୍ରହଣ କରାଯାଇଛି | ଦିନରାତି ମେଶିନ ଯୋଗେ ବାଲି ଲୋଡିଙ୍ଗ, ନଦୀରେ ଅସ୍ଥାୟୀ ପୋଲ ନିର୍ମାଣ କରି ବାଲି ଉତ୍ତୋଳନ ଓ ପରମିଟର ଅପବ୍ୟବହାରକୁ ନେଇ ଗୁରୁବାର ସନ୍ଧ୍ୟାରେ ସଦର ଉପଜିଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି | ବେଆଇନ ଉତ୍ତୋଳନ ନେଇ ଧରପଗଡ ହେବା ପରେ ନିଲାମଧାରୀଙ୍କୁ ୨ଲକ୍ଷ ଟଙ୍କା ଜରିମନା କରାଯାଇଛି | ତାସହିତ ଭବିଷ୍ୟତରେ ଏପରି ବେଆଇନ କାରବାର କରିବେ ନାହିଁ ବୋଲି ଲିଜଧାରୀ ଏକ ସ୍ବୀକାରୋକ୍ତି ପ୍ରଦାନ କରିଛନ୍ତି | ଉପଜିଲାପାଳ ଅବଦୂଲ ମହମ୍ମଦ ଅଖତରଙ୍କ କହିବାନୁଯାୟୀ ନିଲାମଧାରୀଙ୍କ ଏହା ପ୍ରଥମ ବେଆଇନ କାଯର୍‌ୟ ହୋଇଥିବାରୁ ତାଙ୍କ ଲିଜ ରଦ୍ଦ କରା ନ ଯାଇ ଉପରୋକ୍ତ କାଯର୍‌ଯାନୁଷ୍ଠାନ ଗ୍ରହଣ କରାଯାଇଛି |

‘କ୍ଲିନ୍‌  ଷ୍ଟାଚ୍ୟୁ, କ୍ଲିନ୍‌ ସିଟି’ କାର୍ଯ୍ୟକ୍ରମ

‘କ୍ଲିନ୍‌ ଷ୍ଟାଚ୍ୟୁ, କ୍ଲିନ୍‌ ସିଟି’ କାର୍ଯ୍ୟକ୍ରମ

ବାରିପଦା ଅଫିସ,୨୧।୪ - ମୟୂରଭଞ୍ଜ ଜିଲାର ‘ଆମେ ମୟୂରଭଞ୍ଜିଆ’ ସଙ୍ଗଠନ ପକ୍ଷରୁ ଶୁକ୍ରବାର ‘କ୍ଲିନ ଷ୍ଟାଚ୍ୟୁ, କ୍ଲିନ ସିଟି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିରେ ବରପୁତ୍ରଙ୍କୁ ସମ୍ମାନ ଜଣାଇବା ପାଇଁ ବାରିପଦା ସହରରେ ଥିବା ପ୍ରତିମୂର୍ତ୍ତିଗୁଡିକୁ ସଫେଇ କରାଯାଇଛି । ବରପୁତ୍ରମାନଙ୍କୁ ବର୍ଷରେ କେବଳ ଥରେ ମନେ ପକାଇ ଲୋକେ ନିଜ କାମ ସାରିଦେଉଥିବା ପରେ ସେହି ପ୍ରତିମୂର୍ତ୍ତିଗୁଡିକ ଅପରିଷ୍କାର ଅପରିଛନ୍ନ ହୋଇ ପଡିଥାନ୍ତି ।

ଝରାଡ଼ିହି ସିଏଚ୍‌ସିରେ ଜଳାଭାବ:ରୋଗୀ ସମେତ କର୍ମଚାରୀ ହନ୍ତସନ୍ତ

ଝରାଡ଼ିହି ସିଏଚ୍‌ସିରେ ଜଳାଭାବ:ରୋଗୀ ସମେତ କର୍ମଚାରୀ ହନ୍ତସନ୍ତ

ବହଳଦା,୨୧।୪ (ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବହଳଦା ବ୍ଲକର ଝରାଡିହିଠାରେ ୧୯୫୯ ମସିହାରେ ପ୍ରତିଷ୍ଠିତ ସ୍ବାସ୍ଥ୍ୟକେନ୍ଦ୍ରକୁ ପରବର୍ତ୍ତୀ ସମୟରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ଦିଆଯାଇଥିଲା । ମାତ୍ର ଆଜି ପର୍ଯ୍ୟନ୍ତ ଡାକ୍ତରଖାନାର ଆବଶ୍ୟକ ଭିତ୍ତିଭୂମିର ବିକାଶ ହୋଇପାରିଲା ନାହିଁ । ଏଠାରେ ଶୌଚାଳୟ ନ ଥିବାବେଳେ ପିଇବା ପାଣି ଅଭାବ ଲାଗି ରହିଛି। ଏଠାରେ ରହୁଥିବା ଡାକ୍ତରଙ୍କ ପତ୍ନୀ ସମେତ ଅନ୍ୟ ମହିଳା ଏଠୁସେଠୁ ବାଲଟିଏ ବା ଦୁଇ ବାଲଟି ପାଣି ସଂଗ୍ରହ କରୁଥିବା ଦେଖାଯାଉଛି । କର୍ମଚାରୀଙ୍କ ପାଇଁ ଥିବା ଅଧିକାଂଶ କ୍ୱାର୍ଟର୍ସରେ ଶୌଚାଳୟ ନ ଥିବାରୁ ରୋଗୀ ସମେତ କର୍ମଚାରୀମାନେ ମଧ୍ୟ ହଇରାଣ ହେଉଛନ୍ତି ।

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ :ସ୍ନାତ୍ତକୋତ୍ତର ଓଡ଼ିଆ ପଢ଼ିବାରୁ ବଞ୍ଚତ୍ତ ହେବେ ଛାତ୍ରୀଛାତ୍ର

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ :ସ୍ନାତ୍ତକୋତ୍ତର ଓଡ଼ିଆ ପଢ଼ିବାରୁ ବଞ୍ଚତ୍ତ ହେବେ ଛାତ୍ରୀଛାତ୍ର

ବାରିପଦା ଅଫିସ,୨୧।୪ - ମୟୂରଭଞ୍ଜ ଜିଲା ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସିଂ ବ୍ୟବସ୍ଥାରେ ଓଡ଼ିଆ ପାଠ୍ୟକ୍ରମରେ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟରେ ଓଡ଼ିଆ ପାଠ୍ୟକ୍ରମ ପ୍ରଚଳନ ଲାଗି ନିର୍ଦ୍ଦେଶ ଦେଇଥିବା ବେଳେ ଏଠାକାର ବିଶ୍ୱବିଦ୍ୟାଳୟରେ ଏନେଇ ଏକ ବିବଦମାନ ସ୍ଥିତି ସୃଷ୍ଟି ହୋଇଛି। ୨୦୧୭ ମସିହାରେ କେନ୍ଦୁଝର ଜିଲାରେ ହୋଇଥିବା ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ନିୟମିତ ଓଡ଼ିଆ ପାଠ୍ୟକ୍ରମ ପ୍ରଚଳିତ ଥିବା ବେଳେ ବାରିପଦା କ୍ୟାମ୍ପସରେ ଏଭଳି ବ୍ୟବସ୍ଥା ଏଯାଏ ହୋଇନାହିଁ। ଛାତ୍ରୀଛାତ୍ରଙ୍କ ବାରମ୍ବାର ଦାବି ସତ୍ତ୍ୱେ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଜସ୍ବ ଓଡିଆ ବିଭାଗ ଖୋଲା ଯାଉ ନାହିିଁ। ସେଲ୍ଫ ଫାଇନାନ୍ସିଂ ବ୍ୟବସ୍ଥା ଯୋଗୁ ଏଠାରେ ନିୟମିତ ଓଡ଼ିଆ ବିଭାଗ ଖୋଲାଯିବା ସମ୍ଭାବନା କ୍ଷୀଣ ବୋଲି କୁଳପତି ପ୍ରଫେସର ଚାନ୍ଦ କହିଛନ୍ତି।

ହରି ଭାଇଙ୍କ ବାରମଜା

ହରି ଭାଇଙ୍କ ବାରମଜା

ଭଣ୍ଡାରୀପୋଖରୀ,୨୧।୪(ଡି.ଏନ.ଏ.)- ପେଟ ପୋଷିବା ଲାଗି ଅନେକ ଗରିବ ବ୍ୟକ୍ତି ବିଭିନ୍ନ ବୃତ୍ତି ଓ ବେଉଷା କରି ଚଳିଥାନ୍ତି। ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ବ୍ଲକ କୁରିଗାଁ ପଞ୍ଚାୟତ ଡିହ ସାହିର ହରେକୃଷ୍ଣ ଜେନା(୬୬) ନିଜ ପରିବାର ଚଳାଇବାକୁ ଆଜିକୁ ଦୀର୍ଘ ୧୨ ବର୍ଷ ଧରି ବାରମଜା ବା ଚଟପଟି ବେପାର କରି ଆସୁଛନ୍ତି। ପ୍ରତିଦିନ ସେ ଘରଠାରୁ ପ୍ରାୟ ୬ କ.ମି. ଦୂର ଦୋବଲ ବଜାରକୁ ଆସି ବସଷ୍ଟାଣ୍ଡ ଠାରେ ରାସ୍ତା ପାର୍ଶ୍ୱରେ ବାରମଜା, ଚଟପଟି ବିକ୍ରି କରିଥାନ୍ତି। ‘ହରିଭାଇଙ୍କ ବାରମଜା’ ନାଁରେ ତାଙ୍କ ବେପାର ପରିଚିତ। ପ୍ରତ୍ୟହ ସନ୍ଧ୍ୟାରେ ଗ୍ରାହକଙ୍କ ଭିଡ ଜମିଥାଏ। ସେଥିମଧ୍ୟରେ ଯୁବପିଢିର ଗ୍ରାହକ ସଂଖ୍ୟା ଅଧିକ। ଏହି ବେପାରୁ ପ୍ରତିଦିନ ସେ ୩୦୦ ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରୁଥିବା କହନ୍ତି।

ନାବାଳିକା ବଳାତ୍କାର: ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ନାବାଳିକା ବଳାତ୍କାର: ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ଭୁବନେଶ୍ୱର,୨୦।୪(ବ୍ୟୁରୋ): ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡି ପଡିଛି। ମହିଳା ଓ ଶିଶୁକନ୍ୟା ସୁରକ୍ଷିତ ନୁହନ୍ତି। ଛୋଟ ଝିଅମାନଙ୍କୁ ବଳାତ୍କାର କରାଯାଉଛି। ଦୋଷୀକୁ ପୋଲିସ ଘଣ୍ଟ ଘୋଡାଉଛି। ମାସକୁ ୬ ଜଣ ବଳାତ୍କାରର ଶିକାର ହେଉଥିବା ବେଳେ ବର୍ଷକୁ ମାତ୍ର ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଉଛି। ସ୍କୁଲ ଛାତ୍ରୀଙ୍କ ଠାରୁ ଆରମ୍ଭ କରି ମହିଳା ପୋଲିସ କନଷ୍ଟେବଳ ମଧ୍ୟ ସୁରକ୍ଷିତ ନୁହନ୍ତି। ପୋଲିସ କର୍ମଚାରୀ ମଧ୍ୟ ବଳାତ୍କାରୀ ପାଲଟି ଯାଉଛନ୍ତି। ସେହି କର୍ମଚାରୀଙ୍କୁ ପଦୋନ୍ନତି ଦେଇ ପୁରସ୍କୃତ କରାଯାଉଛି। ସରକାରଙ୍କ ମାଆକୁ ସମ୍ମାନ ସ୍ଲୋଗାନ ପ୍ରହସନରେ ପରିଣତ ହୋଇଛି। ରାଜ୍ୟର ଆଇନ ଶୃଙ୍ଖଳା ଓ ମହିଳାଙ୍କ ସୁରକ୍ଷାକୁ ନେଇ ବିରୋଧୀ କଂଗ୍ରେସ ଓ ଭାଜପା ଶୁକ୍ରବାର ମୁଲତବୀ ଆଲୋଚନା ବେଳେ ସରକାରଙ୍କ ଉପରେ ଏଭଳି କଠୋର ଭାଷାରେ ବର୍ଷିଥିଲେ। ସରକାର ମହିଳା ଓ ଶିଶୁ କନ୍ୟାଙ୍କ ସୁରକ୍ଷାକୁ ନିଶ୍ଚିତ କରିବାକୁ ସେମାନେ ଦାବି କରିଛନ୍ତି।