ରାୟଗଡା

ସୀମାନ୍ତରେ ୨୨ ଗାଡ଼ି ଜାଳିଦେଲେ ମାଓବାଦୀ

ସୀମାନ୍ତରେ ୨୨ ଗାଡ଼ି ଜାଳିଦେଲେ ମାଓବାଦୀ

ମାଲକାନଗିରି,୨୨।୧୨(ଡି.ଏନ୍‌.ଏ.): ସୀମାନ୍ତ ଛତିଶଗଡ଼ର ସୁକ୍‌ମା ଜିଲାରେ ଗୁରୁବାର ରାତିରେ ମାଓବାଦୀମାନେ ବ୍ୟାପକ ପୋଡ଼ାଜଳା କରିଛନ୍ତି। ରାସ୍ତାକାମରେ ଲାଗିଥିବା ୨୨ରୁ ଊର୍ଦ୍ଧ୍ୱ ଗାଡ଼ି ସେମାନେ ପୋଡ଼ିଛନ୍ତି। ସୂଚନା ଅନୁଯାୟୀ, ସୁକ୍‌ମା ଜିଲାର କିସ୍ତାରାମ ଥାନା ଅନ୍ତର୍ଗତ କାସାରାମ ନିକଟରେ ରାସ୍ତା କାର୍ଯ୍ୟରେ ଅନେକ ଗାଡ଼ି ନିୟୋଜିତ ହୋଇଥିଲା। ନିର୍ମାଣକାରୀ ସଂସ୍ଥା ସେଠାରେ ଅନେକ ସରଞ୍ଜାମ ରଖିଥିଲେ। କିସ୍ତାରାମ ଓ ଚିନ୍ତଲନାର ମଧ୍ୟରେ ଏହି ରାସ୍ତା ତିଆରି ଚାଲିଥିଲା। ଗୁରୁବାର କାମ ସାରି ଶ୍ରମିକ ଓ ଗାଡ଼ିର ଡ୍ରାଇଭରମାନେ ରାତିରେ ସେଠାରେ ଶୋଇଯାଇଥିଲେ। ଗୋଟିଏ ସ୍ଥାନରେ ରହିଥିଲା କାମରେ ନିୟୋଜିତ ଗାଡ଼ି ଓ ସରଞ୍ଜାମ। ରାସ୍ତା ନିର୍ମାଣକୁ ବିରୋଧ କରୁଥିବା ମାଓବାଦୀମାନେ ସେଠାରେ ପହଞ୍ଚତ୍ ପ୍ରାୟ ୧୮ଟି ଟ୍ରାକ୍ଟର, ୩ଟି ହାଇୱା, କେତୋଟି ଅଟୋ ରିକସା ଓ ଗୋଟିଏ ରୋଲର ପୋଡ଼ି ଦେଇଥିଲେ। ଶ୍ରମିକ ଓ ଡ୍ରାଇଭରମାନଙ୍କୁ ଜଙ୍ଗଲରେ କିଛି ଦୂରକୁ ନେଇ ଛାଡ଼ିଦେଇଥିଲେ। ମାଓବାଦୀ ନେତା ହିଡ୍‌ମାଙ୍କ ନେତୃତ୍ୱରେ ଲାଲବାହିନୀ ଏହି ହିଂସାକାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି।

All Right Reserved By

ରାୟଗଡା

ଆଦର୍ଶ ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ

ଆଦର୍ଶ ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ

ଡାବୁଗାଁ, ୧୭।୭ (ଡି.ଏନ୍‌.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଓଡିଶା ଆଦର୍ଶ ବିଦ୍ୟାଳୟରେ ମଙ୍ଗଳବାର ଏକ ଅଭିଭାବକ ସମ୍ମିଳନୀ ଅନୁଷ୍ଠି ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନ୍ତୋଷ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରାଯାଇଥିଲା। ବିଦ୍ୟାଳୟରେ ଇଂରାଜୀ, ହିନ୍ଦୀ ଓ କମ୍ପ୍ୟୁଟର ଶିକ୍ଷକ ନାହାଁନ୍ତି। ଏହି ବିଷୟ କିପରି ପିଲାମାନେ ପଢିବେ ସେନେଇ ବିଦ୍ୟାଳୟ ଅଧ୍ୟକ୍ଷ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଯଥାଶୀଘ୍ର ଶିକ୍ଷକ ପଦବି ପୂରଣ ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଅଭିଭାବକମାନେ କହିଥିଲେ।

ନିମ୍ନମାନର କାମ, ରାସ୍ତାରେ ଗର୍ତ୍ତ

ନିମ୍ନମାନର କାମ, ରାସ୍ତାରେ ଗର୍ତ୍ତ

ଚନ୍ଦ୍ରପୁର ୧୭।୭(ଡି.ଏନ୍‌.ଏ.)- ରାୟଗଡା ଜିଲା ଚନ୍ଦ୍ରପୁର ବ୍ଲକରୁ ମୁନିଗୁଡାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତାରେ ନିର୍ମାଣର ଏକମାସ ନ ପୁରୁଣୁ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ରାସ୍ତା ଅବସ୍ଥା ଏବେ ଶୋଚନୀୟ। ଚନ୍ଦ୍ରପୁର ବ୍ଲକର ମୁଖ୍ୟ ଛକ ତେଲେଙ୍ଗାପଦର ନିକଟସ୍ଥ ଖିଲମୁଣ୍ଡା ଗ୍ରାମ ନିକଟସ୍ଥ ପୋଲ ଏବଂ ଏହାର ଆପ୍ରୋଚ ରୋଡ ଦିନକୁ ଦିନ ଖରାପ ହେବାକୁ ବସିଲାଣି। ପୂର୍ତ୍ତ ବିଭାଗର ଦାୟିତ୍ୱହିନତା ଓ ନିମ୍ନମାନର କାମ ଯୋଗୁ ଏପରି ସମସ୍ୟା ଦେଖା ଦେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ବର୍ଷାରେ ଭାଙ୍ଗିଲା ଗଛ: ଅନକାଡେଲି- ମାଛକୁଣ୍ଡ ରାସ୍ତା ଅବରୋଧ

ବର୍ଷାରେ ଭାଙ୍ଗିଲା ଗଛ: ଅନକାଡେଲି- ମାଛକୁଣ୍ଡ ରାସ୍ତା ଅବରୋଧ

କୋରାପୁଟ/ଅନକାଡେଲି,୧୭।୭(ସ୍ବ.ପ୍ର.)- ପ୍ରବଳ ବର୍ଷା ଯୋଗୁଁ ଜିଲାର କୋରାପୁଟ ଜିଲା ଲମତାପୁଟ ବ୍ଲକ ମାଛକୁଣ୍ଡ- ଅନକାଡେଲି ରାସ୍ତାର କୁଜାମ ଗ୍ରାମଠାରେ ଏକ ବିରାଟ ଗଛ ପଡି ଭାଙ୍ଗି ରାସ୍ତା ଅବରୋଧ ହୋଇଯାଇଥିଲା । ସେମାବାର ବିଳମ୍ବିତ ରାତ୍ରରେ ଲମତାପୁଟ ବ୍ଲକ ଚିକେନପୁଟ ପଞ୍ଚାୟତ କୁଜାମ ଗ୍ରାମ ନିକଟରେ ଏହି ଗଛ ଉପୁଡି ପଡିଥିବାବେଳେ ଏଥିଯୋଗୁ ମାଛକୁଣ୍ଡ ଓ ଅନକାଡେଲି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିଲା। ମଙ୍ଗଳବାର ପୁବାର୍ହ୍ନରେ ଅନକାଡେଲିସ୍ଥିତ ବିଏସ୍‌ଏଫ୍‌ ୧୩ ବାଟାଲିଆନ ଯବାନ ଓ ସ୍ଥାନୀୟ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଗଛକଟା ଯାଇଛି।

ସ୍ବଚ୍ଛ ଭାରତ, ବନ ମହୋତ୍ସବ ପାଳିତ

ସ୍ବଚ୍ଛ ଭାରତ, ବନ ମହୋତ୍ସବ ପାଳିତ

କାଶୀନଗର, ୧୭।୭(ଡି.ଏନ୍‌.ଏ.)- କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଶ୍ରୀରାମ ଡିଗ୍ରୀ କଲେଜରେ ମଙ୍ଗଳବାର ସ୍ବଚ୍ଛ ଭାରି ଓ ବନ ମହୋତ୍ସବ ପାଳନ କରାଯାଇଛି। ଏହି ଅବସରରେ ଚାରା ରୋପଣ କରାଯିବ ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସର ସଫା କରାଯାଇଥିଲା।

‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୫୦ ପ୍ରକଳ୍ପ ଅନୁମୋଦିତ

‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୫୦ ପ୍ରକଳ୍ପ ଅନୁମୋଦିତ

ଝରିଗାଁ, ୧୭।୭(ସ୍ବ.ପ୍ର)- ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦରମହକୁମାସ୍ଥିତ ମିନି ଷ୍ଟାଡିଅମରେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ଝରିଗାଁ ବ୍ଲକର ୨୨ ପଞ୍ଚାୟତ ପାଇଁ ୨୫୦ଟି ପ୍ରକଳ୍ପର ଅନୁମୋଦନ କରିଛନ୍ତି। ଏଥିପାଇଁ ୫ କୋଟି ୫୩ ଲକ୍ଷ ୫୦ ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇଛି।

ଲଗାଣ ବର୍ଷାରେ ଭାଙ୍ଗିଲା କାନ୍ଥ

ଲଗାଣ ବର୍ଷାରେ ଭାଙ୍ଗିଲା କାନ୍ଥ

ଝରିଗାଁ, ୧୭।୭(ସ୍ବ.ପ୍ର)- ଲଗାଣ ବର୍ଷାରେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତ ବାଂଜିଆମ୍ବା ଗ୍ରାମର ତ୍ରିନାଥ ପଟ୍ଟନାୟକ(୮୨)ଙ୍କ ଘର କାନ୍ଥ ଭାଙ୍ଗି ଯାଇଛି। ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି।

ନିର୍ମାଣକୁ ବର୍ଷେ ପୂରିନି:ଦବିଗଲା  ଜାତୀୟ ରାଜପଥ

ନିର୍ମାଣକୁ ବର୍ଷେ ପୂରିନି:ଦବିଗଲା ଜାତୀୟ ରାଜପଥ

ଜେକେପୁର, ୧୭।୭ଡି.ଏନ୍‌.ଏ) ଉପାନ୍ତ ଜିଲାଗୁଡିକୁ ରାଜଧାନୀ ଭୁବନେଶ୍ୱର ସହ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର ସମସ୍ୟା ଥମିବାର ନଁା ଧରୁନାହିଁ । ନିର୍ମାଣର ବର୍ଷେ ନ ପୁରୁଣୁ ଏହି ରାସ୍ତାର ଅନେକ ସ୍ଥାନ ଦବିଯାଇଛି । ଏମିତି କି ରାସ୍ତାରେ ଫାଟ ସୃଷ୍ଟି ହେବା ସହ ଧୋଇ ହୋଇଯାଇଛି । ୨ ଦିନର ଲଗାଣ ବର୍ଷାରେ ଏହି ନିର୍ମାଣାଧିନ ରାସ୍ତାର ଅମ୍ଲାଭଟ୍ଟା ଛକ ନିକଟ ଟାମ୍ପରଗୁଡା, ମିଟ୍ସ ବୈଷୟିକ ଅନୁଷ୍ଠାନ ମେଗାଫୁଡ୍‌ ପ୍ରକଳ୍ପ ନିକଟ, କୈଳାଶପୁର ଘାଟିଠାରେ ରାସ୍ତା ଦବି ଫାଟିଯିବା ସହ କଲଭର୍ଟ୍ଟ ୱାଲ ଦବିଯାଇ ଖସିପଡିଛି । ଘାଟି ପ୍ରଶସ୍ତୀକରଣ କରିବା ପାଇଁ ଖୋଳାଯାଇଥିବା ପାହାଡରୁ ମାଟି ଅତଡା ଖସିବା ସହ ବଡ ବଡ ପଥର ଖଣ୍ଡ ଖସି ରାସ୍ତା ଅବରୋଧ ହେଉଛି। ଫଳରେ ଯାତାୟାତରେ ଅନେକ ସମସ୍ୟା ସୃଷ୍ଟି ହେଉଛି ।

ଦିବ୍ୟାଙ୍ଗଙ୍କୁ  ଅନ୍ନଭୋଗ ବଣ୍ଟନ

ଦିବ୍ୟାଙ୍ଗଙ୍କୁ ଅନ୍ନଭୋଗ ବଣ୍ଟନ

ମୁନିଗୁଡ଼ା,୧୭।୭(ଡ଼ି.ଏନ.ଏ)- ରଥଯାତ୍ରା ଉପଲକ୍ଷେ ରାୟଗଡ଼ା ଜିଲା ମୁନିଗୁଡ଼ାଠାରେ ଥିବା ୮ମ ବାଟାଲିୟନ ସିଆରପିଏଫ କ୍ୟାମ୍ପଠାରେ ଯବାନମାନଙ୍କ ଦ୍ୱାରା ଦିବ୍ୟାଙ୍ଗମାନଙ୍କୁ ଅନ୍ନଭୋଗ ବଣ୍ଟନ କରାଯାଇଛି। ୮ମ ବାଟାଲିୟନ ସିଆରପିଏଫ କମାଣ୍ଡାଣ୍ଟ ଏନ.କେ. ସିଂ, ଡ଼େପୁଟି କମାଣ୍ଡାଣ୍ଟ କଦମ ସିଂ ଦଲାଲ, ସେକେଣ୍ଡ ଇନ କମାଣ୍ଡାଣ୍ଟ ରାମ ଅବତାର ସିଂ, ବୃଷମ ମେହେର ଓ ବାଟାଲିୟନ ହାବିଲଦାର ତରୁଣ କୁମାର ରାଉତ ପ୍ରମୁଖ ଯୋଗ ଦେଇ ଦିବ୍ୟାଙ୍ଗମାନଙ୍କୁ ଭୋଗ ବଣ୍ଟନ କରିଥିଲେ।

ମୋ  ସ୍କୁଲ ଅଭିଯାନ ବୈଠକ

ମୋ ସ୍କୁଲ ଅଭିଯାନ ବୈଠକ

ପଦ୍ମପୁର,୧୭।୭(ଡି.ଏନ୍‌.ଏ.):ରାୟଗଡ଼ା ଜିଲା ପଦ୍ମପୁର ବ୍ଲକର ଖିଲାମଣ୍ଡା ବାଳିକା ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନଶିକ୍ଷକ ବ୍ରଜବନ୍ଧୁ ମିଶ୍ର ଅଧ୍ୟକ୍ଷତା କରିଥିଲେ। ବୈଠକରେ ସ୍କୁଲ ପରିଚାଳନା କମିଟିର ସଭାପତି ସହଦେବ ମାଣ୍ଡାଙ୍ଗିଙ୍ଗ ସମେତ ସମସ୍ତ ଛାତ୍ରୀଙ୍କ ସହ ପୁରାତନ ଛାତ୍ରୀମାନେ ଯୋଗ ଦେଇଥିଲେ। ସର୍ବ ପ୍ରଥମେ ପ୍ରଧାନଶିକ୍ଷକ ଉପସ୍ଥିତ ଛାତ୍ରୀମାନଙ୍କୁ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଉପରେ ବିଷଦ ଭାବେ ବୁଝାଇଥିଲେ।

ଜାଗା ଯୋଗାଇବା ନେଇ ଦାବିପତ୍ର

ଜାଗା ଯୋଗାଇବା ନେଇ ଦାବିପତ୍ର

ରାୟଗଡା ଅଫିସ୍‌, ୧୭ ।୭ ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ସଦର ମହକୁମାର ଠାକୁରାଣୀ ମନ୍ଦିର ସାହିବାସିନ୍ଦା ସରକାରୀ ଜାଗା ଯୋଗାଇ ଦେବା ନେଇ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ସାହିବାସିନ୍ଦା ରାୟଗଡା ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଡାକ ଯୋଗେ ଏହି ଦାବିପତ୍ର ଜିଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଏଥିରେ ଉଲ୍ଲେଖ ରହିଛି ଯେ, ଠାକୁରାଣୀ ମନ୍ଦିର ସାହିରେ ୨୦ଟି ପରିବାର ବହୁ ବର୍ଷ ଧରି ରହି ଆସୁଛନ୍ତି । କିନ୍ତୁ ୨୦୧୭ ଜୁଲାଇ ୧୬ତାରିଖରେ କଲ୍ୟାଣୀ, ନାଗାବଳୀ ନଦୀରେ ବନ୍ୟା ଆସି ସାହିର ବହୁ ଧନସମ୍ପତ୍ତି ଓ ଘର ଦ୍ୱାର ଭସାଇ ନେଇଥିଲା ।

ଟିକିରିରେ ବଢୁଛି ଚୋରି: ରାତ୍ରକାଳୀନ ପାଟ୍ରୋଲିଂ ଦାବି

ଟିକିରି,୧୭।୭-ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ବଢ଼ିବାରେ ଲାଗିଛି। ଏ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ରହୁଛନ୍ତି। କିଛିଦିନ ତଳେ ପେଡାପାଡି ସଦର ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କ ଘରୁ ଡକାୟତି ହୋଇଥିବା ବେଳେ ଟିକିରି ହାଇସ୍କୁଲ ହଷ୍ଟେଲରୁ ମଧ୍ୟ କିଛି ସାମଗ୍ରି ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।

ଦୁର୍ବୃତ୍ତ ପୋଡିଦେଲେ ସ୍କୁଟି

ଦୁର୍ବୃତ୍ତ ପୋଡିଦେଲେ ସ୍କୁଟି

ନବରଙ୍ଗପୁର,୧୭।୭ (ବି.ପ୍ର)- ନବରଙ୍ଗପୁର ଜିଲା ଆରଡବ୍ଲୁଏସ ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ବାରିକଙ୍କ ସ୍କୁଟିକୁ ଦୁର୍ବୃତ୍ତମାନେ ଲଗାଇ ପୋଡି ଦେଇଛନ୍ତି। ଦୁଷ୍ମନ୍ତ ବାସଭବନ ଆଗରେ ରାତିରେ ଗାଡିଟି ରଖିଥିଲେ। ସୋମବାର ସକାଳେ ଗାଡି ପୋଡିଯାଇଥିବା ସେ ଦେଖିବାକୁ ପାଇଥିଲେ।

Model This Week

ରୂପେଶ