ଅନଗୁଳ-ଢେଙ୍କାନାଳ

ନର୍ସିଂହୋମ୍‌ରେ ପଶିଲା ଅଗ୍ନିଶମ ବିଭାଗ

ନର୍ସିଂହୋମ୍‌ରେ ପଶିଲା ଅଗ୍ନିଶମ ବିଭାଗ
ଢେଙ୍କାନାଳ ଅଫିସ, ୨୨ା୧୨-ଢେଙ୍କାନାଳରେ ଥିବା ନର୍ସିଂହୋମ୍‌ଗୁଡ଼ିକର ହାଲ୍‌ ଠିକ୍‌ ନାହିଁ। ବିଶେଷ କରି ଅଗ୍ନି ନିର୍ବାପକ ଭଳି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେଉନାହାନ୍ତି ନର୍ସିଂହୋମ୍‌ କର୍ତ୍ତୃପକ୍ଷ। ଶୁକ୍ରବାର ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ଚଢ଼ାଉବେଳେ ଏପରି ଅନିୟମିତତା ପଦାକୁ ଆସିଛି। ରୋଗୀଙ୍କ ଜୀବନକୁ ବାଜି ଲଗାଇଥିବା ଅର୍ଥଲୋଭୀ ଘରୋଇ ସ୍ବାସ୍ଥ୍ୟସେବା ସଂସ୍ଥା ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ। ଅଗ୍ନିଶମ ବିଭାଗ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଦିନତମାମ ରାଜ୍ୟ ଅଗ୍ନିଶମ ବିଭାଗର ବରିଷ୍ଠ କର୍ମକର୍ତ୍ତା ଏବଂ ଜିଲାସ୍ତରୀୟ ଅଧିକାରୀମାନେ ସହରରେ ଥିବା ଘରୋଇ ଚିକିତ୍ସାଳୟରେ ଛନ୍‌ଭିନ୍‌ କରିଥିଲେ। ଏଥିସହ ଅଗ୍ନି ନିରୋଧକ ସମ୍ପର୍କିତ ପଞ୍ଜୀକୃତ ସାର୍ଟିଫିକେଟ୍‌ ଓ କାଗଜପତ୍ର ଯାଞ୍ଚ କରାଯାଇଥିଲା। ବିଭିନ୍ନ ଘରୋଇ ନର୍ସିଂହୋମ୍‌ରେ ଅଗ୍ନି ନିରୋଧକ ଉପକରଣ ନାମକୁ ମାତ୍ର ପ୍ରଦର୍ଶନୀ ଭଳି ରଖାଯାଇଛି। ଉପକରଣ ବ୍ୟବହାର ସମ୍ପର୍କରେ ଅଧିକାରୀମାନେ ପଚାରିଥିଲେ। ତେବେ କର୍ମଚାରୀମାନେ ଏହାର ବ୍ୟବହାର ଜାଣି ନ ଥିବା କହିବା ପରେ ସୁରକ୍ଷାର ବାସ୍ତବ ଚିତ୍ର ପଦାକୁ ଆସିଛି। ଅଘଟଣ ଘଟିଲେ କିଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସମ୍ପର୍କିତ ଉତ୍ତର ଦେବାରେ ମଧ୍ୟ ନର୍ସିଂହୋମ୍‌ କର୍ତ୍ତୃପକ୍ଷ କୁନ୍ଥୁକୁନ୍ଥୁ ହୋଇଥିଲେ। ଅଧିକାଂଶ ଘରୋଇ ଚିକିତ୍ସାଳୟଗୁଡ଼ିକରେ ଖଞ୍ଜା ଯାଇଥିବା ଅଗ୍ନି ନିରୋଧକ ସିଲିଣ୍ଡରଗୁଡିକର ଅବଧି ପୂରିଯାଇଥିବା ଯାଞ୍ଚ ସମୟରେ ଜଣାପଡ଼ିଥିଲା। ସେଗୁଡ଼ିକୁ ତୁରନ୍ତ ବଦଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। କଟକ ରେଞ୍ଜ୍‌ର ଡେପୁଟି ଫାୟାର ଅଫିସର ତ୍ରୈଲୋକ ବାବୁଙ୍କ ନେତୃତ୍ୱ ଏବଂ ଢେଙ୍କାନାଳ ଅଗ୍ନିଶମ ବିଭାଗର ଅତିରିକ୍ତ ଫାୟାର ଅଫିସର ଉମାକାନ୍ତ ନାୟକଙ୍କ ସହଯୋଗରେ ଦଶଜଣିଆ ଦଳ ଚଢ଼ାଉ ସାମିଲ ହୋଇଥିଲେ। ସଦର ଥାନା ବଳଦିଆବନ୍ଧସ୍ଥିତ ଜଷ୍ଟିସ ଗତିକୃଷ୍ଣ ମିଶ୍ର ମେମୋରିଆଲ ଚକ୍ଷୁ ଚିକିତ୍ସାଳୟ, ସହରସ୍ଥିତ ଗୋପବନ୍ଧୁ ବଜାରରେ ଥିବା ଜଗନ୍ନାଥ ନର୍ସିଂ ହୋମ, ଦକ୍ଷିଣକାଳୀ ରୋଡ୍‌ରେ ଥିବା କଳିଙ୍ଗ ଚକ୍ଷୁ ଚିକିତ୍ସାଳୟ, ଲାଇଫ ଲାଇନ ମେଡିକାଲ ସେଣ୍ଟର, ଶାସନ ଛକସ୍ଥିତ ତୁଳସୀ ନର୍ସିଂ ହୋମ, ଦୀପାଳି ନର୍ସିଂହୋମ୍‌, ସାଇଶ୍ରୀ ଚକ୍ଷୁ ଚିକିତ୍ସାଳୟ, ଚନ୍ଦନ ବଜାରରେ ଥିବା ସାଇ ନର୍ସିଂହୋମ୍‌ ଏବଂ କାମାକ୍ଷାନଗର ଏନ୍‌ଏସିରେ ଥିବା ନର୍ସିଂ ହୋମ୍‌ଗୁଡ଼ିକୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଅଧିକାରୀମାନେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେବାସହ ତଦନ୍ତ ରିପୋର୍ଟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯିବ ବୋଲି କହିଥିଲେ। ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ସହରର ବିଭିନ୍ନ ଘରୋଇ ନର୍ସିଂହୋମକୁ ଯାଞ୍ଚ କରାଯାଇଥିଲା। ହୁଗୁଳା ବ୍ୟବସ୍ଥା ଜଣାପଡ଼ିବା ସତ୍ତ୍ୱେ ଖିଲାପକାରୀଙ୍କ ବିରୋଧରେ ସେହି ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଏହି ଚଢ଼ାଉ ପରେ ଦୋଷୀ ବିରୋଧରେ କେତେଦୂର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା ବୋଲି ସଚେତନ ନାଗରିକମାନେ କହିଛନ୍ତି।
All Right Reserved By

ଅନଗୁଳ-ଢେଙ୍କାନାଳ

ଆନ୍ତଃସ୍କୁଲ ଫୁଟବଲ ପ୍ରତିଯୋଗିତା:ସେମିରେ କେନ୍ଦ୍ରୀୟ ବିଦ୍ୟାଳୟ, ଡିପିଏସ୍‌

ଆନ୍ତଃସ୍କୁଲ ଫୁଟବଲ ପ୍ରତିଯୋଗିତା:ସେମିରେ କେନ୍ଦ୍ରୀୟ ବିଦ୍ୟାଳୟ, ଡିପିଏସ୍‌

ଢେଙ୍କାନାଳ ଅଫିସ, ୧୯ା୧-ଢେଙ୍କାନାଳ ଷ୍ଟାଡିୟମରେ ଚାଲିଥିବା  ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ମେମୋରିଆଲ ଆନ୍ତଃସ୍କୁଲ ଫୁଟବଲ ପ୍ରତିଯୋଗିତା ଶନିବାର ଅନୁଷ୍ଠିତ ୨ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ବିଜୟୀ ହୋଇ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ  ଦିଲ୍ଲୀ ପବ୍ଲିକ ସ୍କୁଲ (ଡିପିଏସ୍‌) ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ମଦ ଦୋକାନ ଉଚ୍ଛେଦ ଦାବିରେ ଗର୍ଜିଲେ ମହିଳା

ମଦ ଦୋକାନ ଉଚ୍ଛେଦ ଦାବିରେ ଗର୍ଜିଲେ ମହିଳା

ବଇଣ୍ଡା,୧୯।୧(ଡି.ଏନ.ଏ)-କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ଥିବା ଦେଶୀ ଓ ବିଦେଶୀ ମଦ ଦୋକାନ ଉଚ୍ଛେଦ ଦାବିରେ ଶନିବାର ୧୦ଟି  ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଏକତ୍ରିତ ହୋଇ ଆନ୍ଦୋଳନ କରିଛନ୍ତି। ନୁନୁକାପଶି ପଞ୍ଚାୟତ କାର୍ଯ୍ୟାଳୟଠାରୁ ମହିଳାମାନେ ଏକ ଶୋଭାଯାତ୍ରାରେ ବାହାରି ବିଦେଶୀ ମଦ ଦୋକାନକୁ ଘେରାଉ କରିଥିଲେ। ପରେ ସେଠାରୁ ଏକ ଶୋଭାଯାତ୍ରାରେ ଯାଇ  ଦେଶୀ ମଦ ଭାଟିକୁ ଘେରାଉ କରି  ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

‘ଛାତ୍ରୀଛାତ୍ର ସମାଜର କର୍ଣ୍ଣଧାର’

‘ଛାତ୍ରୀଛାତ୍ର ସମାଜର କର୍ଣ୍ଣଧାର’

ଭୁବନ, ୧୯।୧(ଡି.ଏନ.ଏ.)-ଭୁବନ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୯ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। 

ଲୁଟ୍‌ ଘଟଣାରେ ୨ ଗିରଫ: ୧୯,୫୦୦ ଟଙ୍କା ସମେତ ଆସବାବ ପତ୍ର ଜବତ

ଲୁଟ୍‌ ଘଟଣାରେ ୨ ଗିରଫ: ୧୯,୫୦୦ ଟଙ୍କା ସମେତ ଆସବାବ ପତ୍ର ଜବତ

ଢେଙ୍କାନାଳ ଅଫିସ, ୧୯।୧- ଢେଙ୍କାନାଳ ସହର ଓ ଜିଲାର ବିଭିନ୍ନ ସ୍ଥାନରୁ ୬ଟି ଲୁଟ୍‌  ଘଟଣାରେ ଶନିବାର  ୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ  କାଳିଆ ନାୟକ, ମିଲୁ ବେହେରା।

 ଆଦିବାସୀ ଛାତ୍ରୀ ଗର୍ଭବତୀ ହେବା ଘଟଣା: ଦୋଷୀ ବିରୋଧରେ  କାର୍ଯ୍ୟାନୁଷ୍ଠାନ ଦାବି କଲା ଭାଜପା

ଆଦିବାସୀ ଛାତ୍ରୀ ଗର୍ଭବତୀ ହେବା ଘଟଣା: ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଭାଜପା

ଢେଙ୍କାନାଳ ଅଫିସ, ୧୯।୧- ଢେଙ୍କାନାଳ ସଦର ଥାନା ସପ୍ତଶଯ୍ୟା ଆଶ୍ରମ ବିଦ୍ୟାଳୟରେ ଜଣେ ଆଦିବାସୀ ଛାତ୍ରୀ ଗର୍ଭବତୀ ହେବା ଘଟଣାର ପ୍ରତିବାଦରେ ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଢେଙ୍କାନାଳ ଜିଲା ଭାଜପା ପକ୍ଷରୁ ଗଣଧାରଣା ଦିଆଯାଇଛି। 

ଅନୁଗୋଳ ଜିଲା କୋର୍ଟରେ ଫ୍ୟାମିଲି, ଭିଜିଲାନ୍ସ କୋର୍ଟ ଉଦ୍‌ଘାଟିତ

ଅନୁଗୋଳ ଜିଲା କୋର୍ଟରେ ଫ୍ୟାମିଲି, ଭିଜିଲାନ୍ସ କୋର୍ଟ ଉଦ୍‌ଘାଟିତ

ଅନୁଗୋଳ ଅଫିସ,୧୯।୧: ଅନୁଗୋଳ ଜିଲା କୋର୍ଟରେ ଶୁକ୍ରବାର ଫ୍ୟାମିଲି ଓ ଭିଜିଲାନ୍ସ କୋର୍ଟ ଉଦ୍‌ଘାଟନ କରାଯାଇଛି। ଏହା ସହ କୋର୍ଟ ପରିସରରେ  ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ଉଦ୍‌ଘାଟନ କରାଯାଇଛି।

ଅଙ୍ଗନଓ୍ବାଡି କେନ୍ଦ୍ରରେ ଅନିୟମିତତା ଅଭିଯୋଗ: ଭୋକରେ ଫେରୁଛନ୍ତି ଶିଶୁ

ଅଙ୍ଗନଓ୍ବାଡି କେନ୍ଦ୍ରରେ ଅନିୟମିତତା ଅଭିଯୋଗ: ଭୋକରେ ଫେରୁଛନ୍ତି ଶିଶୁ

ପରଜଙ୍ଗ, ୧୯।୧(ଡି.ଏନ୍‌.ଏ.) ଗର୍ଭବତୀ ଏବଂ ଶିଶୁ ସୁରକ୍ଷାକୁ ଗୁରୁତ୍ୱ ଦେଉଛନ୍ତି ସରକାର। ସେମାନଙ୍କ ଗୁଣାତ୍ମକ, ବୌଦ୍ଧିକ ବିକାଶ ଲାଗି ପ୍ରଣୟନ କରାଯାଉଛି ଏକାଧିକ ଯୋଜନା। ହେଲେ ବିଭାଗୀୟ କର୍ମଚାରୀଙ୍କ ଅବହେଳାରୁ ଲକ୍ଷ୍ୟ ହାସଲ ହୋଇପାରୁନାହିଁ। 

ଅପହୃତା ନାବାଳିକା ଉଦ୍ଧାର ଘଟଣା: ଗଣବଳାତ୍କାର ଅଭିଯୋଗ

ଅପହୃତା ନାବାଳିକା ଉଦ୍ଧାର ଘଟଣା: ଗଣବଳାତ୍କାର ଅଭିଯୋଗ

ପରଜଙ୍ଗ, ୧୯।୧(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଞ୍ଚଳ ନବମ ଶ୍ରେଣୀ ଛାତ୍ରୀ ଅପହରଣ ମାମଲା ଭିନ୍ନ ମୋଡ଼ନେଇଛି। ଅପହର୍ତ୍ତାମାନେ ନାବାଳିକାଙ୍କୁ ଜଙ୍ଗଲରେ ରଖି ୨ଦିନ ଧରି ଗଣବଳାତ୍କାର କରିଥିବା ସେ ଅଭିଯୋଗ ଆଣିଛନ୍ତି। 

‘କାଳିଆ’ରେ ସାମିଲ ହେବାକୁ ପଡ଼ିଛି ୨,୩୯,୪୯୦ ଫର୍ମ: ଏତେ ସଂଖ୍ୟକ ଆବେଦନକୁ ନେଇ ଅଡ଼ୁଆ

‘କାଳିଆ’ରେ ସାମିଲ ହେବାକୁ ପଡ଼ିଛି ୨,୩୯,୪୯୦ ଫର୍ମ: ଏତେ ସଂଖ୍ୟକ ଆବେଦନକୁ ନେଇ ଅଡ଼ୁଆ

ଅନୁଗୋଳ ଅଫିସ, ୧୯।୧: ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ସାମିଲ ପାଇଁ ଅନୁଗୋଳ ଜିଲାରେ ୨ ଲକ୍ଷ ୩୯ ହଜାର ୪୯୦ ଜଣ ଚାଷୀ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରେ ବଅଁରପାଳରୁ ସର୍ବାଧିକ ଆବେଦନକାରୀ ଅଛନ୍ତି। 

କୋଇଲା ଯୁଗ୍ମ ସଚିବଙ୍କୁ ଦାବିପତ୍ର

କୋଇଲା ଯୁଗ୍ମ ସଚିବଙ୍କୁ ଦାବିପତ୍ର

ତାଳଚେର,୧୯ା୧(ନି.ପ୍ର.) କେନ୍ଦ୍ର କୋଇଲା ଯୁଗ୍ମ ସଚିବ ତଥା ଏମ୍‌ସିଏଲ୍‌ର ନୋଡାଲ ଅଫିସର ରାଜେଶ କୁମାର ସିହ୍ନା ଦୁଇଦିନିଆ ତାଳଚେର କୋଲ୍‌ ଫିଲଡ୍‌ସ ଗସ୍ତରେ ଆସି ଫେରି ଯାଇଛନ୍ତି। ସିହ୍ନା ଗୁରୁବାର ରାତିରେ ଏଠାରେ ପହଞ୍ଚିଥିଲେ। 

ଉଜୁଡ଼ା ସାତକୋଶିଆର ସଜଡ଼ା ଆରମ୍ଭ

ଉଜୁଡ଼ା ସାତକୋଶିଆର ସଜଡ଼ା ଆରମ୍ଭ

ବନ୍ତଳା, ୧୯।୧ (ଡି.ଏନ.ଏ.) ବାଘୁଣୀ ସୁନ୍ଦରୀ ମଣିଷ ମାରିବା ପ୍ରତିବାଦରେ ହୋଇଥିବା ପୋଡ଼ାଜଳା, ହିଂସାକାଣ୍ଡ ଓ ଯୁବ ମହାବଳ ମହାବୀରର ମୃତ୍ୟୁ ପରେ ଅନୁଗୋଳ ଜିଲାର ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଏକପ୍ରକାର ଉଜୁଡ଼ି ଯାଇଛି। ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକଙ୍କ ଗହଳିରେ ଉଚ୍ଛୁଳି ଉଠୁଥିବା ଏହି ଅଭୟାରଣ୍ୟ ଚଳିତବର୍ଷ ସମ୍ପୂର୍ଣ୍ଣ ଖାଁ ଖାଁ ହୋଇଯାଇଛି।

ସମସ୍ତଙ୍କ ଉଦ୍ୟମରେ ସ୍ବାବଲମ୍ବୀ ହେବେ ଦିବ୍ୟାଙ୍ଗ

ସମସ୍ତଙ୍କ ଉଦ୍ୟମରେ ସ୍ବାବଲମ୍ବୀ ହେବେ ଦିବ୍ୟାଙ୍ଗ

ଭାପୁର, ୧୮।୧(ଡି.ଏନ୍‌.ଏ.)-ଦିବ୍ୟାଙ୍ଗଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ହେଲେ ସବୁସ୍ତରରୁ ଉଦ୍ୟମ ଜରୁରୀ। ସରକାରୀ ଯୋଜନା ଠିକ୍‌ ସମୟରେ ପହଞ୍ଚତ୍ ପାରିଲେ ସେମାନେ ସ୍ବାବଲମ୍ବୀ ହୋଇପାରିବେ। ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଘଟିପିରିସ୍ଥିତ ଶଶିଭୂଷଣ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର  ଆୟୋଜିତ ଅର୍ନ୍ତର୍ନିବେଶୀ ଶିକ୍ଷା ସଚେତନତା କାର୍ଯ୍ୟକ୍ରମରେ ଅତିଥିମାନେ ଏପରି ମତବ୍ୟକ୍ତ କରିଛନ୍ତି।