ଉପକୂଳ ଓଡିଶା

୨୭,୨୮ରେ ଡାକସେବା ବନ୍ଦ

୨୭,୨୮ରେ ଡାକସେବା ବନ୍ଦ

ରସୁଲପୁର,୨୩।୧୨(ଡି.ଏନ୍‌.ଏ.): କଟକ ଉତ୍ତର ମଣ୍ଡଳ ଅଧୀନରେ ଥିବା ଯାଜପୁର ଓ କେନ୍ଦ୍ରାପଡା ଜିଲାରେ ୨୭ ଓ ୨୮ ତାରିଖରେ ଡାକସେବା ବନ୍ଦ ରହିବ । ଏହି ଅବସରରେ ଯାଜପୁର ଜିଲାର ୪୨ଟି ଉପ-ଡାକଘର ଓ ୨୫୦ଟି ଶାଖା ଡାକଘର ବନ୍ଦ ରହିବ। ଫଳରେ ଜିଲାର ରସୁଲପୁର ଉପ-ଡାକଘର ଅଧୀନରେ ଥିବା ୫ଟି ଶାଖା ଡାକଘର ଉପରେ ନିର୍ଭର କରୁଥିବା ୫୦ ହଜାରରୁ ଊର୍ଦ୍ଧ୍ୱ ଗ୍ରାହକ ପ୍ରଭାବିତ ହେବେ । ଏଣୁ ୨୬ ତାରିଖ ପୂର୍ବରୁ ଗ୍ରାହକମାନେ ଡାକସେବା ସମ୍ବନ୍ଧିତ ସମସ୍ତ କାର୍ଯ୍ୟ କରିନେବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି। ଗ୍ରାମୀଣ ଡାକସେବାକୁ ଡିଜିଟାଲ ଇଣ୍ଡିଆ ସହ ଯୋଡ଼ିବା ପାଇଁ ଗ୍ରାମାଞ୍ଚଳରେ ଥିବା ଉପ-ଡାକଘର ଓ ଶାଖା ଡାକଘରଗୁଡିକୁ କମ୍ପୁଟରୀକରଣ କରାଯିବ ।

All Right Reserved By

ଉପକୂଳ ଓଡିଶା

ନବଜାତ ଶିଶୁକନ୍ୟା ମୃତଦେହ ଉଦ୍ଧାର

ନବଜାତ ଶିଶୁକନ୍ୟା ମୃତଦେହ ଉଦ୍ଧାର

ନୟାଗଡ଼ ଅଫିସ,୨୩।୭: ନୟାଗଡ଼ ବ୍ଲକ ଇଟାମାଟି ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥର ବଡ଼ଗଣ୍ଡୁସର ପୋଲ ଉପରୁ ସୋମବାର ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି।

ବନ୍ୟା ଆଶଙ୍କାରେ ୩ ପଞ୍ଚାୟତବାସୀ

ବନ୍ୟା ଆଶଙ୍କାରେ ୩ ପଞ୍ଚାୟତବାସୀ

ଗଣିଆ,୨୩।୭(ଡି.ଏନ୍‌.ଏ.)- ଗତ ଦୁଇଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ରବିବାର ସକାଳୁ ମହାନଦୀରେ ଜଳସ୍ତର ଗଣିଆ-ବଡ଼ମୂଳ ପୂର୍ତ୍ତବିଭାଗ ରାସ୍ତା ପାର୍ଶ୍ୱକୁ ଲାଗିଥିବା ଯୋଗୁ ବ୍ଲକର ୩ ପଞ୍ଚାୟତବାସୀଙ୍କ ମଧ୍ୟରେ ବନ୍ୟା ଆଶଙ୍କା ଦେଖାଦେଇଛି।

ଲଗାଣ ବର୍ଷା: ସ୍ଥିତି ପରିଦର୍ଶନ କଲେ ବିଡିଓ

ଲଗାଣ ବର୍ଷା: ସ୍ଥିତି ପରିଦର୍ଶନ କଲେ ବିଡିଓ

ଖଣ୍ଡପଡା,୨୩।୭(ସ୍ବ.ପ୍ର.)-ଗତ ୨ଦିନ ହେବ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଖଣ୍ଡପଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ନଦୀ ଓ ଉପନଦୀରେ ଜଳପତ୍ତନ ବୃଦ୍ଧି ପାଇଛି। ବର୍ଷାଜଳରେ ବୁଡିରହି ଶହ ଶହ ଏକର ଫସଲ କ୍ଷତି ହେବା ଆଶଙ୍କା ଦେଖାଦେଇଛି।

କୂଳରେ ଥିବା ୨ ଡଙ୍ଗା ମହାନଦୀରେ ବୁଡିଗଲା

ଖଣ୍ଡପଡା,୨୩।୭(ସ୍ବ.ପ୍ର.)- ଗତ ଦୁଇଦିନ ଧରି ଲଗାଣ ବର୍ଷା ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇପଡିଛି। ଲୋକେ କାମଧନ୍ଦା ପାଇଁ ବାହାରକୁ ଯାଇ ନ ପାରି ଘର ମଧ୍ୟରେ ବସିରହିଛନ୍ତି।

ନଦୀରେ ଭାସି ଯୁବକ ନିଖୋଜ ଘଟଣା: ଗ୍ରାମବାସୀଙ୍କ ଦ୍ୱାରା ଜାତୀୟ ରାଜପଥ ଅବରୋଧ

ନୂଆଗାଁ,୨୩।୭ (ଡି.ଏନ.ଏ.)- ନୟାଗଡ ଜିଲା ନୂଆଗାଁ ବ୍ଲକ ସୋରଡା ପଞ୍ଚାୟତ ବାଲିସାହି (ଲୁଣିସରା) ଗ୍ରାମର କାଳିଆ ନାୟକ (୩୫) ଶନିବାର ନଦୀ ପାର ହେଉଥିବା ବେଳେ ଜଳସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ।

ରଥଟଣା ସମୟରେ କମେଣ୍ଟ ମରାକୁ ନେଇ ଉତ୍ତେଜନା: ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ମାର୍‌ପିଟ, ୪ ଆହତ

ରଥଟଣା ସମୟରେ କମେଣ୍ଟ ମରାକୁ ନେଇ ଉତ୍ତେଜନା: ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ମାର୍‌ପିଟ, ୪ ଆହତ

ବାଲୁଗାଁ, ୨୩।୭ (ଡି.ଏନ.ଏ.)- ରବିବାର ସନ୍ଧ୍ୟାରେ ବାଣପୁର ବଜାରରେ ରଥଟଣା ସମୟରେ କମେଣ୍ଟ ମରାକୁ ନେଇ ଭିନ୍ନ ସମ୍ପ୍ରଦାୟର ଦୁଇଗୋଷ୍ଠୀ ମଧ୍ୟରେ ମାର୍‌ପିଟ ହୋଇଛି।

କୃଷ୍ଣପ୍ରସାଦରେ ଧାନଜମି ଜଳମଗ୍ନ

କୃଷ୍ଣପ୍ରସାଦ,୨୩।୭(ଡି.ଏନ.ଏ.)- ଲଗାଣ ବର୍ଷା ଯୋଗୁ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଚାଷଜମି ଜଳମଗ୍ନ ହୋଇଥିବାବେଳେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି।

ବାହୁଡ଼ିଲେ ମହାବାହୁ

ବାହୁଡ଼ିଲେ ମହାବାହୁ

ନୟାଗଡ଼ ଅଫିସ,୨୩।୭- ରବିବାର ନୟାଗଡ଼ଠାରେ ବାହୁଡାଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଚକ୍ରରାଜ ସୁଦର୍ଶନ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଧରି ଫେରି ଯାଇଛନ୍ତି ଜଗତର ନାଥ ଜଗନ୍ନାଥ।

ଗାନ୍ଧୀ ଜୟନ୍ତୀରେ କାର୍ଯ୍ୟକ୍ଷମ ହେବ ବୃଦ୍ଧାଶ୍ରମ

ନୟାଗଡ଼ ଅଫିସ,୨୩।୭- ଡିଆରଡ଼ିଏ ରୋଡସ୍ଥିତ ଲେଖନପୁର ଗ୍ରାମଠାରେ ୩ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ବୃଦ୍ଧାଶ୍ରମ ଚଳିତବର୍ଷ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ କାର୍ଯ୍ୟକ୍ଷମ ହେବ। ରବିବାର ସ୍ଥାନୀୟ ବିଧାୟକ ଡ. ଅରୁଣ କୁମାର ସାହୁ ବୃଦ୍ଧାଶ୍ରମ ପରିଦର୍ଶନ କରିବା ସହ ଏକ ସମୀକ୍ଷା ବୈଠକ କରିଥିଲେ।

ରାସ୍ତାରେ ୬୦ ଫୁଟର ଘାଇ

ରାସ୍ତାରେ ୬୦ ଫୁଟର ଘାଇ

ନୟାଗଡ଼ ଅଫିସ,୨୩।୭- ଶନିବାର ଓ ରବିବାର ଦୁଇଦିନ ଧରି ଲଗାଣବର୍ଷା ହେବା ଯୋଗୁ ଶରଣକୁଳ ଅଞ୍ଚଳ ଦେଇ ପ୍ରବାହିତ କୁସୁମୀ, ଦୁଆଣ୍ଟ, ନାଗଝର, କଇଁଫୁଲିଆ ଆଦି ନଦୀ ଫୁଲିବା ସହିତ ପ୍ରବଳ ଜଳପ୍ରବାହ ହୋଇଥିଲା।

ଲଗାଣ ବର୍ଷା ହେଲା କାଳ: ପାଇଖାନା ଟାଙ୍କିରେ ପଡ଼ି ଶିଶୁପୁତ୍ର ମୃତ, କାନ୍ଥ ଭୁଶୁଡ଼ି ମହିଳା ଆହତ

ଲଗାଣ ବର୍ଷା ହେଲା କାଳ: ପାଇଖାନା ଟାଙ୍କିରେ ପଡ଼ି ଶିଶୁପୁତ୍ର ମୃତ, କାନ୍ଥ ଭୁଶୁଡ଼ି ମହିଳା ଆହତ

ନୟାଗଡ଼ ଅଫିସ,୨୩।୭- ଲଗାଣ ବର୍ଷା ଜିଲାର ଜଣେ ଶିଶୁ ପାଇଁ କାଳ ହୋଇଛି। କାନ୍ଥ ଭୁଶୁଡ଼ିବା ଦେଖି ଶିଶୁଟି ଦୌଡି ଆସୁଥିବାବେଳେ ପାଇଖାନା ଟାଙ୍କିରେ ପଡି ପ୍ରାଣ ହରାଇଛି।

ଅପହୃତ ୨ଶିଶୁ ଉଦ୍ଧାର, ଉତ୍ତେଜନା

ବିଞ୍ଝାରପୁର,୨୩।୭(ଡି.ଏନ.ଏ)- ବିଞ୍ଝାରପୁର ଥାନା ଅନ୍ତର୍ଗତ ମାଁସଡା ଛକ ନିକଟରେ ୨ ଶିଶୁଙ୍କ ଅପହରଣ ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ତେବେ ଅପହରଣର ମାତ୍ର ୩ଘଣ୍ଟା ମଧ୍ୟରେ ଶିଶୁ ଦ୍ୱୟଙ୍କୁ ୨ କି.ମି. ଦୂରରେ ଉଦ୍ଧାର କରାଯାଇଛି।

Watch Live Broadcast of Rath Yatra Puri, Odisha Here

Model This Week

ଚିଣ୍ଟୁ