Dharitri News
ଅନଗୁଳ-ଢେଙ୍କାନାଳ

ନାଇଟକୋଚ ବସ୍‌ ଦୁର୍ଘଟଣାଗ୍ରସ୍ତ: ୧୦ ଆହାତ

ନାଇଟକୋଚ ବସ୍‌ ଦୁର୍ଘଟଣାଗ୍ରସ୍ତ: ୧୦ ଆହାତ ବଇଣ୍ଡା, ୨୩।୧୨(ଡି.ଏନ.ଏ)- କଟକ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ହଣ୍ଡପା ଥାନା ଲୁହାମୁଣ୍ଡା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ନାଇଟକୋଚ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହାତ ହୋଇଛନ୍ତି। ସେମାନଙ୍କୁ ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅଳ୍ପକେ ୬୦ ଯାତ୍ରୀ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ପ୍ରକାଶ ଯେ, ସୁନ୍ଦରଗଡ଼ରୁ ଭୁବନେଶ୍ୱର ଅଭିମୁଖେ ନଂ (ଓଡ଼ି-୧୬ଡି-୮୫୨୫) କୁନାଲ ନାମକ ଏକ ଘରୋଇ ନାଇଟ କୋଚ ବସ୍‌ ଯାଉଥିଲା। ଲୁହାମୁଣ୍ଡା ଶିବ ମନ୍ଦିର ନିକଟରେ ଚାଳକ ଭାରସାମ୍ୟ ହରାଇ ପଡ଼ିବାରୁ ବସ୍‌ଟି ରାସ୍ତାକଡ଼ରେ ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖବରପାଇ ହଣ୍ଡାପା ଓ ଲୁହାମୁଣ୍ଡା ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ବସ୍‌ରୁ ଉଦ୍ଧାର କରିଥିଲେ। ପୋଲିସ ପହଞ୍ଚି ଗାଡ଼ିଟିକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଅନଗୁଳ-ଢେଙ୍କାନାଳ

ଉଠାଜଳସେଚନ ପାଇପ୍‌ ଫାଟି ରାସ୍ତାରେ ଗର୍ତ୍ତ

ଉଠାଜଳସେଚନ ପାଇପ୍‌ ଫାଟି ରାସ୍ତାରେ ଗର୍ତ୍ତ

ବନ୍ତଳା,୨୨।୧(ଡି.ଏନ.ଏ.)- କଟକ-ସମ୍ବଲପୁର ପୂର୍ତ୍ତ ବିଭାଗ ପୁରୁଣା ରାସ୍ତାର ଲାଛବନ୍ଧ ନିକଟରେ ଉଠା ଜଳସେଚନ ବିଭାଗର ପାଇପ୍‌ ଫାଟି ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି।

କୋଇଲା ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ, ଚାଳକ ମୃତ

କଣିହାଁ,୨୨।୧(ଡି.ଏନ.ଏ.)- ତାଳଚେର କୋଇଲା ଖଣି ଅଞ୍ଚଳରୁ କଣିହାଁ ସ୍ଥିତ ଜେଆଇଟିପିଏଲ୍‌ ପ୍ରକଳ୍ପକୁ କୋଇଲା ପରିବହନ କରୁଥିବା ଏକ ଟ୍ରକ୍‌ (ନଂ.ଓଆର-୧୪ଏମ-୪୨୫୭) ରବିବାର ବିଳମ୍ବିତ ରାତିରେ ଓଲଟି ପଡ଼ିବାରୁ ଚାଳକ ବଅଁରପାଳ ଥାନା ଗଡ଼ସନ୍ତ୍ରୀ ଗ୍ରାମର ଆର୍ତ୍ତତ୍ରାଣ ନାଏକଙ୍କ ମୃତ୍ୟୁ ଘଟିଛି।

ବିପଦ ସୃଷ୍ଟି କରୁଛି ବିଦ୍ୟୁତ୍‌ ଖୁଣ୍ଟ, ତାର

ବିପଦ ସୃଷ୍ଟି କରୁଛି ବିଦ୍ୟୁତ୍‌ ଖୁଣ୍ଟ, ତାର

ବଅଁରପାଳ,୨୨।୧(ଡି.ଏନ.ଏ.)- ବଅଁରପାଳ ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। କେଉଁଠି ଖୁଣ୍ଟ ବଙ୍କା ହୋଇ ରହିଛି ତ ଆଉ କେଉଁଠି କଳଙ୍କି ଲାଗିଯାଇଛି। କେତେବେଳେ ଏହା ଭାଙ୍ଗିପଡ଼ିବ ତାହା କହିହେବ ନାହିଁ। କୁଲାଡ଼, ନାଲ୍‌କୋ, ମେନ୍‌ଗେଟ୍‌ ଛକ, ବଅଁରପାଳ ସମେତ ବିଭିନ୍ନ ସ୍ଥାନରେ ଏପରି ବିପଦସଙ୍କୁଳ ଅବସ୍ଥାରେ ଖୁଣ୍ଟଗୁଡ଼ିକ ଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି।

ଦୁର୍ଘଟଣାରେ ଜଣେ ମୃତ

ତାଳଚେର,୨୨ା୧( ନି.ପ୍ର.)- ତାଳଚେର ବ୍ଲକ କଳମଛୁଇଁ ଗ୍ରାମ ରାସ୍ତାରେ ଏକ ବାଇକ୍‌ ଧକ୍କାରେ ସେହି ଗ୍ରାମର କରୁଣା ବେହେରା (୪୬)ଙ୍କ ମୃତ୍ୟୁ ଘଟିଛି।

ଦେଶ ପ୍ରଗତିରେ ଛାତ୍ରୀଛାତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ତାଳଚେର,୨୨ା୧(ନି.ପ୍ର.)- ଗଡ଼ତଳ ଆଞ୍ଚଳିକ ମହାବିଦ୍ୟାଳୟର ୨୨ତମ ବାର୍ଷିକ ଉତ୍ସବ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ ଦେଶର ପ୍ରଗତିରେ ଛାତ୍ରୀଛାତ୍ରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ।

ସ୍କୁଲ ପ୍ରତିଷ୍ଠାର ୩୩ ବର୍ଷ ପରେ ପ୍ରଥମ ସରସ୍ବତୀ ପୂଜା

ସ୍କୁଲ ପ୍ରତିଷ୍ଠାର ୩୩ ବର୍ଷ ପରେ ପ୍ରଥମ ସରସ୍ବତୀ ପୂଜା

ବଅଁରପାଳ,୨୨।୧(ଡି.ଏନ୍‌.ଏ.): ନାଲକୋ ଡିପିଏସ୍‌ ସ୍କୁଲ ପ୍ରତିଷ୍ଠା ହେବାର ୩୩ ବର୍ଷ ପରେ ସୋମବାର ପ୍ରଥମ କରି ସ୍କୁଲରେ ସରସ୍ବତୀ ପୂଜା ଆରମ୍ଭ ହୋଇଛ। ଏହି ସ୍କୁଲ ୧୯୮୪ ମସିହାରେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ କେବେହେଲେ ଗଣେଶ ପୂଜା କିମ୍ବା ସରସ୍ବତୀ ପୂଜା ଆୟୋଜିତ ହୋଇ ନ ଥିଲା।

ଠିକା ଶ୍ରମିକଙ୍କ ବିକ୍ଷୋଭ

ଠିକା ଶ୍ରମିକଙ୍କ ବିକ୍ଷୋଭ

ବଅଁରପାଳ,୨୨।୧(ଡି.ଏନ୍‌.ଏ.): ନାଲକୋ ସ୍ମେଲ୍‌ଟର ପ୍ଲାଣ୍ଟରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଅର୍ଦ୍ଧ କୁଶଳୀ ଶ୍ରମିକଙ୍କୁ କୁଶଳୀ ମାନ୍ୟତା ଦାବି ନେଇ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଓଲଟିଲା ଗୋରୁ ବୋଝେଇ ଟ୍ରକ: ୧ ଗୋରୁ ମୃତ

ଓଲଟିଲା ଗୋରୁ ବୋଝେଇ ଟ୍ରକ: ୧ ଗୋରୁ ମୃତ

ଭୁବନ,୨୨।୧(ଡି.ଏନ୍‌.ଏ.): ଭୁବନ ଥାନା ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମ ନିକଟରେ ସୋମବାର ଏକ ଗୋରୁ ବୋଝେଇ ଟ୍ରକ ଓଲଟି ପଡ଼ିଛି। ଫଳରେ ଟ୍ରକରେ ଥିବା ଗୋଟିଏ ଗୋରୁର ମୃତ୍ୟୁ ହୋଇଥିବାବେଳେ ୩ଟି ଗୁରୁତର ଆହତ ହୋଇଛନ୍ତି।

୭ମ ରାଜ୍ୟସ୍ତରୀୟ ଫୁଟବଲ୍‌ କପ୍‌ ଉଦ୍‌ଘାଟିତ

୭ମ ରାଜ୍ୟସ୍ତରୀୟ ଫୁଟବଲ୍‌ କପ୍‌ ଉଦ୍‌ଘାଟିତ

ଅନୁଗୋଳ ଅଫିସ,୨୧।୧- ଅନୁଗୋଳ ଟାଉନ ହାଇସ୍କୁଲ ଖେଳ ପଡ଼ିଆରେ ରବିବାର ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ତରଫରୁ ୭ମ ରାଜ୍ୟସ୍ତରୀୟ ହେମସୁରପଡ଼ା ଫୁଟବଲ କପ୍‌ ୨୦୧୮ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମ୍ୟାଚ ଅନୁଗୋଳ ମା’ ବୁଢ଼ୀ ଫୁଟବଲ କ୍ଲବ ଓ ଢେଙ୍କାନାଳ ନରଣପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଯୁବକଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ ଅଫିସ,୨୧।୧- ଅନୁଗୋଳ ଥାନା ଆଙ୍କୁଲା ଗ୍ରାମର ପ୍ରଶାନ୍ତ ସାହୁଙ୍କ ଝୁଲନ୍ତା ମୃତଦେହ ରବିବାର ପୋଲିସ ଉଦ୍ଧାର କରିଛି।

ଚାନ୍ଦା ନ ଦେବାରୁ ଚାଳକଙ୍କୁ ମାଡ଼ ଅଭିଯୋଗ

ଅନୁଗୋଳ ଅଫିସ,୨୧।୧- ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ନୂଆପଡ଼ା ଗଁାରେ ରବିବାର ଏକ ଟ୍ରକ୍‌ (ନଂ. ଓଡି୧୬ସି-୬୨୯୮) ଅଟକାଇ ଗ୍ରାମର ରିତେଶ ମହାପାତ୍ରଙ୍କ ସହିତ ୧୫ ଜଣ ଯୁବକ ଚାନ୍ଦା ମାଗିବା ସହ ମାଡ଼ ମାରିଥିବା ଚାଳକ କୁଣ୍ଢେଇଗୋଳା ଥାନା ଉଟୁସିଆ ଗ୍ରାମର ବିଷ୍ଣୁଚରଣ ସାହୁ ଅଭିଯୋଗ କରିଛନ୍ତି।

୨ ବାଇକ୍‌ ଧକ୍କା, ୩ ଗୁରୁତର

ବଅଁରପାଳ,୨୧।୧(ଡି.ଏନ.ଏ.)- ୫୫ନଂ. ଜାତୀୟ ରାଜପଥର ନାଲ୍‌କୋ ଥାନା କୁଲାଡ଼ ହାଇସ୍କୁଲ ସମ୍ମୁଖରେ ରବିବାର ରାତି ୯ଟାରେ ୨ ବାଇକ୍‌ ମଧ୍ୟରେ ମୁହଁାମୁହିଁ ଧକ୍କା ହୋଇଥିଲା।