ରାୟଗଡା

ମାଓବାଦୀଙ୍କ ହାତ ଛାଡ଼ିଲେ କ୍ୟାଡ଼ର ଦମ୍ପତି, ଉଭୟଙ୍କ ନଁ।ରେ ଥିଲା କୋଟିଏ ଟଙ୍କାର ପୁରସ୍କାର

ମାଓବାଦୀଙ୍କ ହାତ ଛାଡ଼ିଲେ କ୍ୟାଡ଼ର ଦମ୍ପତି, ଉଭୟଙ୍କ ନଁ।ରେ ଥିଲା କୋଟିଏ ଟଙ୍କାର ପୁରସ୍କାର

ମାଲକାନଗିରି,୨୩।୧୨(ଡି.ଏନ.ଏ.): ତେଲେଙ୍ଗାନା ପୋଲିସ ନିକଟରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ଜମ୍ପନା ଓ ତାଙ୍କ ସ୍ତ୍ରୀ ରଞ୍ଜିତା ଶନିବାର ଆତ୍ମସମର୍ପଣ କରିଛନ୍ତି। ଜମ୍ପନା ଆନ୍ଧ୍ର ଓଡ଼ିଶା ସ୍ପେଶାଲ ଜୋନାଲ କମିଟିର ସମ୍ପାଦକ ଥିଲେ। ଉଭୟେ ଓଡ଼ିଶା, ଆନ୍ଧ୍ର ଓ ଛତିଶଗଡ଼ରେ ସକ୍ରିୟ ଥିଲେ। ବିଭିନ୍ନ ରାଜ୍ୟ ପକ୍ଷରୁ ଦୁହିଁଙ୍କ ଉପରେ ଏକ କୋଟିରୁ ଅଧିକ ପୁରସ୍କାର ରାଶି ଘୋଷଣା କରାଯାଇଛି।

All Right Reserved By

Model This Week

Model This Week

ରାୟଗଡା

ସ୍ବତନ୍ତ୍ର ଉନ୍ନୟନ କାଉନ୍‌ସିଲ ବୈଠକ ଅନୁଷ୍ଠିତ

ସ୍ବତନ୍ତ୍ର ଉନ୍ନୟନ କାଉନ୍‌ସିଲ ବୈଠକ ଅନୁଷ୍ଠିତ

ନବରଙ୍ଗପୁର,୨୬।୪(ବି.ପ୍ର.): ସ୍ଥାନୀୟ ମିଶନଶକ୍ତି ବୈଠକ ଗୃହରେ ସ୍ବତନ୍ତ୍ର ଉନ୍ନୟନ କାଉନ୍‌ସିଲ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅନୁସୂଚିତ ଜନଜାତି ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୦ ବିଷୟ ଉପରେ ଆଲୋଚନା କରାଯାଇଥିଲା।

ସ୍କୁଲ ନ ଯାଇ କେନ୍ଦୁପତ୍ର ଫଡିରେ ଛାତ୍ରୀ

ସ୍କୁଲ ନ ଯାଇ କେନ୍ଦୁପତ୍ର ଫଡିରେ ଛାତ୍ରୀ

ନବରଙ୍ଗପୁର,୨୬।୪(ବି.ପ୍ର.)- ନବରଙ୍ଗପୁର ଜିଲାରେ ଶିକ୍ଷା ସଚେତନତା ହୋଇଛି ବାଟବଣା । ବିଦ୍ୟାଳୟରେ ପିଲାମାନେ ନାମ ଲେଖାଉଛନ୍ତି ସତ କିନ୍ତୁ ଛାତ୍ରୀଛାତ୍ରଙ୍କ ଉପସ୍ଥାପନ ବହୁ ମାତ୍ରାର କମୁଛି । ଅବିଭାବକଙ୍କ ମହଲରେ ସଚେତନତା ଅଭାବ ଯୋଗୁ କୋମଳମତି ଶିଶୁମାନେ ବିଦ୍ୟାଳୟକୁ ନଯାଇ କାଜୁ ତୋଳିବା, ଜଙ୍ଗଲରୁ କାଠ ସଂଗ୍ରହ କରିବା, କେନ୍ଦ୍ରପତ୍ର ତୋଳିବା ଆଦି କାର୍ଯ୍ୟରେ ନିୟୋଜିତ ହେଉଛନ୍ତି ।

ବିନା ଅନୁମତିରେ ଜଙ୍ଗଲ ଜମି ଖନନ

ବିନା ଅନୁମତିରେ ଜଙ୍ଗଲ ଜମି ଖନନ

ଡାବୁଗାଁ,୨୬।୪(ଡି.ଏନ.ଏ.)-ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ଜଙ୍ଗଲ ଓ ସରକାରୀ, ବେସରକାରୀ ଜମିରେ ଗାତ ଖୋଳି ଘରୋଇ ଟେଲିକମ ସଂସ୍ଥା ବିନା ଅନୁମତିରେ କେବୁଲ ଲାଇନ ପକାଉଛି କିନ୍ତୁ ଏନେଇ ବିଭାଗର ନିଘା ନାହିଁ । ଘରୋଇ ଟେଲିକମ ସଂସ୍ଥା କେବୁଲ ଲାଇନ ପକାଇବା ପାଇଁ ସରକାରୀ ବେସରକାରୀ ଜମି , ସଂରକ୍ଷିତ ଜଙ୍ଗଲ ଓ ଘରୋଇ ଜମିଗୁଡିକରେ ଜେସିବି ମେଶିନ ସାହାଯ୍ୟରେ ଖୋଳି କେବୁଲ ପକାଉଛନ୍ତି ।

ଆଦର୍ଶ ବିଦ୍ୟାଳୟରେ ଆଡମିଶନରୁ ୫ ଛାତ୍ରୀଛାତ୍ରୀ ବଞ୍ଚିତ

ଆଦର୍ଶ ବିଦ୍ୟାଳୟରେ ଆଡମିଶନରୁ ୫ ଛାତ୍ରୀଛାତ୍ରୀ ବଞ୍ଚିତ

ନବରଙ୍ଗପୁର,୨୬।୪(ବି.ପ୍ର.)-ନବରଙ୍ଗପୁର ଜିଲା ରାଇଘର ବ୍ଲକର ୫ ଛାତ୍ରୀଛାତ୍ର ଓଡିଶା ଆଦର୍ଶ ବିଦ୍ୟାଳୟରେ ପାଠ ପଢିବା ପାଇଁ ଚୟନ ହୋଇଥିବା ସତ୍ତ୍ୱେ ଆଡମିଶନରୁ ବଞ୍ଚିତ ହୋଇଛନ୍ତି । ସେମାନେ ପଢୁଥିବା ଏକ ଘରୋଇ ବିଦ୍ୟାଳୟରେ ଏନଓସି ନ ଥିବାରୁ ଛାତ୍ରୀଛାତ୍ରମାନେ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ଗୁରୁପ୍ରିୟା ସେତୁକୁ ଜଗିବ  ସି.ସି. ଟିଭି

ଗୁରୁପ୍ରିୟା ସେତୁକୁ ଜଗିବ ସି.ସି. ଟିଭି

ମାଲକାନଗିରି, ୨୬।୪(ଡି.ଏନ.ଏ.)-ମାଲକାନଗିରି ଜିଲାର ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରିବାକୁ ନିର୍ମାଣାଧୀନ ଗୁରୁପ୍ରିୟା ସେତୁର ତଦାରଖ ଓ ସୁରକ୍ଷା ପାଇଁ ସି.ସି. ଟିଭି ବ୍ୟବସ୍ଥା ପାଇଁ ପ୍ରସ୍ତାବ ରଖାଯାଇଛି । ପୂର୍ବରୁ ଏହି ସେତୁ ପାଇଁ ବହୁବାର ଟେଣ୍ଡର କରାଯିବା ପରେ ମଧ୍ୟ କୌଣସି କମ୍ପାନୀ ମାଓବାଦୀଙ୍କ ଭୟ ଯୋଗୁ ଟେଣ୍ଡରରେ ସାମିଲ ହୋଇ ନ ଥିଲେ। ପରେ ଏକ କମ୍ପାନୀ କାର୍ଯ୍ୟ ଆରମ୍ଭ କରି ମଧ୍ୟ ମାଓବାଦୀଙ୍କ ଭୟରେ କାମ ଛାଡ଼ି ଅଧାରୁ ଚାଲିଯାଇଥିଲା।

ଡିଡାୟୀ ଜନଜାତି ବାହାଘର: ଯେଉଁଠି କନ୍ୟାକୁ ଆତ୍ମକୌଶଳ ତାଲିମ ମିଳିଥାଏ

ଡିଡାୟୀ ଜନଜାତି ବାହାଘର: ଯେଉଁଠି କନ୍ୟାକୁ ଆତ୍ମକୌଶଳ ତାଲିମ ମିଳିଥାଏ

ମାଲକାନଗିରି,୨୬।୪(ଡି.ଏନ.ଏ)-ପାରମ୍ପରିକ ବାଦ୍ୟ ଯନ୍ତ୍ରରେ ଫାଟି ପଡ଼େ ଗ୍ରାମ । ପାଦକୁ ପାଦ ମିଶାଇ ନାଚି ଉଠେ, ଆଦିବାସୀଙ୍କ ମନ। ସକାଳର ସୂର୍ଯ୍ୟ କିରଣ ଆଉ ରଙ୍ଗ ବେରଙ୍ଗ ଫୁଲର ପସରା ଯେତିକି ଆତ୍ମ ସନ୍ତୋଷ ଦେଇଥାଏ ତାହାଠାରୁ ଅଧିକ ସୁନ୍ଦର ଏଠାକାର ଡିଡାୟୀ ଜନଜାତିର ଲୋକଙ୍କ ପରମ୍ପରା ଓ ସଂସ୍କୃତି।

ପିଡିଏସ୍‌ ଚାଉଳରୁ ୧୦ ଗ୍ରାମର ବାସିନ୍ଦା ବଞ୍ଚତ୍ତ

ପିଡିଏସ୍‌ ଚାଉଳରୁ ୧୦ ଗ୍ରାମର ବାସିନ୍ଦା ବଞ୍ଚତ୍ତ

କୋରାପୁଟ,୨୬।୪(ସ୍ବ.ପ୍ର) ଦୁଇ ମାସ ହେଲା ପିଡିଏସ ଚାଉଳ ଓ କିରୋସିନ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି ଦଶମନ୍ତପୁର ବ୍ଲକର ୧୦ ଟି ଗ୍ରାମର ବାସିନ୍ଦା । ସେମାନେ ବୁଧବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦଶମନ୍ତପୁର ବ୍ଲକର ଫୁଲବେଡା ପଞ୍ଚୟତର ଓଡପୁରଠାରେ ଥିବା ମା’ ଦୁର୍ଗା ଏସଏଚଜି ଜରିଆରେ ଖାଉଟି ସମାଗ୍ରୀ ପ୍ରଦାନ କରାଯାଉଥିଲା।

ଜୟପୁର-ନବରଙ୍ଗପୁର ରେଳପଥ:ଜମି ଅଧିଗ୍ରହଣ ନିମନ୍ତେ ନିଯୁକ୍ତ ହେବେ ୧୧ ଆରଆଇ

ଜୟପୁର-ନବରଙ୍ଗପୁର ରେଳପଥ:ଜମି ଅଧିଗ୍ରହଣ ନିମନ୍ତେ ନିଯୁକ୍ତ ହେବେ ୧୧ ଆରଆଇ

ଜୟପୁର,୨୬।୪(ଡି.ଏନ୍‌.ଏ) ଜୟପୁର-ନବରଙ୍ଗପୁର ରେଳପଥ ନିର୍ମାଣ ନିମନ୍ତେ ଆବଶ୍ୟକ ଜମି ଅଧିଗ୍ରହଣ ଲାଗି ଜୟପୁର ତହସିଲର ୬ଜଣ ଏବଂ ବୋରିଗୁମ୍ମା ତହସିଲର ୫ଜଣ ରାଜସ୍ବ ନିରୀକ୍ଷକଙ୍କୁ ଡେପୁଟେଶନରେ ନିଯୁକ୍ତି ଦିଆଯିବ ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।ଜୟପୁର- ନବରଙ୍ଗପୁର ୩୮ କିଲୋମିଟର ରେଳପଥ ନିର୍ମାଣ ନିମନ୍ତେ ବାଧକ ସାଜୁଥିବା ଜମିକୁ ଅଧିଗ୍ରହଣ ନିମନ୍ତେ ଏହି ନିଯୁକ୍ତି ଦିଆଯାଇଛି ।

  ବିଶ୍ବ ମ୍ୟାଲେରିଆ ଦିବସ ପାଳିତ

ବିଶ୍ବ ମ୍ୟାଲେରିଆ ଦିବସ ପାଳିତ

ମାଥିଲି , ୨୫।୪ (ଡି.ଏନ.ଏ): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ବଳଦିଆଗୁଡାସ୍ଥିତ ଏସଏସଡି ବାଳିକା ଊଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ବିଶ୍ବ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି ।

ସୁପରଭାଇଜରଙ୍କୁ ଗଳାକାଟି ହତ୍ୟା

ସୁପରଭାଇଜରଙ୍କୁ ଗଳାକାଟି ହତ୍ୟା

ମାଲକାନଗିରି,୨୫।୪(ସ୍ବ.ପ୍ର.): ମାଲକାନଗିରି ସୀମାନ୍ତରେ ପୁଣି ମାଓବାଦୀ ଆତଙ୍କ ଦେଖାଦେଇଛି। ସୀମାନ୍ତ ଛତିଶଗଡର ଗଡମିରି ଗ୍ରାମରେ ଜଣକ ଗଳାକାଟି ହତ୍ୟା କରିଛନ୍ତି। ତାଙ୍କ ନାମ ଶିକୁ ରାଜୁ।

ସଡ଼କ ସୁରକ୍ଷା ସପ୍ତାହ ପାଳିତ

ସଡ଼କ ସୁରକ୍ଷା ସପ୍ତାହ ପାଳିତ

ଗୁଣପୁର,୨୫। ୪(ଡ଼ି.ଏନ.ଏ)-ଗୁଣପୁରରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ବାଇକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ନୂତନ ବସଷ୍ଟାଣ୍ଡଠାରେ ପହଞ୍ଚତ୍ଥିଲା ।

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ

ସୁନାବେଡ଼ା,୨୫।୪(ଡ଼ି.ଏନ.ଏ)-ସୁନାବେଡ଼ା ପୌର ପରିଷଦର ବିଭିନ୍ନ ଓ୍ବାର୍ଡ଼ରେ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନଗରପାଳିିକା ଶୁଭଶ୍ରୀ ମଲ୍ଲିକ, କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବାସ୍ଥିକ ଯାମେଦାର, ଓ୍ବାର୍ଡ଼ମେମ୍ବର ବିଦୁ ବିଶୋଇ, ପୌର ପରିଷଦର କର୍ମଚାରୀ ଯୋଗ ଦେଇଥିଲେ । ବର୍ଷା ଦିନ ପୂର୍ବରୁ ଉକ୍ତ କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି ।