ରାଜ୍ୟ |

ଦାମୋଦରଙ୍କ ସଙ୍କଟ ବଢ଼ିଲା

ଦାମୋଦରଙ୍କ ସଙ୍କଟ ବଢ଼ିଲା

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ମନ୍ତ୍ରିମଣ୍ଡଳରୁ ବିଦା କରିବାର ଠିକ୍‌ ୨୪ ଘଣ୍ଟା ପରେ ଦାମୋଦର ରାଉତଙ୍କୁ ଉପସଭାପତି ଓ ଢେଙ୍କାନାଳ ଜିଲା ପର୍ଯ୍ୟବେକ୍ଷକ ପଦରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଅବ୍ୟାହତି ଦେଇଛନ୍ତି। ଏନେଇ ଦଳର ଅନ୍ୟତମ ଉପସଭାପତି ଉଷା ଦେବୀଙ୍କ ସ୍ବାକ୍ଷର ସମ୍ବଳିତ ଏକ ପ୍ରେସ୍‌ ବାର୍ତ୍ତା ଶନିବାର ସାରେ ପ୍ରକାଶ କରାଯାଇଛି। ୨୪ ଘଣ୍ଟା ପୂର୍ବରୁ ଦାମୋଦର ରାଉତଙ୍କ ହାତରେ ମନ୍ତ୍ରୀପଦ,ଉପସଭାପତି ଏବଂ ଜିଲା ପର୍ଯ୍ୟବେକ୍ଷକ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଥିଲା, ମାତ୍ର ବର୍ତ୍ତମାନ ସେ ଦଳର ଜଣେ ସାଧାରଣ ସଦସ୍ୟ ଓ ବିଧାୟକ। ଦାମୋଦର ପୂର୍ବରୁ ବିଭିନ୍ନ କାରଣରୁ ଏକାଧିକ ଥର ମନ୍ତ୍ରୀପଦ ହରାଇଥିଲେ ବି ଦଳର ସାଙ୍ଗଠନିକ ଗୁରୁତ୍ୱପୂର୍ଣ୍ଣ ପଦବୀରୁ ତାଙ୍କୁ ବିଦା କରାଯାଇ ନ ଥିଲା। ଦାମୋଦର ପୂର୍ବରୁ ସେ ମନ୍ତ୍ରୀ ନ ଥିବା ବେଳେ ଦଳର ମହାସଚିବ ଭାବେ ମଧ୍ୟ କାର୍ଯ୍ୟଭାର ତୁଲାଇଛନ୍ତି। କିନ୍ତୁ ଏଥର ମନ୍ତ୍ରୀପଦ ସହ ଦଳୀୟ ପଦବୀ ମଧ୍ୟ ତାଙ୍କୁ ହରାଇବାକୁ ପଡିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ଦଳର ସବୁ ବର୍ଗର ନେତା ସ୍ବାଗତ କରିଛନ୍ତି। ମୁଖପାତ୍ର ପ୍ରଶାନ୍ତ ନନ୍ଦ କହିଛନ୍ତି ଯେ, କେବଳ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ନୁହେଁ, ପୂର୍ବରୁ ଭିନ୍ନଭିନ୍ନ ପ୍ରସଙ୍ଗରେ ସେ ନିଜର ବ୍ୟକ୍ତିଗତ ମତ ଦେଇଛନ୍ତି। ଯାହା ଦଳକୁ ସୁହାଇ ନ ଥାଏ। ତେଣୁ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶୁକ୍ରବାର ପ୍ରଥମେ ଦାମବାବୁଙ୍କୁ ମନ୍ତ୍ରୀପଦରୁ ବିଦା କରିଥିଲେ। ସେହିପରି ଦଳରେ ଶୃଙ୍ଖଳାକୁ ମଜଭୁତ୍‌ କରିବା ପାଇଁ ଦଳୀୟ ସଭାପତି ଭାବେ ମୁଖ୍ୟମନ୍ତ୍ରୀ ତାଙ୍କୁ ଉପସଭାପତି ଏବଂ ଢେଙ୍କାନାଳ ଜିଲା ପର୍ଯ୍ୟବେକ୍ଷକ ପଦରୁ ଅବ୍ୟାହତି ଦେଇଛନ୍ତି। ୨୦୦୮ ମସିହାରେ ଦଙ୍ଗା ପରେ କ୍ଷମତା ଲୋଭ ନ ରଖି ମୁଖ୍ୟମନ୍ତ୍ରୀ ଭାଜପାର ହାତ ଛାଡିଥିଲେ। ଯିଏ ସେଭଳି କଠୋର ନିଷ୍ପତ୍ତି ନେଇପାରିଥିଲେ, ତାଙ୍କ ପାଇଁ ଏଭଳି ନିଷ୍ପତ୍ତି କିଛି ନୂଆ ନୁହେଁ ବୋଲି ସେ କହିଛନ୍ତି। ମାତ୍ର ବିରୋଧୀ ଭାଜପା ଏହାକୁ ମୁଖ୍ୟମନ୍ତ୍ରୀଙ୍କ ପଲିଟିକାଲ ଷ୍ଟଣ୍ଟ୍‌ ବୋଲି କହିଛି। ଦଳୀୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ଯେ, ବିଜେଡି ଜାତିଆଣ ଓ ସାମ୍ପ୍ରଦାୟିକ ରାଜନୀତିରେ ବିଶ୍ୱାସ ରଖେ। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଦାମବାବୁଙ୍କୁ ଫୋନ୍‌ କରି ପ୍ରତିଷ୍ଠା ଦିବସ ପାଇଁ ପତାକା ବ୍ୟବସ୍ଥା କରିବା ସହ ଲୋକ ଯୋଗାଡ କରିବା ସକାଶେ କହିଥିଲେ ବୋଲି ବିଦାୟୀ ମନ୍ତ୍ରୀ ସ୍ବୀକାର କରିଛନ୍ତି। ଏହା ଦଳୀୟ କାର୍ଯ୍ୟରେ କିପରି ସରକାରୀ କଳର ଅପବ୍ୟବହାର ହେଉଛି, ତାହାର ନମୁନା। ଚିଟ୍‌ଫଣ୍ଡ ଅପରାଧୀ ଶୁଭଙ୍କର ଘଟଣାରୁ ନଜର ହଟାଇବାକୁ ପାଇଁ ଦାମଙ୍କୁ ବିଦା କରାଯାଇଛିି। ତାଙ୍କୁ ଉପସଭାପତି ଓ ଢେଙ୍କାନାଳ ପର୍ଯ୍ୟବେକ୍ଷକରୁ ବିଦା କରି ଅନ୍ୟସବୁ ମୌଳିକ ସମସ୍ୟାରୁ ନଜର ହଟାଇବା ବିଜେଡି ଚେଷ୍ଟା କରୁଥିବା ସେ କହିଛନ୍ତି। ଭାଜପା ପକ୍ଷରୁ ଏଭଳି ଅଭିଯୋଗ ଆସିବା ପରେ ଏକାଧିକ ବିଜେଡି ନେତା ପାଲଟା ଆକ୍ରମଣ କରିଛନ୍ତି। ରାଜ୍ୟ ସଭା ସଦସ୍ୟ ତଥା ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ, କେନ୍ଦ୍ରାପଡା ଭାଜପାରେ ଗୋଷ୍ଠୀକନ୍ଦଳ ଦାଣ୍ଡରେ ପଡ଼ିି ହାଟରେ ଗଡୁଛି। ସେଥିମଧ୍ୟରୁ ନଜର ହଟାଇବା ପାଇଁ ଭାଜପା ଏପରି ବୟାନବାଜି କରୁଛିି। ମିଶ୍ରଣ ପର୍ବରେ ଭାଜପା ହଟହଟା ହେଉଛି, ତେଣୁ ଅନ୍ୟଦଳ ଘଟଣାରେ ମୁଣ୍ଡ ନ ଖେଳାଇ ନିଜ ଦଳ ପ୍ରତି ଧ୍ୟାନ ଦେବା ଉଚିତ୍‌ ବୋଲି ସେ କହିଛନ୍ତି। ସେହିପରି ଦଳର ଅନ୍ୟତମ ମୁଖପାତ୍ର ତଥା ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବା ସହ ଏହା ଅନ୍ୟ ବିଶ୍‌ୃଙ୍ଖଳିତ ନେତାଙ୍କ ପାଇଁ ଏକ ଚେତାବନୀ ବୋଲି କହିଛନ୍ତି। ସମସ୍ତ ଘଟଣାକୁ ନଜରରେ ରଖି ସେ କହିଛନ୍ତି ଯେ, କୌଣସି ବିଜେଡି ନେତା ଜାତିିଆଣ ତଥା ସାମ୍ପ୍ରଦାୟିକ ମନ୍ତବ୍ୟ ଦେଲେ ତାହାକୁ ଗ୍ରହଣ କରାଯିବ ନାହିଁ। ଦାମବାବୁ ଏଭଳି ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ପଦରୁ ବହିଷ୍କାର କରାଯାଇଛି। ଏଥିରୁ ଅନ୍ୟମାନେ ଶିକ୍ଷା ଗ୍ରହଣ କରିବା ଉଚିତ୍‌ ।
ଅପରପକ୍ଷରେ ଦାମୋଦର ରାଉତ ସମସ୍ତ ଘଟଣା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନୀତି,ଆଦର୍ଶ ଜଣଙ୍କର ଅନୁଭବ ଓ ପ୍ରତିବଦ୍ଧତା। ଏହାକୁ ଗଣମାଧ୍ୟମରେ ପ୍ରଚାର କରାଯାଏନା। ମୁଁ ଆରମ୍ଭରୁ ବିଜୁବାବୁଙ୍କ ଅନୁଗତ ଥିଲି, ଆଗକୁ ମଧ୍ୟ ରହିବି ବୋଲି ଦାମୋଦର କହିଛନ୍ତି। ନିର୍ବାଚନ ରାଜନୀତିରେ ଜୟ-ପରାଜୟ ପରି କ୍ଷମତା ରାଜନୀତିରେ ମନ୍ତ୍ରୀ ହେବା ନ ହେବା ଏକ ପ୍ରକ୍ରିୟା। ଆସ୍ଥାଭାଜନ ନେତାଙ୍କୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀପଦ ଦେଇଥାନ୍ତି। ମୁଁ ଏଥିରେ ବିଚଳିତ ନୁହେଁ। ମୋ ନିର୍ବାଚନମଣ୍ଡଳୀ ଲୋକେ ମୋତେ ବିଧାୟକ ହେବା ପାଇଁ ଭୋଟ ଦେଇଥିଲେ,ମନ୍ତ୍ରୀ ହେବା ପାଇଁ ନୁହେଁ। ମୁଁ ସେମାନଙ୍କ ସେବକ, ତାଙ୍କ ପାଇଁ କାମ କରିବି ବୋଲି ସେ କହିଛନ୍ତି। ଦାମଙ୍କ ବହିଷ୍କାର ପରେ ରାଜ୍ୟ ରାଜନୀତିର ପୁରୁଖା ନେତାମାନେ ଭିନ୍ନଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡାଇ କହିଛନ୍ତି ଯେ, ମନ୍ତ୍ରିମଣ୍ଡଳରୁ ବହିଷ୍କାର ହେବା ସାଧାରଣ କଥା। ଏହା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି। ସେ ଦେଇଥିବା ମନ୍ତବ୍ୟକୁ ଦଳ ପକ୍ଷେ ହିତକର ନୁହେଁ ବୋଲି ଅନୁଭବ କରି ମନ୍ତ୍ରୀପଦରୁ ଅବ୍ୟାହତି ଦିଆଯାଇଛିି। ବୟସ୍କ ନେତାମାନେ ପଛରେ ରହି ଯୁବକଙ୍କୁ ବାଟ ଛାଡିବା ଉଚିତ୍‌ ବୋଲି ସେ କହିଛନ୍ତି। ମାତ୍ର କଂଗ୍ରେସ ନେତା ସୁରେଶ ରାଉତରାୟ ପରୋକ୍ଷରେ ଦାମଙ୍କ ସପକ୍ଷରେ ବାହାରିଛନ୍ତି। ସେ କହିଛନ୍ତି ଯେ, ପୁରୀରେ ବିଜେଡି ବାଲାଙ୍କ ସମ୍ମିଳନୀ ଅଛି। ସେଠି ସବୁ ବ୍ରାହ୍ମଣ । ସମାବେଶ ଭଣ୍ଡୁର ହୋଇଯାଇପାରେ,ତେଣୁ ଏହା ଏକ ଧୂଆଁବାଣ ନିଷ୍ପତ୍ତି ବୋଲି ସୁରେଶ କହିଛନ୍ତି। ଦାମବାବୁ ଜ୍ଞାନୀ ଆଉ ମାନୀ ଲୋକ। ରାଜ୍ୟର ବିକାଶରେ ତାଙ୍କର ଅବଦାନ ରହିଛି ବୋଲି ସେ କହିଛନ୍ତି।

All Right Reserved By

ରାଜ୍ୟ |

ପୁରୀ ଷ୍ଟେଶନ ଲାଇଟ୍‌ ଗେଟ୍‌ ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୁରୀ ଷ୍ଟେଶନ ଲାଇଟ୍‌ ଗେଟ୍‌ ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୁରୀ ଅଫିସ,୨୦।୭: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଶୁକ୍ରବାର ପୁରୀ ସହରରେ ଲଗାଣ ବର୍ଷା ସହ ପ୍ରବଳ ବେଗରେ ପବନ ବୋହିବା ଯୋଗୁ ପୁରୀ ରେଳ ଷ୍ଟେଶନର ଦୁଇ ପ୍ରବେଶ ପଥରେ ଲାଗିଥିବା ଏକ ଲାଇଟ୍‌ ଗେଟ ଭାଙ୍ଗି ପଡ଼ିଛି।

‘ମୋ ସ୍କୁଲ’ କାର୍ଯ୍ୟକ୍ରମ ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ

‘ମୋ ସ୍କୁଲ’ କାର୍ଯ୍ୟକ୍ରମ ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ସ୍ଥାନୀୟ ୟୁନିଟ-୯ ଉଚ୍ଚ ବାଳକ ବିଦ୍ୟାଳୟର ପୂର୍ବତନ ଛାତ୍ର ସଂଘ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ତେଲେଙ୍ଗାନାର ସ୍ବତନ୍ତ୍ର ମୁଖ୍ୟ ଶାସନ ସଚିବ ବିଭୂପ୍ରସାଦ ଆଚାର୍ଯ୍ୟ, ବ୍ୟବସାୟୀ ତାରା ପ୍ରସାଦ ଧଳ, ପୂର୍ବତନ କ୍ରିକେଟ ତାରକା ଦେବାଶିଷ ମହାନ୍ତି ପ୍ରମୁଖ ‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ଉକ୍ତ ବାଳକ ବିଦ୍ୟାଳୟର ଉନ୍ନତି ପାଇଁ ଏହି ଟଙ୍କା ଦାନ କରିଥିବା ଜଣାପଡ଼ିଛି।

ବ୍ୟାସନଗର ସହର ଜଳମଗ୍ନ

ବ୍ୟାସନଗର ସହର ଜଳମଗ୍ନ

ଯାଜପୁର ରୋଡ,୨୦ା୭(ନି.ପ୍ର.)-ଲଘୁଚାପ ଜନିତ ବର୍ଷା ଫଳରେ ଶୁକ୍ରବାର ଯାଜପୁର ଜିଲା ବ୍ୟାସନଗର ଅଞ୍ଚଳରେ ବର୍ଷାଜଳ ନିଷ୍କାସିତ ହୋଇ ନପାରି ରାସ୍ତାରେ ଜମି ରହିଛି। ଫଳରେ ବ୍ୟାସନଗର ସହର ଜଳମଗ୍ନ ହୋଇଯାଇଛି।

ଯାଜପୁରରେ ପ୍ରବଳ ବର୍ଷା, ବନ୍ୟା ଆଶଙ୍କା

ଯାଜପୁରରେ ପ୍ରବଳ ବର୍ଷା, ବନ୍ୟା ଆଶଙ୍କା

ଯାଜପୁର ଅଫିସ,୨୦ା୭-ଯାଜପୁର ଜିଲାରେ ଶୁକ୍ରବାର ପ୍ରବଳ ବର୍ଷା ହୋଇ ବନ୍ୟା ଆଶଙ୍କା ଦେଖା ଦେଇଛି। ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ହାରାହାରି ୨୪.୩୦ମିମି ବର୍ଷା ରେକର୍ଡ କରାଯାଇଛି। ବୈତରଣୀ ନଦୀର ଜଳପତ୍ତନ ଆଖୁଆପଦା ଠାରେ ୧୬.୭୦ମିଟର ରହିଛି। ଏଠାରେ ବିପଦସଙ୍କୁଳ ୧୭.୮୩ମିଟର ପର୍ଯ୍ୟନ୍ତ ରଖାଯାଇଛି। ଫଳରେ ଯାଜପୁର,ବରୀ ଓ ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି।

ଡିସ୍‌ଚାର୍ଜ ହେବେନି ଜଗା ବଳିଆ: ସ୍ବାସ୍ଥ୍ୟମନ୍ତ୍ରୀ

ଡିସ୍‌ଚାର୍ଜ ହେବେନି ଜଗା ବଳିଆ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ୫ଜଣିଆ ଡାକ୍ତରୀ ଦଳ ସହିତ ଶୁକ୍ରବାର ଦିଲ୍ଲୀ ଏମ୍ସରେ ପହଞ୍ଚି ଯୋଡାମୁଣ୍ଡ ଶିଶୁ ଜଗାବଳିଆଙ୍କୁ ଭେଟିଛନ୍ତି। ସେଠାରେ ସେ ଜଗାବଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

୨୪ରେ ଛଡାହେବ ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ

୨୪ରେ ଛଡାହେବ ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ

ସମ୍ବଲପୁର,୨୦।୭(ବ୍ୟୁରୋ)- ହୀରାକୁଦ ଡ୍ୟାମରୁ ଆସନ୍ତା ୨୪ ତାରିଖରେ ପ୍ରଥମ ବନ୍ୟା ଜଳ ନିଷ୍କାସିତ ହେବ। ଏନେଇ ପ୍ରସ୍ତୁତି ଚାଲିଛି ବୋଲି ହୀରାକୁଦ ଡ୍ୟାମ ମୁଖ୍ୟ ଯନ୍ତ୍ରୀ ଚିନ୍ମୟ ରାଉତ ସୂଚନା ଦେଇଛନ୍ତି। ଶୁକ୍ରବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ଡ୍ୟାମର ଜଳସ୍ତର ୬୦୭.୮୭ ଫୁଟ ରହିଥିଲା। ପ୍ରତି ସେକେଣ୍ଡରେ ଡ୍ୟାମକୁ ୧,୧୧,୬୦୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ। ସେହିପରି ପ୍ରତି ସେକେଣ୍ଡରେ ଡ୍ୟାମରୁ ୧୨,୯୧୭ କ୍ୟୁସେକ ଜଳ ବିଭିନ୍ନ କେନାଲ ମାଧ୍ୟମରେ ନିଷ୍କାସିତ ହୋଉଥିଲା ।

ବାପାଙ୍କୁ ଖୋଜିବାକୁ ଯାଇ ବଜ୍ରପାତର ଶିକାର: ବିଲ ହିଡ଼ରେ ଟଳି ପଡ଼ିଲେ ପୁଅ

ବାପାଙ୍କୁ ଖୋଜିବାକୁ ଯାଇ ବଜ୍ରପାତର ଶିକାର: ବିଲ ହିଡ଼ରେ ଟଳି ପଡ଼ିଲେ ପୁଅ

ଖୁଣ୍ଟା,୨୦।୭: ଖୁଣ୍ଟା ଥାନା ଅଧିନ ଚୁନଡ଼ିହା ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରାଜେନ୍ଦ୍ର ବେହେରା।

ଭୁବନେଶ୍ୱର-ବ୍ୟାଙ୍କକ୍‌ ବିମାନସେବା ବନ୍ଦ ପ୍ରସଙ୍ଗ: କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-ବ୍ୟାଙ୍କକ୍‌ ବିମାନସେବା ବନ୍ଦ ପ୍ରସଙ୍ଗ: କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ନିକଟରେ ଏୟାର ଇଣ୍ଡିଆ ଭୁବନେଶ୍ୱରରୁ ବ୍ୟାଙ୍କକ୍‌ ବିମାନ ସେବା ବନ୍ଦ କରିଛି। ଏହି ସେବା ପୁନର୍ବାର ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁଙ୍କୁ ଶୁକ୍ରବାର ଚିଠି ଲେଖିଛନ୍ତି।

ଦାରିଙ୍ଗବାଡ଼ିରେ କଏନ୍‌ ଚଳୁନି, ଛୋଟ ବ୍ୟବସାୟୀଙ୍କ ସମେତ ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ିରେ କଏନ୍‌ ଚଳୁନି, ଛୋଟ ବ୍ୟବସାୟୀଙ୍କ ସମେତ ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୦।୭(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଏବେ ବଡ଼ ସମସ୍ୟା ମୁଣ୍ଡ ଟେକିଛି। ଟଙ୍କିକିଆ ଏବଂ ଦୁଇ ଟଙ୍କିଆ କଏନକୁ ବଡ଼ ବ୍ୟବସାୟୀ ମାନେ ଗ୍ରହଣ କରୁନାହାନ୍ତି। ଫଳରେ ହିତାଧିକାରୀଙ୍କ ସମେତ ଛୋଟ ଛୋଟ ବ୍ୟବସାୟୀମାନେ ହଇରାଣ ହେଉଛନ୍ତି।

ନିର୍ମାଣ ହେଉନି ପକ୍କା ରାସ୍ତା: ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଧାରଣା

ନିର୍ମାଣ ହେଉନି ପକ୍କା ରାସ୍ତା: ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଧାରଣା

ବନ୍ତଳା,୨୦।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମ ୧୧ ଓ ୧୨ନଂ ଓ୍ବାର୍ଡରେ ପଞ୍ଚାୟତ ଗଠନ ଦିନଠାରୁ ସରକାରଙ୍କର ଜନହିତକର ଯୋଜନା କାର୍ଯ୍ୟକାରୀ କରାଯାଇନାହିଁ। ପଞ୍ଚାୟତରେ ୧୫ଟି ଓ୍ବାର୍ଡ ଥିବାବେଳେ ୧୩ଟି ୱାର୍ଡର ଗଳି କନ୍ଦି କଂକ୍ରିଟ ରାସ୍ତା ନିର୍ମାଣ ସରିଛି। କିନ୍ତୁ ୧୧ ଓ ୧୨ନଂ ୱାର୍ଡବାସୀ ବାରମ୍ବାର ପଲ୍ଲୀସଭା, ଗ୍ରାମସଭାରେ ପ୍ରସ୍ତାବ ଦେଉଥିଲେ ମଧ୍ୟ କେନାଲ ପାର୍ଶ୍ୱରେ ଥିବା ରାସ୍ତାରେ ବାଲି ମୁଠାଏ ପକାଯାଉନାହିଁ।

ସଂସଦରେ ଅନାସ୍ଥା ଆଲୋଚନା ପ୍ରସ୍ତାବ: କକ୍ଷତ୍ୟାଗ କଲା ବିଜେଡି

ସଂସଦରେ ଅନାସ୍ଥା ଆଲୋଚନା ପ୍ରସ୍ତାବ: କକ୍ଷତ୍ୟାଗ କଲା ବିଜେଡି

ଭୁବନେଶ୍ୱର,୨୦।୭(ବ୍ୟୁରୋ): ସଂସଦରେ ଅନାସ୍ଥା ପ୍ରସ୍ତାବ ନେଇ ଆଲୋଚନା ପୂର୍ବରୁ ବିଜୁ ଜନତା ଦଳ ଏମ୍‌ପିମାନେ କକ୍ଷତ୍ୟାଗ କରିଛନ୍ତି। ସଂସଦୀୟ ଦଳ ନେତା ଭତ୍ତୃହରି ମହତାବ କହିଲେ ଯେ, ଅତିତର ଉପା ସରକାର ଓ ବର୍ତ୍ତମାନର ଏନ୍‌ଡିଏ ସରକାର ଓଡ଼ିଶାକୁ ଅବହେଳା କରି ଆସିଛନ୍ତି।

ଆମେ ବିଶ୍ୱାସ କରିପାରୁନୁ ସେମାନେ ଆଉ ନାହାନ୍ତି

ଆମେ ବିଶ୍ୱାସ କରିପାରୁନୁ ସେମାନେ ଆଉ ନାହାନ୍ତି

ଭଦ୍ରକ ଅଫିସ,୨୦।୭: ଭଦ୍ରକ ୧୬ନଂ ଜାତୀୟ ରାଜପଥ ରାହାଞ୍ଜ ଛକଠାରେ ଟ୍ରକ ଧକ୍କାରେ ଗୁରୁବାର ରାଣିତଲାଓ ଉଚ୍ଚ ବିଦ୍ୟାଳୟର ୫ଜଣ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଘଟଣାକୁ ନେଇ ଭାଙ୍ଗି ପଡ଼ିଛି ପରିବାର। ସାଙ୍ଗମାନଙ୍କୁ ହରାଇବାର ଦୁଃଖକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସହପାଠୀ।

Model This Week

ରୂପେଶ