ଉପକୂଳ ଓଡିଶା

ବହି ବଦଳରେ ହାତରେ ଘସି

ବହି ବଦଳରେ ହାତରେ ଘସି

ମହାକାଳପଡା, ୨୩।୧୨ (ଡି.ଏନ୍‌.ଏ.)

ଗ୍ରାମାଞ୍ଚଳ ଶିଶୁମାନଙ୍କ ଶିକ୍ଷାର ବିକାଶ ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସରକାରଙ୍କ ପକ୍ଷରୁ ସର୍ବଶିକ୍ଷା ଅଭିଯାନ ଓ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଭଳି ଯୋଜନା କାର୍ଯ୍ୟକାରୀ କରାଯାଉଛି। ମାତ୍ର ଏସବୁ ଯୋଜନା, କେତେଦୂର କାର୍ଯ୍ୟକାରୀ ହେଉଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମହାକାଳପଡା ବ୍ଲକ ରାମନଗର ପଞ୍ଚାୟତର ଅନ୍ତର୍ଗତ ପିତାପାଟ ଅନେକ ଶିଶୁ ପାଠ ପଢିବା ବଦଳରେ ପରିବାର ଲୋକଙ୍କୁ କାମରେ ସାହାଯ୍ୟ କରୁଛନ୍ତି। ସେମାନେ ପାଠପଢା ବଦଳରେ ଘର ଜାଳେଣି ପାଇଁ ଗୋବର (ଘସି) ପ୍ରସ୍ତୁତ କରୁଛନ୍ତି। ଗ୍ରାମରେ ଜାଳେଣି ସମସ୍ୟା ଥିବା ବେଳେ ପିଲାମାନେ ଘର ପାଇଁ ଜାଳେଣି ଯୋଗାଡ କରିବାରେ ବ୍ୟସ୍ତ ରହୁଛନ୍ତି। ଫଳରେ ପିଲାମାନଙ୍କ ପାଠପଢା ବାଧାପ୍ରାପ୍ତ ହେଉଛି। ପାଠ ପଢିବା ସମୟରେ ଘର କାମରେ ନିୟୋଜିତ ଥିବାରୁ ପିଲାଙ୍କ ଭବିଷ୍ୟତକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ପରିବାର ଲୋକଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ପିଲାମାନେ ସେମାନଙ୍କୁ ଜାଳେଣି ଯୋଗାଡ କରିବାରେ ସାହାଯ୍ୟ କରୁଛନ୍ତି ବୋଲି କେତେଜଣ ଛାତ୍ର ଅଭିଭାବକ କହିଛନ୍ତି। ମାତ୍ର ଏହାକୁ ରୋକିବା ପାଇଁ ପିଲା ଅବା ପରିବାର ଲୋକ ମଧ୍ୟରେ ସଚେତନ କରାଯାଉ ନାହିଁ ବୋଲି ସାମାଜିକ କର୍ମୀ ସୁବାସ ସ୍ବାଇଁ ପ୍ରକାଶ କରିଛନ୍ତି। ପରିବାର ଲୋକଙ୍କ ଆର୍ଥିକ ଅବସ୍ଥା ସୁଧାରିବା ସହ ଶିଶୁମାନଙ୍କୁ ପାଠପଢା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ନ କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଗଲେ ଏସବୁ ସମସ୍ୟା ଦୂର ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

All Right Reserved By

Model This Week

ନିକିତା

ଉପକୂଳ ଓଡିଶା

ନିଖିଳ ଉତ୍କଳ କଂସାରୀ ସମାଜର ଅଧିବେଶନ ଉଦ୍‌ଯାପିତ

ନିଖିଳ ଉତ୍କଳ କଂସାରୀ ସମାଜର ଅଧିବେଶନ ଉଦ୍‌ଯାପିତ

ଖଣ୍ଡପଡା,୨୩।୪(ସ୍ବ.ପ୍ର)-ନିଖିଳ ଉକତ୍ଳ କଂସାରୀ ସମାଜ କେନ୍ଦ୍ରାଞ୍ଚଳ ଶାଖାର ୨ଦିନ ବ୍ୟାପୀ ଅନୁଷ୍ଠିତ ୪୬ ତମ ବାର୍ଷିକ ଅଧିବେଶନ ରବିବାର ଉଦ୍‌ଯାପିତ ହୋଇଯାଇଛି ।

କାଳବୈଶାଖୀରେ ଉପୁଡିଲା ଗଛ,ଭାଙ୍ଗିଲା ସ୍କୁଲ ଘର

କାଳବୈଶାଖୀରେ ଉପୁଡିଲା ଗଛ,ଭାଙ୍ଗିଲା ସ୍କୁଲ ଘର

ଗଣିଆ,୨୩।୪(ଡି.ଏନ.ଏ.)-ନୟାଗଡ ଜିଲା ଗଣିଆ ବ୍ଲକ ଅଞ୍ଚଳରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇ ବହୁ କ୍ଷୟକ୍ଷତି ଘଟିଛି। ବଡ଼ବଡ଼ ଗଛ ଉପୁଡ଼ି ପଡ଼ିଥିବାବେଳେ ସ୍କୁଲ କାନ୍ଥ, ଆଜବେଷ୍ଟସ ଭାଙ୍ଗିରୁଜି ଯାଇଛି।

୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ

ଜଗତ୍‌ସିଂହପୁର,୨୩।୪- ଜଗତ୍‌ସିଂହପୁର ଜିଲାରେ ୨୯ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ ସୋମବାର ଏକ ସଚେତନତା ରଥ ଉଦ୍‌ଘାଟନ କରିଥିଲେ।

ସ୍ବତନ୍ତ୍ର ମିଶନ ଇନ୍ଦ୍ର ଧନୁଷ କାର୍ଯ୍ୟକ୍ରମ

ଜଗତ୍‌ସିଂହପୁର,୨୩।୪- ମଣ୍ଡାସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଟିଗିଗାଁଠାରେ ସୋମବାର ସ୍ବତନ୍ତ୍ର ମିଶନ ଇନ୍ଦ୍ର ଧନୁଷ କାର୍ଯ୍ୟକ୍ରମକୁ ଜିଲାପାଳ ୟାମିନୀ ଷଡ଼ଙ୍ଗୀ ଶୁଭ ଉଦ୍‌ଘାଟନ କରିଥିଲେ। କୌଣସି ଆଦୌ ଟୀକା ନେଇ ନ ଥିବା କିମ୍ବା ଟିକାକରଣ ହୋଇ ନ ଥିବା ଶିଶୁଙ୍କ ପାଇଁ ଏହି ସ୍ବତନ୍ତ୍ର ମିଶନ ଇନ୍ଦ୍ର ଧନୁଷ କାର୍ଯ୍ୟକ୍ରମ ବିଶେଷ ଉପଯୋଗୀ।

ସଡ଼କ ନିରାପତ୍ତା ପାଇଁ ସଚେତନତା କାର୍ଯ୍ୟକ୍ରମ

ସଡ଼କ ନିରାପତ୍ତା ପାଇଁ ସଚେତନତା କାର୍ଯ୍ୟକ୍ରମ

କେନ୍ଦାପଡ଼ା ଅଫିସ୍‌,୨୩।୪- କେନ୍ଦ୍ରାପଡ଼ା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପରିବହନ କାର୍ଯ୍ୟାଳୟଠାରେ ସୋମବାର ସଡ଼କ ନିରାପତ୍ତା ସପ୍ତାହ ଆରମ୍ଭ ହୋଇଛି। ଜିଲାପାଳ ରେଘୁ ଜୀ. ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଛି।

ସାଇନ ବୋର୍ଡ ମାରିବାକୁ ନେଇ ବିବାଦ, ସଶସ୍ତ୍ର ପୋଲିସ ମୁତୟନ

ଯାଜପୁର ରୋଡ଼,୨୩।୪(ନି.ପ୍ର.)- କୋରେଇ ଥାନା ଅନ୍ତର୍ଗତ ତାହାରପୁର ପଞ୍ଚାୟତ ହାଇସ୍କୁଲ ସମ୍ମୁଖରେ ସାଇନ ବୋର୍ଡ ମାରିବାକୁ ନେଇ ସୋମବାର ଜଇଁନ୍ତଳ ଓ ଖଣ୍ଡୁଆଳ ଗ୍ରାମ ମଧ୍ୟରେ ବିବାଦ ଦେଖାଦେଇଛି। ସୂଚନାଯୋଗ୍ୟ, ପଞ୍ଚାୟତ ହାଇସ୍କୁଲ ଛକ ଜଇଁନ୍ତଳ ଗ୍ରାମବାସୀ ଜନସାଧାରଣଙ୍କୁ ସୂଚନା ଦେବାପାଇଁ ଗାଁ ନାମ ଲେଖି ଏକ ସାଇନବୋର୍ଡ ମାରିଥିଲେ।

କାର୍‌ ଦୁର୍ଘଟଣାରେ ୩ ଆହତ

କାର୍‌ ଦୁର୍ଘଟଣାରେ ୩ ଆହତ

ଚଣ୍ଡିଖୋଲ,୨୩।୪(ଡି.ଏନ୍‌.ଏ)- ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ବଡ଼ଚଣା ପେଟ୍ରୋଲ ପମ୍ପ ନିକଟରେ ସୋମବାର କାର୍‌ ଧକ୍କାରେ ୩ ଜଣ ଆହତ ହୋଇଛନ୍ତି।

ଜିଲାପାଳଙ୍କ ଜନଶୁଣାଣି ଶିବିର

ଜିଲାପାଳଙ୍କ ଜନଶୁଣାଣି ଶିବିର

ରାଜନଗର,୨୩।୪- କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ସୋମବାର ଜିଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ୧୫୧ ଅଭିଯୋଗ କରାଯାଇଥିଲା।

ବେକରେ ଓଡ଼ଣି ଦେଇ ଆତ୍ମହତ୍ୟା କଲେ ନବବଧୂ

ବେକରେ ଓଡ଼ଣି ଦେଇ ଆତ୍ମହତ୍ୟା କଲେ ନବବଧୂ

ମହାକାଳପଡ଼ା,୨୩।୪(ଡି.ଏନ୍‌.ଏ)- ଜମ୍ବୁ ମେରାଇନ ଥାନା ଅଧୀନ ସ୍ଥାନୀୟ ରାମନଗର ପଞ୍ଚାୟତ ୫ ନଂ. ଓ୍ବାର୍ଡର କାଳାବାଡ଼ିଠାରେ ପାରିବାରିକ କଳହକୁ ନେଇ ରବିବାର ବିଳମ୍ବିତ ରାତିରେ ଜଣେ ନବବଧୂ ବେକରେ ଓଢଣି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ବସ୍‌ ଚକା ତଳେ ପଡ଼ି ବୃଦ୍ଧା ଗୁରୁତର

ବସ୍‌ ଚକା ତଳେ ପଡ଼ି ବୃଦ୍ଧା ଗୁରୁତର

ଓଡ଼ଗାଁ,୨୩।୪(ସ୍ବ.ପ୍ର)- ଓଡ଼ଗାଁ ବସ୍‌ ଷ୍ଟାଣ୍ଡରେ ଏକ ମିନି ବସ୍‌ ଚକା ତଳେ ପଡ଼ି ସୋମବାର ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ବୃଦ୍ଧାଙ୍କୁ ନୟାଗଡ଼ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।ବୃଦ୍ଧା ଜଣକ ନୟାଗଡ଼ ଜିଲା ମେଣ୍ଟୁପଲ୍ଲୀ ଗ୍ରାମର ବୋଲି ପୋଲିସ ସୂଚନାରୁ ଜଣାପଡ଼ିଛି।

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ସାଲେପୁର,୨୩।୪(ଡି.ଏନ୍‌.ଏ.): କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ବଜାରରେ ସୋମବାର ସିମେଣ୍ଟ ବୋଝେଇ ଟ୍ରକ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ପରିଚୟ ଜଣାପଡ଼ି ନାହିଁ। ଉତ୍ତ୍ୟକ୍ତ ଲୋକେ ଟ୍ରକ୍‌ର ଆଗ କାଚ ବାଡେଇ ଭାଙ୍ଗିଦେବା ସହ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

୨୯ତମ ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଘାଟିତ

୨୯ତମ ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଘାଟିତ

ବିରଜାକ୍ଷେତ୍ର,୨୩।୪(ଡି.ଏନ୍‌.ଏ.): ଯାଜପୁର ସହରସ୍ଥିତ ମିନି ଷ୍ଟାଡିୟମ୍‌ରେ ସୋମବାର ଜିଲାପାଳ ରଞ୍ଜନ କୁମାର ଦାସଙ୍କ ଦ୍ୱାରା ୨୯ତମ ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଘାଟିତ ହୋଇଯାଇଛି।