ବାଲେଶ୍ୱର

ବୟସ ୨୬, ନଇଁଗଲାଣି ଅଣ୍ଟା

ବୟସ ୨୬, ନଇଁଗଲାଣି  ଅଣ୍ଟା

ଘସିପୁରା,୨୩।୧୨(ଡି.ଏନ୍‌.ଏ.)- ବଣପାହାଡ ଘେରା ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ବୁଢୀକୁଦ ପଞ୍ଚାୟତର ଏକ ଦୁର୍ଗମ ଗାଁ ମଣ୍ଡପଡା । ଏହି ଗ୍ରାମର ଘନ ଓରଫ ଘନଶ୍ୟାମ ଗାଗରାଇ ନାମକ ଜଣେ ୨୬ ବର୍ଷର ଆଦିବାସୀ ଯବକ ରୋଗ ଗ୍ରସ୍ତ ହୋଇ ଏବେ ଏକାକୀ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି। ପେଟ ପୋଷିବା ଲାଗି ତାଙ୍କ ମା’ ଓ ଭାଇ ଦାଦନ ଖଟିବାକୁ ଚାଲି ଯାଇଛନ୍ତି। ଘନଙ୍କ ଅଣ୍ଟା କ୍ରମେ ଅଧିକ ବାଙ୍କି ଯାଉଥିବାରୁ ଏଥିଲାଗି ତାଙ୍କୁ ଅସହ୍ୟ ଯନ୍ତ୍ରଣା ଭୋଗିବାକୁ ପଡୁଛି। ପେଟକୁ ଦାନା ଯୋଗାଡ ଲାଗି ଘର ପାଖେ ବସିବସି ଶାଳପତ୍ରର ଖଲି ସିଇଁ ଥାନ୍ତି। ଅଣ୍ଟାବିନ୍ଧା ହେଲେ ସେହିଠାରେ କିଛି ସମୟ ଶୋଇ ଯାଆନ୍ତି। ପୁଣି ଉଠି ଖଲି ସିଇଁଥାନ୍ତି। ସେତକ ବିକ୍ରି କଲେ ପେଟଚାଖଣ୍ଡକୁ ଦାନାପାଣି ମଳିଥାଏ । ଜଣେ ପଡୋଶୀ ଉଦାର ମହିଳା ଏବେ ତାଙ୍କର ଦେଖାଶୁଣା କରୁଛନ୍ତି।
ଘନଙ୍କୁ ଦୁଇ ବର୍ଷ ତଳେ ଜ୍ୱର ହୋଇଥିଲା। ସେ ମା’ଙ୍କ ସହିତ ଭଦ୍ରକ ଯାଇ ସେଠାରେ ଚିକିତ୍ସିତ ହୋଇଥଲେ। ଜ୍ୱର ଛାଡିଗଲା ସିନା ଅଣ୍ଟା ବିନ୍ଧା ଛାଡିଲାନି। ଧୀରେ ଧୀରେ ଅଣ୍ଟା ନଇଁ ଯିବାକୁ ଲାଗିଲା। କଟକ ବଡ ଡାକ୍ତରକାନା ଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ ଅର୍ଥ ଅଭାବରୁ କଟକ ବଡ ଡାକ୍ତରଖାନା ଯାଇ ନ ପାରି ଘରେ ଭାଗ୍ୟକୁ ଆଦରି ପଡିରହିଛନ୍ତି। ଯେଉଁ ବୟସରେ କାମଧନ୍ଦା କରି ପରିବାର ପ୍ରତିପୋଷଣ କରିବାର କଥା , ସେ ସମୟରେ ଦଇବ ସାଜିଲା ବାଧକ । ପିଲାଦିନେ ଦେଖିଥିବା ସ୍ବପ୍ନ ସବୁ ଅଧୁରା ହୋଇ ରହିଛି। ପିଲା ବେଳୁ ତାଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଛି। ଘରର ଦାୟୀତ୍ୱ ସମ୍ଭାଳିବାକୁ ମା’ ପଡୋଶୀ ଜିଲା ଭଦ୍ରକକୁ ଦାଦନ ଖଟିବାକୁ ଚାଲିଯାଇଛନ୍ତି । ତାଙ୍କର ଏକମାତ୍ର ସାନଭାଇ ମଧ୍ୟ ମା’ ସହିତ କାମ କରୁଛନ୍ତି। ଘନ ଏବେ ଏକୁଟିଆ ଦରମେଲା ଫୁଙ୍ଗୁଳା ଘରକୁ ଜଗି ଶୀତକାକରରେ ପଡିରହିଛନ୍ତି। କେବଳ ରାଶନ କାର୍ଡ ଖଣ୍ଡକ ବ୍ୟତୀତ ତାଙ୍କ ପାଖରେ ଆଉ କିଛି ନାହିଁ ବୋଲି ଘନ କହିଛନ୍ତି। ରାଜ୍ୟ ସରକାର ସହାୟତାର ହାତ ବଢାଇଲେ ହୁଏତ ଘନ ରୋଗରୁ ମୁକ୍ତି ପାଇ ପାରନ୍ତା ବୋଲି ଗ୍ରାମବାସୀ କହିଛନ୍ତି।

All Right Reserved By

Model This Week

ନିକିତା

ବାଲେଶ୍ୱର

ପ୍ରସିଦ୍ଧ ଅମ୍ବିକା ମନ୍ଦିରରେ ଧ୍ୱଜାପୂଜା, ଯଜ୍ଞ

ଖଇରା୨୦।୪(ଡି.ଏନ.ଏ)-ଖଇରା ବ୍ଲକ ଅଧୀନ କୁପାରୀସ୍ଥିତ ପ୍ରସିଦ୍ଧ ଅମ୍ବିକା ମନ୍ଦିରରେ ପବିତ୍ର ଅକ୍ଷୟତୃତୀୟାରେ ଧ୍ୱଜାପୂଜା, ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଓଁକାର ମୁନୀ ଉଦାସୀନ ଓରଫ ବଡବାବା ଭକ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହି ଅବସରରେ ଯଜ୍ଞ କୁଣ୍ଡରେ ସକାଳ୯ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଯଜ୍ଞକର୍ମ ଅନୁଷ୍ଠିତ ହୋଇଥିଲା।

ଇମାମୀ ନଗରରେ ରଥ ଅନୁକୂଳ ଓ ଚନ୍ଦ୍ରନ ଯାତ୍ରା

ବାଲେଶ୍ୱର ଅଫିସ୍‌,୧୯।୪-ବାଲେଶ୍ୱର ଜିଲା ବାଲଗୋପାଳପୁର ଶିଳ୍ପାଞ୍ଚଳସ୍ଥିତ ଇମାମୀ ନଗର ଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ଘୋଷଯାତ୍ରା ପାଇଁ ମହା ଅକ୍ଷୟତୃତୀୟାରେ ଅନୁକୂଳ ହୋଇଛି ରଥନିର୍ମାଣ। ଚଳଚଞ୍ଚଳ ହୋଇଉଠିଛି ଇମାମୀ ନଗରସ୍ଥ ରଥ ଖଳା। ଦେଉଳ ପୁରୋହିତ ରିତି ନୀୟମରେ ୩ ଖଣ୍ଡ କାଠରେ କୁରାଡ଼ି ସ୍ପର୍ଶ କରି ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଗତ ବୁଧବାର ଶ୍ରୀଜୀଉଙ୍କ ମଧ୍ୟାହ୍ନ ଧୂପ ଓ ଦ୍ୱାଦଶ ଯାତ୍ରା ବନ୍ଧାପନା ପରେ ମଦନ ମୋହନ, ଭୁଦେବୀ ଓ ଶ୍ରୀଦେବୀ ବିରାଟ ପଟୁଆରରେ ବିମାନକୁ ବିଜେ କରିଥିଲେ। ମହାପ୍ରଭୁଙ୍କ ସେବକ ପ୍ରଭୁ ଶ୍ରୀ ବଳଭଦ୍ର, ଜଗନ୍ନାଥ ଏବଂ ଦେବୀ ଶୁଭଦ୍ରାଙ୍କ ଶ୍ରୀଅଙ୍ଗଲାଗି ଆଜ୍ଞାମାଳ ଧରି ଶୋଭାଯାତ୍ରାରେ ଘଣ୍ଟ, ଘଣ୍ଟା, କାହାଳୀ ଓ ହରିବଳ ହୁଳହୁଳି ଧ୍ୱନିରେ ରଥଖଳାକୁ ଯାଇଥିଲେ। ସେଠାରେ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରିଥିଲେ।

ସାଧୁପଡ଼ାରେ ସ୍ବଚ୍ଛ ଭାରତ ଅଭିଯାନ

ପାଟଣା, ୨୦।୪(ସ୍ବ.ପ୍ର.): ସ୍ଥାନୀୟ ବ୍ଲକ ବଡ଼ପାଟଣା ପଞ୍ଚାୟତ ସାଧୁପଡ଼ା ଗ୍ରାମରେ ପାଟଣା ଭାଜପା ମଣ୍ଡଳ ତରଫରୁ ସ୍ବଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟ କରାଯାଇଛି। ଭାଜପା ମହିଳା ନେତ୍ରୀ ଦଶମତୀ ଚାତାରଙ୍କ ନେତୃତ୍ୱରେ ପୂର୍ଣ୍ଣ ମହାନ୍ତ, ନୀର ମହାନ୍ତ, ଜଗନ୍ନାଥ ମହାନ୍ତ, ପୂର୍ବତନ ବଡ଼ପାଟଣା ସରପଞ୍ଚ ସୋମବାରୀ ମୁଣ୍ଡା ଓ ପ୍ରମିଳା ବେହେରାଙ୍କ ସମେତ ବହୁ ଭାଜପା କର୍ମୀ ସଫେଇ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିଲେ।

ଐତିହ୍ୟ ସଂସ୍କୃତିକୁ ନେଇ ଆଲୋଚନାଚକ୍ର

ଘସିପୁରା,୨୦।୪(ଡି.ଏନ.ଏ.): ଆନନ୍ଦପୁର ପୌରପରିଷଦର ଫକୀରପୁର ସାହିତ୍ୟ ସଂସଦ, ଗ୍ରାମ ଯୁବକ ସଂଘ ଏବଂ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଗ୍ରାମର ଐତିହ୍ୟ ଓ ସଂସ୍କୃତିକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍‌ ବୈଲୋଚନ ସୂତାରଙ୍କ ସଭାପତିତ୍ୱରେ ଫକୀରପୁରର ଐତିହ୍ୟ, ସଂସ୍କୃତି, ପରମ୍ପରାକୁ ନେଇ ଏକ ପୁସ୍ତକ ଓ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାଣ କରାଯିବା ନେଇ ଆଲୋଚନା ହୋଇଥିଲା। ଡକ୍ୟୁମେଣ୍ଟାରୀ ଫିଲ୍ମର ଶୁଭ ମହୁରତ ଇତି ମଧ୍ୟରେ ଶେଷ ହୋଇଥିବାବେଳେ ପୁସ୍ତକ ଆସନ୍ତା ମେ ଶେଷ ସୁଦ୍ଧା ଶେଷ କରିବା ନିମନ୍ତେ ଗୁରୁତ୍ୱ ଦିଆଯାଇଥିଲା।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନ କରି ବିଲ୍‌ ହୋଇଥିବା ଅଭିଯୋଗ

ଧାମନଗର,୨୦।୪ (ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ସାହସପୁର ପଞ୍ଚାୟତ ପନ୍ଦରବାଟିଆ ଗ୍ରାମର ଜଣେ ହିତାଧିକାରୀ ଘର ତିଆରି ନକରି ସଂପୂର୍ଣ୍ଣ ବିଲ୍‌ ଉଠାଇନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇ ବିଡିଓ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଏସ୍‌ଡିପିଓଙ୍କ ମାଡରେ ଟ୍ରକ ଡ୍ରାଇଭର ଆହତ

ଏସ୍‌ଡିପିଓଙ୍କ ମାଡରେ ଟ୍ରକ ଡ୍ରାଇଭର ଆହତ

ଯୋଡା,୨୦।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ବଡବିଲ ସବ୍‌ ଡିଭିଜନାଲ ପୋଲିସ ଅଫିସର(ଏସ୍‌ଡିପିଓ)ଙ୍କ ମାଡରେ ଜଣେ ଟ୍ରକ ଡ୍ରାଇଭର ଆହତ ହୋଇ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ରାଶନ କାର୍ଡ ପ୍ରଦାନ ଦାବିରେ ଧାରଣା

ରାଶନ କାର୍ଡ ପ୍ରଦାନ ଦାବିରେ ଧାରଣା

ଭଦ୍ରକ ଅଫିସ,୨୦।୪: ଉପଯୁକ୍ତ ହିତାଧିକାରୀଙ୍କୁ ରାଶନ କାର୍ଡ ପ୍ରଦାନ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁଜିବରଡା ପଞ୍ଚାୟତର ୭ଟି ପରିବାର ଧାରଣାରେ ବସିଛନ୍ତି।

ସଘନ ମିଶନ ଇନ୍ଦ୍ରଧନୁଷ: ସାମିଲ ହେବ ଜିଲାର ୫୫ଟି ଗ୍ରାମ

ସଘନ ମିଶନ ଇନ୍ଦ୍ରଧନୁଷ: ସାମିଲ ହେବ ଜିଲାର ୫୫ଟି ଗ୍ରାମ

ବାଲେଶ୍ୱର ଅଫିସ,୨୦।୪: ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷରେ ସ୍ବତନ୍ତ୍ର ସଘନ ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି।

ଜମ୍ମୁ ବୈଷ୍ଣୋଦେବୀ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଛାତ୍ରୀଙ୍କୁ ଶ୍ରେଷ୍ଠଛାତ୍ରୀ ସମ୍ମାନ

ଜମ୍ମୁ ବୈଷ୍ଣୋଦେବୀ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଛାତ୍ରୀଙ୍କୁ ଶ୍ରେଷ୍ଠଛାତ୍ରୀ ସମ୍ମାନ

ବାଲେଶ୍ବର ଅଫିସ,୨୦।୪: ଜମ୍ମୁ କଶ୍ମୀରର କଟ୍ରା ନିକଟସ୍ଥ କାକ୍ରିଆଲଠାରେ ପ୍ରତିଷ୍ଠିତ ଦେଶର ଅନ୍ୟତମ ସ୍ବନାମଧନ୍ୟ ବିଶ୍ବବିଦ୍ୟାଳୟ ଶ୍ରୀମାତା ବୈଷ୍ଣୋଦେବୀ ବିଶ୍ବବିଦ୍ୟାଳୟର ଆର୍କିଟେକଚର ବିଭାଗରେ ଓଡିଆ ଛାତ୍ରୀ ଚିଦାନନ୍ଦ ଅର୍ପିତାଙ୍କୁ ଶ୍ରେଷ୍ଠଛାତ୍ରୀ ଭାବେ ସମ୍ମାନିତ କରାଯାଇଛି।

ଭ୍ୟାନ୍‌ ଧକ୍କାରେ ଯୁବକ ଗୁରୁତର: ପ୍ରତିବାଦରେ ରାସ୍ତାରୋକୋ

ଭ୍ୟାନ୍‌ ଧକ୍କାରେ ଯୁବକ ଗୁରୁତର: ପ୍ରତିବାଦରେ ରାସ୍ତାରୋକୋ

ତିହିଡି, ୨୦।୪(ଡି.ଏନ୍‌.ଏ.): ଭଦ୍ରକ-ଚାନ୍ଦବାଲି ରାସ୍ତାର ଗଦିବଜାର ନିକଟରେ ଶୁକ୍ରବାର ସକାଳେ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ ତିହିଡି ଥାନା ରାଜନଗର ପଞ୍ଚାୟତ ଅଧୀନ ବାହାରପାଳ ଗ୍ରାମର ସାଗର ପଲାଇ(୨୬)।

ବିଦେଶୀ ମଦଦୋକାନ ହଟାଇବା ଦାବିରେ ଗଣଧାରଣା

ବିଦେଶୀ ମଦଦୋକାନ ହଟାଇବା ଦାବିରେ ଗଣଧାରଣା

ତିହିଡି, ୨୦।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନ ଦୋଳସାହି-ଗୁଆମାଳ ରାସ୍ତା ପାର୍ଶ୍ୱରେ ଥିବା ବିଦେଶୀ ମଦ ଦୋକାନ ହଟାଇବା ଦାବିରେ ଶୁକ୍ରବାର ମଦଦୋକାନ ସମ୍ମୁଖରେ ଗଣଧାରଣା ଦିଆଯାଇଛି।

ଫାଇନାଲରେ ବାଲେଶ୍ୱର ୟୁ ଆଣ୍ଡ ମି

ଭଦ୍ରକ ଅଫିସ,୨୦।୪-ବାଗୁରାଇ ହାଇସ୍କୁଲ ପଡ଼ିଆରେ ଚାଲିଥିବା ସପନ ଯେନା ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଗୁରୁବାର କେନ୍ଦୁଝରର ୟୁନିକ ଇଲେଭେନ ଓ ବାଲେଶ୍ୱରର ୟୁ ଆଣ୍ଡ ମି ଟିମ୍‌ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୟୁନିକ ଇଲେଭେନକୁ ୬ ଉଇକେଟରେ ହରାଇ ୟୁ ଆଣ୍ଡ ମି ଫାଇନାଲକୁ ଉନ୍ନୀତ ହୋଇଛି। ୟୁ ଆଣ୍ଡ ମି ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିଥିଲା।