ବ୍ରହ୍ମପୁର

ଶେରଗଡ ବ୍ଲକ: ପ୍ରାର୍ଥୀପତ୍ର ଦାଖଲ ସରିଲା

ଶେରଗଡ ବ୍ଲକ: ପ୍ରାର୍ଥୀପତ୍ର ଦାଖଲ ସରିଲା
ଶେରଗଡ,୨୨।୧୨ (ଡି.ଏନ୍‌.ଏ.)- ଶେରଗଡ ବ୍ଲକରେ ତିନୋଟି ପଞ୍ଚାୟତରେ ଉପନିର୍ବାଚନ ହେବ। ଶନିବାର ଥିଲା ନାମାଙ୍କନପତ୍ର ଦାଖଲର ଶେଷ ତାରିଖ। ବରମୁଣ୍ଡଳୀ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ମୋଟ ୭ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ, କୁମାରପାଣି ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ୩ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ବ୍ରାହ୍ମଣଛାଇ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ୬ ଜଣ, ସମିତିସଭ୍ୟ ପାଇଁ ୮ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବ୍ରାହ୍ମଣଛାଇ ପଞ୍ଚାୟତର ୧୨ ଓାର୍ଡରୁ ଗୋଟିଏରେ ଦୁଇଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାବେଳେ ଆଉ ୧୧ଓାର୍ଡରେ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୨୬ରେ ନାମାଙ୍କନପତ୍ର ଯାଞ୍ଚ ଓ ୨୭ରେ ପ୍ରତ୍ୟାହାର ପରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ ବୋଲି ବ୍ଲକ ନିର୍ବାଚନ ଅଧିକାରୀ ସୁରଞ୍ଜନ କୁମାର ସାହୁ କହିଛନ୍ତି।
All Right Reserved By

ବ୍ରହ୍ମପୁର

ଗାଜଲବାଡ଼ି ଘାଟିରେ ଭୁସ୍ଖଳନ ଘଟଣା: ଦାରିଙ୍ଗବାଡ଼ି-ବ୍ରହ୍ମପୁରକୁ ୧୨ଦିନ ହେଲା ଯାତାୟତ ଠପ୍‌

ଗାଜଲବାଡ଼ି ଘାଟିରେ ଭୁସ୍ଖଳନ ଘଟଣା: ଦାରିଙ୍ଗବାଡ଼ି-ବ୍ରହ୍ମପୁରକୁ ୧୨ଦିନ ହେଲା ଯାତାୟତ ଠପ୍‌

ଦାରିଙ୍ଗବାଡ଼ି, ୨୨।୧୦(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ  ସଂଯୋଗ କରୁଥିବା ଲାଇଫଲାଇନ କୁହାଯାଇଥିବା ଜାତୀୟ ରାଜପଥରେ ଯାତାୟତ ବନ୍ଦ ରହିଛିା 

ଯୁବକ ସଂଘ କୋଠା ନିର୍ମାଣକୁ ନେଇ ଉତ୍ତେଜନା

ଦିଗପହଣ୍ଡି,୨୨ା୧୦(ଡି.ଏନ୍‌.ଏ.)-ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ଯୁବକ ସଂଘ କୋଠା ନିର୍ମାଣକୁ କେନ୍ଦ୍ରକରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। କୋଠା ନିର୍ମାଣ ସପକ୍ଷରେ ଗ୍ରାମବାସୀ ମେଳି ବାନ୍ଧିଛନ୍ତି। ଗ୍ରାମର ଜଣେ ପ୍ରଭାବଶାଳି ବ୍ୟକ୍ତି ନିର୍ମାଣ କାମକୁ ବିରୋଧ କରୁଥିବାରୁ ଚାପା ଉତ୍ତେଜନା ଲାଗି ରହିଛି। ରବିବାର ସନ୍ଧ୍ୟାରେ ଗ୍ରାମର ବହୁ ସଂଖ୍ୟକ ଜନସାଧାରଣ ଦିଗପହଣ୍ଡି ଥାନାରେ ପହଞ୍ଚତ୍ ପ୍ରତିବାଦ ଜଣାଇଛନ୍ତି।

ଶହୀଦ ସଞ୍ଜୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଶହୀଦ ସଞ୍ଜୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଭଞ୍ଜନଗର,୨୨।୧୦(ଡି.ଏନ.ଏ.)-ଶହୀଦ୍‌ ଯବାନ ଓ ପୋଲିସ କର୍ମଚାରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅକ୍ଟୋବର ୨୧ ତାରିଖକୁ ପୋଲିସ ଶହୀଦ୍‌ ଦିବସ ଭାବେ ପାଳନ କରାଯାଉଛି। ଶହୀଦ ଏସ୍‌ଓଜି ଯବାନ ସଞ୍ଜୟ କୁମାର ପ୍ରଧାନଙ୍କ ଉଦ୍ଦେଶ୍ୟରେ  ରବିବାର ସେ ପଢ଼ୁଥିବା ହାଇସ୍କୁଲରେ ଭଞ୍ଜନଗର ଉପଖଣ୍ଡ ପୋଲିସ ପକ୍ଷରୁ ସ୍ମୃତିସଭା ହୋଇଥିଲା। ସେହିଭଳି ସିଆରପିଏଫ୍‌ ୧୨୭ ବାଟାଲିୟନ ଭଞ୍ଜନଗର ପକ୍ଷରୁ ସ୍ଥାନୀୟ କ୍ୟାମ୍ପରେ ଶହୀଦ୍‌ ଗୋବିନ୍ଦ ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶହୀଦ୍‌ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବ୍ଲକ ଜିଲୁଣ୍ଡି ହାଇସ୍କୁଲରେ ଶହୀଦ୍‌ ସଞ୍ଜୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ସ୍ମୃତିସଭା ହୋଇଥିଲା। ଏଥିରେ ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର ଓ ସରକାରୀ ଉଦ୍ୟୋଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶହୀଦ୍‌ ସଞ୍ଜୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ।

ନୂଆପଡ଼ା ଗ୍ରାମରେ ଅଗ୍ନିକାଣ୍ଡ, ୨ ପରିବାର କ୍ଷତିଗ୍ରସ୍ତ

ନୂଆପଡ଼ା ଗ୍ରାମରେ ଅଗ୍ନିକାଣ୍ଡ, ୨ ପରିବାର କ୍ଷତିଗ୍ରସ୍ତ

ଚିକିଟି,୨୨ା୧୦(ଡି.ଏନ୍‌.ଏ.): ଚିକିଟି ବ୍ଲକ ବି.ନୂଆପଡ଼ା ଗ୍ରାମରେ ରବିବାର ସକାଳ ଅଗ୍ନିକାଣ୍ଡ ଘଟି ୨ ପରିବାରର ୨ ବଖରା  ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ଏଥିରେ ଓଲ୍‌ ବୁନା, ଏନ୍‌ ଭାଲୁ କ୍ଷତିଗ୍ରସ୍ତ ହୋଇଛନ୍ତି। ଘରେ ଥିବା ଆସବାବ ପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଗ୍ରାମବାସୀ ସଙ୍ଗେ ସଙ୍ଗେ ଚକିଟି ଓ ଦିଗପହଣ୍ଡି ଦମକଳବାହୀନିକୁ ଜଣାଇଥିଲେ କିନ୍ତୁ ନ ଆସିବାରୁ ଗ୍ରାମବାସୀ ନିଆଁକୁ ଆୟତ୍ତ କରିଥିଲେ।  ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଭାଜପା ବରିଷ୍ଠ ନେତା ପ୍ରଶାନ୍ତ ଜାହ୍ନି ଦାବି କରିଛନ୍ତି।

ଜିଲାସ୍ତରୀୟ ପୋଲିସ ଶହୀଦ ଦିବସ

ଜିଲାସ୍ତରୀୟ ପୋଲିସ ଶହୀଦ ଦିବସ

ଛତ୍ରପୁର,୨୨ା୧୦(ଡି.ଏନ.ଏ)-ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ରବିବାର ଛତ୍ରପୁର ଠାରେ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଛତ୍ରପୁରସ୍ଥିତ ରିଜର୍ଭ ପୋଲିସ ପଡିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ ଯୋଗଦେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବାର୍ତ୍ତା ପାଠ କରିଥିଲେ।  ପରେ ଅନୁଷ୍ଠିତ ପରେଡରେ ଏସପି ଅଭିବାଦନ ଗ୍ରହଣ କରିଥିଲେ। ଭାରତରେ ଚଳିତ ବର୍ଷ ଶହୀଦ ହୋଇଥିବା ୪୧୪ ଶହୀଦଙ୍କ ନାଁ ଏସପି ପାଠ କରିଥିଲେ। 

ଡକାୟତି ଯୋଜନା ବେଳେ ଧରାପଡିଲେ ୩ ଅଭିଯୁକ୍ତ

ଡକାୟତି ଯୋଜନା ବେଳେ ଧରାପଡିଲେ ୩ ଅଭିଯୁକ୍ତ

ଛତ୍ରପୁର,୨୨ା୧୦(ଡି.ଏନ.ଏ)-ଛତ୍ରପୁର ଥାନା ସୁନ୍ଦରପୁର ଗାଁରେ ଲୋକଙ୍କୁ ବଟି ମାଗିବା ଓ ଆକ୍ରମଣ କରିବା ମାମଲାରେ ଅଭିଯୁକ୍ତମାନଙ୍କ ମଧ୍ୟରୁ ପୋଲିସ  ମୁଖ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଗଞ୍ଜାମ ଥାନା କାଇଞ୍ଚପୁର ଗାଁର କୁନା ରେଡ୍ଡୀ, ଛତ୍ରପୁରରେ ରହୁଥିବା ଗଞ୍ଜାମ ଏନଏସି ରାଉଳ ସାହିର ପପୁ ରାଉଳ ଓ ଛତ୍ରପୁର ଥାନା ଚିକଲଖଣ୍ଡି ଗାଁର ସିମାଦ୍ରୀ ରେଡ୍ଡୀ। ସେମାନଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ, ୨ଟି ବୋମା, ୨ଟି ବାଇକ୍‌ ( ୟୁପି୭୦ବିଆର୍‌ ୨୫୨୪ ଓ ଓଆର୍‌ ୦୭ ଏନ୍‌ ୦୨୨୨) ଓ ଗୋଟିଏ ଖଣ୍ଡା ଜବତ କରାଯାଇଛି।

ଝିଅ ଘରେ ଦଶହରା ଭାର ଦେଇ ଫେରିଲେନି ବାପା

ଝିଅ ଘରେ ଦଶହରା ଭାର ଦେଇ ଫେରିଲେନି ବାପା

ଭଞ୍ଜନଗର,୨୨।୧୦(ଡି.ଏନ.ଏ.)-ଗାଲେରି ନିଧିଆପଲ୍ଲୀ ରାସ୍ତାର ବ୍ରାହ୍ମଣପଦର ନିକଟରେ ରବିବାର ରାତିରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବାଇକ୍‌ ଚାଳକ ଓ ଜଣେ ପଥଚାରୀ ଗୁରୁତର ଭାବେ ଆହତ ହୋଇଥିଲେ। ଆହତଦ୍ୱୟଙ୍କୁ ଚିକିସତ୍ା ପାଇଁ ଗାଲେରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଭଞ୍ଜନଗର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଭଞ୍ଜନଗର ମେଡ଼ିକାଲରେ ପଥଚାରୀ କୈଳାସ ନାଇକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏଥିସହ ବାଇକ୍‌ ଚାଳକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ପ୍ରକାଶ ଯେ, ଭଞ୍ଜନଗର ଥାନା ସାନକୋଦଣ୍ଡା ପଞ୍ଚାୟତ ଚଢ଼େୟାପଲ୍ଲୀର କୈଳାସ ତାଙ୍କ ଝିଅ ଘର ଗାଲେରୀ ଫାଣ୍ଡି ଝାଲିଆଗୋଛାକୁ ଦୁଇଦିନ ପୁର୍ବେ ଦଶହରା ଭାର ନେଇ ଯାଇଥିଲେ। ରବିବାର ରାତି ପ୍ରାୟ ସାଢ଼େ ୭ଟାରେ ସେ ନଦୀରୁ ଗାଧୋଇ ଝିଅ ଘରକୁ ଚାଲିଚାଲି ଆସୁଥିଲେ। ଏହି ସମୟରେ ଗାଲେରୀ ଆଡୁ ବ୍ରାହ୍ମଣପଦର ଅଭିମୁଖେ କୈଳାସ ବାଇକରେ ଆସୁଥିବା ବେଳେ ତାଙ୍କୁ ଧକ୍କା ଦେଇଥିଲେ।

ଓଡ଼ିଶା ଟେନିସ୍‌ ବଲ୍‌ କ୍ରିକେଟ ଟିମ୍‌ରେ ଗଞ୍ଜାମରୁ ୬ ଖେଳାଳି

ଓଡ଼ିଶା ଟେନିସ୍‌ ବଲ୍‌ କ୍ରିକେଟ ଟିମ୍‌ରେ ଗଞ୍ଜାମରୁ ୬ ଖେଳାଳି

ବ୍ରହ୍ମପୁର ଅଫିସ,୨୨ା୧୦: ଆସନ୍ତା ୨୮ରୁ ୨ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ନାଗପୁର ଠାରେ ୨୩ତମ ସବ୍‌ଜୁନିୟର୍‌ ଟେନିସ୍‌ ବଲ୍‌ କ୍ରିକେଟ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏହି ଟୁର୍ନାମେଣ୍ଟରେ ଓଡ଼ିଶା ଟିମ ଭାଗନେବ । ଓଡ଼ିଶା ଟିମରେ ଗଞ୍ଜାମ ଜିଲାର ୬ଜଣ ଖେଳାଳି ଅଛନ୍ତି । ସେମାନେ ହେଲେ ଆସିକାର ଏମ୍‌.ସନ୍ତୋଷ କୁମାର ରାଓ ଏବଂ କୁମାର ହଂସରାଜ୍‌, ବ୍ରହ୍ମପୁରର ସତ୍ୟଶୁଭମ୍‌ ସାହୁ, ଏମ୍‌.ରାଧେଶ୍ୟାମ ପାତ୍ର ଏବଂ ଆହ୍ବାନ ପଟ୍ଟନାୟକ ଓ ସୋରଡ଼ାର ଦୀପକ ଦାସ। ଏହି ଖେଳାଳିମାନେ ଗଞ୍ଜାମ ଜିଲା ଟେନିସବଲ୍‌ କ୍ରିକେଟ ସଂଘ ଅଧିନରେ ତାଲିମ୍‌ ନେଉଥିଲେ। ଖେଳାଳିଙ୍କୁ ସଂଘର ସଭାପତି ଡା. ସମରେନ୍ଦ୍ର ସାହୁ, ଉପସଭାପତି ଦୁଷ୍ମନ୍ତ ପାଢ଼ୀ, ସାଧାରଣ ସମ୍ପାଦକ ସଞ୍ଜୟ ବିଷୋୟୀ, ଅଧ୍ୟକ୍ଷ ରବି ମିଶ୍ର ଏବଂ ପ୍ରଶାନ୍ତ ମୁନି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

ସୋନୁ ହତ୍ୟା ମାମଲା  ପ୍ରେମ ବ୍ୟାପାରକୁ ନେଇ ହୋଇଛି ହତ୍ୟା, ଅଭିଯୁକ୍ତ ଚିହ୍ନଟ

ସୋନୁ ହତ୍ୟା ମାମଲା ପ୍ରେମ ବ୍ୟାପାରକୁ ନେଇ ହୋଇଛି ହତ୍ୟା, ଅଭିଯୁକ୍ତ ଚିହ୍ନଟ

ବ୍ରହ୍ମପୁର ଅଫିସ୍‌,୨୨ା୧୦:  ବ୍ରହ୍ମପୁର ବଡ଼ବଜାର ଥାନା ଅଧୀନ ଧାନମେରା ସାହିର ସୋନୁ ଘଡାଇ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଚିହ୍ନଟ  ହୋଇ ସାରିଛନ୍ତି। ପ୍ରେମ ବ୍ୟାପାରକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି। ପୋଲିସ ସୂଚନା ଅନୁଯାୟୀ, ବିବାହିତ ସୋନୁଙ୍କର ବଡବଜାର ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ବହୁ ପୂର୍ବରୁ ସମ୍ପର୍କ ରହି ଆସିଥିଲା। ଯୁବତୀ ଜଣକ ଅନ୍ୟତ୍ର ବିବାହ କରିଥିଲେ ମଧ୍ୟ ସ୍ବାମୀଙ୍କ ଅନୁପସ୍ଥିତିରେ ସୋନୁ ତାଙ୍କ ଘରକୁ ଯା’ ଆସ କରୁଥିଲେ। ଏହାକୁ ଯୁବତୀଙ୍କ ପରିବାର ଲୋକେ ବିରୋଧ କରୁଥିଲେ। ସୋନୁ ବିଏମସିର ଜଣେ ଠିକା ସଫେଇ କର୍ମଚାରୀ ଥିଲେ। ତାଙ୍କର ୨ଟି ସନ୍ତାନ ଅଛନ୍ତି। 

ଗଞ୍ଜାମ ବନ୍ୟା ପାଇଁ ଜଳସମ୍ପଦ ବିଭାଗ ଦାୟୀ

ଗଞ୍ଜାମ ବନ୍ୟା ପାଇଁ ଜଳସମ୍ପଦ ବିଭାଗ ଦାୟୀ

ବ୍ରହ୍ମପୁର ଅଫିସ୍‌,୨୨ା୧୦-ତିତ୍‌ଲି ବାତ୍ୟା ପରେ ଗଞ୍ଜାମରେ ହୋଇଥିବା ବନ୍ୟା ମନୁଷ୍ୟକୃତ। ଏଥିପାଇଁ ଜଳସମ୍ପଦ ବିଭାଗ ସମ୍ପୂର୍ଣ୍ଣ ଦାୟୀ ବୋଲି ସିପିଏମ ଜିଲା କମିଟି ଅଭିଯୋଗ କରିଛି।  ନିରପେକ୍ଷ ତଦନ୍ତ ସହ ସମ୍ପୃକ୍ତ ଦୋଷୀଙ୍କୁ ସରକାର ଦଣ୍ଡ ଦେବା ପାଇଁ ଦାବି ହୋଇଛି।

ମାସକରେ କଣ୍ଟାମୁକ୍ତ ହେଲା ୪ଶହ ଗଛ

ମାସକରେ କଣ୍ଟାମୁକ୍ତ ହେଲା ୪ଶହ ଗଛ

ବ୍ରହ୍ମପୁର ଅଫିସ,୨୨ା୧୦-ବାତ୍ୟା ହେଲେ ସମୁଦ୍ର ତଟସ୍ଥ ବ୍ରହ୍ମପୁର ପ୍ରଭାବିତ ହେଉଛି। ସାମୁଦ୍ରିକ ବାତ୍ୟା ଗୋପାଳପୁରରେ ସ୍ଥଳଭାଗ ଛୁଇଁବା ବେଳେ ବ୍ରହ୍ମପୁରରେ ଏହାର ତୀବ୍ର ପ୍ରଭାବ ଦେଖିବାକୁ ମିଳିଥାଏ । ବାତ୍ୟାରେ ଧନସମ୍ପତି ନଷ୍ଟ ହେଉଛି । ସହରରେ ଥିବା ପୁରୁଣା ଗଛସବୁ ଭାଙ୍ଗିପଡ଼ୁଛି । ପ୍ରତିବର୍ଷ ବାତ୍ୟାରେ ଶତାଧିକ ଗଛ ଟଳିପଡ଼ୁଛି। ସହରକୁ ସବୁଜିମାରେ ଭରିଦେବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ହେଉଛି । ଏପରିକି ସାମାଜିକ ସଙ୍ଗଠନଗୁଡ଼ିକ ମଧ୍ୟ ଗଛ ସୁରକ୍ଷା ଏବଂ ସଂରକ୍ଷଣରେ ସାମିଲ୍‌ ହେଉଛନ୍ତି । ଗତ କିଛି ସପ୍ତାହ ହେଲା ସହରର ସାଧାରଣ ଲୋକମାନେ ମଧ୍ୟ ଏଥିରେ ଭାଗ ନେଇଛନ୍ତି । ଫଳରେ ଏହା ବ୍ରହ୍ମପୁର ସହରରେ ଏବେ ପରିବେଶ ଆନ୍ଦୋଳନରେ ପରିଣତ ହୋଇଛି ।

ନଦୀରେ ଭାସି ଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ନଦୀରେ ଭାସି ଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ବାଲିଗୁଡା,୨୧।୧୦(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ଅଧିନସ୍ଥ ବାଲିଗୁଡା-ସିନ୍ଦ୍ରିଗଁା ରାସ୍ତା ନିକଟସ୍ଥ ଖଡଗନଦୀରେ ଗତ ୧୭ ତାରିଖରେ ଚମ୍ପାସାହିର ଭଞ୍ଜ କିଶୋର ପଣ୍ଡାଙ୍କ ପୁଅ ଗୁଡୁ ଭାସି ଯାଇଥିଲେ। ପରିବାର ଲୋକେ ଓ ଦମକଳ ବାହିନୀ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳି ନ ଥିଲା। ରବିବାର ଖବର ପାଇ ବୁଡୁକିଆ ନିକଟସ୍ଥ ଖଡଗନଦୀ ପଠାରୁ ଦମକଳବାହିନୀ ମୃତଦେହ ଉଦ୍ଧାର କରିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପ୍ରକାଶ ଯେ, ଗୁଡୁ ଜେଜେ ମା’ଙ୍କ ଦଶାହ କାମ ପାଇଁ ନଦୀକୁ ଯାଇଥିବାବେଳେ ଗୋଡ ଖସି ଯିବାରୁ ଭାସି ଯାଇଥିଲେ।