ବ୍ରହ୍ମପୁର

ବଡ଼ଦିନ ପାଇଁ କନ୍ଧମାଳ ଚଳଚଞ୍ଚଳ, ସୁରକ୍ଷା ବ୍ୟବସ୍ଥା ଯାଞ୍ଚକଲେ ଆଇଜି

ବଡ଼ଦିନ ପାଇଁ କନ୍ଧମାଳ ଚଳଚଞ୍ଚଳ, ସୁରକ୍ଷା ବ୍ୟବସ୍ଥା ଯାଞ୍ଚକଲେ ଆଇଜି
ଦାରିଙ୍ଗବାଡ଼ି,୨୩।୧୨ (ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବଡ଼ଦିନ ପାଇଁ ଉତ୍ସବ ମୁଖର ହୋଇଛି। ବିଭିନ୍ନ ପ୍ରାର୍ଥନା ଗୃହ ସମେତ ଚର୍ଚ୍ଚଗୁଡ଼ିକରେ ରଙ୍ଗବେରଙ୍ଗର ଆଲୋକ ସଜ୍ଜିତ ହୋଇଥିବା ବେଳେ ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିବସ ପାଳନ ପାଇଁ ପ୍ରାର୍ଥନା ଗୃହଗୁଡ଼ିକରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିିଛି। ସେପଟେ ବ୍ରାହ୍ମଣୀଗାଁ ସମେତ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ବଡ଼ଦିନ କିଭଳି ଶାନ୍ତିଶୃଙ୍ଖଳାର ସହ ପାଳନ ହୋଇପାରିବ ସେନେଇ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ବ୍ରାହ୍ମଣୀଗାଁ ସମେତ କାଟିଙ୍ଗିଆ, ସିକରମାହା, ଗଦାପୁର ଓ ସରାମୂଳି ଆଦି ଚର୍ଚ୍ଚଗୁଡ଼ିକରେ ଏହି ପର୍ବପାଳନ ବେଳେ ହଜାର ସଂଖ୍ୟାରେ ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଭିଡ଼ ଜମାଇବା ଦେଖାଦେଇଛି। ସେହି ଅଞ୍ଚଳରେ ୪ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ ଜଣେ ଇନ୍ସପେକ୍ଟର ପ୍ରଦୀପ କୁମାର ଚୌଧୁରୀ ଏହାର ଦାୟିତ୍ୱରେ ରହିଥିବା ସହ ଏଏସ୍‌ଆଇ ପ୍ରମୋଦ କୁମାର ଦୀପ ରହିଛନ୍ତି। ବିଭିନ୍ନ ସ୍ଥାନରେ ବ୍ଲ୍ଳକିଂ କରାଯାଇ ଯାନବାହନ ଯାଞ୍ଚ କରାଯାଉଛି। ସେହିପରି ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ଡିଏସପି ଡି. ତିରୁପତି ରାଓ ପଟ୍ଟନାୟକଙ୍କ ନେତୃତ୍ୱରେ ଅନ୍ୟ ପୋଲିସ ଅଧିକାରୀମାନେ ଆଇନଶୃଙ୍ଖଳା ପରିସ୍ଥିତି ମୁକାବିଲା ପାଇଁ ରହିଛନ୍ତି। ଏଥି ସହ ମୋଟ ୪ ପ୍ଲାଟୁନ ଫୋର୍ସ ରହିଛନ୍ତି। ବାଲିଗୁଡ଼ା ଉପଖଣ୍ଡ ଦାୟିତ୍ୱରେ ଜଣେ ଏଏସ୍‌ପି ଲକ୍ଷ୍ମଣ ପଟେଲ ସମସ୍ତ ୭ ଥାନା ତଥା ଦାରିଙ୍ଗବାଡ଼ି ସମେତ ବ୍ରାହ୍ମଣୀଗାଁ, ବାଲିଗୁଡା଼, କ.ନୂଆଗାଁ, ତୁମୁଡ଼ିବନ୍ଧ, ବେଲଘର ଓ କୋଟଗଡ଼ ଦାୟିତ୍ୱରେ ରହିଛନ୍ତିି। ସେ ବାଲିଗୁଡ଼ାରେ ରହି ଆଇନଶୃଙ୍ଖଳା ପରିସ୍ଥିତିର ତଦାରଖ କରୁଛନ୍ତି। ଡିଏସପି ପଟ୍ଟନାୟକ ଉଭୟ ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗଁା ଥାନା ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଛନ୍ତି। ଶନିବାର ଅପରାହ୍ନରୁ ଉଭୟ ଦୁଇଟି ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ଲକିଂ କରାଯାଇ ଯାନବାହନ ଯାଞ୍ଚ କରିବା ସହ ବିଭିନ୍ନ ଚର୍ଚ୍ଚ ପରିଦର୍ଶନ କରାଯାଇଥିବା ଜଣାପଡ଼ିଛି। ରବିବାର ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗଁା ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ କରାଯିବାକୁ ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି। ସେହିପରି ସିମନବାଡ଼ି ଛକରେ ରବିବାରରୁ ବଡ଼ଦିନ ପର୍ବ ଶେଷ ପର୍ଯ୍ୟନ୍ତ ପୋଲିସ ପକ୍ଷରୁ ବ୍ଲକିଂ କରାଯାଇ ଯାଞ୍ଚ ପ୍ରକ୍ରିୟା କରାଯିବ ବୋଲି ଥାନା ଅଧିକାରୀ ଖମାରୀ କହିଛନ୍ତି। ଫୁଲବାଣୀ ଅଫିସ, ୨୩।୧୨- ଆଉ ଦିନକ ପରେ କନ୍ଧମାଳରେ ପାଳନ ହେବ ବଡଦିନ। ଏଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। କିପରି ଏହି ଦିନ ଶାନ୍ତି ଶୃଙ୍ଖଳାର ସହ ଏହା ପାଳନ ହେବ ସେ ନେଇ ପୋଲିସ ସଜବାଜ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଜିଲାସାରା ୩୨ପ୍ଲାଟୁନ ଫୋର୍ସ, ୨ କମ୍ପାନୀ ସିଆରପିଏଫ ଯବାନ ନିୟୋଜିତ ହୋଇଛନ୍ତି। ଏଥିସହ ୭୦ ଜଣ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ତଦାରଖ ଦାୟିତ୍ୱରେ ରଖାଯାଇଛି। ଜିଲାର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଗାଡିମୋଟର ଯାଞ୍ଚ ସହ ପରିସ୍ଥିତି ଉପରେ କଡା ନଜର ରଖାଯାଇଛି। ମିଳିଥିବା ସୂଚନା ଅନୁସାରେ ୨୧ପ୍ଲାଟୁନ ଆଇଆର ବି, ଓଏସ୍‌ଏପି, ଏସଏସ ଯବାନ ସୁରକ୍ଷା ଦାୟିତ୍ୱରେ ଥିବା ବେଳେ ୧୧ ପ୍ଲାଟୁନ ଏପିଆରଙ୍କୁ ସଜାଗ ରଖାଯାଇଛି। ଏଥିସହ ୨ କମ୍ପାନୀ ସିଆରପିଏଫ ମଧ୍ୟ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ନିୟୋଜିତ ଅଛନ୍ତି। ଜିଲାର ଦାରିଙ୍ଗବାଡି, କୋଟଗଡ, ତୁମୁଡିବନ୍ଧ, ଜି.ଉଦୟଗିରି, ରାଇକିଆ, କ. ନୂଆଗାଁ ଓ ବାଲିଗୁଡା ବ୍ଲକ ଆଦି ଅଞ୍ଚଳର ଏକାଧିକ ସ୍ଥାନରେ ଶନିବାର ପୋଲିସ ପକ୍ଷରୁ ଯାନ ବାହନ ଯାଞ୍ଚ କଡାକଡି କରାଯାଇଛି। ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ଏସପି ମିତ୍ରଭାନୁ ମହାପାତ୍ର ବାଲିଗୁଡାରେ ଉପସ୍ଥିତ ଥିବା ବେଳେ ଦକ୍ଷିଣାଞ୍ଚଳ ଆଇଜି ଘନଶ୍ୟାମ ଉପାଧ୍ୟାୟ ମଧ୍ୟ ଆସି ସେଠାରେ ଆଇନଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତିା ଜିଲାରେ ବାସ କରୁଥିବା ଖ୍ରୀଷ୍ଟ ଧର୍ମାବଲମ୍ବୀ ସେମାନଙ୍କ ପ୍ରମୁଖ ପର୍ବକୁ ହର୍ଷ ଉଲ୍ଲାସର ପାଳନ କରିବାକୁ ସୁଯୋଗ ଦେବା ପାଇଁ ସବୁପ୍ରକାର ଆୟୋଜନ ଶେଷ ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାରଖମାରେ ୨୫ ତାରିଖ ଦିନ ଖଗେଶ୍ୱର ମଲିକଙ୍କ ପାଇଁ ଶହୀଦ ଦିବସ ପାଳନ କରାଯିବ ବୋଲି କୁଇ ସମାଜ ସମ୍ପାଦକ ଲମ୍ବୋଦର କହଁର ଜଣାଇଛନ୍ତି।
All Right Reserved By

ବ୍ରହ୍ମପୁର

ନାବାଳିକାଙ୍କ ସହ ପ୍ରେମସମ୍ପର୍କ ରଖିବା ଯୋଗୁ ଜୀବନ ଗଲା, ଧରାକୋଟରେ ବ୍ୟାଙ୍କ କ୍ୟାଶିୟରଙ୍କୁ ହତ୍ୟା

ନାବାଳିକାଙ୍କ ସହ ପ୍ରେମସମ୍ପର୍କ ରଖିବା ଯୋଗୁ ଜୀବନ ଗଲା, ଧରାକୋଟରେ ବ୍ୟାଙ୍କ କ୍ୟାଶିୟରଙ୍କୁ ହତ୍ୟା

ଧରାକୋଟ,୨୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ମୁଣ୍ଡମରାଇ ଗ୍ରାମରେ ଥିବା ଆନ୍ଧ୍ରା ବ୍ୟାଙ୍କରେ କାର୍ଯ୍ୟରତ କ୍ୟାଶିୟର ବିନୟ କୁମାର ବେହେରାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ବୁଧବାର ଉଦ୍ଧାର କରାଯାଇଛି। ବିନୟଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। 

ସାଧାରଣ ନିର୍ବାଚନ ପ୍ରସ୍ତୁତି:  ବଦଳିବେ ୩ ବର୍ଷରୁ ଅଧିକ ଥିବା ଅଧିକାରୀ

ସାଧାରଣ ନିର୍ବାଚନ ପ୍ରସ୍ତୁତି: ବଦଳିବେ ୩ ବର୍ଷରୁ ଅଧିକ ଥିବା ଅଧିକାରୀ

ଛତ୍ରପୁର,୨୩ା୧(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପ୍ରସ୍ତୁତି ନେଇ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। 

ଚାଷୀ ସମାବେଶରେ ଖୋଲିବ ୨୨ ଷ୍ଟଲ୍‌

ଚାଷୀ ସମାବେଶରେ ଖୋଲିବ ୨୨ ଷ୍ଟଲ୍‌

ବ୍ରହ୍ମପୁର ଅଫିସ,୨୩ା୧-ନବଗଠିତ ଗଞ୍ଜାମ ଜିଲା ବିଜୁ କୃଷକ ଜନତା ଦଳର ପ୍ରଥମ ବୈଠକ ମଙ୍ଗଳବାର ବ୍ରହ୍ମପୁର ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୭ ତାରିଖରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ନିକଟରେ ହେବାକୁ ଥିବା କୃଷକ ମହାସମାବେଶକୁ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। 

ନଦୀରେ ବୁଡ଼ି ଯୁବତୀ ମୃତ

ପୁରୁଷୋତ୍ତମପୁର,୨୩୧(ଡି.ଏନ୍‌.ଏ.) -ପୁରୁଷୋତ୍ତମପୁର ଥାନା ରଣଝାଲି ଗ୍ରାମ ଋଷିକୁଲ୍ୟା ନଦୀରେ ବୁଡି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ମଙ୍ଗଳବାର ଅଭିଯୋଗ ହୋଇଛି। ସେ ହେଲେ ରିଲି ଦାସ। 

ମହିଳାଙ୍କୁ ବିଏମ୍‌ସିର ରାଜମିସ୍ତ୍ରି ତାଲିମ

ମହିଳାଙ୍କୁ ବିଏମ୍‌ସିର ରାଜମିସ୍ତ୍ରି ତାଲିମ

ବ୍ରହ୍ମପୁର ଅଫିସ,୨୩ା୧-ମହିଳାମାନେ ଅବଳା ଦୁର୍ବଳା ନୁହନ୍ତି ା ସେମାନେ ମଧ୍ୟ ପୁରୁଷ ସହ ସମକକ୍ଷ। ସେମାନେ ହୋଇଛନ୍ତି ସଶକ୍ତ ଓ ଆତ୍ମନିର୍ଭରଶୀଳ। 

ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ, ଏସ୍‌ପିଙ୍କୁ ଅଭିଯୋଗ

ବ୍ରହ୍ମପୁର ଅଫିସ୍‌/କନିଷି,୨୩ା୧-ବ୍ରହ୍ମପୁର ଗୋଳନ୍ଥରା ଥାନା  ପଞ୍ଚମା ଗ୍ରାମରେ ସୋମବାର ଜଣେ ଦମ୍ପତିଙ୍କ ଘରେ ପଶି କେତେକ ଦୃର୍ବୃତ୍ତ ଦୁର୍ବବ୍ୟବହାର କରିବା ସହିତ ମାଡ ମାରିଥିବା ଅଭିଯୋଗ ହୋଇଛି| 

ଟାଟା ବିସ୍ଥାପିତଙ୍କ ପ୍ରତିଶ୍ରୁତି ପୂରଣ ଦାବି:  ଶିବସେନାର ବିକ୍ଷୋଭ, ଆରଡିସିଙ୍କୁ ଦାବିପତ୍ର

ଟାଟା ବିସ୍ଥାପିତଙ୍କ ପ୍ରତିଶ୍ରୁତି ପୂରଣ ଦାବି: ଶିବସେନାର ବିକ୍ଷୋଭ, ଆରଡିସିଙ୍କୁ ଦାବିପତ୍ର

ବ୍ରହ୍ମପୁର ଅଫିସ,୨୩ା୧-ଟାଟା କମ୍ପାନୀ ଦ୍ୱାରା ବିସ୍ଥାପିତ ଲୋକଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ପ୍ରତିବାଦରେ  ଶିବସେନାର ଯୁବସେନା  ପକ୍ଷରୁୂ ମଙ୍ଗଳବାର ଏକ ବିକ୍ଷୋଭ ଶୋଭାଯାତ୍ରା ଆୟୋଜିତ ହୋଇଥିଲା| 

ଅଭିଯୋଗ ପରେ ମଣ୍ଡିରୁ ଧାନ ଉଠାଇବାକୁ ନିର୍ଦ୍ଦେଶ

ଅଭିଯୋଗ ପରେ ମଣ୍ଡିରୁ ଧାନ ଉଠାଇବାକୁ ନିର୍ଦ୍ଦେଶ

ବୁଗୁଡ଼ା,୨୩।୧(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ ଖୋଳଖାଳି ଓ ମୋଟାବାଡ଼ି ମଣ୍ଡିରେ ଧାନ ବସ୍ତା ପଡି ରହିଥିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଥିଲା। ତେବେ ମଣ୍ଡିରେ ଅବ୍ୟବସ୍ଥା ଓ ଧାନର ପ୍ରକୃତ ମୂଲ୍ୟ ନ ଦେବା ପ୍ରତିବାଦରେ ସୋମବାର ବଳଦେବ କୃଷକ ସଂଘର ସଭାପତି ବିପିନ ବିହାରୀ ସ୍ବାଇଁ, ସମ୍ପାଦକ ସନ୍ତୋଷ କୁମାର ସାହୁ ଏନେଇ ଭଞ୍ଜନଗର ଜିଲାପାଳଙ୍କ ଅଭିଯୋଗ ଶୁଣାଣି କକ୍ଷରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଖୋଳଖାଳି ମଣ୍ଡିରେ ଭଞ୍ଜନଗର ନିୟନ୍ତ୍ରଣ ବଜାର କମିଟି ପହଞ୍ଚତ୍ ସେଠାରେ ଥିବା ୫୦ ବସ୍ତା ଧାନର ଉପଯୁକ୍ତ ନିର୍ଣ୍ଣାୟକ ମାନ ପରୀକ୍ଷା କରି ଏହା ସରକାରୀ ମୂଲ୍ୟ ପାଇଁ ପ୍ରଯୁଜ୍ୟ ବୋଲି କହିଥିଲେ। ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ଧାନ ଉଠି ନ ଥିବା ଜଣାପଡିଛି।

ରାତିରେ ଦୁର୍ଗମ ଅଞ୍ଚଳକୁ ଯିବନି ମହାପ୍ରୟାଣ ଗାଡି

ରାତିରେ ଦୁର୍ଗମ ଅଞ୍ଚଳକୁ ଯିବନି ମହାପ୍ରୟାଣ ଗାଡି

ଭଞ୍ଜନଗର, ୨୩।୧(ଡି.ଏନ.ଏ.)- ଭଞ୍ଜନଗର ମେଡିକାଲ ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରୀ କମିଟି ବୈଠକ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମେଡିକାଲ ଅଧୀକ୍ଷକ ଡ. ପୀତାମ୍ବର ଦାସ ଅଧ୍ୟକ୍ଷତା କରିଥିଲେ। ବୈଠକରେ ମେଡିକାଲର ଉନ୍ନୟନ, ଗତମାସର ଖର୍ଚ୍ଚ, ମଶାରି ବ୍ୟବସ୍ଥା, ସମନ୍ବିତ ପରାମର୍ଶ କେନ୍ଦ୍ର, ସଫେଇ, ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ଫେବୃୟାରୀ ୮,୯ ଓ ୧୦ତାରିଖ ୩ଦିନ ବାତ ରୋଗ ନିରାକରଣ ଅଭିଯାନ କାର୍ଯ୍ୟକ୍ରମ ହେବ। ଅଙ୍ଗନୱାଡି କର୍ମୀମାନେ ଘରକୁ ଘର ବୁଲି ଔଷଧ ବଣ୍ଟନ କରିବ।

ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ପୋଲସରା,୨୨।୧(ଡି.ଏନ.ଏ.)-ପୋଲସରା ବ୍ଲକ ସୋଡ଼କ ଗ୍ରାମପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କାଳୀ ଚରଣ ନାୟକଙ୍କୁ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ପ୍ରକାଶ ଯେ, ଉକ୍ତ ଗ୍ରାମର ଜଣେ ବ୍ୟକ୍ତି କଳାକାର ଭତ୍ତା ଲାଗି କାଳୀଚରଣଙ୍କୁ ୬ ଶହ ଟଙ୍କା ଦେଉଥିଲେ।  ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ଉକ୍ତ ଟଙ୍କା ଗ୍ରହଣ କରିବା ସମୟରେ ଷ୍ଟେଟ୍‌ବ୍ୟାଙ୍କ ଛକ ନିକଟରେ ପୂର୍ବରୁ ଲୁଚି ରହିଥିବା ଦୁର୍ନୀତି ନିବାରଣ ବିଭାଗ ଅଧିକାରୀମାନେ ଧରିଥିଲେ। ଦୁର୍ନୀତି ନିବାରଣ ବିଭାଗର ଅଧିକାରୀମାନେ ନାୟକଙ୍କୁ ବ୍ରହ୍ମପୁର ନେଇ ଚାଲି ଯାଇଥିଲେ। ଉକ୍ତ ଘଟଣାକୁ ନେଇ ବିଡିଓ ଶମ୍ଭୁନାଥ ନନ୍ଦି କଳାକାର ଭତ୍ତା ଲାଗି ୬ ଶହ ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ଭିଜିଲାନ୍ସ ସୋଡ଼କ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଧରି ନେଇଥିଲେ ବୋଲି କହିଥିଲେ।

ପିଲାଙ୍କୁ ମିଳିଲାନି ମଧ୍ୟାହ୍ନ ଭୋଜନ

ପିଲାଙ୍କୁ ମିଳିଲାନି ମଧ୍ୟାହ୍ନ ଭୋଜନ

ବୁଗୁଡା,୨୨।୧(ଡି.ଏନ.ଏ.) -ବୁଗୁଡା ବ୍ଲକ କରସିଙ୍ଗି ଉଚ୍ଚ ବିଦ୍ୟାଳୟରେ ସୋମବାର ଓ ମଙ୍ଗଳବାର ୨ଦିନ ହେଲା ଛାତ୍ରୀଛାତ୍ରମାନଙ୍କୁ ମଧ୍ୟାହ୍ନ ଭୋଜନ ମିଳି ନ ଥିବା ଅଭିଯୋଗ ହୋଇଛି। ଛାତ୍ରୀଛାତ୍ରମାନେ ୨ଦିନ ହେଲା ଭୋକରେ ଫେରୁଥିବାରୁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଉକ୍ତ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୫୦ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିଲା।  କିନ୍ତୁ ସୋମବାର ଓ ମଙ୍ଗଳବାର ପ୍ରଧାନ ଶିକ୍ଷକ ସ୍କୁଲକୁ ଆସି ନ ଥିବାରୁ ମଧ୍ୟାହ୍ନ ଭୋଜନ ବନ୍ଦ ଥିବା ଜଣାପଡିଛି। ପ୍ରଧାନ ଶିକ୍ଷକ ମଧ୍ୟାହ୍ନଭୋଜନ ଦାୟିତ୍ୱ କାହାକୁ ଦେଇ ନ ଥିବା ଜଣାପଡିଛି। ଏନେଇ ବିଇଓ ରସାନନ୍ଦ କରଙ୍କୁ ପଚାରିବାରୁ ମଙ୍ଗଳବାର ଅପରାହ୍ନ ୩ଟାରେ ବିଦ୍ୟାଳୟରେ ପହଞ୍ଚତ୍ ତଦନ୍ତ କରି ଫେରିଛି। ଅଭିଭାବକଙ୍କ ସହ ମଧ୍ୟ ଆଲୋଚନା କରିଛି। ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରାସ୍ତା ନିର୍ମାଣ ନ ହେଲେ ଆନ୍ଦୋଳନ

ରାସ୍ତା ନିର୍ମାଣ ନ ହେଲେ ଆନ୍ଦୋଳନ

ଖଜୁରିପଡା,୨୨।୧(ଡି.ଏନ୍‌.ଏ.)-  ଖଜୁରିପଡା ବ୍ଲକର ୧୪ ପଞ୍ଚାୟତ ମଧ୍ୟରୁ ୪ ପଞ୍ଚାୟତ ବଲସ୍‌କୁମ୍ପା, ଟିଟ୍ରାପଙ୍ଗା, ଦୂତିପଡା, ଆଡାଶିପଡାର ଜନସାଧାରଣ ଫୁଲବାଣୀଠାରୁ ବ୍ରହ୍ମପୁର ସଂଯୋଗ କରୁଥିବା ଜାତୀୟ ରାଜପଥ ପକନାଗଁାଠାରୁ ସଂଯୋଗ କରୁଥିବା ଫୁଲବାଣୀ-ଭୁବନେଶ୍ୱର ଜାତୀୟ ରାଜପଥକୁ ବାରପୁଲିଆ ପର୍ଯ୍ୟନ୍ତ ରାସ୍ତା ଉପରେ ନିର୍ଭର କରନ୍ତି।