ଅନଗୁଳ-ଢେଙ୍କାନାଳ

ଶିକ୍ଷାରେ ବାଧକ ଖାଲି ପଦବୀ

ଶିକ୍ଷାରେ ବାଧକ ଖାଲି ପଦବୀ

ବଅଁରପାଳ,୨୨।୧୨(ଡି.ଏନ.ଏ.)-ସରକାର ପ୍ରାଥମିକ ଶିକ୍ଷାକ୍ଷେତ୍ରକୁ ଗୁରୁତ୍ୱ ଦେଉଥିବା ପ୍ରଚାର କରୁଛନ୍ତି। ହେଲେ ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀକୁ ଦେଖି ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବହୁ ପଦବୀ ଖାଲି ରହିଥିବାରୁ ଏଠାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ସେମାନେ ଅଭିଯୋଗ କରିଛନ୍ତି। କେବଳ ଶିକ୍ଷକ ନୁହନ୍ତି, ଅନେକ ସ୍କୁଲରେ ପ୍ରଧାନଶିକ୍ଷକ ପଦବୀରେ ମଧ୍ୟ କେହି ନାହାନ୍ତି।
ବ୍ଲକ ଶିକ୍ଷା ବିଭାଗ ଦେଇଥିବା ସୂଚନା ଅନୁଯାୟୀ, ବଅଁରପାଳରେ ୮୮ଟି ପ୍ରାଥମିକ ଓ ୭୨ଟି ଉଚ୍ଚପ୍ରାଥମିକକୁ ମିଶାଇ ମୋଟ୍‌ ୧୬୦ ବିଦ୍ୟାଳୟ ରହିଛି। ଏଥିରେ ୬୧୨ ଶିକ୍ଷକ ରହିଛନ୍ତି। କନିଷ୍ଠ ଶିକ୍ଷକ, ଶିକ୍ଷା ସହାୟକ ଓ ଗଣ ଶିକ୍ଷକମାନେ ଶିକ୍ଷାଦାନ କରୁଛନ୍ତି। ଉପ୍ରା ବିଦ୍ୟାଳୟରେ ୩୫ ଛାତ୍ରୀଛାତ୍ରଙ୍କ ଅନୁସାରେ ଜଣେ ଶିକ୍ଷକ ରହିବା କଥା। ସେହିପରି ପ୍ରାଥମିକ ବିଦ୍ୟାଳୟରେ ୩୦ ଛାତ୍ରୀଛାତ୍ରଙ୍କ ଅନୁସାରେ ଜଣେ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ତେବେ କେତେକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଅନୁସାରେ ଅଧିକ ଶିକ୍ଷକ ରହିଥିବା ବେଳେ ଆଉ କେତେକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଅନୁପାତରେ କମ୍‌ ଶିକ୍ଷକ ରହିଛନ୍ତି। ତେବେ ରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଳୟଗୁଡ଼ିକରେ ଅଧିକାଂଶ ଶିକ୍ଷୟିତ୍ରୀ ନିୟୋଜିତ ହୋଇଥିବା ଜଣାପଡ଼ିଛି। କୁଲେଇ ପ୍ରାଥମିକ ବିଦ୍ୟାଳୟରେ ୫ଟି ଶ୍ରେଣୀକୁ ଜଣେ ଶିକ୍ଷକ ସମ୍ଭାଳୁଛନ୍ତି। ସେହିପରି ଝଜିରିବାହାଳ ପ୍ରାଥମିକ ବିଦ୍ୟାଳୟ, ଚଉରିଡିହ, ନରେନ୍ଦ୍ରପୁର, ଯୋରାଗାଡ଼ିଆ, ବିରବାହାନପୁର, ଗଣ୍ଠିଗାଡ଼ିଆ, ଭାଗବତପୁର, ଗୋଡ଼ିସାହି, ଗୌଡ଼ସାହି, ଅରାହାଟ, ବଉଳୀଗଡ଼, ଜାମ୍ବୁସାହି, ଅରାହାଟ, ବଉଳୀଗଡ଼ ଆଦି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା ଲାଗି ରହିଛି। ୫ଟି ଶ୍ରେଣୀକୁ ୨ଜଣ ଶିକ୍ଷୟିତ୍ରୀଶିକ୍ଷକ ସମ୍ଭାଳୁଥିବା ଦେଖାଯାଉଛି। ଜଣେ ଶିକ୍ଷକ ଏକକାଳୀନ ୩ଟି ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ମଧ୍ୟ ପାଠ ପଢ଼ାଉଛନ୍ତି। ସେହିପରି ୮୮ଟି ପ୍ରାଥମିକ ବିଦ୍ୟାଳୟ ରହିଥିଲେ ମଧ୍ୟ କୌଣସି ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନଶିକ୍ଷକ ନାହାନ୍ତି। ୭୨ଟି ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅତି କମ୍‌ରେ ୩୫ଜଣ ପ୍ରଧାନଶିକ୍ଷକ ରହିବାର ନିୟମ ରହିଛି। ମାତ୍ର ସେଥିମଧ୍ୟରୁ ୧୭ଟି ପ୍ରଧାନଶିକ୍ଷକ ପଦବୀ ଖାଲି ପଡ଼ିଛି। ଫଳରେ ସ୍କୁଲ ପରିଚାଳନାରେ ବାଧା ସୃଷ୍ଟି ହେଉଛି। ବର୍ତ୍ତମାନ ପ୍ରାଥମିକ ବିଦ୍ୟାଳୟରେ ୧୦ ହଜାର ୧୭୮ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ଉପ୍ରା ବିଦ୍ୟାଳୟରେ ୪ ହଜାର ୩୬୭ ଓ ଅଷ୍ଟମ ଶ୍ରେଣୀରେ ୧୯୬୫ ଜଣ ପଢ଼ୁଛନ୍ତି। ଶିକ୍ଷକ ଅଭାବ ସମସ୍ୟା ଲାଗି ରହିଥିବା ଯୋଗୁ ଶିକ୍ଷାଦାନରେ ଘୋର ଅସୁବିଧା ସୃଷ୍ଟି ହେଉଛି। ଏହାବ୍ୟତୀତ ବ୍ଲକ ଶିକ୍ଷା ବିଭାଗ କାର୍ଯ୍ୟାଳୟରେ ମଧ୍ୟ ପଦବୀ ଖାଲି ପଡ଼ିଛି। ପ୍ରାୟ ୪ମାସ ହେଲା ବ୍ଲକ ଶିକ୍ଷା ଅଧିକାରୀ ନାହାନ୍ତି। ତେଣୁ ସମସ୍ତ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି କରିବା ପାଇଁ ଅଭିଭାବକ ମହଲରେ ଦାବି ହେଉଛି। ଏ ସମ୍ପର୍କରେ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ମନୋରମା ମାଝି କୁହନ୍ତି, ବ୍ଲକ ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ଅଧିକାଂଶ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ନାହାନ୍ତି। ସେହିପରି ଆହୁରି ୮୦ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି ବୋଲି ମାଝି କହିଛନ୍ତି।

All Right Reserved By

Model This Week

ନିକିତା

ଅନଗୁଳ-ଢେଙ୍କାନାଳ

ଯୁବକଙ୍କୁ ବାସନ୍ଦ ଅଭିଯୋଗ

ଅନୁଗୋଳ ଅଫିସ,୨୩।୪- ଅନୁଗୋଳ ଥାନା ମୂଷାପାପୁଲି ଗ୍ରାମର ଭରତଚନ୍ଦ୍ର ପ୍ରଧାନଙ୍କୁ ଗ୍ରାମ କମିଟି ତରଫରୁ ବାସନ୍ଦ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଭରତ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଶନିବାର ସକାଳେ ଗ୍ରାମର ଜଣେ ବ୍ୟକ୍ତି ତାଙ୍କୁ ଏକ ନୋଟିସ ଦେଇଥିଲେ।

ନାଲ୍‌କୋ ସିପିପିରେ ୩ ଶହ ଟେଲିଫୋନ ଅଚଳ

ନାଲ୍‌କୋ ସିପିପିରେ ୩ ଶହ ଟେଲିଫୋନ ଅଚଳ

ବଅଁରପାଳ, ୨୩।୪(ଡିଏନ୍‌ଏ)- ଅନୁଗୋଳ ଜିଲା ନାଲ୍‌କୋ ତାପଜ ବିଦ୍ୟୁତ୍‌ ପ୍ରକଳ୍ପ (ସିପିପି)ରେ ୪ ଦିନ ହେଲା ପ୍ରାୟ ୩୦୦ ଇଣ୍ଟରକମ୍‌ ଟେଲିଫୋନ ଅଚଳ ହୋଇପଡ଼ିଛି। ଫଳରେ ନାଲ୍‌କୋ ପ୍ରଶାସନିକ କାର୍ଯ୍ୟାଳୟ, କଣ୍ଟ୍ରୋଲରୁମ୍‌, କ୍ୟାଣ୍ଟିନ୍‌ ସମେତ ବିଭିନ୍ନ କାର୍ଯ୍ୟାଳୟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିବା କେତେଜଣ କର୍ମଚାରୀ ପ୍ରକାଶ କରିଛନ୍ତି।

ପିତିରି ଜଙ୍ଗଲରୁ ନାବାଳକ ଉଦ୍ଧାର

ପିତିରି ଜଙ୍ଗଲରୁ ନାବାଳକ ଉଦ୍ଧାର

ପରଜଙ୍ଗ, ୨୩ା୪(ଡି.ଏନ୍‌.ଏ.)- ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୧୪୯ନଂ. ଜାତୀୟ ରାଜପଥ ସନ୍ନିକଟ ପିତିରି ଜଙ୍ଗଲ ରାସ୍ତାରୁ ଶନିବାର ସନ୍ଧ୍ୟାରେ ଜଣେ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ତା

ପୋଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ:  ଏଏସ୍‌ଆଇ ଏବଂ ଏସ୍‌ଆଇ ଗୁରୁତର

ପୋଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଏଏସ୍‌ଆଇ ଏବଂ ଏସ୍‌ଆଇ ଗୁରୁତର

ପାଲଲହଡ଼ା,୨୩।୪(ଡି.ଅନ.ଏ.)-ପାଲଲହଡ଼ା ଝିମିରିପାଲିଠାରେ ସୋମବାର ପାଲଲହଡ଼ା ପୋଲିସ ବୋଲେରୋ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏ

ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ

ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ

ତାଳଚେର,୨୩।୪(ନି.ପ୍ର)- ଅନୁଗୋଳ ଜିଲା କଣିହାଁ ଥାନା ଡେରଙ୍ଗ ଗ୍ରାମକୁ ଚନ୍ଦନ ଯାତ୍ରା ଉପଲକ୍ଷେ ଏକ ଅପେରା ଦଳରେ ଅଭିନୟ କରିବାକୁ ଯାଇଥିବା ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ସେହି ଗ୍ରାମର ଇନ୍ଦ୍ରମଣି ସାହୁ ଓ ତାଙ୍କର ଦୁଇ ପୁଅ ମାଡ଼ ମାରିବା ସହ ଅସଦାଚରଣ କରିଥିବା କଣିହାଁ ଥାନାରେ ଅଭିଯୋଗ ହୋଇଛି।

ପାନୀୟଜଳ ଯୋଗାଣ ଦାବିରେ ଆନ୍ଦୋଳନ

ପାନୀୟଜଳ ଯୋଗାଣ ଦାବିରେ ଆନ୍ଦୋଳନ

ବଅଁରପାଳ,୨୩।୪(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗିରାଙ୍ଗ ଗ୍ରାମକୁ ନାଲ୍‌କୋ ପକ୍ଷରୁ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣ ଦାବିରେ ସୋମବାର ଗ୍ରାମବାସୀ ଆନ୍ଦୋଳନ କରିଛନ୍ତି।

ସଡ଼କ ସୁରକ୍ଷା ସପ୍ତାହ ପାଳିତ

ସଡ଼କ ସୁରକ୍ଷା ସପ୍ତାହ ପାଳିତ

ଅନୁଗୋଳ ଅଫିସ,୨୩।୪: ଅନୁଗୋଳ ଜିଲା ଆଞ୍ଚଳିକ ପରିବହନ କେନ୍ଦ୍ର ପକ୍ଷରୁ ୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ସୋମବାର ପାଳିତ ହୋଇଯାଇଛି। ଏହି ଅବସରରେ ଗଣଦୌଡ଼ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଦୋକାନରେ ପଶିଗଲା ଟ୍ରକ୍‌: ଜଣେ ମୃତ, ୨ ଗୁରୁତର

ଦୋକାନରେ ପଶିଗଲା ଟ୍ରକ୍‌: ଜଣେ ମୃତ, ୨ ଗୁରୁତର

ବଇଣ୍ଡା,୨୩।୪(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ସାନହୁଲା ଗ୍ରାମ ନିକଟରେ ଥିବା ବିରେନ୍‌ ସାହୁଙ୍କ ଦୋକାନ ଭିତରକୁ ରବିବାର ରାତିରେ ଏକ ଟ୍ରକ୍‌ ପଶିଯାଇଛି।

ଚାରିମଲିକ ବିକାଶ ପରିଷଦକୁ ‘ଭଗୀରଥ’ ସମ୍ମାନ

ଚାରିମଲିକ ବିକାଶ ପରିଷଦକୁ ‘ଭଗୀରଥ’ ସମ୍ମାନ

ବନ୍ତଳା,୨୩-୪(ଡି.ଏନ.ଏ.) ବିଶ୍ୱ ଧରିତ୍ରୀ ଦିବସ ପାଳନ ଅବସରରେ ସମ୍ବଲପୁର ଠାରେ ଦ୍ୱିତୀୟ ଓଡ଼ିଶା ନଦୀ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହି ଅବସରରେ ଚାରିମଲିକ ଆଞ୍ଚଳିକ ବିକାଶ ପରିଷଦକୁ ‘ଭଗୀରଥ’ ସମ୍ମାନରେ ସମ୍ମାନିତ କରାଯାଇଛି। ସମ୍ପ୍ରତି ଅନୁଗୋଳ ଜିଲାର ଚାରିମଲିକ ଅଞ୍ଚଳରେ ନାବାର୍ଡ ସହାୟତାରେ ଜଳଛାୟା ପ୍ରକଳ୍ପ କାର୍ଯ୍ୟକାରୀ ହୋଇଆସୁଛି।

୯୦ ବର୍ଷରେ ବି ବୋଲ ମାନୁଛି ଢୋଲ

୯୦ ବର୍ଷରେ ବି ବୋଲ ମାନୁଛି ଢୋଲ

ବଅଁରପାଳ,୨୩-୪ ବୟସାଧିକ ଯୋଗୁ ପୂର୍ବାପେକ୍ଷା ଶରୀର ଦୁର୍ବଳ ହୋଇଗଲାଣି। ଅଣ୍ଟା ବି ସାମାନ୍ୟ ନୁଅଁାଇ ଦେଲାଣି। ହେଲେ ମନ ଛାଡ଼ୁନି କୌଳିକ ବୃତ୍ତିରୁ। ଜେଜେ, ବାପାଙ୍କ ଭଳି ପାରୁଥିବା ପର୍ଯ୍ୟନ୍ତ ବୃତ୍ତିକୁ ନୀତି କରିବାକୁ ଯେପରି ପଣ କରିଛନ୍ତି ବଅଁରପାଳ ବ୍ଲକ ଗିରାଙ୍ଗ ଗ୍ରାମର ଅରକ୍ଷିତ ଗୋଛାୟତ। କାମରେ ତାଙ୍କ ଏପରି ଏକାଗ୍ରତା ଆଗରେ ଫିକା ପଡ଼ିଯାଇଛି ବଢ଼ୁଥିବା ବୟସ। ସେଥିପାଇଁ ୯୦ ବର୍ଷରେ ବି ତାଙ୍କ ବୋଲ ମାନୁଛି ଢୋଲ।

ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ଅନୁଗୋଳ ଅଫିସ,୨୩-୪- ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ରାଜନୀତି ବିଜ୍ଞାନ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ପ୍ରଫେସର ଚିନ୍ମୟ କୁମାର ପ୍ରଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଚନ୍ଦ୍ରବାହାଳରେ ଅସହ୍ୟ ହେଲାଣି ଜଳକଷ୍ଟ

ଚନ୍ଦ୍ରବାହାଳରେ ଅସହ୍ୟ ହେଲାଣି ଜଳକଷ୍ଟ

ବନ୍ତଳା,୨୩-୪(ଡି.ଏନ.ଏ.) ଅନୁଗୋଳ ଜିଲାରେ ତାତି ସହ ବଢ଼ୁଛି ପାନୀୟ ଜଳ ସଙ୍କଟ। କୂଅ, ପୋଖରୀ ଆଦି ଶୁଖିଲା ପଡ଼ିଥିବା ବେଳେ ଭୂତଳ ଜଳସ୍ତର ହ୍ରାସ ପାଇଚାଲିଛି। ତେବେ ସମସ୍ୟା ବଢ଼ାଉଛି ଅଚଳ ପାନୀୟ ଜଳ ପ୍ରକଳ୍ପ। ୨ଦିନ ହେଲା ଏପରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଅନୁଗୋଳ ବ୍ଲକ ରନ୍ତଲେଇ ପଞ୍ଚାୟତ ଚନ୍ଦ୍ରବାହାଳ ଗ୍ରାମବାସୀ।