ଉପକୂଳ ଓଡିଶା

ଥାନା ଆଗରେ ଅଭିନବ ପ୍ରତିବାଦ

ଥାନା ଆଗରେ ଅଭିନବ ପ୍ରତିବାଦ

ଜଗତ୍‌ସିଂହପୁର ଅଫିସ,୨୩।୧୨

ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘବର୍ଷ ଧରି ରୋଗୀଙ୍କୁ ଶୋଷଣ କରାଯାଉଛି। ବିଭାଗୀୟ ମନ୍ତ୍ରୀ, ଉଚ୍ଚ କର୍ତ୍ତୃପକ୍ଷ ବିଭିନ୍ନ ସମୟରେ ଗସ୍ତ କରି ଏହାର ପ୍ରମାଣ ପାଇବା ପରେ ୨ ଜଣ ଡାକ୍ତରଙ୍କୁ ନିଲମ୍ବନ କରିଥିଲେ। ଏହାପରେ ଡାକ୍ତର ସଂଘ (ଓମ୍‌ସା) ଆନ୍ଦୋଳନ ଚେତାବନୀ ଦେଇଥିଲା। ଏହାର ପ୍ରତିବାଦରେ ଗତ ୧୩ ତାରିଖରେ ଏକାଧିକ ସଙ୍ଗଠନ ଓ ଜଗତ୍‌ସିଂହପୁରର ଜନସାଧାରଣଙ୍କ ତରଫରୁ ଜିଲା ମୁଖ୍ୟ ଚିକିତ୍ସାଳୟ ମୁଖ୍ୟ ଫାଟକ ବାହାରେ ଧାରଣା ଦିଆଯାଇଥିଲା। ଏହି ସମୟରେ ୨୦ଟି ସଙ୍ଗଠନର ୨୭ ଜଣ ବକ୍ତା ଡାକ୍ତରଖାନାରେ ଦେଖାଦେଇଥିବା ଅବ୍ୟବସ୍ଥା ଓ ରୋଗୀଙ୍କୁ ଶୋଷଣ ସମ୍ପର୍କରେ କହିଥିଲେ। ଧାରଣା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ୨ ଜଣ ପୋଲିସ କର୍ମଚାରୀ ନିୟୋଜିତ ଥିଲେ। ଧାରଣାସ୍ଥଳରେ କେବଳ ମେଗାଫୋନ୍‌ ବ୍ୟବହାର ହୋଇଥିଲା। ଶେଷରେ ଧାରଣାର ନେତୃତ୍ୱ ନେଇଥିବା ଆଡଭୋକେଟ୍‌ ବାସୁଦେବ ବକ୍ତବ୍ୟ ପ୍ରଦାନ କରୁଥିବାବେଳେ ଜଗତ୍‌ସିଂହପୁର ଟାଉନ ଥାନାର ମହିଳା ପୋଲିସ ସବ୍‌ଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ସାହୁ ହଠାତ୍‌ ସେଠାରେ ପହଞ୍ଚତ୍ ଭାଷଣ ବନ୍ଦ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହାଦ୍ୱାରା ଜଣେ ସଚେତନ ନାଗରିକଙ୍କୁ କହିବାର ଅଧିକାରରୁ ବଞ୍ଚତ୍ତ କରାଗଲା ବୋଲି ଆଡଭୋକେଟ୍‌ ବାସୁଦେବ ଅଭିଯୋଗ କରିଛନ୍ତି। ଶନିବାର ଏହାକୁ ନେଇ ସେ ଜଗତ୍‌ସିଂହପୁର ଟାଉନ ଥାନା ମୁଖ୍ୟ ଫାଟକ ନିକଟ ରାସ୍ତା ପାର୍ଶ୍ୱରେ ଅଭିନବ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ମୁହଁରେ କଳା ପଟି ବାନ୍ଧି ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସେ ନୀରବ ପ୍ରତିବାଦ କରିଥିଲେ। ଆଇଆଇସି ରଜନୀକାନ୍ତ ମିଶ୍ର ପହଞ୍ଚତ୍ ବାସୁଦେବଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲେ। ଏ ସମ୍ପର୍କରେ ଆଡଭୋକେଟ୍‌ ବାସୁଦେବ କହିଛନ୍ତି ଯେ ଦିନରାତି ଏଠାରେ ଉଚ୍ଚସ୍ବରରେ ଡାକବାଜି ଯନ୍ତ୍ର, ଡିଜେ ଆଦି ବାଜୁଛି। ଲୋକେ ରାତିରେ ଶୋଇପାରୁନାହାନ୍ତି। ଏହାକୁ ବନ୍ଦ କରିବାରେ ପୋଲିସ ବିଫଳ ହୋଇଛି। ଅଥଚ ସାଧାରଣ ଜନତା ନିଜ ସମସ୍ୟା ଜଣାଇବାକୁ ମେଗାଫୋନ ବ୍ୟବହାର କଲେ ପୋଲିସ ରୋକ ଲଗାଉଛି, ଯାହାକି ଯନ୍ତ୍ରଣାଦାୟକ। ସୂଚନାଯୋଗ୍ୟ, ଆଡଭୋକେଟ୍‌ ବାସୁଦେବ ୧୭ ବର୍ଷ ବୟସରୁ ଏବେ ୬୪ ବର୍ଷ ବୟସ ପଯର୍ର୍‌ୟନ୍ତ ବିଭିନ୍ନ ସମୟରେ ଅନ୍ୟାୟ, ଦୁର୍ନୀତି, ଦାଦାଗିରି ବିରୋଧରେ ଅଭିନବ ପ୍ରତିବାଦ କରିଆସିଛନ୍ତି। ଡାକ୍ତରମାନେ ରୋଗୀଙ୍କୁ ଶୋଷଣ କରି ନାଲିଆଖି ଦେଖାଉଛନ୍ତି। ସରକାର ୨ ଡାକ୍ତରଙ୍କୁ ନିଲମ୍ବନ ପରେ ମଧ୍ୟ ସେମାନେ ଡାକ୍ତରଖାନା ପରିସରରେ ରୋଗୀ ଦେଖି ଚାଲିଛନ୍ତି। ଆର୍ଥିକ ଦୃଷ୍ଟିରୁ ଏହା ସେମାନଙ୍କ ପାଇଁ ଆଶୀର୍ବାଦ ପାଲଟିଯାଇଛି। ଏସବୁର ପ୍ରତିବାଦ ପାଇଁ ସେ ବଦ୍ଧପରିକର ବୋଲି ସୂଚନା ଦେଇଛନ୍ତି।

All Right Reserved By

ଉପକୂଳ ଓଡିଶା

ବ୍ୟାସନଗର ଚୋର୍ଦ୍ଦା ମାଛ ମାର୍କେଟରେ ଚଢାଉ

ବ୍ୟାସନଗର ଚୋର୍ଦ୍ଦା ମାଛ ମାର୍କେଟରେ ଚଢାଉ

ଯାଜପୁର ଅଫିସ,୨୦ା୭-ବ୍ୟାସନଗର ଚୋର୍ଦ୍ଦା ମାଛ ମାର୍କେଟରେ ଶୁକ୍ରବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ମାଛ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି। ଫର୍ମାଲିନ ଅଛିକି ନାହିଁ ପରୀକ୍ଷା କରାଯିବ। ଏହି ଚଢାଉ ସମୟରେ ବ୍ୟାସନଗର ପୌରାଧ୍ୟକ୍ଷା ସବିତା ରାଉତ, ଉପାଧ୍ୟକ୍ଷ ସୁବାସ ବଳ ପ୍ରମୁଖ ଉପସ୍ଥିତ ଥିଲେ।

ବ୍ୟାସନଗର ସହର ଜଳମଗ୍ନ

ବ୍ୟାସନଗର ସହର ଜଳମଗ୍ନ

ଯାଜପୁର ରୋଡ,୨୦ା୭(ନି.ପ୍ର.)-ଲଘୁଚାପ ଜନିତ ବର୍ଷା ଫଳରେ ଶୁକ୍ରବାର ଯାଜପୁର ଜିଲା ବ୍ୟାସନଗର ଅଞ୍ଚଳରେ ବର୍ଷାଜଳ ନିଷ୍କାସିତ ହୋଇ ନପାରି ରାସ୍ତାରେ ଜମି ରହିଛି। ଫଳରେ ବ୍ୟାସନଗର ସହର ଜଳମଗ୍ନ ହୋଇଯାଇଛି।

ଯାଜପୁରରେ ପ୍ରବଳ ବର୍ଷା, ବନ୍ୟା ଆଶଙ୍କା

ଯାଜପୁରରେ ପ୍ରବଳ ବର୍ଷା, ବନ୍ୟା ଆଶଙ୍କା

ଯାଜପୁର ଅଫିସ,୨୦ା୭-ଯାଜପୁର ଜିଲାରେ ଶୁକ୍ରବାର ପ୍ରବଳ ବର୍ଷା ହୋଇ ବନ୍ୟା ଆଶଙ୍କା ଦେଖା ଦେଇଛି। ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ହାରାହାରି ୨୪.୩୦ମିମି ବର୍ଷା ରେକର୍ଡ କରାଯାଇଛି। ବୈତରଣୀ ନଦୀର ଜଳପତ୍ତନ ଆଖୁଆପଦା ଠାରେ ୧୬.୭୦ମିଟର ରହିଛି। ଏଠାରେ ବିପଦସଙ୍କୁଳ ୧୭.୮୩ମିଟର ପର୍ଯ୍ୟନ୍ତ ରଖାଯାଇଛି। ଫଳରେ ଯାଜପୁର,ବରୀ ଓ ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି।

ବିଦ୍ୟୁତ ଆଘାତରେ ଯୁବକଙ୍କ ଜୀବନ ଗଲା

ବିଦ୍ୟୁତ ଆଘାତରେ ଯୁବକଙ୍କ ଜୀବନ ଗଲା

ଓଡ଼ଗାଁ, ୨୦।୭(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଥାନା ମଶାବାରି ଗ୍ରାମର ଜିତେନ୍ଦ୍ର କୁମାର ସାହୁଙ୍କ ବିଦ୍ୟୁତ ସସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। ପମ୍ପ ଘରେ କରେଣ୍ଟ ଲାଗି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ବୁଧବାର ସକାଳେ ସେ ବାରପୁରିକିଆଠାରେ ଥିବା ନିଜର ପମ୍ପ ହାଉସ୍‌ରେ କରେଣ୍ଟ ସଂସ୍ପର୍ଶରେ ଆସିଯାଇଥିଲେ। ଅଧଘଣ୍ଟାଯାଏ ପାଇପରେ ପାଣି ନ ଆସିବାରୁ ଅନ୍ୟମାନେ ପମ୍ପ ହାଉସକୁ ଯାଇଥିଲେ।

ପ୍ରସ୍ତାବିତ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା

ପ୍ରସ୍ତାବିତ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା

ଯାଜପୁର ରୋଡ, ୨୦।୭(ନି.ପ୍ର.): ଯାଜପୁର ଜିଲା ବ୍ୟାସନଗରସ୍ଥିତ ପାଣିକୋଇଲିଠାରେ ପ୍ରସ୍ତାବିତ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ଥାନୀୟ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଗଣଧାରଣା ଦିଆଯାଇଛି।

ସ୍ବାସ୍ଥ୍ୟକେନ୍ଦ୍ର ନେବା ବାଟରେ ଜନ୍ମହେଲା ଶିଶୁ କନ୍ୟା

ସ୍ବାସ୍ଥ୍ୟକେନ୍ଦ୍ର ନେବା ବାଟରେ ଜନ୍ମହେଲା ଶିଶୁ କନ୍ୟା

ରାଜନଗର, ୨୦।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବାଙ୍କୁଆଳ ଗ୍ରାମର ନିଗମାନନ୍ଦ ବେହେରାଙ୍କ ସ୍ତ୍ରୀ ସୌଦାମିନୀ ବେହେରାଙ୍କର ଶୁକ୍ରବାର ସକାଳେ ଗର୍ଭ ଯନ୍ତ୍ରଣା ହୋଇଥିଲା।

ହରିଣ ମାଂସ ବିକ୍ରି ଅଭିଯୋଗରେ ଜଣେ ଗିରଫ

ହରିଣ ମାଂସ ବିକ୍ରି ଅଭିଯୋଗରେ ଜଣେ ଗିରଫ

ସୁକିନ୍ଦା, ୨୦।୭(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତ ବନ୍ଧଗାଁ ଗ୍ରାମରେ ହରିଣ ମାଂସ ବିକ୍ରି କରୁଥିବା ଅଭିଯୋଗରେ ସୁକିନ୍ଦା ବନାଞ୍ଚଳ ଅଧିକାରୀ ଶୁକ୍ରବାର ଜଣଙ୍କୁ ଗିରଫ କରିଛି।

ବଜ୍ରପାତରେ କୃଷକ ମୃତ

ବଜ୍ରପାତରେ କୃଷକ ମୃତ

ରାଜନଗର,୨୦।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବଙ୍ଗୋପସାଗର ତଟବର୍ତ୍ତୀ ବ୍ରାହ୍ମଣସାହି ଗ୍ରାମର ଜଣେ ବ୍ୟକ୍ତି ଶୁକ୍ରବାର ସକାଳେ ହଳ କରିବାକୁ ଯାଉଥିବା ବେଳେ ବଜ୍ରପାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି।

ମାନସିକତାର ପରିବର୍ତ୍ତନ ଲୋଡ଼ା

ଖଣ୍ଡପଡା,୨୦ା୭(ସ୍ବ.ପ୍ର.)-ସାମ୍ପ୍ରତିକ ସମାଜ ବିଷ ବଳୟ ମଧ୍ୟରେ ଗତି କରୁଛି। ସମସ୍ତ ପରିବେଶ ଆଜି ବର୍ଜ୍ୟବସ୍ତୁରେ ପରିପୂର୍ଣ୍ଣ। ବିଶେଷକରି ପଲିଥିନର ବହୁଳ ବ୍ୟବହାର ପରିବେଶକୁ ଅତ୍ୟଧିକ କ୍ଷତି ପହଞ୍ଚାଉଛି।

ରଣପୁରକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ପ୍ରଦାନ ଦାବି

ରଣପୁର,୨୦ା୭ (ସ୍ବ.ପ୍ର.)- ରଣପୁର ସଂସ୍କୃତି ମଞ୍ଚ ତରଫରୁ ନୟାଗଡ ଜିଲାର ରଣପୁରକୁ ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି ବହୁଦିନ ଧରି ଦାବି ହୋଇଆସୁଛି।

ରଥଯାତ୍ରାରେ ହୋମିଓପାଥିକ୍‌ ଚିକିତ୍ସା ଶିବିର

ରଣପୁର,୨୦ା୭ (ସ୍ବ.ପ୍ର.)- ରଣପୁରଠାରେ ଶ୍ରୀଜୀଉମାନଙ୍କ ନଅ ଦିନ ବ୍ୟାପୀ ଘୋଷଯାତ୍ରା ପାଳନ ହେଉଥିବା ଅବସରରେ ଭଜନ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

ମହାପ୍ରଭୁ ଜଗନ୍ନାଥଙ୍କ ନିର୍ଦ୍ଦେଶରେ ୩ ରଥର ଦକ୍ଷିଣ ମୋଡ଼ ହେଲା

ମହାପ୍ରଭୁ ଜଗନ୍ନାଥଙ୍କ ନିର୍ଦ୍ଦେଶରେ ୩ ରଥର ଦକ୍ଷିଣ ମୋଡ଼ ହେଲା

ରଣପୁର, ୨୦ା୭ (ସ୍ବ.ପ୍ର.)- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାର ଗୁରୁବାର ଷଷ୍ଠ ଦିବସରେ ରଣପୁର ବି.ସି. ହାଇସ୍କୁଲର ଛାତ୍ରମାନେ ରଥ ଖଳାରେ ଥିବା ତିନିରଥକୁ ଦକ୍ଷିଣ ମୋଡ କରିଛନ୍ତି।

Model This Week

ରୂପେଶ