Dharitri News
ଅନଗୁଳ-ଢେଙ୍କାନାଳ

ଏପି ସିଂ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଏପି ସିଂ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ବଅଁରପାଳ, ୨୩।୧୨(ଡି.ଏନ.ଏ.): ଅନୁଗୋଳ ଜିଲା ବଅଁରପାଳ ପଞ୍ଚାଗଡ଼ ରାଇଜିଂ କ୍ଲବ ତରଫରୁ ଏପି ସିଂ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟନ ହୋଇଯାଇଛି। ଏଥିରେ ନାଲ୍‌କୋ ଇଡି ରାଜକିଶୋର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଟୁର୍ଣ୍ଣାମେଣ୍ଟରେ ମୋଟ ୧୨ଟି କ୍ରିକେଟ ଟିମ୍‌ ଅଂଶଗ୍ରହଣ କରିଛନ୍ତି। ଉଦ୍‌ଘାଟନୀ ମ୍ୟାଚ୍‌ରେ ଅନୁଗୋଳ ଓ ବଅଁରପାଳ କ୍ରିକେଟ ଟିମ୍‌ ମଧ୍ୟରେ ଖେଳ ହୋଇଥିଲା।

ଅନଗୁଳ-ଢେଙ୍କାନାଳ

୭ମ ରାଜ୍ୟସ୍ତରୀୟ ଫୁଟବଲ୍‌ କପ୍‌ ଉଦ୍‌ଘାଟିତ

୭ମ ରାଜ୍ୟସ୍ତରୀୟ ଫୁଟବଲ୍‌ କପ୍‌ ଉଦ୍‌ଘାଟିତ

ଅନୁଗୋଳ ଅଫିସ,୨୧।୧- ଅନୁଗୋଳ ଟାଉନ ହାଇସ୍କୁଲ ଖେଳ ପଡ଼ିଆରେ ରବିବାର ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ତରଫରୁ ୭ମ ରାଜ୍ୟସ୍ତରୀୟ ହେମସୁରପଡ଼ା ଫୁଟବଲ କପ୍‌ ୨୦୧୮ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମ୍ୟାଚ ଅନୁଗୋଳ ମା’ ବୁଢ଼ୀ ଫୁଟବଲ କ୍ଲବ ଓ ଢେଙ୍କାନାଳ ନରଣପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଯୁବକଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ ଅଫିସ,୨୧।୧- ଅନୁଗୋଳ ଥାନା ଆଙ୍କୁଲା ଗ୍ରାମର ପ୍ରଶାନ୍ତ ସାହୁଙ୍କ ଝୁଲନ୍ତା ମୃତଦେହ ରବିବାର ପୋଲିସ ଉଦ୍ଧାର କରିଛି।

ଚାନ୍ଦା ନ ଦେବାରୁ ଚାଳକଙ୍କୁ ମାଡ଼ ଅଭିଯୋଗ

ଅନୁଗୋଳ ଅଫିସ,୨୧।୧- ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ନୂଆପଡ଼ା ଗଁାରେ ରବିବାର ଏକ ଟ୍ରକ୍‌ (ନଂ. ଓଡି୧୬ସି-୬୨୯୮) ଅଟକାଇ ଗ୍ରାମର ରିତେଶ ମହାପାତ୍ରଙ୍କ ସହିତ ୧୫ ଜଣ ଯୁବକ ଚାନ୍ଦା ମାଗିବା ସହ ମାଡ଼ ମାରିଥିବା ଚାଳକ କୁଣ୍ଢେଇଗୋଳା ଥାନା ଉଟୁସିଆ ଗ୍ରାମର ବିଷ୍ଣୁଚରଣ ସାହୁ ଅଭିଯୋଗ କରିଛନ୍ତି।

୨ ବାଇକ୍‌ ଧକ୍କା, ୩ ଗୁରୁତର

ବଅଁରପାଳ,୨୧।୧(ଡି.ଏନ.ଏ.)- ୫୫ନଂ. ଜାତୀୟ ରାଜପଥର ନାଲ୍‌କୋ ଥାନା କୁଲାଡ଼ ହାଇସ୍କୁଲ ସମ୍ମୁଖରେ ରବିବାର ରାତି ୯ଟାରେ ୨ ବାଇକ୍‌ ମଧ୍ୟରେ ମୁହଁାମୁହିଁ ଧକ୍କା ହୋଇଥିଲା।

ଧାନଗଦା ଜଳିଗଲା

ଧାନଗଦା ଜଳିଗଲା

ଛେଣ୍ଡିପଦା, ୨୧ା୧(ଡି.ଏନ.ଏ.)- ଛେଣ୍ଡିପଦା ଥାନା ବରପଦା ଗ୍ରାମରେ ରବିବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ତ୍ରିଲୋଚନ ନାଏକଙ୍କ ଧାନଗଦା ସହ ପାଳଗଦା ଜଳିଯାଇଛି।

ଲୋକଙ୍କ ସହଯୋଗରେ ଅପରାଧ କମିବ

ଲୋକଙ୍କ ସହଯୋଗରେ ଅପରାଧ କମିବ

ବଇଣ୍ଡା,୨୧।୧(ଡି.ଏନ.ଏ.)- ଦିନକୁ ଦିନ ସମାଜରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଥିବାବେଳେ ଅପରାଧ ବଢିବାରେ ଲାଗିଛି। ତେଣୁ ଏଥିରେ ରୋକ ଲଗାଇବା ଦିଗରେ ପୋଲିସ ପ୍ରଶାସନ ସର୍ବଦା ସଜାଗ ରହିବା ଆବଶ୍ୟକ। ଏଥିସହ ପୋଲିସ ସହ ଜନତାଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଲେ ଲୋକଙ୍କ ସହଯୋଗରେ ଅପରାଧ ବହୁ ପରିମାଣରେ କମିପାରିବ ବୋଲି ରବିବାର କିଶୋରନଗର ବ୍ଲକ ନାକିଚି ଗ୍ରାମରେ ହଣ୍ଡପା ପୋଲିସ ପକ୍ଷରୁ ଅନୁଷ୍ଠିତ ଆମ ପୋଲିସ ସମିତି ବୈଠକରେ ମତ ପ୍ରକାଶ ପାଇଛି।

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ

ଭୁବନ, ୨୧ା୧(ଡି.ଏନ୍‌.ଏ.)-ଭୁବନ ଥାନା ନୀଳକଣ୍ଠପୁର ଛକରେ ଶନିବାର ରାତିରେ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ଜାଡ଼ରେ ଥରିଲେ ୧୪ ଚକ୍ଷୁ ରୋଗୀ

ଜାଡ଼ରେ ଥରିଲେ ୧୪ ଚକ୍ଷୁ ରୋଗୀ

ଢେଙ୍କାନାଳ ଅଫିସ, ୨୧ା୧-ଢେଙ୍କାନାଳ ଦକ୍ଷିଣକାଳୀ ରୋଡସ୍ଥିତ କଳିଙ୍ଗ ଘରୋଇ ଚକ୍ଷୁ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ପାଇଁ କଟକ ଜିଲା ଆଠଗଡ଼ ଉପଖଣ୍ଡ ଅଞ୍ଚଳରୁ ଆସିଥିବା ୧୪ ରୋଗୀ ରବିବାର ହୀନସ୍ତା ହୋଇଛନ୍ତି। ବିନା ରହିବା ବ୍ୟବସ୍ଥାରେ ସେମାନଙ୍କୁ ଅଣାଯାଇଥିଲା। ଫଳରେ ରାତିରେ ପ୍ରବଳ ଜାଡ଼ରେ ଥରିଥରି ସେମାନଙ୍କୁ ନିରାଶରେ ଘରକୁ ଫେରିବାକୁ ପଡ଼ିଛି।

ପ୍ରଶାସନ, ପୋଲିସର ମିଳିତ ଚଢ଼ାଉ: ସିଲ୍‌ ହେଲା ନର୍ସିଂ ହୋମ୍‌

ପ୍ରଶାସନ, ପୋଲିସର ମିଳିତ ଚଢ଼ାଉ: ସିଲ୍‌ ହେଲା ନର୍ସିଂ ହୋମ୍‌

ଢେଙ୍କାନାଳ ଅଫିସ, ୨୧ା୧-ଢେଙ୍କନାଳ ସହରସ୍ଥିତ ବିଭିନ୍ନ ନର୍ସିଂହୋମ୍‌ରେ ରବିବାର ପୋଲିସ ଏବଂ ପ୍ରଶାସନ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି।

କ୍ଷତିପୂରଣ ନ ମିଳିଲେ ଆନ୍ଦୋଳନ

ବଇଣ୍ଡା, ୨୧।୧(ଡି.ଏନ.ଏ.)- କଟକ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥକୁ ୪ ଲେନ ବିଶିଷ୍ଟ କରିବା ପାଇଁ ଏବେ ମୁଖ୍ୟ ବ୍ୟବସାୟିକ କେନ୍ଦ୍ର ବଇଣ୍ଡା ଛକଠାରେ ଥିବା ଦୋକାନ ଉଚ୍ଛେଦ ପାଇଁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏହି ଛକ ଉପରେ ଥିବା ପ୍ରାୟ ୨ ଶହରୁ ଊର୍ଦ୍ଧ୍ୱ ଉଠା ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଏ ପର୍ଯ୍ୟନ୍ତ କ୍ଷତିପୂରଣ ଦିଆ ନ ଯିବା ନେଇ ଅସନ୍ତୋଷ ଦେଖାଦେଇଛି

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ

ଆଠମଲ୍ଲିକ, ୨୧ା୧(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଲୁଣହାଣ୍ଡି ଗ୍ରାମର ରଞ୍ଜିତ ମେଣ୍ଡୁଲିଙ୍କୁ ଚିକିତ୍ସା ଖର୍ଚ୍ଚ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରାଯାଇଛି। ଆଠମଲ୍ଲିକ ତହସିଲଦାର ଡ. ଦିବ୍ୟଲୋଚନ ମହାନ୍ତଙ୍କ ଉପସ୍ଥିତିରେ ଉପଜିଲାପାଳ ସୁବାସ ଚନ୍ଦ୍ର ରାୟ ତାଙ୍କୁ ଏକ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

୪ ଚନ୍ଦନ ଗଛ କାଟିନେଲେ ଦୁର୍ବୃତ୍ତ

ବଅଁରପାଳ,୨୧।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ଟଳମୂଳ ଗ୍ରାମର ଗଙ୍ଗାଧର ଦାସଙ୍କ ବାଡ଼ିରୁ ଶନିବାର ରାତିରେ ଦୁର୍ବୃତ୍ତମାନେ ୪ଟି ମୂଲ୍ୟବାନ ଚନ୍ଦନ ଗଛ କାଟି ନେଇଛନ୍ତି।