ଅନଗୁଳ-ଢେଙ୍କାନାଳ

ବାର୍‌ହା ଆକ୍ରମଣରେ ବୃଦ୍ଧ ଗୁରୁତର

ବାର୍‌ହା ଆକ୍ରମଣରେ ବୃଦ୍ଧ ଗୁରୁତର

ପରଜଙ୍ଗ, ୨୨ା୧୨(ଡି.ଏନ୍‌.ଏ.)-ଜଙ୍ଗଲୀ ଜନ୍ତୁ ଆକ୍ରମଣରେ କ୍ଷତିଗ୍ରସ୍ତଙ୍କ ପ୍ରତି ବନ କର୍ମଚାରୀ ସମ୍ବେଦନଶୀଳ ହେବା କଥା। ମୃତକଙ୍କ ପରିବାରକୁ ତୁରନ୍ତ ସହାୟତା ଯୋଗାଇଦେବା, ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା, ଚିକିତ୍ସାରେ ସହଯୋଗ କରିବା ଏସବୁ ଦିଗରେ ସଦୟ ହେବାକୁ ବିଭାଗୀୟ ନିର୍ଦ୍ଦେଶ ରହିଛି। ହେଲେ ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ୍‌ ଡିହଡୋଳ ଫରେଷ୍ଟ ସେକ୍ସନରେ ଏହାର ବିପରୀତ କଥା ଦେଖିବାକୁ ମିଳିଛି। ଜଙ୍ଗଲରେ ବାର୍‌ହା ଆକ୍ରମଣରେ ଗୁରୁତର ଜଣେ ବୃଦ୍ଧଙ୍କୁ ଦୁର୍ଘଟଣା ଘଟିଥିବା କହି ଦାୟିତ୍ୱଧାରୀ ଅଧିକାରୀ ଏଡ଼ାଇ ଯାଇଥିବା ଅଭିଯୋଗ ଆସିବା ପରେ ବନ ବିଭାଗର ମାନବିକତାହୀନ କାର୍ଯ୍ୟ ପଦାରେ ପଡ଼ିଛି। କେବଳ ଏତିକି ନୁହେଁ, ପାଖରେ ଟଙ୍କା ନ ଥିବାରୁ ସମ୍ପୃକ୍ତ ବୃଦ୍ଧ ଚିକିତ୍ସାରୁ ବଞ୍ଚତ୍ତ ହୋଇ ନିରାଶରେ ଘରକୁ ଫେରି ଆସିଛନ୍ତି। ବନ କର୍ମଚାରୀଙ୍କ ଏପରି ଅପରିଣାମଦର୍ଶୀ କାର୍ଯ୍ୟକୁ ନିନ୍ଦା କରିଛନ୍ତି ଅଞ୍ଚଳବାସୀ।
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ପରମହଂସପୁର ଗ୍ରାମର ପଙ୍କଜ ସାହୁ (୬୫) ଜଙ୍ଗଲରେ କାଠ ହାଣୁଥିବାବେଳେ ପଛପଟୁ ଏକ ବାର୍‌ହା ହଠାତ୍‌ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ପଡ଼ିଥିବାବେଳେ କେତେଜଣ ଛେଳି ଚରାଳି ତାଙ୍କୁ ଉଦ୍ଧାର କରି ରାସ୍ତା ଉପରକୁ ଆଣିଥିଲେ। ଉକ୍ତ ରାସ୍ତା ଦେଇ ଯାଉଥିବା ରେଞ୍ଜର ସୁରେଶ ଚନ୍ଦ୍ର ବେହେରାଙ୍କୁ ସମ୍ପୃକ୍ତ ଛେଳି ଚରାଳିମାନେ ସହାୟତା ଭିକ୍ଷା କରିଥିଲେ। ହେଲେ ସେ ଆହତଙ୍କୁ ଦେଖିବା ସତ୍ତ୍ୱେ ଘଟଣାକୁ ଏଡ଼ାଇ ଦେଇ ଚାଲିଆସିଥିଲେ। ପରେ ସ୍ଥାନୀୟ ବାସିନ୍ଦା ୧୦୮ ଆମ୍ବୁଲାନ୍ସ ସହାୟତାରେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ବାର୍‌ହା କାମୁଡ଼ା ଇଞ୍ଜେକ୍ସନ ନ ଥିବାରୁ ଡାକ୍ତର ତାଙ୍କୁ ତାଳଚେର ମଣ୍ଡାପାଳ ଡାକ୍ତରଖାନାକୁ ପଠାଇ ଦେଇଥିଲେ। ହେଲେ ପଙ୍କଜଙ୍କ ନିକଟରେ ଆବଶ୍ୟକ ଅର୍ଥ ନ ଥିବାରୁ ସେ ବାଧ୍ୟ ହୋଇ ଘରକୁ ଫେରି ଆସିଥିବା କହିଛନ୍ତି। ପଙ୍କଜଙ୍କୁ ଚିକିତ୍ସା କରିଥିବା ଡାକ୍ତର ମାନସ ରଞ୍ଜନ ସ୍ବାଇଁ କୁହନ୍ତି, ଗୁରୁତରଙ୍କ ଶରୀରରେ ସୃଷ୍ଟି ହୋଇଥିବା କ୍ଷତରୁ ଏହା କୌଣସି ଜଙ୍ଗଲୀ ଜନ୍ତୁ ଆକ୍ରମଣ ବୋଲି ସ୍ପଷ୍ଟ ଜଣାପଡ଼ୁଛି। ତଦନୁଯାୟୀ ତାଙ୍କର ପ୍ରାଥମିକ ଚିକିତ୍ସା ମଧ୍ୟ କରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଆବଶ୍ୟକ ଔଷଧ ଏବଂ ଇଞ୍ଜେକ୍ସନ ମିଳୁ ନ ଥିବାରୁ ତାଙ୍କୁ ତାଳଚେର ମଣ୍ଡାପାଳ ଡାକ୍ତରଖାନାକୁ ଯିବାକୁ ପରାମର୍ଶ ଦିଆଯାଇଛି। ଏ ସଂକ୍ରାନ୍ତରେ ରେଞ୍ଜର କୁହନ୍ତି, ଦିନରେ ବାର୍‌ହା କାମୁଡ଼େ ନାହିଁ। ଗୁରୁତରଙ୍କୁ ଦେଖିବା ପରେ ଏହା ଏକ ଦୁର୍ଘଟଣା ବୋଲି ସେ ଭାବିଥିଲେ। ତେଣୁ ତାଙ୍କ ଗାଡ଼ିରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ନ ଥିବା ସେ ସ୍ପଷ୍ଟୀକରଣ ଦେଇଛନ୍ତି। ତେବେ ୬୫ବର୍ଷର ଜଣେ ବୃଦ୍ଧଙ୍କୁ କ୍ଷତାକ୍ତ ଅବସ୍ଥାରେ ଛାଡ଼ି ଚାଲି ଆସିବା ଅଧିକାରୀଙ୍କ ଦାୟିତ୍ୱ ଏବଂ କର୍ତ୍ତବ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରେଞ୍ଜରଙ୍କ ଅସହଯୋଗ ସମ୍ପର୍କରେ ସ୍ଥାନୀୟ ଲୋକେ ଡିଏଫ୍‌ଓ ରିଙ୍କୁ କୁମାରୀଙ୍କୁ ଜଣାଇଥିଲେ। ଖୁବ୍‌ଶୀଘ୍ର ଘଟଣାର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ଡିଏଫ୍‌ଓ କହିଛନ୍ତି।

All Right Reserved By

Model This Week

ନିକିତା

ଅନଗୁଳ-ଢେଙ୍କାନାଳ

ମୌଳିକ ସୁବିଧାରୁ ବଞ୍ଚିତ ନୂଆଭୂଇଁବାସୀ

ମୌଳିକ ସୁବିଧାରୁ ବଞ୍ଚିତ ନୂଆଭୂଇଁବାସୀ

ତାଳଚେର, ୨୧।୪ (ନି.ପ୍ର.):ଦୀର୍ଘବର୍ଷ ହେଲା ବଡ଼ ଦୁର୍ଦ୍ଦଶାରେ ଅଛନ୍ତି ତାଳଚେର ବ୍ଲକ ଗୋପାଳପ୍ରସାଦ ପଞ୍ଚାୟତର ନୂଆଭୂଇଁ ଗ୍ରାମବାସୀ। କୋଇଲା ଖଣି ପାଇଁ ଗଁ।ର ଜମି ଅଧିଗ୍ରହଣ ହେଉଥିବାରୁ ଏଠାରେ ସରକାରୀ ଯୋଜନାରେ ଉନ୍ନୟନ କାର୍ଯ୍ୟ ହୋଇପାରୁ ନାହିଁ। ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ମଧ୍ୟ ଲୋକଙ୍କ ସମସ୍ୟା ବୁଝିବାକୁ ସେପରି ଆଗ୍ରହ ପ୍ରକାଶ କରୁନାହାନ୍ତି। ଫଳରେ ଗ୍ରାମବାସୀ ରାସ୍ତା, ପାନୀୟ ଜଳ, ବିଦ୍ୟୁତ୍‌, ସ୍କୁଲ ଆଦି ବ୍ୟବସ୍ଥାରୁ ବଞ୍ଚିତ ହୋଇଛନ୍ତି। ଏ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ନୂଆଭୂଇଁ ଗ୍ରାମର ଲୋକସଂଖ୍ୟା ପ୍ରାୟ ୪ଶହ। ପ୍ରାୟ ସମସ୍ତେ ଆଦିବାସୀ ଓ ଦିନ ମଜୁରିଆ। ନିକଟରେ ହିଙ୍ଗୁଳା କୋଇଲା ଖଣି ଓ କୋଲ୍‌ ହାଣ୍ଡଲିଙ୍ଗ ପ୍ଲାଣ୍ଟ (ସିଏଚ୍‌ପି) ଥିବାରୁ ଗ୍ରାମର ଜମି ଅଧିଗ୍ରହଣ ପାଇଁ ୧୧(୧) ନୋଟିସ୍‌ ହୋଇ ସାରିଛି। ଏପରି କି ଜମି ଅଧିଗ୍ରହଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି।

ପୂଜକଙ୍କ ବିରୋଧରେ ନାବାଳିକାଙ୍କ ଗୁରୁତର ଅଭିଯୋଗ; ମନ୍ଦିରରେ ଅସଦାଚରଣ, ଘରେ କରିଥିଲେ ବଳାତ୍କାର

ପୂଜକଙ୍କ ବିରୋଧରେ ନାବାଳିକାଙ୍କ ଗୁରୁତର ଅଭିଯୋଗ; ମନ୍ଦିରରେ ଅସଦାଚରଣ, ଘରେ କରିଥିଲେ ବଳାତ୍କାର

ଅନୁଗୋଳ ଅଫିସ,୨୧।୪- ଅନୁଗୋଳ ଥାନା ଅଞ୍ଚଳରେ ଥିବା ଏକ ଜଗନ୍ନାଥ ମନ୍ଦିରର ପୂଜକ ଅଶୋକ କୁମାର ମିଶ୍ର(୫୩) ଜଣେ ୧୩ ବର୍ଷର ବାଳିକାଙ୍କୁ ବଳାତ୍କାର କରିଥିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ନାବାଳିକାଙ୍କ ମା’ଙ୍କ ଏତଲାକୁ ଭିତ୍ତିକରି ପୋଲିସ ନଂ. ୨୫୮/୧୮, ଦଫା ୩୭୬, ୨ଆଇଏନ୍‌ ଆଇପିସି, ୬ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରିଛି। ନାବାଳିକାଙ୍କୁ ଡାକ୍ତରୀମାଇନା କରାଯାଇଥିବା ବେଳେ ପୂଜକ ଅଶୋକଙ୍କୁ ଥାନାରେ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି।

ବଜ୍ରପାତରେ ଯୁବତୀ ମୃତ

ବଜ୍ରପାତରେ ଯୁବତୀ ମୃତ

ପରଜଙ୍ଗ, ୨୧।୪(ଡି.ଏନ.ଏ)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧୀନ ଦଶିପୁର ଗ୍ରାମରେ ଶୁକ୍ରବାର ଅପରାହ୍ନରେ ବ୍ରଜପାତରେ ହାଡ଼ିବନ୍ଧୁ ଦେହୁରୀଙ୍କ ଝିଅ ଜାହ୍ନବୀ ଦେହୁରୀଙ୍କ ମୃତ୍ୟୁ ଘଟିଛି।

ଶହେ ହିତାଧିକାରୀଙ୍କୁ ଗ୍ୟାସ୍‌ ବଣ୍ଟନ

ଶହେ ହିତାଧିକାରୀଙ୍କୁ ଗ୍ୟାସ୍‌ ବଣ୍ଟନ

ଢେଙ୍କାନାଳ ଅଫିସ,୨୦।୪- ଢେଙ୍କାନାଳ ସଦର ବ୍ଲକ କାଙ୍କଡପାଳ ଗ୍ରାମରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ପଞ୍ଚାୟତ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି।

ସାମାଜିକ, ଆଧ୍ୟାତ୍ମିକ ସଚେତନତା ଶିବିର

ଢେଙ୍କାନାଳ ଅଫିସ,୨୦।୪- ଢେଙ୍କାନାଳ ସହରସ୍ଥିତ ଟାଉନ ପ୍ଲାନିଂଠାରେ ଥିବା ତିରୁପତି ତିରୁମାଲା ଭବନରେ ଶୁକ୍ରବାରଠାରୁ ୨୪ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ବାଳିକାମାନଙ୍କ ପାଇଁ ଏକ ସାମାଜିକ, ଆଧ୍ୟାତ୍ମିକ ସଚେତନତା ଶିବିର ଉଦ୍‌ଘାଟିତ ହୋଇଯାଇଛି।

ମହିଳାଙ୍କୁ ଠେଙ୍ଗାରେ ଆକ୍ରମଣ

ବଇଣ୍ଡା, ୨୦।୪(ଡି.ଏନ.ଏ)- ଠାକୁରଗଡ଼ ଥାନା ଟାପଢୋଲ ଗ୍ରାମର ମିନତୀ ବେହେରାଙ୍କୁ ସେହି ଗ୍ରାମର ତରୁଣ ବେହେରା ଠେଙ୍ଗାରେ ଆକ୍ରମଣ କରିଥିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି।

୨୪ରେ ବୟୋଜ୍ୟୋଷ୍ଠଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ଭୁବନ,୨୦।୪(ଡି.ଏନ.ଏ.)- ଆସନ୍ତା ୨୪ ତାରିଖରେ ଭୁବନ ବ୍ଲକ ସଭାଗୃହରେ ରାଷ୍ଟ୍ରୀୟ ବୟୋବୃଦ୍ଧି ଯୋଜନାରେ ସ୍ବାସ୍ଥ୍ୟ ପରୀକ୍ଷା କ୍ୟାମ୍ପ ଆୟୋଜିତ ହେବ।

କାଳବୈଶାଖୀରେ ଭାଙ୍ଗିଲା  ୨୦ ଷ୍ଟଲ୍‌

କାଳବୈଶାଖୀରେ ଭାଙ୍ଗିଲା ୨୦ ଷ୍ଟଲ୍‌

ବଅଁରପାଳ,୨୦।୪ (ଡି.ଏନ.ଏ)- ଅନୁଗୋଳ ଜିଲା ବଅଁରପାଳ ବ୍ଲକ ନାଲକୋ କଲୋନୀ ପରିସରରେ ଶୁକ୍ରବାର କାଳବୈଶାଖୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। କଲୋନୀ ପରିସରରେ ଥିବା ବହୁ ଗଛ ଭାଙ୍ଗି ଯାଇଛି। ଏ

ଉଜ୍ୱଳା ଯୋଜନାରେ ୧୦୦ ମହିଳାଙ୍କୁ ଗ୍ୟାସ ବଣ୍ଟନ

ଉଜ୍ୱଳା ଯୋଜନାରେ ୧୦୦ ମହିଳାଙ୍କୁ ଗ୍ୟାସ ବଣ୍ଟନ

ବଇଣ୍ଡା,୨୦।୪ (ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା କଲ୍ୟାଣ ମଣ୍ଡପ ପରିସରରେ ଶୁକ୍ରବାର ୧୦୦ ଜଣ ମହିଳାଙ୍କୁ ଉଜ୍ୱଳା ଯୋଜନାରେ ଗ୍ୟାସ ଯୋଗାଇ ଦିଆଯାଇଛି।

ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ବଇଣ୍ଡା,୨୦।୪ (ଡି.ଏନ.ଏ.)- କୃଷି ବହୁଳ ଆଠମଲ୍ଲିକ ଉପଖଣ୍ଡରେ ବ୍ୟାପକ ସମସ୍ୟା ଲାଗି ରହିଛି। ସେଗୁଡ଼ିକ ସମାଧାନ କରାଯାଉ ନାହିଁ। ଫଳରେ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ

କଳା ସଂସ୍କୃତିକୁ ବଞ୍ଚାଇ ରଖିଛି ପାଲା

ବଇଣ୍ଡା,୨୦।୪ (ଡି.ଏନ.ଏ.)- ବର୍ତ୍ତମାନ ଯୁଗରେ ଆଉ ପୁରାତନ କଳା ସଂସ୍କୃତି ଦେଖିବାକୁ ମିଳୁନାହିଁ। ନୂତନ ଯୁବପିଢି ଆଧ୍ୟୁନିକତାକୁ ଆପଣାଉଛନ୍ତି।

ମହିଳା ସଶକ୍ତିକରଣ ଦିବସ ପାଳିତ

ମହିଳା ସଶକ୍ତିକରଣ ଦିବସ ପାଳିତ

ଅନୁଗୋଳ ଅଫିସ,୨୦।୪- ରାଜ୍ୟ ମହିଳା ମଞ୍ଚ ଆନୁକୁଲ୍ୟରେ ଶୁକ୍ରବାର ଅନୁଗୋଳ କଳାକେନ୍ଦ୍ରଠାରେ ମହିଳା ସଶକ୍ତିକରଣ ଦିବସ ପାଳିତ ହୋଇଯାଇଛି।