ବାଲେଶ୍ୱର

ଜରିମାନା ନାହିଁ ତ ଖଣି ନାହିଁ

ଜରିମାନା ନାହିଁ ତ ଖଣି ନାହିଁ
କେନ୍ଦୁଝର ୨୩।୧୨ (ସ୍ବ.ପ୍ର.)- କେନ୍ଦୁଝର ଜିଲାରେ ଖଣି ଦୁର୍ନୀତିର ପର୍ଦ୍ଦାଫାଶ ହେବା ପରେ ଖଣି କମ୍ପାନୀ ଉପରେ ଧାର୍ଯ୍ୟ ହୋଇଥିବା ଜରିମାନା ଆଦାୟ ହୋଇ ପାରିନାହିଁ । ସର୍ବୋଚ୍ଚ ନ୍ୟାୟାଳକୟଙ୍କ କଡା ଆଭିମୁଖ୍ୟ ପରେ ଖଣି କମ୍ପାନୀମାନେ ଚିନ୍ତାରେ ପଡିଯାଇଛନ୍ତି। ଆସନ୍ତା ୩୧ ତାରିଖ ସୁଦ୍ଧା ଜରିମାନା ପଇଠ ନ କଲେ ହାତରୁ ଖଣି ଚାଲିଯିବ । ଏହି ପରିପ୍ରେକ୍ଷୀରେ ବଡ ବଡ ଖଣି ସଂସ୍ଥା ଜରିମାନା ପଇଠ ପାଇଁ ଉଦ୍ୟମ ଚଳାଇଥିବା ବେଳେ ଛୋଟ ଖଣି ସଂସ୍ଥା ଉପାୟ ଖୋଜୁଛନ୍ତି। ଅଦ୍ୟାବଧି ୪ଟି ଖଣି ସଂସ୍ଥା ଜରିମାନା ଅର୍ଥ ଜମା କରିସାରିଥିବା ଜଣାପଡିଛି। ଅନ୍ୟପକ୍ଷେ ଜରିମାନା ବାବଦ ବିପୁଳ ଅର୍ଥ ବକେୟା ପଡିଥିବାରୁ ଏହା ବିଭାଗର ଚିନ୍ତା ବଢାଇଛି। ଉଲ୍ଲେଖନୀୟ ଯେ, ଜିଲାର ବିଭିନ୍ନ ଖଣିରେ ୪୬ ହଜାର କୋଟି ଟଙ୍କାର ବେଆଇନ କାମ ହୋଇଥିବାର ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏହାକୁ କମାଇ ୧୮ ହଜାର କୋଟି ଟଙ୍କା ଆଦାୟ କରିବା ଲାଗି କହିବାରୁ ଏହାକୁ ନେଇ ବିରୋଧ ଦଳ ବିରୋଧ କରିଥିଲେ। ଏପରି କି ଖଣି ସଂସ୍ଥା ପ୍ରତି ସରକାର କୋହଳ ମନୋଭାବ ପୋଷଣ କରୁଥିବା ଅନେକେ ପ୍ରଶ୍ନ ଉଠାଇଥିଲେ। ଜରିମାନା ଦେବାରୁ ବର୍ତ୍ତିବା ଲାଗି ଖଣି ସଂସ୍ଥା ମାଇନିଂ ଟ୍ରିବ୍ୟୁନାଲ ( ରିଭିଜନ ଅଥରିଟି) ର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ସୁପ୍ରିମକୋର୍ଟ ଶତ ପ୍ରତିଶତ ଜରିମାନା ଆଦାୟ କରିବାକୁ ଆଦେଶ ଦେବା ପରେ ସମସ୍ତେ ନାଚାର ହୋଇଛନ୍ତି। କେନ୍ଦୁଝର ଜିଲାରେ ରାଜ୍ୟର ସର୍ବାଧିକ ୩୧.୩୩ ପ୍ରତିଶତ ଖଣି ରହିଛି । ଯୋଡା ଖଣି ମଣ୍ଡଳରେ ସର୍ବାଧିକ ୧୦୧ ଖଣି ଥିବା ବେଳେ କେନ୍ଦୁଝର ମଣ୍ଡଳରେ ୨୪ଟି ଖଣି ରହିଛି। ଏଥିରୁ ଯୋଡାରେ ୨୪ ଓ କେନ୍ଦୁଝର ମଣ୍ଡଳରେ ୩ ଖଣି ଏବେ କାର୍ଯ୍ୟକ୍ଷମ ରହିଛି । ୮୭ ଖଣି କାର୍ଯ୍ୟକ୍ଷମ ନ ଥିବା ବେଳେ ୧୦ଟି ଅସ୍ଥାୟୀ ଭାବେ ବନ୍ଦ ରହିଛି। ଗୋଟିଏ ଖଣିକୁ ସରେଣ୍ଡର କରାଯାଇଛି। ଅସ୍ଥାୟୀ ଭାବରେ ଖଣିଜପଥର ପରିବହନ ପାଇଁ ଗୋଟିଏ ମାତ୍ର ଖଣିକୁ ଅନୁମତି ମିଳିଛି। ଖଣି ଦୁର୍ନୀତି ନେଇ ଖୋଳତାଡ ପରେ ଏହି ଜିଲାରେ ଖଣି ଇଲାକାର ଦୃଶ୍ୟପଟ ବଦଳି ଯାଇଛି। ସୂଚନା ଅନୁୟାୟୀ ବେଆଇନ ଖଣି କାମ ହୋଇଥିବାରୁ ସାରଦା କମ୍ପାନୀ ଉପରେ ୧୯୮୩.୮୬ କୋଟି, ଏସେଲ ମାଇନିଂ ଉପରେ ୧୧୦୨.୬୩ କୋଟି, ମେସ୍କୋ ଉପରେ ୯୨୪.୭୫ କୋଟି, ପଟ୍ଟନାୟକ ମିନେରାଲ ଉପରେ ୪୮୦.୧୪ କୋଟି, ଜରିମାନା ଧାର୍ଯ୍ୟ କରାଯାଇଛି। ସେହିପରି ଓଏମସି ଉପରେ ୨୧୭୭.୯୬ କୋଟି, ଆରପି ସାଓ ୧୧୨୭.୦୧ କୋଟି, ସିରାଜଉଦ୍ଦିନ ଉପରେ ୭୫୫.୨୪ କୋଟି, କେଜେଏସ ଆହୁଲଓାଲିଆ ୭୧୯.୧୯ କୋଟି, ବିପିଏମଇ ଉପରେ ୮୩୮.୦୮ କୋଟି, ରୁଙ୍ଗଟା ମାଇନସ ଉପରେ ୨୯୧.୪୨ କୋଟି, ଟିସ୍କୋ ଉପରେ ୬୧୪.୪୧ କୋଟି, ଓଏମଡିସି ଉପରେ ୬୪୨.୯୪ କୋଟି ଜରିମାନା ହୋଇଛି। ଇନ୍ଦ୍ରାଣୀ ପଟ୍ଟନାୟକ ଖଣି ଉପରେ ୧୬୧.୩୫ କୋଟି, ରୁଙ୍ଗଟା ସନ୍ସ ଉପରେ ୩୬୬.୭୯ କୋଟି, ଏମଏଲ ରୁଙ୍ଗଟା ୧୦୬.୧୩ କୋଟି, କେଏମସି ଉପରେ ୨୦୧.୦୯ କୋଟି , ଗୀତାଞ୍ଜଳି ମହାନ୍ତି ଖଣି ଉପରେ ୧୮୫.୯୫ କୋଟି ଜରିମାନା ହୋଇଥିବା ବେଳେ ଗନ୍ଧମାର୍ଦ୍ଦନ ସ୍ପଞ୍ଜ ଆଇରନ ଲିଃ ଉପରେ ୨୭୩.୧୨ କୋଟି, ବିକେ ମହାନ୍ତି ଖଣି ଉପରେ ୩୮୪.୭୫ କୋଟି, ନ୍ୟାଶନାଲ ଇଣ୍ଟରପ୍ରାଇଜେସ ଉପରେ ୪୦୨.୧୨ କୋଟି ଟଙ୍କା ଜରିମାନା ଅନାଦେୟ ହୋଇ ପଡିଛି। ଅନୁରୂପ ଭାବେ ଡ. ସରୋଜିନୀ ପ୍ରଧାନ ଖଣି ଉପରେ ୨୧୬.୮୬ କୋଟି, କେଏନ ରାମ ଉପରେ ୨୩୬.୩୬ କୋଟି, ମାଲ ରାୟ ଖଣି ଉପରେ ୨୨୩.୫୭ କୋଟି, ଜିନ୍ଦଲ ଉପରେ ୧୩୭.୮୨ କୋଟି, କେପି ଏଣ୍ଟରପ୍ରାଇଜେସ ଉପରେ ୧୯୮.୧୮ କୋଟି, ଡିଆର ପଟ୍ଟନାୟକ ଖଣି ଉପରେ ୭୪.୦୧ କୋଟି, ଏଏମଟିସି ଉପରେ ୧୪୬.୪୩ କୋଟି, ଏସଏନ ମହାନ୍ତି ଖଣି ଉପରେ ୧୫୧.୦୬ କୋଟି, ଜେଏନ ପଟ୍ଟନାୟକ ଖଣି ଉପରେ ୧୨୩.୮୭ କୋଟି, ଏଚ୍‌ଜି ପାଣ୍ଡିଆ ଖଣି ଉପରେ ୮୬.୪୧ କୋଟି, ବିସି ଦେବ ଖଣି ଉପରେ ୧୧୬. ୮୪ କୋଟ ଜରିମାନା କରାଯାଇଛି। ସେହିପରି ଟିବି ଲାଲ ଖଣି ଉପରେ ୯୩.୦୪ କୋଟି, ଏମଜି ମହାନ୍ତି ଖଣି ଉପରେ ୩୨.୬୭ କୋଟ ଏବଂ ଅର୍ଜୁନ ଲୋଧା ଖଣି ଉପରେ ୬୩.୪୩ କୋଟି ଜରିମାନା ଧାର୍ଯ୍ୟ ହୋଇଥିବା ଜଣାପଡିଛି । ଅଦ୍ୟାବଧି ମାତ୍ର ୪ ଖଣି ସଂସ୍ଥା ଜରିମାନା ଅର୍ଥ ଜମା କରିସାରିଥିବା ବେଳେ ଅନ୍ୟମାନଙ୍କ ହାତରେ ଆଉ ମାତ୍ର ଏକ ସପ୍ତାହ ସମୟ ରହିଛି। ସୂଚନାଯୋଗ୍ୟ ଯେ ମାଇନିଂ ଆଣ୍ଡ ମିନେରାଲ ଡେଭେଲପମେଣ୍ଟ ଆକ୍ଟ ସେକ୍ସନ ୨୧(୫) ରେ ଏହି ଜରିମାନା ଆଦାୟ କରାଯାଉଛି। ଜରିମାନା ଦେବା ସମୟ ପାଖେଇ ଆସୁଥିବାରୁ ଖଣିସଂସ୍ଥାଗୁଡିକ ଲାଗି ଏଥର ବଡଦିନ ଓ ନବବର୍ଷ ଉତ୍ସବ ପାଳନ ଫିକା ପଡିଯାଇଛି।
All Right Reserved By

ବାଲେଶ୍ୱର

  ଭଲିବଲ ଚାମ୍ପିୟନଶିପ :ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ବିଜୟୀ

ଭଲିବଲ ଚାମ୍ପିୟନଶିପ :ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ବିଜୟୀ

ବାରିପଦା ଅଫିସ,୧୦।୧୨-ସପ୍ତମ ରାଜ୍ୟସ୍ତରୀୟ ପୁରୁଷ ଦିବାରାତ୍ର ଭଲିବଲ କ୍ଲବ ଚାମ୍ପିୟନଶିପ୍‌ର ଫାଇନାଲ ମ୍ୟାଚ ରବିବାର ବିଳମ୍ବିତ ରାତିରେ ଅନୁଷ୍ଠିତ ହୋଇଯାଇଛି। 

ଜଳନ୍ତା ଧାନଗଦାରୁ  ମୃତଦେହ ଉଦ୍ଧାର

ଜଳନ୍ତା ଧାନଗଦାରୁ ମୃତଦେହ ଉଦ୍ଧାର

ବାରିପଦା ଅଫିସ/ରାଇରଙ୍ଗପୁର(ଡି.ଏନ.ଏ.),୧୦।୧୨- ଜଳନ୍ତା ଧାନଗଦାରୁ ଉଦ୍ଧାର ହୋଇଛି ଅର୍ଦ୍ଧଦଗ୍ଧ ମୃତଦେହ।  ମୃତଦେହର ପରିଚୟ ମିଳି ପାରି ନ ଥିବା ବେଳେ ତାହା ମହିଳା କି ପୁରୁଷ ବି ଜଣାପଡି ନାହିଁ। 

ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତା: ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟ ଛାତ୍ର ପ୍ରଥମ

ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତା: ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟ ଛାତ୍ର ପ୍ରଥମ

ବାଲେଶ୍ୱର ଅଫିସ, ୧୦।୧୨-ବାଲେଶ୍ୱର ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟର ଯୁକ୍ତ ୨ ଦ୍ୱିତୀୟବର୍ଷ ବିଜ୍ଞାନ ଛାତ୍ର ଶିବମ୍‌ ପାଢ଼ୀ ଓ ଦିବ୍ୟ ମାନସ ଜେନା ଭୁବନେଶ୍ୱରସ୍ଥିତ ସୃଷ୍ଟି ଏକାଡ଼େମୀ ଅଫ୍‌ ମ୍ୟାନେଜମେଣ୍ଟ ପରିସରରେ ଗତ ଡିସେମ୍ବର ୯ତାରିଖରେ ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଚାମ୍ପିୟନ ହୋଇଛନ୍ତି।

ସୁନା ଅଳଙ୍କାର, ଟଙ୍କା ଚୋରି

ସୁନା ଅଳଙ୍କାର, ଟଙ୍କା ଚୋରି

ପଦ୍ମପୁର, ୧୦।୧୨ (ଡି.ଏନ.ଏ.) - ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ମିଶ୍ରପୁର ଗ୍ରାମର ଶ୍ୟାମସୁନ୍ଦର ଦତ୍ତଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି ହୋଇଛି। ଏନେଇ ନାୟକାଣିଡିହୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରୁଛି। 

ଟିଲୋରେ ଖୋଲିଲା ଧାନମଣ୍ଡି

ଟିଲୋରେ ଖୋଲିଲା ଧାନମଣ୍ଡି

ବନ୍ତ, ୧୦।୧୨ (ଡି.ଏନ.ଏ.) - ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ବନ୍ତ ଶାଖା ଅଧୀନ ଟିଲୋ ସେବା ସମବାୟ ସମିତିରେ ସୋମବାର ଜିଲାପାଳ ଜ୍ଞାନରଞ୍ଜନ ଦାଶଙ୍କ ଦ୍ୱାରା ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଛି।

୭ ଚୋରା ମଦ ବେପାରୀ ଗିରଫ

୭ ଚୋରା ମଦ ବେପାରୀ ଗିରଫ

ନୀଳଗିରି, ୧୦ା୧୨(ଡି.ଏନ.ଏ.)-ନୀଳଗିରି  ଅବକାରୀ ବିଭାଗ ପକ୍ଷରୁ ଥାନାର ବିଭିନ୍ନ ଗାଁରେ ସୋମବାର ଚଢାଉ କରାଯାଇ ୭ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ସମୁଦାୟ ୪୪ଲିଟର ଦେଶୀ ମହୁଲି ମଦ ଜବତ ହୋଇଛି। 

କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ: ଏ-୧ ଟିମ୍‌ ଚାମ୍ପିୟନ

କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ: ଏ-୧ ଟିମ୍‌ ଚାମ୍ପିୟନ

ତିହିଡ଼ି, ୧୦।୧୨ (ଡି.ଏନ.ଏ.) - ତିହିଡ଼ି ବ୍ଲକ ବିଜୁ ଯୁବବାହିନୀ ପକ୍ଷରୁ ଚାଲିଥିବା ବ୍ଲକସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଏ-୪ ଟିମ୍‌କୁ ୨ ଉଇକେଟରେ ହରାଇ ଏ-୧ ଚାମ୍ପିୟନ ହୋଇଛି। ଭାଟପଡ଼ା, ମୁକୁନ୍ଦପୁର, ସୟା ଓ ବାହାବଳପୁର ପଞ୍ଚାୟତର ୧୧ ଖେଳାଳିଙ୍କୁ ନେଇ ଗଠିତ ଏ-୪ ଟିମ୍‌ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। 

ଖାନ୍‌କାହାଠାରେ ଫାତେହା ସମାରୋହ

ଖାନ୍‌କାହାଠାରେ ଫାତେହା ସମାରୋହ

ଭଦ୍ରକ ଅଫିସ, ୧୦।୧୨ - ଭଦ୍ରକ ବାଇପାସ୍‌ ରୋଡସ୍ଥିତ ଗୁଲସନେ ଗୌସପାକ, ଖାନ୍‌କାହା ପରିସର ଓ ବାହାରେ ଫାତେହା ସମାରୋହ ଅନୁଷ୍ଠିତ ହୋଇଯାଇଛି।   ଏନ୍‌ପିଜି ତରଫରୁ ପୃଥିବୀ ପ୍ରସିଦ୍ଧ ବଡ଼ ପୀରବାବା (ଗୌସପାକ)ର:ଅଙ୍କ ଚନ୍ଦ୍ର ଗଣନା ଅନୁଯାୟୀ ଏଗାରୁଇଁ ମାସର ଚନ୍ଦ୍ରର ପ୍ରଥମ ଦିନରେ ଫାତେହା ପ୍ରସାଦ (ଲଙ୍ଗର)ର ଆୟୋଜନ କରାଯାଇଥିଲା। 

ଅଗ୍ନି ୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଅଗ୍ନି ୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ/ବାଲେଶ୍ୱର ଅଫିସ,୧୦।୧୨: ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ଅଗ୍ନି ୫ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଓଡ଼ିଶାର ଚାନ୍ଦିପୁରଠାରେ ଥିବା ଡ. ଅବଦୁଲ କଲାମ କ୍ଷେପଣାସ୍ତ୍ର ଘାଟିରୁ ଏହାକୁ ସୋମବାର ଦିନ ପ୍ରାୟ ୧ଟା ୩୦ ମିନିଟରେ ପରୀକ୍ଷଣ କରାଯାଇଛି।

 ଜାତୀୟ ମାନବାଧିକାର  ଦିବସ

ଜାତୀୟ ମାନବାଧିକାର ଦିବସ

ଭଦ୍ରକ ଅଫିସ,୧୦।୧୨:  ଭଦ୍ରକ ଜିଲା ଆଇନ ସେବା ପ୍ରାଧିକରଣ  ପକ୍ଷରୁ ଜାତୀୟ ମାନବାଧିକାର ଦିବସ ସୋମବାର ପାଳିତ ହୋଇଯାଇଛି l

ଭାଜପା ମହିଳା ମୋର୍ଚ୍ଚା  ପକ୍ଷରୁ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଇସ୍ତଫା  ଦାବି

ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଇସ୍ତଫା ଦାବି

ଭଦ୍ରକ ଅଫିସ,୧୦।୧୨: ଭଦ୍ରକ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଉପଜିଲାପାଳଙ୍କ ଅଫିସ ସମ୍ମୁଖରେ ସୋମବାର ପ୍ରତିବାଦ ସଭା ଆୟୋଜନ କରାଯାଇଛି।

ଅତିରିକ୍ତ ଜିଲାପାଳଙ୍କ  ଅଭିଯୋଗ ଶୁଣାଣି

ଅତିରିକ୍ତ ଜିଲାପାଳଙ୍କ ଅଭିଯୋଗ ଶୁଣାଣି

ଭଦ୍ରକ ଅଫିସ,୧୦।୧୨:  ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ଅତିରିକ୍ତ ଜିଲାପାଳଙ୍କ  ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।