ବାଲେଶ୍ୱର

ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ଘେରାଉ

 ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ଘେରାଉ

ଭଞ୍ଜକିଆ, ୨୩।୧୨(ଡି.ଏନ୍‌.ଏ.)- ରରୁଆଁ ଥାନା ଅନ୍ତର୍ଗତ ପତରପଚା ଗ୍ରାମରେ ଡିସେମ୍ବର ୫ତାରିଖ ରାତିରେ ସେହି ଗ୍ରାମର ୩୭ବର୍ଷୀୟ ଯୁବକ କିରାଣୀ ନାୟକଙ୍କୁ କେହି ହତ୍ୟା କରି ପୋଡି ଦେବାକୁ ଉଦ୍ୟମ କରିଥିଲେ। ଏସମ୍ପର୍କରେ ରରୁଆଁ ଥାନାରେ ଏକ ମାମଲା (ନଂ୬୯/୧୭) ରୁଜୁ କରି ପୋଲିସ ତଦନ୍ତ କରୁଥିଲେହେଁ ଏପର୍ଯ୍ୟନ୍ତ ହତ୍ୟାକାରୀଙ୍କୁ ଗିରଫ କରିବାରେ ସଫଳ ହୋଇପାରିନାହିଁ। ଅନ୍ୟପକ୍ଷେ ପ୍ରତିରାତିରେ ରରୁଆଁ ପୁଲିସ୍‌ ପତରପଚା ଗ୍ରାମରେ ପଇଁତରା ମାରୁଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଲୋକେ ସନ୍ଧ୍ୟା ପରେ ତାଟି କବାଟ ପକାଉଛନ୍ତି। ଏଥିନେଇ ଶନିବାର ପତରପଚା ଗ୍ରାମର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ଶତାଧିକ ମହିଳା ରରୁଆଁ ଥାନାରେ ପହଞ୍ଚି ଲିଖିତଭାବେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରିଛନ୍ତି। ପୁଲିସ୍‌ର ରାତିଅଧିଆ ପାଟ୍ରୋଲିଂ ଯୋଗୁ ଛୋଟ ଛୁଆ, ଝିଅ ବୋହୂ ଭୟଭୀତ ହୋଇ ପଦାକୁ ବାହାରି ପାରୁନଥିବା ଦର୍ଶାଇଛନ୍ତି। ରରୁଆଁ ଆଇଆଇସି ପ୍ରଦୀପ କୁମାର କେରକେଟା ଖୁବ୍‌ ଶୀଘ୍ର ଅଭିଯୁକ୍ତ ଧରାପଡିବ ବୋଲି ଆଶ୍ୱାସନା ଦେଇଛନ୍ତି।
ସୂଚନାଯୋଗ୍ୟଯେ, କିରାଣୀ ଗତ ୫ ତାରିଖ ସନ୍ଧ୍ୟାରେ ପାର୍ଶ୍ୱବର୍ତ୍ତୀ ଡେଣୁଆଁ ସାପ୍ତାହିକ ହାଟରୁ ଘରକୁ ଫେରୁଥିବା ବେଳେ ତାଙ୍କୁ କେହି ହତ୍ୟା କରି ଫୋପାଡି ଦେଇଥିଲେ। ପରିବାର ଲୋକେ ତା’ ପରଦିନ ସକାଳେ ମୃତଦେହ ଠାବ କରିଥିଲେ। ମାତ୍ର ଘଟଣାର ୧୮ଦିନ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ପୁଲିସ ହତ୍ୟାକାରୀଙ୍କୁ ଠାବ କରି ପାରିନାହିଁ।

All Right Reserved By

Model This Week

ନିକିତା

ବାଲେଶ୍ୱର

ଡମ୍ପରକୁ ଧକ୍କାଦେଇ ବୁଲେଟ୍‌ ଆରୋହୀ ମୃତ

ଜଳେଶ୍ୱର,୨୨।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲ୍‌ ପ୍ଲାଜାଠାରୁ ୧ କି.ମି. ଦୂରରେ ରବିବାର ରାତି ୯ଟା ୪୫ ମିନିଟ୍‌ ସମୟରେ ଏକ ଡମ୍ପର ଓ ବୁଲେଟ୍‌ ମଧ୍ୟରେ ଧକ୍କା ହୋଇଛି। ଫଳରେ ବୁଲେଟ୍‌ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।

୨ ଅପମୃତ୍ୟୁ

ଜଳେଶ୍ୱର, ୨୨।୪ (ଡି.ଏନ.ଏ)-ଜଳେଶ୍ୱର ଥାନା ଆରୁହା ପଞ୍ଚାୟତ ୧୦ ନଂ. ୱାର୍ଡ଼ର ବାସିନ୍ଦା ରଥ ସିଂ(୪୫)ଙ୍କ ମୃତଦେହ ଆରୁହା ଗ୍ରାମର ବନମାଳୀ ଦାସଙ୍କ ପୋଖରୀରୁ ଉଦ୍ଧାର କରାଯାଇଛି। ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୮/୧୮) ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ କରାଇଛି। ରଥ ସିଂ ବିଲରେ ଚାଷକାମ ସାରି ଉକ୍ତ ପୋଖରୀକୁ ଗାଧୋଇବା ପାଇଁ ଯାଇ ନିଖୋଜ ଥିଲେ।

ଦୁର୍ଘଟଣାରେ ଶଳା, ଭିଣୋଇ  ମୃତ

ଦୁର୍ଘଟଣାରେ ଶଳା, ଭିଣୋଇ ମୃତ

ବାହାନଗା,୨୨।୪(ଡି.ଏନ.ଏ.)-ରବିବାର ରାତି ୯ଟାରେ ବାହାନଗାସ୍ଥିତ ୧୬ ନମ୍ବର ଜାତୀୟ ରାଜପଥର ପୁରୁଣା ବଜାର ନିକଟରେ ଏକ ଡମ୍ପର ଧକ୍କାରେ ୨ ମଟରସାଇକେଲ ଆରେହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ଡମ୍ପରକୁ ଖନ୍ତାପଡା ଥାନା ପୋଲିସ ଶେରଗଡ ଟୋଲଗେଟ ନିକଟରୁ ଜବତ କରିଛି। ମୃତ ଯୁବକ ହେଲେ ସର୍ବୋଜ ଅଲ୍ଲୀ ଖଁ।, ଦାୟର ଅଲ୍ଲୀ ଖଁ। । ଘର ଚାନ୍ଦିପୁର ଥାନା ବଳାରାମଗଡ଼ିର ମିର୍ଜାପୁର ଅଞ୍ଚଳରେ। ଏମାନେ ସମ୍ପର୍କରେ ଶଳା ଓ ଭିଣୋଇ।

ବସ୍‌ରୁ ୮ ନାବାଳିକା ନାବାଳକ ଉଦ୍ଧାର

ଠାକୁରମୁଣ୍ଡା,୨୨।୪୯(ଡି.ଏନ.ଏ.ଏ)-ଠାକୁରମୁଣ୍ଡାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ବସ୍‌ରୁ ଶନିବାର ରାତିରେ ୮ ନାବାଳିକାନାବାଳିକାଙ୍କ ସମେତ ୧୨ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୪ ଜଣ ବୟସ୍କ ବ୍ୟକ୍ତି ଥିବା ଜଣାଯାଇଛି।

ମହିଳାଙ୍କୁ ହତ୍ୟା ଅଭିଯୋଗ

କୁଳିଅଣା, ୨୨।୪ (ଡି.ଏନ.ଏ.)-ମୋବାଇଲରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ସହ କଥା ହେଉଥିବା ଅଭିଯୋଗରେ କୁଳିଅଣା ଥାନା ଅନ୍ତର୍ଗତ କାଠରମା ଗାଁର ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ମହିଳାଙ୍କ ମା’ଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ କୁଳିଅଣା ଥାନା ପୋଲିସ ମାମଲା (ନଂ. ୩୩/୧୮) ରୁଜୁ କରିଛି।

ନବୋଦୟ ବିଦ୍ୟାଳୟ: ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ

ବେତନଟୀ,୨୨।୪(ଡ଼ି.ଏନ.ଏ)-ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅଧୀନ ଶାଳବଣିସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ନାମ ଲେଖା ନିମନ୍ତେ ଗତ ଶନିବାର ପ୍ରବେଶ ପରୀକ୍ଷା ଅନୁଷ୍ଠିତ ହୋଇଛି। ହେଲେ ଏଥିରେ ପ୍ରଶ୍ନପତ୍ରରେ ବହୁ ତ୍ରୁଟି ଥିବା ଛାତ୍ରୀଛାତ୍ର ତଥା ଅଭିଭାବକମାନେ ଅଭିଯୋଗ କରିଛନ୍ତି।

କୂଅକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

କପ୍ତିପଦା,୨୨।୪,(ଡି.ଏନ.ଏ)- କପ୍ତିପଦା ବ୍ଲକ୍‌ ଶରତ ଥାନା ଅଧୀନ ଲାବଣ୍ୟଦେଇପୁର ଗ୍ରାମର ଜଣେ ମହିଳା ରବିବାର ସକାଳେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେବା ସହିତ କୂଅକୁ ଡେଇଁ ପ୍ରାଣ ହରାଇଛନ୍ତି। ମୃତ ମହିଳା ଜଣକ ହେଲେ ମଙ୍ଗଲ ସିଂଙ୍କ ସ୍ତ୍ରୀ ରାଣୀ ମେଲଗାନ୍ଦୀ(୪୨)।

ଯୌତୁକ ପାଇଁ ସ୍ତ୍ରୀକୁ ପିଟି ପିଟି ହତ୍ୟା

ଯୌତୁକ ପାଇଁ ସ୍ତ୍ରୀକୁ ପିଟି ପିଟି ହତ୍ୟା

କପ୍ତିପଦା,୨୨।୪,(ଡି.ଏନ.ଏ)-ଅଧିକ ଯୌତୁକ ଦାବି କରି ଶନିବାର ବିଳମ୍ବିତ ରାତିରେ କପ୍ତିପଦା ଥାନା ମହୁଲଡିହା ଗ୍ରାମର ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଲୁହା ରଡ ସାହାଯ୍ୟରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଭାଜପା ଯୁବମୋର୍ଚ୍ଚାର ବିକ୍ଷୋଭ

ଭାଜପା ଯୁବମୋର୍ଚ୍ଚାର ବିକ୍ଷୋଭ

ବାଲେଶ୍ୱର ଅଫିସ୍‌ , ୨୨।୪-ବାଲେଶ୍ୱର ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ସାଧାରଣ ସମ୍ପାଦକ ଲୋକନାଥ ଭୂୟଁାଙ୍କ ନେତୃତ୍ୱରେ ରବିବାର ସ୍ଥାନୀୟ ଫାଣ୍ଡିଛକ ଠାରେ ରାଜ୍ୟ ସରକାରଙ୍କର ଅପାଗରଗତା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୧ କେସ୍‌ର ଫଇସଲା

ବଡବିଲ, ୨୨।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲସ୍ଥିତ ସିଭିଲଜଜ୍‌ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ରବିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛିି।

ଅଗ୍ନିକାଣ୍ଡରେ ଦମ୍ପତି ଗୁରୁତର

ହାଟଡିହୀ,୨୨।୪(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବନ୍ତଳା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଏକ ବଖରା ଘର ପୋଡି ଯାଇଥିବାବେଳେ ଦମ୍ପତି ଗୁରୁତର ଆହତ ହୋଇ ଭଦ୍ରକ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। କାଳବୈଶାଖି ପ୍ରଭାବରେ ଗ୍ରାମରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିଲା।

୭ ମାସ ହେଲା ଦରମା ପାଇନାହାନ୍ତି ଅଧ୍ୟାପକ

ହାଟଡିହୀ,୨୨।୪(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଉଳା ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟାପିକା ଅଧ୍ୟାପକମାନେ ୭ମାସ ହେବ ଦରମା ପାଇନାହାନ୍ତି।