ବାଲେଶ୍ୱର

ବାଇକ ଆରୋହୀଙ୍କଠାରୁ ୨୨ହଜାର ଲୁଟ୍‌

ବାଇକ ଆରୋହୀଙ୍କଠାରୁ ୨୨ହଜାର ଲୁଟ୍‌

ବସ୍ତା,୨୩।୧୨(ଡି.ଏନ୍‌.ଏ.)-ବସ୍ତାବଜାର ମୁଖ୍ୟ ରାସ୍ତାରେ ଜଣେ ବାଇକ ଆରୋହୀଙ୍କଠାରୁ ଶନିବାର ଅପରାହ୍ନରେ ଦୁଇ ୨ ଦୁର୍ବୃତ୍ତ ୨୨ହଜାର ଟଙ୍କା ସହ କିଛି ସାମଗ୍ରୀ ଲୁଟି ନେଇଛନ୍ତି। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। କୁରାଢ଼ିଆ ଗାଁର ହୃଷିକେଶ ବାରିକ ନେସ୍‌କୋ ବିଦ୍ୟୁତ ବିଭାଗ ରୂପ୍‌ସା ସେକ୍ସନର ମଲ୍ଲିସାହି କ୍ୟାମ୍ପରେ ବିଦ୍ୟୁତ ବିଲ ପ୍ରଦାନ ସାଙ୍ଗକୁ ବିଲ ଟଙ୍କା ସଂଗ୍ରହ କାର୍ଯ୍ୟ କରନ୍ତି। ସେ ରାସ୍ତାପାର୍ଶ୍ୱରେ ବାଇକ୍‌ ପାଖରେ ତାଙ୍କ ପୁଅକୁ ଛିଡା କରାଇ ପାଖ ଦୋକାନରୁ ଜିନିଷ କିଣାକିଣି କରୁଥିବା ବେଳେ ଏକ ବାଇକ୍‌ରେ ୨ଜଣ ଦୁର୍ବୃତ୍ତ ପହଞ୍ଚି ତାଙ୍କ ପୁଅକୁ ଠେଲିଦେଇ ବାଇକରୁ ବ୍ୟାଗକୁ ଝାମ୍ପିନେଇ ପଳାଇଥିଲେ।

All Right Reserved By

ବାଲେଶ୍ୱର

ବର୍ଷାକୁ ଖାତିର କଲେନି: ବିକ୍ଷୋଭ ଶୋଭାଯାତ୍ରା କଲେ ଅଙ୍ଗନଓ୍ବାଡି କର୍ମୀ

ବର୍ଷାକୁ ଖାତିର କଲେନି: ବିକ୍ଷୋଭ ଶୋଭାଯାତ୍ରା କଲେ ଅଙ୍ଗନଓ୍ବାଡି କର୍ମୀ

ବାଲେଶ୍ୱର ଅଫିସ,୧୭।୭-ପ୍ରବଳ ବର୍ଷା ସତ୍ତ୍ୱେ ସହସ୍ରାଧିକ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ସୋମବାର ବାଲେଶ୍ୱର ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜ୍ୟ ସରକାରଙ୍କର ଅଙ୍ଗନୱାଡ଼ି କେନ୍ଦ୍ରର ହିତାଧିକାରୀମାନଙ୍କ ପାଇଁ ଗରମ ରନ୍ଧାଖାଦ୍ୟ ଓ ଅଧିକ ଅଣ୍ଡା ପ୍ରଦାନ ନିମିତ୍ତ ଯେଉଁ ନୂତନ ନୀତି ଧାର୍ଯ୍ୟ କରିଛନ୍ତି, ସେଥିପାଇଁ ଅଧିକ ଅର୍ଥ ବରାଦ କରି ନ ଥିବାରୁ ଜିଲାରେ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରଖାଯାଇଛି।

ପଘାର ଗାଁରେ ହାତୀ ଉପଦ୍ରବ

ପଘାର ଗାଁରେ ହାତୀ ଉପଦ୍ରବ

ଖଇରା, ୧୭।୭(ଡି.ଏନ.ଏ)-ଖଇରା ବ୍ଲକ ବାଉଁଶଗଡିଆ ପଞ୍ଚାୟତ ଓସ୍ତପାଳ ଗାଁର ପଘାର ସାହିରେ ରବିବାର ବିଳମ୍ବିତ ରାତିର ଦନ୍ତା ହାତୀ ପଶି ସିଙ୍ଗରାଇ ମାଝୀଙ୍କ ବାସଗୃହ ନଷ୍ଟ କରିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଛାରଖାର କରିଛନ୍ତି। ପରିବାର ଲୋକେ ଘରେ ଖାଇପିଇ ଶୋଇଥିଲା ବେଳେ ହଠାତ୍‌ ଘରକୁ କେହି ଭାଙ୍ଗୁଥିବାର ଶବ୍ଦ ଶୁଣିବାକୁ ପାଇଥିଲେ।

ବାଲେଶ୍ୱରରେ ଆନ୍ଥ୍ରାକ୍ସ ଭୟ: ରେଳଷ୍ଟେଶନରେ ଗୋଆ ଫେରନ୍ତା ୭ ଅଟକ

ବାଲେଶ୍ୱରରେ ଆନ୍ଥ୍ରାକ୍ସ ଭୟ: ରେଳଷ୍ଟେଶନରେ ଗୋଆ ଫେରନ୍ତା ୭ ଅଟକ

ବାଲେଶ୍ୱର ଅଫିସ,୧୭।୭-ଗୋଆରେ କାମ କରୁଥିବା ବାଲେଶ୍ୱର ୨ଜଣ ଯୁବକଙ୍କ ଆନ୍ଥା୍ରକ୍ସରେ ମୃତ୍ୟୁ ହୋଇଥିବା ଖବର ପ୍ରଚାରିତ ହେବା ପରେ ଏବେ ଜିଲାବାସୀ ଭୟଭୀତ ହୋଇପଡିଛନ୍ତି। ସୋମବାର ରାତି ୭ଟା ୪୦ ମିନିଟ୍‌ ସମୟରେ ଭାସ୍କୋଡ଼ାଗାମାରୁ ହାୱଡ଼ା ଅଭିମୁଖେ ଯାତ୍ରା କରୁଥିବା ଅମରାବତୀ ଏକ୍ସପ୍ରେସ୍‌ ବାଲେଶ୍ୱର ରେଳଷ୍ଟେଶନରେ ପହଞ୍ଚିବା ପରେ ହଠାତ୍‌ ଗୋଆରୁ ଫେରୁଥିବା ଯୁବକମାନଙ୍କୁ ଷ୍ଟେଶନ ମାଷ୍ଟରଙ୍କ ଅଫିସ୍‌କୁ ପହଞ୍ଚିବା ପାଇଁ ମାଇକ୍‌ ଯୋଗେ ଘୋଷଣା କରାଯାଇଥିଲା।

ଜାଇକା ହୋଟେଲ ଉପରକୁ ଗୁଳିମାଡ଼ ଘଟଣା: ଛତିଶଗଡ଼ରୁ ମୁଖ୍ୟ ଅଭିଯୁକ୍ତ ଯଜନଙ୍କ ସମେତ ୨ ଗିରଫ

ଜାଇକା ହୋଟେଲ ଉପରକୁ ଗୁଳିମାଡ଼ ଘଟଣା: ଛତିଶଗଡ଼ରୁ ମୁଖ୍ୟ ଅଭିଯୁକ୍ତ ଯଜନଙ୍କ ସମେତ ୨ ଗିରଫ

ବାଲେଶ୍ୱର ଅଫିସ,୧୭।୭- ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଓଟି ରୋଡ୍‌ସ୍ଥିତ ଜାଇକା ଇଣ୍ଟରନ୍ୟାଶନାଲ ହୋଟେଲ ଉପରକୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ ହୋଇଛି। ମୁଖ୍ୟ ଅଭିଯୁକ୍ତ ସଦର ଥାନା ମେଘଡ଼ମ୍ବରୁ ଗ୍ରାମର ଯଜନ ପାଣିଗ୍ରାହୀ (୨୦) ଓ ତାଙ୍କ ସହଯୋଗୀ ସହଦେବଖୁଣ୍ଟା ଥାନା ନେଳିଆବାଗ ଅଞ୍ଚଳର ସନ୍ଦୀପ କୁମାର ପତି (୧୯)ଙ୍କୁ ଛତିଶଗଡ଼ ରାୟପୁରରୁ ରବିବାର ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଚଢ଼ାଉ କରି ଗିରଫ କରିଛି।

ସାଇକେଲ ଚୋରଙ୍କ ପାଖରୁ ମିଳିଲା ବନ୍ଧୁକ

କେନ୍ଦୁଝର, ୧୬।୭(ସ୍ବ.ପ୍ର)-କେନ୍ଦୁଝର ସହର ବୃନ୍ଦାବନ ବିହାରରେ ସାଇକେଲ ଚୋରି କରୁଥିବା ଜଣେ ବଙ୍ଗାଳୀ ମିସ୍ତ୍ରୀ ପାଖରୁ ବନ୍ଧୁକ ମିଳିବା ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପରେ ସାହି ଲୋକ ଚୋରଙ୍କୁ ପୋଲିସକୁ ଜିମା ଦେଇଛନ୍ତି। ପରେ ପୋଲିସ ମିସ୍ତ୍ରୀ କାମ କରୁଥିବା କେତେକ ଲୋକଙ୍କୁ ଆଣି ପଚରା ଉଚୁରା କରୁଥିବା ଜଣାପଡିଛି। ଧରା ପଡ଼ିଥିବା ଯୁବକ ସ୍ଥାନୀୟ ଜଣେ ଲୋକଙ୍କ ଘରୁ ସାଇକେଲ ଚୋରି କରି ଫେରାର ହୋଇଯାଉଥିଲା। ତାଙ୍କ ପକେଟ ଯାଞ୍ଚ ବେଳେ ଗୁଳି ଭର୍ତ୍ତି ଥିବା ଦେଶୀ ବନ୍ଧୁକ ଦେଖି ଲୋକେ ପୋଲିସକୁ ଜଣାଇଥିଲେ। କେନ୍ଦୁଝର ସହରରେ ଏଭଳି ବନ୍ଧୁକ ଧରି ବେଧଡକ ବୁଲୁଥିବା ଘଟଣା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି।

ମୟୂରଭଞ୍ଜ ସାହିତ୍ୟ ପରିଷଦ ଆଲୋଚନାଚକ୍ର

ମୟୂରଭଞ୍ଜ ସାହିତ୍ୟ ପରିଷଦ ଆଲୋଚନାଚକ୍ର

ବାରିପଦା ଅଫିସ,୧୬ା୭- ମୟୂରଭଞ୍ଜ ସାହିତ୍ୟ ପରିଷଦର ମାସିକ ସାରସ୍ବତ ଆଲୋଚନାଚକ୍ର ସ୍ଥାନୀୟ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ସରପଞ୍ଚଙ୍କୁ ତାଲା ପକାଇଲେ ଗ୍ରାମବାସୀ

ସରପଞ୍ଚଙ୍କୁ ତାଲା ପକାଇଲେ ଗ୍ରାମବାସୀ

ମୋରଡା, ୧୬।୭-ଦୀର୍ଘ ଦିନ ହେବ ମୋରଡା ବ୍ଲକ ଅଧୀନ ପଳାଶମୁଣ୍ଡୁଳି ଗ୍ରାମ ପଞ୍ଚାୟତର ବିଭିନ୍ନ ସମସ୍ୟା ସମାଧାନ ହେଉ ନ ଥିବାରୁ ଉତ୍ତ୍ୟକ୍ତ ଗ୍ରାମବାସୀ ସୋମବାର ସରପଞ୍ଚ ଓ ପଞ୍ଚାୟତ ଅଧିକାରୀଙ୍କୁ ତାଲା ପକାଇ ଦେଇଥିଲେ।

ପୋଖରୀରେ ବୁଡ଼ିଗଲେ ୨ ଶିଶୁକନ୍ୟା

ଘଟଗାଁ, ୧୬ା୭(ଡି.ଏନ.ଏ.): କେନ୍ଦୁଝର ଜିଲା ଘଟଗାଁ ଥାନା ବଡ଼ଜାମୁପଶି ଗ୍ରାମ ପଞ୍ଚାୟତ ନାଳଢିପା ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମ ନିକଟ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ପାଠ ପଢ଼ିବାକୁ ଯାଇଥିବା ୨ ଶିଶୁଙ୍କ ସୋମବାର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି।

ଭାଜପା କୃଷକମୋର୍ଚ୍ଚା ପକ୍ଷରୁ ଘେରାଉ

ବାଲିଆପାଳ,୧୬।୭(ଡି.ଏନ.ଏ.)-ବିହନ ଯୋଗାଣ ମହାଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ସୋମବାର ଜିଲା କୃଷକମୋର୍ଚ୍ଚା ଭାଜପା ବାଲିଆପାଳ ମଣ୍ଡଳ ପକ୍ଷରୁ ଆମତ୍ା ଶାଖା କାର୍ଯ୍ୟାଳୟ (କୃଷି ସୂଚନା ପରାମର୍ଶ କେନ୍ଦ୍ର)କୁ ଘେରାଉ କରାଯାଇଥିଲା।

କାନ୍ଥ ଭୁଶୁଡ଼ି ମା’, ଝିଅ ଆହତ

ରୂପ୍‌ସା,୧୬।୭(ଡି.ଏନ.ଏ.)-ଲଘୁଚାପଜନିତ ଲଗାଣ ବର୍ଷାରେ ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ପଞ୍ଚାୟତ ଅନ୍ତର୍ଗତ ପାଟପୁର-୨ ଗ୍ରାମରେ ଜଣେ ମହିଳାଙ୍କ ଘରେ ପାଣି ପଶି ରବିବାର ବିଳମ୍ବିତ ରାତିରେ କାନ୍ଥ ଭୁଶୁଡ଼ି ପଡ଼ିଛି। ଫଳରେ ମା’ ମିନକୀ ସିଂ (୬୦) ଓ ଝିଅ ମାଳତୀ ସିଂ (୪୦) ଗୁରୁତର ଆହତ ହୋଇଛନ୍ତି।

ଫକୀରମୋହନ ଜୁନିୟର କଲେଜରେ ଏନଏସ୍‌ଏସ୍‌ କୋ-ଅର୍ଡ଼ିନେଟର

ବାଲେଶ୍ୱର ଅଫିସ,୧୬।୭-ବାଲେଶ୍ୱର ଫକୀରମୋହନ ଜୁନିୟର ମହାବିଦ୍ୟାଳୟର ଏନଏସଏସ୍‌ ସୋସିଆଲ କ୍ୟାମ୍ପକୁ ରବିବାର ଏନଏସଏସ୍‌ କୋ-ଅଡ଼ିନେଟର ଡ. ଦୀପକ କୁମାର ବେହେରା ପରିଦର୍ଶନ କରିଥିଲେ।

ଶାନ୍ତିଶୃଙ୍ଖଳାରେ ସରିଲା ଘୋଷଯାତ୍ରା

ରାଇସୁଆଁ,୧୬।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ଯୋଗୀ ମଠଠାରେ ମହାସମାରୋହରେ ରଥଯାତ୍ରା ପାଳନ ହୋଇଯାଇଛି। ଯାତ୍ରାରେ ଆଖପାଖ ଅଞ୍ଚଳରୁ ବହୁ ଜନସାଧାରଣ ଯୋଗ ଦେବା ସହ ପ୍ରଭୁ ଜଗନ୍ନାଥ, ସୁଭଦ୍ରା, ଏବଂ ବଳଭଦ୍ରଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ।

Model This Week

ରୂପେଶ