ବ୍ରହ୍ମପୁର

ଧାରଣାରେ ବସିବାରୁ ଦମ୍ପତିଙ୍କୁ ମାଡ ଅଭିଯୋଗ

ଧାରଣାରେ ବସିବାରୁ  ଦମ୍ପତିଙ୍କୁ ମାଡ ଅଭିଯୋଗ
ବ୍ରହ୍ମପୁର ଅଫିସ, ୨୩।୧୨- ବ୍ରହ୍ମପୁର ବିଧାୟକ ପ୍ରତିନିଧି ତଥା ବ୍ରହ୍ମପୁର ମହାନଗର ନିଗମର ମେୟର କେ. ମାଧବୀଙ୍କ ଭାଇ କେ. ଅନିଲ କୁମାରଙ୍କ ନାମରେ ଟଙ୍କା ହଡପ୍‌ ନେଇ ଅଭିଯୋଗ ହୋଇଥିଲା। ନାରାୟଣ ମହାପାତ୍ର ଏହି ଅଭିଯୋଗ କରିଥିଲେ। ନାରାୟଣଙ୍କ କହିବାନୁସାରେ ୨୦୧୩ ମହାନଗର ନିର୍ବାଚନ ସମୟରେ ଅନିଲ ତାଙ୍କ ଠାରୁ ପ୍ରାୟ ୮ ଲକ୍ଷ ଟଙ୍କା ଉଦ୍ଧାର ନେଇଥିଲେ। ନିର୍ବାଚନ ସରିବା ପରେ ଏହି ଟଙ୍କା ତାଙ୍କୁ ଫେରାଇଦେବେ ବୋଲି କହିଥିଲେ। ନିର୍ବାଚନ ସରିବାର ୪ ବର୍ଷ ବିତିଯାଇଥିଲେ ମଧ୍ୟ ଉକ୍ତ ଟଙ୍କା ସେ ଫେରସ୍ତ ପାଇନାହାନ୍ତି। ଟଙ୍କା ମାଗିଲେ ତାଙ୍କୁ ଧମକ ଦିଆଯାଉଛି। ଏ ସମ୍ବନ୍ଧରେ ସେ ବ୍ରହ୍ମପୁର ଜିଲା ଏସପିଙ୍କ ଦୃଷ୍ଟି ଆର୍କଷଣ କରିଥିଲେ। ଟାଉନ ଥାନାଧିକାରୀ ଏହି ଅଭିଯୋଗର ତଦନ୍ତ କରିବାକୁ ଏସପି ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ନେଇ ଟାଉନ ଥାନାଧିକାରୀ ଉଭୟ ପକ୍ଷଙ୍କୁ ଥାନାକୁ ଡକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ସଫଳ ହୋଇ ନ ଥିଲା। ଫଳରେ ନାରାୟଣ ଅନିଲଙ୍କ ଘର ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଥିଲେ। ଶନିବାର ନାରାୟଣ ତାଙ୍କ ସ୍ତ୍ରୀ ସସ୍ମିତାଙ୍କ ସହ ଅନ୍ନପୂର୍ଣ୍ଣା ମାର୍କେଟସ୍ଥିତ ଅନିଲଙ୍କ ଘର ସମ୍ମୁଖରେ ପହଞ୍ଚତ୍ ପୂର୍ବାହ୍ନ ୧୧ଟାରେ ଧାରଣାରେ ବସିଥିଲେ। ସେତିକିବେଳେ କେତେକ ମହିଳା ସେଠାରେ ପହଞ୍ଚତ୍ ସେମାନଙ୍କୁ ମାରଧର କରିଥିଲେ ବୋଲି ନାରାୟଣ ଓ ସସ୍ମିତା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଏ ବାବଦରେ ଟାଉନ ଥାନାଧିକାରୀ ନୀହାର ରଞ୍ଜନ ପ୍ରଧାନ କହିଛନ୍ତି, ଉଭୟ ପକ୍ଷଙ୍କୁ ଥାନାକୁ ଡକାଯାଇ ଥିଲା। ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନାହଁି। ରବିବାର ଉଭୟ ପକ୍ଷକୁ ପୁଣି ଥାନାକୁ ଡକାଯାଇଛି। ସେମାନଙ୍କୁ ପ୍ରଥମେ ବୁଝାଶୁଝା କରାଯିବ। ଯଦି ଏଥିରେ ସମାଧାନ ନ ହେବ ତେବେ ମାମଲା ରୁଜୁ କରାଯାଇ ତଦନ୍ତ କରାଯିବ। ଅନ୍ୟପକ୍ଷରେ ନାରାୟଣ କହିଛନ୍ତି, ମାଡ ଖାଇବା ପରେ ସେ ସ୍ତ୍ରୀଙ୍କ ସହ ଥାନାକୁ ଏତଲା ଦେବାକୁ ଯାଇଥିଲେ। ହେଲେ ପୋଲିସ ତାଙ୍କ ଏତଲାକୁ ଗ୍ରହଣ କରି ନ ଥିଲା।
All Right Reserved By

ବ୍ରହ୍ମପୁର

ରାସ୍ତାରେ ଦମ୍ପତିଙ୍କଠାରୁ ଲୁଟ୍‌

ବେଗୁନିଆପଡ଼ା,୧୮ା୧୦(ଡି.ଏନ.ଏ.)-ବେଗୁନିଆପଡ଼ା ଫାଣ୍ଡି ଏସ୍‌.ଛଚିନା ଓ ଏମ୍‌. ବରିଡ଼ା ରାସ୍ତା ମଝିରେ ଦମ୍ପତିଙ୍କୁ ଅଟକାଇ ମାଉଜର ଦେଖାଇ ଲୁଟ ହୋଇଛି। 

ନିଖୋଜ ୨ ଜଣଙ୍କ ମୃତଦେହ ଉଦ୍ଧାର

ଆର.ଉଦୟଗିରି,୧୮ା୧୦(ଡି.ଏନ.ଏ.)-ତିତ୍‌ଲି ବାତ୍ୟା  ସମୟରେ ଆର.ଉଦୟଗିରି ବ୍ଲକ ଆନଗାଁ ପଞ୍ଚାୟତର ବଡ଼ଇର ଏବଂ ପରିସଲ ଗ୍ରାମର ନିଖୋଜ ଥିବା ୩ ବ୍ୟକ୍ତିଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଚିଟ୍‌ଫଣ୍ଡ ଠକେଇ, ଜଣେ ଗିରଫ

ଫୁଲବାଣୀ ଅଫିସ, ୧୮ା୧୦-ଫୁଲବାଣୀ ସହରରେ ଏକ ଚିଟ୍‌ଫଣ୍ଡ ସଂସ୍ଥା ଖୋଲି ପ୍ରାୟ ୫୦ ଲକ୍ଷ ଟଙ୍କା ଠକିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣଙ୍କୁ ଗିରଫ କରିଛି।

ଡକାୟତି ଯୋଜନା ପଣ୍ଡ,୨ ଗିରଫ

ଡକାୟତି ଯୋଜନା ପଣ୍ଡ,୨ ଗିରଫ

ବ୍ରହ୍ମପୁର ଅଫିସ,୧୮ା୧୦-ବଡ଼ବଜାର  ପୋଲିସ ଏକ ବଡଧରଣର ଡକାୟତି ଯୋଜନାକୁ ପଣ୍ଡ କରିବାରେ ସଫଳ ହେବା ସହିତ ଏଥିରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି ା 

ସଡନ୍‌ ଡେଥ୍‌ରେ ନଟରାଜ ଚାମ୍ପିୟନ୍‌

ସଡନ୍‌ ଡେଥ୍‌ରେ ନଟରାଜ ଚାମ୍ପିୟନ୍‌

ବ୍ରହ୍ମପୁର ଅଫିସ୍‌,୧୮ା୧୦-ଗଞ୍ଜାମ ଜିଲା ଫୁଟବଲ୍‌ ଲିଗ୍‌ ବୁଧବାର  ଉଦ୍‌ଯାପିତ ହୋଇଯାଇଛି। ବ୍ରହ୍ମପୁର ଷ୍ଟାଡିୟମ୍‌ରେ ଟୁର୍ନାମେଣ୍ଟ ଫାଇନାଲ୍‌ ମ୍ୟାଚ୍‌ ନଟରାଜ ଫୁଟବଲ୍‌ କ୍ଲବ ଏବଂ କାଶିରାମ ଫୁଟବଲ୍‌ କ୍ଲବ ମଧ୍ୟରେ ଖେଳାଯାଇଥିଲା।

ସିଦ୍ଧବିନାୟକ ପୀଠରେ ପ୍ରଥମ ଦୁର୍ଗାପୂଜା

ସିଦ୍ଧବିନାୟକ ପୀଠରେ ପ୍ରଥମ ଦୁର୍ଗାପୂଜା

ବ୍ରହ୍ମପୁର ଅଫିସ,୧୮ା୧୦-ମା’ ଦୁର୍ଗାଙ୍କ ଆଗମନରେ ଚଳଚଞ୍ଚଳ ରେଶମ ସହର ବ୍ରହ୍ମପୁର ା ସହରର ୪୦ରୁ ଊର୍ଦ୍ଧ୍ୱ ପୂଜା ମଣ୍ଡପରେ ବିଜେ କରିଛନ୍ତି ଜଗଜ୍ଜନନୀ ମା’ଦୁର୍ଗା ା ବୁଧବାର ସମସ୍ତ ମଣ୍ଡପରେ ମା’ଙ୍କ ମହାଷ୍ଟମୀ ପୂଜା ଶେଷ ହୋଇଥିବା ବେଳେ ଗୁରୁବାର ମହାନବମୀ ପୂଜା ହେବ ା ଚ

ବାତ୍ୟା, ବନ୍ୟାରେ ମୃତକଙ୍କ ସଂଖ୍ୟା ୫୦ ଟପିଛି

ବାତ୍ୟା, ବନ୍ୟାରେ ମୃତକଙ୍କ ସଂଖ୍ୟା ୫୦ ଟପିଛି

ବ୍ରହ୍ମପୁର ଅଫିସ,୧୮ା୧୦-ତିତ୍‌ଲି ବାତ୍ୟା ଏବଂ ପ୍ରବଳ ବର୍ଷା ଓ ବନ୍ୟାରେ ଗଜପତି ଜିଲା ବିଶେଷ ପ୍ରଭାବିତ ହୋଇଛି । 

ଆସିକାରେ କ୍ଷୟକ୍ଷତି ଆକଳନ ଆରମ୍ଭ

ଆସିକାରେ କ୍ଷୟକ୍ଷତି ଆକଳନ ଆରମ୍ଭ

ଆସିକା,୧୭।୧୦(ଡି.ଏନ୍‌.ଏ.): ବାତ୍ୟା ତିତଲି ଜନିତ ବନ୍ୟାରେ ପ୍ରଭାବିତ ଲୋକଙ୍କୁ ୧୫ ଦିନର ରିଲିଫ ନଗଦ ଆକାରରେ ଦେବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆସିକା ଏନଏସି ଓ ବ୍ଲକ ଇଲାକାରେ ରିଲିଫ ପ୍ରଦାନ ପାଇଁ ବୁଧବାରଠାରୁ ବନ୍ୟା ବିପନ୍ନଙ୍କ ତାଲିକା ପ୍ରସ୍ତୁତି ଆରମ୍ଭ ହୋଇଛି। ଏନଏସିର ୧୮ ୱାର୍ଡରେ ଏନଏସି କର୍ମଚାରୀ, ଶିକ୍ଷକ ଓ ଅଙ୍ଗନଓ୍ବାଡି କର୍ମୀମାନେ ଘରକୁ ଘର ବୁଲି ବିପନ୍ନ ପରିବାରଙ୍କ ତାଲିକା ପ୍ରସ୍ତୁତି ସହ ବ୍ୟାଙ୍କ ଜମାଖାତାର ନକଲ ସଂଗ୍ରହ କରୁଥିବା ବେଳେ  ବିଭିନ୍ନ ପଞ୍ଚାୟତରେ ପଞ୍ଚାୟତର ସଂପ୍ରସାରଣ ଅଧିକାରୀ ଶିକ୍ଷକ ଓ ଅଙ୍ଗନଓ୍ବାଡି କର୍ମୀ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେହିପରି ଆସିକା ତହସିଲ ଅନ୍ତର୍ଗତ ୧୧୩ଟି ରାଜସ୍ବ ଗ୍ରାମରେ ମଧ୍ୟ ବୁଧବାରଠାରୁ ଫସଲ କ୍ଷତିର ଆକଳନ ଆରମ୍ଭ ହୋଇଛି ା ଏହି ତାଲିକା ପ୍ରସ୍ତୁତି ଓ ଫସଲ କ୍ଷତି ଆକଳନ ରିପୋର୍ଟ ୨୧ ତାରିଖ ସୁଦ୍ଧା ବିଭାଗୀୟ କାର୍ଯ୍ୟାଳୟରେ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିବା ବିଡିଓ ଗାୟତ୍ରୀଦତ୍ତ  ନାୟକ ଓ ତହସିଲଦାର ସୁବାସ ଚନ୍ଦ୍ର ସେଠିଆ ସୂଚନା ଦେଇଛନ୍ତି।

ଭାଜପା ପକ୍ଷରୁ କଇଠଖଣ୍ଡି ପଞ୍ଚାୟତ ଅଫିସ ଘେରାଉ

ଭାଜପା ପକ୍ଷରୁ କଇଠଖଣ୍ଡି ପଞ୍ଚାୟତ ଅଫିସ ଘେରାଉ

ଦିଗପହଣ୍ଡି,୧୭।୧୦(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟକୁ ବୁଧବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଭାଜପା ପକ୍ଷରୁ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ହିତାଧିକାରୀ ଚୟନରେ ଦଳୀୟ ବାଛ ବିଚାର ବନ୍ଦ କରାଯିବା, ତିତ୍‌ଲି ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇଦେବା,

ତିତ୍‌ଲି ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା

ତିତ୍‌ଲି ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା

ଭଞ୍ଜନଗର,୧୭।୧୦(ଡି.ଏନ.ଏ.)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଗଞ୍ଜାମ ଜିଲା ଭଞ୍ଜନଗରରେ ତିତ୍‌ଲି ପରବର୍ତ୍ତୀ କ୍ଷୟକ୍ଷତି, ପୁନରୁଦ୍ଧାର ଓ ରିଲିଫ ବଣ୍ଟନ କାର୍ଯ୍ୟ ଉପରେ ସମୀକ୍ଷା କରିଛନ୍ତି। ସ୍ଥାନୀୟ ବନ ବିଭାଗ ଡ଼ାକବଙ୍ଗଳା ପରିସରରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ତିତ୍‌ଲି ପ୍ରଭାବରେ ହୋଇଥିବା ବାତ୍ୟା ଓ ବନ୍ୟାରେ ବୁଧବାର ସୁଧା ରାଜ୍ୟରେ ୫୨ଜଣ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି, ଏବେବି ୧୦ ଜଣ ନିଖୋଜ ଅଛନ୍ତି। ତିତ୍‌ଲିରେ ମୃତକଙ୍କ ପରିବାରକୁ  ୪ଲକ୍ଷ ଟଙ୍କା ସହାୟତା ଦିଆଯାଇଥିଲା।

ଡ଼ାକ୍ତର, କର୍ମଚାରୀ ପଦବୀ ଖାଲି ପ୍ରତିବାଦରେ ବିକ୍ଷୋଭ

ଡ଼ାକ୍ତର, କର୍ମଚାରୀ ପଦବୀ ଖାଲି ପ୍ରତିବାଦରେ ବିକ୍ଷୋଭ

ଦିଗପହଣ୍ଡି,୧୭।୧୦(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ତଲାସିଙ୍ଗି ଗ୍ରାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଡ଼ାକ୍ତର ଓ କର୍ମଚାରୀ ପଦବୀ ଖାଲି ପଡ଼ିଛି। ପ୍ରତିବାଦରେ ବୁଧବାର ଭାଜପା ପକ୍ଷରୁ ସ୍ବାସ୍ଥ୍ୟକେନ୍ଦ୍ର ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଚାନ୍ଦପୁର ଗ୍ରାମରେ ଠାକୁରାଣୀ ଯାତ୍ରା

ଚାନ୍ଦପୁର ଗ୍ରାମରେ ଠାକୁରାଣୀ ଯାତ୍ରା

କନିଷି,୧୭।୧୦(ଡି.ଏନ.ଏ.)- ରଙ୍ଗେଇଲୁଣ୍ଡା ବ୍ଲକ ଚାନ୍ଦପୁର ଗ୍ରାମରେ ମା କଲ୍ୟାଣୀଙ୍କ ପୀଠରେ ମହାଳୟା ଅମବାସ୍ୟା ଠାରୁ ଦଶହରା ପର୍ଯ୍ୟନ୍ତ ୧୦ ଦିନ ବ୍ୟାପି ମହାସମାରୋହରେ ପୂଜାର୍ଚ୍ଚନା ଓ ଯାତ୍ରା ଅନୁଷ୍ଠିତ ହେଉଛି।