ଉପକୂଳ ଓଡିଶା

ରିପୋର୍ଟରେ ଚାଲିଛି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ

ରିପୋର୍ଟରେ ଚାଲିଛି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ

ଯାଜପୁର ଅଫିସ,୨୩।୧୨

ପାଇପ ଜଳ ଯୋଗାଣ ପ୍ରକଳ୍ପରେ ଗତ ୨ବର୍ଷ ମଧ୍ୟରେ ଯାଜପୁର ଜିଲାରେ ପ୍ରାୟ ୫କୋଟି ଟଙ୍କା ଆବଣ୍ଟିତ ହୋଇଛି। ରାଜ୍ୟ ଗ୍ରାମ୍ୟ ଜଳଯୋଗାଣ ସଂସ୍ଥା(ଆର୍‌ଡବ୍ଲ୍ୟୁଏସ୍‌ଏସ୍‌)ର ରିପୋର୍ଟରେ ଜିଲାର ବିଭିନ୍ନ ଗ୍ରାମରେ ପାନୀୟ ଜଳ ସୁବିଧା ପାଇଁ ପ୍ରକଳ୍ପମାନ କାର୍ଯ୍ୟକାରୀ କରାଯାଉଥିବା, ସେଥିରୁ ଅନେକ କାର୍ଯ୍ୟକ୍ଷମ ହୋଇଥିବା ଓ ଅନେକର କାମ ଚାଲିଛି ବୋଲି ଉଲ୍ଲେଖ ରହିଛି। ବର୍ଷ ବର୍ଷ ହେଲା ବିଭାଗୀୟ ରିପୋର୍ଟରେ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଚାଲିଥିବା ଉଲ୍ଲେଖ ରହୁଛି । ଏପରି କି ବିଭାଗୀୟ, ପ୍ରଶାସନିକ ଏବଂ ବିଧାନସଭା କମିଟିର ବିଭିନ୍ନ ସମୟରେ ସମୀକ୍ଷାବେଳେ ପ୍ରକଳ୍ପଗୁଡିକର ସ୍ଥିତି ଅପରିବର୍ତ୍ତିତ ରହୁଛି। ଏହାସତ୍ତ୍ବେ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେବା ଗୁରୁତ୍ୱ ଲାଭ କରୁ ନାହିଁ। ଆଗକୁ ଖରା ମାସ ଆସୁଛି। ଜିଲାର ୧୦ଟି ବ୍ଲକର ୧୧୫୦ ଗ୍ରାମବାସୀ ପାଣି ପାଇଁ ପୁଣି ଡହଳବିକଳ ହେବେ। ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ କେବଳ କାଗଜପତ୍ରରେ ବାହାସ୍ଫୋଟ ମାରୁଥିବାବେଳେ ବାସ୍ତବ ଚିତ୍ର ଭିନ୍ନ ହୋଇଛି। ଏବେ ୮ଲକ୍ଷ ୩୦ହଜାର ଟଙ୍କା ବ୍ୟୟ ଅଟକଳରେ ୧୯ଟି ପ୍ରକଳ୍ପ ପାଇଁ ସର୍ଭେ କରିବାକୁ ପ୍ରସ୍ତାବ ଯାଇଛି। ଏହାବାଦ ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଖଣି ଅଞ୍ଚଳର ୪୬ଗ୍ରାମରେ ପାଇପ ଜଳଯୋଗାଣର ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ରିପୋର୍ଟ ପ୍ରସ୍ତୁତ ହୋଇଛି। ହେଲେ ବାସ୍ତବ କ୍ଷେତ୍ରରେ ଆରଡବ୍ଲ୍ୟୁଏସ୍‌ଏସ୍‌ କେବଳ ରିପୋର୍ଟ ପ୍ରସ୍ତୁତିରେ ସିଦ୍ଧହସ୍ତ ବୋଲି ମତପ୍ରକାଶ ପାଇଛି।
ଚଳିତ ଡିସେମ୍ବର ମାସ ୧୬ତାରିଖରେ ଆରଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ୨୦ପାଇପ ଜଳଯୋଗାଣ ପ୍ରକଳ୍ପ ପାଇଁ ସର୍ଭେ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏଥିରେ ୮ଲକ୍ଷ ୨୯ ହଜାର ୭୮୨ ଟଙ୍କା ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଛି। ବରୀ ବ୍ଲକର ନାଥପୁର ଓ ସେରାପୁର, ରସୁଲପୁର ବ୍ଲକର ଜାବରା ଓ ବେତଣ୍ଡା, ଧର୍ମଶାଳା ବ୍ଲକର ବିଛାଖଣ୍ଡି, ଔରଙ୍ଗାବାଦ ଓ ଜେନାପୁର, ସୁକିନ୍ଦା ବ୍ଲକର କନ୍ତିରା, କର୍ଡାପାଳ, ପାଟପୁର ଓ ବୋତଲଣ୍ଡା, କୋରେଇ ବ୍ଲକର କୋରାବନ୍ଦି, ମୃତ୍ୟୁଞ୍ଜୟପୁର, ଦାନଗଦୀ ବ୍ଲକର ନଛିପୁରା, ଡମଣାଗଡିଆ, ଦଶରଥପୁର ବ୍ଲକର ବଜ୍ରପାଟ ଓ ଇସମାଇଲପୁର, ଯାଜପୁର ବ୍ଲକର ଭୁବନେଶ୍ୱରପୁର, ଜମୁନା ଓ କୋଳଥ ଏବଂ ଜିଲାରେ ଜଳଉତ୍ସ ସ୍ଥାନରେ ଜିଓ-ଟେଗିଙ୍ଗ ଉପରେ ଏହି ଖର୍ଚ୍ଚ କରାଯିବ। ଏହାସହ ସୁକିନ୍ଦା ବ୍ଲକର ୬ଟି ଗ୍ରାମ ପଞ୍ଚାୟତରେ ୩ କୋଟି ଡିଏମ୍‌ଏଫ ପାଣ୍ଠିରୁ ଖର୍ଚ୍ଚ କରି ପାଇପ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହେବାକୁ ନିଷ୍ପତ୍ତି ହୋଇଛି। ତେବେ ଗତ ୩ବର୍ଷ ହେଲା କେବଳ ନିଷ୍ପତ୍ତି ଓ ଯୋଜନା ହେଉଥିବାରୁ ଜିଲାରେ ୨୯୦ ପାଇପ ଜଳଯୋଗାଣ ପ୍ରକଳ୍ପରେ ସୀମିତ ହୋଇ ରହିଛି। ଏବେ ବି ଜିଲାର ୧୫୬୦ଗ୍ରାମରୁ ୧୧୫୦ ଗ୍ରାମରେ ପାଇପ ଜଳଯୋଗାଣ ପ୍ରକଳ୍ପ ପହଞ୍ଚିପାରି ନାହିଁ। ଏଥିଯୋଗୁ ଖଣି ଓ ଶିଳ୍ପାଞ୍ଚଳରେ ବିଶେଷକରି ପାନୀୟ ସମସ୍ୟା ଉକତ୍ଟ ହେଉଛି। ୨୦୧୬-୧୭ ଆର୍ଥିକ ବର୍ଷରେ ଯାଜପୁର ଜିଲାର ୨୨ଟି ଗ୍ରାମକୁ ପାଇପ ଯୋଗେ ଜଳଯୋଗାଇ ଦେବା ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ଏଥିପାଇଁ କେନ୍ଦ୍ର ସରକାର ୨୭୨.୩୮ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ସେଥିମଧ୍ୟରୁ ମାତ୍ର ୭ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ବିଭାଗୀୟ ଅଗ୍ରଗତି ରିପୋର୍ଟରେ ଦର୍ଶାଯାଇଛି। ତେବେ ଯାଜପୁର ଜିଲାରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଥିବା ସମସ୍ତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି ବୋଲିି ମିଥ୍ୟା ତଥ୍ୟ ବିଧାନସଭାକୁ ଦିଆଯାଉଛି। ଧର୍ମଶାଳା ବ୍ଲକ ରେଖିଦେଈପୁର ଗ୍ରାମ୍ୟ ପାଇପ ପାନୀୟ ଜଳଯୋଗାଣ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାର ଇତିମଧ୍ୟରେ ୧ବର୍ଷ ବିତିଯାଇଛି। ଓଭରହ୍ୟାଡ ଟ୍ୟାଙ୍କ ଓ ପମ୍ପହାଉସ କେବଳ ଶୋଭା ପାଉଛି ସିନା ଗ୍ରାମକୁ ପାନୀୟ ଜଳ ଯୋଗାଣ ହୋଇପାରି ନାହିଁ। ସେହିପରି ଏଣ୍ଡଳବା ଗ୍ରାମ ପଞ୍ଚାୟତର ମାଳହାଟ ପ୍ରକଳ୍ପରେ ପମ୍ପହାଉସ ଘର ତିଆରି ହୋଇ ବୋରୱେଲ ଖନନ ସରିଛି। ତାଳଜଙ୍ଗ ପଞ୍ଚାୟତରେ ମଧ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇ ସାରିଛି । ତେବେ ଏହି ଦୁଇ ପ୍ରକଳ୍ପରେ ବି ଲୋକେ ସ୍ବଚ୍ଛ ପାନୀୟ ଜଳ ଟିକେ ମିଳୁନାହିଁ ା ସେହିପରି କାଦୁଅମାଗୁର ପ୍ରକଳ୍ପରୁ ଲୋକେ ପାଣି ପାଉ ନାହାନ୍ତି। ଜିଲାର ଯେଉଁ ପ୍ରକଳ୍ପ ଆଖିରେ ପଡୁଛି ତାହାର ବାସ୍ତବ ରୂପ ଜଣାପଡ଼ୁଛି। ଏବେବି ଜିଲାର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ବି ପାନୀୟ ଜଳ ଯୋଗାଇ ପାରୁ ନ ଥିବା ଜଣାପଡ଼ିଛି। ଗତ ଫେବୃୟାରୀ ୨୮ ତାରିଖରେ ବହୁ ଚର୍ଚ୍ଚିତ ଡଙ୍କାରୀ ଗ୍ରାମରେ ପମ୍ପହାଉସର ପାଚେରି ଓ ପାଇପବିଛା କାର୍ଯ୍ୟ ଚାଲିଥିବା ରିପୋର୍ଟରେ ଦର୍ଶାଯାଇଥିଲା। ତାହା ମିଛ ସାବ୍ୟସ୍ତ ହେବାରୁ ଜିଲାପାଳ ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ ଉପରେ ଅସନ୍ତୁଷ୍ଟ ବ୍ୟକ୍ତ କରି ତୁରନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏହା ଖରା ମାସ ପୂର୍ବରୁ ସମ୍ପୂର୍ଣ୍ଣ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ଭାବରେ ଆରଡବ୍ଲ୍ୟୁଏସ୍‌ଏସ୍‌ରେ ଦୀର୍ଘ ୩ ବର୍ଷରୁ ଊର୍ଦ୍ଧ୍ୱ ହେବ ୨୩ଜଣ ଯନ୍ତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ଅବସ୍ଥାପିତ ହୋଇଥିବାରୁ ଜିଲାରେ ପାଇପ ଜଳଯୋଗାଣ ପ୍ରକଳ୍ପ ଦିଗହରା ହୋଇପଡିଛି ବୋଲି ମତପ୍ରକାଶ ପାଇଛି । ଅନ୍ୟପକ୍ଷେ ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ୪୨ଜଣ ଯନ୍ତ୍ରୀ ଓ କର୍ମଚାରୀ ଆବଶ୍ୟକତା ଥିବାବେଳେ ୧୦ଟି ବିଭିନ୍ନ ପଦବୀ ଖାଲି ପଡିଛି। ଏସଂକ୍ରାନ୍ତରେ ଆରଡବ୍ଲ୍ୟୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ ଅମିୟ କୁମାର ପରିଜା କୁହନ୍ତି ଚଳିତ ବର୍ଷ ଠାରୁ ଡିଏମ୍‌ଏଫ୍‌ ପାଣ୍ଠିରୁ ସୁକିନ୍ଦା ଖଣି ଅଞ୍ଚଳରେ ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ପର୍ଯ୍ୟାୟକ୍ରମେ ଗ୍ରାମଗୁଡିକୁ ପାଇପ ଜଳଯୋଗାଣ କରାଯାଉଛି। ଏଥିରେ କୌଣସି ଅନିୟମିତତା ହେଉ ନାହିଁ ବୋଲି କହିଛନ୍ତି।

All Right Reserved By

Model This Week

Model This Week

ଉପକୂଳ ଓଡିଶା

ପୋଖରୀରେ ବୁଡ଼ି ବାଳକ ମୃତ

ପୋଖରୀରେ ବୁଡ଼ି ବାଳକ ମୃତ

ରାଜନଗର,୨୭।୪(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଚିଞ୍ଚିରୀ ଗ୍ରାମର ଜଣେ ୧୧ ବର୍ଷ ବାଳକର ଶୁକ୍ରବାର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ସେ ହେଲେ କୈଳାସ ଚନ୍ଦ୍ର ପ୍ରଧାନଙ୍କ ପୁଅ ନିର୍ମାଲ୍ୟ ପ୍ରଧାନ।

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

କୁଜଙ୍ଗ,୨୭।୪(ସ୍ବ.ପ୍ର.): କୁଜଙ୍ଗ ବ୍ଲକ ଅନ୍ତର୍ଗତ ଜିଲାନାସୀ ପଞ୍ଚାୟତ ଜୟଶଙ୍ଖପୁର ଗ୍ରାମର ଜଣେ ଯୁବକଙ୍କର ଶୁକ୍ରବାର ସକାଳେ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ଗ୍ରାମର ଅଶୋକ କୁମାର ବେହେରା(୩୦)। ଅଶୋକ ଘରେ ଶୋଇଥିବା ବେଳେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।

ତୁଳସୀ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠାତ୍ରୀ ଧୀରାମଣି ଦେବୀଙ୍କ ଶ୍ରାଦ୍ଧବାର୍ଷିକ ପାଳିତ

ତୁଳସୀ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠାତ୍ରୀ ଧୀରାମଣି ଦେବୀଙ୍କ ଶ୍ରାଦ୍ଧବାର୍ଷିକ ପାଳିତ

କେନ୍ଦ୍ରାପଡା ଅଫିସ,୨୭।୪: ଜିଲାର ତୁଳସୀ ମହିଳା ମହାବିଦ୍ୟାଳୟଠାରେ ଶୁକ୍ରବାର ଏହାର ପ୍ରତିଷ୍ଠାତ୍ରୀ ସ୍ବର୍ଗତା ଧୀରାମଣି ଦେବୀଙ୍କର ୨୮ତମ ଶ୍ରାଦ୍ଧବାର୍ଷିକ ପାଳନ ହୋଇଯାଇଛି। ଏହି ଅବସରରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା। ଏଥିରେ ଅଧ୍ୟକ୍ଷା ହାରାମଣି ବେଉରା ଅଧ୍ୟକ୍ଷତା କରି ଧୀରାମଣିଙ୍କ ସ୍ମୃତିଚାରଣ କରିଥିଲେ।

ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ

ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ

ରାଜନଗର, ୨୭।୪(ଡି.ଏନ୍‌.ଏ.): ରାଜନଗର ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଶୁକ୍ରବାର ପାଳିତ ହୋଇଯାଇଛି।

ବିବାହ ପରେ ନାବାଳିକାଙ୍କୁ ଉଦ୍ଧାର କଲା ଜିଲା ଶିଶୁ କଲ୍ୟାଣ ବିଭାଗ

କୁଜଙ୍ଗ, ୨୭।୪(ସ୍ବ.ପ୍ର.):କୁଜଙ୍ଗ ବ୍ଲକରେ ଗୁରୁବାର ଜଣେ ନାବାଳିକାଙ୍କ ବିବାହ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଖବରପାଇ ପୋଲିସ ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଯୋଗ୍ୟ ଯେ, ମଙ୍ଗରାଜପୁର ପଞ୍ଚାୟତ ଅନ୍ତର୍ଗତ ହଂସୀଣା ଗ୍ରାମର ଚିନ୍ମୟ ତରାଇ ନାମକ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ସହ ଉକ୍ତ ପଞ୍ଚାୟତର ଜଣେ ନାବାଳିକାଙ୍କ ବିବାହ ଗୁରୁବାର ବନ୍ଧୁବାନ୍ଧବଙ୍କ ଉପସ୍ଥିତରେ ହୋଇଥିଲା। ଖବରପାଇ କୁଜଙ୍ଗ ଥାନା ଅଧିକାରୀ ଦିଲୀପ କୁମାର ସାହୁ ଓ ଜିଲା ଶିଶୁ କଲ୍ୟାଣ ଅଧିକାରୀ ପୋଲିସ ଟିମ୍‌ ସହ ରାତି ୧୧ଟା ବେଳେ ତରାଇଙ୍କ ଘର ଉପରେ ଚଢ଼ାଉ କରିଥିଲେ। ମାତ୍ର ନାବାଳିକା ଜଣକ ସେଠାରୁ ଚାଲିଆସିଥିଲେ। ପରେ ଉକ୍ତ ଟିମ୍‌ ନାବାଳିକାଙ୍କ ଘରକୁ ଯାଇ ତାଙ୍କୁ ସେଠାରୁ ଉଦ୍ଧାର କରି ଥାନାକୁ ନେଇ ଆସିଛନ୍ତି। ଏନେଇ ଉଭୟ ପରିବାର ସଦସ୍ୟକୁ ଥାନାକୁ ଡକାଯାଇ ପଚାରଉଚୁରା କରାଯାଉଛି। ଶୁକ୍ରବାର ଉଚ୍ଚ କର୍ତ୍ତୃପକ୍ଷଙ୍କ ପରାମର୍ଶ ଅନୁସାରେ ନାବାଳିକାଙ୍କୁ କୋର୍ଟକୁ ପଠାଯିବ ବୋଲି ଆଇଆଇସି ସାହୁ କହିଛନ୍ତି। ପ୍ରକାଶ ଯେ, ନାବାଳିକା ଜଣକ ଏକ ଗରିବ ପରିବାରର ହୋଇଥିବା ବେଳେ ପୂର୍ବରୁ ତାଙ୍କ ବାପାଙ୍କ ମୃତ୍ୟୁ ଘଟିଛି।

ଭାଇବୋହୂଙ୍କୁ ବାନ୍ଧିଲେ ଦେଡ଼ଶୁର

ନାଉଗଁ।,୨୭।୪(ସ୍ବ.ପ୍ର.): ନାଉଗଁ। ଥାନା ଅନ୍ତର୍ଗତ ଡାବର ଗ୍ରାମରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳାଙ୍କୁ ତାଙ୍କ ଦେଢଶୁର ଓ ପୁତୁରା ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସେମାନେ ମହିଳାଙ୍କ ହାତ ପଛକୁ କରି ବାନ୍ଧିଦେବା ସହ ବେକରେ କପଡ଼ା ବାନ୍ଧି ଟାଙ୍ଗି ଦେବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ଗ୍ରାମବାସୀ ଓ ଗାରୋଇ ଫାଣ୍ଡିର କର୍ମଚାରୀମାନେ ପହଞ୍ଚତ୍ ମହିଳାଙ୍କୁ ଉଦ୍ଧାର କରିଥିଲେ। ସୂଚନା ଅନୁଯାୟୀ, ଡାବର ଗ୍ରାମର କୃଷ୍ଣଚନ୍ଦ୍ର ପରିଡ଼ା ଓ ତାଙ୍କ ସାନଭାଇ ବିଷ୍ଣୁ ଚରଣ ପରିଡ଼ାଙ୍କ ମଧ୍ୟରେ ଦୀର୍ଘଦିନ ହେବ ଜମିବାଡିକୁ ନେଇ ବିବାଦ ଥିଲା। ଏ ସମ୍ପର୍କରେ ଉଭୟଙ୍କ ପକ୍ଷରୁ ନାଉଗଁ। ଥାନା ଓ ଗାରାଇ ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏନେଇ କୋର୍ଟରେ ମାମଲା ରୁଜୁ ହୋଇଥିଲା।

୫ ବର୍ଷର ଶିଶୁକନ୍ୟାକୁ ଗଣବଳାତ୍କାର

୫ ବର୍ଷର ଶିଶୁକନ୍ୟାକୁ ଗଣବଳାତ୍କାର

ଜଗତ୍‌ସିଂହପୁର ଅଫିସ,୨୭।୪: ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ କଣ୍ଟାବଲ୍ଲଭପୁରରେ ବୁଧବାର ଜଣେ ୫ ବର୍ଷୀୟା ଶିଶୁକନ୍ୟାକୁ ୨ ଜଣ ନାବାଳକ(୧୦ ଓ ୧୪ ବର୍ଷ) ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ମା’ ଏନେଇ ଅଭିଯୋଗ କରିବା ପରେ ଜଗତ୍‌ସିଂହପୁର ଥାନାରେ ଦଫା ୩୭୬ (୨)(ଆଇ)/୩୭୬ (ଡି) ଆଇପିସି/୬ ପୋକ୍ସୋ ଆକ୍ଟରେ ମାମଲା (ନଂ.୮୯/୧୮) ରୁଜୁ ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ପୀଡିତାଙ୍କ ଡାକ୍ତରୀମାଇନା କରାଯାଇଛି। ଜଗତ୍‌ସିଂହପୁର ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡ ପ୍ରିନ୍ସପାଲ ମାଜିଷ୍ଟ୍ରେଟ୍‌ ପ୍ରଦୀପ କୁମାର ପ୍ରଧାନଙ୍କ କୋର୍ଟରେ ଆଇପିସି ଧାରା ୧୬୪ରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି। କୋର୍ଟ ନିର୍ଦ୍ଦେଶରେ ନାବାଳିକାଙ୍କୁ ତାଙ୍କ ମା’ଙ୍କ ସହ ଛାଡିଦିଆଯାଇଛି। ଅଭିଯୁକ୍ତ ନାବାଳକ ଦ୍ୱୟଙ୍କୁ ଶୁକ୍ରବାର ଏହି କୋର୍ଟରେ ହାଜର କରାଯିବ। ଆବଶ୍ୟକ ପଡିଲେ ସେମାନଙ୍କୁ ଅନୁଗୋଳ କିମ୍ବା ବ୍ରହ୍ମପୁରସ୍ଥିତ ବାଳସୁଧାର ଗୃହକୁ ପଠାଯାଇପାରେ ବୋଲି ପୋଲିସ କହିଛି।

ବାହୁବଳିଙ୍କ କବ୍‌ଜାରେ ଗୋଚର, ସର୍ବସାଧାରଣ ଜମି

କୁଜଙ୍ଗ,୨୭।୪(ସ୍ବ.ପ୍ର.): କୁଜଙ୍ଗ ଥାନା ଜିଲାନାସୀ ପଞ୍ଚାୟତର ତେନ୍ତୁଲିଆ ଖମାର ଗ୍ରାମରେ ବହୁ ଗୋଚର ଓ ସର୍ବସାଧାରଣ ଜମି କେତେକ ଲୋକ ଜବରଦଖଲ କରି ରଖିଛନ୍ତି। ଏଥିଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲେ ଧ୍ୟ କୌଣସି ସୁଫଳ ମିଳୁନାହିଁ। ତୁରନ୍ତ ଏହି ସର୍ବସାଧାରଣ ଜମିରୁ ପ୍ରଭାବଶାଳି ତଥା ବାହୁବଳି ଲୋକଙ୍କୁ ହଟାଇବାକୁ ଦାବି ହୋଇଛି। ତେନ୍ତୁଲିଆ ଖମାର ଗ୍ରାମର ଖାତା ନଂ. ୩୬୨, ପ୍ଲଟ୍‌. ନଂ ୪୩୭ରେ ସିଦ୍ଧେଶ୍ୱର ମହାପୁରୁଷଙ୍କ ମୂଲ୍ୟବାନ ଜମି, ପ୍ଲଟ୍‌ ନଂ. ୪୩୭ରେ ୦.୪୧ ଡେସିମିଲି ଖେଳପଡିଆ, ଖାତା ନଂ. ୩୬୫ ଓ ପ୍ଲଟ୍‌ ନଂ ୩୩୬ରେ ୨.୬୮ ଏକର ଗୋଚର ଜମି, ଖାତା ନଂ. ୩୧ ଓ ପ୍ଲଟ୍‌ ନଂ.୫୦୨ରେ ତେନ୍ତୁଲିଆ ମଧ୍ୟ ଇଂଗ୍ରାଜୀ ବିଦ୍ୟାଳୟର ବହୁ ଅଞ୍ଚଳ ଗ୍ରାମର ପ୍ରଭାବଶାଳି ଲୋକଙ୍କ କବ୍‌ଜାରେ ରହିଛି।

ଆଇସ୍‌କ୍ରିମ ଗାଡ଼ି ଓଲଟି ଜଣେ ନାବାଳକ ଗୁରୁତର:୩ ନାବାଳକ ଉଦ୍ଧାର

ଆଇସ୍‌କ୍ରିମ ଗାଡ଼ି ଓଲଟି ଜଣେ ନାବାଳକ ଗୁରୁତର:୩ ନାବାଳକ ଉଦ୍ଧାର

ନୟାଗଡ଼ ଅଫିସ,୨୭।୪- ନୟାଗଡ଼ ସହର କଲେଜ ରୋଡ଼ ଗଡ଼ାଣିଠାରେ ଏକ ଆଇସକ୍ରିମ୍‌ ଗାଡ଼ି ଓଲଟି ଜଣେ ନାବାଳକ ଗୁରୁତର ହୋଇଛନ୍ତି। ଗୁରୁତର ନାବାଳକ ହେଲେ ବାରମାସୀ ଦଣ୍ଡାର ରାକେଶ ନାୟକ(୮)। ପ୍ରକାଶ ଯେ ଲେଙ୍କୁଡ଼ିପଡ଼ାର ଜଣେ ବେପାରୀ ୪ ଜଣ ନାବାଳକଙ୍କୁ ୨ଟି ଠେଲାଗାଡ଼ି ଦେଇ ଆଇସକ୍ରିମ୍‌ ବେପାର କରିବାକୁ ପଠାଇଥାନ୍ତି ଓ ସେଥିପାଇଁ କିଛି ଅର୍ଥ ମଧ୍ୟ ଦିଅନ୍ତି। ବୁଧବାର ରାକେଶ ଓ ତାଙ୍କ ବଡ଼ ଭାଇ ପ୍ରକାଶ ଠେଲାଗାଡ଼ିରେ ଆଇସ୍‌କ୍ରିମ୍‌ ବିକ୍ରି କରି ସାରି ଘରକୁ ଫେରୁଥିବା ବେଳେ କୌଣସି କାରଣରୁ ଗାଡ଼ିଟି ଓଲଟି ପଡ଼ିଥିଲା। ଫଳରେ ରାକେଶଙ୍କ ଛାତିରେ ମାଡ଼ ହେବା ସହ ଦେହ କ୍ଷତାକ୍ତ ହୋଇ ପଡ଼ିଥିଲା।

ଜଙ୍ଗଲରେ ନାବାଳିକା ପ୍ରେମିକାକୁ ବଳାତ୍କାର, ପ୍ରେମିକ ଫେରାର

ଜଙ୍ଗଲରେ ନାବାଳିକା ପ୍ରେମିକାକୁ ବଳାତ୍କାର, ପ୍ରେମିକ ଫେରାର

ବାଲୁଗଁ।,୨୭।୪(ଡି.ଏନ.ଏ.)- ପ୍ରେମିକଠାରୁ ବିବାହର ପ୍ରତିଶ୍ରୁତି ପାଇ ବିଶ୍ୱାସର ସହ ପ୍ରେମିକା ଜଣକ ଘରୁ ଗୋଡ କାଢିଥିଲେ । ହେଲେ ପ୍ରେମିକ ମନରେ ପ୍ରତାରଣା ମନୋଭାବ ଓ କାମନା ଲାଳସା ଥିବା ପ୍ରେମିକା ଜାଣି ନ ଥିଲେ । ଘନ ଜଙ୍ଗଲ ମଧ୍ୟରେ ଲଗାତର ଦୁଇଦିନ ଧରି ପ୍ରେମିକା ଜଣକ ବଳାକତ୍ାରର ଶିକାର ହେବା ସହ ପ୍ରେମିକ ଠାରୁ ପ୍ରତାରିତ ହୋଇ ଶେଷରେ ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଣପୁର ଥାନା ନାଚୁଣୀ ଫାଣ୍ଡି ଅଞ୍ଚଳରେ । ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବାଲୁଗଁ।,୨୭।୪(ଡି.ଏନ୍‌.ଏ.)-ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ ବାଲୁଗଁ। ରେଳ ଷ୍ଟେଶନର ଅନତି ଦୂରରେ ଗୁରୁବାର ଭୋର ସମୟରେ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ସେ ଏକ ନୀଳରଙ୍ଗର ଜିନ୍‌ ପ୍ୟାଣ୍ଟ ଏବଂ ନାଲି ରଙ୍ଗର ଚେକ୍‌ ସାର୍ଟ ପିନ୍ଧିଛନ୍ତି । ବୟସ ଆନୁମାନିକ ୨୦ ରୁ ୨୨ ବର୍ଷ ହେବ । ସେ ରାତ୍ର ସମୟରେ କୌଣସି ଟେନ୍‌ରୁ ଖସି ପ୍ରାଣ ହରାଇଥିବା ରେଳବାଇ ପୋଲିସ ଅନୁମାନ କରୁଛି । ଏ ସମ୍ପର୍କରେ ରେଳବାଇ ପୋଲିସ ଏକ ଅପମୃତ୍ୟୁ ମାମଲା ୨୮/୧୮ରେ ରୁଜୁ କରିଛି । କୌଣସି କାରଣ ବଶତଃ ଶବ ବ୍ୟବଚ୍ଛେଦ ନ ହେବା ଫଳରେ ନିରାକାରପୁର ରେଲବାଇ ଫାଣ୍ଡିରେ ମୃତଦେହ ରଖାଯାଇଛି । ଶୁକ୍ରବାର ଶବ ବ୍ୟବଚ୍ଛେଦ ହେବ ବୋଲି ଫାଣ୍ଡି ଅଧିକାରୀ ଜଣାଇଛନ୍ତି ।

ଅଗ୍ନିକାଣ୍ଡରେ ୪ ବଖରା ଧ୍ୱଂସ

ଅଗ୍ନିକାଣ୍ଡରେ ୪ ବଖରା ଧ୍ୱଂସ

ନୟାଗଡ଼ ଅଫିସ,୨୭।୪- ନୟାଗଡ଼ ସହର ଓଲ୍‌ଡ ଟାଉନଠାରେ ଗୁରୁବାର ସକାଳ ୮ଟା ୩୦ରେ ଅଗ୍ନିକାଣ୍ଡ ଘଟି ୪ ବଖରା ଧ୍ୱଂସ ହୋଇଯାଇଛି। ବିପନ୍ନମାନେ ହେଲେ କିଷାନ କୁମାର ଦାଶ, ଅଶୋକ କୁମାର ଦାଶ। ଉଭୟଙ୍କ ଦୁଇ ବଖରା ଲେଖାଁଏ ଘର ପୋଡ଼ିଯାଇଥିବା ବେଳେ ଘରେ ଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ସେହିଭଳି ପଡ଼ୋଶୀ ଲକ୍ଷ୍ମୀନାରାୟଣ ଦାଶ ଓ ଚୈତନ୍ୟ ରାଉତଙ୍କ ଘର ମଧ୍ୟ ଆଂଶିକ ଭାବେ ପୋଡ଼ି ଯାଇଛି। ପ୍ରକାଶ ଯେ, ସକାଳ ୮ଟା ୩୦ ସମୟରେ କିଷାନଙ୍କ ଚାଳରେ ନିଆଁ ଲାଗି ପରେ ଏହା ଅନ୍ୟ ଆଡ଼କୁ ବ୍ୟାପିଯାଇଥିଲା। ସଙ୍ଗେ ସଙ୍ଗେ ଦମକଳ ବାହିନୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବାବେଳେ ଶର୍ଟସର୍କିଟ ଯୋଗୁ ଏହିଭଳି ଘଟିଛି ବୋଲି ଅନୁମାନ କରାଯାଉଛି । ସେହିଭଳି ନିଆଁ ଲାଗିଥିବା ସମୟରେ କିଷାନଙ୍କ ଘରେ ଥିବା ରୋଗିଣା ବୃଦ୍ଧାଙ୍କୁ ଲୋକମାନେ ଉଦ୍ଧାର କରିଥିଲେ।