ବ୍ରହ୍ମପୁର

ସାମିଲ ହେଲେଣି ମହିଳା କର୍ମଚାରୀ, ବ୍ୟବହୃତ ହେଉଛି ଘରୋଇ ଗାଡ଼ି

ସାମିଲ ହେଲେଣି ମହିଳା କର୍ମଚାରୀ, ବ୍ୟବହୃତ ହେଉଛି ଘରୋଇ ଗାଡ଼ି
ରାକେଶ କୁମାର ରାଉତ ଫୁଲବାଣୀ ଅଫିସ, ୨୩ା୧୨- ଏବେ ଗଞ୍ଜେଇ ଚୋରା ଚାଲାଣର ତରିକା ବଦଳି ଗଲାଣି। ଭଡା ଗାଡି ନୁହେଁ, ବ୍ୟକ୍ତିଗତ ଗାଡିରେ ଗଞ୍ଜେଇ ଚୋରା ଚଲାଣ ହେଉଛି। ଯାହା ଦ୍ୱାରା ମାଲିକମାନେ ରାତା ରାତି ମାଲାମାଲ ହେଉଛନ୍ତି। ଯଦି ବି ଗାଡି ଧରା ପଡିଲା ତା’ହାଲେ ଡ୍ରାଇଭରଙ୍କ ଦୋଷ ଦିଆଯାଉଛି। ମାଲିକମାନଙ୍କୁ ପୋଲିସ ତଦନ୍ତ ପରିସରକୁ ବି ଆଣୁନାହିଁ। ପୋଲିସର ଏତାଦୃଶ କାର୍ଯ୍ୟକୁ ନେଇ ଏବେ ସବୁଠି ପ୍ରଶ୍ନ ଉଠିଲାଣି। ସେହିପରି ମହିଳାମାନେ ମଧ୍ୟ ଏବେ ଏଥିରେ ସକ୍ରିୟ ହୋଇ ପଡିଲେଣି। ନିକଟରେ ଜଣେ ସରକାରୀ ମହିଳା କର୍ମଚାରୀଙ୍କ ବ୍ୟକ୍ତିଗତ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିଲା। ପୋଲିସ ଗାଡି ସହ ଗଞ୍ଜେଇ ଜବତ କରିଛି। ହେଲେ ସମ୍ପୃକ୍ତ ମହିଳାଙ୍କୁ ଏ ପର୍ଯ୍ୟନ୍ତ ତଦନ୍ତ ପରିସର ଭୁକ୍ତ କରାଯାଇ ନାହିଁ। ଗତ ୯ତାରିଖରେ କନ୍ଧମାଳ ଜିଲା ଗୋଚ୍ଛାପଡା ପୋଲିସ କଟ୍ରିଙ୍ଗିଆ ରାସ୍ତା ଉର୍ମାଗଡ ଘାଟିରେ ଚଢ଼ାଉ କରି ଏକ କାର ସହ ୭୨କେଜି ୭ଶହ ଗ୍ରାମ ଗଞ୍ଜେଇ ଜବତ କରିଥଲା। ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଗାଡି ନଂ. ଓଡି ୦୨ଇ ୮୨୫୭ରେ ଗଞ୍ଜେଇ ଚାଲାଣ ହେଉଥିଲା। ସମ୍ପୃକ୍ତ ଗାଡିଟି ଜିଲା ସହକାରୀ ବାଣିଜ୍ୟକର ଅୟୁକ୍ତଙ୍କ କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କ ବୋଲି ଜଣାପଡିଛି। ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଗାଡି ଜଣେ ମହିଳାଙ୍କ ନାମରେ ଅଛି। ଷ୍ଟେଟ ବ୍ୟାଙ୍କରୁ ଗାଡିର ଋଣ କରାଯାଇଛି। ମୋଟର ଯାନ ଆଇନ ଧାରା ୧୯୨(ଏ) ଅନୁସାରେ କୌଣସି ବ୍ୟକ୍ତିଗତ ମାଲିକାନାରେ ଥିବା ଗାଡି ଭଡା କିମ୍ବା ଲିଜ୍‌ ସୂତ୍ରରେ ଦିଆଯାଇ ପାରିବ ନାହିଁ। ଏହା ନଜରକୁ ଆସିଲେ ୫ହଜାର ଟଙ୍କା ଜରିମାନା କରାଯିବ। ପୋଲିସକୁ ମାମଲା ରୁଜୁ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇ ପାରିବ ବୋଲି ମୋଟର ଯାନ ନିରୀକ୍ଷକ ଗତିକୃଷ୍ଣ ସାମନ୍ତରାୟ ସୂଚନା ଦେଇଛନ୍ତି। ଯଦି କୌଣସି ବ୍ୟକ୍ତିଗତ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବ ଏବଂ ତାହା ଧରାପଡିବ ତା’ହାଲେ ମାଲିକଙ୍କୁ ନିଶ୍ଚତ ତଦନ୍ତ ପରିସରଭୁକ୍ତ କରାଯିବ। ସେମାନଙ୍କ ନାମର ନୋଟିସ ଜାରି ହେବ। କୋର୍ଟରେ ସେମାନଙ୍କ ସମ୍ପୃକ୍ତି ପ୍ରମାଣ ନ ହେଲେ ଛାଡ ପାଇ ପାରିବ। ମାତ୍ର ସେ ପର୍ଯ୍ୟନ୍ତ ସେମାନେ ସନ୍ଦେହ ଘେରରେ ରହିବେ। ପୋଲିସ କିପରି ତଦନ୍ତ କରିବ ତାହା ସବୁଠୁ ବଡ କଥା ବୋଲି ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଫୁଲବାଣୀ ଏସ୍‌ଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ କହିଛନ୍ତି, ନିୟମ ଅନୁସାରେ ମାଲିକଙ୍କୁ ତଦନ୍ତ ପରିସରକୁ ଅଣାଯିବ। ପ୍ରାଇଭେଟ ଗାଡି ଭଡା ସୂତ୍ରରେ ଦିଆଯାଇ ପାରିବ ନାହିଁ। ଆମେ ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରୁଛୁ ବୋଲି ସେ ପ୍ରକାଶ କରିଛନ୍ତିି। ଖାଲି ସମ୍ପୃକ୍ତ ମହିଳା କର୍ମଚାରୀ ନହନ୍ତି ଏପରି ଅନେକ ପ୍ରାଇଭେଟ ଗାଡିର ମାଲିକମାନଙ୍କୁ ଛାଡି ଦିଆଯାଉଛି। ନିକଟ ଅତୀତରେ ଫୁଲବାଣୀ ବଜାରରେ ଥିବା ଏକ ଜୁଏଲାରୀ ମାଲିକଙ୍କ କାରରୁ ବ୍ୟାପକ ପରିମାଣର ଗଞ୍ଜେଇ ଜବତ ହୋଇଥିଲା। ପୋଲିସ ଡ୍ରାଇଭରଙ୍କ ଦୋଷ କହି କଥା ଟାଳି ଦେଉଥିଲା। କାହିଁ କି ଗାଡି ମାଲିକ ଗିରଫ ହେବେ ନାହିଁ ବୋଲି ଧରିତ୍ରୀରେ ଖବର ପ୍ରକାଶ ପାଇବାରୁ ପୋଲିସ ଅନ୍ୟ ଉପାୟ ନ ପାଇ ଜୁଏଲାରୀ ମାଲିକଙ୍କ ନାମରେ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରିଥିଲା। ସୂଚନାଯୋଗ୍ୟ, ନିଶିଦ୍ଧ ନିଶାର ଅମରାବତି କନ୍ଧମାଳ ଜିଲା। ଗଞ୍ଜେଇ କାରବାରରେ ଏହି ଜିଲା ସାରା ରାଜ୍ୟ ସମେତ ଦେଶରେ ବି ନାମ କମାଇଛି। ଏହା କମିବା ଦୂରର କଥା ଦିନକୁ ଦିନ ବଢ଼ି ଚାଲିଛି। ପ୍ରଶାସନିକସ୍ତରରେ ଏହାକୁ ରୋକିବା ପାଇଁ ଯେତେ ପଦକ୍ଷେପ ନିଆଯାଉଥିଲେ ହେଁ ତାହା ଫଳପ୍ରଦ ହେଉନାହିଁ। କାରଣ ପୋଲିସ, ଅବକାରୀ ବିଭାଗ, ବନ ବିଭାଗ ଏଥିରେ ପ୍ରତ୍ୟେକ୍ଷ ଭାବେ ସାମିଲ ରହୁଛନ୍ତି। ଫଳରେ ଗଞ୍ଜେଇ ଚାଷକୁ ଏହି ଜିଲାରେ ରୋକା ଯାଇ ପାରୁନାହିଁ। ଲୋକ ଦେଖାଣିଆ ଭାବେ କାଁ ଭାଁ କେତେକ ସ୍ଥାନରେ ବେଆଇନ ଭାବେ ଲଗା ଯାଇଥିବା ଗଞ୍ଜେଇ ଗଛକୁ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ କରାଯାଉଛି। ଗଣମାଧ୍ୟମକୁ ଯେଉଁ ସୂଚନା ଦିଆଯାଉଛି ତାହା ମଧ୍ୟ ସନ୍ଦେହ ସୃଷ୍ଟି କରୁଛି। ୨୦୦ ଏକର, ୧୫୦ଏକରରେ ଗୋଟିଏ ଦିନରେ ଗଞ୍ଜେଇ ଗଛ କଟାଗଲା ବୋଲି ଯାହା କୁହାଯାଉଛି ତାହା ଭୁଲ। ବାସ୍ତବ ଚିତ୍ର ଅଲଗା। ଯେତିକି ପରିମାଣର ଗଛ କଟା ଯାଉଛି ତାହା ଲଗା ଯାଇଥିବା ପରିମାରଣ ୧ପ୍ରତିଶତ ବି ହେବ ନାହିଁ।
All Right Reserved By

ବ୍ରହ୍ମପୁର

ଦୁର୍ଗମ ଅଞ୍ଚଳରେ ଅଗ୍ନିଶମ ବାହିନୀର ଜନସେବା :ଖଟିଆରେ ପ୍ରସୂତୀଙ୍କୁ ଧରି ୨ କି.ମି. ଚାଲିଲେ

ଦୁର୍ଗମ ଅଞ୍ଚଳରେ ଅଗ୍ନିଶମ ବାହିନୀର ଜନସେବା :ଖଟିଆରେ ପ୍ରସୂତୀଙ୍କୁ ଧରି ୨ କି.ମି. ଚାଲିଲେ

ବ୍ରହ୍ମ୍ମପୁର ଅଫିସ,୧୬ା୧୦-ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଦୁର୍ଗମ ଅଞ୍ଚଳଭାବେ ପରିଚିତ ବୁରୁତାଲ ପଞ୍ଚାୟତ କମଳଖାତ ଗଁାରେ ଅଗ୍ନିଶମ କର୍ମଚାରୀମାନେ ସୋମବାର ପହଞ୍ଚି  ସେବା ଯୋଗାଇଥିବା ଦେଖିବାକୁ ମିଳିଛି ା

କଳିଙ୍ଗା ଘାଟିରେ ଦୁର୍ଘଟଣା: ଜଣଙ୍କ ମୃତଦେହ ଉଦ୍ଧାର

କଳିଙ୍ଗା ଘାଟିରେ ଦୁର୍ଘଟଣା: ଜଣଙ୍କ ମୃତଦେହ ଉଦ୍ଧାର

ଜି.ଉଦୟଗିରି,୧୬ା୧୦(ଡି.ଏନ.ଏ.)-କନ୍ଧମାଳ ଜିଲା କଳିଙ୍ଗା ଘାଟିରେ ସୋମବାର ଅପରାହ୍ନ ୨ଟାରେ ଏକ ଲୁହାଖୁଣ୍ଟ ବୋଝେଇ ଟ୍ରକ ଘାଟିରୁ ୧୦୦ ଫୁଟ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି।

ବନ୍ୟାରେ ଭିଜିଥିବା ଜିନିଷ କିଣିବାକୁ ଭିଡ଼

ବନ୍ୟାରେ ଭିଜିଥିବା ଜିନିଷ କିଣିବାକୁ ଭିଡ଼

ଆସିକା,୧୬ା୧୦(ଡି.ଏନ୍‌.ଏ)-ଆସିକା ସହରର କଳିଙ୍ଗା ରୋଡ, ଲକ୍ଷ୍ମୀ ବଜାର, ବିନାୟକ ବଜାର ଆଦି ଅଞ୍ଚଳରେ ଥିବା ଦୋକାନଗୁଡ଼ିକରେ ପ୍ରାୟ ୧୦ ଫୁଟ ଉଚ୍ଚରେ ବନ୍ୟାଜଳ ଜମି ରହିଥିଲା। 

୧୭ରେ ମିନି ମାରାଥନ

୧୭ରେ ମିନି ମାରାଥନ

ଛତ୍ରପୁର,୧୬ା୧୦(ଡି.ଏନ.ଏ)-
ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ୨୧ ତାରିଖରେ ପୋଲିସ ଶହୀଦ ଦିବସକୁ ସ୍ବତନ୍ତ୍ର ଭାବେ ପାଳନ କରାଯିବ। ଉକ୍ତ ଦିନ ଜିଲାର ୩ ଶହୀଦଙ୍କ ସ୍ମୃତିଚାରଣ ସହ ସମ୍ମାନ ଜଣାଇବା ବ୍ୟବସ୍ଥା କରାଯାଇଛି।

ଆସିକା ଗଲେ ଆଇଟିଆଇର ୨୦ ଜଣିଆ ଟିମ୍‌

ଆସିକା ଗଲେ ଆଇଟିଆଇର ୨୦ ଜଣିଆ ଟିମ୍‌

ବ୍ରହ୍ମପୁର ଅଫିସ, ୧୬ା୧୦-ତିତ୍‌ଲି ପରବର୍ତ୍ତୀ ବାନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଆସିକା ଅଞ୍ଚଳକୁ ବ୍ରହ୍ମୁପୁର ଆଇଟିଆଇର ଏକ ୨୦ ଜଣିଆ ଟିମ୍‌ ସୋମବାର ଗସ୍ତ କରିଛନ୍ତି ା ଗଞ୍ଜାମ ଆଇଟିଆଇର ଇଲେକ୍ଟ୍ରିକାଲ, ପ୍ଲମ୍ବର, ଆଟୋମୋବାଇଲ ଟ୍ରେଡର ଛାତ୍ର ଓ ଶିକ୍ଷକଙ୍କୁ ନେଇ ଗଠିତ ଏହି ଟିମ୍‌ ଆସିକା ଏନ୍‌ଏସି ଅଞ୍ଚଳରେ ପହଞ୍ଚିଥିଲେ ା 

୫ ଦଫା ଦାବି ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

୫ ଦଫା ଦାବି ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ବ୍ରହ୍ମପୁର ଅଫିସ,୧୬ା୧୦-ବ୍ରହ୍ମପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଧାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ମାନବ ଅଧିକାର ସୁରକ୍ଷା  ମଞ୍ଚ ପକ୍ଷରୁ ୬୪ ତମ ଘଣ୍ଟ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ା 

ସିପିଆଇ (ଏମ-ଏଲ) ରେଡଷ୍ଟାର ଶୋଭାଯାତ୍ରା, ବିକ୍ଷୋଭ

ସିପିଆଇ (ଏମ-ଏଲ) ରେଡଷ୍ଟାର ଶୋଭାଯାତ୍ରା, ବିକ୍ଷୋଭ

ବ୍ରହ୍ମପୁର ଅଫିସ,୧୬ା୧୦-
ବାମପନ୍ଥୀ ଦଳ ସିପିଆଇ (ଏମ-ଏଲ) ରେଡଷ୍ଟାର ଗଞ୍ଜାମ ଜିଲା କମିଟି ଓ ଆଦିବାସୀ ଭାରତ ମହାସଭା  ମିଳିତ ଆନୁକୂଲ୍ୟରେ ସୋମବାର ବ୍ରହ୍ମପୁରରେ ଶୋଭାଯାତ୍ରା ସହ ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅଫିସ ଆଗରେ ବିକ୍ଷୋଭ କରାଯାଇଥିଲା । 

ବିଦ୍ୟୁତ ସଂସ୍ପର୍ଶରେ ଆସି କଲେଜ ଛାତ୍ର ମୃତ

ବିଦ୍ୟୁତ ସଂସ୍ପର୍ଶରେ ଆସି କଲେଜ ଛାତ୍ର ମୃତ

କବିସୂର୍ଯ୍ୟନଗର,୧୫ା୧୦-କବିସୂର୍ଯ୍ୟନଗର ଥାନା ବୋଲସର ଗ୍ରାମର ଜଣେ ଛାତ୍ରଙ୍କ ଅସାବଧାନତାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। ସେ ହେଲେ ସଦାଶିବ ସେଠୀ (୧୮)।

ଧୋଇଗଲା ପୋଲ, ୧୫ ଗ୍ରାମବାସୀ ହଇରାଣ

ଧୋଇଗଲା ପୋଲ, ୧୫ ଗ୍ରାମବାସୀ ହଇରାଣ

ଖଜୁରିପଡ଼ା,୧୫।୧୦(ଡି.ଏନ୍‌.ଏ): ଖଜୁରିପଡ଼ା ବ୍ଲକ ବଲସକୁମ୍ପା ପଞ୍ଚାୟତର ବଲସକୁମ୍ପାଠାରୁ ଆର୍‌ ନୂଆଗାଁ ପଞ୍ଚାୟତକୁ ସଂଯୋଗ ହୋଇଥିବା ପ୍ରଧାନମନ୍ତ୍ରୀ ସଡ଼କର ଗାରଡ଼ାପାଜୁ ଓ ଛନ୍ଦୁପଦର ମଝିରେ ଥିବା ପିଲାସାଲୁଙ୍କି ଡ୍ୟାମ ନାଳର ପୋଲ ତିତଲି ପ୍ରଭାବ ହୋଇଥିବା ବର୍ଷାରେ ଧୋଇଯାଇଛି।

୨ ବାଇକରେ ଗୋଟିଏ ନମ୍ବର: ଥାନାରେ ମାମଲା

୨ ବାଇକରେ ଗୋଟିଏ ନମ୍ବର: ଥାନାରେ ମାମଲା

ବେଗୁନିଆପଡ଼ା,୧୫ା୧୦(ଡି.ଏନ.ଏ.)-ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଖଣ୍ଡିଆନଈ ପଞ୍ଚାୟତ ତିରିଡ଼ା ଗ୍ରାମରେ ପୋଲିସ ଚଢ଼ାଉ କରି ସମାନ ନମ୍ବର ଥିବା ୨ଟି ବାଇକକୁ ଜବତ କରିଛି । 

ବସ୍ତି ଉଚ୍ଛେଦ ନ କରିବାକୁ ସ୍ମାରକପତ୍ର

ବସ୍ତି ଉଚ୍ଛେଦ ନ କରିବାକୁ ସ୍ମାରକପତ୍ର

ଗଞ୍ଜାମ,୧୫।୧୦(ଡି.ଏନ.ଏ.)-ଗଞ୍ଜାମ ଏନଏସି ବଡ଼ବଜାର ଦଳିତ ସାହି ବସ୍ତି ଉଚ୍ଛେଦ ନ କରିବା ପାଇଁ ବସ୍ତି ବାସିନ୍ଧା ସୋମବାର ତହସିଲଦାର ଅବନି କୁମାର ସାହୁ ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏମ. ନୀଳକଣ୍ଠ ନାଇଡ଼ୁଙ୍କୁ ପୃଥକ ଭାବେ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଅଭିଯୁକ୍ତ ୨ ଭାଇ ଫେରାର


ଦିଗପହଣ୍ଡି,୧୫।୧୦(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ଅଞ୍ଚଳର ଜଣେ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ମହିଳାଙ୍କ ଏତଲାକୁ ଭିତ୍ତିକରି କେ.ନୂଆଗାଁ ଥାନା ପୋଲିସ ଅଭିଯୁକ୍ତ ୨ ଭାଇଙ୍କ ନାଁରେ ନଂ. ୧୨୭/୧୮ ରେ ମାମଲା ରୁଜୁ କରିଛି ।