ବ୍ରହ୍ମପୁର

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ମଜୁରି ମିଳିବାରେ ବିଳମ୍ବ

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ମଜୁରି ମିଳିବାରେ ବିଳମ୍ବ

ଦାରିଙ୍ଗବାଡ଼ି,୨୨।୧୨(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦନେକବାଡ଼ି ପଞ୍ଚାୟତରେ କାର୍ଯ୍ୟରତ ଶ୍ରମିକମାନେ ତାଙ୍କ ମଜୁରି ନ ପାଇ ଶୁକ୍ରବାର ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେମାନେ ଏନେଇ ଗ୍ରାମସାଥୀଙ୍କ ନଁାରେ ଅଭିଯୋଗ କରିଛନ୍ତିି ା ବ୍ଲକରେ ସମସ୍ୟାର ସମାଧାନ ହୋଇପାରିବ ବୋଲି ପୋଲିସ କହିବା ପରେ ଶ୍ରମିକ ନିଜର ପ୍ରାପ୍ୟ ପାଇଁ ବିଡିଓ ତ୍ରିଲୋଚନ ପାତ୍ରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଘଟଣାଟି ୨୦୧୬-୧୭ ଆର୍ଥିକ ବର୍ଷର ହୋଇଥିବାରୁ ବିଡିଓ ସମସ୍ତ ହିତାଧିକାରୀଙ୍କୁ ତାଙ୍କ ବ୍ୟାଙ୍କ ପାସ୍‌ବୁକ ସମେତ ସମସ୍ତ ତଥ୍ୟ ବିଡିଓଙ୍କୁ ଦେବା ପାଇଁ ଜଣାଇଛନ୍ତି। ପ୍ରକାଶଯେ, ଏମ୍‌ଜିଏନଆରଇଜିଏସ୍‌ରେ ଗରଡ଼ମାହାରେ ଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତାଠାରୁ ସାହି ରାସ୍ତା ବଡ଼କୁଟିକୁ ସଂଯୋଗ କରୁଛି। ୨୦୧୬-୧୭ଏମ୍‌ଜିଏନଆରଇଜିଏସ୍‌ରେ ପ୍ରାୟ ୬୦ ପରିବାର କାର୍ଯ୍ୟ କରିଥିଲେ। ତାଙ୍କର ପ୍ରାପ୍ୟ ମିଳିବାରେ ବିଳମ୍ବକୁ ନେଇ ପଞ୍ଚାୟତ ବୈଠକଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା ତାଙ୍କ ଗୁହାରି କେହି ଶୁଣୁ ନ ଥିବା ସେମାନେ ଅଭିଯୋଗ କରିଥିଲେ। ତେବେ ଏହି କାର୍ଯ୍ୟକୁ ଗ୍ରାମସାଥୀଙ୍କ ମାଧ୍ୟମରେ କରାଯାଇଥିବାରୁ ଗ୍ରାମସାଥୀଙ୍କ ଅବହେଳାରୁ ତାଙ୍କୁ ମଜୁରି ମିଳୁ ନ ଥିବା ସେମାନେ ଅଭିଯୋଗ କରିଥିଲେ ା ପରେ ଏହା ବିଲ୍‌ ହୋଇଥିବା ପୂର୍ବତନ ସରପଞ୍ଚଙ୍କଠାରୁ ସୂଚନା ମିଳୁଥିଲେ ସୁଦ୍ଧା ତାଙ୍କ ମଜୁରି ନିଜ ବ୍ୟାଙ୍କ ପାସବୁକ୍‌ରେ କାହିଁକି ପହଞ୍ଚି ନାହିଁ ବୋଲି ଗ୍ରାମର ହେମନ୍ତ ପ୍ରଧାନଙ୍କ ସମେତ ଅଶ୍ୱିନୀ ପ୍ରଧାନ, ବୁଡା ପ୍ରଧାନ ଓ ନାଟୁ ପ୍ରଧାନ ପ୍ରମୁଖ ଅଭିଯୋଗ କରିବା ସହ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ବିଡିଓ ତ୍ରିଲୋଚନ ପାତ୍ରଙ୍କ ନିକଟରେ ପହଞ୍ଚିଥିଲେ। ଏନେଇ ସେମାନଙ୍କ ପାସବୁକ୍‌ ପହଞ୍ଚିବା ପରେ ବ୍ୟାଙ୍କରେ ଯାଞ୍ଚ କରାଯିବ ବୋଲି ବିଡିଓ କହଛନ୍ତି। ଅନେକ ଲୋକ ବ୍ୟାଙ୍କ ପାସବୁକ୍‌ ଖୋଲିଥିଲେ ସୁଦ୍ଧା ନେଣଦେଣ କରୁ ନ ଥିବାରୁ ଆକାଉଣ୍ଟଗୁଡ଼ିକ ବନ୍ଦ ହୋଇରହୁଛି । ଫଳରେ ମଜୁରି ଅର୍ଥ ବ୍ୟାଙ୍କ ମାଧ୍ୟମରେ ପଠ କଲାବେଳେ ସମସ୍ୟା ଦେଖାଯାଉଛି ।ଖୁବ୍‌ ଶିଘ୍ର ତାଙ୍କ ସମସ୍ୟାର ସମାଧାନ ହୋଇଯିବ ବୋଲି ବିଡିଓ ପାତ୍ର କହିଛନ୍ତି ।

All Right Reserved By

Model This Week

Model This Week

ବ୍ରହ୍ମପୁର

ବିଏସ୍‌ଏନ୍‌ଏଲ୍‌ ସେବା ବ୍ୟାହତ: ଫୁଲବାଣୀ-ବ୍ରହ୍ମପୁର ମୁଖ୍ୟରାସ୍ତା ଅବରୋଧ

ବିଏସ୍‌ଏନ୍‌ଏଲ୍‌ ସେବା ବ୍ୟାହତ: ଫୁଲବାଣୀ-ବ୍ରହ୍ମପୁର ମୁଖ୍ୟରାସ୍ତା ଅବରୋଧ

ଶଙ୍କରାଖୋଲ, ୨୬।୪ (ଡି.ଏନ.ଏ.)କନ୍ଧମାଳ ଜିଲା ଚକାପାଦ ବ୍ଲକ ଶଙ୍କରାଖୋଲରେ ୩ ଦିନ ଧରି ବିଏସ୍‌ଏନ୍‌ଏଲ୍‌ ସେବା ବ୍ୟାହତ ହୋଇଛି। ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଗୁରୁବାର ଏଥିଯୋଗୁ ଅସନ୍ତୋଷ ଦେଖା ଦେଇଛି । ସ୍ଥାନୀୟ ଲୋକେ ଶଙ୍କରାଖୋଲରେ ଫୁଲବାଣୀ-ବ୍ରହ୍ମପୁର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ।

ଦୁର୍ଘଟଣାରେ ବାଇକ୍‌ ଚାଳକ ମୃତ

ସୋରଡ଼ା,୨୬।୪(ଡି.ଏନ.ଏ.):ସୋରଡ଼ା-ଆସିକା ଜାତୀୟ ରାଜପଥର ନରଣପୁର ନିକଟରେ ଗୁରୁବାର ରାତି ପ୍ରାୟ ୮ଟାରେ ବାଇକ୍‌ ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି।

ଅପରାଧ ସମୀକ୍ଷା କଲେ ଗଞ୍ଜାମ ଏସ୍‌ପି

ଅପରାଧ ସମୀକ୍ଷା କଲେ ଗଞ୍ଜାମ ଏସ୍‌ପି

ଛତ୍ରପୁର,୨୬।୪(ଡି.ଏନ.ଏ.)ଗଞ୍ଜାମ ପୋଲିସ ଜିଲାର ଅପରାଧ ସମୀକ୍ଷା ବୈଠକ ଗୁରୁବାର ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଅଧ୍ୟକ୍ଷତା କରିଥିଲେ। ବିଭିନ୍ନ ମାମଲାରେ ପେଣ୍ଡିଂ ଥିବା ଚାର୍ଜଶିଟ୍‌ କୋର୍ଟରେ ଦାଖଲ କରିବାକୁ ବୈଠକରେ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବିଭିନ୍ନ ମାମଲାର ତଦନ୍ତ ସାରିବାକୁ କୁହାଯାଇଛି।

ଆସିକାରେ ଆଇପିଏଲ୍‌  ବେଟିଂ, ୭ ଗିରଫ: ୧୦ଲକ୍ଷ ୯ ହଜାର ୮ଶହ ଟଙ୍କା ଜବତ

ଆସିକାରେ ଆଇପିଏଲ୍‌ ବେଟିଂ, ୭ ଗିରଫ: ୧୦ଲକ୍ଷ ୯ ହଜାର ୮ଶହ ଟଙ୍କା ଜବତ

ଆସିକା,୨୬ା୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଆଇପିଏଲ୍‌ କ୍ରିକେଟ ବେଟିଂ ଆରମ୍ଭ ହୋଇଯାଇଛି। କିଛିଦିନ ତଳେ ବ୍ରହ୍ମପୁରରୁ ଆଇପିଏଲ୍‌ ବେଟିଂ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଥିଲା। ବୁଧବାର ସନ୍ଧ୍ୟାରେ ଆସିକା ବିଜୁ ପଟ୍ଟନାୟକ ଛକସ୍ଥିତ ଏକ ମୋବାଇଲ ଦୋକାନରେ ଆଇପିଏଲ ମ୍ୟାଚକୁ ନେଇ ସଟ୍ଟାବାଜି ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଥିଲା। ସେଠାରୁ ଦୋକାନ ମାଲିକଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି।

କେସି ହାଇସ୍କୁଲରୁ ହଟୁନି ଇଂଲିଶ୍‌ ମିଡିୟମ୍‌ ସ୍କୁଲ: ଉପଜିଲାପାଳଙ୍କୁ ଦାବିପତ୍ର

ବ୍ରହ୍ମପୁର ଅଫିସ,୨୬।୪-ବ୍ରହ୍ମପୁର ଗୋଷାଣୀନୁଆଗାଁ କେସି ହାଇସ୍କୁଲ ପରିସରରେ ବେଆଇନ ଭାବେ ଚାଲିଥିବା ବେସରକାରୀ ଇଂଲିଶ୍‌ ମିଡିୟମ୍‌ ସ୍କୁଲ ହଟାଇବା ନେଇ ଆନ୍ଦୋଳନ ଧିରେ ଧିରେ ଉଗ୍ରରୂପ ଧାରଣ କରୁଛି। ହାଇସ୍କୁଲ ପରିସରରୁ ଉକ୍ତ ସ୍କୁଲ ହଟାଇବାକୁ ଡିଇଓ ବାରମ୍ବାର ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି କରୁଥିଲେ ମଧ୍ୟ ସ୍କୃଲ କର୍ତ୍ତୃପକ୍ଷ ନିର୍ଦ୍ଦେଶନାମାକୁ ବେଖାତିର କରୁଛନ୍ତି।

ହରିହରାତ୍ମକ ପଞ୍ଚ ମହାଯଜ୍ଞ

ହରିହରାତ୍ମକ ପଞ୍ଚ ମହାଯଜ୍ଞ

ଖଲ୍ଲିକୋଟ, ୨୬।୪ (ଡି.ଏନ.ଏ.)- ଖଲ୍ଲିକୋଟସ୍ଥିତ ଶ୍ରୀକୃଷ୍ଣଶରଣପୁର ଶାସନସ୍ଥିତ ସକଳେଶ୍ୱର ମହାଦେବଙ୍କ ପୀଠରେ ୧୧ ଦିନ ଧରି ହେବାକୁ ଥିବା ହରିହରାତ୍ମକ ପଞ୍ଚ ମହାଯଜ୍ଞର ଗୁରୁବାର ଥିଲା ନବମ ଦିବସ। ଗୁରୁବାର ଚମ୍ପକ ପୁଷ୍ପାଅର୍ଚ୍ଚନା ଓ ମୋଦକ ଲାଗି ସ୍ବତନ୍ତ୍ର ନୀତି କରାଯାଇଛି।

ପାଇଖାନା ନିର୍ମାଣ ସମ୍ପର୍କିତ କର୍ମଶାଳା

ଭଞ୍ଜନଗର,୨୬।୪(ଡି.ଏନ.ଏ)-ଭଞ୍ଜନଗର ବ୍ଲକର ସମସ୍ତ ହିତାଧିକାରୀଙ୍କ ଘରେ କିଭଳି ପାଇଖାନା ନିର୍ମାଣ ହେବ ସେ ନେଇ ବ୍ଲକ ସମ୍ମିଳନୀ କକ୍ଷରେ ଗୁରୁବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଡିଓ ସୁବ୍ରତ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ।

ରଥଦାଣ୍ଡରୁ ଜବରଦଖଲ ଉଚ୍ଛେଦ ଦାବି

ପାତ୍ରପୁର,୨୬।୪(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ଜରଡ଼ାଗଡ଼ ପାର୍ଥସାରଥୀଙ୍କ ରଥଦାଣ୍ଡ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ରାସ୍ତା ପାର୍ଶ୍ୱରେ ଥିବା କିଛି ଦୋକାନ ଲାଗି ଏହି ସମସ୍ୟା ଉପୁଜିଛି। ବର୍ତ୍ତମାନ ପିଚୁକାମ ଚାଲିଥିବା ବେଳେ ରାସ୍ତାରୁ ଜବରଦଖଲ ହଟାଇବାକୁ ଗ୍ରାମବାସୀ ଦାବି କରିଛନ୍ତି। କାମ ଆରମ୍ଭ ହେବା ପୂର୍ବରୁ କେତେଜଣ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଥିଲା। ହେଲେ ଖାତା ନଂ.୮୬୦ର ପ୍ଲଟ ନଂ. ୧୬୨୭ରେ ଥିବା କେତୋଟି ଦୋକାନ ହଟାଯାଇନାହିଁ।

ପାନୀୟ ଜଳ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ

ପାନୀୟ ଜଳ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ

ବୁଗୁଡ଼ା,୨୬।୪(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ ଏକଡ଼ାଳ, ଘୋଳପୁର ଓ ଭାବସର ଗ୍ରାମରେ ଗୁରୁବାର ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

ବିଜୁ ଯୁବ ବାହିନୀ କର୍ମକର୍ତ୍ତା ଚୟନ

ବୁଗୁଡ଼ା,୨୬।୪(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ ପାଙ୍ଗିଡ଼ି ପଞ୍ଚାୟତରେ ବିଜୁ ଯୁବ ବାହିନୀର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏ ନେଇ ଗୁରୁବାର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ସୁଶାନ୍ତ କୁମାର ଆପଟ୍ଟ ଓ କୃଷ୍ଣଚନ୍ଦ୍ର ରାଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଚିକିଟି ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ

ଚିକିଟି,୨୬।୪(ଡି.ଏନ.ଏ.)-ଚିକିଟି ସମେତ ଏହାର ଆଖପାଖ ଗ୍ରାମାଞ୍ଚଳରେ ମାସେ ହେଲା ବିଦ୍ୟୁତ ବିଭ୍ରାଟ ଦେଖାଦେଉଛି। ବର୍ତ୍ତମାନ ସମୟରେ ପ୍ରବଳ ଗ୍ରୀଷ୍ମ ଅନୁଭୁତ ହେଉଥିବା ବେଳେ ଅଘୋଷିତ ବିଦ୍ୟୁତ୍‌କାଟ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ କରୁଛି। କାଳବୈଶାଖୀ ପ୍ରଭାବରେ ସାମାନ୍ୟ ବର୍ଷା କିମ୍ବା ପବନ ହେଲେ ଘଣ୍ଟା ଘଣ୍ଟା ବିଦ୍ୟୁତ ସରବରାହ ଠପ୍‌ ହୋଇଯାଉଛି । ଫଳରେ ସାଧାରଣ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ବ୍ୟାଙ୍କ ଓ ଅଫିସ କାର୍ଯ୍ୟରେ ବ୍ୟାଘାତ ଘଟୁଛି।

ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ୧୦ ଗୁରୁତର

ପାଟପୁର, ୨୬।୪ (ଡି.ଏନ.ଏ.)- ପାଟପୁର ଥାନା ସୁମନ୍ତପୁର ବାଙ୍କରେ ଗୁରୁବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଏକ ବରଯାତ୍ରୀ ବସ୍‌ ସହ ଗୋଟିଏ ୪୦୭ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଉଭୟ ଗାଡିର ୨୦ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ଜଣଙ୍କ ଅବସ୍ଥା ଗୁରୁତର ରହିଛି।