ଅନଗୁଳ-ଢେଙ୍କାନାଳ

ଝିଙ୍କ ମାଂସ, ବନ୍ଧୁକ ଜବତ: ୨ ଶିକାରୀ ଗିରଫ

 ଝିଙ୍କ ମାଂସ, ବନ୍ଧୁକ ଜବତ: ୨ ଶିକାରୀ ଗିରଫ
ଢେଙ୍କାନାଳ ଅଫିସ,୨୩।୧୨-ଢେଙ୍କାନାଳ ଜିଲା ଗଁଦିଆ ଥାନା କପିଳାସ ବନ୍ୟପ୍ରାଣୀ ଅଭୟାରଣ୍ୟରୁ ଶନିବାର ଝିଙ୍କ ଶିକାର ଅଭିଯୋଗରେ ବନ ବିଭାଗ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗୁଣ୍ଡୁରାପଶି ଗ୍ରାମର ଯଦୁମଣି ଦେହୁରି ଏବଂ ତାଳପଦା ଗ୍ରାମର ଶଙ୍କର ପୂର୍ତ୍ତି। ଉଭୟଙ୍କ ନିକଟରୁ ୩୦ କେଜି ୨୫୦ ଗ୍ରାମ ଝିଙ୍କ ମାଂସ, ଗୋଟିଏ ବନ୍ଧୁକ ଏବଂ କଟୁରି ଜବତ କରାଯାଇଛି। ଅପରାହ୍ନରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର ଦର୍ଶନିଆ ଭୋଇ ସୂଚନା ଦେଇଛନ୍ତି। ଅଭୟାରଣ୍ୟର କମ୍ପାର୍ଟମେଣ୍ଟ ନଂ. ୨୭ରୁ ଝିଙ୍କ ଶିକାର କରାଯାଇଥିବା ସୂଚନା ପାଇ ରେଞ୍ଜରଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀଙ୍କ ଚଢ଼ାଉ କରିଥିଲେ।
All Right Reserved By

ଅନଗୁଳ-ଢେଙ୍କାନାଳ

ମହୁ ସଂଗ୍ରହ କରିବାକୁ ଯାଇଥିଲେ: ରାମିଆଳ ନଦୀରେ ଭାସିଗଲେ ଦମ୍ପତି

ମହୁ ସଂଗ୍ରହ କରିବାକୁ ଯାଇଥିଲେ: ରାମିଆଳ ନଦୀରେ ଭାସିଗଲେ ଦମ୍ପତି

କାମାକ୍ଷାନଗର, ୨୦।୯(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା କାନପୁରା ପଞ୍ଚାୟତ ଅର୍ନ୍ତଗତ ଗୁଣ୍ଡିଚାନାଳୀ ମହ୍ଲାର ସାହିର କୁଶ ପଧାନ (୨୪) ଏବଂ ତାଙ୍କ ସ୍ତ୍ରୀ ରିଙ୍କି (୨୨) ଗୁରୁବାର ରାମିଆଳ ନଦୀରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। 

ହାତୀ ଉପଦ୍ରବ, ଫସଲ ନଷ୍ଟ

ହାତୀ ଉପଦ୍ରବ, ଫସଲ ନଷ୍ଟ

ବଇଣ୍ଡା,୨୦।୯(ଡି.ଏନ.ଏ.)- କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ହିଞ୍ଜିରିଡ଼ା, ମାମୁରୀଝରଣ, କଣ୍ଟେଇକୁଳିଆ, ମାଧପୁର, ଅଁଳାବେରେଣୀ ଗ୍ରାମରେ ଗତ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି।

 ସଫଳ ଉଦ୍ୟୋଗୀ ସମ୍ବର୍ଦ୍ଧିତ

ସଫଳ ଉଦ୍ୟୋଗୀ ସମ୍ବର୍ଦ୍ଧିତ

ବଇଣ୍ଡା,୨୦।୯(ଡି.ଏନ.ଏ.)- କିଶୋରନଗର ବ୍ଲକ କିଶୋରନଗର ଡିଗ୍ରୀ କଲେଜ ମହାବିଦ୍ୟାଳୟ ପରିସରରେ ବୁଧବାର ଅନୁଗୋଳ ଜିଲା ଶିଳ୍ପ କେନ୍ଦ୍ର ଦ୍ୱାରା ଆୟୋଜିତ ସଫଳ ଉଦ୍ୟୋଗୀ କାର୍ଯ୍ୟକ୍ରମରେ କିଶୋରନଗର ବଏଜା ଗ୍ରାମର ସଞ୍ଜୟ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। 

ଏସ୍‌ୟୁସିଆଇ  ପକ୍ଷରୁ  ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଏସ୍‌ୟୁସିଆଇ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଅନୁଗୋଳ ଅଫିସ, ୨୦।୯- ଅନୁଗୋଳ ସାତକୋଶିଆରୁ ବାଘୁଣୀ ‘ସୁନ୍ଦରୀ’ ସ୍ଥାନାନ୍ତର, ୪ଦଫା ସମ୍ବଳିତ ସାତକୋଶିଆବାସୀଙ୍କ ସମସ୍ୟା ଆଦି ଦାବିରେ ଗୁରୁବାର ଏସ୍‌ୟୁସିଆଇ ପକ୍ଷରୁ  ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

ଭାଙ୍ଗିଗଲା ତୋରଣ:  ଜାତୀୟ ରାଜପଥ ଅବରୋଧ

ଭାଙ୍ଗିଗଲା ତୋରଣ: ଜାତୀୟ ରାଜପଥ ଅବରୋଧ


ଭୁବନ,୨୦।୯(ଡି.ଏନ.ଏ.)- ଭୁବନ ଏନ୍‌ଏସି ନୂଆ ଭୁବନ ଛକଠାରେ ଟାଇଟେନିକ କ୍ଲବ ପକ୍ଷରୁ ଗଣେଶ ପୂଜା ପାଇଁ ନିର୍ମାଣ ହୋଇଥିବା ତୋରଣ  ଗୁରୁବାର ଅପରାହ୍ନରେ ଭାଙ୍ଗିଯାଇଥିଲା। 

ଗାଢରଖାଇ ଗ୍ରାମବାସୀଙ୍କ ରେଳରୋକୋ ଆନ୍ଦୋଳନ

ଗାଢରଖାଇ ଗ୍ରାମବାସୀଙ୍କ ରେଳରୋକୋ ଆନ୍ଦୋଳନ

ବଅଁରପାଳ,୨୦।୯(ଡି.ଏନ.ଏ.)- ଅନ୍ୟତ୍ର ଥଇଥାନ ଦାବିରେ ନାଲକୋ ପାଚେରୀ ପାର୍ଶ୍ୱରେ ଥିବା ଗାଢ଼ରଖାଇ ଗ୍ରାମବାସୀ ଗୁରୁବାର ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟ ନିକଟରେ ରେଳରୋକୋ ଆନ୍ଦୋଳନ କରିଛନ୍ତି। ଏଥିଯୋଗୁ ନାଲ୍‌କୋକୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ନବାଗତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ନବାଗତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା


ଭୁବନ,୨୦।୯(ଡି.ଏନ.ଏ.)- ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟର  ସଂସ୍କୃତ ବିଭାଗ ପକ୍ଷରୁ ଗୁରୁବାର ସମ୍ମାନ ବିଭାଗର ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସଂସ୍କୃତ ବିଭାଗର ମୁଖ୍ୟ ଶ୍ରୀପତି ଚିନ୍ତା ଏଥିରେ ଅଧ୍ୟକ୍ଷତା କରିଥିଲେ।  

ଭସାଣି ଶେଷ

ଭସାଣି ଶେଷ

ମାଧପୁର,୨୦।୯- ମାଧପୁର ଅଞ୍ଚଳରେ ଗୁରୁବାର ଧୁମଧାମରେ ଗଜାନନଙ୍କ ଭସାଣି ଉତ୍ସବ ଶେଷ ହୋଇଛି। 

ଏମ୍‌ପି ଲାଡ୍‌ ଫଣ୍ଡରେ କିଣାଯାଇଥିବା ଆମ୍ବୁଲାନ୍ସ ଲୋକାର୍ପିତ: ଯୁବ ମଞ୍ଚର ଚିନ୍ତାଧାରାକୁ ପ୍ରଶଂସା

ଏମ୍‌ପି ଲାଡ୍‌ ଫଣ୍ଡରେ କିଣାଯାଇଥିବା ଆମ୍ବୁଲାନ୍ସ ଲୋକାର୍ପିତ: ଯୁବ ମଞ୍ଚର ଚିନ୍ତାଧାରାକୁ ପ୍ରଶଂସା

ଅନୁଗୋଳ ଅଫିସ,୨୦।୯- ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠି (ଏମ୍‌ପି ଲାଡ୍‌) ଅର୍ଥରେ କିଣାଯାଇଥିବା ଏକ ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ ଆମ୍ବୁଲାନ୍ସ ଗୁରୁବାର ଲୋକାର୍ପିତ ହୋଇଛି। ଅନୁଗୋଳ ଯୁବ ଭବନଠାରେ ଲୋକାର୍ପଣ ଉତ୍ସବରେ ନିଜେ ଏମ୍‌ପି ସତପଥୀ ଏହାକୁ ଚଲାଇ ଉଦ୍‌ଘାଟନ କରିବା ପରେ ଅନୁଗୋଳ ମାରୱାଡ଼ି ଯୁବ ମଞ୍ଚକୁ ପ୍ରଦାନ କରିଥିଲେ। 

 କ୍ଷତିଗ୍ରସ୍ତ ବାସଚ୍ୟୁତ ସଂଘର ବୈଠକ: ପ୍ରତିଶ୍ରୁତି ରଖୁନାହାନ୍ତି ସରକାର

କ୍ଷତିଗ୍ରସ୍ତ ବାସଚ୍ୟୁତ ସଂଘର ବୈଠକ: ପ୍ରତିଶ୍ରୁତି ରଖୁନାହାନ୍ତି ସରକାର

ପବିତ୍ରନଗର, ୨୦ା୯(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକର ସମଲ ବ୍ୟାରେଜ କ୍ଷତିଗ୍ରସ୍ତଙ୍କୁ ବିସ୍ଥାପନ ଓ ଥଇଥାନ ଦିଗରେ ସରକାର ଅବହେଳା କରୁଥିବା ଅଭିଯୋଗ କରିଛି  ବ୍ରାହ୍ମଣୀ କ୍ଷତିଗ୍ରସ୍ତ ବାସଚ୍ୟୁତ ସଂଘ। 

ଡକାୟତି ଯୋଜନା ପଣ୍ଡ, ୫ ଗିରଫ

ଡକାୟତି ଯୋଜନା ପଣ୍ଡ, ୫ ଗିରଫ

ବଅଁରପାଳ, ୨୦ା୯(ଡି.ଏନ.ଏ.)- ବଅଁରପାଳ ଥାନା ଯୋରାଗାଡ଼ିିଆ ନିକଟରେ ମଙ୍ଗଳବାର ରାତିରେ ଡକାୟତି ଯୋଜନା କରୁଥିବା ୫ ଜଣଙ୍କୁ ପୋଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। 

୪୯ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ତାଲିମ

୪୯ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ତାଲିମ

ରାସୋଳ, ୨୦।୯(ଡି.ଏନ୍‌.ଏ.)- ହିନ୍ଦୋଳ ବ୍ଲକ ବାଙ୍କଟିଆ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗଣେଶ୍ୱର କ୍ଲବ ଏବଂ ଆଇଏଲ୍‌ପିୟୁଏସ୍‌ର ମିଳିତ ଆନୁକୂଲ୍ୟରେ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ନେଇ ଦୁଇଦିନିଆ ଦକ୍ଷତା ବିକାଶ ଶିବିର ଅନୁଷ୍ଠିତ ହୋଇଯାଇଛି।