ବାଲେଶ୍ୱର

ପୁସ୍ତକମେଳାରେ କବିତା ଆଲୋଚନା

 ପୁସ୍ତକମେଳାରେ କବିତା ଆଲୋଚନା
ବାରିପଦା ଅଫିସ,୨୩।୧୨- ବାରିପଦା ଛଉପଡ଼ିଆଠାରେ ଅନୁଷ୍ଠିତ ହେଉଥିବା ମୟୂରଭଞ୍ଜ ପୁସ୍ତକମେଳାର ସପ୍ତମ ସନ୍ଧ୍ୟାରେ ଏକ କବିତା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପକ ସନ୍ଦୀପ ଚାନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ଜିଲା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ବିବେକାନନ୍ଦ ସାହୁ ଯୋଗଦେଇ ବହି କେବେ ଗୁଗୁଲ କିମ୍ବା ଉଇକିପିଡ଼ିଆ ହୋଇପାରିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ କାବ୍ୟଲୋକ ସାହିତ୍ୟ ପତ୍ରିକାର ସମ୍ପାଦକ ଭିକାରି ଧଳ ଯୋଗଦେଇ ଏକବିଂଶ ଶତାବ୍ଦୀର କବିତାକୁ ପରିପକ୍ୱ ହେବାକୁ ଆହୁରି ସୁଯୋଗ ଦରକାର ବୋଲି କହିଥିଲେ। ସମ୍ମାନିତ ବକ୍ତା ଭାବେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ରିତା ପାତ୍ର ଯୋଗଦେଇ ବର୍ତ୍ତମାନର କବିଙ୍କ କବିତା ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ବୀଣାପାଣି ପଣ୍ଡା ଯୋଗଦେଇଥିଲେ। ପ୍ରାରମ୍ଭରେ ଅଜିତ ପାଣିଗ୍ରାହୀ ସ୍ବାଗତ ଭାଷଣ ଦେଇଥିବା ବେଳେ ଗୋପାଳଚନ୍ଦ୍ର ସାଓ ଧନ୍ୟବାଦ ଦେଇଥିଲେ। ପରେ ପରେ ସମରେନ୍ଦ୍ର ବଶାଙ୍କ ପରିଚାଳନାରେ ଦେବିସ୍ମିତା କର, ପାୟଲ ଦାସ, ଶ୍ରୁତିଲେଖା ବେହେରା ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ। ଅପରାହ୍ନରେ ଛୋଟ ପିଲାଙ୍କୁ ନେଇ ଲିଟିଲ ମିସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ବପ୍ନିକା ଗିରି ପ୍ରଥମ ହୋଇଥିବା ବେଳେ ଅରୁସ୍ମିତା ଭୂୟାଁ ଦ୍ୱିତୀୟ ସ୍ଥାନ ଓ ଏସ ହର୍ଷିତା ତୃତୀୟ ସ୍ଥାନ ଅଧିକାର କରିଥିଲେ।
All Right Reserved By

ବାଲେଶ୍ୱର

କୋଳିମାଟି ଗ୍ରାମରୁ ଅଜଗର ଉଦ୍ଧାର

କୋଳିମାଟି ଗ୍ରାମରୁ ଅଜଗର ଉଦ୍ଧାର

କେନ୍ଦୁଝର,୧୭।୮(ସ୍ବ.ପ୍ର.): ଆନନ୍ଦପୁର ବ୍ଲକ କୋଳିମାଟି ଗ୍ରାମରେ ଗୁରୁବାର  ଏକ ଅଜଗରକୁ ଉଦ୍ଧାର କରାଯାଇଛି।

ମହିଳାଙ୍କ ଆତ୍ମହତ୍ୟା: ଧାମନଗର ପୋଲିସର ତଦନ୍ତ ଆରମ୍ଭ

ମହିଳାଙ୍କ ଆତ୍ମହତ୍ୟା: ଧାମନଗର ପୋଲିସର ତଦନ୍ତ ଆରମ୍ଭ

ଧାମନଗର,୧୭।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ସୋହଡା ପଞ୍ଚାୟତ ପିତେଇପୁର ଗ୍ରାମରେ ଜଣେ ମହିଳା ଗୁରୁବାର ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ହେଲେ ସନାତନ ସାହୁଙ୍କ ସ୍ତ୍ରୀ ଶଶୀରେଖା  ସାହୁ।

ଅଭଣାରେ ସ୍ବାମୀ ଅରବିନ୍ଦଙ୍କ ଜୟନ୍ତୀ, ବିଜ୍ଞାନମେଳା

ଅଭଣାରେ ସ୍ବାମୀ ଅରବିନ୍ଦଙ୍କ ଜୟନ୍ତୀ, ବିଜ୍ଞାନମେଳା

ବାହାନଗା,୧୭।୮(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ଅଭଣା ଗ୍ରାମରେ ଥିବା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରରେ ସ୍ବାମୀ ଅରବିନ୍ଦଙ୍କ ଜୟନ୍ତୀ ପାଳନ କରାଯିବା ସହ ଶିକ୍ଷାକେନ୍ଦ୍ରରେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ବିଜ୍ଞାନମେଳା ଅନୁଷ୍ଠିତ ହୋଇଛି। 

ବାଜପେୟୀଙ୍କ ବିୟୋଗରେ କ୍ୟାଣ୍ଡେଲ ଶୋଭାଯାତ୍ରା

ବାଜପେୟୀଙ୍କ ବିୟୋଗରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଆନନ୍ଦପୁର,୧୭।୮(ସ୍ବ.ପ୍ର.): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।

ବାଜପେୟୀଙ୍କ ବିୟୋଗରେ ନୀଳଗିରି ଭାଜପା, ବିଜେଡି ପକ୍ଷରୁ ଶୋକସଭା

ବାଜପେୟୀଙ୍କ ବିୟୋଗରେ ନୀଳଗିରି ଭାଜପା, ବିଜେଡି ପକ୍ଷରୁ ଶୋକସଭା

ସଜନାଗଡ଼,୧୭।୮(ଡି.ଏନ୍‌.ଏ.): ଭାରତବର୍ଷର ଲୋକପ୍ରିୟ ଜନନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ପରେ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ବିଭିନ୍ନ ସ୍ଥାନରେ ଶେକସଭାର ଆୟୋଜନ କରାଯାଇଛି। ଏହି କ୍ରମରେ ନୀଳଗିରିରେ ଭାଜପା ଓ ବିଜେଡି ପକ୍ଷରୁ ବାଜପେୟୀଙ୍କ ଉଦ୍ଦେଶ୍ୟରେ ଶୋକସଭାର ଆୟୋଜନ କରାଯାଇଥିଲା।

ନବ ବିବାହିତ ଦମ୍ପତ୍ତିଙ୍କ ବିଷ ପିଇ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ନବ ବିବାହିତ ଦମ୍ପତ୍ତିଙ୍କ ବିଷ ପିଇ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଧାମନଗର, ୧୭।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଶ୍ୟାମପୁର ଗ୍ରାମର ନବବିବାହିତ ଦମ୍ପତ୍ତି ଧର୍ମେନ୍ଦ୍ର ତ୍ରିପାଠି ଏବଂ ପୁର୍ଣ୍ଣିମା କୌଣସି କାରଣକୁ ନେଇ ଗୁରୁବାର ବିଳମ୍ବିତ ରାତିରେ ବିଷ ପିଇଥିଲେ।

ଚାଷ ଜମିରେ ପତାକା ଉତ୍ତୋଳନ

ଚାଷ ଜମିରେ ପତାକା ଉତ୍ତୋଳନ

କେନ୍ଦୁଝର, ୧୬।୮(ସ୍ବ.ପ୍ର.): ସଦର ବ୍ଲକ ଘୁଟୁରୁ ଗ୍ରାମରେ ଚାଷ ଜମିରେ ଭାରତ ମାନଚିତ୍ର ଆକୃତିର ଧାନ ଚାଷ କରିଥିବା ଗଜେନ୍ଦ୍ର ଦାସଙ୍କ ଜମିରେ ସ୍ବାଧୀନତା ଦିବସ ପାଳନ କରାଯାଇଥିଲା। ଭାରତ ଏକ କୃଷି ଭିତିକ ଦେଶ। କୃଷକମାନେ ଦେଶର ମେରୁଦଣ୍ଡ। କୃଷକମାନେ ନିଜ କ୍ଷେତରେ ଫସଲ ଚାଷ କରିବା ସହ ପତ୍ତାକା ଉତୋଳନ କରି ସ୍ବାଧୀନତା ଦିବସ ପାଳନ କରିବାକୁ ଆହ୍ବାନ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀଧର ଜେନା ଯୋଗ ଦେଇଥିଲେ। 

ଆନ୍ଧ୍ର ବ୍ୟାଙ୍କରୁ ଲୁଟ୍‌ ଉଦ୍ୟମ

ଆନ୍ଧ୍ର ବ୍ୟାଙ୍କରୁ ଲୁଟ୍‌ ଉଦ୍ୟମ

ପଦ୍ମପୁର,୧୭।୮(ଡି.ଏନ.ଏ)-ଭଦ୍ରକ ବ୍ଲକ ଅଧୀନ ସାହାଡ଼ା ବଜାରରେ ଥିବା ଆନ୍ଧ୍ର ବ୍ୟାଙ୍କରୁ ଲୁଟ୍‌ ଉଦ୍ୟମ ହୋଇଥିବା ନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଛି।  ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ କେତେଜଣ ଦୁର୍ବୃତ୍ତ ବ୍ୟାଙ୍କ ପଛପଟ ଝରକା ଭାଙ୍ଗି ଭିତରକୁ ପଶିଥିଲେ। ବ୍ୟାଙ୍କରେ ଲାଗିଥିବା ସିସିଟିଭିକୁ ଭାଙ୍ଗିଦେଇ ଷ୍ଟ୍ରଙ୍ଗରୁମରେ ପଶିବାକୁ ଚେଷ୍ଟା କରି ଜିନିଷପତ୍ର ଏଣେତେଣେ ଫିଙ୍ଗି ଦେଇଥିଲେ। 

ନଦୀ ଧୋଇ ନେଉଛି ବିକାଶ

ନଦୀ ଧୋଇ ନେଉଛି ବିକାଶ

ଭଣ୍ଡାରିପୋଖରୀ,୧୭।୮(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଏକ ଦୁର୍ଗମ ଅବହେଳିତ ଗଁା ମହେଶପୁର। ବୈତରଣୀ ନଦୀ କୂଳ ଅଞ୍ଚଳରେ ଥିବା ଏହି ଗଁା ଅଧିକାଂଶ ବର୍ଷ ବନ୍ୟା ଯୋଗୁ ପ୍ରଭାବିତ ହୋଇଥାଏ। ପାଣିରେ ରାସ୍ତା ବୁଡି ଲୋକଙ୍କ ଘରେ ପଶେ। ଗଁାକୁ ଥିବା ମାଟି ରାସ୍ତା ବର୍ଷାଦିନେ କାଦୁଅ ହୋଇପଡ଼େ। ଲୋକେ ଯାତାୟାତ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। 

ତହସିଲଦାରଙ୍କୁ  ଦୁର୍ବବ୍ୟବହାର ଅଭିଯୋଗ

ତହସିଲଦାରଙ୍କୁ ଦୁର୍ବବ୍ୟବହାର ଅଭିଯୋଗ

ବଡ଼ସାହି,୧୭ା୮(ସ୍ବ.ପ୍ର)-ଟ୍ରାନଜିଟ ପାସ ନ ମିଳିବାରୁ ବଡ଼ସାହି ତହସିଲଦାରଙ୍କୁ ୩ଜଣ ଯୁବକ ଦୁର୍ବବ୍ୟହାର କରିବା ସହ ଆକ୍ରମଣ ଉଦ୍ୟମ କରିଥିବା ନେଇ ବଡ଼ସାହି ଥାନାରେ ଏକ ମାମଲା ରୁଜୁ  ହୋଇଛି ା ଅଭିଯୁକ୍ତମାନେ ହେଲେ  ବେଲପାଳ ଗ୍ରାମ ବାଲି ଖାଦାନ ଲିଜଧାରୀ ସୁଶାନ୍ତ ନାୟକ, ଭାଇ ଅମୀର ନାୟକ ଓ ସପନ ା ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା (ନଂ ୧୧୭/୧୮) ରୁଜୁ କରି ତଦନ୍ତ ଜାରି ରଖିଛି ା 

ସାର୍ଟିଫିକେଟ ନ ମିଳିବା ଯାଏ  ଆନ୍ଦୋଳନ

ସାର୍ଟିଫିକେଟ ନ ମିଳିବା ଯାଏ ଆନ୍ଦୋଳନ

ରାଇରଙ୍ଗପୁର, ୧୭ା୮ (ଡି.ଏନ୍‌.ଏ.)- ରାଇରଙ୍ଗପୁର ଆଇଟିଡିଏ ସଂସ୍ଥା ପକ୍ଷରୁ ୩୧ ଜଣ ଆଦିବାସୀ ଛାତ୍ରୀଙ୍କୁ ମାଗଣାରେ ନର୍ସିଂ ଏବଂ ଜିଏମଏମ୍‌  ପାଠ ପଢା ସକାଶେ ଗତ ୨୦୧୩-୧୪ ମସିହାରେ ଭୁବନେଶ୍ୱରସ୍ଥିତ ୨ଟି ଶିକ୍ଷାନୁଷ୍ଠାନକୁ  ପଠାଯାଇଥିଲା। ମାତ୍ର ୪ ବର୍ଷ ବିତିଯିବା ସତ୍ତ୍ୱେ ସେମାନଙ୍କୁ ଅଦ୍ୟାବଧି  ସାର୍ଟିଫିକେଟ ମିଳି ପାରୁ ନାହିଁ।  ତୁରନ୍ତ ସାର୍ଟିଫିକେଟ ପ୍ରଦାନ ସକାଶେ  ଗୁରୁବାର ସମ୍ପୃକ୍ତ  ଛାତ୍ରୀମାନେ ସ୍ଥାନୀୟ ରାଇରଙ୍ଗପୁର ଆରଟିଡିଏ କାର୍ଯ୍ୟାଳୟ ମୁଖ୍ୟ ଫାଟକକୁ ତାଲା ବନ୍ଦ କରି ଆନ୍ଦୋଳନ କରିବା ସହ ଧାରଣା ଦେଇଥିଲେ।

ବାଜପେୟୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ବାଜପେୟୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ବାଲେଶ୍ୱର ଅଫିସ/ବସ୍ତା(ସ୍ବ.ପ୍ର.), ୧୭।୮-ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ବାଲେଶ୍ୱର ଭାଜପା କାର୍ଯ୍ୟାଳୟ ପରିସରରେ ଗୁରୁବାର ଜିଲାସଭାପତି ମଦନ ମୋହନ ଦତ୍ତଙ୍କ ନେତୃତ୍ୱରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏଥିରେ ବହୁ ଭାଜପା ବରିଷ୍ଠ ନେତୃବର୍ଗ ଓ କର୍ମୀ ଯୋଗ ଦେଇଥିଲେ। ବାଜପେୟୀଙ୍କ ମୃତ୍ୟୁରେ ଯେଉଁ ଶୂନ୍ୟ ସ୍ଥାନ ସୃଷ୍ଟି ହେଲା ତାହା କେବେ ବି ପୂରଣ ହୋଇପାରିବ ନାହଁି ବୋଲି ବାଲେଶ୍ୱର ସଦର ବିଧାୟକ ଜୀବନ ପ୍ରଦୀପ ଦାଶ ପ୍ରକାଶ କରିଛନ୍ତି। ବରିଷ୍ଠ ବିଶ୍ୱ ହିନ୍ଦୁ ପରିଷଦ ସଦସ୍ୟ ଲକ୍ଷ୍ମୀକାନ୍ତ ସରକାର, ନୀଳଗିରି ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ପ୍ରମୁଖ ବାଜପେୟୀଙ୍କ ଦେହାନ୍ତରେ ଶୋକ ପାଳନ ସହ ଅମର ଆମତ୍ାର ସଦ୍‌ଗତି କାମନା କରିଛନ୍ତି ା ବସ୍ତା ନିର୍ବାଚନମଣ୍ଡଳୀ ଭାଜପା ପକ୍ଷରୁ ଶୋକସଭା ବରିଷ୍ଠ ନେତା ଶ୍ୟାମାପ୍ରସାଦ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା।