
ବାହାନଗା,୨୩।୧୨(ଡି.ଏନ.ଏ.)-ସର୍ବଭାରତୀୟ ସର୍ବେକ୍ଷଣ ମାଧ୍ୟମରେ ବାହାନଗା ବ୍ଲକ ପଣପଣା ପଞ୍ଚାୟତ ପଣପଣା ଗ୍ରାମକୁ ଡିଜିଟାଲ ଗ୍ରାମ ଭାବେ ମାନ୍ୟତା ପାଇଛି। ନିକଟରେ ଡିଜିଟାଲ ଗ୍ରାମ ଭାବେ ମନୋନୀତ ହୋଇଥିବା ୭୦ ଗ୍ରାମ ମଧ୍ୟରେ ପଣପଣା ସ୍ଥାନ ପାଇଛି । ଏହି ଉପଲକ୍ଷେ ସ୍ଥାନୀୟ ୟୁକୋ ବ୍ୟାଙ୍କ ପରିସରରେ ଆୟୋଜିତ ବୈଠକରେ ବ୍ୟାଙ୍କ ପରିଚାଳକ ଶୁଭେନ୍ଦୁ ପ୍ରଧାନ ଓ ଆଇଟିଓ ନିବେଦିତା ଭୋଇ ଏହା ସୂଚନା ଦେଇଥିଲେ । ତେବେ ଡିଜିଟାଲ ଗ୍ରାମର ମାନ୍ୟତା ପାଇବା ପରେ ସେଥିରେ ଯେଉଁସବୁ ସୁବିଧା ପାଇବାକୁ ଅଛି ତାହା ବ୍ୟାଙ୍କ ମାଧ୍ୟମରେ ପାଇପାରିବେ ଓ ପଞ୍ଚାୟତରେ ୱାଇଫାଇ ବ୍ୟବସ୍ଥା ମଧ୍ୟ ଯୋଗାଇ ଦିଆଯିବ ବୋଲି ବ୍ୟାଙ୍କ ତରଫରୁ ଉପସ୍ଥିତ ଗ୍ରାମର ମହିଳା ଓ ପୁରୁଷ ଓ ଯୁବକମାନଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ପଞ୍ଚାୟତ ତରଫରୁ ବ୍ୟାଙ୍କକୁ ଆବଶ୍ୟକ ଗୃହ ଓ ଅନ୍ୟାନ୍ୟ ସରଞ୍ଜାମ ଯୋଗାଇ ଦେବା ପାଇଁ ସ୍ଥାନୀୟ ସରପଞ୍ଚ ସୁନୀତା ଦାଶ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତ୍ତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ନାଏବ ସରପଞ୍ଚ ଦିଲୀପ କୁମାର ଦାସ, ସରପଞ୍ଚ ସୁନୀତା ଦାଶ, ଭବାନୀ ଶଙ୍କର ଦାଶଙ୍କ ସମେତ ପଞ୍ଚାୟତର ୱାର୍ଡସଭ୍ୟାସଭ୍ୟ ଯାଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ୟାଙ୍କ କର୍ମଚାରୀ ସ୍ବାଗତିକା ମହାପାତ୍ର, ମନୋଜ କୁମାର ଧଳ, କପିଳେନ୍ଦ୍ର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ୟୁକୋ ବ୍ୟାଙ୍କ ଶାଖା ପରିଚାଳକ ଶୁଭେନ୍ଦୁ ପ୍ରଧାନ ଧନ୍ୟବାଦ ଦେଇଥିଲେ ।