ବାଲେଶ୍ୱର

ଅଳତୀ୍କୁ ହରାଇ ଧର୍ମଶାଳା ଚାମ୍ପିୟନ

ଅଳତୀ୍କୁ ହରାଇ ଧର୍ମଶାଳା ଚାମ୍ପିୟନ

ଘସିପୁରା,୨୩।୧୨(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅଳତୀ ବେଲସୁନ୍ଦରୀ ମହାବୀର କ୍ରିକେଟ୍‌ କ୍ଲବ ଆନୁକୂଲ୍ୟରେ ୫ମ ବାର୍ଷିକ ଗୋଲଡେନ୍‌ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ୍‌ର ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଟିତ ହୋଇଯାଇଛି। ଏହ୍‌ ମ୍ୟାଚ୍‌ରେ ଅଳତୀ ସ୍ପୋର୍ଟସ୍‌ କ୍ଲବକୁ ହରାଇ ଧର୍ମଶାଳା କ୍ରିକେଟ୍‌ କ୍ଲବ, ଜାରକା ଚାମ୍ପିୟନ୍‌ ଆଖ୍ୟା ଅର୍ଜନ କରିଛି। ଅଳତୀ ପ୍ରଥମେ ଟସ୍‌ ଜିତ୍‌ ବ୍ୟାଟିଂ ନିଷ୍ପତ୍ତି ନେଇ ୧୬.୨ ଓଭରରେ ସମସ୍ତ ଓ୍ବିକେଟ୍‌ ହରାଇ ୧୪୮ ରନ୍‌ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଭିଜିତ୍‌ ଜେନା ସର୍ବାଧିକ ୪୦ ରନ୍‌ ସଂଗ୍ରହ କରିଥିଲେ। ଏହାର ଜବାବରେ ଧର୍ମଶାଳା କ୍ରିକେଟ୍‌ କ୍ଲବ ୧୮.୨ ଓଭରରେ ଆବଶ୍ୟକ ରନ୍‌ ସଂଗ୍ରହ କରି ଚାମ୍ପିୟନ୍‌ ହୋଇଥିଲା। ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ଭାବେ ସ୍ପୋଟର୍‌ସ କ୍ଲବର ବୈଲୋଚନ ସ୍ବାଇଁ ଏବଂ ଧର୍ମଶାଳା ର ବିନୋଦ ବାରିକ୍‌ ୫ ଓ୍ବିକେଟ୍‌ ଏବଂ ୭୦ ରନ୍‌ ସଂଗ୍ରହ କରି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଭାବେ ଘୋଷିତ ହୋଇଥିଲେ। ଏହି ଉପଲକ୍ଷେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଏବଂ ସମ୍ମାନନୀୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସେବତୀଲତା ବରାଳ ଯୋଗଦେଇ ଚାମ୍ପିୟନ୍‌ ଓ ରନର୍ସ ଅପ୍‌ ଦଳକୁ ନଗଦ ରାଶି ପୁରସ୍କାର ସହ ଟ୍ରଫି ପ୍ରଦାନ କରିଥିଲେ। ଏହି ମ୍ୟାଚ୍‌ କୁ ବଦ୍ରିନାରାୟଣ ଦଳେଇ ଓ ହିମାଂଶୁ ସାହୁ ଅମ୍ପାୟାର୍‌ ଭାବେ ପରିଚାଳନା କରିଥିଲେ। ସ୍କୋରର ଭାବେ ଅସୀତ୍‌ ଦାସ, ସୂର୍ଯ୍ୟନାରାୟଣ ସ୍ବାଇଁ ଦାୟିତ୍ୱ ତୁଲାଥିଲେ।

All Right Reserved By

ବାଲେଶ୍ୱର

ଝିଅ ଜନ୍ମ ଦିନରେ ୧୧୦ ବୃକ୍ଷ ରୋପଣ

ଗୋପବନ୍ଧୁନଗର, ୧୯।୭(ଡି.ଏନ୍‌.ଏ):ଗୋପବନ୍ଧୁନଗର ବ୍ଲକ ଅର୍ନ୍ତଗତ ପଶୁଦା ଗାଁର ଅସିତ କୁମାର ଲେଙ୍କା ନିଆରା ଢଙ୍ଗରେ ପାଳିଛନ୍ତି ନିଜ ଝିଅର ତୃତୀୟ ଜନ୍ମଦିନ।

 କାଠ  ବୋଝେଇ ପିକ୍‌ଅପ ଜବତ

କାଠ ବୋଝେଇ ପିକ୍‌ଅପ ଜବତ

ବେତନଟୀ,୧୯ା୭.(ଡି.ଏନ.ଏ)-ବେତନଟୀ ବନାଞ୍ଚଳ ଅଧିକାରୀ ଘନଶ୍ୟାମ ସିଂଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ୍‌ ଗୁରବାର ଗଡଦେଉଳିଆ ନିକଟରୁ ଏକ ଚୋରା କାଠ ଗଣ୍ଡି ବୋଝେଇ ପିକ୍‌ଅପ ଜବତ କରିଛି।

୯୦ ପ୍ରତିଶତରୁ ଅଧିକ ମାର୍କ ରଖିଲେ ସମ୍ବର୍ଦ୍ଧିତ ହେବେ

ବାରିପଦା ଅଫିସ,୧୯।୭- ମାଟ୍ରିକ ପରିକ୍ଷାରେ ୯୦ ପ୍ରତିଶତରୁ ଅଧିକା ମାର୍କ ରଖିଲେ ଜିଲା ସ୍ତରରେ ସମ୍ମାନିତ ହେବେ ଦଶମ ଶ୍ରେଣୀ ଛାତ୍ରୀଛାତ୍ର। ଏପରି ଭାବେ ମୟୂରଭଞ୍ଜ ଜିଲା ଛାତ୍ରୀଛାତ୍ରଙ୍କୁ ପ୍ରୋତ୍ସାହିତ କରିଛନ୍ତି ଜିଲା ଶିକ୍ଷା ଅଧିକାରି ରଞ୍ଜନ କୁମାର ଗିରି ।

ପଥର ଖଣି ବନ୍ଦ, ଶ୍ରମିକ ହତାଶ

ପଥର ଖଣି ବନ୍ଦ, ଶ୍ରମିକ ହତାଶ

ରାଇସୁଆଁ, ୧୯।୭(ଡି.ଏନ.ଏ.): କେନ୍ଦୁଝର ଜିଲାରେ ଖଣିଖାଦାନ ଥାଇ ଶିକ୍ଷିତ ବେକାରୀ ସମସ୍ୟା ବୃଦ୍ଧି ପାଉଛି। ଲୋକେ କାମ ନ ପାଇ ବାହାର ରାଜ୍ୟକୁ ଦାନ ଖଟିବାକୁ ଯାଇ ନିଯ୍ୟାତନାର ଶିକାର ହେଉଛନ୍ତି।

ସାପ କାମୁଡ଼ାରେ ଜୁଆଙ୍ଗ ମହିଳାଙ୍କ ମୃତ୍ୟୁ

ତେଲକୋଇ, ୧୯।୭(ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ଥାନା ବିମଳା ପଞ୍ଚାୟତ ନମକାନି ଜୁଆଙ୍ଗ ବସ୍ତିରେ ବୁଧୁବାର ରାତିରେ ଏକ ବିଷାକ୍ତ ସାପ କାମୁଡ଼ାରେ ଜଣେ ଜୁଆଙ୍ଗ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରଶ୍ମି ଜୁଆଙ୍ଗ(୩୫)।

ଗଛ ପଡ଼ି ରାସ୍ତା ଅବରୋଧ, ଯାତାୟାତ ଠପ

ଗଛ ପଡ଼ି ରାସ୍ତା ଅବରୋଧ, ଯାତାୟାତ ଠପ

ତେଲକୋଇ, ୧୯।୭(ଡି.ଏନ.ଏ.): ତେଲକୋଇ ମୁଖ୍ୟାଳୟ ଦଂଦୁଆମୁଣ୍ଡା ଗ୍ରାମ ରାସ୍ତାରେ ଏକ ବିରାଟ ଆମ୍ବ ଗଛ ପଡି ରହିଛି। ଫଳରେ ରାସ୍ତା ଅବରୋଧ ହୋଇଛି। ଶିବନାରାୟଣପୁର ଗୋଡା ଓ ତାଳପଦା ପଞ୍ଚାୟତ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ୮ ହଜାରରୁ ଊର୍ଦ୍ଧ୍ୱ ଲୋକେ ହଇରାଣ ହେଉଛନ୍ତି। ସ୍କୁଲ, କଲେଜ ଓ ସ୍ବାସ୍ଥ୍ୟକେନ୍ଦ୍ରକୁ ଲୋକେ ଆସି ପାରୁନାହାନ୍ତି।

୩ବର୍ଷ ହେଲା ଅଙ୍ଗନଓ୍ବାଡି ପାଚିକା ପଦବୀ ଖାଲି: କେନ୍ଦ୍ରରେ ତାଲା ପକାଇବାକୁ ଚେତାବନୀ

ବେତନଟୀ,୧୯।୭(ଡି.ଏନ.ଏ.)-ବଡସାହି ବ୍ଲକ ଅଧୀନ ବାଗୁଲି-ଢିପାସାହି ଅଙ୍ଗନଓ୍ବାଡି କେନ୍ଦ୍ରରେ ପ୍ରାୟ ୩ ବର୍ଷରୁ ଊର୍ଦ୍ଧ୍ୱ ହେଲା ସହ କର୍ମୀ ପଦବୀ ଖାଲି ପଡିଛି। କେନ୍ଦ୍ରରେ ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ଶିଶୁ ପଢୁଥିବା ବେଳେ ସେମାନଙ୍କ ପାଠପଢା, ଯତ୍ନ ନେବା, ଖାଇବାକୁ ଦେବାରେ ଅବହେଳା ହେଉଥିବା ଅଭିଯୋଗ ହୋଇଆସୁଛି। ଏହାବ୍ୟତୀତ ଶିକ୍ଷୟିତ୍ରୀଜଣକ ସରକାରୀ କାମରେ ବାହାରକୁ ପଳାଇଲେ, ଛୋଟ ଛୋଟ ପିଲାମାନେ ଏକୁଟିଆ କେନ୍ଦ୍ରରେ ବସିବା ସହ ନ ଖାଇ ଅସୁରକ୍ଷିତ ଭାବେ ଘରକୁ ଫେରୁଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏ ବିଷୟରେ ଗ୍ରାମବାସୀ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି। ତୁରନ୍ତ ଏହାର ସମାଧାନ ପନ୍ଥା ବାହାର କରା ନ ଗଲେ ଗ୍ରାମରେ ଏକ ଜରୁରୀ ବୈଠକ ବସି ଉକ୍ତ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ମାରିବା ପାଇଁ ନିଷ୍ପତି ହୋଇଛି।

‘ନିପା’ ଆତଙ୍କ: ଗୋଆରୁ ଫେରିଲେ ଆଉ ୬ ଯୁବକ

ବାଲିଆପାଳ,୧୯।୭(ଡି.ଏନ.ଏ.)-ଗୋଆରେ ଏବେ ନିପା ଭାଇରସ୍‌ ଆତଙ୍କ ଖେଳିଯାଇଛି। ଗୋଆରେ କାମ କରୁଥିବା ଭୋଗରାଇ ବ୍ଲକର ନିମାତପୁର ଗାଁର ଦୁଇ ଯୁବକଙ୍କ ମୃତ୍ୟୁ ହେବା ପରେ ସେଠାରେ କାମ କରୁଥିବା ବାଲିଆପାଳ ଥାନା ବଢ଼ାପାଳ ଗ୍ରାମର ୬ ଜଣ ଯୁବକ ବୁଧବାର ଘରକୁ ଫେରିଆସିଛନ୍ତି। ସେମାନେ ହେଲେ ବଢ଼ାପାଳ ଗ୍ରାମର ଜୟନ୍ତ ଜେନା (୧୭), ଜଗବନ୍ଧୁ ଜେନା (୧୯), ରମାନାଥ ଜେନା (୪୦), ରତିକାନ୍ତ ଜେନା (୩୩), ସମୀରଞ୍ଜନ ଜେନା (୧୭) ଓ ଅମର ଜେନା (୨୦)। ଏ ସମ୍ପର୍କରେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଜଣାଯିବା ପରେ ଏକ ଡାକ୍ତରୀ ଦଳ ବଢ଼ାପାଳ ୧ନଂ. ଅଙ୍ଗନୱାଡ଼ି କେନ୍ଦ୍ରରେ ପହଞ୍ଚତ୍ ଗୋଆ ଫେରନ୍ତା ୬ ଜଣଙ୍କର ରକ୍ତ ନମୁନା ସଂଗ୍ରହ କରିଛନ୍ତି।

ବିଦ୍ୟୁତ୍‌ ଆଘାତରେ ଯୁବକଙ୍କ ପ୍ରାଣ ଗଲା

ଭୋଗରାଇ,୧୯।୭(ଡି.ଏନ.ଏ.)-ଭୋଗରାଇ ଥାନା ଦେଉଳା ଗ୍ରାମର ଗୋପାଳ ବେହେରା (୩୫) ବୁଧବାର ରାତିରେ ବିଦ୍ୟୁତ୍‌ ନ ଥିବା ଅବସ୍ଥାରେ ସାତଗୋହଳିଆ ଗ୍ରାମରେ ଥିବା ଟ୍ରାନ୍ସଫର୍ମରରେ କାମ କରୁଥିଲେ। ହଠାତ୍‌ ବିଦ୍ୟୁତ୍‌ ଆସିଯିବାରୁ ବିଦ୍ୟୁତ୍‌ ସ୍ପର୍ଶରେ ତାଙ୍କର ମୃତ୍ୟୁ ଘଟିଛି।

୩୪୩ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

୩୪୩ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ସିମୁଳିଆ,୧୯।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ସମ୍ମିଳନୀ କକ୍ଷରେ ଗୁରୁବାର ମୋଟ ୩୪୩ ଭିନ୍ନକ୍ଷମ, ବିଧବା ଓ ବୟସ୍କ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା। ଏହି ଅବସରରେ ବିଡ଼ିଓ ଦାୟିତ୍ୱରେ ଥିବା ସିମୁଳିଆ ତହସିଲଦାର ଗୋପୀନାଥ କୁଅଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ପ୍ରଥମ ପର୍ଯ୍ୟାୟରେ ନୂତନ ରୂପେ ନିରୁପିତ ହୋଇଥିବା ବିଭିନ୍ନ ପଞ୍ଚାୟତର ହିତାଧିକାରୀମାନଙ୍କୁ କାର୍ଡ଼ ଓ ଭତ୍ତା ବଣ୍ଟନ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ଏମ୍‌ପି ପ୍ରତିନିଧି କ୍ଷୀତିଶ କୁମାର ମହାନ୍ତି, ବ୍ଲକ ଅଧ୍ୟକ୍ଷା ଧରିତ୍ରୀ ମହାରଣା, ଉପାଧ୍ୟକ୍ଷ ଗୌରାଙ୍ଗ ଚନ୍ଦ୍ର ପତ୍ରୀଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ଯୋଗ ଦେଇଥିଲେ।

ରାଇଁସୁଆରେ ‘ଆମ ଗଁ। ଆମ ବିକାଶ’ ଶୁଭାରମ୍ଭ

ରାଇଁସୁଆରେ ‘ଆମ ଗଁ। ଆମ ବିକାଶ’ ଶୁଭାରମ୍ଭ

ବାଲେଶ୍ୱର ଅଫିସ,୧୯।୭-ବାଲେଶ୍ୱର ସଦର ବ୍ଲକ ରାଇଁସୁଆ ପଞ୍ଚାୟତରେ ‘ଆମ ଗଁ। ଆମ ବିକାଶ’ ଯୋଜନାରେ ୨୫ ଲକ୍ଷ ଟଙ୍କା ବ୍ୟୟରେ ୧୦ଟି ପ୍ରକଳ୍ପ ଲାଗି ଗୁରୁବାର ସଦର ବିଧାୟକ ଜୀବନ ପ୍ରଦୀପ ଦାଶ ଶୁଭ ଦେଇଛନ୍ତି।

ସ୍କୁଲ ଫେରନ୍ତା ଛାତ୍ରୀଛାତ୍ରଙ୍କ ଉପରେ ଟ୍ରକ ମାଡ଼ିଗଲା:୪ ମୃତ, ୫ ଗୁରୁତର

ସ୍କୁଲ ଫେରନ୍ତା ଛାତ୍ରୀଛାତ୍ରଙ୍କ ଉପରେ ଟ୍ରକ ମାଡ଼ିଗଲା:୪ ମୃତ, ୫ ଗୁରୁତର

ଭଦ୍ରକ ଅଫିସ,୧୯।୭-ସ୍କୁଲ ଛୁଟି ପରେ ସାଇକେଲରେ ଘରକୁ ଫେରୁଥିବା ୯ଜଣ ଛାତ୍ରୀଛାତ୍ରଙ୍କ ଉପରେ ଏକ ୧୦ଚକିଆ ଟ୍ରକ ମାଡ଼ିଯିବାରୁ ୪ଜଣ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୫ଜଣ ଛାତ୍ରୀଛାତ୍ର ଗୁରୁତର ଆହତ ହୋଇଛନ୍ତି। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଭଦ୍ରକ ସହର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ରାହାଞ୍ଜ ଛକରେ ଗୁରୁବାର ଅପରାହ୍ନରେ ଘଟିଛି। ସାରା ସହର ଏଥିରେ ସ୍ତବ୍ଧ ହୋଇଯାଇଛି।

Model This Week

ରୂପେଶ