ଅନଗୁଳ-ଢେଙ୍କାନାଳ

ଶିକ୍ଷା ନିୟମ ବାଟବଣା; ୧୨ ପିଲାଙ୍କୁ ୩ ଶିକ୍ଷକ

 ଶିକ୍ଷା ନିୟମ ବାଟବଣା; ୧୨ ପିଲାଙ୍କୁ ୩ ଶିକ୍ଷକ

ବନ୍ତଳା,୨୨।୧୨(ଡି.ଏନ.ଏ.)- ଅନୁଗୋଳ ଶିକ୍ଷା ଜିଲାରେ ଶିକ୍ଷା ନିୟମ ବାଟବଣା ହୋଇଛି। ପିଲାସଂଖ୍ୟା ଅନୁଯାୟୀ ଯେଉଁ ସ୍କୁଲରେ ଅଧିକ ଶିକ୍ଷକଙ୍କ ଆବଶ୍ୟକତା ରହିଛି, ସେଠାରେ ନିଯୁକ୍ତି ଦିଆଯାଉ ନାହିଁ। ବିଶେଷକରି ଗ୍ରାମାଞ୍ଚଳକୁ ଉପେକ୍ଷା କରାଯାଉଥିବା ବେଳେ ସହରାଞ୍ଚଳ ସ୍କୁଲରେ ବହୁ ଶିକ୍ଷକଙ୍କ ପ୍ରତି ବିଭାଗୀୟ ଅଧିକାରୀ ଅନୁକମ୍ପା ଦେଖାଇ ନିଯୁକ୍ତି ଦେଉଥିବା ଅଭିଯୋଗ ହେଉଛି। ବଦଳି ତତ୍ତ୍ୱାବଧାରଙ୍କ ଏପରି ଅଜବ ନୀତିର ଏକ ଉଦାହରଣ ହେଲା ଗୀତାଗ୍ରାମ ପ୍ରାଥମିକ ବିଦ୍ୟାଳୟ। ଏଠାରେ ମାତ୍ର ୧୨ଜଣ ଛାତ୍ରୀଛାତ୍ରଙ୍କ ପାଇଁ ୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଦାୟିତ୍ୱରେ ରଖାଯାଇଛି।
ଅନୁଗୋଳ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଅନୁଗୋଳ ବ୍ଲକ ଓ ପୌରାଞ୍ଚଳ ରହିଛି। ବ୍ଲକ ଅଞ୍ଚଳରେ ମୋଟ୍‌ ୧୧୭ଟି ପ୍ରାଥମିକ ଓ ୭୩ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି। ସେହିପରି ପୌରାଞ୍ଚଳରେ ୧୧ଟି ପ୍ରାଥମିକ ବିଦ୍ୟାଳୟ ଓ ୬ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ସରକାରୀ ନିୟମ ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟରେ ୩୦ ପିଲାରେ ଜଣେ ଶିକ୍ଷକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩୫ ପିଲାରେ ଜଣେ ଶିକ୍ଷକ ନିଯୁକ୍ତି ହେବେ। ତେବେ ଯେଉଁ ସ୍କୁଲରେ ୩୦ରୁ କମ୍‌ ଛାତ୍ରୀଛାତ୍ର ପଢ଼ୁଥିବେ ସେକ୍ଷେତ୍ରରେ ଉକ୍ତ ବିଦ୍ୟାଳୟରେ ୨ଜଣ ଶିକ୍ଷକ ନିଯୁକ୍ତି ହୋଇପାରିବେ। କିନ୍ତୁ ଅନୁଗୋଳ ଶିକ୍ଷାଧିକାରୀଙ୍କ ଅଧୀନରେ ଥିବା ସ୍କୁଲଗୁଡ଼ିକରେ ଉକ୍ତ ନିୟମ ବହିର୍ଭୂତ କାର୍ଯ୍ୟ କରାଯାଉଛି। ୨୦୧୭ ନଭେମ୍ବର ୧ ଟିଚର ପୋଜିସନ ଅନୁଯାୟୀ, ପୌରାଞ୍ଚଳର ଗୀତାଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ୫ମ ଶ୍ରେଣୀରେ ମାତ୍ର ୧୨ଜଣ ଛାତ୍ରୀଛାତ୍ର ଅଛନ୍ତି। କିନ୍ତୁ ଏମାନଙ୍କ ପାଇଁ ସେଠାରେ ୩ଜଣ ଶିକ୍ଷକଙ୍କୁ କର୍ତ୍ତୃପକ୍ଷ ନିଯୁକ୍ତି ଦେଇଛନ୍ତି। ସେହିପରି ଖଲାରୀ ପଞ୍ଚାୟତ ଗଡ଼ପଦାସାହି ପ୍ରାଥମିକ ବିଦ୍ୟାଳୟରେ ୧୭ଜଣ ପିଲା ପଢ଼ୁଥିବା ବେଳେ ୩ଜଣ ଶିକ୍ଷୟିତ୍ରୀଶିକ୍ଷକ ନିଯୁକ୍ତି ହୋଇଛନ୍ତି। ଅମଲାପଡ଼ା ପ୍ରାଥମିକ ବିଦ୍ୟାଳୟର ୪୧ ଛାତ୍ରୀଛାତ୍ରଙ୍କ ପାଇଁ ୩, ଶିଳ୍ପାଞ୍ଚଳ ପ୍ରାଥମିକ ବିଦ୍ୟାଳୟରେ ୧୨୯ ପିଲାଙ୍କ ପାଇଁ ୬ଜଣ, ମାଟିଆସାହି ପ୍ରାଥମିକ ବିଦ୍ୟାଳୟରେ ୩୮ ପିଲାଙ୍କୁ ପଢ଼ାଇବାକୁ ୩ ଶିକ୍ଷୟିତ୍ରୀଶିକ୍ଷକ, ଟାଉନ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ ୧୯ ଛାତ୍ରୀଛାତ୍ରଙ୍କ ପାଇଁ ୩ ଜଣ, ବଣିଆବାହାଳ ପ୍ରାଥମିକ ବିଦ୍ୟାଳୟରେ ୫୯ ପିଲାଙ୍କ ପାଇଁ ୩ ଶିକ୍ଷକ ନିଯୁକ୍ତି ହୋଇଛନ୍ତି। ଏହାଛଡ଼ା ଉତ୍ତରପଡ଼ା ନୋଡାଲ ୟୁପି ସ୍କୁଲରେ ୫୮୧ ଛାତ୍ରୀଛାତ୍ର ଥିବାବେଳେ ୧୮ ଜଣ ଶିକ୍ଷୟିତ୍ରୀଶିକ୍ଷକ ଅଛନ୍ତି। ଶିକ୍ଷକପଡ଼ା ୟୁପି ସ୍କୁଲରେ ୧୪୪ ପିଲାଙ୍କୁ ୭ଜଣ, କଲେଜପଡ଼ା ୟୁପି ସ୍କୁଲରେ ୨୬୦ ଛାତ୍ରୀଛାତ୍ରଙ୍କ ପାଇଁ ୯ ଜଣ, ଲିଙ୍ଗରାଯୋଡ଼ି ୟୁପି ସ୍କୁଲରେ ୮୭ ପିଲାଙ୍କ ପାଇଁ ୪ ଜଣ, ହୁଲୁରୁସିଂହା ୟୁପି ସ୍କୁଲରେ ୩୮୯ ପିଲାଙ୍କ ପାଇଁ ୧୩ଜଣ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଦାୟିତ୍ୱରେ ରଖାଯାଇଛି। କେବଳ ଏତିକି ନୁହେଁ, ସହର ନିକଟରେ ଥିବା ବାଳୁଅକଟା ପଞ୍ଚାୟତ ଶରଧାପୁର ୟୁପି ସ୍କୁଲରେ ମଧ୍ୟ ୧୭୦ ପିଲାଙ୍କ ପାଇଁ ୮ଜଣ ଶିକ୍ଷକ ଅଛନ୍ତି। ଗୋଡ଼ିସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୩୭ ପିଲାରେ ୬ଜଣ ଶିକ୍ଷକ, କାଙ୍ଗୁଲା ନୋଡାଲ ୟୁପି ସ୍କୁଲରେ ୧୬୧ ପିଲାରେ ୭ଜଣ ଶିକ୍ଷକ ଓ ପଞ୍ଚମହଲା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦୨ ପିଲାଙ୍କ ପାଇଁ ୭ଜଣ ଶିକ୍ଷକ ଥିବା ଜଣାପଡ଼ିଛି।
ପୌରାଞ୍ଚଳରେ ଥିବା ଅଧିକାଂଶ ସ୍କୁଲରେ ଏପରି ଆବଶ୍ୟକତାଠାରୁ ଅଧିକ ଶିକ୍ଷୟିତ୍ରୀଶିକ୍ଷକ ନିଯୁକ୍ତ ହୋଇଥିବା ବେଳେ ଗ୍ରାମାଞ୍ଚଳ ବିଦ୍ୟାଳୟଗୁଡ଼ିକରେ ପିଲା ସଂଖ୍ୟା ଅନୁଯାୟୀ ବହୁ କମ୍‌ ଶିକ୍ଷକ ଅଛନ୍ତି। ବାରଗୌଣିଆ ପଞ୍ଚାୟତ କୁମ୍ଭାରସାହି ପ୍ରାଥମିକ ବିଦ୍ୟାଳୟରେ ୯ଜଣ ପିଲା ପାଇଁ ଜଣେ ଶିକ୍ଷକ, ପୁରୁଣାକୋଟ ଗୋପାଳପୁର ପ୍ରାଥମିକ ବିଦ୍ୟାଳୟରେ ୪୨ ପିଲା ପାଇଁ ଜଣେ ଶିକ୍ଷକ, ସାଲର ପ୍ରାଥମିକ ବିଦ୍ୟାଳୟରେ ୧୭ ପିଲା ପାଇଁ ଜଣେ, ପଣ୍ଡପୁର ପ୍ରାଥମିକ ବିଦ୍ୟାଳୟରେ ୪୭ ପିଲା ପାଇଁ ଜଣେ, ତଳସିରା ପ୍ରାଥମିକ ବିଦ୍ୟାଳୟରେ ୫୦ ପିଲା ପାଇଁ ଜଣେ, ଅସନବାହାଳ ପ୍ରାଥମିକ ବିଦ୍ୟାଳୟରେ ୮ ପିଲା ପାଇଁ ଜଣେ, ଭଗତପୁର ପ୍ରାଥମିକ ବିଦ୍ୟାଳୟରେ ୫୦ ପିଲା ପାଇଁ ଜଣେ, କନ୍ତମେଘ ପ୍ରାଥମିକ ବିଦ୍ୟାଳୟରେ ୪୪ ପିଲା ପାଇଁ ଜଣେ, କମାରପଶି ପ୍ରାଥମିକ ବିଦ୍ୟାଳୟରେ ୩୨ ପିଲା ପାଇଁ ଜଣେ, ନୂଆକ୍ଷେତା ପ୍ରାଥମିକ ବିଦ୍ୟାଳୟରେ ୮୪ ପିଲା ପାଇଁ ୨ଜଣ ଶିକ୍ଷକ ଅଛନ୍ତି।
ଶିକ୍ଷା ବିଭାଗ ଓ ଜିଲା ପ୍ରଶାସନର ଏଭଳି ବିଚିତ୍ର ନୀତି ଯୋଗୁ ଜିଲାରେ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଯେଉଁସବୁ ସ୍କୁଲରେ ଅଧିକ ଶିକ୍ଷକ ଅଛନ୍ତି, ସେଠାରେ ଶିକ୍ଷକମାନେ ବେଆଇନ ଭାବେ ପାଳିକରି ଛୁଟିରେ ରହିଯାଉଥିବା ଅଭିଯୋଗ ହେଉଛି। ବୁଧବାର ଗୀତାଗ୍ରାମ ପ୍ରାଥମିକ ବିଦ୍ୟାଳୟ ଓ ଗଡ଼ପଦାସାହି ପ୍ରାଥମିକ ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ ଅନୁପସ୍ଥିତ ଥିବା କୁହାଯାଉଛି। ଏ ବିଷୟରେ ବ୍ଲକ ଶିକ୍ଷା ଅଧିକାରୀ ତଥା ଜିଲା ପ୍ରକଳ୍ପ ନିର୍ଦ୍ଦେଶକ(ଡିପିସି) ନିରଞ୍ଜନ ସାହୁଙ୍କୁ ଯୋଗାଯୋଗ କରାଯାଇଥିଲା। ସେ କହିଥିଲେ, ଅଫିସକୁ ଆସିଲେ ବୁଝାଇ ଦେଇପାରିବି। ଫୋନ୍‌ରେ କହିପାରିବି ନାହିଁ। ସେହିପରି ଜିଲାପାଳ ଅନିଲ କୁମାର ସାମଲ କହିଛନ୍ତି, ମିଟିଂରେ ବ୍ୟସ୍ତ ଅଛି। ଅଫିସକୁ ଆସିଲେ ବୁଝିକରି କହିବି। ତେବେ ଡିପିସିଙ୍କଠାରୁ ବୁଝି ନିଅନ୍ତୁ ବୋଲି ଜିଲାପାଳ କହିଲେ। ଜିଲା ଶିକ୍ଷା ଅଧିକାରୀ ସଚିଦାନନ୍ଦ ବେହେରାଙ୍କୁ ନଂ. ୯୪୩୭୧୨୬୭୫୭ରେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ବି ସେ ଫୋନ ଉଠାଇ ନ ଥିବାରୁ ମତାମତ ମିଳିପାରି ନାହିଁ।

All Right Reserved By

ଅନଗୁଳ-ଢେଙ୍କାନାଳ

ମାଉଜର ଦେଖାଇ ୪୧ ହଜାର ଲୁଟ୍‌ ଘଟଣା: ଅଭିଯୋଗକାରୀ ନିଜେ ଅଭିଯୁକ୍ତ

ମାଉଜର ଦେଖାଇ ୪୧ ହଜାର ଲୁଟ୍‌ ଘଟଣା: ଅଭିଯୋଗକାରୀ ନିଜେ ଅଭିଯୁକ୍ତ

ତାଳଚେର, ୨୨ା୭(ନି.ପ୍ର.)- ଲୁଟ୍‌ର ଶିକାର ହୋଇଥିବା ନେଇ ଥାନାରେ ମିଛ ଅଭିଯୋଗ କରି ପୋଲିସ ଜାଲରେ ଫସିଛନ୍ତି ଅଭିଯୋଗକାରୀ। ଅଭିଯୁକ୍ତ ନିଜେ ଟଙ୍କା ଆତ୍ମସାତ କରି ଥାନାକୁ ଆସିଥିବା ପୋଲିସ ଜାଣିବା ପରେ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଅନୁଗୋଳ ଥାନା ଏକଘରିଆ ଗ୍ରାମର ଶମ୍ଭୁ ନାହାକ। ଏ ନେଇ ତାଳଚେର ବିକ୍ରମପୁର ଥାନାରେ ନଂ. ୭୫/୧୮ ଦଫା ୪୮୦ରେ ମାମଲା ରୁଜୁ ହୋଇଛି।

ସରିଲା ରିମାଣ୍ଡ, ଜେଲ ଗଲେ ୨ ବ୍ୟାଙ୍କ ଡକାୟତ

ସରିଲା ରିମାଣ୍ଡ, ଜେଲ ଗଲେ ୨ ବ୍ୟାଙ୍କ ଡକାୟତ

ଅନୁଗୋଳ ଅଫିସ,୨୨।୭- ଅନୁଗୋଳର ଦୁଇଟି ବ୍ୟାଙ୍କ ଡକାୟତି ଘଟଣାରେ ଗିରଫ ୨ ଡକାୟତଙ୍କ ୪ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି। ପୋଲିସ ଉଭୟଙ୍କୁ ଶନିବାର କୋର୍ଟରେ ହାଜର କରିବା ପରେ ଜେଲ ହାଜତକୁ ପଠାଇଦେଇଛି। ଆନ୍ଧ୍ର ବ୍ୟାଙ୍କ ଡକାୟତି ଘଟଣାରେ ପୋଲିସ ଗିରଫ ଅଭିଯୁକ୍ତଙ୍କୁ ଆଉ ୪ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବ ବୋଲି ଅନୁଗୋଳ ଆରକ୍ଷୀ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି।

ସାପ କାମୁଡ଼ାରେ ଜଣେ ମୃତ

କାମାକ୍ଷାନଗର, ୨୨ା୭(ସ୍ବ.ପ୍ର.)-କାମାକ୍ଷାନଗର ବ୍ଲକ ପଣ୍ଡୁଆ ଫାଣ୍ଡି ଅଧୀନ ରାୟନରସିଂହପୁର ଗ୍ରାମର ବୁଦ୍ଧିମନ୍ତ କାଣ୍ଡି (୩୦) ରବିବାର ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି। ଶନିବାର ରାତିରେ ମଶାରି ଟାଙ୍ଗି ଶୋଇଥିବାବେଳେ ତାଙ୍କୁ ଏକ ରଣା ସାପ କାମୁଡ଼ି ଦେଇଥିଲା। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ପ୍ରଥମେ ଢେଙ୍କାନାଳ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ରବିବାର ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

କାନ୍ଥପଡ଼ି ଜଣେ ମୃତ

କାନ୍ଥପଡ଼ି ଜଣେ ମୃତ

କାମାକ୍ଷାନଗର, ୨୨ା୭(ସ୍ବ.ପ୍ର.)-ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ରାୟନୃସିଂହପୁର ଗ୍ରାମରେ ରବିବାର ଅଭାବନୀୟ ଘଟଣା ଘଟିଛି। ଘର କାନ୍ଥ ପଡ଼ି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମୃତକ ହେଲେ ଦିବ୍ୟେନ୍ଦୁ ଦାସ (୪୬)।

ଏକଦିବସୀୟ ଚାରାରୋପଣ ତାଲିମ

ଏକଦିବସୀୟ ଚାରାରୋପଣ ତାଲିମ

ଛେଣ୍ଡିପଦା, ୨୨ା୭(ସ୍ବ.ପ୍ର.)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ ସଭାଗୃହ ପରିସରରେ ରବିବାର ଏକ ଦିବସୀୟ ଚାରାରୋପଣ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।

ଜାତୀୟ ରାଜପଥ ଜଳମଗ୍ନ

ଜାତୀୟ ରାଜପଥ ଜଳମଗ୍ନ

ବଅଁରପାଳ,୨୨।୭(ଡି.ଏନ୍‌.ଏ.): ନାଲ୍‌କୋ ନିକଟ କାଣ୍ଡସର ପେଟ୍ରୋଲ ଟାଙ୍କିଠାରେ ୫୫ ନମ୍ବର ଜାତୀୟ ରାଜପଥ ଜଳ ମଗ୍ନ ହୋଇଛି। ଲଗାଣ ବର୍ଷା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ରାସ୍ତା ଉପରେ ଆଣ୍ଠୁଏ ପାଣି

ରାସ୍ତା ଉପରେ ଆଣ୍ଠୁଏ ପାଣି

ଛେଣ୍ଡିପଦା,୨୨।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ମାଛକୁଟା ଗ୍ରାମ ରାସ୍ତା ଉପରେ ବର୍ଷା ଯୋଗୁ ଆଣ୍ଠୁଏ ପାଣି ପ୍ରବାହିତ ହେଉଛି। ଫଳରେ ଉକ୍ତ ରାସ୍ତାରେ ଯାତାୟାତ ସମୟରେ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ମୁଖ୍ୟ ରାସ୍ତାରେ ବର୍ଷା ପାଣି

ମୁଖ୍ୟ ରାସ୍ତାରେ ବର୍ଷା ପାଣି

ଛେଣ୍ଡିପଦା,୨୨।୭(ଡି.ଏନ୍‌.ଏ.): ଛେଣ୍ଡିପଦା-ଜରପଡା ପୂର୍ତ୍ତ ବିଭାଗ ରାସ୍ତା ଉପରେ ବାଲିପଟା ଗ୍ରାମ ବୁଲାଣିଠାରେ ବର୍ଷା ପାଣି ଜମି ରହିଛି। ପ୍ରାୟ ୨ ଫୁଟ ଉଚ୍ଚା ବର୍ଷା ପାଣି ଜମି ରହିଥିବା ଯୋଗୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଘର ଭିତରକୁ ପଶିଗଲା ଟ୍ରକ

ଘର ଭିତରକୁ ପଶିଗଲା ଟ୍ରକ

ଛେଣ୍ଡିପଦା,୨୨।୭(ଡି.ଏନ.ଏ.): ଅନୁଗୋଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଜରପଡା ଥାନା ଅନ୍ତର୍ଗତ ଜେରେଙ୍ଗ ଦେହୁରୀ ସାହି ଗ୍ରାମଠାରେ ଶନିବାର ବିଳମ୍ବିତ ରାତିରେ ଏହି ରାସ୍ତା ଦେଇ ଯାଉଥିବା ଏକ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା କାଳନ୍ଦୀ ବାରିକଙ୍କ ଘର ଭିତରକୁ ପଶିଯାଇଥିଲା।

କୁଡ଼ିଆରୁ କାଶୀନାଥ ଉଦ୍ଧାର

କୁଡ଼ିଆରୁ କାଶୀନାଥ ଉଦ୍ଧାର

ଢେଙ୍କାନାଳ ଅଫିସ, ୨୨।୭: ଛାଡ଼ିମାଟି ପତ୍ର କୁଡ଼ିଆରେ ଅସହାୟ ଅବସ୍ଥାରେ ରହୁଥିବା ୮୦ ବର୍ଷୀୟ କାଶୀନାଥ ପଧାନଙ୍କ ପାଖରେ ପହଞ୍ଚିଛି ସହାୟତାର ହାତ। ଶନିବାର ଆଇନ ସେବା ପ୍ରାଧିକରଣ କର୍ମକର୍ତ୍ତା ତାଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ: ଖଟରେ ବୁହାହେଲେ ଗର୍ଭବତୀ

ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ: ଖଟରେ ବୁହାହେଲେ ଗର୍ଭବତୀ

ପାଲଲହଡା,୨୨।୭(ଡି.ଏନ.ଏ): ଘର ଯାଏ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ବର୍ଷାରେ ଫୁଲି ଉଠିଥିବା ନୁଡେଇ ନାଳ ଏଥିରେ ସାଜିଲା ପ୍ରତିବନ୍ଧକ। ଏପରିସ୍ଥିତିରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଗର୍ଭବତୀ ଦେଢ଼ କିମି ରାସ୍ତା ଖଟିଆରେ ବୁହାହୋଇ ଆସିଲେ।

ବିଶୁଙ୍କୁ ସହାୟତା କରିବ ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ

ବିଶୁଙ୍କୁ ସହାୟତା କରିବ ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ

ଭୁବନ, ୨୨।୭(ଡି.ଏନ.ଏ.): ବ୍ୟାଟେରିଚାଳିତ ବାଇକ୍‌ ତିଆରି ଚର୍ଚ୍ଚାର ପରିଧିକୁ ଆସିଥିବା ଭୁବନର ବିଶୁ ମହାରଣାଙ୍କୁ ସହାୟତା କରିବାକୁ ଆଗଭର ହୋଇଛି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ। ଗଣମାଧ୍ୟମରେ ଖବର ପ୍ରକାଶ ଏବଂ ସୋସିଆଲ ମିଡିଆରେ ବିଶୁଙ୍କ ହାତ ତିଆରି ବାଇକ୍‌ର ଫଟୋ ଭାଇରାଲ ହେବା ପରେ ଏହା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟିକୁ ଆସିଥିଲା।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ