ବାଲେଶ୍ୱର

ଜାତୀୟ ଗଣିତ ଦିବସ ପାଳିତ

ଜାତୀୟ ଗଣିତ ଦିବସ ପାଳିତ
ବାରିପଦା ଅଫିସ,୨୩।୧୨- ବାରିପଦାସ୍ଥିତ ସାଇନ୍ସ ଏକାଡେମୀ ପରିସରରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି। ନାସା ଫାଉଣ୍ଡେଶନ ସଭାପତି ଡ.ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଖୁଣ୍ଟା ମହାବିଦ୍ୟାଳୟ ଗଣିତ ଅଧ୍ୟାପକ ଦିଲୀପ ମହାନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ବିଶିଷ୍ଟ ଗଣିତଜ୍ଞ ଯାମିନୀକାନ୍ତ ମହାନ୍ତ, ପୂର୍ବତନ ଜିଲା ବିଜ୍ଞାନ ପରିଦର୍ଶକ ତଥା ଭାରତ ଶିକ୍ଷା ରତ୍ନ ଅମିତାଭ ମିଶ୍ର, ଦିଗନ୍ତ ଆବାସିକ ବିଦ୍ୟାଳୟ ସମ୍ପାଦକ ଶଶାଙ୍କ କୁମାର ଦଣ୍ଡାପାଟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗଣିତ ପାଠର ଉପକାରିତା ସର୍ମ୍ପକରେ ଆଲୋଚନା କରିଥିଲେ। ଶେଷରେ ଶିକ୍ଷକ ଦୀପକ ରାମ ଧନ୍ୟବାଦ ଦେଇଥିବା ବେଳେ ଇଂ ଆଲୋକ ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଛାତ୍ରୀଛାତ୍ର ଗଣିତ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗନେଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ସମରେନ୍ଦ୍ର ବସା ପରିଚାଳନା କରିଥିଲେ।
All Right Reserved By

ବାଲେଶ୍ୱର

ମଦ ବେପାରୀଙ୍କ ଆକ୍ରମଣରେ ଅବକାରୀ କର୍ମଚାରୀ ଲହୁଲୁହାଣ

ନୀଳଗିରି, ୧୬ା୧୦(ଡି.ଏନ.ଏ.)-ଚୋରା ମଦ ବେପାରୀଙ୍କ ସଂଘବଦ୍ଧ ଆକ୍ରମଣରେ ନୀଳଗିରି ଅବକାରୀ ବିଭାଗ କର୍ମଚାରୀ ଲହୁଲୁହାଣ ହୋଇଥିବା ମଙ୍ଗଳବାର ସ୍ଥାନୀୟ ଥାନାରେ ଉପନିରୀକ୍ଷକ ଲକ୍ଷେସାଧବ ପ୍ରଧାନ ଅଭିଯୋଗ କରିଛନ୍ତି। ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଉପନିରୀକ୍ଷକ ପ୍ରଧାନଙ୍କ ନେତୃତ୍ୱରେ ସହକାରୀ ଉପନିରୀକ୍ଷକ ଭାସ୍କର ଚନ୍ଦ୍ର ବେହେରାଙ୍କ ସମେତ  ଅବକାରୀ ଟିମ୍‌ ପୂର୍ବାହ୍ନରେ ପାଟ୍ରୋଲିଂରେ ଯାଇଥିଲେ।

ମୋରମ ବୋଝେଇ ଡମ୍ପର ପୋଲିସ ଜିମା

ମୋରମ ବୋଝେଇ ଡମ୍ପର ପୋଲିସ ଜିମା

ନୀଳଗିରି, ୧୬ା୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି-ଉଦଳା ରାସ୍ତାର ପୋଡାଶୂଳ ନିକଟରେ ମଙ୍ଗଳବାର ସ୍ଥାନୀୟ ଉପଜିଲାପାଳ ଏ.ଏସ୍‌. ନରୱଣେ ଚଢାଉ କରି ଚୋରା ମୋରମ ବୋଝେଇ ଡମ୍ପର(ନଂ. ଓଡି-୧ଡବ୍ଲ୍ୟୁ- ୮୩୬୫)କୁ ଜବତ କରିଛନ୍ତି।

ସ୍ନେହର ପ୍ରତୀକ ଫକୀରପୁର ଶାରଦୀୟ ପୂଜା

ସ୍ନେହର ପ୍ରତୀକ ଫକୀରପୁର ଶାରଦୀୟ ପୂଜା

ଆନନ୍ଦପୁର, ୧୬। ୧୦(ସ୍ବ.ପ୍ର.): ଶାରଦୀୟ ପୂଜା ପାଇଁ ବିଭିନ୍ନ ପ୍ରକାରର ସାଜସଜ୍ଜା ସାଙ୍ଗକୁ ମନୋରଞ୍ଜନଧର୍ମୀ କାର୍ଯ୍ୟ ହାତକୁ ନିଆଯାଇଛି। ଆନନ୍ଦପୁର ପୌରପରିଷଦ ଫକୀରପୁରଠାରେ ସର୍ବପୁରାତନ ଆଦ୍ୟ ଦୁର୍ଗାଦେବୀ ଅନୁଷ୍ଠାନ ପକ୍ଷରୁ ଶାରଦୀୟ ପୂଜା ବେଶ ଆକର୍ଷଣର ସହ ପାଳନ କରାଯାଉଅଛି। ଦୁର୍ଗା ପୂଜା ଫକୀରପୁର ଗ୍ରାମ ପାଇଁ ଐତିହ୍ୟର ପ୍ରତୀକ ସ୍ବରୂପ ଦଣ୍ଡାୟମାନ।

ତେଲକୋଇରେ ଜନସମ୍ପର୍କ ପଦଯାତ୍ରା

ତେଲକୋଇରେ ଜନସମ୍ପର୍କ ପଦଯାତ୍ରା

ତେଲକୋଇ, ୧୬।୧୦(ଡି.ଏନ.ଏ.): ତେଲକୋଇ ନିର୍ବାଚନ ମଣ୍ଡଳୀର ତେଲକୋଇ ବ୍ଲକରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ଜନହିତ କାର୍ଯ୍ୟକୁ ସମ୍ପର୍କରେ ଲୋକଙ୍କ ବୁଝାଯାଇଥିଲା। ତେଲକୋଇ ଶିବ ମନ୍ଦିରଠାରୁ ପଦଯାତ୍ରା ଆରମ୍ଭ ହୋଇ ବଜାର ଅଞ୍ଚଳ ଓ ଓରିଆ, ସଲେଇକେନା, ଜଗମୋହନପୁର, ବିଞ୍ଜବାହାଳ, ଦୋବଲାପଳ, ଖୁଣ୍ଟାପଡ଼ା, ଦେଉଳଡିହା, କାଦପଡାରେ ଶେଷ ହୋଇଥିଲା। 

ସରସଦାରେ ପାର୍ବଣର ମହକ

ସରସଦାରେ ପାର୍ବଣର ମହକ

ଭଣ୍ଡାରିପୋଖରୀ,୧୬।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକଠାରୁ ୨ କି.ମି. ଦୂରରେ ରହିଛି ଗାଁ ସରସଦା । ଏହାର ପ୍ରାକୃତିକ, ଆଧ୍ୟାତ୍ମିକ ପରିବେଶ ମନମୁଗ୍ଧକର। ଗାଁର ପୂର୍ବ ଭାଗରେ ପୁରାତନ ସରସଦା ମଠ,  ଦକ୍ଷିଣରେ ମା’ ବୁଢ଼ୀ ଜାଗୁଳାଇ, ଉତ୍ତରରେ ବାବା ମୁକ୍ତେଶ୍ୱର, ଶ୍ରୀହନୁମାନ ଜୀଉ ଏବଂ  ମଧ୍ୟଭାଗରେ ମା’ ଥାନେଶ୍ୱରୀ, ଗୋଠେଶ୍ୱର, ଶିରିଡ଼ିସାଇ ମନ୍ଦିର  ରହିଛି।

ମୋରମ ବୋଝେଇ ଡମ୍ଫର ଜବତ

ମୋରମ ବୋଝେଇ ଡମ୍ଫର ଜବତ

ନୀଳଗିରି, ୧୬।୧୦ (ଡି.ଏନ.ଏ.): ବାଲେଶ୍ବର ଜିଲା ନୀଳଗିରି-ଉଦଳା ରାସ୍ତା ପୋଡାଶୂଳ ନିକଟରେ ମଙ୍ଗଳବାର ସ୍ଥାନୀୟ ଉପଜିଲାପାଳ ଏ.ଏସ.ନରଓ୍ବଣେ ଚଢାଉ କରି ଚୋରା ମୋରମ ବୋଝେଇ (ଓଡି-୦୧ଡବ୍ଲୁ-୮୩୬୫) ଡମ୍ଫରକୁ ଜବତ କରିଛନ୍ତି।

ଦୁଇଟି ଟ୍ରକ ମଧ୍ୟରେ ଧକ୍କା: ଦୁଇ ମୃତ, ଜଣେ ଗୁରୁତର

ଦୁଇଟି ଟ୍ରକ ମଧ୍ୟରେ ଧକ୍କା: ଦୁଇ ମୃତ, ଜଣେ ଗୁରୁତର

ସୋର, ୧୬।୧୦(ଡି.ଏନ.ଏ.): ସୋର ଥାନା ଅଧିନସ୍ଥ ୧୬ନଂ ଜାତୀୟ ରାଜପଥ ଛଅପୋଲିଆ ନିକଟରେ ମଙ୍ଗବାର ଦୁଇଟି ଟ୍ରକ୍‌ ମୁହଁାମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ବକେୟା ଦରମା ଦାବିରେ ଝାଡୁଦାର ଓ ଡ୍ରାଇଭର୍‌ଙ୍କ ଆନ୍ଦୋଳନ

ବକେୟା ଦରମା ଦାବିରେ ଝାଡୁଦାର ଓ ଡ୍ରାଇଭର୍‌ଙ୍କ ଆନ୍ଦୋଳନ

ଭଦ୍ରକଅଫିସ, ୧୬।୧୦: ଭଦ୍ରକ ପୋରପାଳିକା ଅଧୀନରେ କାର୍ଯ୍ୟରତ ପ୍ରାୟ ୧୮୦ଜଣ ଝାଡୁଦାର ଓ  ଡ୍ରାଇଭରଙ୍କ ଦରମା  ଦିଆଯାଇ ନ ଥିବାରୁ ଏହାର ପ୍ରତିବାଦରେ ମଙ୍ଗଳବାର ସକାଳୁ କାମ ବନ୍ଦ କରି ପୌରପାଳିକା ଅଫିସ ସମୁଖରେ ଧାରଣା  ଦେଇଛନ୍ତି l

ଆସୁଛନ୍ତି ମା’: ଝୁମ୍ପୁରା ଚଳଚଞ୍ଚଳ

ଆସୁଛନ୍ତି ମା’: ଝୁମ୍ପୁରା ଚଳଚଞ୍ଚଳ

ଝୁମ୍ପୁରା, ୧୬।୧୦(ଡି.ଏନ.ଏ.): ଆସୁଛନ୍ତି  ମା’। ଏ ନେଇ ଝୁମ୍ପୁରା ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ମଙ୍ଗଳବାର ମା’ଙ୍କର ମହାସପ୍ତମୀ ସହ ପଣାପୂଜା ହେବ। ସେଠାରେ ଆଖୁ ବଳିର ପରମ୍ପରା ନିଆରା। ମା’ଙ୍କର ପୂଜା ଝୁମ୍ପୁରା ବଜାରରେ ଅନୁଷ୍ଠିତ ହୋଇ ଆସୁଛି। 

ବୈତରଣୀ ସେତୁ ଦୁର୍ବଳ: ବିପଦ ମୁହଁରେ ଜୀବନ

ବୈତରଣୀ ସେତୁ ଦୁର୍ବଳ: ବିପଦ ମୁହଁରେ ଜୀବନ

ଆନନ୍ଦପୁର,୧୬।୧୦(ସ୍ବ.ପ୍ର.): ଆନନ୍ଦପୁରର ବୈତରଣୀ ସେତୁ ୪ ମାସ ହେଲା ବିପଦସଙ୍କୁଳ ଅବସ୍ଥାରେ ରହିଛି। ସେତୁର ଗୋଟିଏ ପାର୍ଶ୍ୱର ପିଲାରରୁ ବ୍ୟରିଂ ଖସିବା ପରେ  ଗୋଟିଏ ସ୍ପାନ୍‌ ଦବି ଯାଇଛି। ଘଟଣା ସମ୍ପର୍କରେ ବିଭାଗୀୟ ଉଚ୍ଚ ପଦାଧିକାରୀ  ସେତୁର ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ସେତୁ ପ୍ରତି ବିପଦ ରହିଥିବା ଅନୁଭବ କରିଥିଲେ। 

ନକଲି ଜର୍ଦ୍ଦା କାରଖାନା ଠାବ

ନକଲି ଜର୍ଦ୍ଦା କାରଖାନା ଠାବ

ଭଦ୍ରକ ଅଫିସ, ୧୬।୧୦- ଭଦ୍ରକ ଟାଉନ ପୋଲିସ ସହରର ବଙ୍କସାହିରେ ଚଢ଼ାଉ କରି ନକଲି ଜର୍ଦ୍ଦା କାରଖାନା ଠାବ କରିଛି। ଏହି କାରଖାନାରୁ ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ପ୍ରସ୍ତୁତ ସାମଗ୍ରୀ ଜବତ କରାଯାଇଛି। 

ବଧୂହତ୍ୟା ମାମଲା: ଶ୍ୱଶୁର ଗିରଫ

ପଦ୍ମପୁର,୧୬।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନାୟକାଣିଡିହୀ ଥାନା ପୋଲିସ ବଧୂହତ୍ୟା ମାମଲାରେ ଶ୍ୱଶୁର ବାଲିମୁଣ୍ଡା ଗ୍ରାମର ହରିପଦ ମଣ୍ଡଳଙ୍କୁ ଗିରଫ କରିଛି।