ରାୟଗଡା

‘ଆମେ ରାସ୍ତା ବିରୋଧୀ ନୁହେଁ’ : ଅଡିଓ ଟେପ ଜାରି କଲେ ମାଓବାଦୀ ନେତା ବେଣୁ

‘ଆମେ ରାସ୍ତା ବିରୋଧୀ ନୁହେଁ’ : ଅଡିଓ ଟେପ ଜାରି କଲେ ମାଓବାଦୀ ନେତା ବେଣୁ
ମାଲକାନଗିର,୨୩।୧୨(ଡି.ଏନ୍‌.ଏ)- ମାଓବାଦୀ ନେତା ବେଣୁଙ୍କ ଅଡିଓ ଟେପ ଜାରି ହୋଇଛି। ମାଲକାନଗିରି ଜିଲାର ଖଣିଜ ଓ ଜଙ୍ଗଲ ସମ୍ପଦ ଲୁଟି ନେବା ପାଇଁ ରାସ୍ତା ନିର୍ମାଣ କରାଯାଉଛି। ୭୦ ବର୍ଷ ହେଲା ବଣ୍ଡା ଘାଟିରେ ପୂର୍ବରୁ ରାସ୍ତାଥିଲେ ମଧ୍ୟ କେଉଁ କାରଣରୁ ବଣ୍ଡାଙ୍କ ବିକାଶ ହୋଇପାରିଲା ନାହିଁ। ଅନାହାର ମୃତ୍ୟୁ, ରୋଗ, ଚାଷୀ ଆମତ୍ହତ୍ୟା, ଶିଶୁମୃତ୍ୟୁ, ବଣ୍ଡା ଯୁବତୀମାନେ ଦାଦନ ଖଟିବାକୁଯାଇ ନିଖୋଜ ଇତ୍ୟାଦି ଅନେକ ଘଟଣା ଘଟିଥିଲେ ମଧ୍ୟ ସରକାର କାହିଁକି ତା’ର ସମାଧାନ କରିପାରି ନାହାନ୍ତି। ବର୍ତ୍ତମାନ ୧୫ ମିଟର ଚଉଡ଼ାରେ ରାସ୍ତା ନିର୍ମାଣ ହେଲେ କ’ଣ ଆଦିବାସୀଙ୍କ ସମସ୍ୟା ଦୂର ହୋଇଯିବ। ବରଂ ଆଦିବାସୀଙ୍କ ବିକାଶ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଆଦିବାସୀମାନଙ୍କୁ ବିନାଶ କରିବା ପାଇଁ ସରକାର ଯୋଜନା କରୁଛନ୍ତି। ଗୁରୁପ୍ରିୟା ସେତୁ ନିର୍ମାଣହେଲେ ମାଓବାଦୀ ଲୋପ ପାଇଯିବେ ବୋଲି ପୋଲିସ ଯାହା କହୁଛି। ତାହା ମାଓବାଦୀ ନୁହେଁ ସରକାରଙ୍କ ଭୁଲ ନୀତି ଯୋଗୁ ଆଦିବାସୀଙ୍କ ଧନସମ୍ପତ୍ତି, ଖଣିଜ ଓ ଜଙ୍ଗଲ ସମ୍ପଦ ଲୁଟ ହେବା ସହ ଆଦିବାସୀଙ୍କୁ ଲୋପ କରିଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ବିଏସଏଫ କ୍ୟାମ୍ପ କରି ସେମାନଙ୍କ ସୁରକ୍ଷା ପରିବର୍ତ୍ତେ ବିପଦକୁ ଠେଲି ଦେଉଛନ୍ତି। ମାଓବାଦୀମାନେ ନିରିହ ଆଦିବାସୀଙ୍କୁ ମାରୁଥିବା ଯେଉଁ ପୋଷ୍ଟର ମରାଯାଇଛି ତାହା କୌଣସି ଆଦିବାସୀ ସଂଗଠନର ହୋଇ ନ ଥିବ। ପୋଲିସ ଗତ ବର୍ଷ ରାମନାଗୁଡ଼ାଠାରେ ୯ ଜଣ ନିରୀହ ଆଦିବାସୀ ଯୁବତୀ ଯୁବକ, କତାପାଲ୍ଲୀରେ ୩ ଜଣ, ତଣ୍ଡିକିରେ ୪ ଜଣଙ୍କୁ ଏନକାଉଣ୍ଟର କରି ହତ୍ୟା କରିଥିଲା ବେଳେ ଆଦିବାସୀ ସଂଗଠନ ଗୁଡ଼ିକ ସେ ସମୟରେ ପୋଲିସ ବିରୋଧରେ କାହିଁକି ପ୍ରତିବାଦ କଲେ ନାହିଁ। ଯେଉଁ ଆଦିବାସୀମାନେ ପୋଲିସକୁୁ ସହଯୋଗ କରି ମାଓବାଦୀଙ୍କ ବିରୋଧରେ ସୂଚନା ଦେଉଛନ୍ତି ସେମାନଙ୍କ ବିଚାର ସେହି ଅଞ୍ଚଳର ପ୍ରଜାମାନଙ୍କୁ ନେଇ କରାଯାଉଛି। ଅନେକଙ୍କୁ ସତର୍କ କରାଇ ଛାଡ଼ିଦିଆଯାଉଥିଲା ବେଳେ ଯେଉଁମାନେ ଏଥିରୁ ନିବୃତ ରହୁନାହାନ୍ତି ସେମାନଙ୍କୁ ପ୍ରଜାକୋର୍ଟରେ ସମସ୍ତଙ୍କର ମତାମତ ନିଆଯାଇ ଦଣ୍ଡ ଦିଆଯାଉଛି। ଆମ ସଂଗଠନ ସହ ସାମ୍ନାସାମ୍ନି ଆଦିବାସୀଙ୍କ ବିକାଶ ସମ୍ବନ୍ଧରେ ଆଲୋଚନା ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ଗଣମାଧ୍ୟମକୁ ଦେଇଥିବା ଅଡିଓ ଟେପରେ ବେଣୁ ନିଜର ବକ୍ତବ୍ୟ ଜାରି କରିଛନ୍ତି।
All Right Reserved By

ରାୟଗଡା

ଅଗ୍ନିଶମ ବିଭାଗ ୬ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ

ଅଗ୍ନିଶମ ବିଭାଗ ୬ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ

ଗୁମ୍ମା,୨୪ା୯(ଡି.ଏନ.ଏ) ରାଜ୍ୟ ଅଗ୍ନିଶମ ବିଭାଗ ସଂଘ ନିର୍ଦ୍ଦେଶ କ୍ରମେ ସୋମଠାରୁ ଗଜପତି ଜିଲା ଗୁମ୍ମା ବ୍ଲକର ଅଗ୍ନିଶମ ବିଭାଗ କର୍ମଚାରୀ ୬ ଦଫା ଦାବି ନେଇ ଅର୍ନିଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । 

ଏନଏସଏସ ଦିବସ ପାଳିତ

ଏନଏସଏସ ଦିବସ ପାଳିତ

ମାଥିଲି , ୨୪।୯ (ଡି.ଏନ.ଏ) - ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଉଦୁଲିବେଡା ପୋଷ୍ୟ ଗ୍ରାମଠାରେ ସୋମବାର ସ୍ଥାନୀୟ ଗୋବିନ୍ଦପାଲି ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ ତରଫରୁ ଏନଏସଏସ (ଜାତୀୟ ସେବା ଯୋଜନା) ଦିବସ ପାଳିତ ହୋଇଯାଇଛି । ପ୍ରଥମେ କଲେଜ ପରିସରରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା । ପରେ କଲେଜ ଠାରୁ ଛାତ୍ରୀଛାତ୍ରମାନେ ଶୋଭାଯାତ୍ରାରେ ଉଦୁଲିବେଡା ପୋଷ୍ୟ ଗ୍ରାମରେ ପହଞ୍ଚତ୍ଥିଲେ । 

 ଏମଜିଏନଆରଇଜିଏସର ସାମାଜିକ ସମୀକ୍ଷା

ଏମଜିଏନଆରଇଜିଏସର ସାମାଜିକ ସମୀକ୍ଷା

ମାଥିଲି , ୨୪।୯ (ଡି.ଏନ.ଏ) - ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଉଦୁଲିବେଡା ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଏମଜିଏନଆରଇଜିଏସର ସାମାଜିକ ସମୀକ୍ଷା ଅନୁଷ୍ଠିତ ହୋଇଥିଲା । ଉଦୁଲିବେଡା ପିଇଓ ଅଶୋକ ମହାରଣାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ବୈଠକରେ ମାଲକାନଗିରିରୁ ୨ ଅଧିକାରୀ ଉପସ୍ଥିତ ରହି ବାର୍ଷିକ ଏମଜିଏନଆରଇଜିଏସରେ ଗତ ୨୦୧୭ ଅକ୍ଟୋବରରୁ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ୬ ମାସ ମଧ୍ୟରେ ହୋଇଥିବା କ୍ୟାଶ ରେକର୍ଡର ସମୀକ୍ଷା କରିଥିଲେ ।

୨୬ ଅଭିଯୋଗ ଶୁଣିଲେ ଜିଲାପାଳ

୨୬ ଅଭିଯୋଗ ଶୁଣିଲେ ଜିଲାପାଳ

ମାଥିଲି, ୨୪।୯ (ଡି.ଏନ.ଏ) - ମାଲକାନଗିରି ଜିଲା ମାଥିଲି ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ସୋମବାର ଜିଲାପାଳ ମନିଷ ଅଗ୍ରଓ୍ବାଲ ଅଭିଯୋଗ ଶୁଣାଣି କରିଥିଲେ। ବ୍ଲକ ଅଞ୍ଚଳର ୧୩ଟି ସାମୁହିକ ଏବଂ ୧୩ଟି ବ୍ୟକ୍ତିଗତ ଅଭିଯୋଗର ଶୁଣାଣି ହୋଇଥିଲା। ପିଡି ଡିଆରଡିଏ ଲିଙ୍ଗରାଜ ପଣ୍ତା,  ଉପଜିଲାପାଳ ରାମେଶ୍ବର ପ୍ରଧାନ, ଏସଡିପିଓ ଶ୍ରବଣ ବିବେକ, ବିଡିଓ ଆଶିଷ କୁମାର ଭୋଇ, ତହସିଲଦାର ମାଘବନ ବାଘ, ଆଇଆଇସି ଜନ ଖୁଜୁରଙ୍କ ସମେତ ସମସ୍ତ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ

ଦାମନଯୋଡ଼ିରେ ନୂଆଖାଇ ଭେଟ୍‌ଘାଟ

ଦାମନଯୋଡ଼ିରେ ନୂଆଖାଇ ଭେଟ୍‌ଘାଟ

ଦାମନଯୋଡ଼ି,୨୪।୯(ଡି.ଏନ୍‌.ଏ.)ଦାମନଯୋଡ଼ିରେ ରହୁଥିବା ପଶ୍ଚିମ ଓଡ଼ିଶା ଭାଇଭଉଣୀଙ୍କ ପକ୍ଷରୁ ନୂଆଖାଇ ଭେଟ୍‌ଘାଟ୍‌ ପାଳିତ ହୋଇଛି। ରବିବାର ସେକ୍ଟର-୩ ମନ୍ଦିରରେ ଏଥିପାଇଁ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା। ନୂଆ ଚାଉଳରେ ତିଆରିଗୁଡ଼ାକୁ ଶ୍ରୀଜଗନ୍ନାଥ ଓ ମା’ ସମଲେଶ୍ୱରୀଙ୍କଠାରେ ଭୋଗ ଲାଗି ହୋଇଥିଲା। ମା’ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ପରେ ସମସ୍ତେ ମା’ଙ୍କ ଆଶୀର୍ବାଦ ନେଇଥିଲେ। ଦାମନଯୋଡ଼ି ନୂଆଖାଇ ଭେଟ୍‌ଘାଟ୍‌ କମିଟିର ସଦସ୍ୟ ଅମରନାଥ ନାମଦେବ ଓ ଚନ୍ଦ୍ରଭାନୁ ବାଘଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କମିଟି ପକ୍ଷରୁ ପି.କେ. ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଲିଲିମା ପ୍ରଧାନ ମଞ୍ଚ ସଂଯୋଜନା କରିଥିଲେ। ସଦସ୍ୟ ଶେଷଦେବ ଶତପଥୀ, ତପେଶ୍ୱର ମେହେରା, ପୀତବାସ ପାଣ୍ଡେ, ସୁରେନ୍ଦ୍ର କହଁର, ଗିରିଧାରୀ ତିର୍କି, ଅଶ୍ୱିନୀ ଭୋଇ, ନିରଞ୍ଜନ ଗୌଡ଼, ଜଳେନ୍ଦ୍ର ତ୍ରିପାଠୀ, କପିଳାସ କର୍ଣ୍ଣ, ପ୍ରଶାନ୍ତ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ରୋଗୀ ପରିଚାଳନା ତାଲିମ ଶିବିର

ରୋଗୀ ପରିଚାଳନା ତାଲିମ ଶିବିର

ଜୟପୁର,୨୪।୯(ଡି.ଏନ୍‌.ଏ.): ଜୟପୁରସ୍ଥିତ ଜିଲା ଚିକିତ୍ସାଳୟରେ ନ୍ୟାସନାଲ କ୍ୱାଲିଟି ଆସ୍ୟୁରାନ୍ସ ସର୍ଭିସ ପକ୍ଷରୁ  ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି ଶିବିରରେ ସିଡିଏମ୍‌ଓ ଡା. ଲଳିତ ମୋହନ ରଥ ଯୋଗଦେଇ ଶୁଭାରମ୍ଭ କରିଥିଲେ। ଚିକିସତ୍। ସହିତ ରୋଗୀଙ୍କୁ ଉତ୍ତମ ବ୍ୟବହାର, ପରିଚାଳନା ଏବଂ ପ୍ରତିଦିନ ରୋଗୀଙ୍କ ସମ୍ପର୍କିତ ଆସୁଥିବା ସମସ୍ୟାକୁ ଉତ୍ତମ ଭାବେ ସମଧାନ ପାଇଁ ତାଲିମ ଦିଆଯାଉଛି। ଏଥିରେ ମାଷ୍ଟର ଟ୍ରେନର ଭାବେ ଦିଲ୍ଲୀରୁ ଡା. ଧନେଶ୍ୱର ଲାଲ ଯୋଗ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜୟପୁର ଚିକିସତ୍।ଳୟ ସୁପରିଣ୍ଟେଣ୍ଡେଣ୍ଟ ଡା. ଦଧିବାମନ ତ୍ରିପାଠୀ, ଏଡିଏମ୍‌ଓ ତଥା ଡିପିଏଚଓ ଡା. ଅରୁଣ ପାଢ଼ୀ, ଏନଆରଏଚଏମ ଡିପିଏମ ଶୁଭ୍ରକାନ୍ତ ଗନ୍ତାୟତ ଉପସ୍ଥିତ ଥିଲେ। ଚିକିସତ୍।ଳୟ ମ୍ୟାନେଜର ରୁପସି ମଧୁମିତା ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଅଭିଭାବକ ସମ୍ମିଳନୀ

ବାଲିମେଳା, ୨୪।୯ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ରବିବାର ଅପରାହ୍ନ ୩ଟାରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି କୃପାସିନ୍ଧୁ ବିଶ୍ୱାଳ, ଉପସଭାପତି ଭିକାରୀ ଚରଣ ମଲିକ, ସହ ସମ୍ପାଦକ ମନୋଜ ଖଣ୍ଡୁଆଳ ଓ କୋଷାଧ୍ୟକ୍ଷ ଅକ୍ଷୟ ବିଶ୍ୱାଳ ଯୋଗ ଦେଇଥିଲେ।  

ଦଶହରା ପାଇଁ  ପ୍ରସ୍ତୁତି ବୈଠକ

ଦଶହରା ପାଇଁ ପ୍ରସ୍ତୁତି ବୈଠକ

 ମାଥିଲି , ୨୪।୯ (ଡି.ଏନ.ଏ) : ମାଲକାନଗିରି ଜିଲା ମାଥିଲି ବ୍ଲକ ସଦର ଦୁର୍ଗାମଣ୍ତପଠାରେ ଆସନ୍ତା ଦଶହରା ପାଳନ ନେଇ ରବିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଗୌରୀ ବଟେଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ଥାନା ଆଇଆଇସି ଜନ ଖୁଜୁର, ଜିଲା ପରିଷଦ ସଭ୍ୟ ବାଲରାଜୁ କପେଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ, ଯୁବପୀଢିି, ପ୍ରମୁଖ  ଉପସ୍ଥିତ ଥିଲେ । ଆସନ୍ତା ଦଶହରା ଉତ୍ସବ ଶାନ୍ତିଶୃଙ୍ଖଳାର ସହ ଧୁମଧାମରେ ପାଳନ କରିବାକୁ ଆଲୋଚନା କରାଯାଇଥିଲା ।  ଏହି ଅବସରରେ ଦଶହରା ପୂଜା କମିଟି ଗଠନ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ କାନାମରାଜୁ ନାୟକ, ଗ୍ରାମ ମୁଖିଆ ନରସିଂହ ନାୟକ, ହେମନ୍ତ ରାଜୁଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।

ଆଦର୍ଶ ବିଦ୍ୟାଳୟ ଛାତ୍ରୀ ରାଜ୍ୟସ୍ତରୀୟ  କ୍ରୀଡାକୁ   ମନୋନୀତ

ଆଦର୍ଶ ବିଦ୍ୟାଳୟ ଛାତ୍ରୀ ରାଜ୍ୟସ୍ତରୀୟ କ୍ରୀଡାକୁ ମନୋନୀତ

କାଶୀନଗର,୨୪।୯(ଡି.ଏନ୍‌.ଏ.):କାଶୀନଗର ବ୍ଲକର ଆଲଡାସ୍ଥିତ ଆଦର୍ଶ ବିଦ୍ୟାଳୟ ଛାତ୍ରୀ ଜ୍ୟୋର୍ତିମୟୀ ବେହେରା ଜିଲାସ୍ତରୀୟ ୧୦୦ ଓ ୨୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ପ୍ରଥମ, ଲମ୍ବାଡିଆଁରେ ପ୍ରଥମ ହୋଇ ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି ା ଏହି ପ୍ରତିଯୋଗିତା ଗୋଷାଣି ବ୍ଲକର ଗାରାବନ୍ଧାଠାରେ ଗତ ୧୯,୨୦, ୨୧ରେ ଅନୁଷ୍ଠିତ ହୋଇଥିଲା ା ଏହା ପୂର୍ବରୁ ଜ୍ୟୋର୍ତିମୟୀ  ରାଜ୍ୟସ୍ତରକୁ ମନୋନୀତ ହୋଇ ବଲାଙ୍ଗିର ଓ କଟକ ବାରବାଟି ଷ୍ଟାଡିୟମରେ ଖେଳିବାକୁ ଯାଇଥିଲେ। ଆଦର୍ଶ ବିଦ୍ୟାଳୟର କ୍ରୀଡା ଶିକ୍ଷକ ବିଶ୍ୱବିଜୟୀ ବିବେକାନନ୍ଦ ବେହେରାଙ୍କ ଦ୍ୱାରା ସେ ପ୍ରଶିକ୍ଷଣ ନେଇଥିବାରୁ ତାଙ୍କୁ  କୃତଜ୍ଞତା ଜ୍ଞାପନ କରିଛନ୍ତି।  

 ଶିଶୁମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ

ଶିଶୁମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, ୨୪।୯ (ସ୍ବ.ପ୍ର.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ପରିଚ୍ଛା ମଠ ପରିସରରେ ରବିବାର ବାଲମୁକୁନ୍ଦ କେନ୍ଦ୍ର ପକ୍ଷରୁ ଯୋଗାସନ କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେହିପରି ନିୟତି ଅନୁଷ୍ଠାନ ପକ୍ଷରୁ ନିର୍ଦ୍ଦେଶକ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ପ୍ରସ୍ତାବିତ କାର୍ଯ୍ୟକ୍ରମ ‘ଏ ନୁହେଁ କାହାଣୀ’ ମଧ୍ୟ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଆଦିତ୍ୟ ବାହିନୀର ନଗର ସଭାପତି ଗଣନାଥ ଖଡ଼ଗରାୟ ଯୋଗଦେଇ ଭକ୍ତିରସ ଅବତାର ଜଗତଗୁରୁ କୃପାଳୁଜୀ ମହାରାଜାଙ୍କ ଆରତି କରିଥିଲେ ।

ମୁଁ ହିରୋ, ମୁଁ ଓଡ଼ିଶା କାର୍ଯ୍ୟକ୍ରମରେ ୫ ସମ୍ବର୍ଦ୍ଧିତ

ମୁଁ ହିରୋ, ମୁଁ ଓଡ଼ିଶା କାର୍ଯ୍ୟକ୍ରମରେ ୫ ସମ୍ବର୍ଦ୍ଧିତ

ତେନ୍ତୁଳିଖୁଣ୍ଟି,୨୪।୯(ଡି.ଏନ୍‌.ଏ): ତେନ୍ତୁଳିଖୁଣ୍ଟି  ବ୍ଲକ୍‌ ତେନ୍ତୁଳିଖୁଣ୍ଟିସ୍ଥିତ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ସାଂସ୍କୃତିକ ମଣ୍ଡପରେ ମୁଁ ହିରୋ, ମୁଁ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଧାୟକ ମନୋହର ରନ୍ଧାରୀ, ବ୍ଲକ୍‌ ଅଧ୍ୟକ୍ଷା ଦେବକୀ ନାୟକ ଅତିଥି ଭାବେ ଯୋଗଦେଇ ଯୁବପିଢ଼ିଙ୍କ ଲୁକାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି। କାର୍ଯ୍ୟକ୍ରମରେ ୨ଶହ ପ୍ରତିଯୋଗୀ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ୫ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପ୍ରଫୁଲ୍ଲ ନାଗ,  ସୂର୍ଯ୍ୟ ରନ୍ଧାରୀ, ସୁବାସ ଦାଶ, ସୁବାସ ଗରଡ଼ା, ପ୍ରେସିମଣି ଖିଲ ଉପସ୍ଥିତ ଥିଲେ।  ଭୋଳାନାଥ ନାୟକ ଓ ଦେବସ୍ମିତା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

୧୯ ହିତାଧିକାରୀଙ୍କୁ  ଗ୍ୟାସ୍‌ ପ୍ରଦାନ

୧୯ ହିତାଧିକାରୀଙ୍କୁ ଗ୍ୟାସ୍‌ ପ୍ରଦାନ

ପାପଡ଼ହାଣ୍ଡି,୨୪ା୯(ଡି.ଏନ୍‌.ଏ.)
ପାପଡ଼ହାଣ୍ଡି ବ୍ଲକ୍‌ ପାତ୍ରୀଠାରେ ରବିବାର ବନ ବିଭାଗର ଆମ ଜଙ୍ଗଲ ଯୋଜନାରେ ୧୯ ଜଣ ହିତାଧିକାରୀଙ୍କୁ  ଗ୍ୟାସ୍‌ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତ୍ରା, ବ୍ଲକ୍‌ ଅଧ୍ୟକ୍ଷା ସେବତୀ ସାନ୍ତା, ଉପାଧ୍ୟକ୍ଷ ତ୍ରିନାଥ ପ୍ରଧାନ, ସମିତି ସଭ୍ୟା ସୁଜାତା ନାୟକ, ସରପଞ୍ଚ ଯଦୁ ନାୟକ, ଫରେଷ୍ଟର ରାମଚନ୍ଦ୍ର ଜାନୀ, ପ୍ରମୁଖ ଯୋଗଦେଇଥିଲେ।