Dharitri News
ଅନଗୁଳ-ଢେଙ୍କାନାଳ

ବିନା ଅନୁମତିରେ ଚାରା ରୋପଣ

ବିନା ଅନୁମତିରେ ଚାରା ରୋପଣ ଭାପୁର, ୨୩।୧୨(ଡି.ଏନ୍‌.ଏ.)-ଭାପୁର-ଢେଙ୍କାନାଳ ରାସ୍ତାର ୨ପାର୍ଶ୍ୱରେ ଭବିଷ୍ୟତ ଚିନ୍ତା ନ କରି ଖାମଖିଆଲ ଭାବେ ଚାରା ରୋପଣକୁ ସମାଲୋଚନା କରିଛନ୍ତି ପରିବେଶପ୍ରେମୀ। ୨ମାସ ତଳେ କୋଇଲିପାଙ୍ଗି ନିକଟ ରାସ୍ତା ପାର୍ଶ୍ୱରେ କୌଣସି ଏକ ସଂସ୍ଥା ପକ୍ଷରୁ ବଡ଼ ଚାକୁଣ୍ଡା ଚାରା ରୋପଣ କରାଯାଉଛି। ତେବେ ରୋପଣ କରାଯାଇଥିବା ଚାରା ଉପର ଦେଇ ଉଚ୍ଚ କ୍ଷମତା ସମ୍ପନ୍ନ ୧୧କେଭି ବିଦ୍ୟୁତ୍‌ ତାର ଟଣାଯାଇଛି। ଗଛ ବଢ଼ିବା ପରେ ଆପେ ଆପେ ବିଦ୍ୟୁତ୍‌ ତାରକୁ ସ୍ପର୍ଶ କରିବ, ଯାହା ଅଘଟଣକୁ ଡାକରା ବୋଲି ଅଞ୍ଚଳବାସୀ କହିଛନ୍ତି। ଏ ସଂକ୍ରାନ୍ତରେ ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରକାଶ କୁମାର ସ୍ବାଇଁ କୁହନ୍ତି, ବିଦ୍ୟୁତ୍‌ ତାର ଯାଇଥିବା ନିକଟବର୍ତ୍ତୀ ଅଞ୍ଚଳରେ ନିର୍ମାଣ କିମ୍ବା ଚାରା ରୋପଣ ଆଇନ ବିରୋଧୀ। କୌଣସି ଏକ ସଂସ୍ଥା ବିନା ଅନୁମିତିରେ ଏପରି କାର୍ଯ୍ୟ କରିଛି। ସୂଚନା ଫଳକ ମଧ୍ୟ ଲଗାଯାଇନାହିଁ। ରାସ୍ତା ଓ ଗୃହ ନିର୍ମାଣ ବିଭାଗ କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ କୁହନ୍ତି, ବିନା ଅନୁମତିରେ ରାସ୍ତାକଡ଼ରେ ଚାରା ରୋପଣ କରାଯାଉଛି। ରାସ୍ତା ସମ୍ପ୍ରସାରଣବେଳେ ସମସ୍ୟା ହେଉଛି। ବିଭାଗ ପକ୍ଷରୁ ଗଛ ହଟାଇବା ପାଇଁ ଅର୍ଥ ଦାବି କରାଯାଉଛି। ତଦନ୍ତ ପରେ କେଉଁ ସଂସ୍ଥା ଚାରା ଲଗାଇଛି ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି।

ଅନଗୁଳ-ଢେଙ୍କାନାଳ

ଅନୁଗୋଳ ଜିଲାରେ ୭୨ ଓ୍ବାର୍ଡ ସଭ୍ୟ ପଦ ପାଇଁ ଉପନିର୍ବାଚନ ଆରମ୍ଭ

ଅନୁଗୋଳ ଜିଲାରେ ୭୨ ଓ୍ବାର୍ଡ ସଭ୍ୟ ପଦ ପାଇଁ ଉପନିର୍ବାଚନ ଆରମ୍ଭ

ବଅଁରପାଳ, ୧୯।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲାରେ ଶୁକ୍ରବାର ମୋଟ ୭୨ ଓ୍ବାର୍ଡ ସଭ୍ୟ ପଦ ପାଇଁ ୭୨ ବୁଥ୍‌ରେ ଭୋଟ ଗ୍ରହଣ କରାଯାଉଛି। ଜିଲାର ଅନୁଗୋଳ, ତାଳଚେର, ପାଲଲହଡ଼ା, କିଶୋରନଗର, ବଅଁରପାଳ, କଣିହାଁ ଆଦି ବ୍ଲକରେ ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି।

ପ୍ରଶାନ୍ତ ଦାସଙ୍କୁ ଆଶ୍ୱସ୍ତି

ଢେଙ୍କାନାଳ ଅଫିସ, ୧୮ା୧- ଢେଙ୍କାନାଳ ଜିଲା ଦୌରାଜଜ୍‌ଙ୍କ ଅଦାଲତରେ ସି-ଶୋର ଗ୍ରୁପ୍‌ ଅଫ୍‌ କମ୍ପାନୀର ମୁଖ୍ୟ ପ୍ରଶାନ୍ତ ଦାଶଙ୍କ ଜାମିନ ଆବେଦନ ଗୁରୁବାର ମଞ୍ଜୁର ହୋଇଛି। ସ୍ଥାନୀୟ ଟାଉନ ଥାନାରେ ଠକେଇ ଅଭିଯୋଗରେ ରୁଜୁ ହୋଇଥିବା ୩ ମାମଲାରେ ପ୍ରଶାନ୍ତଙ୍କୁ ଜାମିନ ମିଳିଛି। ଜିଲା ଦୌରାଜଜ୍‌ଙ୍କ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲା ଦୌରାଜଜ୍‌ ଲଲାଟେନ୍ଦୁ ଜେନା ତାଙ୍କ ଜାମିନ ଆବେଦନ ମଞ୍ଜୁର କରିଛନ୍ତି।

ଦେଶରେ ମିଳିମିଳା ଶିଶୁମୃତ୍ୟୁ ସର୍ବାଧିକ

ଦେଶରେ ମିଳିମିଳା ଶିଶୁମୃତ୍ୟୁ ସର୍ବାଧିକ

ଢେଙ୍କାନାଳ ଅଫିସ, ୧୮ା୧- ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଜାତୀୟ ସ୍ବାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷରେ ଗୁରୁବାର ମଧ୍ୟାହ୍ନରେ ମିଜିଲ୍ସ, ରୁବେଲା ଭ୍ୟାକ୍ସିନେଶନ କ୍ୟାମ୍ପେନ୍‌ ସମ୍ପର୍କିତ ଗଣମାଧ୍ୟମକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ଯୋଗଦେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାସୁଦେବ ବେହେରା ମିଳିମିଳା ଓ ରୁବେଲା ରୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଭାରତରେ ପ୍ରତିବର୍ଷ ୩୦ହଜାର ଶିଶୁ ମିଳିମିଳାରେ ପ୍ରାଣ ହରାଇଥାନ୍ତି। ସେହିପରି ବିଶ୍ୱରେ ୩ଟି ମିଳିମିଳାଜନିତ ଶିଶୁମୃତ୍ୟୁ ମଧ୍ୟରେ ଜଣେ ଭାରତୀୟ ବୋଲି ଅଧିକାରୀମାନେ ସୂଚନା ଦେଇଥିଲେ।

ବିଲ୍‌ ନ ଦେଇ ପୋଲିସ ବିଦ୍ୟୁତ୍‌ ଜାଳିବା ଘଟଣା : ୧୫ ଦିନ ମଧ୍ୟରେ ହେବେ କଞ୍ଜୁମର

ବିଲ୍‌ ନ ଦେଇ ପୋଲିସ ବିଦ୍ୟୁତ୍‌ ଜାଳିବା ଘଟଣା : ୧୫ ଦିନ ମଧ୍ୟରେ ହେବେ କଞ୍ଜୁମର

ଅନୁଗୋଳ ଅଫିସ,୧୮।୧- ଅନୁଗୋଳ ଥାନା ଓ ଜିଲା ହେଡକ୍ୱାର୍ଟର୍ସ ପଛପାଖରେ ଥିବା ମୋଟ୍‌ ୬୮ଟି ପୋଲିସ କାର୍ଟର୍ସ ମଧ୍ୟରୁ ୬୪ଟି କ୍ୱାର୍ଟର୍ସ କଞ୍ଜୁମର ଭାବେ ପଞ୍ଜୀକୃତ ହୋଇ ନ ଥିଲେ ମଧ୍ୟ ଦୀର୍ଘବର୍ଷ ହେବ ବିଦ୍ୟୁତ୍‌ ବ୍ୟବହାର କରିଆସୁଛନ୍ତି। ଏସବୁ କ୍ୱାର୍ଟର୍ସରେ ମିଟର ଲଗାଯାଇ ନାହିଁ କି ରହୁଥିବା କର୍ମଚାରୀମାନେ ମଧ୍ୟ କୌଣସି ବିଲ୍‌ ଦେଉନାହାନ୍ତି। ବୁଧବାର ଏ ନେଇ ‘ଧରିତ୍ରୀ’ରେ ‘ପୋଲିସ କ୍ବାର୍ଟର୍ସ ବୋଲି, ବିଲ୍‌ ନ ଦେଇ ଜାଳୁଛନ୍ତି ବିଜୁଳି’ ଶୀର୍ଷକରେ ଖବର ପ୍ରକାଶ ପାଇବା ପରେ ଏବେ ଉକ୍ତ କ୍ୱାର୍ଟର୍ସକୁ କଞ୍ଜୁମର କରାଯିବାକୁ ପଦକ୍ଷେପ ନେବା ଆରମ୍ଭ ହୋଇଛି।

୬ଷ୍ଠ ଜିଲା ମହୋତ୍ସବ ଉଦ୍‌ଘାଟିତ ; ଅନୁଗୋଳର ଐତିହ୍ୟ, ପରମ୍ପରା, ସଂସ୍କୃତି ମହାନ୍‌

୬ଷ୍ଠ ଜିଲା ମହୋତ୍ସବ ଉଦ୍‌ଘାଟିତ ; ଅନୁଗୋଳର ଐତିହ୍ୟ, ପରମ୍ପରା, ସଂସ୍କୃତି ମହାନ୍‌

ଅନୁଗୋଳ ଅଫିସ,୧୮।୧- ଶିଳ୍ପ ସମୃଦ୍ଧ ଜିଲା ଭାବେ ଅନୁଗୋଳ ସାରା ଭାରତବର୍ଷରେ ପରିଚୟ ସୃଷ୍ଟି କରିପାରିଛି। ଏଠିକାର ଐତିହ୍ୟ, ପରମ୍ପରା ଓ ସଂସ୍କୃତି ଅତ୍ୟନ୍ତ ମହାନ। ଶେଷ ରାଜା ସୋମନାଥ ସିଂ ଜଗଦ୍ଦେବ, ସଂଗ୍ରାମୀ ପବିତ୍ର ପ୍ରଧାନ, କବି ରାଧାମୋହନ ଗଡ଼ନାୟକ, ମାଳତୀ ଚୌଧୁରୀ, ନବକୃଷ୍ଣ ଚୌଧୁରୀଙ୍କ ପାଇଁ ଅନୁଗୋଳ ମାଟି ଗର୍ବିତ। ଜିଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଗୁରୁବାର ସ୍ଥାନୀୟ ଷ୍ଟାଡିୟମ ପରିସରରେ ଆୟୋଜିତ ଷଷ୍ଠ ଅନୁଗୋଳ ଜିଲା ମହୋତ୍ସବକୁ ଉଦ୍‌ଘାଟନ କରି ମୁଖ୍ୟଅତିଥି ତଥା ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ମତବ୍ୟକ୍ତ କରିଛନ୍ତି।

ବିଶ୍ୱ ମାନବାଧିକାର ସୁରକ୍ଷା ସଂଘ କାର୍ଯ୍ୟାଳୟ ଉଦ୍‌ଘାଟିତ

ବିଶ୍ୱ ମାନବାଧିକାର ସୁରକ୍ଷା ସଂଘ କାର୍ଯ୍ୟାଳୟ ଉଦ୍‌ଘାଟିତ

ତାଳଚେର,୧୮ା୧(ନି.ପ୍ର.)- ବିଶ୍ୱ ମାନବାଧିକାର ସୁରକ୍ଷା ସଂଘର ତାଳଚେର କାର୍ଯ୍ୟାଳୟ ବୁଧବାର ସ୍ଥାନୀୟ ହାଣ୍ଡିଧୂଆଁ ଛକଠାରେ ଉଦ୍‌ଘାଟିତ ହୋଇଯାଇଛି। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ପର୍ଯ୍ୟାବରଣର ଭୟାବହତାରୁ ତାଳଚେର ବଞ୍ଚାଅ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସଂଘର ରାଜ୍ୟ ସଭାପତି ଡ. ଅଭିନ୍ନ କୁମାର ହୋତା ଏହି ଆଲୋଚନାଚକ୍ରକୁ ଉଦ୍‌ଘାଟନ କରିଥିଲେ।

ଜିଲାର ୭୯ ୱାର୍ଡରେ ଉପନିର୍ବାଚନ ଆଜି

ଅନୁଗୋଳ ଅଫିସ,୧୮।୧- ଅନୁଗୋଳ ଜିଲାର ୫୯ ପଞ୍ଚାୟତର ୭୯ଟି ୱାର୍ଡରେ ୱାର୍ଡସଭ୍ୟ ପଦବୀ ପାଇଁ ଶୁକ୍ରବାର ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ୨୬୧ଜଣ ପୋଲିଙ୍ଗ ଅଫିସର ନିୟୋଜିତ ହୋଇଥିବା ବେଳେ ୮୭ ପୋଲିସ କର୍ମଚାରୀ ସୁରକ୍ଷା ଦାୟିତ୍ୱରେ ଅଛନ୍ତି। ମୋଟ୍‌ ୧୭୧ଟି ୱାର୍ଡରେ ଏହି ଉପନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ୯୧ଜଣ ପ୍ରାର୍ଥୀ ନିର୍ଦ୍ଦୋନ୍ଦ ଥିବାରୁ ୭୯ ୱାର୍ଡ ସଭ୍ୟ ପଦବୀ ପାଇଁ ଏହି ଉପନିର୍ବାଚନ କରାଯିବ।

ଅନ୍‌ଲାଇନ ମ୍ୟୁଟେଶନର ଶୁଭାରମ୍ଭ

ଅନ୍‌ଲାଇନ ମ୍ୟୁଟେଶନର ଶୁଭାରମ୍ଭ

ତାଳଚେର,୧୮ା୧(ନି.ପ୍ର)- ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଏବଂ ରାଷ୍ଟ୍ରୀୟ ସୂଚନା ବିଜ୍ଞାନକେନ୍ଦ୍ରର ସହଯୋଗରେ ଅନୁଗୋଳ ଜିଲା ତାଳଚେର ତହସିଲରେ ଗୁରୁବାର ଅନ୍‌ଲାଇନ ଖାରଜ ଦାଖଲ (ମ୍ୟୁଟେଶନ)ର ଶୁଭାରମ୍ଭ ହୋଇଛି।

ବିଜେଡି କାର୍ଯ୍ୟକାରିଣୀ ବୈଠକ

ବିଜେଡି କାର୍ଯ୍ୟକାରିଣୀ ବୈଠକ

ଛେଣ୍ଡିପଦା, ୧୮ା୧(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ବିଜେଡି ପକ୍ଷରୁ ବ୍ଲକସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ବୁଧବାର କୋଶଳା ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ଆହ୍ବାନ କ୍ରମେ ବ୍ଲକ ସଭାପତି ଶ୍ରୀଧର ଗଡନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ମାଡ଼ ମାରି ବାଇକ୍‌, ଟଙ୍କା ଲୁଟ୍‌

ତାଳଚେର, ୧୮।୧(ଡି.ଏନ.ଏ.)- ତାଳଚେର ଥାନା ରଙ୍ଗବେଡା ନିକଟରେ ଜଣେ ବାଇକ ଆରୋହୀଙ୍କୁ ଗୁରୁବାର ସନ୍ଧ୍ୟାରେ ୩ ଜଣ ଦୁର୍ବୃତ୍ତ ମାଡ଼ ମାରି ଲୁଟ୍‌ କରିଛନ୍ତି। ଏ ନେଇ ତାଳଚେର ଥାନାରେ ଅଭିଯୋଗ ହୋଇଛି।

ଟ୍ରକକୁ ପିଟିଲା ଟ୍ରକ୍‌: ଖଲାସି ମୃତ, ଚାଳକ ଗୁରୁତର

ଛେଣ୍ଡିପଦା, ୧୮। ୧(ଡି.ଏନ.ଏ.)- ୫୫ ନଂ. ଜାତୀୟ ରାଜପଥର ଅନୁଗୋଳ ଜିଲା ଜରପଡା ଥାନା ମରାତିରା ଛକ ନିକଟରେ ଗୁରୁବାର ସକାଳେ ଛିଡା ହୋଇଥିବା ଟ୍ରକ୍‌କୁ ଏକ କୋଇଲା ବୋଝେଇ ଟ୍ରକ୍‌ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଆଜି ଓ୍ବାର୍ଡ ସଭ୍ୟ ଉପନିର୍ବାଚନ

କଣିହାଁ, ୧୮।୧(ଡି.ଏନ.ଏ.)- କଣିହାଁ ବ୍ଲକରେ ଖାଲି ପଡିଥିବା ଓ୍ବାର୍ଡ ସଭ୍ୟ ପଦବୀ ପାଇଁ ଶୁକ୍ରବାର ଉପନିର୍ବାଚନ ହେବ। ୧୩ଟି ପଞ୍ଚାୟତର ୧୪ଟି ଓ୍ବାର୍ଡରେ ମତଦାନ ପାଇଁ ବ୍ୟବସ୍ଥା ହୋଇଛି।